ଭୁବନେଶ୍ଵର: ପ୍ରେମ କେତେବେଳେ, କାହା ସହିତ ହୁଏ ଏକଥା କେହି କହିପାରିବେ ନାହିଁ। ହେଲେ ପ୍ରେମର ପହିଲି ପୁଲକରେ ଉତ୍ଫୁଲିତ ହୋଇଉଠେ ମନ। ଯଦି ପ୍ରଥମ ଦେଖାରେ ପ୍ରେମ ହୋଇଥାଏ ତେବେ ତାହାର ମଜା ଆହୁରି ନିଆରା। ସେଭଳି ଏକ ରୋମାଣ୍ଟିକ ଲଭ୍ ଷ୍ଟୋରୀକୁ ଆଧାର କରି ନିର୍ମିତ ହୋଇଥିବା ନୂଆ ଓଡ଼ିଆ ସିନେମା ‘ଫାଷ୍ଟ ଲଭ୍’ ମୁକ୍ତିଲାଭ କରିଛି। ରେଞ୍ଜ ରୟାଲ ସିନେ ଲାବ୍ ବ୍ୟାନରରେ ଏବଂ ଜୀ ସାର୍ଥକ ସହଯୋଗିତାରେ ଏହାକୁ ପ୍ରସ୍ତୁତ କରାଯାଇଛି। ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା ଏବଂ କିଶୋର ମିଶ୍ର। ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ମିତ୍ରା। ସଂଳାପ ରଚନା କରିଛନ୍ତି ଡଃ ନିର୍ମଳ ନାୟକ। “ଫାଷ୍ଟ ଲଭ୍”ର କାହାଣୀରେ ଦର୍ଶକ ଡିଫରେଣ୍ଟ ଚାର୍ମ ପାଇଛନ୍ତି। ଚଳଚ୍ଚିତ୍ରର ଗୀତଗୁଡିକୁ ସ୍ବର ଦେଇଛନ୍ତି ସୋମେଶ ଚକ୍ରବର୍ତ୍ତୀ, ସନ୍ତଜିତ୍ ଚାଟାର୍ଜୀ, ନବ୍ସ ଏବଂ ସରୋଜ। କୋରିଓଗ୍ରାଫି ଦାୟିତ୍ଵ ତୁଲାଇଛନ୍ତି ଅମିତ ନାୟକ। ଚିତ୍ରଟିର ମୁଖ୍ୟ ଭୂମିକାରେ ଶୈଳେନ୍ଦ୍ର…
Author: SM Network
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଜେନେଭାଠାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ବୈଶ୍ୱିକ ମଞ୍ଚ (ଜିପିଡିଆରଆର) ୨୦୨୫ ଅବସରରେ ଜି-20 ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) କାର୍ଯ୍ୟକାରୀ ଗୋଷ୍ଠୀ ଗୋଲଟେବୁଲ ବୈଠକରେ ଅଂଶଗ୍ରହଣ କରିଥିଲେ। ଆଲୋଚନା ସମୟରେ, ସେ ବିକାଶର ଆବଶ୍ୟକତା ସହିତ ଆର୍ଥିକ ସାମର୍ଥ୍ୟର ଲାଭ ଉଠାଇ ବୈଶ୍ୱିକ ବିପର୍ଯ୍ୟୟ ବିପଦ ହ୍ରାସ ପ୍ରୟାସକୁ ଆଗେଇ ନେବାରେ ଜି-20ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଅନ୍ତର୍ଜାତୀୟ ସହଯୋଗକୁ ସୁଦୃଢ଼ କରିବା ଏବଂ ବୈଶ୍ୱିକ ଆହ୍ୱାନଗୁଡ଼ିକ ବିରୋଧରେ ସାମୂହିକ ନମନୀୟତା ସୃଷ୍ଟି କରିବା ଲାଗି ଆହ୍ୱାନ କରିଥିଲେ। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଡ. ମିଶ୍ର ନମନୀୟ ଭବିଷ୍ୟତ ପାଇଁ ଅନ୍ତର୍ଜାତୀୟ ଭାଗିଦାରୀର ସମ୍ପ୍ରସାରଣ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେ ଆଫ୍ରିକୀୟ ସଂଘ (ଏୟୁ) କୁ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ମେଣ୍ଟ (ସିଡିଆରଆଇ) ର ଏକ ନୂତନ ସଦସ୍ୟ ଭାବେ…
ରଣପୁର: ରଣପୁର ତାଲୁକ୍ ଲିଗାଲ ସର୍ଭିସ୍ କମିଟି, ରଣପୁର ପକ୍ଷରୁ ଗୁରୁବାର ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ରଣପୁର କୋର୍ଟର ପ୍ରଥମ ଶ୍ରେଣୀ ବିଚାରପତି ପୁଣ୍ୟଶ୍ଲୋକ୍ ଦାଶ, ରଣପୁର ବାର ଆସୋସିଏସନ୍ ର ଆଇନ୍ ଜିବି ସୁବାଷ ଚନ୍ଦ୍ର ଜେନା, ଶ୍ରୀକାନ୍ତ କୁମାର ସାହୁ, କୃପାସିନ୍ଧୁ ବେହେରା, ଶତୃଘ୍ନ ପାଇକରାୟ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭା ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ପୋଷ୍ଟର ତିଆରି କାର୍ଯ୍ୟକ୍ରମର ପ୍ରତିଯୋଗିତା କରାଯାଇଥିଲା। ରଣପୁର ବନବିଭାଗ ମଧ୍ୟ ଏହି ଆଇନ ସଚେତନା କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କୋଦଳା ଥାନା ଅର୍ନ୍ତଗତ ନାଇକାଣିପଲୀ ଗ୍ରାମ ମାଗୁରା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ମାନସିକ ବିକୃତ ଯୁବକ ଚିତ୍ରସେନ ସ୍ବାଇଁ ନିଜ ସ୍ତ୍ରୀ ଓ ଛୁଆକୁ ମାରଧର କରିବା ସମୟରେ ଜେଜେମା’ର ପ୍ରାଣହାନୀ ଘଟିଛି। କଳହ ଅଟକାଇବାରୁ ଚିତ୍ରସେନ ଉତକ୍ଷିପ୍ତ ହୋଇ ଜେଜେମା’ ଅନୀ ସ୍ବାଇଁକୁ ଘରୁ ଟାଣି ଆଣି ଗାଁ ରାସ୍ତାରେ ଏକ କାଠ ଫାଳିଆରେ ମାଡ଼ ମାରିଥିଲା। ଯାହା ଫଳରେ ଅନୀଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ଏଭଳି ପରିସ୍ଥିତିରେ ବଡବାପା ଆସି ଅଟକାଇ ବାରୁ ଚିତ୍ରସେନ ତାକୁ ମଧ୍ୟ ମୁଣ୍ଡକୁ ଆକ୍ରମଣ କରିବାରୁ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଖବର ପାଇ କୋଦଳା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତ ଚିତ୍ରସେନ କୁ ଉଠେଇ ଆଣି ଥାନାରେ ରଖି ଜେରା କରୁଛି।
ନୂଆଦିଲ୍ଲୀ: ବିଭିନ୍ନ ସମୟରେ ରାଶିଫଳକୁ ନେଇ ହୁଏ ତର୍କବିତର୍କ। ଜ୍ୟୋତିଷ ଶାସ୍ତ୍ର ଉପରେ ଉଠେ ପ୍ରଶ୍ନ। ହେଲେ ଏହା ଏକ ପ୍ରାଚୀନ ଶାସ୍ତ୍ର। ମୁନିଋଷିଙ୍କ ଦ୍ବାରା ଏହା ସ୍ବୀକୃତ ଅଟେ। ସେଥିପାଇଁ ଏହି ରାଶିଫଳ ଅନେକଙ୍କ ଜୀବନରେ ବେଶ୍ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଆଜି ଜାଣିବା କଣ ରହିଛି ରାଶିଫଳ। ମେଷ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆୟର ବୃଦ୍ଧି ଦେଖାଦେବ, ଯେଉଁଥିପାଇଁ ଆପଣଙ୍କ ଚେହେରାରେ ଖୁସିର ଅନୁଭବ ଆସିବ। ଆପଣ ଆଜି ଅଫିସରେ ବସଙ୍କ ସହିତ କଥା ହେବେ। କେହି ଶଶୂର ଘର ଲୋକ ଭେଟିବାକୁ ଆସିପାରନ୍ତି। ଜୀବନସାଥୀ ବହୁତ ଖୁସି ହେବେ। ବୃଷ:- ଆଜି ଆପଣଙ୍କ ଦିନ ଉତ୍କଣ୍ଠାର ପରିପୂର୍ଣ୍ଣ ହେବ। ଖର୍ଚ୍ଚର ହଠାତ୍ ବୃଦ୍ଧି ଚିନ୍ତା କରିପାରେ। ଘରର ବୃଦ୍ଧମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଏହା ଖରାପ ହୋଇପାରେ। ଅତୀତରେ କିଛି କାମ ପାଇଁ କରାଯାଇଥିବା କାର୍ଯ୍ୟ ଆଜି ଫଳ ଦେବାକୁ ଯାଉଛି।…
ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ସ୍ଥିତ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ୫ ଜୁନ୍ ୨୦୨୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରାଣାଙ୍କ ନେତୃତ୍ୱରେ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରର କାର୍ଯ୍ୟକର୍ତ୍ତୀ ପୁଷ୍ପମଞ୍ଜରୀ ଦେଇଙ୍କ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ମାନେ ଓ ସ୍ଥାନୀୟ ଗ୍ରାମବାସୀ ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ପରିବେଶ ସୁରକ୍ଷା ଓ ସଜାଗତା ବୃଦ୍ଧି ପାଇଁ ବିଦ୍ୟାଳୟ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମହଲରେ ପ୍ରଂଶସା କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସମ୍ବନ୍ଧୀୟ ସଚେତନତା ବୃଦ୍ଧି ପାଇଛି ବୋଲି ଅନେକ ଅଭିଭାବକ ଏବଂ ସଦସ୍ୟମାନେ ମତ ପ୍ରକାଶ କରିଛନ୍ତି। ବିଦ୍ୟାଳୟ ରେ ଗ୍ରୀଷ୍ମ ଛୁଟି ଚାଲିଥିବା ହେତୁ ପୂର୍ବାହ୍ନରେ ଅନଲାଇନ ମାଧ୍ୟମରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ଏହା ପରେ…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ତଥା ହସ୍ତ ତନ୍ତ, ବୟନ, ହସ୍ତ ଶିଳ୍ପ ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଉପସ୍ଥିତିରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଲୋକଙ୍କ ସରକାରଙ୍କ ଏକବର୍ଷ ପୂର୍ତ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚ଼ନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝିଙ୍କ ନେତୃତ୍ଵରେ ଲୋକଙ୍କ ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି।ଏହା ମାଧ୍ୟମରେ ଲୋକଙ୍କ ସାମାଜିକ, ଆର୍ଥିକ ସ୍ଥିତ ସୁଦୃଢ ହେବା ସହ ‘ବିକଶିତ ଓଡ଼ିଶା’ ଗଠନ ସାକାର ରୂପ ନେବାକୁ ଯାଉଛି। ଏକ ବର୍ଷ ପୂର୍ତ୍ତି ପାଳନ ସହ ଏହି ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ନିମନ୍ତେ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଚ଼ଞ୍ଚଳ ରଣା, ଅତିରିକ୍ତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କାଶ୍ମୀରରେ ଉନ୍ନତ ସଂଯୋଗୀକରଣ ପାଇଁ ୪୬,୦୦୦ କୋଟି ଟଙ୍କାର ଦୂରଦୃଷ୍ଟିସମ୍ପନ୍ନ ଏବଂ ପ୍ରମୁଖ ପ୍ରକଳ୍ପଗୁଡ଼ିକର ରୂପରେଖ ପ୍ରସ୍ତୁତ କରିଛନ୍ତି, ଯାହା ଏହି କ୍ଷେତ୍ରର ସଂଯୋଗୀକରଣ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଚେନାବ ସେତୁର ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଚେନାବ ରେଳ ସେତୁ ଜାମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଉଧମପୁର-ଶ୍ରୀନଗର-ବାରାମୂଳା ରେଳ ସଂଯୋଗ (ୟୁଏସବିଆରଏଲ୍) ପ୍ରକଳ୍ପ ସବୁଦିନିଆ ସଂଯୋଗକୁ ସୁନିଶ୍ଚିତ କରିବ ଏବଂ ଶ୍ରୀ ମାତା ବୈଷ୍ଣୋଦେବୀ କଟରା ଏବଂ ଶ୍ରୀନଗର ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଜମ୍ମୁ ଓ କଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ଏକ୍ସ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି; “ଆସନ୍ତାକାଲି, ଜୁନ୍…
ନୂଆଦିଲ୍ଲୀ: ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ ଏବଂ ଭିଏତନାମର ଉଚ୍ଚ ଅଧିକାରୀଙ୍କୁ ନେଇ ଗଠିତ ଏକ ପ୍ରତିନିଧିମଣ୍ଡଳ ମଧ୍ୟରେ ଅନୁଷ୍ଠିତ ଏକ ଆଲୋଚନାରେ ଭାରତ ଏବଂ ଭିଏତନାମ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ସହମତ ହୋଇଛନ୍ତି। ଏହି ପ୍ରତିନିଧିମଣ୍ଡଳର ନେତୃତ୍ୱ ଭିଏତନାମ କମ୍ୟୁନିଷ୍ଟ ପାର୍ଟି (ସିପିଭି) ର ପଲିଟବ୍ୟୁରୋ ସଦସ୍ୟ ଏବଂ ସିପିଭିର ସୂଚନା, ଶିକ୍ଷା ଏବଂ ଗଣ ଆନ୍ଦୋଳନ କେନ୍ଦ୍ରୀୟ କମିଶନର ଅଧ୍ୟକ୍ଷ ଙ୍ଗୁୟେନ ଟ୍ରୋଙ୍ଗ ଙ୍ଘିୟା ନେଇଥିଲେ। ବୈଠକରେ କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁଙ୍କ ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଭାରତ ଏବଂ ଭିଏତନାମ ପାରମ୍ପରିକ ଭାବରେ ଘନିଷ୍ଠ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ ରଖିଆସିଛନ୍ତି। ୨୦୨୨ ମସିହାରେ, ଦୁଇ ଦେଶ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ତମ ବାର୍ଷିକୀ ପାଳନ…
ନୂଆଦିଲ୍ଲୀ/ଭୁବନେଶ୍ୱର: ବିଶ୍ୱ ତୁଳନାରେ ଭାରତ କେବେ ବି ପ୍ରଦୂଷଣକାରୀ ରାଷ୍ଟ୍ର ଭାବରେ ପରିଗଣିତ ହୋଇନାହିଁ। ଭାରତ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବରେ ବିବେଚନା କରୁଥିବାର ସଭ୍ୟତା ଅଟେ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ୨୦୭୦ ସୁଦ୍ଧା ନେଟ୍ – ଜିରୋ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, ଯେଉଁଥିରେ ୨୦୪୭ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ। ପରିବେଶ ସୁରକ୍ଷାର ମହାଯଜ୍ଞରେ ଆମ ସମସ୍ତଙ୍କୁ ନିଜ ନିଜର ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ‘ବିଶ୍ୱ ପରିବେଶ ଦିବସ’ ଅବସରରେ ଶ୍ରୀ ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଗୋଲମାର୍କେଟ୍ ସ୍ଥିତ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଛାତ୍ରଛାତ୍ରୀମାନଙ୍କ ସହ “ଏକ୍ ପେଡ୍ ମା’ କେ ନାମ ୨.୦” ଅର୍ଥାତ୍ “ମା’ଙ୍କ ନାମରେ ଗୋଟିଏ ଗଛ ୨.୦” ଅଭିଯାନ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ…
ଶ୍ରୀନଗର: ସୁଉଚ୍ଚ ହିମାଳୟ ଯେଉଁଠାରେ ମେଘର ବାଦଲ ପୃଥିବୀକୁ ଛୁଇଁଥାଏ ଓ ଏହାର ଉପତ୍ୟକା ଗୁଡ଼ିକ ସ୍ୱପ୍ନର ଜାଲ ବୁଣିଥାନ୍ତି, ସେହି ପରିବେଶରେ ଭାରତୀୟ ରେଳପଥର ସ୍ୱପ୍ନ ବାସ୍ତବରେ ପରିଣତ ହେବାକୁ ଯାଉଛି। ଉଧମପୁର- ଶ୍ରୀନଗର ବାରମୂଳା ରେଳ ଲିଙ୍କର ଏହି ସ୍ୱପ୍ନ ଏବେ ବାସ୍ତବତାରେ ପରିଣତ ହୋଇଛି। ଏହି ପ୍ରକଳ୍ପର ପ୍ରକୃତ ଗୌରବ ହେଉଛି ଏହାର ସୁଡ଼ଙ୍ଗ। ଯାହା କେବଳ ରେଳ ପଥ ସୃଷ୍ଟି କରେ ନାହିଁ ବରଂ ପର୍ବତ ସହିତ ଭବିଷ୍ୟତର ଦିଗ ମଧ୍ୟ ସ୍ଥିର କରେ। ଏହି ୨୭୨ କିଲୋମିଟର ଲମ୍ବର ରେଳପଥରେ ପ୍ରାୟ ୧୧୯ କିଲୋମିଟର ଯାତ୍ରା ସୁଡ଼ଙ୍ଗ ମଧ୍ୟ ଦେଇ ଯାଇଥାଏ। ଏଠାରେ ୩୬ଟି ପ୍ରମୁଖ ସୁଡ଼ଙ୍ଗ ରହିଛି ଯେଉଁଗୁଡ଼ିକ ଏତେ ଲମ୍ବା ଓ ଜଟିଳ ଯେ ସେଗୁଡ଼ିକ ଇଞ୍ଜିନିୟରିଂ ଦୃଷ୍ଟିକୋଣରୁ ଚମତ୍କାରୀତାର ଏକ ଏକ ଉଦାହରଣ ପାଲଟିଛି। ୧ଟି ୫୦- ଭାରତର ସବୁଠାରୁ ଦୀର୍ଘ କାର୍ଯ୍ୟକ୍ଷମ ସୁଡ଼ଙ୍ଗ ଲମ୍ବ-୧୨.୭୭ କିମି । ସ୍ଥାନ:…
ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆଜି ବିଶ୍ୱ ପରିବେଶ ଦିବସ ଓ ପ୍ଲାଷ୍ଟିକ ମୁକ୍ତ ଚିଲିକା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀମାନେ ପ୍ରଥମେ ବୃକ୍ଷରୋପଣ କରିବା ପରେ ଚିଲିକା କୂଳରୁ ପଲିଥିନ ଓ ପ୍ଲାଷ୍ଟିକ ଆବର୍ଜନା ସଫା କରିଥିଲେ। ଚିଲିକାର ସ୍ବଚ୍ଛ ପରିବେଶ ପାଇଁ ସ୍ଥାନୀୟ ବନ ବିଭାଗ ଓ ସିଡିଏର ସହଯୋଗରେ ଏହି କାର୍ଯ୍ୟକ୍ରମ ଜୁନ ପାଞ୍ଚ ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ତିରିଶ ତାରିଖ ପର୍ଯ୍ୟନ୍ତ କରାଯିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବିଭିନ୍ନ ବିଭାଗର ସେବା ଅଧିକାରୀମାନେ ସୂଚନା ଦେଇଛନ୍ତି। ମହାବିଦ୍ୟାଳୟର ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ଯୋଜନା, ଯୁବ ରେଡ କ୍ରସ ସମେତ ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ବିହଙ୍ଗ ଫାଉଣ୍ଡେସନର ମିଳିତ ସହଯୋଗରେ ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ବାଲୁଗାଁ ବନ୍ୟପ୍ରାଣୀ ରେଞ୍ଜ ବନପାଳ ରଶ୍ମିତା ଜେନା, ଅଧ୍ୟାପକ ଡକ୍ଟର କୈଳାସ…
ଖୋର୍ଦ୍ଧା: ଭାରତୀୟ ପ୍ରେସ ପରିଷଦ ବା ପ୍ରେସ କାଉଁସିଲ୍ ଅଫ ଇଣ୍ଡିଆ, ଭାରତୀୟ ଆଇନ ବ୍ୟବସ୍ଥା ମୁତାବକ ଏବଂ ପିସିଆଇ ଆକ୍ଟ ୧୯୭୮ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଏକ ସ୍ବୟଂଚାଳିତ ବିଧି ସଂସ୍ଥା ଅଟେ ଯାହା ଗଣମାଧ୍ୟମ ଅନୁଷ୍ଠାନ ଗୁଡ଼ିକୁ ସେମାନଙ୍କ ଅଧିକାର ଓ କ୍ଷମତା ସୁରକ୍ଷା ଦେବାରେ କାର୍ଯ୍ୟ କରିଥାଏ। କୌଣସି ଗଣମାଧ୍ୟମ ଅନୁଷ୍ଠାନ ଭାରତୀୟ ପ୍ରେସ ପରିଷଦ ବା ପ୍ରେସ କାଉଁସିଲ ଅଫ ଇଣ୍ଡିଆ (ପି ସି ଆଇ) ବ୍ୟବହାର କରିବା ଭାରତୀୟ ଆଇନ ବିଧି ବ୍ୟବସ୍ଥା ସେକ୍ସନ ୩ ପ୍ରବେଶ ୭ (ii) କୁ ଉଲଂଘନ କରୁଅଛି। କିନ୍ତୁ କେତେକ ଜାଗାରେ ଭାରତୀୟ ପ୍ରେସ ପରିଷଦ ବା ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ନାମ ବ୍ୟବହାର କେନ୍ଦ୍ର ସରକାର, ଭାରତୀୟ ପ୍ରେସ ପରିଷଦ ବା ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ (ପି ସି ଆଇ) ଓ ସର୍ବୋଚ୍ଚ ନ୍ୟାୟଳୟ ର ଦୃଷ୍ଟି ଗୋଚର ହୋଇଛି ଯାହା…
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରା ବିବାହ କରିଛନ୍ତି। ସେ ବିଜୁ ଜନତା ଦଳ ନେତା ଏବଂ ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ତାଙ୍କର ଜୀବନସାଥୀ କରିଛନ୍ତି, ଯଦିଓ ବିବାହ ବିଷୟରେ ଉଭୟଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ସୂଚନା ମିଳିନାହିଁ। ରିପୋର୍ଟରେ ଦାବି କରାଯାଇଛି ଯେ, ମହୁଆ ଏବଂ ପିନାକୀ ଜର୍ମାନୀରେ ବିବାହ କରିଛନ୍ତି। ଉଭୟଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ‘ଦି ଟେଲିଗ୍ରାଫ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମହୁଆ ଏବଂ ପିନାକୀ ଚୁପଚାପ୍ ଜର୍ମାନୀରେ ବିବାହ କରିଛନ୍ତି। ଏହି ବିଷୟରେ ଟିଏମସି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ମହୁଆ ତାଙ୍କ ରାଜନୈତିକ ଜୀବନ ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଖବରରେ ଅଛନ୍ତି। ମହୁଆ ପୂର୍ବରୁ ଡେନମାର୍କର ବ୍ୟବସାୟୀ ଲାର୍ସ ବ୍ରୋସେନଙ୍କ ସହ ସମ୍ପର୍କରେ ଥିଲେ, କିନ୍ତୁ ସେମାନଙ୍କ ବିବାହ ଅଧିକ ଦିନ ତିଷ୍ଠି ପାରିଲା ନାହିଁ ଏବଂ ସେମାନଙ୍କର…
ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ସମୟରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ଗିରଫ କରାଯାଇଥିଲା। ଏବେ ଶର୍ମିଷ୍ଠାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି କଲିକତା ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଶର୍ମିଷ୍ଠାଙ୍କ ଉପରେ ଗୋଟିଏ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗ ଥିଲା। ତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଥିଲା। କୋଲକାତାର ଗାର୍ଡେନରୀଚ୍ ଥାନା ପୋଲିସ ଶର୍ମିଷ୍ଠାକୁ ଗୁରୁଗ୍ରାମରୁ ଗିରଫ କରି କୋଲକାତାର ସିଟି କୋର୍ଟରେ ହାଜର କରିଥିଲା। ମାମଲାର ବିସ୍ତୃତ ଶୁଣାଣି ପରେ କୋର୍ଟ ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇ ଦେଇଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କୁ ଅନ୍ତରୀଣ ଜାମିନ ମିଳିଛି। ହାଇକୋର୍ଟ ୧୦,୦୦୦ ଟଙ୍କାର ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ରାଜା ବସୁ ଚୌଧୁରୀ ଶର୍ମିଷ୍ଠାଙ୍କ ମାମଲାର ଶୁଣାଣି କରୁଥିଲେ। ସମ୍ପୂର୍ଣ୍ଣ ମାମଲା କ’ଣ ଥିଲା: ପ୍ରକୃତରେ ଶର୍ମିଷ୍ଠା ପାନୋଲି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର…
ବେଙ୍ଗାଲୁରୁ: ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ମାମଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପରିଚାଳନା ଗୋଷ୍ଠୀ ମଧ୍ୟ ତଦନ୍ତ ପରିସରକୁ ଆସିଛି। ଦଳାଚକଟା ହେବାର କିଛି ଘଣ୍ଟା ପୂର୍ବରୁ RCB ପରିଚାଳନା ଗୋଷ୍ଠୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ପୋଷ୍ଟ କରିଥିଲା, ଯାହାର ଏବେ ତଦନ୍ତ କରାଯିବ। ଏହି ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୭ ଜଣ ଆହତ ହୋଇଛନ୍ତି। କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ (KSCA)ର ବରିଷ୍ଠ ସଦସ୍ୟମାନେ ମଧ୍ୟ ତଦନ୍ତରେ ସାମିଲ ହେବେ। ସମ୍ବର୍ଦ୍ଧନା ସମାରୋହର ଯୋଜନା କରିବାରେ ସେମାନଙ୍କର ଭୂମିକା ଏବେ ବେଙ୍ଗାଲୁରୁ ପୋଲିସ ଏବଂ ଏକ ମାଜିଷ୍ଟ୍ରେଟ ତଦନ୍ତ ପ୍ୟାନେଲ ଦ୍ୱାରା ସମୀକ୍ଷା କରାଯାଉଛି। ଜୁନ୍ ୪ ତାରିଖ ଅପରାହ୍ନ ୩:୧୪ ରେ RCB ର ଅଫିସିଆଲ୍ ଆକାଉଣ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ରେ ପୋଷ୍ଟ କରାଯାଇଛି, ଯାହା ବିଧାନ ସୌଧରୁ ଚିନ୍ନାସ୍ୱାମୀ ଷ୍ଟାଡିୟମକୁ ସନ୍ଧ୍ୟା ୫…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜଗନ୍ନାଥ ପ୍ରସାଦ ଥାନା ଅର୍ନ୍ତଗତ ଚଢେୟାପଲୀ ବୋଉଳ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭିଣୋଇ ଶାଳୀକୁ ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡିଛି। ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଶା ଦିଦି ଭାବେ କାର୍ଯ୍ୟରତ ବିଜୟଲକ୍ଷ୍ମୀ ତ୍ରିପାଠୀ ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କର ଭିଣୋଇ ଜମିଜମା ବିବାଦକୁ କେନ୍ଦ୍ରକରି ଗାଁ ଦାଣ୍ଡ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ବିଜୟଲକ୍ଷ୍ମୀର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ମୁମ୍ବାଇ: ବିରୋଧୀ ଦଳଗୁଡ଼ିକ ଅପରେସନ ସିନ୍ଦୁର ଏବଂ ଅସ୍ତ୍ରବିରତି ଉପରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଦାବି କରିଛନ୍ତି। ଇଣ୍ଡିଆ ମେଣ୍ଟ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ୧୬ ଟି ଦଳର ନେତାଙ୍କ ଦସ୍ତଖତ ଅଛି, କିନ୍ତୁ ଶରଦ ପାୱାରଙ୍କ ଦଳ ଏନସିପି (ଏସପି) ଏଥିରୁ ନିଜକୁ ଦୂରେଇ ରଖିଛି। ଶରଦ ପାୱାରଙ୍କ ଏହି ପଦକ୍ଷେପକୁ ଇଣ୍ଡିଆ ମେଣ୍ଟ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଇଛି। ଏବେ ଏନସିପି (ଏସପି) ସାଂସଦ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ବରିଷ୍ଠ କଂଗ୍ରେସ ନେତାଙ୍କ ସହ କଥା ହୋଇ ଆମର ଚିଠି ଫେରାଇ ନେବାକୁ ଅନୁରୋଧ କରିଥିଲି। ଗୋଟିଏ ପଟେ ଆମେ ଭାରତକୁ ସମର୍ଥନ କରୁଛୁ ଏବଂ ଅନ୍ୟପଟେ ଆମେ ଏକ ଅଧିବେଶନ ଦାବି କରୁଛୁ। ଏହା ସଂଘର୍ଷର…
ନୂଆଦିଲ୍ଲୀ: ଭାରତ ପାକିସ୍ତାନରେ ଆତଙ୍କବାଦୀ ଶିବିର ଧ୍ୱଂସ କରିବା ଏବଂ ୪ ଦିନିଆ ସଂଘର୍ଷ ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଘୋଷଣା କରିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯୭୨ ମସିହାରେ ହୋଇଥିବା ସିମଲା ଚୁକ୍ତିନାମା ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହୋଇଯାଇଛି। ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିମଲା ଚୁକ୍ତିନାମା କେବଳ ଶେଷ ହୋଇନାହିଁ, ବରଂ ଏହି ଚୁକ୍ତିନାମା ଏବେ ଏକ “ମୃତ ଡକ୍ୟୁମେଣ୍ଟ”। କେବଳ ଏତିକି ନୁହେଁ, ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ପୂର୍ବ ପରି ଏବଂ ନିୟନ୍ତ୍ରଣ ରେଖା (LoC) କୁ ଏବେ ଯୁଦ୍ଧବିରତି ରେଖା ଭାବରେ ବିବେଚନା କରାଯିବା ଉଚିତ। ଏହା ସହିତ ସିମଲା ଚୁକ୍ତିନାମା ସମାପ୍ତ ହୋଇଥିବା ଘୋଷଣା କରି ପାକିସ୍ତାନୀ…
ନୂଆଦିଲ୍ଲୀ: ଗରିବ କଲ୍ୟାଣ ଲାଗି ଅଭିପ୍ରେତ ମୋଦୀ ନେତୃତ୍ୱାଧୀନ ଏନଡିଏ ସରକାରର ୧୧ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶ ଏକ ରୂପାନ୍ତରିତ ଓ ସମଷ୍ଟିଗତ ସରକାରର ଶାସନରେ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସଶକ୍ତିକରଣ, ଭିତ୍ତିଭୂମିର ବିକାଶ, ସମଷ୍ଟିଗତ ଭାବଧାରାରେ ବିଶ୍ୱାସ ରଖୁଥିବା ମୋଦୀ ନେତୃତ୍ୱାଧୀନ ସହାନୁଭୂତିଶୀଳ ସରକାର ପ୍ରାୟ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟତାରୁ ଉଦ୍ଧାର କରିପାରିଛି। ସରକାରଙ୍କ ବିଭିନ୍ନ ରୂପାନ୍ତରିତ ଯୋଜନା ଭିତରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ ଉଜ୍ୱଳା ଉଜ୍ଜ୍ୱଳା ଯୋଜନା, ଜନଧନ ଯୋଜନା, ଆୟୁଷ୍ମାନ ଭାରତ ପରି ଅନେକ ଯୋଜନା ଗୃହ ନିର୍ମାଣ, ସ୍ୱଚ୍ଛ ରୋଷେଇ ଇନ୍ଧନ, ବ୍ୟାଙ୍କିଙ୍ଗ, ସ୍ୱାସ୍ଥ୍ୟସେବା ପରି କ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଡାଇରେକ୍ଟ ବେନେଫିଟ ଟ୍ରାନ୍ସଫର ବା ଡିବିଟି ଡିଜିଟାଲକରଣ, ଗ୍ରାମୀଣ ବିକାଶ ପରି କ୍ଷେତ୍ରରେ ଲୋକେ ଅଧିକରୁ ଅଧିକ ସୁବିଧା ସୁଯୋଗ ପାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଏକ୍ସରେ ଟୁଇଟ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅର୍ନ୍ତଗତ ଲକ୍ଷ୍ମୀ ନାରାୟଣ ପୁର ଛକରେ ବୀଣାପାଣି ନାମକ ଘରୋଇ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଉକ୍ତ ବସ ଟି ଏକ ଯାତ୍ରୀ ବିଶ୍ରାମାଗାରକୁ ଧକ୍କା ଦେଇଛି, ଯାହା ଫଳରେ ଡ୍ରାଇଭର ଚାପି ହୋଇ ମୃତ୍ୟୁ ବରଣ କରିଛି। ଦୁର୍ଘଟଣା ଏତେ ଭୟଙ୍କର ଯେ ଯାତ୍ରୀ ବିଶ୍ରାମାଗାର ଟି ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି। ଚାପି ହୋଇ ରହିଥିବା ଡ୍ରାଇଭରକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଦିଗପହଣ୍ଡି ଡାକ୍ତରଖାନାର ଡାକ୍ତର ଡ୍ରାଇଭରକୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଦିଗପହଣ୍ଡି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସହାୟତାରେ ଡ୍ରାଇଭରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇଛି ଏବଂ ଦୁର୍ଘଟଣାଗସ୍ତ ବସ୍ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

