Author: SM Network

ଭୁବନେଶ୍ୱର: ବିଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ବ୍ୟାନରରେ ବହୁବର୍ଷ ଧରି ଶିକ୍ଷକ ମହାସଂଘ ଦ୍ୱାରା କ୍ରାନ୍ତିର ସ୍ୱର ସାଜି ପାଳିତ ହୋଇ ଆସୁଥିବା ଐତିହାସିକ ଅଗଷ୍ଟ ୧୬ ତାରିଖ ଶିକ୍ଷକ ଦାବିଦିବସରେ ରାଜଧାନୀର ରାଜରାସ୍ତାରେ ଏକ ବିଶାଳ ଶିକ୍ଷକ ସମାବେଶ ସଂଗଠିତ କରିବାକୁ ଯାଉଛନ୍ତି ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରେସ୍‌ମିଟ୍ ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତି। ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା ଏବଂ ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ପେନସନ୍‌, ଅବସରକାଳୀନ ସୁବିଧା, ଚାକିରି ସର୍ତ୍ତାବଳୀ ପ୍ରଦାନ କ୍ଷେତ୍ରରେ ସରକାରଙ୍କ ଅହେତୁକ ବିଳମ୍ବର ପ୍ରତିବାଦରେ ଏ ସମାବେଶ ଅନୁଷ୍ଠିତ ହେଉଛି ବୋଲି ସମନ୍ୱୟ ସମିତି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଥାଉକି, ୨୦୦୪ ରୁ ୨୦୨୫ ମସିହା ମଧ୍ୟରେ ପାଞ୍ଚ ହଜାରରୁ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବନଖଣ୍ଡ ତରଫରୁ ଡ଼ିଏଫ ଓ ଙ୍କ କାର୍ଯ୍ୟାଳୟରେ ବିଶ୍ୱ ହାତୀଦିବସ ପାଳିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ସମ୍ବଲପୁରର ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଟି. ଅଶୋକ କୁମାର ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର RMNH ର ଡ଼ାଃ ଦେଵୀ ପ୍ରିୟଦର୍ଶିନୀ ଯୋଗ ଦେଇ ହାତୀ – ମନୁଷ୍ୟ ସଂଘର୍ଷ ରୋକିବାକୁ ସାମ୍ୱାଦିକ ମାନଙ୍କ ଅବଦାନ, ବନ୍ୟପ୍ରାଣୀ ମାନଙ୍କ ରିପୋର୍ଟ ସମୟରେ ସାମ୍ୱାଦିକ ମାନଙ୍କ ସୁରକ୍ଷା ତଥା ସମାଜକୁ ଏକ ସୁସ୍ଥ ତଥା ପ୍ରଭାବକାରୀ ବକ୍ତବ୍ୟ ରଖିବାକୁ ଅଶୋକ କୁମାର ସମ୍ବୋଧନ ରେ କହିଥିଲେ। ଉକ୍ତ ସଭାକୁ ବନଖଣ୍ଡ ଅଧିକାରୀ ଏଲଭରସନ୍ କେ. ପରିଚାଳନା କରିଥିବା ବେଳେ ଭୁବନେଶ୍ଵରର ଆର୍ଥ କୃସେଡର ଆୟୋଜନ କରିଥିଲା। ଏହି ସଭାରେ ନାକଟିଦେଉଳ ଓ ରେଢ଼ାଖୋଲ ର ସାମ୍ବାଦିକ ମାନେ ଯୋଗ ଦେଇଥିଲେ।

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବ୍ଲକ କଦଳିଗଡ଼ର ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ ରେ ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ସୁଚିତ୍ରା ପତ୍ରିକା ଓ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କଲେଜ ର ସଭାପତି କୃଷ୍ଣଚନ୍ଦ୍ର ହୋତା ଙ୍କ ସଭାପତି ତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ର କବି କିଶୋର ମିଶ୍ର, ସମ୍ମାନିତ ଅତିଥି ଭାବରେ କବି ରମେଶ ପ୍ରସାଦ ମେହେର, କବି ସନ୍ତୋଷ କୁମାର ରଥ କଲେଜ ର ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନି ପ୍ରମୁଖ ଯୋଗଦେଇ ସ୍ଵଭାଵ କବି ଗଙ୍ଗାଧର ଙ୍କ କିଚକ ବଧ, ତପସ୍ୱିନୀ କାବ୍ୟ ସମ୍ପର୍କରେ ଆଲୋଚନା କରିବା ସହ କବି ଗଙ୍ଗାଧର ପ୍ରକୁତିକୁ ଭଲ ପାଉଥିବା କବିଟିଏ ବୋଲି ମତବ୍ୟକ୍ତ କରିଥିଲେ। ଏଇ ଅବସରରେ ସୁଚିତ୍ରା ପତ୍ରିକାର ସମ୍ପାଦକ କନ୍ଦର୍ପ ବେହେରା ଙ୍କ ଶିଶୁ କବିତା ପୁସ୍ତକ “ଫୁଲ ଟିଏ ହୋଇ ଫୁଟିବି” ଓ କିଶୋର ମିଶ୍ର…

Read More

ଭୁବନେଶ୍ଵର: ସ୍ୱଚ୍ଛ ଭାରତ ଅଭିଯାନକୁ ସମର୍ଥନ କରି ଯୁବ ମନକୁ ପ୍ରେରଣା ଦେବା ଏବଂ ଉତ୍ସାହିତ କରିବା ପାଇଁ ପୂର୍ବ ତଟ ରେଳପଥର ପଦକ୍ଷେପର ଏକ ଅଂଶ ସ୍ୱରୂପ, ଆଜି ଚନ୍ଦ୍ରଶେଖରପୁରର ରେଳ ଅଡିଟୋରିୟମ୍‌ରେ ଆନ୍ତଃସ୍କୁଲ କୁଇଜ୍ ପ୍ରତିଯୋଗିତା – 2025 ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର, କଟକ ଏବଂ ଖୋର୍ଦ୍ଧାର 11ଟି ସ୍କୁଲକୁ ପ୍ରତିନିଧିତ୍ୱ କରୁଥିବା 83ଟି ଦଳ (ପ୍ରତ୍ୟେକରେ ଦୁଇଜଣ ଛାତ୍ର) ଉତ୍ସାହଜନକ ଅଂଶଗ୍ରହଣ କରିଥିଲେ। ଯୁବ ପ୍ରତିଯୋଗୀମାନେ ସେମାନଙ୍କର ଜ୍ଞାନ, ମନର ଉପସ୍ଥିତି ଏବଂ ଶୀଘ୍ର ପ୍ରତିକ୍ରିୟା ସହିତ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସ୍ୱଚ୍ଛତା ଅଭିଯାନ ପାଇଁ ଉତ୍ସର୍ଗୀକୃତ ଏକ ସ୍ୱତନ୍ତ୍ର ରାଉଣ୍ଡ ପ୍ରତିଯୋଗିତାରେ ପ୍ରାସଙ୍ଗିକତା ଏବଂ ଉତ୍ସାହ ଉଭୟ ଯୋଡିଥିଲା। ଏକ ତୀବ୍ର ପ୍ରାରମ୍ଭିକ ରାଉଣ୍ଡ ପରେ, ଛଅଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ଦଳ ଗ୍ରାଣ୍ଡ ଫିନାଲେକୁ ଉନ୍ନୀତ ହୋଇଥିଲେ। DAV ପବ୍ଲିକ୍ ସ୍କୁଲ, ଚନ୍ଦ୍ରଶେଖରପୁର ପ୍ରଥମ ସ୍ଥାନ ଅଧିକାର କରିଥିଲା, ତା’ପରେ…

Read More

ଭୁବନେଶ୍ଵର: ଜଣେ ଦୃଷ୍ଟିହୀନ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଭଳି ଏକ ସମ୍ବେଦନଶୀଳ ମାମଲାର ବିଚାର କରି  ଝାରସୁଗୁଡ଼ା ଜିଲ୍ଲା ପୋକ୍ସୋ କୋର୍ଟର ଅତିରିକ୍ତ ବିଚାରପତି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ମାତ୍ର ୯୯ ଦିନରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ଝାରସୁଗୁଡା ପୋଲିସ ଉଲ୍ଲେଖନୀୟ ଭୁମିକା ଗ୍ରହଣ କରିଥିଲା। ମାମଲାର ବିବରଣୀ ଅନୁଯାୟୀ, ଗତ ମେ ମାସ ୦୨ ତାରିଖରେ ପୀଡିତା ନାବାଳିକା ଜଣକ ଅଭିଯୁକ୍ତଙ୍କ ଘରକୁ ଟେଲିଭିଜନ ଶୁଣିବାକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତଙ୍କ ପରିବାରର ସମସ୍ତ ସଦସ୍ୟ ଶୋଇ ପଡ଼ିଥିବା ସମୟରେ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏହା ସହ ଘଟଣା ସଂକ୍ରାନ୍ତରେ ପ୍ରକାଶ କଲେ ପୀଡ଼ିତାଙ୍କୁ ହତ୍ୟା କରିବାକୁ ମଧ୍ୟ ଅଭିଯୁକ୍ତ ଧମକ ଦେଇଥିଲେ। ପରେ ନାବାଳିକା ଜଣକ ଘଟଣା ସଂକ୍ରାନ୍ତରେ ପରିବାର ଲୋକଙ୍କୁ କହିବା ପରେ  ତାଙ୍କ ବାପା ରେଙ୍ଗାଲି ଥାନାରେ ଅଭିଯୋଗ କରିଥିଲେ। ରେଙ୍ଗାଲି ଥାନାରେ ଏହି ମାମଲା ନଂ–୧୦୫…

Read More

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ‘ଅଟଳ ଟିଙ୍କରିଂ ଲାବରେଟୋରି’ର ଅଷ୍ଟମ ବର୍ଷ ପୂର୍ତ୍ତି ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଭିନବ ଉପାୟରେ ଅନେକ ଗବେଷଣାତ୍ମକ କାର୍ଯ୍ୟ ଏହା ମାଧ୍ୟମରେ କରିବାରେ ସମର୍ଥ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ଯୋଗଦାନ କରି ନବୀନ ଗବେଷଣାତ୍ମକ କାର୍ଯ୍ୟ ସମ୍ପାଦନ ନିମନ୍ତେ ଅଟଳ ଟିଙ୍କରିଂ ଲାବରେଟୋରିର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ମ୍ୟାନେଜର୍ ଡ. ଭାଗ୍ୟବତୀ ନାୟକ ଯୋଗଦାନ କରି ଛାତ୍ରାବସ୍ଥାରୁ ସ୍ୱପ୍ନଦର୍ଶୀ ହେବା ସହ ବୈଜ୍ଞାନିକ ଚିନ୍ତାଧାରାକୁ ଆପଣେଇ ଗବେଷଣାତ୍ମକ ମନୋଭାବ ପୋଷଣ କରିପାରିଲେ ନିଶ୍ଚିତ ଭାବେ ଭବିଷ୍ୟତରେ ସଫଳ ବ୍ୟକ୍ତିତ୍ୱ ଭାବେ ନିଜକୁ ପ୍ରତିଷ୍ଠା କରିପାରିବା କଥା ପ୍ରକାଶ କରିଥିଲେ। ଏହି ସୃଜନଶୀଳ ପ୍ରୟାସକୁ ଛାତ୍ରଛାତ୍ରୀମାନଙ୍କ ମନରେ ପ୍ରୋତ୍ସାହିତ କରିବାରେ ଅଟଳ ଟିଙ୍କରି ଲାବରେଟୋରି ଅଦ୍ୱିତୀୟ ଭୂମିକା ନିର୍ବାହ କରୁଥିବା…

Read More

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ YSRCP ସଭାପତି YS ଜଗନ ମୋହନ ରେଡ୍ଡି ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କରିଥିଲେ। ସେ କହିଥିଲେ ଯେ, ରାହୁଲ ଗାନ୍ଧୀ ଆନ୍ଧ୍ର ପ୍ରଦେଶରେ ଭୋଟ ଅନିୟମିତତା ବିଷୟରେ ଆଲୋଚନା କରିବା ଏଡ଼ାଇ ଯାଉଛନ୍ତି ଏବଂ କେବଳ ଦିଲ୍ଲୀ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଧ୍ୟାନ ଦେଉଛନ୍ତି। ରେଡ୍ଡି ପରାମର୍ଶ ଦେଇଥିଲେ ଯେ, ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ ମାଧ୍ୟମରେ ରାହୁଲ ଗାନ୍ଧୀଙ୍କ ସହ ସମ୍ପର୍କରେ ଅଛନ୍ତି। ରାହୁଲ ଗାନ୍ଧୀଙ୍କ ନୀରବତା ଉପରେ ପ୍ରଶ୍ନ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ପ୍ରସଙ୍ଗ ଉଠାଇବା ଉପରେ ଶ୍ରୀ ରେଡ୍ଡି ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ, “ରାହୁଲ ଗାନ୍ଧୀ କାହିଁକି ଅରବିନ୍ଦ କେଜରିୱାଲ ବିଷୟରେ କଥା ହେଉନାହାଁନ୍ତି? କେଜରିୱାଲ ନିଜେ ବିଧାୟକ ନିର୍ବାଚନ ହାରିଯାଇଛନ୍ତି। ରାହୁଲ ଗାନ୍ଧୀ ଆନ୍ଧ୍ର ପ୍ରଦେଶ ବିଷୟରେ କାହିଁକି କହୁନାହାଁନ୍ତି? ଚନ୍ଦ୍ରବାବୁ ନାଇଡୁ…

Read More

ନୂଆଦିଲ୍ଲୀ: ଆନନ୍ଦମୟୀ ବଜାଜ ଆଜିକାଲି ସୋସିଆଲ ମିଡିଆ ଏବଂ କର୍ପୋରେଟ୍ ଜଗତରେ ଶିରୋନାମାରେ ଅଛନ୍ତି। ୨୨ ବର୍ଷିୟା ଆନନ୍ଦମୟୀ ବଜାଜ ଗ୍ରୁପର ଅଧ୍ୟକ୍ଷ କୁଶାଗ୍ର ବଜାଜଙ୍କ ଝିଅ। ଏତେ କମ ବୟସରେ ଆନନ୍ଦମୟୀ କମ୍ପାନୀରେ ଜେନେରାଲ ମ୍ୟାନେଜର (ଷ୍ଟ୍ରାଟେଜି) ଭାବରେ ଯୋଗ ଦେଇଛନ୍ତି। ଏହା ସହିତ ସେ ଏବେ ତାଙ୍କର ୨.୫ ବିଲିୟନ ଡଲାରର ପାରିବାରିକ ବ୍ୟବସାୟରେ ସାହାଯ୍ୟ କରିବେ। ତାଙ୍କ ପିତାଙ୍କ ଦ୍ୱାରା ଦିଆଯାଇଥିବା ଏହି ନୂତନ ଦାୟିତ୍ୱ ସହିତ ଆନନ୍ଦମୟୀ କମ୍ପାନୀର ଷ୍ଟ୍ରାଟେଜି ବିଭାଗର କାର୍ଯ୍ୟ ସମ୍ଭାଳିବେ। ଆନନ୍ଦମୟୀଙ୍କ ମାଆ ବାସବଦତ୍ତ ବଜାଜ ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲାଙ୍କ ଭଉଣୀ। ଆନନ୍ଦମୟୀ ଜୁନ୍ ମାସରେ କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ଆର୍ଥିକ ଅର୍ଥନୀତି ଏବଂ ଗଣିତରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏହି ନୂତନ ଦାୟିତ୍ୱ ସହିତ, ଆନନ୍ଦମୟୀ ଗ୍ରୁପର ବିଭିନ୍ନ ବ୍ୟବସାୟର ନେତୃତ୍ୱ ଦଳ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ ଏବଂ ପରେ କମ୍ପାନୀର…

Read More

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ ସାରା ଦେଶରେ ସ୍ୱାଧୀନତା ଦିବସ ଉତ୍ସାହ ଏବଂ ଗର୍ବର ସହିତ ପାଳନ କରାଯାଏ। ଏଥର ଦେଶ ୭୯ ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଦିନଟି ଭାରତର ଇତିହାସରେ ଏକ ସ୍ୱର୍ଣ୍ଣିମ ପୃଷ୍ଠା, ଯାହା ଆମକୁ ସ୍ୱାଧୀନତାର ମୂଲ୍ୟ ଏବଂ ଗୁରୁତ୍ୱ ମନେ ପକାଇ ଦିଏ, କିନ୍ତୁ ଭାରତରେ ଏପରି ଦୁଇଟି ଜିଲ୍ଲା ଅଛି ଯେଉଁଠାରେ ସ୍ୱାଧୀନତା ଦିବସ ୧୫ ଅଗଷ୍ଟ ନୁହେଁ ବରଂ ଦୁଇ ଦିନ ପରେ ଅର୍ଥାତ୍ ୧୮ ଅଗଷ୍ଟରେ ପାଳନ କରାଯାଏ। ଏହା କାହିଁକି ଏବଂ ଏହା ପଛରେ କାରଣ କ’ଣ, ଆସନ୍ତୁ ଜାଣିବା। କାରଣ କ’ଣ?: ୧୯୪୭ ମସିହାର ୧୫ ଅଗଷ୍ଟରେ ଭାରତ ବ୍ରିଟିଶ ଦାସତ୍ୱରୁ ସ୍ୱାଧୀନତା ପାଇଥିଲା। ପଶ୍ଚିମବଙ୍ଗର କିଛି ଅଞ୍ଚଳ ଭାରତର ଅଂଶ ନଥିଲା। ଯେଉଁଥିରେ ମାଲଦା ଏବଂ ନାଦିଆ ଅନ୍ତର୍ଭୁକ୍ତ ଥିଲା। ସେହି ସମୟରେ ଏହି ଅଞ୍ଚଳଗୁଡ଼ିକୁ ପୂର୍ବ ପାକିସ୍ତାନର ଅଂଶ…

Read More

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ସମ୍ପ୍ରତି ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ ପରେ, ଶୁଭମନ ଗିଲ୍ ଏହି ସିଜିନର ଶ୍ରେଷ୍ଠ ଖେଳାଳି, କିନ୍ତୁ ତାଙ୍କୁ ଆସନ୍ତା ମାସରେ UAEରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ ଟି-୨୦ ରେ ଭାରତୀୟ ଦଳର ଉପ-ଅଧିନାୟକ ପାଇଁ ଅକ୍ଷର ପଟେଲଙ୍କ ପରି ଜଣେ ଦାବିଦାରଙ୍କ ସାମ୍ନା କରିବାକୁ ପଡିବ। ଏହା ବ୍ୟତୀତ, ଦ୍ରୁତ ବୋଲର ଜସପ୍ରିତ ବୁମରାହ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଯାଉଛନ୍ତି ଏବଂ ତାଙ୍କୁ ଅକ୍ଟୋବର ଆରମ୍ଭରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ବିଶ୍ରାମ ଦିଆଯାଇପାରେ। ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଅଗଷ୍ଟ ୧୯ କିମ୍ବା ୨୦ ରେ ଏସିଆ କପ୍ ପାଇଁ ଦଳ ଚୟନ କରିପାରନ୍ତି, ଯାହା ସେଣ୍ଟର ଅଫ୍ ଏକ୍ସଲେନ୍ସ (COE) ର କ୍ରୀଡା ବିଜ୍ଞାନ ଦଳ ସମସ୍ତ ଖେଳାଳିଙ୍କ ‘ମେଡିକାଲ୍ ବୁଲେଟିନ୍’ କେବେ ପଠାଇବ ତାହା ଉପରେ ନିର୍ଭର କରିବ, ଯେଉଁଥିରେ ବେଙ୍ଗାଲୁରୁରେ ନେଟ୍ସରେ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ‘‘ହର ଘର ତ୍ରିରଙ୍ଗା” ଅଭିଯାନ ଅଧୀନରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ‘‘ହର ଘର ତ୍ରିରଙ୍ଗା’’ ଅଭିଯାନ ଆଜି ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିବା ଏବଂ ଦେଶପ୍ରେମର ଭାବନାକୁ ମଜବୁତ କରିବା ପାଇଁ ଏକ ଜନ ଅଭିଯାନରେ ପରିଣତ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଏହି ଅଭିଯାନ ଦର୍ଶାଉଛି ଯେ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀ ନିଜ ବଳିଦାନ, ତପସ୍ୟା ଏବଂ ସମର୍ପଣ ଦ୍ୱାରା ସ୍ୱାଧୀନ ଭାରତର ସ୍ୱପ୍ନକୁ ସାକାର କରିଛନ୍ତି। ୧୪୦ କୋଟି ଦେଶବାସୀ ଏହାକୁ ବିକଶିତ ଏବଂ ସର୍ବଶ୍ରଷ୍ଠ କରିବା ପାଇଁ ସଂକଳ୍ପବଦ୍ଧ।

Read More

ଭୁବନେଶ୍ଵର: ଭୁବନେଶ୍ବରରେ ସେମିକଣ୍ଡକ୍ଟର ପ୍ରକଳ୍ପ ପ୍ରତିଷ୍ଠା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛି। ଏହାକୁ ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କର୍ମାଲକର ସ୍ବାଗତ କରିଛନ୍ତି। ସେ ଓଡିଶା ସରକାରଙ୍କ ନୀତିକୁ ପ୍ରଶଂସା କରିବା ସହ ଆଇଆଇଟି ଭୁବନେଶ୍ବର ଏ ଦିଗରେ ମଧ୍ୟ ଗବେଷଣା ଜାରି ରଖିବ ବୋଲି କହିଛନ୍ତି ।

Read More

ଭୁବନେଶ୍ଵର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣିତ ଯୋଜନା ଗୁଡିକର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଗୁରୁତ୍ବାରୋପ କରିଛନ୍ତି। ଗତକାଲି ରାଜଭବନଠାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା ଅବସରରେ ରାଜ୍ୟପାଳ ନିର୍ମାଣ କାର୍ଯ୍ୟ ଗୁଡିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଜଳ ଜୀବନ ମିଶନର କାର୍ଯ୍ୟକାରିତା, ଗ୍ରାମୀଣ ପାଇପ ଜଳ ଯୋଗାଣ କ୍ଷେତ୍ରର ଅଗ୍ରଗତି ସଂପର୍କରେ ରାଜ୍ୟପାଳ ବିଷଦ ଭାବେ ସମୀକ୍ଷା କରିଥିଲେ। ବିଶୁଦ୍ଧ ପାନୀୟଜଳ ଲୋକମାନଙ୍କର ମୌଳିକ ଆବଶ୍ୟକତା ହୋଇଥିବାରୁ ଏହାକୁ ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା ବୋଲି ରାଜ୍ୟପାଳ କହିଥିଲେ। ପଞ୍ଚାୟତ ବ୍ୟବସ୍ଥା ଲୋକଙ୍କ ନିକଟତର ହେବାରେ ଆବଶ୍ୟକତାକୁ ଗୁରୁତ୍ବାରୋପ କରି କ୍ଷମତା ବିକେନ୍ଦ୍ରୀ କରଣ ଦ୍ବାରା ପ୍ରଶାସନ ଅଧିକ ଜନାଭିମୁଖୀ ହୋଇପାରିବ ବୋଲି ରାଜ୍ୟପାଳ କହିଥିଲେ। ଏହି ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀ ରବିନାରାୟଣ…

Read More

ଭୁବନେଶ୍ଵର: ବ୍ରିଟେନର କ୍ଲାସ୍-ସିକ୍ ୱାଫର୍ ଫାବ୍ ଲିମିଟେଡର ସହଯୋଗିତାରେ ସିକ୍ସେନ୍ ପ୍ରାଇଭେଟ୍ ଲିମିଟେଡ୍ ଓଡିଶାରେ ସେମିକଣ୍ଡକ୍ଟର ପ୍ରକଳ୍ପ ସ୍ଥାପନ କରିବ। ଏହାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏନେଇ ସିକ୍ସେନ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଗୁରୁ ଥାଲାପାନେନି କେନ୍ଦ୍ର ସରକାର ଓ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେବା ସହ ଏଠାରୁ ସୃଷ୍ଟ ଉତ୍ପାଦ ଆତ୍ମନିର୍ଭର ଭାରତକୁ ସମୃଦ୍ଧ କରିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି।

Read More

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଶେଷ ଏବଂ ନିର୍ଣ୍ଣାୟକ ମ୍ୟାଚ୍ ୧୨ ଅଗଷ୍ଟରେ ତରୌବାରେ ଖେଳାଯାଇଥିଲା। ଯେଉଁଠାରେ ୱେଷ୍ଟଇଣ୍ଡିଜ୍ ୨୦୨ ରନ୍ ର ବିଶାଳ ବ୍ୟବଧାନରେ ବିଜୟୀ ହୋଇଥିଲା। ଆୟୋଜକ ଦଳର ଚମତ୍କାର ବିଜୟ ସହିତ, ଏହି ସମ୍ମାନଜନକ ସିରିଜ୍ କୁ ୨-୧ରେ ଜିତିବାରେ ମଧ୍ୟ ସଫଳ ହୋଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ ୱେଷ୍ଟଇଣ୍ଡିଜ୍ ଦଳ ୫୦ ଓଭରରେ ୬ ୱିକେଟ୍ ହରାଇ ୨୯୪ ରନ୍ କରିପାରିଥିଲା। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିଥିବା ଅଧିନାୟକ ଶାଇ ହୋପ୍ ସର୍ବାଧିକ ସ୍କୋରର ଥିଲେ। ଯିଏ ୧୨୭.୬୫ ଷ୍ଟ୍ରାଇକ୍ ରେଟ୍ ସହିତ ୯୪ ବଲ୍ ରେ ୧୨୦ ରନ୍ ର ଅପରାଜିତ ଶତକ ହାସଲ କରିଥିଲେ। ଏହି ସମୟରେ କ୍ରିକେଟ୍ ପ୍ରେମୀମାନେ ତାଙ୍କ ବ୍ୟାଟ୍ ରୁ ୧୦ ଚୌକା ଏବଂ ପାଞ୍ଚଟି ସୁନ୍ଦର ଛକା ଦେଖିବାକୁ ପାଇଥିଲେ। ହୋପ୍ ଙ୍କ…

Read More

ଭୁବନେଶ୍ଵର: ଭାରତୀୟ ନୌସେନା ଚିଲିକା ୟୁନିଟ ପକ୍ଷରୁ କିଟ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶାତ୍ମକବୋଧ ବାଦ୍ୟ ଯନ୍ତ୍ର ପରିବେଷଣ କରାଯାଇଛି। ଅପେରସନ ସିନ୍ଦୂର ସଫଳତାକୁ ଆଧାର କରି ଏହି ବାଦ୍ୟଯନ୍ତ୍ର ପରିବେଷଣ କରାଯାଇଥିଲା। ନାଭାଲ ୟୁନିଟ ପକ୍ଷରୁ ବିଭିନ୍ନ ପ୍ରକାର ଯୁଦ୍ଧ ଜାହାଜ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ଓଡ଼ିଶା ନାଭାଲ ଇନଚାର୍ଜ କମୋଡର ବି. ଦୀପକ ଅନିଲଙ୍କ ସମେତ ନୌ ସେନାର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଏନସିସି କ୍ୟାଡେଟଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

Read More

ଖୋର୍ଦ୍ଧା: ୭୯ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଆହ୍ୱାନ କ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଖୋର୍ଦ୍ଧା ଟାଉନ ହଲ୍ ପର୍ଯ୍ୟନ୍ତ ଆୟୋଜିତ #HarGharTiranga ପଦଯାତ୍ରାରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ସାମିଲ୍ ହୋଇଥିଲେ। ଐତିହାସିକ ଖୋର୍ଦ୍ଧା ଗଡରେ ଏହି ତ୍ରିରଙ୍ଗା ଯାତ୍ରା ଆମର ଏକତାର ଅନନ୍ୟ ପରିଚୟ। ଏହି ଯାତ୍ରା ଆମ ଭିତରେ ରାଷ୍ଟ୍ରଭକ୍ତିକୁ ଜାଗ୍ରତ କରାଇବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ତପସ୍ୟା, ସଂଘର୍ଷ ଓ ବଳିଦାନର ମୂଲ୍ୟବୋଧକୁ ପୁଣିଥରେ ମନେ ପକାଇ ଦିଏ। ଆସନ୍ତୁ, ଆମେ ସମସ୍ତେ ଦେଶଭକ୍ତିର ଭାବନାରେ ଏହି ‘ହର୍‌ ଘର୍‌ ତ୍ରିରଙ୍ଗା’ ଯାତ୍ରାରେ ସାମିଲ ହେବା ଓ ନିଜ ଘରେ ରାଷ୍ଟ୍ରୀୟ ଧ୍ୱଜା ଉତ୍ତୋଳନ କରିବା ସହ ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା। ଏହି ଅବସରରେ ଭୁବନେଶ୍ବର…

Read More

ଭୁବନେଶ୍ଵର: ସରକାରୀ ସ୍ତରରେ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଭିଜିଲାନ୍ସ ପ୍ରଶାସନର ସୁଦୃଢ଼ିକରଣ ଉପରେ ରାଜ୍ୟ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଗୁରୁତ୍ବାରୋପ କରିଛନ୍ତି। ଭୁବନେଶ୍ବର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ସଚିବସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଆହୁଜା କାର୍ଯ୍ୟାଳୟରେ ଠିକ୍ ସମୟରେ ଉପସ୍ଥାନ ନ ଦେଉଥିବା ଏବଂ ଠିକ ଭାବରେ କାର୍ଯ୍ୟ ସଂପାଦନ କରୁନଥିବା ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅବସର ପୂର୍ବରୁ ଅବସର ଦେବା ପାଇଁ ପରାମର୍ଶ ଦେଇଛନ୍ତି। ସରକାରୀ କାର୍ଯ୍ୟରେ ସ୍ବଚ୍ଛତା, ଉତ୍ତରଦାୟିତ୍ବ ନରହିବା ଅଭିଯୋଗ ଶୁଣାଣୀରେ ପ୍ରଭାବହୀନ ପ୍ରଦର୍ଶନ, ଦୁର୍ନୀତିକୁ ଚିହ୍ନଟ କରିବାରେ କୋହଳ ମନୋଭାବ, ଅସାଧୁତା, ନିୟମିତ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରାନଯିବା ଭଳି ଦୁର୍ନୀତିର ବିଭିନ୍ନ ଦିଗ ସଂପର୍କରେ ବୈଠକରେ ଆଲୋକପାତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନରମାନେ ଯୋଗଦେଇଥିଲେ।

Read More

ପୁରୀ: ପୁରୀ -ଲାଲଗଡ – ପୁରୀ ଏକ୍ସପ୍ରେସ ରାଜସ୍ଥାନର ଶ୍ରୀଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି। ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ଆଜି ସକାଳେ ସବୁଜ ପତାକା ଦେଖାଇ ଏହି ସମ୍ପ୍ରସାରିତ ଟ୍ରେନ ଯାତ୍ରାର ଶୁଭାରମ୍ଭ କରିଥିଲେ। ଆନ୍ତଃରାଜ୍ୟ ସଂଯୋଗୀକରଣକୁ ପ୍ରମୁଖ ପ୍ରୋତ୍ସାହନ ସ୍ବରୂପ ଭାରତୀୟ ରେଳବାଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ଐତିହାସିକ ସମ୍ପ୍ରସାରଣ ବଙ୍ଗୋପସାଗରକୁ ଥର ମରୁଭୂମି ସହିତ ସୁଗମ ଭାବେ ସଂଯୋଗ କରିବ, ଯାହା ପୂର୍ବାଞ୍ଚଳ ରାଜ୍ୟ ଓଡିଶା ଏବଂ ଉତ୍ତର ପଶ୍ଚିମ ରାଜ୍ୟ ରାଜସ୍ଥାନ ମଧ୍ୟରେ ସାଂସ୍କୃତିକ ଏବଂ ଅର୍ଥନୈତିକ ସଂପର୍କକୁ ସୁଦୃଢ଼ କରିପାରିବ। ଏହି ଅବସରରେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତିଙ୍କ ସମେତ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ରେଳବାଇ ପ୍ରବନ୍ଧକ ଆଲୋକ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Read More

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ଉପାୟ ଅବଲମ୍ୱନ କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଥିଲେ। ନାରୀ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ପୋଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଏହି ନୀତିକୁ ଆଧାର କରି ପୋଲିସ ସବୁ ସମୟରେ ଆକ୍ସନ ମୋଡରେ ରହୁ। ଏହାକୁ ସୁନିଶ୍ଚିତ କରିବା ପାଇଁ ଉଚ୍ଚ ପୋଲିସ ଅଧିକାରୀମାନେ ଏହାର ନିୟମିତ ମନିଟରିଙ୍ଗ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି ଜୋରଦାର କରିବା ସହିତ, ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ପଢ଼ୁଥିବା ପିଲାମାନଙ୍କ ସୁରକ୍ଷା ପାଇଁ ସ୍କୁଲ ଓ କଲେଜ ଅଞ୍ଚଳରେ ନିୟମିତ ଭାବେ ପାଟ୍ରୋଲିଂ କରିବା…

Read More

ମୁମ୍ବାଇ: ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ରାଜ୍ୟରେ ଆଗାମୀ ପୌର ନିର୍ବାଚନ ବାଲଟ୍ ପେପର ମାଧ୍ୟମରେ କରିବା ପାଇଁ ବିରୋଧୀଙ୍କ ଦାବିକୁ ସମର୍ଥନ କରିଛି। MNS ନେତାମାନେ କହିଛନ୍ତି ଯେ, ଏହା ନିର୍ବାଚନ ପ୍ରକ୍ରିୟା ଉପରେ ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି କରିବ ଏବଂ ସ୍ୱଚ୍ଛତା ବଜାୟ ରଖିବ। ରାଜ୍ୟ ନିର୍ବାଚନ କମିଶନରଙ୍କ ସହ ସାକ୍ଷାତ: MNS ନେତାମାନଙ୍କର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ସେମାନଙ୍କର ଦାବିପତ୍ର ପ୍ରଦାନ କରିଛନ୍ତି। ତାଲିକାରେ VVPAT ବ୍ୟବହାର ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। VVPAT ହେଉଛି ଏକ ପ୍ରଯୁକ୍ତିବିଦ୍ୟା ଯାହା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ମାଧ୍ୟମରେ ଭୋଟ ଦେବା ପରେ ଭୋଟରଙ୍କ ଭୋଟକୁ କାଗଜ ସ୍ଲିପରେ ଦେଖାଏ, ଯାହା ଦ୍ୱାରା ସେ ନିଶ୍ଚିତ କରିପାରିବେ ଯେ, ଭୋଟ ସଠିକ୍ ସ୍ଥାନକୁ ଯାଇଛି। ଭୋଟର ତାଲିକା ଉପରେ ପ୍ରଶ୍ନ?: MNS ନେତା ଶିରିଶ ସାୱନ୍ତ କହିଛନ୍ତି ଯେ, ”ଭୋଟର ତାଲିକାରେ…

Read More