Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋରୁ ବୋଝେଇ ଗାଡ଼ିକୁ ଧରିଲା ବଜରଙ୍ଗ ଦଳ: ବାଣପୁର ଥାନାରେ ମାମଲା ରୁଜୁ
ଆଜିର ଖବର

ଗୋରୁ ବୋଝେଇ ଗାଡ଼ିକୁ ଧରିଲା ବଜରଙ୍ଗ ଦଳ: ବାଣପୁର ଥାନାରେ ମାମଲା ରୁଜୁ

August 24, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗୋ ମାଫିଆ
କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଉଠିଛନ୍ତି ଗୋ ମାଫିଆ

ବାଣପୁର: କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଉଠିଛନ୍ତି ଗୋ ମାଫିଆ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଏକ ଗୋରୁ ବୋଝେଇ ପିକ ଅପ ଭ୍ୟାନକୁ ବଜରଙ୍ଗ ଦଳ ଅଟକାଇ ପୋଲିସକୁ ସୂଚନା ଦେଇଛି। ଫଳରେ ଉକ୍ତ ଭ୍ୟାନରୁ ୨୩ ଗୋଟି ଗୋରୁ ଉଦ୍ଧାର ହୋଇଥିବା ବେଳେ ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।  ଏ ନେଇ ଟାଙ୍ଗୀ ପ୍ରଖଣ୍ଡ ବଜରଙ୍ଗ ଦଳ ସଦସ୍ୟ ରଞ୍ଜନ ବଡ଼ଜେନା ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ ଗତକାଲି ରାତିରେ ଖୋର୍ଦ୍ଧାରୁ ବାଲୁଗାଁ ଅଭିମୁଖେ ଯାଉଥିବା ଓଡି-୨୫-ଏମ -୧୧୩୮ ନମ୍ବର ବିଶିଷ୍ଟ ଏକ ପିକ ଅପ ଗାଡ଼ିରେ ଗୋ ଚାଲାଣ ହେବା ସୂଚନା ପାଇ ସୋଲରି ଜାତୀୟ ରାଜପଥ ନିକଟରେ ବଜରଙ୍ଗ ଦଳ କର୍ମକର୍ତ୍ତା ଉକ୍ତ ଗାଡିକୁ ଅଟକାଇବା ପାଈଁ ଚେଷ୍ଟା କରିଥିଲେ। ତେବେ ଗାଡି ନ ଅଟକି ୟୁ ଟର୍ନ ନେଇ ପୁନଶ୍ଚ ଖୋର୍ଦ୍ଧା ଅଭିମୁଖେ ଦୃତ ଗତିରେ ପଳାଇଥିଲା। ବଜରଙ୍ଗ ଦକ କର୍ମକର୍ତ୍ତାପୁନଶ୍ଚ ଉକ୍ତ ଗାଡିକୁ ପିଛା କରିବାରୁ ଗାଡିଟି ସୁନାଖଳା ରୁ ଗମ୍ଭାରୀମୁଣ୍ଡା ରାସ୍ତା ଦେଇ ବାଣପୁର ବଡହନ୍ତୁଆଡ଼ ମୁସଲିମ ସାହି ନିକଟରେ ଗାଡିକୁ ଛାଡି ଚାଳକ ଓ ସହଯୋଗୀ ଫେରାର ହୋଇଯାଇଥିଲେ।

ବଜରଙ୍ଗ ଦଳ କର୍ମକର୍ତ୍ତା ଏ ନେଇ ତୁରନ୍ତ ବାଣପୁର ପୋଲିସକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଜବତ କରିବା ସହ ଉକ୍ତ ଗାଡ଼ିରୁ ୨୩ ଗୋଟି ଗୋରୁ ଉଦ୍ଧାର କରି ସୋଲରି ନିକଟସ୍ଥ ଗୋଶାଳାକୁ ହସ୍ତାନ୍ତର କରିଛି। ତେବେ ଉକ୍ତ ୨୩ ଗୋଟି ଗୋରୁ ମଧ୍ୟରୁ ୨ ଗୋଟି ବଳଦ ମରିଯାଇଥିବା ଅଭିଯୋଗକାରି ଏତଲାରେ ଉଲ୍ଲେଖ କରିଛନ୍ତି। ଏ ନେଇ ବାଣପୁର ପୋଲିସ କେସ ନମ୍ବର ୩୧୦/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଗୋରୁ ବୋଝେଇ ଗାଡ଼ି ବାଣପୁର ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026
Latest News

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026

ଷ୍ଟ୍ରୋକ୍ ସଚେତନତା ଅଭିଯାନ – ଆଇଏଫଆଇ ଫାଉଣ୍ଡେସନକୁ ଅନ୍ତର୍ଜାତୀୟ ସମ୍ମାନ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.