Author: SM Network

ଭୁବନେଶ୍ୱରସ୍ଥିତ କ୍ଲବ ଚକୋଲେଟ୍ ର ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଚକୋଲେଟ୍‌ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଚକୋଲେଟ ପ୍ରତିମୂର୍ତ୍ତିକୁ ସାମାଜିକ ଗଣମାଧ୍ୟମରେ ସେୟାର କରି ପ୍ରଶଂସା କରିଛନ୍ତି। ଏହି ମୂର୍ତ୍ତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ବ ପ୍ରତି ଏକ ସମ୍ମାନ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ପ୍ରତି ଏହିଭଳି କୁଶଳୀ, ଅଭିନବ ଏବଂ ଭାବପୂର୍ଣ୍ଣ ସମ୍ମାନ ପ୍ରଦର୍ଶନକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି।

Read More

ସମ୍ବଲପୁର: ପବିତ୍ର ନୂଆଁଖାଇ ଅବସରରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ନୂଆ ଧାନ ଆସିଛି। ଆସନ୍ତା ୨୮ ତାରିଖ ଦିନ ୧୦ଟା ୩୩ ମିନିଟରୁ ୧୦ଟା ୫୫ ମିନିଟ୍‌ ମଧ୍ୟରେ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ଦେବୀଙ୍କୁ ଅର୍ପଣ କରାଯିବ। ଏଥିପାଇଁ ବଲବସପୁରର ଚାଷୀ ସୁଭାଷ ବେହେରା ଏବଂ ତାଙ୍କ ପରିବାର ମନ୍ଦିରକୁ ନୂଆ ଧାନ ପ୍ରଦାନ କରିଛନ୍ତି। ବର୍ଷର ପ୍ରଥମ ଉତ୍ପାଦିତ ନୂଆ ଧାନରୁ ନୈବେଦ୍ୟ ଅର୍ପଣ କରିବାର ବିଧି ରହିଛି । ଏଥିପାଇଁ ସେ କିଛିବର୍ଷ ହେବ ମା’ଙ୍କ ପାଖରେ ନୂଆଧାନ ଦେଇ ଆସୁଥିବା ଶ୍ରୀ ବେହେରା କହିଛନ୍ତି।

Read More

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପାଞ୍ଚଟି ପର୍ଯ୍ୟାୟରେ ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ ହୋଇଛି। ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରଥମୀ ତିଥିରେ ତିନୋଟି ଗ୍ରାମର ୫ ହଜାରରୁ ଅଧିକ ଲୋକ ନୂଆ ଧାନରେ ପ୍ରସ୍ତୁତ ନବାନ୍ନ ଭକ୍ଷଣ କରିଛନ୍ତି। ପରମ୍ପରା ଅନୁସାରେ କଳାହାଣ୍ଡି ଜିଲ୍ଲାରେ ସପ୍ତପୁରୀ ଅମାବାସ୍ୟାଠାରୁ ନୂଆଁଖାଇ ଆରମ୍ଭ ହୋଇ ଦଶମୀ ତିଥିରେ ଶେଷ ହୋଇଥାଏ। କେସିଙ୍ଗା ବ୍ଲକ ପଥର୍ଲା, ବାହାଦୁରପଦର, ପଲକାପଡ଼ା ଗ୍ରାମର ହଜାର ହଜାର ଲୋକ ନୂଆ ଖାଇଛନ୍ତି । ଗ୍ରାମବାସୀମାନେ ୧୫ ଦିନ ପୂର୍ବରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ନୂଆ ପୋଷାକ, ନୂଆ ଚୁଡ଼ା, ଧାନ, ନୂଆ ହାଣ୍ଡି ଆଦି ସଂଗ୍ରହ କରିଥାନ୍ତି। ପୁରୁଷ ଓ ମହିଳାମାନେ କ୍ଷୀରି, ପିଠା ଓ ମିଷ୍ଟାନ୍ନ ପ୍ରସ୍ତୁତ କରି ଇଷ୍ଟଦେବୀ ଓ ଗ୍ରାମଦେବୀଙ୍କୁ ଅର୍ପଣ କରିବା ପରେ ନବାନ୍ନ ସେବନ କରିଥାନ୍ତି। ଚଳିତବର୍ଷ ମଧ୍ୟ ପାରମ୍ପରିକ ବାଜା ବଜାଇ ଏବଂ ନାଚ ଗୀତ କରି ଜିଲ୍ଲାବାସୀ ନୂଆଁଖାଇ…

Read More

ଭୁବନେଶ୍ଵର: ଶିଶୁ ସାହିତ୍ୟ ସ୍ରଷ୍ଟାମାନଙ୍କ ସାରସ୍ୱତ ଅବଦାନ ଓ ସମାଜର କଳୁଷିତ ସଂସ୍କାରକୁ ଦୂର କରିବା ତଥା ଓଡ଼ିଆ ଅସ୍ମିତାକୁ ବଂଚାଇ ରଖିବା ପାଇଁ ପ୍ରାଣାନ୍ତକ ଉଦ୍ୟମ କରି ଓଡ଼ିଆ ଜନଜୀବନରେ ଯେଉଁ ନୂତନ ଆଶା ସଞ୍ଚାର କରିପାରିଅଛନ୍ତି ଯାହାକି ଓଡ଼ିଆ ଜାତିକୁ ଏକସୂତ୍ରରେ ବାନ୍ଧି ରଖିବାରେ ସକ୍ଷମ ହୋଇପାରିଅଛି ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶିଶୁ-କିଶୋର ସାହିତ୍ୟ ଏକାଡେମୀ, ଓଡ଼ିଶାଙ୍କ ମିଳିତ ସହଯୋଗରେ ୨୪ ଅଗଷ୍ଟ ୨୦୨୫ ରବିବାର ପୂର୍ବାହ୍ଣ ୧୦.୦୦ ଘଟିକାରେ ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକଦିବସୀୟ ଶିଶୁସାହିତ୍ୟ ଆଲୋଚନାଚକ୍ର ଓ କବିତା ପାଠୋତ୍ସବରେ ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ମତପ୍ରକାଶ ପାଇଥିଲା। ଏହି ଶିଶୁସାହିତ୍ୟ କାର୍ଯ୍ୟକ୍ରମଟିକୁ ବିଶିଷ୍ଟ ଭାଷାବିତ୍ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍ଘାଟକ ଭାବେ ଯୋଗଦାନ କରି ଓଡ଼ିଆ ଭାଷା, ଶିଶୁସାହିତ୍ୟ ଓ ସଂସ୍କୃତିର ଶ୍ରୀବୃଦ୍ଧି ଓ ବିକାଶସାଧନ, ଓଡ଼ିଆ ସାହିତ୍ୟରେ ଉଚ୍ଚ ମୂଲ୍ୟବୋଧର ପ୍ରତିଷ୍ଠା ତଥା ଶ୍ରେଷ୍ଠମାନର ପ୍ରବର୍ତ୍ତନ ଦିଗରେ…

Read More

ଭୁବନେଶ୍ଵର: ଛାତ୍ରଛାତ୍ରୀ, କୃଷକ ମାନଙ୍କ ମଧ୍ୟରେ ତଥା ସମାଜରେ କୃଷି ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ପାଇଁ ଓୟୁଏଟି ଅଗ୍ରଣୀ ଭୂମିକା ନିଭାଇବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ବାନ ଜଣାଇଛନ୍ତି। ଚଳିତ ଅଗଷ୍ଟ ୨୪ତାରିଖ ରବିବାର ଦିନ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵରର ୬୪ ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ଵାନ ଜଣାଇଛନ୍ତି। ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ବିଭିନ୍ନ ପ୍ରକାର କୃଷି ଉଦ୍ୟୋଗ ନିମନ୍ତେ ବ୍ୟୟ ଆକଳନ, ଜମି ଓ ବିଦ୍ୟୁତର ଆବଶ୍ୟକତା, ଆୟ ଆକଳନ ଏବଂ ବିଭିନ୍ନ ସବ୍ସିଡି ଯୋଜନା ସମ୍ପର୍କରେ ତଥ୍ୟ ରଖି ପ୍ରକଳ୍ପ ପ୍ରୋଫାଇଲ୍ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଓୟୁଏଟି କତୃପକ୍ଷଙ୍କୁ କହିଥିଲେ। ଏପରି ପ୍ରକଳ୍ପ ପ୍ରୋଫାଇଲ୍ ଛାତ୍ରଛାତ୍ରୀ ଏବଂ କୃଷକମାନଙ୍କୁ କୃଷି ଭିତ୍ତିକ ଉଦ୍ୟୋଗ ଗୁଡ଼ିକର ଆର୍ଥିକ ସମ୍ଭାବନା ବୁଝିବାରେ ସହାୟକ ହେବ ଏବଂ ସେମାନଙ୍କୁ ଏପରି ଉଦ୍ୟୋଗ…

Read More

ମେଷ –  ଆଜି ଆପଣଙ୍କ ପାଇଁ ଖୁସିରେ ପରିପୂର୍ଣ୍ଣ ଏକ ଭଲ ଦିନ । ଏହି ଦିନରେ ମଧ୍ୟ କାହାକୁ ଋଣ ଦିଅ ନାହିଁ ଏବଂ ଯଦି ଏହା ଦେବା ଆବଶ୍ୟକ, ତେବେ ଦାନକାରୀଙ୍କଠାରୁ ଲିଖିତ ଆକାରରେ ନିଅନ୍ତୁ ଯେ ସେ କେବେ ଟଙ୍କା ଫେରସ୍ତ କରିବେ । ସେହି ଲୋକମାନଙ୍କ ସହିତ କଥାବାର୍ତ୍ତା କରିବା ଏବଂ ଯୋଗାଯୋଗ କରିବା ଏକ ଭଲ ଦିନ, ଯାହାକୁ ଆପଣ କ୍ୱଚିତ୍ ଭେଟନ୍ତି । ଆପଣ ହଠାତ୍ ଅପ୍ରତ୍ୟାଶିତ ରୋମାନ୍ସ ପାଇପାରନ୍ତି, ଯଦି ଆପଣ ସାଙ୍ଗମାନଙ୍କ ସହିତ ସନ୍ଧ୍ୟା ପାଇଁ ବାହାରକୁ ଯାଆନ୍ତି । ସହର ବାହାରେ ଭ୍ରମଣ କରିବା ଅତ୍ୟନ୍ତ ଆରାମଦାୟକ ହେବ ନାହିଁ, କିନ୍ତୁ ଆବଶ୍ୟକ ପରିଚିତ ହେବା କ୍ଷେତ୍ରରେ ଲାଭଦାୟକ ପ୍ରମାଣିତ ହେବ । ଯଦି ତୁମେ ତୁମର ଜୀବନ ସାଥୀଙ୍କଠାରୁ ସ୍ନେହ ଆଶା କରୁଛ, ତେବେ ଏହି ଦିନ ତୁମର ଆଶା ପୂରଣ କରିପାରିବ । ହୃଦୟର ଜିନିଷକୁ…

Read More

ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ବିଠଲଭାଇ ପଟେଲ କେନ୍ଦ୍ରୀୟ ବିଧାନସଭାର ପ୍ରଥମ ନିର୍ବାଚିତ ଭାରତୀୟ ବାଚସ୍ପତି ହେବାର ୧୦୦ତମ ବାର୍ଷିକୀ ପାଳନ ଅବସରରେ ଦିଲ୍ଲୀ ବିଧାନସଭାରେ ଆୟୋଜିତ ଦୁଇ ଦିନିଆ ଅଖିଳ ଭାରତୀୟ ବାଚସ୍ପତି ସମ୍ମିଳନୀକୁ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଉଦଘାଟନ କରିଛନ୍ତି। ଏହି ଅବସରରେ ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦ୍ର ଗୁପ୍ତା, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ, ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭାର ବାଚସ୍ପତି ଏବଂ ଉପବାଚସ୍ପତି ତଥା ବିଧାନ ପରିଷଦର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷମାନେ ଯୋଗ ଦେଉଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଦିଲ୍ଲୀ ବିଧାନସଭା ପରିସରରେ ବିଠଲଭାଇ ପଟେଲଙ୍କ ଜୀବନୀ ଉପରେ ଆୟୋଜିତ ଏକ ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିଥିଲେ। ଏହି ସମ୍ମିଳନୀକୁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇକୋନୋମିକ ଟାଇମ୍ସ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଯୋଗ ଦେଇଥିବା ସମ୍ମାନିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଏକ ପ୍ରକୃଷ୍ଟ ସମୟରେ ଏହି ଫୋରମର ଆୟୋଜନ ହୋଇଥିବା ପ୍ରକାଶ କରି ଶ୍ରୀ ମୋଦୀ ଏହାର ଆୟୋଜକମାନଙ୍କୁ ପ୍ରସଂଶା କରିଥିଲେ। ସେ କହିଥିଲେ ଯେ ଗତ ସପ୍ତାହରେ ସେ ଲାଲକିଲ୍ଲାରୁ ପରବର୍ତ୍ତି ପିଢିର ସଂସ୍କାର କଥା କହିଥିଲେ ଓ ଏହି ଫୋରମ ଉକ୍ତ ଚିନ୍ତାଧାରାର ଶକ୍ତିକୁ ବହୁଗୁଣିତ କରିବା ଲାଗି କାମ କରୁଛି। ବିଶ୍ୱ ପରିସ୍ଥିତି ଏବଂ ଭୂ-ଅର୍ଥନୀତି ଉପରେ ଫୋରମରେ ବ୍ୟାପକ ଆଲୋଚନା ହୋଇଛି ବୋଲି କହି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ବିଶ୍ୱ ପରିପ୍ରେକ୍ଷୀରେ ଦେଖିଲେ ଭାରତର ଅର୍ଥନୀତିର ଶକ୍ତି ଅନୁଭବ କରାଯାଇପାରିବ। ସେ ଉଲ୍ଲେଖ କରିଥିଲେ ଯେ ଭାରତ ବର୍ତ୍ତମାନ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଏବଂ ଖୁବ୍…

Read More

ବାଣପୁର: ଚିଲିକା -ବାଲୁଗାଁ ରୋଟାରୀ କ୍ଲବ୍ ପକ୍ଷରୁ ଆଜି ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ଏକ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଲଵର ସଭାପତି ରୋଟାରିଆନ ଗଜେନ୍ଦ୍ର ସେଠି ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିକିତ୍ସକ ରୋଟାରୀଆନ ଡାକ୍ତର ସୁରେନ୍ଦ୍ରନାଥ ଦାସଙ୍କ ନେତୃତ୍ୱରେ ଅୟୋଜିତ ଉକ୍ତ ଦାତବ୍ୟ ଚିକିତ୍ସା ଶିବିରରେ ବ୍ରହ୍ମପୁରସ୍ଥିତ ରୁବି ଚକ୍ଷୁ ଚିକିତ୍ସାଳୟର ଡାକ୍ତର ସାକ୍ଷୀ ନଉଟିଆଲ, ଡାକ୍ତର ପ୍ରତିମା ଗୌଡ଼,ଡାକ୍ତର ସୁଜିତ୍ କୁମାର ଦାଶ ଓ ସହକର୍ମୀବୃନ୍ଦ ଚିକିତ୍ସାରେ ସହୟତା କରିଥିଲେ। ଏଥିରେ ବାଣପୁର ଓ ଗମ୍ଭାରୀମୁଣ୍ଡା ଅଞ୍ଚଳର ପଚାଶରୁ ଉର୍ଦ୍ଧ୍ବ ରୋଗୀଙ୍କର ଚକ୍ଷୁ ଚିକିତ୍ସା କରାଯାଇଥିଲା। ଚିଲିକା- ବାଲୁଗାଁ ରୋଟାରୀ କ୍ଲବର ସମ୍ପାଦକ ରୋଟରିଆନ ଯଦୁମଣୀ ତରାଇ , ପୂର୍ବତନ ସଭାପତି ସତ୍ୟେନ୍ଦ୍ର ସ୍ୱାଇଁ, ଜାନକୀବଲ୍ଲଭ ପଟ୍ଟନାୟକ, ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା, ଭାଗିରଥୀ ସ୍ୱାଇଁ, ସୁକାନ୍ତ ବିଶ୍ୱାଳ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ନବାଗତ…

Read More

ବାଣପୁର: ଆଜି ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପିଠ ଦର୍ଶନ କରିବା ସହ ମନ୍ଦିର ପରିସରରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ। ମନ୍ଦିର ପରିସରରେ ଭକ୍ତଙ୍କ ସୁବିଧା ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଥିବା ବେଳେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିଜସ୍ୱ ବିଧାୟକ ପାଣ୍ଠିରୁ ଏଥିପାଇଁ ଅର୍ଥରାଶି ମଞ୍ଜୁର କରିଛନ୍ତି। ଆଜି ମନ୍ତ୍ରୀ ଉକ୍ତ ପିଠ ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟ କିପରି ଶୀଘ୍ର ସମାପ୍ତ ହେବ ସେ ଦିଗରେ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ସଭ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମାଜସେବୀ ନନ୍ଦକିଶୋର ମିଶ୍ର, ହନୁମାନ ଚାଳିଶା କମିଟି ସଭ୍ୟ ରାଧାମୋହନ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ଦେବଦତ୍ତ ପାତ୍ର,ସୀତାରାମ…

Read More

ବାଣପୁର: କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଉଠିଛନ୍ତି ଗୋ ମାଫିଆ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଏକ ଗୋରୁ ବୋଝେଇ ପିକ ଅପ ଭ୍ୟାନକୁ ବଜରଙ୍ଗ ଦଳ ଅଟକାଇ ପୋଲିସକୁ ସୂଚନା ଦେଇଛି। ଫଳରେ ଉକ୍ତ ଭ୍ୟାନରୁ ୨୩ ଗୋଟି ଗୋରୁ ଉଦ୍ଧାର ହୋଇଥିବା ବେଳେ ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।  ଏ ନେଇ ଟାଙ୍ଗୀ ପ୍ରଖଣ୍ଡ ବଜରଙ୍ଗ ଦଳ ସଦସ୍ୟ ରଞ୍ଜନ ବଡ଼ଜେନା ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଗତକାଲି ରାତିରେ ଖୋର୍ଦ୍ଧାରୁ ବାଲୁଗାଁ ଅଭିମୁଖେ ଯାଉଥିବା ଓଡି-୨୫-ଏମ -୧୧୩୮ ନମ୍ବର ବିଶିଷ୍ଟ ଏକ ପିକ ଅପ ଗାଡ଼ିରେ ଗୋ ଚାଲାଣ ହେବା ସୂଚନା ପାଇ ସୋଲରି ଜାତୀୟ ରାଜପଥ ନିକଟରେ ବଜରଙ୍ଗ ଦଳ କର୍ମକର୍ତ୍ତା ଉକ୍ତ ଗାଡିକୁ ଅଟକାଇବା ପାଈଁ ଚେଷ୍ଟା କରିଥିଲେ। ତେବେ ଗାଡି ନ ଅଟକି ୟୁ ଟର୍ନ ନେଇ ପୁନଶ୍ଚ ଖୋର୍ଦ୍ଧା ଅଭିମୁଖେ ଦୃତ…

Read More

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ବିଷପାନ କରି ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲରେ ଚିକିତ୍ସତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି। ଏ ନେଇ ଡାକ୍ତର ବାଣପୁର ପୋଲିସକୁ ସୂଚନା ଦେଇଛନ୍ତି। ପୋଲିସ ସୂଚନା ମୁତାବକ ଟାଙ୍ଗୀ ଚାନ୍ଦପୁର ଅଞ୍ଚଳରଅନୁସୂୟା ମୁଦୁଲି (୩୦) ଦଶ ବର୍ଷ ତଳେ ବିଷ୍ଣୁଡ଼ିହ ପଞ୍ଚାୟତ ଖଣତ ଗ୍ରାମର ଅଭିମନ୍ୟୁ ମୁଦୁଲିଙ୍କ ପୁତ୍ର ଉଲ୍ଲାସ ମୁଦୁଲିଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ତେବେ ଆଜି କୌଣସି କାରଣବଶତଃ ଅନୁସୂୟା ଚାଉଳ ଔଷଧ(ବିଷ) ଖାଇଦେଇଥିଲେ। ଅନୁସୂୟାଙ୍କୁ ଗୁରୁତର ଅବସ୍ଥାରେ ପରିବାରବର୍ଗ ବାଣପୁର ମେଡିକାଲ ଆଣିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ବାଣପୁର ପୋଲିସ ଶବ ଜବତ କରିତଦନ୍ତ ଆରମ୍ଭ କରିଦେଇଛି। ସୂଚନା ଥାଉକି ମୃତ ଅନୁସୂୟାଙ୍କ ଦୁଇ ଗୋଟି ସନ୍ତାନ ଅଛନ୍ତି।

Read More

ନୂଆଦିଲ୍ଲୀ: ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ୨୭୬ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହା ଦିନିକିଆ କ୍ରିକେଟରେ ଅଷ୍ଟ୍ରେଲିଆର ଦ୍ୱିତୀୟ ସର୍ବବୃହତ ରନ ବିଜୟ। କଙ୍ଗାରୁ ଦଳ ଟ୍ରାଭିସ୍ ହେଡ୍, ମିଚେଲ୍ ମାର୍ଶ ଏବଂ କ୍ୟାମେରନ୍ ଗ୍ରୀନ୍ ଙ୍କ ଶତକ ସହାୟତାରେ ୪୩୧ ରନର ଏକ ବିଶାଳ ସ୍କୋର କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୧୫୫ ରନରେ ଅଟକିଯାଇଥିଲା। ଏହା ୨୦୨୫ରେ ଦିନିକିଆରେ ଯେକୌଣସି ଦଳର ସବୁଠାରୁ ବଡ଼ ବିଜୟ। ଅଷ୍ଟ୍ରେଲିଆ ପାଇଁ ୪ ଜଣ ବ୍ୟାଟ୍ସମ୍ୟାନ୍ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଚାରି ଜଣ ୫୦ କିମ୍ବା ତା’ଠାରୁ ଅଧିକ ସ୍କୋର କରିଥିଲେ। ୨୦୨୫ର ସବୁଠାରୁ ବଡ଼ ବିଜୟ ଭାରତ ଏକଦିବସୀୟ କ୍ରିକେଟ ଇତିହାସରେ ସବୁଠାରୁ ବଡ଼ ବିଜୟର ରେକର୍ଡ ରଖିଛି, ଯାହା ୨୦୨୩ରେ ଶ୍ରୀଲଙ୍କାକୁ ୩୧୭ ରନ ବ୍ୟବଧାନରେ ପରାସ୍ତ କରିଥିଲା। ଏବେ ଅଷ୍ଟ୍ରେଲିଆ ୨୦୨୫ରେ ରନ ବ୍ୟବଧାନରେ ସବୁଠାରୁ ବଡ଼ ବିଜୟ ହାସଲ କରିଛି।…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ଉପକଣ୍ଠ ତଥା ଗୋପାଳପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ସାଲବେଗ ନଗର ରାସ୍ତା ଉପରେ ଏକ ଟ୍ରକ୍ ଧକ୍କାରେ ଏସ୍ ପାପେୟା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୁଚନା ଅନୁଯାୟୀ, ଦିଗିପୁର ଗ୍ରାମର ପାପେୟା ନିଜ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ କଲିକତାରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଯାହା ଫଳରେ ରାସ୍ତାର ଏପାଖରେ ପାପେୟା ଗୁରୁତର ଅବସ୍ଥାରେ ଛିଟିକି ପଡ଼ିଥିବା ବେଳେ ମୋଟରସାଇକେଲଟି ଅପର ପାର୍ଶ୍ୱରେ ପଡ଼ିଥିଲା। ଖବର ପାଇ ଗୋପାଳପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ଅନ୍ୟ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଆହତ ପାପେୟା ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ଏହାପରେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଜବତ କରି ଚାଳକ ଶ୍ରୀନିବାସକୁ ଥାନାରେ ଅଟକ ରଖିଥିଲେ। ଗୁରୁତର ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୋଲିସ ଡାକ୍ତରଖାନାରେ…

Read More

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଯୌତୁକ ସମ୍ପର୍କିତ ନିକି ହତ୍ୟା ମାମଲାର ଏକ ବଡ ଆଶ୍ଚର୍ଯ୍ୟଜନକ ଘଟନା ସାମ୍ନାକୁ ଆସିଛି। ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀ ବିପିନର ପୋଲିସ ସହିତ ଏନକାଉଣ୍ଟର ହୋଇଛି। ପୋଲିସ ସହିତ ଏହି ଏନକାଉଣ୍ଟରରେ ଅଭିଯୁକ୍ତ ବିପିନଙ୍କ ଗୋଡରେ ଗୁଳି ବାଜିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ବିପିନ ଡାକ୍ତରୀ କରାଇବା ସମୟରେ ଖସିଯିବାକୁ ଚେଷ୍ଟା କରିଥିଲେ। ବିପିନର ଏନକାଉଣ୍ଟର ପରେ ନିକିଙ୍କ ବାପା କହିଛନ୍ତି ଯେ ବିପିନଙ୍କ ଛାତିରେ ଗୁଳି ବାଜିବା ଉଚିତ। ଯୌତୁକ ଦାବିକୁ ନେଇ ତାଙ୍କ ପତ୍ନୀ ନିକିଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ବିପିନ ଭାଟି କହିଛନ୍ତି ଯେ, ମୋର କୌଣସି ଅନୁତାପ ନାହିଁ। ମୁଁ ତାଙ୍କୁ ହତ୍ୟା କରିନାହିଁ, ସେ ନିଜେ ମୃତ୍ୟୁବରଣ କରିଛନ୍ତି। ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହୁଏ, ଏହା ବହୁତ ସାଧାରଣ। ପୋଲିସ ସହିତ ଏନକାଉଣ୍ଟର ସମୟରେ ଗୋଡରେ ଗୁଳି ବାଜିବା ପରେ ଅଭିଯୁକ୍ତ…

Read More

ବାଣପୁର: ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ଅନ୍ତର୍ଗତ ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ-୨ ପରିସରରେ ବରିଷ୍ଠ ନାଗରିକ ସଂଘ, ବାଣପୁରର ପ୍ରଥମ ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ। ବରିଷ୍ଠ ନାଗରିକ ଏ ଦେଶ ଓ ଜାତିର କର୍ଣ୍ଣଧାର, ସେମାନଙ୍କ ବଳିଷ୍ଠ ଉପଦେଶ ଓ ଦିଗଦର୍ଶନ ଆମ ସମାଜକୁ ଅଧିକ ଉନ୍ନତ କରିଥାଏ। ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସମ୍ମାନ ଆମ ସମସ୍ତଙ୍କ ଦାୟିତ୍ୱ ଅଟେ। ସମାଜ ଗଠନରେ ସେମାନଙ୍କର ଅବଦାନ ସର୍ବଦା ସ୍ମରଣୀୟ। ଆସନ୍ତୁ ସେମାନଙ୍କ ସମ୍ମାନ, ସୁରକ୍ଷା ଏବଂ ସୁସ୍ଥତା ପାଇଁ ଆମେ ସମସ୍ତେ ଯତ୍ନବାନ୍ ହେବା ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ବରିଷ୍ଠ ନାଗରିକ ସଂଘର‌ ମୁଖ୍ୟ ଉପଦେଷ୍ଟା ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ,…

Read More

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ଚମ୍ପାଇ ସୋରେନଙ୍କୁ ଆଜି ସକାଳେ ଗୃହ ବନ୍ଦୀ କରାଯାଇଛି। ସେ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ନଗଡିର ଆଦିବାସୀ ଏବଂ ଚାଷୀଙ୍କ ସ୍ୱର ଉଠାଇବାରୁ ତାଙ୍କୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଚାଷୀଙ୍କ ଜମି ବଞ୍ଚାଇବା ପାଇଁ ଚମ୍ପାଇ ସୋରେନ ଆଜି ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ।

Read More

ଭୁବନେଶ୍ଵର: ଭାରତ ଓଡ଼ିଶା ଉପକୂଳରେ ସମନ୍ୱିତ ବାୟୁ ପ୍ରତିରକ୍ଷା ଅସ୍ତ୍ର ପ୍ରଣାଳୀ (IADWS)ର ପ୍ରଥମ ଉଡ଼ାଣ ପରୀକ୍ଷଣ ସଫଳତାର ସହ ସମାପ୍ତ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ IADWS, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଏବଂ ସଶସ୍ତ୍ର ବାହିନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶନିବାର ରାତି ୧୨:୩୦ ରେ ଓଡ଼ିଶା ଉପକୂଳରେ ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀର ଉଡ଼ାଣ ପରୀକ୍ଷଣ କରାଯାଇଥିଲା। IADWS ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଅପରେସନ ସିନ୍ଦୁରର ସାଢ଼େ ତିନି ମାସ ପରେ ନୂତନ ବାୟୁ ପ୍ରତିରକ୍ଷା ପ୍ରଣାଳୀର ଉଡ଼ାଣ ପରୀକ୍ଷଣ କରାଯାଇଛି। IADWS ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯେଉଁଥିରେ ସମସ୍ତ ସ୍ୱଦେଶୀ ଦ୍ରୁତ ପ୍ରତିକ୍ରିୟା ପୃଷ୍ଠରୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ (VSHORDS) କ୍ଷେପଣାସ୍ତ୍ର ଏବଂ ଉଚ୍ଚ-ଶକ୍ତି ଲେଜର-ଆଧାରିତ ନିର୍ଦ୍ଦେଶିତ ଶକ୍ତି ଅସ୍ତ୍ର (DEW) ପ୍ରଣାଳୀ ଅନ୍ତର୍ଭୁକ୍ତ। ସୁଦର୍ଶନ ଚକ୍ରରେ କ’ଣ ବିଶେଷତା ଅଛି? ଭାରତର ଉନ୍ନତ କ୍ଷେପଣାସ୍ତ୍ର ପ୍ରତିରକ୍ଷା…

Read More

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଚେତେଶ୍ୱର ପୂଜାରା କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଏକ ଭାବପ୍ରବଣ ପୋଷ୍ଟରେ ଲେଖିଛନ୍ତି ଯେ, “ଭାରତୀୟ ଜର୍ସି ପିନ୍ଧିବା, ଜାତୀୟ ସଙ୍ଗୀତ ଗାଇବା ଏବଂ ପଡ଼ିଆରେ ପାଦ ଦେବା ସମୟରେ ପ୍ରତ୍ୟେକ ଥର ମୋର ସର୍ବୋତ୍ତମ ଦେବାକୁ ଚେଷ୍ଟା କରିବା, ଏହି ଜିନିଷଗୁଡ଼ିକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ। କିନ୍ତୁ ସେମାନେ ଯେପରି କୁହନ୍ତି, ପ୍ରତ୍ୟେକ ଭଲ ଜିନିଷର ଅନ୍ତ ହେବାକୁ ପଡିବ। ମୁଁ ଭାରତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି।” ଚେତେଶ୍ୱର ପୂଜାରା ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ, “ରାଜକୋଟର ଏକ ଛୋଟ ସହରର ଜଣେ ଛୋଟ ପୁଅ ଭାବରେ, ମୋ ପିତାମାତାଙ୍କ ସହିତ, ମୁଁ ତାରକାମାନଙ୍କ ପାଇଁ ଲକ୍ଷ୍ୟ ରଖିଥିଲି ଏବଂ ଭାରତୀୟ କ୍ରିକେଟ ଦଳର ଅଂଶ ହେବାର ସ୍ୱପ୍ନ ଦେଖିଥିଲି। ସେତେବେଳେ ମୁଁ କଳ୍ପନା କରି ନଥିଲି ଯେ, ଏହି ଖେଳ…

Read More

ନୂଆଦିଲ୍ଲୀ: ୩୦ ଦିନର ଗିରଫଦାରୀ ଏବଂ ସମ୍ବିଧାନ ସଂଶୋଧନ ଉପରେ ଗଠିତ ମିଳିତ ସଂସଦୀୟ କମିଟି (JPC) ମାମଲାରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଟିଏମସି ପରେ ଏବେ ସମାଜବାଦୀ ପାର୍ଟି ମଧ୍ୟ ଏହାର ବିରୋଧ କରିଛି। ତୃଣମୂଳ କଂଗ୍ରେସ (TMC) ଏବଂ ସମାଜବାଦୀ ପାର୍ଟି (SP) ଏହି କମିଟିରେ ଅଂଶଗ୍ରହଣ କରିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି। ଟିଏମସିର ବୟକଟ ପୂର୍ବରୁ ନିଶ୍ଚିତ ବୋଲି ବିବେଚନା କରାଯାଉଥିଲା, କିନ୍ତୁ SPର ନିଷ୍ପତ୍ତି ବିରୋଧୀ ଶିବିରରେ ହଇଚଇ ସୃଷ୍ଟି କରିଛି। ଏବେ ବିରୋଧୀ ଏକତା ନାମରେ କଂଗ୍ରେସ ଉପରେ ଚାପ ବୃଦ୍ଧି ପାଇଛି। କଂଗ୍ରେସ ଏପର୍ଯ୍ୟନ୍ତ JPCରେ ଯୋଗଦେବା ସପକ୍ଷରେ ଥିଲା, କିନ୍ତୁ SPର ମତ ଦଳ ଭିତରେ ସନ୍ଦେହ ସୃଷ୍ଟି କରିବା ଆରମ୍ଭ କରିଛି। ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ TMCକୁ ସମର୍ଥନ କରିବା ସହିତ ଏହି ବିଲ୍‌କୁ ଦୃଢ଼ ବିରୋଧ କରିଥିଲେ। ଟାଇମ୍ସ ଅଫ୍ ଇଣ୍ଡିଆକୁ ସେ…

Read More

ନୂଆଦିଲ୍ଲୀ: ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ଗିରଫଦାରୀ ଉପରେ ବରିଷ୍ଠ କଂଗ୍ରେସ ନେତା ଏବଂ ସାଂସଦ ଶଶି ଥରୁର ଚିନ୍ତା ପ୍ରକାଶ କରିଛନ୍ତି। ସେ ପ୍ରତିଶୋଧର ରାଜନୀତି ପରିତ୍ୟାଗ କରି ପୂର୍ବତନ ରାଷ୍ଟ୍ରପତିଙ୍କୁ ସମ୍ମାନର ସହିତ ବ୍ୟବହାର କରିବାକୁ କଲମ୍ବୋକୁ ନିବେଦନ କରିଛନ୍ତି। କଂଗ୍ରେସ ସାଂସଦ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି କହିଛନ୍ତି ଯେ, ମୁଁ ସାମାନ୍ୟ ଅଭିଯୋଗରେ ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ଅଟକ ବିଷୟରେ ଚିନ୍ତିତ। ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ତାଙ୍କୁ ପୂର୍ବରୁ ଜେଲ ହସ୍ପିଟାଲକୁ ନିଆଯାଇଛି। ଶଶି ଥରୁର ଚିନ୍ତା ପ୍ରକାଶ କରିଛନ୍ତି ସେ କହିଛନ୍ତି ଯେ, ମୁଁ ଶ୍ରୀଲଙ୍କା ସରକାରଙ୍କୁ ଏବଂ ପୂର୍ଣ୍ଣ ସମ୍ମାନର ସହିତ ନିବେଦନ କରୁଛି ଯେ ଏହା ସେମାନଙ୍କର ଆଭ୍ୟନ୍ତରୀଣ ବିଷୟ, ପ୍ରତିଶୋଧର ରାଜନୀତି ପରିତ୍ୟାଗ କରନ୍ତୁ। ଶଶି ଥରୁର କହିଛନ୍ତି ଯେ, ଶ୍ରୀଲଙ୍କା ସରକାର ଦେଶ ପ୍ରତି ଦଶନ୍ଧି ଧରି…

Read More