ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ୨୦୨୫ ସମାରୋହର ଏକ ଅଂଶ ଭାବରେ, ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ (ଏମଡିଏନଆଇୱାଇ) ୧୭ ଜୁନ୍, ୨୦୨୫ ରେ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ‘ଯୋଗ ବନ୍ଧନ’ ର ଉଦଘାଟନୀ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଆଇଡିୱାଇ ୨୦୨୫ ଅଧୀନରେ ୧୦ ଟି ସ୍ୱାକ୍ଷର କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ, ଯୋଗ କ୍ଷେତ୍ରରେ ଅନୁଷ୍ଠାନ-ରୁ-ଅନୁଷ୍ଠାନ ଭାଗିଦାରୀ ମାଧ୍ୟମରେ ବିଶ୍ୱ ସହଯୋଗକୁ ମଜବୁତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଏ। ‘ଯୋଗ ବନ୍ଧନ’ ସମଗ୍ର ବିଶ୍ୱରୁ ବିଶ୍ୱ ଯୋଗ ଆମ୍ବାସଡରମାନଙ୍କୁ ଏକାଠି କରିଥିଲା ଏବଂ ଯୋଗ ମାଧ୍ୟମରେ ସାଂସ୍କୃତିକ ବିନିମୟ, ଶୈଖିକ ବାର୍ତ୍ତାଳାପ ଏବଂ ବିଶ୍ୱ କଲ୍ୟାଣ ପାଇଁ ଏକ ସହଭାଗୀ ଦୃଷ୍ଟିକୋଣ ପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରିଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଏକାଡେମିକ୍, ଅଭ୍ୟାସକାରୀ, ଷ୍ଟୁଡିଓ ପ୍ରତିଷ୍ଠାତା, ଲେଖକ ଏବଂ ୧୫ ଟି ଦେଶକୁ…
Author: SM Network
ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏକ ଉଚ୍ଚସ୍ତରୀୟ ବୈଠକରେ ମେସର୍ସ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ବିମାନ ଚଳାଚଳ ସମୀକ୍ଷା କରିଛି। ବୈଠକରେ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବର୍ତ୍ତମାନ ଏହି ଦୁଇଟି ସଂସ୍ଥା ଘରୋଇ ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ୧,୦୦୦ରୁ ଅଧିକ ବିମାନ ଚଳାଚଳ କରୁଛନ୍ତି। ବୈଠକରେ ବିମାନ ଚଳାଚଳ ସଂସ୍ଥା ଦ୍ୱୟର ବିମାନ ପରିଚାଳନାଗତ ଦୃଢ଼ତା ସମୀକ୍ଷା କରାଯାଇଥିଲା। ଯାତ୍ରୀଙ୍କ ସୁରକ୍ଷା ଏବଂ ସେବା ନିୟାମକର ଅନୁପାଳନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏୟାର ଇଣ୍ଡିଆରେ ରକ୍ଷଣାବେକ୍ଷଣ ସମସ୍ୟାକୁ ନେଇ ନିକଟରେ ଆସିଥିବା ଅଭିଯୋଗ ଉପରେ ଡିଜିସିଏ ଚିନ୍ତାବ୍ୟକ୍ତ କରିଥିଲା। ଇଞ୍ଜିନିୟରିଂ, ପରିଚାଳନା, ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ୟୁନିଟ୍ ମଧ୍ୟରେ ଆଭ୍ୟନ୍ତରୀଣ ସମନ୍ୱୟକୁ ସୁଦୃଢ଼ କରିବା ଏବଂ ଏହି ସମସ୍ୟା ଯୋଗୁଁ ଯାତ୍ରୀଙ୍କ ବିଳମ୍ବକୁ ହ୍ରାସ କରିବା ପାଇଁ ପର୍ଯ୍ୟାପ୍ତ ସରଞ୍ଜାମ ଉପଲବ୍ଧତା ସୁନିଶ୍ଚିତ କରିବା ସହିତ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଏୟାରଲାଇନ୍ସକୁ…
ଭୁବନେଶ୍ୱର: ଆଗାମୀ ଜୁନ୍୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଶାସନିକ ସ୍ତରରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଲୋଚିତ କାର୍ଯ୍ୟସୂଚୀ ଅନୁସାରେ ୨୦ ତାରିଖ ଅପରାହ୍ଣ ୨.୦୫ ମି. ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶସ୍ଥିତ କୁଶୀନଗର ବିମାନବନ୍ଦରରୁ ବାୟୁସେନା ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ଭୁବନେଶ୍ୱର ବିମାନବନ୍ଦରଠାରେ ଅପରାହ୍ଣ ୩.୪୦ ମି. ସମୟରେ ପହଞ୍ଚିବେ। ୩.୪୫ ରୁ ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ଏକ ରୋଡ ଶୋ ମଧ୍ୟ ଦେଇ ଘ ୪.୧୫ ମି. ସମୟରେ ଜନତା ମୈଦାନଠାରେ ପହଞ୍ଚିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗଠିତ ଓଡ଼ିଶା ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ଉପଲବ୍ଧି ସଂପର୍କରେ ମାନ୍ୟବର ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବା ସହିତ ନିର୍ଦ୍ଧାରିତ ବିଭିନ୍ନ କାର୍ଯ୍ୟକ୍ରମ ତାଙ୍କ କରକମଳରେ ସମାହିତ ହେବ। ଏହା ପରେ…
ନୂଆଦିଲ୍ଲୀ: ଭାରତ ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ଯାଉଛି। ୨୦୨୫ର ବିଷୟବସ୍ତୁ “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ଏକତା ଏବଂ କଲ୍ୟାଣର ବାର୍ତ୍ତା ପ୍ରଦାନ କରେ। ଲଦାଖରୁ କେରଳ ପର୍ଯ୍ୟନ୍ତ, ଲୋକମାନେ ଯୋଗର ଭାବନାରେ ଏକାଠି ହେଉଛନ୍ତି। ଆଜି, ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଲୋକ ଯୋଗ ଅଭ୍ୟାସ କରୁଛନ୍ତି। ପ୍ରସିଦ୍ଧ ଯୋଗ ଗୁରୁମାନଙ୍କ ସମର୍ପଣ ହେତୁ ଯୁଗ ଯୁଗ ଧରି ଏହି ପରମ୍ପରାକୁ ବଜାୟ ରଖାଯାଇପାରିଛି। ବର୍ତ୍ତମାନ ଏହି ଅଭ୍ୟାସ ଆହୁରି ଦୃଢ଼ ଏବଂ ଅଧିକ ସ୍ପନ୍ଦନଶୀଳ ହେବାରେ ଲାଗିଛି। ଏହା ଏକ ସୁସ୍ଥ ଏବଂ ସନ୍ତୁଳିତ ଜୀବନକୁ ପ୍ରୋତ୍ସାହିତ କରୁଛି। ଯୋଗର ଇତିହାସ ଭାରତର ପ୍ରାଚୀନ ସଭ୍ୟତାରେ ଗଭୀର ଭାବରେ ନିହିତ, ହଜାର ହଜାର ବର୍ଷ ଧରି ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଶୃଙ୍ଖଳାର ଏକ ଅନନ୍ୟ ବ୍ୟବସ୍ଥା ଭାବରେ ବିକଶିତ ହୋଇଛି। ଯୋଗ ସଭ୍ୟତାର ପ୍ରାରମ୍ଭରେ ଆରମ୍ଭ ହୋଇଥିବା ବିଶ୍ୱାସ କରାଯାଏ।…
ଖୋର୍ଦ୍ଧା: ବିକାଶ ମେଳା ୨୦୨୫ ନୂତନ ସରକାରଙ୍କ ଯୋଜନା ସେବା, ସୂଚନା ଓ ହିତାଧିକାରୀ ଯୋଗାଯୋଗର ଏବଂ ବିକଶିତ ଓଡ଼ିଶା ଗଠନରେ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ମୁଖ୍ୟ ସ୍ରୋତରେ ସାମିଲ କରି ସୁଫଳ ପ୍ରତିଫଳନକୁ ଘରେ ଘରେ ପରିଚିତ କରିବା ଓ ଓଡ଼ିଶାକୁ ସମଗ୍ର ଦେଶରେ ପ୍ରସିଦ୍ଧି କରାଇବା ଲକ୍ଷ୍ୟ ନେଇ ମେଳାର ଆୟୋଜନ ହୋଇଛି ବୋଲି ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ ମୁଖ୍ୟ ଅତିଥି ଭାବେ ହାବେଳୀ ପଡିଆ ମଞ୍ଚରେ ଯୋଗଦେଇ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଆୟୋଜିତ କୃଷକ ସମ୍ବର୍ଦ୍ଧନା ସମାରୋହରେ ଉଦବୋଧନ ଦେଇଛନ୍ତି। କୃଷି ପ୍ରଧାନ ଭାରତବର୍ଷ ଓ ଓଡ଼ିଶାର କୃଷକ ମାନଙ୍କ ଉନ୍ନତି, ଚାଷୀଙ୍କୁ ସରକାରଙ୍କ କୃଷି ଯୋଜନାରେ ସାମିଲ କରି ସୁଫଳ ସହ ନୂତନ ଏକ ବର୍ଷର ସରକାର ଅନେକ ଯୋଜନା ସନିବାସହ ସେମାନଙ୍କ ଉନ୍ନତିକୁ ବହୁଗୁଣରେ ସାକାର କରିବାକୁ ଅଙ୍ଗିକାରବଦ୍ଧ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରି…
ମେଷ- ଲଭ୍ ଲାଇଫରେ ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ । ଆପଣଙ୍କ ଇଚ୍ଛା ପୂରଣ କରିବା ପାଇଁ ଆପଣଙ୍କ ପରିବାର ଆପଣଙ୍କ ସମର୍ଥନରେ ଠିଆ ହେବେ । କିଛି ଲୋକ ଏହି ସପ୍ତାହରେ ଆର୍ଥିକ ସ୍ବାଧୀନ ହେବେ। କୈଣସି ସ୍ୱାସ୍ଥ୍ୟ ସମସ୍ୟା ହେବ ନାହିଁ । ପ୍ରେମ ସଂପର୍କରେ ମଧୁରତା ବୃଦ୍ଧି ହେବାର ସମ୍ଭାବନା ଅଛି । ବୃଷ-ବ୍ୟବସାୟ ଅଭିବୃଦ୍ଧି ପାଇଁ ବିଦେଶ ଭ୍ରମଣର ଲକ୍ଷଣ ଅଛି, ଯାହା ଶେଷରେ ଲାଭଦାୟକ ହେବ । କମିଶନ ଆଧାରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଲାଭଦାୟକ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ, ଯାହା ତୁମ ମନକୁ ସପ୍ତାହ ସାରା ସତେଜ ରଖିବ । ମିଥୁନ- ପରିବାରର ଗୁରୁଜନମାନେ ତୁମେ କରୁଥିବା ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିବ । ତୁମେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶର ରିଲିଫ କମିଶନର ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସଡିଆରଏଫ)ଗୁଡ଼ିକର ଦୁଇଦିନିଆ ବାର୍ଷିକ ସମ୍ମିଳନୀ ଆଜି ନୂଆଦିଲ୍ଲୀରେ ଉଦଯାପିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଉଦଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଡକ୍ଟର ପି. କେ. ମିଶ୍ର କହିଥିଲେ ଯେ ଏହି ବାର୍ଷିକ ସମ୍ମିଳନୀ ଏକ ବାର୍ଷିକ ଆୟୋଜନଠାରୁ ଊର୍ଦ୍ଧ୍ୱରେ ବିପର୍ଯ୍ୟୟ ବିପଦ ପରିଚାଳନା ପ୍ରତି ଆମର ସାମୂହିକ ଆଭିମୁଖ୍ୟକୁ ପ୍ରତିଫଳିତ କରିବା, ପୁନଃବ୍ୟବସ୍ଥିତ କରିବା ଏବଂ ସୁଦୃଢ଼ କରିବା ପାଇଁ ଏକ ସହଭାଗୀ ସୁଯୋଗ। ବିପର୍ଯ୍ୟୟଗୁଡ଼ିକର ପ୍ରକୃତି ବଦଳୁଥିବା ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଆମକୁ ଏହି ବାସ୍ତବତାକୁ ସ୍ୱୀକାର କରିବାକୁ ହେବ, ଅର୍ଥାତ୍ ବିପଦଗୁଡ଼ିକ ପରସ୍ପର ସହ ଜଡ଼ିତ ଏବଂ ସେଗୁଡ଼ିକର ପ୍ରଭାବ ବହୁଗୁଣିତ ହେଉଛି। ବିପଦଗୁଡ଼ିକ ଆମର ଆଶା ଠାରୁ ବହୁଗୁଣ ଅଧିକ ବେଗରେ…
ନୂଆଦିଲ୍ଲୀ: ୨୦୧୪ ରୁ ୨୦୨୫ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଚକ୍ଷଣ ନେତୃତ୍ୱରେ ଭାରତର ସ୍ୱାସ୍ଥ୍ୟସେବା ରୂପାନ୍ତରିତ ହୋଇଛି। ଜନ କୈନ୍ଦ୍ରିକ ଦୃଷ୍ଟିକୋଣ ମାଧ୍ୟମରେ, ସରକାର ସମସ୍ତ ନାଗରିକ, ବିଶେଷକରି ଅବହେଳିତ ଏବଂ ଗ୍ରାମୀଣ ଜନସଂଖ୍ୟାଙ୍କ ପାଇଁ ଗୁଣବତ୍ତାଯୁକ୍ତ ସ୍ୱାସ୍ଥ୍ୟସେବାକୁ ସୁଲଭ ଏବଂ ସହଜଲଭ୍ୟ କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି। ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ହେଉ କିମ୍ବା ଇ-ସଞ୍ଜିବନୀ ଭଳି ଟେଲିମେଡିସିନ ପ୍ଲାଟଫର୍ମ ହେଉ, ଏସବୁଥିରେ ଲକ୍ଷ୍ୟ ସ୍ପଷ୍ଟ ରହିଛି। ତାହା ହେଲା: ସମସ୍ତଙ୍କ ପାଇଁ ସୁଲଭ, ସହଜଲଭ୍ୟ ଏବଂ ଦାୟିତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା। ଭାରତ କେବଳ କୋଭିଡ୍ ୧୯ ସଙ୍କଟକୁ ନିୟନ୍ତ୍ରଣ କରିନଥିଲା, ବିଶ୍ୱକୁ ୨୨୦ କୋଟିରୁ ଅଧିକ ଟିକା ପ୍ରଦାନ କରି ବିଶ୍ୱ ସ୍ୱାସ୍ଥ୍ୟ ସେବାରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ଅଂଶୀଦାର ନିଜକୁ ପ୍ରମାଣିତ କରିଥିଲା। ମିଶନ ଇନ୍ଦ୍ରଧନୁଷ ଭଳି ବ୍ୟାପକ ଟିକାକରଣ ଅଭିଯାନ ମାଧ୍ୟମରେ ପ୍ରତିରୋଧମୂଳକ ସେବା ବୃଦ୍ଧି ପାଇଛି। ଚିକିତ୍ସା ଶିକ୍ଷାରେ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ବ୍ରହ୍ମପୁର ନିକଟ ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ବଡ଼କୁଶସ୍ଥଳୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ‘ବିଶ୍ୱ ବୟସ୍କ ନିର୍ଯ୍ୟାତନା ସଚେତନତା ଦିବସ’ ପାଳିତ ହୋଇଯାଇଛି। ବରିଷ୍ଠ ନାଗରିକଙ୍କ ଆଇନଗତ ଆବଶ୍ୟକତା ପୂରଣ କରିବା ପାଇଁ ଆଇନଗତ ସହାୟତା ଶିବିର ସହିତ ଏହି’ ବିଶ୍ୱ ବୟସ୍କ ନିର୍ଯ୍ୟାତନା ସଚେତନତା ଦିବସ’ ପାଳନ ହୋଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଠାରୁ ଏହି ଦିବସ ଆରମ୍ଭ ହେବା ସହ ପ୍ରତ୍ୟେକ ବର୍ଷ ଜୁନ ୧୫ ତାରିଖରେ ରାଜ୍ୟ ତଥା ପ୍ରତି ଜିଲ୍ଲାରେ ଏହା ପାଳନ କରାଯିବ। ଏହି ଅବସରରେ ବରିଷ୍ଠ ବ୍ୟକ୍ତି ମାନଙ୍କ ସମସ୍ୟା ଏବଂ ସମାଧାନ ଦିଗରେ ଗୁରୁତ୍ୱ ଦେବା ସହ ଗ୍ରାମର କିଛି…
ନୂଆଦିଲ୍ଲୀ: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ହରିୟାଣାର ମାନେସରଠାରେ ଥିବା ମାରୁତି ସୁଜୁକୀ ଇଣ୍ଡିଆ ଲିମିଟେଡଠାରେ ଦେଶରେ ବୃହତ୍ତମ ଅଟୋମୋବାଇଲ ଗତି ଶକ୍ତି ମଲଟି-ମୋଡାଲ କାର୍ଗୋ ଟର୍ମିନାଲର ଉଦଘାଟନ କରିଛନ୍ତି। ମାରୁତି ସୁଜୁକିର ମାନେସର ପ୍ଲାଣ୍ଟରେ ଗତି ଶକ୍ତି କାର୍ଗୋ ଟର୍ମିନାଲ ଅଟୋମୋବାଇଲ ପରିବହନର ଲଜିଷ୍ଟିକ୍ସ ଦକ୍ଷତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ମାନେସରରେ ଥିବା ପ୍ଲାଣ୍ଟଟି ପାଟଲି ରେଳ ଷ୍ଟେସନ ସହିତ ୧୦ କିଲୋମିଟର ଡେଡିକେଟେଡ୍ ରେଳ ଲିଙ୍କ୍ ମାଧ୍ୟମରେ ସଂଯୁକ୍ତ, ଯାହା ହରିୟାଣା ରେଳ ଭିତ୍ତିଭୂମି ବିକାଶ ନିଗମ (ଏଚଆରଆଇଡିସି) ଦ୍ୱାରା ବିକଶିତ ୧୨୧.୭ କିଲୋମିଟର ଲମ୍ବ ହରିୟାଣା ଅର୍ବିଟାଲ୍ ରେଳ କରିଡରର ଏକ ଅଂଶ। ଏହି ୧୦ କିଲୋମିଟର ଲିଙ୍କ୍ ନିର୍ମାଣରେ ୮୦୦ କୋଟି ଟଙ୍କା ନିବେଶ ହୋଇଥିଲା, ଯେଉଁଥିରେ ଏଚଆରଆଇଡିସି ୬୮୪ କୋଟି ଟଙ୍କାର ଅବଦାନ ଦେଇଥିଲା ଏବଂ ବାକି ପରିମାଣ ମାରୁତି…
ଭୁବନେଶ୍ଵର: ଆଇଟିଆଇର ଧନ୍ଦାମୂଳକ ଶିକ୍ଷା ଶୀଘ୍ର ନିଯୁକ୍ତି ପାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉପଯୁକ୍ତ ଶିକ୍ଷା, ଆଇଟିଆଇ ର ବିିଭିନ୍ନ ପାଠ୍ୟକ୍ରମରେ ପାଠ ପଢ଼ି ବିଭିନ୍ନ ସରକାରୀ ସଂସ୍ଥା ତଥା ବେସରକାରୀ କମ୍ପାନୀରେ ମେକାନିକ୍, ଲୋକ ପାଇଲଟ୍, ଜୁନିଅର ଟେକ୍ନିସିଆନ୍ ଭାବେ ନିଯୁକ୍ତି ପାଇପାରିବେ ଓ ଆତ୍ମନିର୍ଭରଶୀଳ ହୋଇ ସ୍ୱାବଲମ୍ବୀ ହେବେ। ଦଶମ ପାସ୍ କରିଥିବା ସହିତ ଦଶମ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଆଇ.ଟି.ଆଇ. ରେ ପାଠ ପଢିବା ପାଠ୍ୟକ୍ରମ ଓଲଡର, ଓୟାରମ୍ୟାନ ଅଛି। ସରକାରଙ୍କ ସୁଦକ୍ଷା ଯୋଜନା ଦକ୍ଷ ହେଉଛନ୍ତି ଛାତ୍ରୀ, ସ୍ୱପ୍ନ ଦେଉଛି ବାସ୍ତବତାର ରୂପ ଓ କେନ୍ଦ୍ରୀୟ ନିଯୁକ୍ତି କକ୍ଷ ମାଧ୍ୟମରେ ବଡ଼ ବଡ଼ କମ୍ପାନୀ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦିଆଯାଉଛି। ଓଡ଼ିଶାର ଯୁବପିଢୀ ସଶକ୍ତି କରଣ ଏବଂ ସେମାନଙ୍କ ଭବିଷ୍ୟତକୁ ଉଜ୍ଜଳମୟ କରିବା ପାଇଁ ରାଜ୍ୟ ସରକାର ନିରବଚ୍ଛିନ୍ନ ଭାବେ ପ୍ରୟାସ କରିଆସୁଛନ୍ତି। ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ସ୍କିଲ୍ ହବ୍ରେ ପରିଣତ…
ଭୁବନେଶ୍ଵର: ଆନ୍ତର୍ଜାତୀକ ଯୋଗ ଦିବସ ପାଇଁ ଅବଗଣନା ଆରମ୍ଭ ହୋଇଥିବା ବେଳେ ଦେଶବ୍ୟାପୀ ଯୋଗର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଉଛି। ଏହିକ୍ରମରେ ନବରଙ୍ଗପୁରଠାରେ ୧୨ ବାଟାଲିୟନ ସିଆରପିଏଫ ପକ୍ଷରୁ ଆନ୍ତର୍ଜାତୀକ ଯୋଗ ଦିବସ ପାଇଁ ଏକ ବାଇକ ରାଲି ଅନୁଷ୍ଠିତ ହୋଇଛି। ନବରଙ୍ଗପୁରଠାରେ ଅବସ୍ଥାପିତ ସିଆରପିଏଫ-୧୨ ବାଟାଲିୟନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରାର ଯୋଗର ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି। ନବରଙ୍ଗପୁର ସହର ପରିକ୍ରମା କରିଥିବା ଏହି ଶୋଭାଯାତ୍ରାରେ ବହୁସଂଖ୍ୟାରେ ସିଆରପିଏଫ ଯାବନମାନେ ଯୋଗ ଦେଇଥିଲେ। କମାଣ୍ଡର ନନ୍ଦ କିଶୋର ପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ।
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ଜୁନ୍ ୨୦ ତାରିଖରୁ ଆରମ୍ଭ ହେବ। ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଜୁନ୍ ୬ ତାରିଖରୁ ଇଂଲଣ୍ଡରେ ନିରନ୍ତର ଅଭ୍ୟାସ କରି ଏହାର ପ୍ରସ୍ତୁତିକୁ ଉନ୍ନତ କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ପ୍ରଥମ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଭାରତର ଅଭିଜ୍ଞ ଖେଳାଳି ରବି ଶାସ୍ତ୍ରୀଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ ପ୍ରଥମ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ ବିଷୟରେ ଭବିଷ୍ୟବାଣୀ କରିଛନ୍ତି। ସେ ତାଙ୍କ ଦଳରେ ନୀତିଶ କୁମାର ରେଡ୍ଡୀ ଏବଂ କୁଲଦୀପ ଯାଦବଙ୍କୁ ସ୍ଥାନ ଦେଇନାହାଁନ୍ତି। ଏକ ICC ଶୋ’ରେ ଆଲୋଚନା କରିବା ସମୟରେ ରବି ଶାସ୍ତ୍ରୀ କହିଛନ୍ତି ଯେ, କେଏଲ ରାହୁଲ ଏବଂ ଯଶସ୍ୱୀ ଜୟସ୍ଵାଲ ଓପନ କରିବା ଉଚିତ। ସେ କେଏଲ ରାହୁଲଙ୍କ ପ୍ରଶଂସା କରିଥିଲେ ଏବଂ ୨୦୨୧ ଇଂଲଣ୍ଡ ଗସ୍ତରେ ଲର୍ଡସ୍ ଗ୍ରାଉଣ୍ଡରେ…
ନୂଆଦିଲ୍ଲୀ: ଆଜି ଭାରତୀୟ ମହିଳା କ୍ରିକେଟ ପାଇଁ ଏକ ବଡ଼ ଦିନ। ଭାରତୀୟ କ୍ରିକେଟର ସ୍ମୃତି ମନ୍ଧାନା ICC ODI ବ୍ୟାଟିଂ ରାଙ୍କିଙ୍ଗରେ ନମ୍ବର-୧ ସ୍ଥାନ ହାସଲ କରିଛନ୍ତି। ସ୍ମୃତିଙ୍କ ODI ଆନ୍ତର୍ଜାତୀୟ କ୍ୟାରିୟରରେ ଏହି ପର୍ଯ୍ୟାୟ ପ୍ରଥମ ଥର ପାଇଁ ଆସିଛି, ଯେବେଠାରୁ ସେ ODI କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୨୦୧୯ ରୁ ଛଅ ବର୍ଷ ପରେ, ସ୍ମୃତି ମନ୍ଧାନା ODI କ୍ରିକେଟରେ ନମ୍ବର-୧ ବ୍ୟାଟର ହୋଇଛନ୍ତି। ଆଇସିସି ଆଜି ODI ରାଙ୍କିଙ୍ଗକୁ ଅପଡେଟ୍ କରିଛି। ସ୍ମୃତି ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଲୌରା ୱୋଲୱାର୍ଡଙ୍କୁ ୧୯ ପଏଣ୍ଟ ପଛରେ ପକାଇ ଦେଇଛନ୍ତି। ମନ୍ଧାନାଙ୍କୁ ସମ୍ପ୍ରତି ODI ବ୍ୟାଟିଂ ରାଙ୍କିଙ୍ଗରେ ଶ୍ରେଷ୍ଠ ୧୦ ତାଲିକାରେ ସାମିଲ କରାଯାଇଥିଲା। କିନ୍ତୁ ମନ୍ଧାନାଙ୍କୁ ODI ରେ ନମ୍ବର-୧ ବ୍ୟାଟସମ୍ୟାନ ହେବା ପାଇଁ ଦୀର୍ଘ ଛଅ ବର୍ଷ ଅପେକ୍ଷା କରିବାକୁ ପଡିଲା। ସମ୍ପ୍ରତି ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ…
ନୂଆଦିଲ୍ଲୀ: ଭାରତୀୟ ବିମାନ କମ୍ପାନୀ ଏୟାର ଇଣ୍ଡିଆର ବିମାନଗୁଡ଼ିକରେ ଲଗାତାର ସମସ୍ୟାର ସମ୍ମୁଖୀନ ହେଉଛି। ଏହି ସମୟରେ ଏୟାର ଇଣ୍ଡିଆ ଆଜି ଦିଲ୍ଲୀରୁ ପ୍ୟାରିସକୁ ଆଉ ଏକ ବିମାନ ବାତିଲ କରିଛି। କମ୍ପାନୀ କହିଛି ଯେ, ବିମାନରେ କିଛି ସମସ୍ୟା ଦେଖାଦେଇଛି, ଯାହା ଯୋଗୁଁ ବିମାନ ବାତିଲ କରାଯାଇଛି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ମହାନଗର ହରିହର ନଗର ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଯୋଗାସନ ଶିକ୍ଷା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ପ୍ରତିଷ୍ଠାନ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ଚିର ସୁସ୍ଥ ରହିବା ପାଇଁ ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କରିବା ଉଚିତ। ଯୋଗ ଦ୍ଵାରା ମୁକ୍ତି, ରକ୍ତଚାପ, ଶାନ୍ତ ଜୀବନ, ଆସନ ଦ୍ଵାର ଶରିରର ପ୍ରତ୍ୟେକ ଅଂଶରେ ଅମ୍ଳଜାନ ପ୍ରବେଶ କରି ରକ୍ତ ଶୁଦ୍ଧ କରେ, କ୍ଷୁଧା ବଢ଼ାଏ, ରୋଗ ପ୍ରତିରୋଧକ ଶକ୍ତି ବଢାଏ। ପ୍ରାଣାୟାମ ଦ୍ଵାରା ହୃଦୟ, ଫୁସଫୁସ ସୁସ୍ଥ ରହେ। ଏଣୁ ଅବାଳ ବୃଦ୍ଧ ଓ ମହିଳା ସମସ୍ତେ ଅଷ୍ଟାଙ୍ଗ ଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର…
ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ଥାନା ପେଣ୍ଠବବାହାଲ ନିକଟରେ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ୨ ଜଣ ବାଇକ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ପେଣ୍ଠବାହାଳ ନିକଟରେ ରେଢ଼ାଖୋଲ ପଟୁ ନାକଟିଦେଉଳ ପଟକୁ ଆସୁଥିବା ୨ ଜଣ ବାଇକ ଆରୋହୀ ବିଦ୍ୟୁତ ଖୁମ୍ବରେ ପିଟି ହୋଇ ଯାଇଥିଲେ। ଘଟଣା ସ୍ଥଳରେ ରେଢ଼ାଖୋଲ ଥାନା ଘୋଷରାମାଲ ଗ୍ରାମର ସୁମନ ଡ଼ଙ୍ଗୀ (୨୫) ରିଆମାଳ ଥାନା କୁମାଳ ଗ୍ରାମର ଶୁଭମ ନାଏକ (୨୪) ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତୁରନ୍ତ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ରାଜ୍ୟରେ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ। ନିର୍ବାଚନ ସମୟରେ ଆମର ଏକ ମୁଖ୍ୟ ପ୍ରତିଶୃତି ଥିଲା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରିବା। ଆଉ ଆଜି ଆମେ ସେହି ଲକ୍ଷ୍ୟ ପୁରାଣ କରିଛୁ। ବଲାଙ୍ଗୀର ଜିଲ୍ଲାରୁ ଦୁଇଜଣ ମନ୍ତ୍ରୀ ଓଡିଶା ସରକାରରେ ପ୍ରତିନିଧିତ୍ୱ କରୁଛନ୍ତି। ଏବେ ଏଠାରେ ଡବଲ ଇଞ୍ଜିନ ନୁହେଁ, ଟ୍ରିପଲ ଇଞ୍ଜିନ ସରକାର ଚାଲିଛି ଏବଂ ଜିଲ୍ଲାର ବିକାଶ ବି ତିନିଗୁଣ ବେଗରେ ଚାଲୁଛି ଓ ଏହି ପ୍ରକ୍ରିୟା ଆଗାମୀ ଦିନରେ ଜାରି ରହିବ। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,…
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଚାରି ଦିନିଆ ଟେଷ୍ଟକୁ ଅନୁମୋଦନ କରିବାକୁ ଯାଉଛି। ଏହାର ଲକ୍ଷ୍ୟ ହେଉଛି ଛୋଟ ଦେଶମାନଙ୍କ ପାଇଁ ଖେଳକୁ ସୁଗମ ଏବଂ ବ୍ୟବହାରିକ କରିବା। ICC ଅଧ୍ୟକ୍ଷ ଜୟ ଶାହ ନିଜେ ଏହାକୁ ସମର୍ଥନ କରିଛନ୍ତି, ଯଦିଓ ଭାରତ ସମେତ ୩ ଦେଶ ଏଥିରେ ଛାଡ ପାଇବେ। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ୨୦୨୫ ରୁ ୨୦୨୭ ଚକ୍ରରେ ୯ ଦେଶ ମଧ୍ୟରେ ମୋଟ ୨୭ ସିରିଜ ଖେଳାଯିବ, ଯେଉଁଥିରୁ ୧୭ଟି ଏପରି ସିରିଜ ହେବ ଯେଉଁଥିରେ କେବଳ ୨ ଟେଷ୍ଟ ଖେଳାଯିବ ଯେତେବେଳେ ୬ଟି ସିରିଜରେ ୩-୩ ଟେଷ୍ଟ ଖେଳାଯିବ। ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଭାରତୀୟ କ୍ରିକେଟ ଦଳ ପରସ୍ପର ବିରୁଦ୍ଧରେ ୫-୫ ମ୍ୟାଚ୍ ଟେଷ୍ଟ ସିରିଜ ଖେଳିବେ। ୪ ଦିନିଆ ଟେଷ୍ଟ ପାଇଁ ଜୟ ଶାହଙ୍କ ସମର୍ଥନ ମିଳିଲା ଦି ଗାର୍ଡିଆନ୍ ରିପୋର୍ଟ ଅନୁଯାୟୀ, WTC ଫାଇନାଲରେ ଆଲୋଚନା ସମୟରେ ICC…
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମହାସଚିବ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ବିହାର ନିର୍ବାଚନରେ ଆରଜେଡି ମେଣ୍ଟ ଧର୍ମ ପାଳନ କରିବା ଉଚିତ। ବିହାରରେ ମହାଗଠବନ୍ଧନ ଦଳଗୁଡ଼ିକର ବୈଠକରେ ଜେଏମଏମକୁ ନିମନ୍ତ୍ରଣ ନ କରାଯିବା ଉପରେ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ ଏହି ବୟାନ ଦେଇଛନ୍ତି। ଜେଏମଏମ ମହାସଚିବ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଯଦି ଆମକୁ ନିମନ୍ତ୍ରଣ କରାଯାଉନାହିଁ, ତେବେ ଆମେ ସେଠାକୁ ଯାଉନାହୁଁ। ଆମେ ଏକ ସ୍ୱାଧୀନ ରାଜନୈତିକ ଦଳ, ବିହାରରେ ଆମର ଏକ ସଂଗଠନ ଅଛି। ଆଗାମୀ ସମୟରେ ଆମେ ସେଠାରେ ଆମର ଶକ୍ତି ପ୍ରଦର୍ଶନ କରିବୁ। ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ ଆହୁରି କହିଛନ୍ତି ଯେ, “ମୁଁ ଆରଜେଡି ଏବଂ କଂଗ୍ରେସକୁ କହିବାକୁ ଚାହୁଁଛି ଯେ ଆମେ ସେମାନଙ୍କୁ ସମ୍ମାନର ସହିତ ଆମର ମେଣ୍ଟରେ ରଖିଛୁ। ବିହାର ନିର୍ବାଚନରେ ଆରଜେଡି ମେଣ୍ଟ ଧର୍ମ…
ନୂଆଦିଲ୍ଲୀ: କୋଚିରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନଟି ନାଗପୁରରେ ଜରୁରୀକାଳୀନ ଅବତରଣ କରିଛି। ବିମାନରେ ବୋମା ଥିବା ସୂଚନା ପାଇବା ପରେ ବିମାନଟି ନାଗପୁରରେ ଅବତରଣ କରାଯାଇଥିଲା ଏବଂ ଘଟଣାର ତଦନ୍ତ କରାଯାଉଛି। ପୋଲିସ ଏବଂ ଅଗ୍ନିଶମ ବାହିନୀର ଗାଡି ବିମାନବନ୍ଦରରେ ପହଞ୍ଚି ବିମାନ ଯାଞ୍ଚ କରାଯାଉଛି। ଆଜି ସକାଳ ୯:୨୦ ରେ ବୋମା ଧମକ ପାଇବା ପରେ ଇଣ୍ଡିଗୋ ବିମାନ ନମ୍ବର ୬ଇ ୨୭୦୬ କୁ ନାଗପୁର ବିମାନବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା। ଅବତରଣ ପରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। ନାଗପୁର ବିମାନବନ୍ଦରରେ ପୂର୍ବରୁ ସତର୍କତା ବୃଦ୍ଧି କରାଯାଇଥିଲା। ବିମାନବନ୍ଦର ପ୍ରଶାସନ, ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ବିମାନବନ୍ଦର ସୁରକ୍ଷା ଅଧିକାରୀ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ବିମାନର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି। ତଥାପି, ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ ଉଦ୍ଧାର କରାଯାଇ ନାହିଁ।

