Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ୨୦୨୫: ଷଷ୍ଠ ଦିବସରେ କୃଷକ ସଶକ୍ତିକରଣ କାର୍ଯ୍ୟକ୍ରମ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ୨୦୨୫: ଷଷ୍ଠ ଦିବସରେ କୃଷକ ସଶକ୍ତିକରଣ କାର୍ଯ୍ୟକ୍ରମ

June 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ବିକାଶ ମେଳା ୨୦୨୫ ନୂତନ ସରକାରଙ୍କ ଯୋଜନା ସେବା, ସୂଚନା ଓ ହିତାଧିକାରୀ ଯୋଗାଯୋଗର ଏବଂ ବିକଶିତ ଓଡ଼ିଶା ଗଠନରେ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ମୁଖ୍ୟ ସ୍ରୋତରେ ସାମିଲ କରି ସୁଫଳ ପ୍ରତିଫଳନକୁ ଘରେ ଘରେ ପରିଚିତ କରିବା ଓ ଓଡ଼ିଶାକୁ ସମଗ୍ର ଦେଶରେ ପ୍ରସିଦ୍ଧି କରାଇବା ଲକ୍ଷ୍ୟ ନେଇ ମେଳାର ଆୟୋଜନ ହୋଇଛି ବୋଲି ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ ମୁଖ୍ୟ ଅତିଥି ଭାବେ ହାବେଳୀ ପଡିଆ ମଞ୍ଚରେ ଯୋଗଦେଇ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଆୟୋଜିତ କୃଷକ ସମ୍ବର୍ଦ୍ଧନା ସମାରୋହରେ ଉଦବୋଧନ ଦେଇଛନ୍ତି। କୃଷି ପ୍ରଧାନ ଭାରତବର୍ଷ ଓ ଓଡ଼ିଶାର କୃଷକ ମାନଙ୍କ ଉନ୍ନତି, ଚାଷୀଙ୍କୁ ସରକାରଙ୍କ କୃଷି ଯୋଜନାରେ ସାମିଲ କରି ସୁଫଳ ସହ ନୂତନ ଏକ ବର୍ଷର ସରକାର ଅନେକ ଯୋଜନା ସନିବାସହ ସେମାନଙ୍କ ଉନ୍ନତିକୁ ବହୁଗୁଣରେ ସାକାର କରିବାକୁ ଅଙ୍ଗିକାରବଦ୍ଧ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରି ଥିଲେ।

ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ମତ୍ସ୍ୟ ବିଭାଗ,ଉଦ୍ୟାନ କୃଷି,ଜଳ ବିଭାଜିକା ପ୍ରକଳ୍ପ ଓ ସମବାୟ ବିଭାଗ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ସେନାପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଚାଷୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୮ ଜଣ, ମତ୍ସ୍ୟ ପୋଖରୀ ଯୋଜନାରେ ୧୩ ଜଣ, ଶ୍ରୀ ଅନ୍ନ ଅଭିଯାନରେ ୧୮ ଜଣ, ସମବାୟ ବିଭାଗର କିଶାନ କ୍ରେଡିଟ କାର୍ଡ ୫ଟି ଦଳର ୨୫ଜଣ ଙ୍କୁ ବଣ୍ଟନ କରାଯାଇଥିଲା।

ପ୍ରାଣୀ ସମ୍ପଦ ବିଭାଗ ର୨୩ ଜଣଙ୍କୁ କୁକୁଡ଼ା ଫାର୍ମ କାର୍ଯ୍ୟାଦେଶ,ଜଳ ବିଭାଜିକା ପ୍ରକଳ୍ପ ଅଧୀନରେ ୧୨ଜଣଙ୍କୁ କ୍ଷେତ ପୋଖରୀ କାର୍ଯ୍ୟାଦେଶ ବଣ୍ଟନ, ୫ ଜଣ ଚାଷୀଙ୍କୁ ଧନିଚା ଚାଷ ବିହନ, ୬ଜଣ ଚାଷୀଙ୍କୁ ମାଣ୍ଡିଆ ବିହନ ବଣ୍ଟନ କରାଯାଇଥିଲା। ସମନ୍ୱିତ କୃଷି ପଦ୍ଧତି ପାଇଁ ୭ଜଣ ଚାଷୀଙ୍କୁ କାର୍ଯ୍ୟାଦେଶ ଓ ୫ ଜଣ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ସନ୍ଧ୍ୟାରେ ଆକର୍ଷଣୀୟ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମନୋଜ କୁମାର ବିଶ୍ବାଳ ଓ ଦଳ ଏବଂ ବିମଳ ସାମନ୍ତରାୟ ଓ ଦଳ ଖୋର୍ଦ୍ଧା କିମ୍ବଦନ୍ତୀ ଉଚ୍ଚ କୋଟୀର ପାଇକ ଆଖଡ଼ା ପ୍ରଦର୍ଶନ କରି ଥିଲେ। ସେହିପରି ଆକର୍ଷଣୀୟ ସାମାଜିକ ଚେତନା ଧର୍ମୀ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା।

ଖୋର୍ଦ୍ଧା ବିକାଶ ମେଳା ୨୦୨୫
Share. Facebook Twitter LinkedIn Email WhatsApp Copy Link

Related Posts

ତାରିକ ରହମାନଙ୍କ ଭାରତ ଗସ୍ତକୁ ନେଇ ନୂଆ ଅପଡେଟ୍‌, ବଦଳିଲା ତାରିଖ

August 22, 2026

ମହାନଦୀରୁ ୨ ନାବାଳିକା ଉଦ୍ଧାର

August 22, 2026

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026
Latest News

ତାରିକ ରହମାନଙ୍କ ଭାରତ ଗସ୍ତକୁ ନେଇ ନୂଆ ଅପଡେଟ୍‌, ବଦଳିଲା ତାରିଖ

August 22, 2026

ମହାନଦୀରୁ ୨ ନାବାଳିକା ଉଦ୍ଧାର

August 22, 2026

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.