ପୁରୀ: ଆଜି ୭୯ ତମ ସ୍ୱାଧୀନତା ଦିବସ ଅବସରରେ ପୁରୀ ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦ ମେଡ଼ିକାଲ କଲେଜରେ ଆୟୋଜିତ ରକ୍ତଦାନ ଶିବିରକୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଶୁଭାରମ୍ଭ କରିଥିଲେ। ତତ୍ ସହିତ ସେଠାରେ ରକ୍ତଦାନ କରୁଥିବା ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିବା ସହିତ ଶିବିରରେ ରକ୍ତ ସଂଗ୍ରହ କରୁଥିବା ମେଡିକାଲ କର୍ମଚାରୀ ଓ ଆୟୋଜକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ପୁରୀ ଲୋକସଭା କ୍ଷେତ୍ରର ସାଂସଦ ଡ଼ାଃ ସମ୍ବିତ ପାତ୍ର, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପୁରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ ଷଢଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।
Author: SM Network
ପୁରୀ: ଆଜି ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ -୨୦୨୫ ସମାରୋହ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମ ତ୍ୟାଗ, ବଳିଦାନ, ଜାତୀୟତା, ସ୍ୱଦେଶ ପ୍ରୀତି ଓ ଆତ୍ମୋତ୍ସର୍ଗର ମହତ୍ତ୍ବପୂର୍ଣ୍ଣ ଅଧ୍ୟାୟ ।ଦେଶର ସ୍ଵାଧୀନତା, ଅଖଣ୍ଡତା ଏବଂ ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ଲକ୍ଷ ଲକ୍ଷ ସ୍ଵାଧୀନତା ସଂଗ୍ରାମୀ ବୀର ଏବଂ ବିରଙ୍ଗନାମାନଙ୍କୁ ମନ୍ତ୍ରୀ ମହୋଦୟ ପ୍ରଣାମ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ପୁରୀ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦିବ୍ୟଜ୍ୟୋତି ପରିଡ଼ା,ଜିଲ୍ଲା ଆରକ୍ଷୀ ଅଧିକ୍ଷକଶ୍ରୀ ପିନାକ ମିଶ୍ରଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀ ଗଣ,କର୍ମଚାରୀ ବୃନ୍ଦ,ଜିଲ୍ଳାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ଛାତ୍ର-ଛାତ୍ରୀ ମାନେ ଉପସ୍ଥିତ ଥିଲେ।
ଭୁବନେଶ୍ୱର: 79ତମ ସ୍ୱାଧୀନତା ଦିବସ ଅବସରରେ, ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସମଗ୍ର ପୂର୍ବ ତଟ ରେଳପଥ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ କର୍ମଚାରୀମାନଙ୍କର ଅଟଳ ସମର୍ପଣ ଏବଂ ସାମୂହିକ ପ୍ରୟାସକୁ ପ୍ରଶଂସା କରିଛନ୍ତି, ଯାହା ବର୍ଷ ପରେ ବର୍ଷ ଭାରତୀୟ ରେଳପଥରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଏହି ଜୋନକୁ ନିରନ୍ତର ସ୍ଥାନ ଦେଇଆସୁଛି। ପୂର୍ବ ତଟ ରେଳପଥ ଚଳିତ ଆର୍ଥିକ ବର୍ଷ 2025-26 ରେ ମାତ୍ର 134 ଦିନରେ 100 ନିୟୁତ ଟନ୍ (MT) ମାଲ ପରିବହନ ହାସଲ କରିବାରେ ଦେଶର ପ୍ରଥମ ରେଳ ଜୋନ ହୋଇ ଇତିହାସ ସୃଷ୍ଟି କରିଛି – ଯାହା 2024 -25 ରେ ସ୍ଥାପନ ହୋଇଥିବା 148 ଦିନର ପୂର୍ବ ରେକର୍ଡ ତୁଳନାରେ ଏକ ଉଲ୍ଲେଖନୀୟ ଉନ୍ନତି। 12 ଅଗଷ୍ଟ 2025 ରେ ହାସଲ ହୋଇଥିବା ଏହି ସଫଳତା, ଗତ ବର୍ଷ ତୁଳନାରେ 14 ଦିନ ଆଗୁଆ ଏବଂ ସମାନ…
କଲିକତା: ପଶ୍ଚିମବଙ୍ଗରୁ ଏକ ଦୁଃଖଦ ଖବର ଆସିଛି। ବର୍ଦ୍ଧମାନ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଯାତ୍ରୀ ଆହତ ହୋଇଛନ୍ତି। ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ଏକ ଘରୋଇ ବସ୍ ଧକ୍କା ଦେଇଥିଲା। ବସ୍ ପଛରୁ ଟ୍ରକ୍ କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କିଛି ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ନୂଆଦିଲ୍ଲୀ: ଭାରତ ଏପର୍ଯ୍ୟନ୍ତ ସେମିକଣ୍ଡକ୍ଟର ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା। ପ୍ରତିବର୍ଷ ସେମିକଣ୍ଡକ୍ଟର ଆମଦାନୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଏବେ ପରିସ୍ଥିତି ବଦଳିବାକୁ ଯାଉଛି। ଆଜି ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ତାଙ୍କ ଭାଷଣରେ କହିଥିଲେ ଯେ, ଦେଶର ପ୍ରଥମ ‘ମେଡ୍ ଇନ୍ ଇଣ୍ଡିଆ’ ସେମିକଣ୍ଡକ୍ଟର ଚିପ୍ ବର୍ଷ ଶେଷ ସୁଦ୍ଧା ବଜାରକୁ ଆସିବ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ଶୁଳ୍କ ମଧ୍ୟରେ ଭାରତକୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାରଙ୍କ ପ୍ରୟାସ ବିଷୟରେ କହିଥିଲେ। ସେ ଦେଶର ଅନେକ ରଣନୈତିକ ଶିଳ୍ପକୁ ସମର୍ଥନ କରିବା ପାଇଁ ଶକ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ ହେବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ବର୍ତ୍ତମାନ ଚୀନ୍, ତାଇୱାନ, ଦକ୍ଷିଣ କୋରିଆ, ଜାପାନ ଏବଂ ଆମେରିକା ଭଳି ଦେଶରେ ସେମିକଣ୍ଡକ୍ଟର ଚିପ୍ସ ବଡ଼…
ନୂଆଦିଲ୍ଲୀ: ଆଜି ଦେଶରେ ୭୯ ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ସମସ୍ତ ଦେଶବାସୀ ଦେଶପ୍ରେମର ରଙ୍ଗରେ ରଙ୍ଗିତ। ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଏହି ଐତିହାସିକ ଦିନରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରି ପତାକା ଉତ୍ତୋଳନ କରିଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବପିଢ଼ିଙ୍କ ପାଇଁ ନୂତନ ପ୍ରଧାନମନ୍ତ୍ରୀ ବିକାଶ ଭାରତ ଯୋଜନା ଆରମ୍ଭ କରିବାର ଘୋଷଣା କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଏହି ଯୋଜନା ଅଧୀନରେ ଯୁବକମାନଙ୍କୁ ଚାକିରି ଆରମ୍ଭ କରିବା ସମୟରେ ୧୫ ହଜାର ଟଙ୍କା ମିଳିବ। ସର୍ବଶେଷରେ ଏହି ଯୋଜନା କ’ଣ ଏବଂ ଏଥିରେ ଯୁବକମାନେ କିପରି ଲାଭ ପାଇବେ? ଆସନ୍ତୁ ଏହି ପ୍ରଧାନମନ୍ତ୍ରୀ ବିକାଶ ଭାରତ ଯୋଜନା ସହିତ ଜଡିତ ସମ୍ପୂର୍ଣ୍ଣ ସୂଚନା ଜାଣିବା…. ଯୁବକମାନଙ୍କୁ ୧୫ ହଜାର ଟଙ୍କା ମିଳିବ ଦେଶସାରା ବିଭିନ୍ନ ଲୋକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ସରକାର ବିଭିନ୍ନ ପ୍ରକାରର…
ଭୁବନେଶ୍ଵର: ଯେତେବେଳେ ରାବଣ ବିଷୟରେ ଉଲ୍ଲେଖ କରାଯାଏ, ସେତେବେଳେ ଅହଂକାରରେ ଭରି ରହିଥିବା ଏକ ରାକ୍ଷସର ଚିତ୍ର ସାମ୍ନାକୁ ଆସେ। କିନ୍ତୁ ରାବଣର ଜ୍ଞାନ ବିଷୟରେ କହିବାକୁ ଗଲେ, ତାଙ୍କ ଭଳି ପ୍ରଖର ବୁଦ୍ଧି ଏହି ପୃଥିବୀରେ କେହି ନାହିଁ। ରାକ୍ଷସ ହେବା ସହିତ ସେ ଜଣେ ବିଦ୍ଵାନ ପଣ୍ଡିତ, ତାନ୍ତ୍ରିକ ଏବଂ ଜ୍ୟୋତିଷ ମଧ୍ୟ ଥିଲେ। ରାବଣ ବହୁତ ଭଲ ଭାବରେ ଜାଣିଥିଲେ ଯେ, ମନ୍ତ୍ରରେ ବହୁତ ଶକ୍ତି ଅଛି, ସେ ମନ୍ତ୍ର ଜପ କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିଥିଲେ। ରାବଣ ଶିବ ତାଣ୍ଡବ ସ୍ତୋତ୍ର ଏବଂ ରାବଣ ସଂହିତା ରଚନା କରିଛନ୍ତି। ରାବଣ ସଂହିତାରେ ଅନେକ ଜ୍ୟୋତିଷ ଶାସ୍ତ୍ର ବର୍ଣ୍ଣନା କରାଯାଇଛି, ଯେଉଁଥିରେ ଧନୀ ହେବାକୁ ମନ୍ତ୍ର କୁହାଯାଇଛି, ସେଗୁଡିକୁ ଅନୁସରଣ କରୁଥିବା ଲୋକଙ୍କ ଭାଗ୍ୟର ତାଲା ଖୋଲିଯାଏ ବୋଲି କୁହାଯାଏ। ରାବଣ ଠାରୁ ଧନୀ ହେବାକୁ ମନ୍ତ୍ର ଶିଖନ୍ତୁ: ଯଦି ଆୟ ବଢୁନାହିଁ, ତେବେ ପ୍ରଗତିର ବାଧାବିଘ୍ନ…
ଉପେନ୍ଦ୍ର ବଳିୟାରସିଂହ ଶାରୀରିକ ତ୍ୟାଗ ତ ଜୀବ ତୁରନ୍ତ କରିପାରେ। କିନ୍ତୁ ମାନସିକ ତ୍ୟାଗ କରିବା ବଡ କଠିନ ଅଟେ। ମାନସିକ ତ୍ୟାଗ ନକରି, କେବଳ ଶାରୀରିକ ତ୍ୟାଗ କଲେ, ଦମ୍ଭୀ ବୋଲି ଗଣା ହୁଏ। ମାନସିକ ତ୍ୟାଗ ହିଁ ମୁଖ୍ୟ ଅଟେ। ଶରୀର ଯେଉଁଠି ବି ଥାଉ, କିନ୍ତୁ ମନ କେବେ ହେଲେ ଇଶ୍ଵରଙ୍କ ଠାରୁ ଦୂରରେ ନରହିବା ଉଚିତ। ବୃତ୍ତ ଓ ଅବୃତ୍ତ ନାମକ ଦୁଇ ସାଧୁଙ୍କ ଦୃଷ୍ଟାନ୍ତ ଦେଖନ୍ତୁ… ସେ ଦୁଇଜଣ ଯାତ୍ରା କରୁଥିଲେ। ପ୍ରୟାଗରାଜ ଆଡକୁ ଯାଇଥିଲେ। ଜନ୍ମାଷ୍ଟମୀ ଥିଲା। ତେଣୁ ବେଣୀମାଧବଙ୍କ ଦର୍ଶନ କରିବା ପାଇଁ ଚାହୁଁଥିଲେ। ଚାଲିଚାଲି ରାତି ହେଇଗଲା, ଥକି ଯାଇଥିଲେ। ଏକ ବେଶ୍ୟାଗୃହ ପାଖରେ ପହଞ୍ଚିଲେ। ଅବୃତ୍ତ କହିଲା, “ଜୋରଦାର ବର୍ଷା ହେଉଛି। ଅନ୍ଧକାର ହେଇଛି, ରାସ୍ତା ଦେଖାଯାଉନାହିଁ। ଏବଂ ମୁଁ ମଧ୍ୟ ଥକି ଗଲାଣି, ତେଣୁ ମୁଁ ଏହି ଘରେ ହିଁ ରହିଯିବି। ତୋର ଯଦି ଯିବାର ଅଛି,…
ନୂଆଦିଲ୍ଲୀ: ଭଗବାନ କୃଷ୍ଣ ଭାଦ୍ରବ ମାସର ରୋହିଣୀ ନକ୍ଷତ୍ରରେ ଅଷ୍ଟମୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ପ୍ରତିବର୍ଷ କୃଷ୍ଣ ଜନ୍ମତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଏହି ଦିନ ମଥୁରା ଏବଂ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ। କୃଷ୍ଣ ଭକ୍ତିରେ ଏଠାକାର ପରିବେଶ ଭରିଯାଏ। ଏହା ବ୍ୟତୀତ ଭାରତରେ ଆହୁରି ଅନେକ ଶ୍ରୀକୃଷ୍ଣ ମନ୍ଦିର ଅଛି, ଯେଉଁଠାରେ ଭକ୍ତମାନେ ଭକ୍ତିର ରସପାନ କରିବା ପାଇଁ ଦୂରଦୂରାନ୍ତରୁ ପହଞ୍ଚନ୍ତି। ଆଜି, କୃଷ୍ଣ ଜନ୍ମାଷ୍ଟମୀ ଅବସରରେ, ଆମେ ଆପଣଙ୍କୁ ଦକ୍ଷିଣ ଭାରତରେ ଥିବା ତାଙ୍କ କୃଷ୍ଣ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହାକି ବହୁ ପ୍ରାଚୀନ ଏବଂ ପ୍ରସିଦ୍ଧ ଅଟେ। ଏଠାକୁ ଆସିବା ଦ୍ଵାରା ମଥୁରା-ଶ୍ରୀମନ୍ଦିର ଭଳି ଅନୁଭବ ହୁଏ… ଜଗନ୍ନାଥ ପୁରୀ, ଓଡ଼ିଶା: ଓଡ଼ିଶାର ଜଗନ୍ନାଥ ପୁରୀ ମନ୍ଦିରର ମହିମା କିଏ ଜାଣେ ନାହିଁ? ଭାରତର ଚାରି ଧାମ ମଧ୍ୟରୁ ଏହି ମନ୍ଦିରରେ ଭଗବାନ କୃଷ୍ଣ ବଡ଼ ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ ବସିଛନ୍ତି।…
ଭୁବନେଶ୍ବର, ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ। ହିନ୍ଦୁ ଧର୍ମର ଏହା ହେଉଛି ଏକ ବଡ ପର୍ବ। ଏହି ଦିନ ପ୍ରାୟତଃ ସମସ୍ତେ ଉପବାସ ଗ୍ରହଣ କରିଥାନ୍ତି। ଓଡିଶାର ବିଭିନ୍ନ ସ୍ଥାନରେ ଏହି ଦିନ ସ୍ବତନ୍ତ୍ର ଉତ୍ସବ ପାଳନ କରାଯାଇଥାଏ। ଶ୍ରୀମନ୍ଦିରରେ ମଧ୍ୟ ଜନ୍ମାଷ୍ଠମୀ ପର୍ବ ଦିନ ସ୍ବତନ୍ତ୍ର ନୀତି କରାଯାଇଥାଏ। ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ, ଦ୍ବାପର ଯୁଗ ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ। ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ। ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହେଇଛି। ବର୍ତ୍ତମାନ କଳିଯୁଗ ଯୁଗାଦ୍ଦ ୫୧୧୩ ଚାଲିଛି। ତେଣୁ ଆଜକୁ ୫୨୩୮ ବର୍ଷ ପୂର୍ବେ ଲୀଳା ପୁରୁଷୋତ୍ତମ ଏହି ଧରାଧାମରେ ଅବତରଣ କରିଥିଲେ। ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ…
ଭୁବନେଶ୍ୱର: ଆସନ୍ତା ସୋମବାର ଅଗଷ୍ଟ ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଭୁବନେଶ୍ୱର ୟୁନିଟ ୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଆସନ୍ତା ସୋମବାର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦ ପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି।
ନୂଆଦିଲ୍ଲୀ: ଜଳ ଜୀବନ ମିଶନର ଛଅ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଛନ୍ତି। ଏହା ଏକ ପ୍ରମୁଖ ପଦକ୍ଷେପ ଯାହା ବ୍ୟକ୍ତିଗତ ଘରୋଇ ଟ୍ୟାପ ସଂଯୋଗ ମାଧ୍ୟମରେ ନିରାପଦ ଏବଂ ପର୍ଯ୍ୟାପ୍ତ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରି ସମଗ୍ର ଭାରତରେ ଲକ୍ଷ ଲକ୍ଷ ପରିବାରରେ ପରିବର୍ତ୍ତନ ଆଣିଛି। ୨୦୧୯ରେ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନ ମାତ୍ର କିଛି ବର୍ଷ ମଧ୍ୟରେ ୧୫ କୋଟିରୁ ଅଧିକ ପରିବାରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ସରକାରଙ୍କ ପ୍ରତିବଦ୍ଧତାର ଆଧାର ପାଲଟିଛି। ଫଳରେ ସ୍ୱାସ୍ଥ୍ୟରେ ସୁଧାର ଆସିବା ସହ ସମ୍ପ୍ରଦାୟ ସଶକ୍ତ ହୋଇଛି ଏବଂ ଅଗଣିତ ସ୍ୱପ୍ନ ସାକାର ହୋଇଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ଯୋଜନା କେବଳ ଗ୍ରାମୀଣ ଭାରତରେ ଜୀବନକୁ ଉନ୍ନତ କରିନାହିଁ ବରଂ ସ୍ୱାସ୍ଥ୍ୟସେବାକୁ ମଧ୍ୟ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିଛି, ବିଶେଷକରି ମହିଳାମାନେ – ଦେଶର ନାରୀ ଶକ୍ତି ଲାଭାନ୍ୱିତ…
ନୂଆଦିଲ୍ଲୀ; ସ୍ୱାଧୀନତା ଦିବସ ୨୦୨୫ ଉପଲକ୍ଷେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରେଳ ପୁଲିସ ବଳ (ଆରପିଏଫ) ଏବଂ ରେଳ ସୁରକ୍ଷା ସ୍ୱତନ୍ତ୍ର ବାହିନୀର ନିମ୍ନଲିଖିତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରିଛନ୍ତି । ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ (ପିଏସଏମ) ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ଡିଭିଜନାଲ ସୁରକ୍ଷା କମିଶନର ଜି. ମଧୁସୂଦନ ରାଓ କେ. ରାଜଗୋପାଳ ରେଡ୍ଡୀ, ସହକାରୀ ସୁରକ୍ଷା କମିଶନର, ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ପ୍ରଶଂସନୀୟ ସେବା ପଦକ ପଶ୍ଚିମ କେନ୍ଦ୍ରୀୟ ରେଳବାଇର ପ୍ରମୁଖ ସୁରକ୍ଷା ଆୟୁକ୍ତ ତଥା ଆଇଜି ସଞ୍ଜୀବ କୁମାର ଯାଦବ ରେଳ ସୁରକ୍ଷା ସ୍ୱତନ୍ତ୍ର ବାହିନୀର ଡିଆଇଜି ଶଶି କୁମାର ଜେଆର ଆରପିଏଫ ଏକାଡେମୀର ଅତିରିକ୍ତ ସୁରକ୍ଷା ଆୟୁକ୍ତ ଅନୁଲ କୁମାର ପାଣ୍ଡେ ରେଳ ସୁରକ୍ଷା ସ୍ୱତନ୍ତ୍ର ବାହିନୀ ୧୦ ବାଟାଲିୟନର ଅତିରିକ୍ତ କମାଣ୍ଡାଣ୍ଟ ଶ୍ରୀ ବିଜୟ ଶଙ୍କର ସିଂ ରେଳ…
ଖୋର୍ଦ୍ଧା: ଗତକାଲି ଖୋର୍ଦ୍ଧା ସ୍ଥିତ ଜୟୀରାଜଗୁରୁ ଟାଉନ୍ ହଲ୍ ଠାରେ ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଆୟୋଜିତ “ବିଭାଜନ ବିଭୀଷିକାର ସ୍ମୃତି ଦିବସ” ପାଳନ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ବଳିଦାନ ଦେଇଥିବା ଭାରତ ମାତାର ଅଗଣିତ ସନ୍ତାନ ମାନଙ୍କର ସେହି ସଂଘର୍ଷ ଓ ବଳିଦାନକୁ ସ୍ମୃତିଚାରଣ କରିଥିଲେ। ବିଭାଜନ ବିଭୀଷିକା ସ୍ମୃତି ଦିବସ ଆମ ପାଇଁ କେବଳ ଏକ ସାମାନ୍ୟ ଦିବସ ନୁହେଁ, ଏହା ଆମ ଇତିହାସର ସେହି କଳା ଅଧ୍ୟାୟକୁ ମନେପକାଇବାର ଅବସର ଯେଉଁଠାରେ ଇଂରେଜ ଓ କିଛି ନ୍ୟସ୍ତ ସ୍ୱାର୍ଥ ଭାରତୀୟ ନିଜର ରାଜନୈତିକ ଆକାଂକ୍ଷା ପାଇଁ ଆମ ଭାରତମାତାଙ୍କୁ ଖଣ୍ଡ-ଖଣ୍ଡ କରିଥିଲେ। ୧୯୪୭ ମସିହାର ବିଭାଜନରେ ଲକ୍ଷ ଲକ୍ଷ ଭାଇ-ଭଉଣୀ ବାସହରା ହେଲେ, ଅସଂଖ୍ୟ ପରିବାର ବିଚ୍ଛିନ୍ନ ହେଲା, ହଜାର ହଜାର ନିର୍ଦ୍ଦୋଷ ଲୋକଙ୍କୁ କେବଳ ଧର୍ମର ଆଧାରରେ ହତ୍ୟା କରାଯାଇଥିଲା। ସେମାନଙ୍କର…
ବାଣପୁର: ଗତକାଲି ପୂର୍ବାହ୍ଣରେ ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ଏସ୍.ପି.ଏନ୍.ଏସ୍ ବର୍ମାଙ୍କର କରକମଳରେ ପ୍ରତିଘରେ ତ୍ରିରଙ୍ଗା ଯାତ୍ରା ଉଦଘାଟିତ ହୋଇଯାଇଛି। ଏହି ଯାତ୍ରାରେ ଏନ୍ ସିସି କ୍ୟାଡେଟ୍ ରୋଭର ଓ ରେଞ୍ଜର, ରେଡକ୍ରସ୍ .ଏନ୍.ଏସ୍.ଏସ୍. ଓ ତିନିଶହ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରତ୍ୟକ୍ଷ ଭାବରେ ଯୋଗଦେଇ ବିଭିନ୍ନ ସ୍ଲୋଗାନ୍ ସହ ମହାବିଦ୍ୟାଳୟର ମୁଖ୍ୟ ଫାଟକଠାରୁ ଗୋବିନ୍ଦପୁର ଛକ, କଲେଜ ଛକ, ମା’ ଭଗବତୀ ମନ୍ଦିର, ଦାଶରଥପୁର ଓ ଅଚ୍ୟୁତରାଜପୁର ଗ୍ରାମ ଦେଇ ଫେରିଥିଲେ। ଏହି ଯାତ୍ରାର ସଂଚାଳନ ଅଧ୍ୟାପକ ଆଦିତ୍ୟସାରଥି ବେଦମତ୍ତା, ଜୟନ୍ତ ବିହାରୀ, କ୍ୟାପଟେନ୍ ଡଃ. ଗୁରୁକିଶୋର ନାୟକ, ଡଃ ସତ୍ୟାନନ୍ଦ ମହାରଣା, ସୁଜିତ କୁମାର ପାଣ୍ଡେ, ଡଃ ଅରବିନ୍ଦ ନାୟକ, ପୃଥୀରାଜ ପ୍ରଧାନ,ପ୍ରଶାନ୍ତ ହୋତା,ଦିବାକର ସାହୁ,ଅଶ୍ବିନୀ କୁମାର ବାରିକ, ଅଧ୍ୟାପିକା ଡଃ. ଲକ୍ଷ୍ମୀପ୍ରିୟା ପଲାଇ,ଅନିତା ସାହୁ, ବଡବାବୁ ଦୁର୍ଯ୍ୟୋଧନ ସାହୁ ଇତ୍ୟାଦି ଯୋଗଦେଇ ତ୍ରିରଙ୍ଗା ଶୋଭାଯାତ୍ରାକୁ ସାଫଲ୍ୟମଣ୍ଡିତ କରିବା ସହିତ ଜନସଚେତନତା ସୃଷ୍ଟି କରିଥିଲେ।
ମେଷ- ଆପଣଙ୍କର ବକ୍ତବ୍ୟରେ ମୃଦୁତା ରହିବ, କିନ୍ତୁ ପ୍ରକୃତିରେ କ୍ରୋଧ ମଧ୍ୟ ହୋଇପାରେ। ଯାହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ, ତେଣୁ ସତର୍କ ରୁହନ୍ତୁ। ଯଦି ଆପଣ ସଜାଗ ରୁହନ୍ତି ତେବେ ଆପଣ ଭଲ ଫଳାଫଳ ପାଇବେ। ଆପଣଙ୍କ ଜୀବନ ସହଜ ହେବ, କିନ୍ତୁ ସାମଗ୍ରିକ ଭାବେ ଆପଣଙ୍କର ଆୟ ଆଜି ବୃଦ୍ଧି ପାଇବ। ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବ, ଯାହା ଆପଣଙ୍କୁ ଖୁସିର ଅନୁଭବ ମଧ୍ୟ ଦେବ । ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ, ଏହାର ନକାରାତ୍ମକ ପ୍ରଭାବ ପଡିପାରେ। ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। କର୍କଟ- ଯଦି ଆପଣ ସକାରାତ୍ମକ ରୁହନ୍ତି ତେବେ ଏହି ଦିନ…
ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ନୂଆଦିଲ୍ଲୀରେ ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ, କୃଷି ସଚିବ ଦେବେଶ ଚତୁର୍ବେଦୀ, ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ଏମ୍.ଏଲ୍. ଜାଟ ତଥା ବିଭିନ୍ନ ରାଜ୍ୟର ବରିଷ୍ଠ ଅଧିକାରୀ ଏବଂ ବୈଜ୍ଞାନିକମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିଥିଲେ। ଆଲୋଚନାରେ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା ଯେପରିକି ସାର ଏବଂ ୟୁରିଆର ଅଭାବ, ବାୟୋ-ଷ୍ଟିମୁଲାଣ୍ଟ ପ୍ରମାଣପତ୍ର, ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଅଧୀନରେ ଆଗାମୀ ରବି ଫସଲ ପାଇଁ ପ୍ରସ୍ତୁତି, ପ୍ରାକୃତିକ କୃଷି ଉପରେ ଜାତୀୟ ମିଶନ, ଡାଲି ଏବଂ ତୈଳବୀଜ ଉତ୍ପାଦନ ବୃଦ୍ଧି, 5 ବର୍ଷୀୟ କୃଷି କାର୍ଯ୍ୟ ଯୋଜନା, ବନ୍ୟା ଏବଂ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଫସଲ ବୀମା ଦାବି ସମାଧାନ ଏବଂ ଚାଷୀଙ୍କ ଅଭିଯୋଗ ସମାଧାନ ପାଇଁ ଟୋଲ୍-ଫ୍ରି ନମ୍ବର ପ୍ରଚାର। ଶ୍ରୀ…
ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ବାସୀ ନେଟୱାର୍କ ପାଇ ପାରୁ ନ ଥିବାରୁ ଆଜି ରେଢ଼ାଖୋଲ ଠାରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ପ୍ରକାଶ ଯେ, ନାକଟିଦେଉଳ ବ୍ଲକ ଘୋଷରାମାଳ ପଂଚାୟତ ର ଲାଣ୍ଡିମାଲ ଠାରେ ଏକ ବିଏସ ଏନ ଏଲ ଟାୱାର ରହିଛି। ହେଲେ ତାହା କିଛିମାସ ହେଲା ଆଉ କାର୍ଯ୍ୟ କ୍ଷମ ହେଉ ନ ଥିବାରୁ ବିଭାଗୀୟ ଅଧିକାରୀ ମାନଙ୍କୁ ଲିଖିତା କାରରେ ବାରମ୍ବାର ଜଣାଇବା ସତ୍ୱେ ସରକାର ଶୁଣୁ ନ ଥିବାରୁ ବାଧ୍ୟ ହୋଇ ପଞ୍ଚାୟତ ବାସୀ ଆଜି ରେଢ଼ାଖୋଲ ଆସି ରାସ୍ତାରୋକ କରିଥିଲେ। ଘଟଣା ସ୍ଥଳକୁ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତ, ତହସିଲଦାର ପ୍ରଭାତ କୁମାର ବିଶ୍ୱାଳ, ଡ଼ିଏସପି ପ୍ରଶାନ୍ତ କୁମାର ମେହେର ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ଏହା ସହ ବିଏସଏନଏଲ କର୍ମଚାରୀଙ୍କୁ ଡକାଇ ମୋବାଇଲ ସେବା ଯୋଗାଇ ଦେବାକୁ ଘୋଷରା ମାଳ ପଞ୍ଚାୟତକୁ ପଠାଇବା ପରେ ଦିନ…
ରଣପୁର: ଆଜି ଅଗଷ୍ଟ ୧୪ ତାରିଖ ସକାଳ ୧୧ ଟା ସମୟରେ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦପୁର ମଣ୍ଡଳ ରେ ମଣ୍ଡଳ ସଭାପତି ଅକ୍ଷୟ ସାହୁଙ୍କ ନେତୃତ୍ୱରେ ଏକ ବିଶାଳ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମରେ ଶତାଧିକ ବାଇକ୍ ହାତରେ ତ୍ରିରଙ୍ଗା ପତାକା ଧରି ଭାରତ ମାତା କି ଜୟ, ବନ୍ଦେ ମାତରଂ ଗାନ କରିଥିଲେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଟି ଚମ୍ପାଗଡ଼ ଛକ ଠାରୁ ବାହାରି ଚାନ୍ଦପୁର ବଜାର ପରିକ୍ରମା କରି କେରେଣ୍ଡାଟାଙ୍ଗୀ ଛକ ପର୍ଯ୍ୟନ୍ତ ଯାଇଥିଲା ଏହି ଶୋଭାଯାତ୍ରାରେ ୨୫୦ ଶହ ମୋଟର ସାଇକେଲ ଓ ୫ ଶହ ରୁ ଉର୍ଦ୍ଧ୍ବ ଲୋକ ସାମିଲ୍ ହେଇଥିଲେ। ଗୋପାଳପୁର ମଣ୍ଡଳ ରେ ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ନେତୃତ୍ବରେ ୫୦୦ ରୁ ଉର୍ଦ୍ଧ୍ବ ଲୋକ ସାମିଲ୍ ହୋଇ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଅଛି। ଏହି ଶୋଭାଯାତ୍ରାରେ ରଣପୁର ର ବିଧାୟକ ତଥା…
ନୂଆଦିଲ୍ଲୀ: ୭୯ତମ ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି। ଆସନ୍ତୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ସଂପୂର୍ଣ୍ଣ ଭାଷଣ ପଢିବା…. ମୋର ପ୍ରିୟ ଦେଶବାସୀଗଣ, ନମସ୍କାର! ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି। ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସକୁ ପ୍ରତ୍ୟେକ ଭାରତୀୟ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରିବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଏହି ଦିବସ ଆମକୁ ଭାରତୀୟ ହେବାର ଗୌରବକୁ ବିଶେଷ ଭାବେ ସ୍ମରଣ କରାଇ ଦେଇଥାଏ। ଅଗଷ୍ଟ ୧୫ ତାରିଖ, ଆମ ସାମୂହିକ ସ୍ମୃତିରେ ଗଭୀର ଭାବେ ଅଙ୍କିତ ହୋଇ ରହିଛି। ଉପନିବେଶ ଶାସନର ଲମ୍ବା ଅବଧି ସମୟରେ ଆମ ପୂର୍ବ ପିଢ଼ି ଦେଶକୁ ସ୍ୱାଧୀନ କରିବା ଲାଗି ଅନେକ ସ୍ୱପ୍ନ ଦେଖିଥିଲେ । ଦେଶର ପ୍ରତ୍ୟେକ ଭାଗରେ ରହୁଥିବା ପୁରୁଷ ଓ ମହିଳା, ବୟସ୍କ ଓ ଯୁବକ…
ଭୁବନେଶ୍ଵର: ସ୍ୱାଧୀନତା ଦିବସରେ ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ପାଇଁ, ପୂର୍ବ ତଟ ରେଳପଥ ଶାଲିମାର-ମାଳତୀପାଟପୁର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବ। – ଟ୍ରେନ୍ ନମ୍ବର ୦୮୦୩୭/୦୮୦୩୮ ଶାଲିମାର-ମାଳତୀପାଟପୁର-ଶାଲିମାର ସ୍ୱତନ୍ତ୍ର। – ଶାଲିମାରରୁ: ୧୪ ଅଗଷ୍ଟ, ୨୦୨୫ ରେ ୨୧:୨୦ ଘଣ୍ଟାରେ ଛାଡିବ। – ମାଳତୀପାଟପୁରରୁ: ୧୫ ଅଗଷ୍ଟ, ୨୦୨୫ ରେ ୧୯:୪୦ ଘଣ୍ଟାରେ ଛାଡିବ। – ରହଣି ସ୍ଥାନ (ଉଭୟ ପଟୁ ): ସାନ୍ତରାଗାଛି, ଖଡ଼ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର କେଉଁଝର ରୋଡ୍, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ୍। ଛୁଟିଦିନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଏହି ସ୍ୱାଧୀନତା ଦିବସ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରାଯାଇଛି, ଶାଲିମାର (କୋଲକାତା ଅଞ୍ଚଳ) ଏବଂ ମାଳତୀପାଟପୁର (ପୁରୀ ନିକଟ) ମଧ୍ୟରେ ରୁଟରେ ସୁବିଧାଜନକ ସମୟ ଏବଂ ପ୍ରମୁଖ ରହଣି ପ୍ରଦାନ କରାଯାଇଛି । ଯାତ୍ରୀମାନଙ୍କୁ ସେମାନଙ୍କ ନିକଟତମ ରେଳ ଷ୍ଟେସନରେ କିମ୍ବା ସରକାରୀ…

