Author: SM Network

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ମହିଳା ଥାନା ଏ ଏସ୍ ଆଇ ବବିତା ସୁନା ଲାଞ୍ଚ ନେବାବେଳ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ କାବୁ କରିଛନ୍ତି। କୌଣସି ଏକ ପାରିବାରିକ ଅଶାନ୍ତିର ସମାଧାନ ପାଇଁ ବଡ଼ ଧରଣର ଅର୍ଥ ଦାବିକରି ପ୍ରଥମ କିସ୍ତିରେ ନଗଦ ଦଶ ହଜାର ଟଙ୍କା ଲାଞ୍ଚ ନେବାବେଳେ ଛକି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ବବିତା ସୁନାଙ୍କ ଠାରୁ ଉକ୍ତ ଟଙ୍କା ଜବତ କରିବା ସହ ଥାନା ମଧ୍ୟରେ ବିଭିନ୍ନ ନଥିପତ୍ରର ଯାଞ୍ଚ କରିଥିଲେ। ଏ ଏସ୍ ଆଇ ବବିତା ସୁନାକୁ ନିଜ ହେପାଜତକୁ ନେଇଛନ୍ତି ଭିଜିଲାନ୍ସ ବିଭାଗ। ସେଠାରେ ରଖି ପଚରାଉଚରା କରାଯାଉଛି। ପରବର୍ତ୍ତୀ ସମୟରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ ହେବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ଚିତ୍ତୁର ନିକଟରେ ଆୟୋଜିତ ଯୋଗାନ୍ଧ୍ର ୨୦୨୫ କାର୍ଯ୍ୟକ୍ରମରେ ଯୋଗପ୍ରେମୀମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣକୁ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମ ପୁଲିଗୁଣ୍ଡୁ ଟ୍ୱିନ୍ ହିଲ୍ସ ମଧ୍ୟରେ ଆୟୋଜିତ ହୋଇଥିଲା। ସେଠାରେ ୨,୦୦୦ରୁ ଅଧିକ ଯୋଗପ୍ରେମୀ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ୨୦୨୫ ପାଇଁ ଆନ୍ଧ୍ରପ୍ରଦେଶରେ ଏକ ମାସ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ଏକତ୍ରିତ ହୋଇଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କେନ୍ଦ୍ର ମନ୍ତ୍ରୀ ପ୍ରତାପରାଓ ଯାଦବଙ୍କ ଦ୍ୱାରା ଶେୟାର କରାଯାଇଥିବା ଏକ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି; “ଯୋଗ ଦିବସ ୨୦୨୫ ପ୍ରତି ବୃଦ୍ଧି ପାଉଥିବା ଉତ୍ସାହ ଦେଖି ଖୁସି ଲାଗୁଛି। ‘ଯୋଗାନ୍ଧ୍ର୨୦୨୫’ ହେଉଛି, ଯୋଗକୁ ଲୋକପ୍ରିୟ କରିବା ପାଇଁ ଆନ୍ଧ୍ରପ୍ରଦେଶର ଲୋକମାନଙ୍କ ଦ୍ୱାରା କରାଯାଇଥିବା ଏକ ପ୍ରଶଂସନୀୟ ପ୍ରୟାସ। ମୁଁ ୨୧ ତାରିଖରେ ଆନ୍ଧ୍ରପ୍ରଦେଶରେ ଯୋଗ ଦିବସ ପାଳନ କରିବାକୁ ଅପେକ୍ଷା କରିଛି। ମୁଁ ଆପଣମାନଙ୍କୁ ଯୋଗ ଦିବସ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆର ନବନିର୍ବାଚିତ ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି: “କୋରିଆର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ଲି ଜାଏ-ମ୍ୟୁଙ୍ଗଙ୍କୁ ଅଭିନନ୍ଦନ। ଭାରତ-କାରିଆ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଆହୁରି ବିସ୍ତାର ଏବଂ ସୁଦୃଢ଼ କରିବା ପାଇଁ ଏକତ୍ର କାମ କରିବାକୁ ଅପେକ୍ଷା କରିଛି।

Read More

ନୂଆଦିଲ୍ଲୀ: ମାଲେସିଆରେ ଭାରତୀୟ ସାଂସଦଙ୍କ ପ୍ରତିନିଧିମଣ୍ଡଳର କାର୍ଯ୍ୟକ୍ରମ ବାତିଲ କରିବାକୁ ପାକିସ୍ତାନ ଚେଷ୍ଟା କରିଥିଲା, କିନ୍ତୁ କୁଆଲାଲମ୍ପୁର ସରକାରଙ୍କ ପକ୍ଷରୁ ପାକିସ୍ତାନକୁ କଠୋର ଆଘାତ ମିଳିଥିଲା। ଇସଲାମିକ ଏକତାକୁ ଉଦ୍ଧୃତ କରି, ପାକିସ୍ତାନ ମାଲେସିଆ କର୍ତ୍ତୃପକ୍ଷଙ୍କୁ ଭାରତୀୟ ପ୍ରତିନିଧିମଣ୍ଡଳର କାର୍ଯ୍ୟକ୍ରମ ବନ୍ଦ କରିବାକୁ ଦାବି କରିଥିଲା, କିନ୍ତୁ ମାଲେସିଆ ପାକିସ୍ତାନୀ ହସ୍ତକ୍ଷେପକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲା। ସୂତ୍ର ଅନୁସାରେ ପାକିସ୍ତାନୀ ଦୂତାବାସ ମାଲେସିଆ କର୍ତ୍ତୃପକ୍ଷଙ୍କୁ ଭାରତୀୟ ପ୍ରତିନିଧିମଣ୍ଡଳର କାର୍ଯ୍ୟକ୍ରମ ବାତିଲ କରିବାକୁ ଅନୁରୋଧ କରିଥିଲା, କିନ୍ତୁ ଏହା କାମ କଲା ନାହିଁ ଏବଂ ପ୍ରତିନିଧିମଣ୍ଡଳକୁ ପୂର୍ଣ୍ଣ ସମର୍ଥନ ମିଳିଥିଲା। ପ୍ରତିନିଧିମଣ୍ଡଳର ସମସ୍ତ କାର୍ଯ୍ୟକ୍ରମ ଯୋଜନାବଦ୍ଧ କାର୍ଯ୍ୟସୂଚୀ ଅନୁସାରେ ହୋଇଥିଲା। ଏହାକୁ ପାକିସ୍ତାନ ପାଇଁ ଏକ ବଡ଼ କୂଟନୈତିକ ଆଘାତ ବୋଲି ବିବେଚନା କରାଯାଉଛି। ଏହି ପ୍ରତିନିଧିମଣ୍ଡଳର ନେତୃତ୍ୱ ଜେଡିୟୁ ସାଂସଦ ସଞ୍ଜୟ ଝା କରିଥିଲେ। ଏଥିରେ ବିଜେପିର ଅପରାଜିତା ଷଡଙ୍ଗୀ, ବ୍ରିଜଲାଲ, ପ୍ରଧାନ ବରୁଆ, ହେମାଙ୍ଗ ଜୋଶୀ, ଟିଏମସିର ଅଭିଷେକ ବାନାର୍ଜୀ,…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅର୍ନ୍ତଗତ ଶାସ୍ତ୍ରୀ ନଗର ୫ମ ଗଳିରେ ରହୁଥିବା ବସନ୍ତ ନାୟକ ନାମକ ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧ ନିଜ ଘରେ ବେକରେ ରଶି ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ବୃଦ୍ଧଙ୍କ ପରିବାର ଲୋକେ ନିକଟସ୍ଥ କୁଠାରୀ ମନ୍ଦିରରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ବୃଦ୍ଧ ଜଣକ ଏକୁଟିଆ ଘରେ ରହି ଏହି ଭଳି ଘଟଣା ଘଟାଥିଇବା ଜଣାପଡିଛି। ପରିବାର ଲୋକେ ଘରକୁ ଫେରି ବୃଦ୍ଧଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ସଙ୍ଗେସଙ୍ଗେ ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ବଡ଼ବଜାର ଥାନା ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Read More

ନୂଆଦିଲ୍ଲୀ: ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ବୃନ୍ଦାବନରେ ପ୍ରସ୍ତାବିତ ବାଙ୍କେ ବିହାରୀ କରିଡରକୁ ନେଇ ବହୁତ କ୍ରୋଧିତ ମନେ ହେଉଛନ୍ତି। ସେ କହିଛନ୍ତି ଯେ, ଏହା ଆମର ଧାର୍ମିକ ବିଶ୍ୱାସକୁ ଭାଙ୍ଗିବା ପରି। ଯଦି ଠାକୁରଙ୍କ ମନ୍ଦିରରେ କୌଣସି ନିର୍ମାଣ କରିବାକୁ ହୁଏ, ତେବେ ସର୍ବପ୍ରଥମେ ଧାର୍ମିକ ଗୁରୁଙ୍କୁ ପଚରାଯିବା ଉଚିତ। କିନ୍ତୁ ସରକାର ସିଧାସଳଖ ମନ୍ଦିରରେ ପ୍ରବେଶ କରୁଛନ୍ତି। ସୁବିଧା ବୃଦ୍ଧି ନାମରେ ମନ୍ଦିରକୁ ସରକାରୀ ନିୟନ୍ତ୍ରଣକୁ ନେବା ସନାତନ ମର୍ଯ୍ୟାଦା ଭାଙ୍ଗିବା ପରି ହେବ। ଏହା ପୂର୍ବରୁ ମଧ୍ୟ ଆମେ ବାରାଣସୀରେ ଦେଖିଥିଲୁ ଯେ, କରିଡର ନାମରେ କିପରି ଧାର୍ମିକ ବିଶ୍ୱାସକୁ ଭାଙ୍ଗି ଦିଆଯାଇଥିଲା। ଭଗବାନଙ୍କ ମନ୍ଦିର ପାଖରେ ରାଜନେତାଙ୍କ ଗାଡ଼ି ପାର୍କ କରାଯାଉଛି। ଏହା କ’ଣ ଠିକ୍? ଅନ୍ୟପକ୍ଷରେ ବାଙ୍କେ ବିହାରୀ କରିଡରକୁ ସମର୍ଥନ କରୁଥିବା ସାଂସଦ ହେମା ମାଳିନୀଙ୍କ ଉପରେ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି ଯେ, ସେ ଜଣେ ମୁସଲମାନ ଏବଂ ତାଙ୍କର ଧର୍ମ ବିଷୟରେ ଜ୍ଞାନ ନାହିଁ।…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଠାରେ ଓଡ଼ିଶାର ଦ୍ଵିତୀୟ କୃଷି ଭବନ ପ୍ରତିଷ୍ଠା ତଥା ନୂତନ ଗୃହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଉଦ୍ଘାଟନ କରିଥିଲେ। ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପଞ୍ଚାୟତ ରାଜ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ମାନନୀୟ ରବି ନାରାୟଣ ନାୟକ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସମ୍ବଲପୁର ବିଧାୟକ ଜୟ ନାରୟଣ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ମାଣ୍ଡିଆ ଖାଦ୍ୟକୁ ସର୍ବ ଜନାଦୃତ କରିବା ତଥା ଗ୍ରାମ ପଞ୍ଚାୟତ ସ୍ତରରେ ସୁଭଦ୍ରା ଶକ୍ତି ମିଲେଟ୍ ଟିଫିନ୍ ଷ୍ଟଲ୍ ଖୋଲିବା ପାଇଁ ରେଢ଼ାଖୋଲ ବ୍ଲକର ଶିବଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀକୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଯାହା ଫଳରେ ଗ୍ରାମାଞ୍ଚଳରେ ମଧ୍ୟ ମାଣ୍ଡିଆ ଖାଦ୍ୟ ଉପଲବ୍ଧ ହେଇ ପାରିବ ବୋଲି ସାଧାରଣରେ ପ୍ରକାଶ ପାଇଥିଲା। ମିଲେଟ ଖାଦ୍ୟର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରୱେ ଚେସ୍ ୨୦୨୫ର ଷଷ୍ଠ ରାଉଣ୍ଡରେ ମ୍ୟାଗନସ୍ କାର୍ଲସେନ୍‌ଙ୍କ ବିପକ୍ଷରେ ପ୍ରଥମ ବିଜୟ ପାଇଁ ଗୁକେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, “ବିଶ୍ୱର ନମ୍ବର ୧ ଖେଳାଳୀଙ୍କୁ ପରାସ୍ତ କରିବା ପାଇଁ ତାଙ୍କୁ ଅଭିନନ୍ଦନ। ନରୱେ ଚେସ୍ ୨୦୨୫ର ଷଷ୍ଠ ରାଉଣ୍ଡରେ ମ୍ୟାଗନସ୍ କାର୍ଲସେନ୍‌ଙ୍କ ବିପକ୍ଷରେ ପ୍ରଥମ ବିଜୟ ତାଙ୍କର ପ୍ରତିଭା ଏବଂ ସମର୍ପଣକୁ ଦର୍ଶାଉଛି।” ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି; “ଗୁକେଶଙ୍କ ଦ୍ୱାରା ଏକ ଅସାଧାରଣ ଉପଲବ୍ଧି! ସର୍ବେଶ୍ରେଷ୍ଠ ଖେଳାଳୀଙ୍କ ବିପକ୍ଷରେ ବିଜୟ ହାସଲ କରିଥିବାରୁ ତାଙ୍କୁ ଅଭିନନ୍ଦନ। ନରୱେ ଚେସ୍ ୨୦୨୫ର ଷଷ୍ଠ ରାଉଣ୍ଡରେ ମ୍ୟାଗନସ୍ କାର୍ଲସନ୍‌ଙ୍କ ବିପକ୍ଷରେ ପ୍ରଥମ ବିଜୟ ତାଙ୍କର ପ୍ରତିଭା ଏବଂ ସମର୍ପଣକୁ ଦର୍ଶାଉଛି। ତାଙ୍କର ଆଗାମୀ ଯାତ୍ରା ପାଇଁ ନିରନ୍ତର ସଫଳତା କାମନା କରୁଛି।”

Read More

ଭୁବନେଶ୍ଵର: ଓଡିଶାର ଲୋକ ପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ଦର୍ଶକଙ୍କୁ ସବୁବେଳେ ତାଙ୍କର ନିଜ ମନ ପସନ୍ଦର ଫିଲ୍ମ ଦେଖାଇ ଆସିଛି। ଦର୍ଶକମାନେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଏହି ଚ୍ୟାନେଲ ଅନେକ ଧାରାବାହିକ ଓ ରିୟଲିଟି ସୋ ଓ ରୁଚିପୂର୍ଣ୍ଣ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛି। ସେହିପରି ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରେ କେବଳ ଜୀ ସାର୍ଥକରେ ଏକ ଭିନ୍ନ କାହାଣୀକୁ ନେଇ ଆସୁଛି ଚଳଚ୍ଚିତ୍ର ‘ଜ୍ଵାଇଁ ପୁଅର ଜୀବନ ବୀମା’। ସମୟ ବେଳେ ବେଳେ କେମିତି କାହା ସାଙ୍ଗରେ ଖେଳେ ତାହାର ଉଦାହରଣ ହୋଇଛି ଏହି ଫିଲ୍ମ। ରାଜ୍, ଜଣେ ଧନୀ କିନ୍ତୁ ଭାବପ୍ରବଣ ଭାବରେ ସମସ୍ତଙ୍କ ଠାରୁ ପରିତ୍ୟକ୍ତ ବ୍ୟକ୍ତି ଏବଂ ଦାସ ହେଉଛନ୍ତି ଜଣେ ଋଣଗ୍ରସ୍ତ ବୀମା ଏଜେଣ୍ଟ, ସଂଯୋଗବଶତଃ ଏକ ହିଲ୍ ଷ୍ଟେସନ୍ ଉପରେ ଭେଟନ୍ତି, ଜୀବନ ସଂଘର୍ଷରେ ନିଜକୁ ପଛରେ ପାଇ ଉଭୟେ ସେଇ ପାହାଡ଼ ଉପରୁ…

Read More

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ଅପରେସନ ସିନ୍ଦୁର ଅଧୀନରେ ପାକିସ୍ତାନରେ ଏପରି ଧ୍ୱଂସ ଘଟାଇଛି, ଯାହାକୁ ସେ ଶତାବ୍ଦୀ ଧରି ଭୁଲିପାରିବ ନାହିଁ। ଭାରତୀୟ ସେନା ପାକିସ୍ତାନରେ ନିର୍ମିତ ଆତଙ୍କବାଦୀ ଶିବିର, ସେନା ଶିବିର ଏବଂ ଅନେକ ଏୟାରବେସ୍ ନଷ୍ଟ କରିଦେଇଛି। ଏବେ ଏହା ଆକଳନ କରାଯାଇଛି ଯେ, ଅପରେସନ ସିନ୍ଦୁରରେ ପାକିସ୍ତାନୀ ବାୟୁସେନାକୁ କେତେ କ୍ଷତି ହୋଇଛି। ସୂତ୍ର ଅନୁସାରେ ଅପରେସନ ସିନ୍ଦୁର ଅଧୀନରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଭାରତୀୟ ସେନା ଅତି କମରେ ୫ ଟି ଲଢ଼ୁଆ ବିମାନ, ଗୋଟିଏ C-୧୩୦ ଏବଂ ପାକିସ୍ତାନର ଗୋଟିଏ AWACS ବିମାନ ଖସାଇ ଦେଇଛି। ଏହା ବ୍ୟତୀତ ପାକିସ୍ତାନ ୧୦ ଟି ଯୁଦ୍ଧ ଡ୍ରୋନ୍ ମଧ୍ୟ ହରାଇଛି। ଏହି ମୂଲ୍ୟାଙ୍କନ ଏକ ନୂତନ ଉପାୟରେ କରାଯାଇଛି।

Read More

ନୂଆଦିଲ୍ଲୀ: ଉଲାନବାଟର ଓପନ ୨୦୨୫ରେ ତୃତୀୟ ର‌୍ୟାଙ୍କିଙ୍ଗ୍ ସିରିଜରେ ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁସ୍ତିଯୋଦ୍ଧାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, “ଆମର ନାରୀ ଶକ୍ତି ର‌୍ୟାଙ୍କିଙ୍ଗ୍ ସିରିଜରେ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି, ଯାହା ଏହି ସଫଳତାକୁ ଆହୁରି ସ୍ମରଣୀୟ କରିଛି। ଏହି କ୍ରୀଡା ପ୍ରଦର୍ଶନ ଅନେକ ଭବିଷ୍ୟତ ଖେଳାଳୀମାନଙ୍କୁ ପ୍ରେରଣା ଯୋଗାଇବ। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: “କ୍ରୀଡା କ୍ଷେତ୍ରରେ ଭାରତର ସଫଳତା ଜାରି ରହିଛି! ଉଲାନବାଟର ଓପନ ୨୦୨୫ରେ ତୃତୀୟ ର‌୍ୟାଙ୍କିଙ୍ଗ ସିରିଜ୍‌ରେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଆମର କୁସ୍ତିଯୋଦ୍ଧାମାନଙ୍କୁ ଅଭିନନ୍ଦନ, ଯେଉଁମାନେ ୬ଟି ସ୍ୱର୍ଣ୍ଣ ସହ ମୋଟ୍ ୨୧ ପଦକ ଜିତିଛନ୍ତି। ଆମର ନାରୀ ଶକ୍ତି ର‌୍ୟାଙ୍କିଙ୍ଗ ସିରିଜରେ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି, ଯାହା ଏହି ସଫଳତାକୁ ଆହୁରି ସ୍ମରଣୀୟ କରିଛି। ଏହି କ୍ରୀଡା ପ୍ରଦର୍ଶନ ଭବିଷ୍ୟତର ଖେଳାଳୀମାନଙ୍କୁ ଅନୁପ୍ରାଣିତ କରିବା ସହ ପ୍ରେରଣା ଯୋଗାଇବ।”

Read More

ନୂଆଦିଲ୍ଲୀ: ବିରାଟ କୋହଲି IPL-୨୦୨୫ ଫାଇନାଲରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ସେ IPLରେ ସର୍ବାଧିକ ଚୌକା ମାରିଥିବା ବ୍ୟାଟସମ୍ୟାନ୍ ହୋଇଛନ୍ତି। ସେ ଶିଖର ଧାୱନଙ୍କୁ ପଛରେ ପକାଇଛନ୍ତି, ଯିଏ ୨୨୨ ମ୍ୟାଚ୍‌ରେ ୭୬୮ ଚୌକା ମାରିଥିଲେ। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ପଞ୍ଜାବ କିଙ୍ଗ୍ସ ଫାଇନାଲ୍ (RCB ବନାମ PBKS ଫାଇନାଲ୍)ରେ ବିରାଟ କୋହଲି ୩୫ ବଲ୍‌ରେ ୪୩ ରନ୍‌ର ଇନିଂସ ଖେଳିଥିଲେ। ବିରାଟ କୋହଲିଙ୍କ ୭୭୧ ଚୌକା: ପଞ୍ଜାବ କିଙ୍ଗସ୍ ବିପକ୍ଷରେ ଫାଇନାଲରେ ୪୩ ରନର ଇନିଂସରେ କୋହଲି ୩ ଚୌକା ମାରିଥିଲେ। ଆଇପିଏଲରେ ଏବେ ତାଙ୍କର ୨୬୭ ମ୍ୟାଚରେ ୭୭୧ ଚୌକା ଅଛି। ପୂର୍ବରୁ ଏହି ରେକର୍ଡ ଶିଖର ଧାୱନଙ୍କ ନାମରେ ଥିଲା, ଯିଏ ୨୨୨ ମ୍ୟାଚରେ ୭୬୮ ଚୌକା ମାରିଥିଲେ। ଧାୱନ ଏବେ ଆଇପିଏଲରୁ ଅବସର ନେଇସାରିଛନ୍ତି। ୨୦୧୬ରେ ବିରାଟ କୋହଲି ଗୋଟିଏ ସିଜିନରେ ସର୍ବାଧିକ ଚୌକା ମାରିଥିଲେ, ସେ ମୋଟ ୮୩ ଚୌକା…

Read More

ମେଷ- ଏହି ରାଶିର ଲୋକଙ୍କ ଆତ୍ମବିଶ୍ୱାସରେ ହ୍ରାସ ଘଟିବ। ଯଦି ନିଜକୁ ଧାର୍ମିକ କାର୍ଯ୍ୟରେ ନିୟୋଜିତ କରନ୍ତି, ତେବେ ଏହି ଅନୁଭବକୁ ସହଜରେ ପାଇବେ। ଯଦି ଆପଣ ଆଜି ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତି, ତେବେ ଏହା ଭଲ ହେବ। ଆଜି ଆପଣଙ୍କର ଆୟ ବୃଦ୍ଧି ପାଇବ। ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଆପଣଙ୍କର ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ, ଯାହା ଆପଣକୁ ଖୁସିର ଅନୁଭବ ଦେବ। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ। ଏହାର ନକାରାତ୍ମକ ପ୍ରଭାବ ପଡିପାରେ। ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। ଆଜି ଆପଣଙ୍କର ଆୟ ବୃଦ୍ଧି ପାଇବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ। କର୍କଟ- ଯଦି ଆପଣ ସକାରାତ୍ମକ ରୁହନ୍ତି ତେବେ…

Read More

ନୂଆଦିଲ୍ଲୀ: ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରି ଆଇପିଏଲ- ୨୦୨୫ ଟ୍ରଫି ଜିତିଲା। ଆଇପିଏଲ ର ୧୮ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ RCB ଚାମ୍ପିଅନ୍ ହୋଇଛି। ଏହା ପ୍ରଥମ ଥର ଯେ, ଅହମ୍ମଦାବାଦରେ IPL ଫାଇନାଲ୍ ଖେଳାଯାଇଛି ଏବଂ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ବିଜୟୀ ହୋଇଛି। RCB ପ୍ରଥମେ ଖେଳି ୧୯୦ ରନ କରିଥିଲା, ଜବାବରେ ପଞ୍ଜାବର ଦଳ କେବଳ ୧୮୪ ରନ କରିପାରିଥିଲା। ପଞ୍ଜାବ କିଙ୍ଗସକୁ ୧୯୧ ରନର ଟାର୍ଗେଟ ମିଳିଥିଲା। ଏହି ବଡ଼ ଟାର୍ଗେଟକୁ ପିଛା କରିବା ପାଇଁ ପଞ୍ଜାବ ଓପନିଂରେ ୨ ଜଣ ଅନକ୍ୟାପ୍ ଖେଳାଳିଙ୍କୁ ବ୍ୟାଟିଂ ପାଇଁ ଛାଡିଥିଲା। ପ୍ରିୟାଂଶ ଆର୍ଯ୍ୟ ଏବଂ ପ୍ରଭସିମରନ୍ ସିଂହ ସେମାନଙ୍କ ଦଳକୁ ଦ୍ରୁତ ଆରମ୍ଭ ଦେଇଥିଲେ, କିନ୍ତୁ ପ୍ରିୟାଂଶ ୨୪ ରନ କରିବା ପରେ ଆଉଟ ହୋଇଥିଲେ। ଫିଲ୍ ସଲ୍ଟ ଏକ ଚମତ୍କାର କ୍ୟାଚ୍ ନେଇଥିଲେ ଏବଂ ପ୍ରିୟାଂଶଙ୍କୁ…

Read More

ଖୋର୍ଦ୍ଧା: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସିରେ ଜିଲ୍ଲାପାଳ ମାନଙ୍କ ସହ ଯୋଡ଼ି ହୋଇ ରାଜ୍ୟ ସରକାରଙ୍କ ଇଣ୍ଟର ଷ୍ଟେଟ ସୁପର ପ୍ରିମିୟମ ବସ୍ ସେବାକୁ ରିମୋଟ ଦବାଇ ଭୁନେଶ୍ବର ବିଶାଖା ପାଟନମ, ପୁରୀ ଅଯୋଧ୍ୟା, ପୁରୀ ଉଜ୍ଜୟିନୀ, ପୁରୀ ତିରୁପତି, ପୁରୀ ହାଇଦରାବାଦ, ପୁରୀ ଭିଲାଇ, ଭବାନୀପାଟଣା ହାଇଦ୍ରାବାଦ ଏବଂ ରାଇଘର ହାଇଦରାବାଦ ଉଦ୍ଘାଟନ କରିଥିଲେ। ପରେ ଭୁବନେଶ୍ୱର ବିଶାଖା ପାଟନମ ସୁପର ପ୍ରିମିୟମ ଭଲ୍ଭୋ ବସ୍ ସେବାକୁ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଆମ୍ବେଦକର ମାର୍ଗରେ ଶ୍ରିଫଳ ବାଡାଇ ଉକ୍ତ ଯାତ୍ରୀ ପରିବହନ ବସ୍ ସେବାର ଶୁଭାରମ୍ଭ କରିଥିଲେ। ପ୍ରକାଶ ଥାଉକି ରାଜ୍ୟ ସରକାର ଆଜି ଠାରୁ “ଶୂନ୍ୟ ଦୁର୍ଘଟଣା ଦିବସ” ଅଭିଯାନ ଶୁଭାରମ୍ଭ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ଅତ୍ୟାଧୁନିକ ଯୁଗାନ୍ତକାରୀ ଯୋଜନା…

Read More

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନର ଷଷ୍ଠ ଦିନରେ ମହାରାଷ୍ଟ୍ରର ପୁଣେର ନାରାୟଣଗାଁଓ ତାଲୁକାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ପୂର୍ବାହ୍ନରେ, କେନ୍ଦ୍ରମନ୍ତ୍ରୀ ନାରାୟଣଗାଁଓ କୃଷି ଉତ୍ପାଦ ବଜାର କମିଟି (ଏପିଏମସି) ଏବଂ ଟମାଟୋ ବଜାର, ସ୍ଥାନୀୟ ଚାଷଜମି ଏବଂ ଏକ ଶୀତଳ ଭଣ୍ଡାର ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଟମାଟୋ ଏବଂ ଅନ୍ୟାନ୍ୟ କୃଷି ଉତ୍ପାଦ ଚାଷ କରୁଥିବା ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କେଭିକେ ନାରାୟଣଗାଁଓରେ କୃଷି ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରିଥିଲେ। ସେ ମଧ୍ୟ କୃଷି ବିଭାଗର ବୈଜ୍ଞାନିକମାନଙ୍କୁ କ୍ଷେତକୁ ଯାଇ ଚାଷୀଙ୍କ ସହିତ ଆଲୋଚନା କରିବାକୁ ଏବଂ ସେମାନଙ୍କ ସମସ୍ୟା ବୁଝିବାକୁ ପରାମର୍ଶ ଦେଇଥିଲେ। ବିକଶିତ କୃଷି ସଂକଳ୍ପ ଅଭିଯାନର ଉଦ୍ଦେଶ୍ୟ ଉପରେ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅର୍ନ୍ତଗତ ଜଗବନ୍ଧୁ ସାହିର ବିଦ୍ୟାଧର ପାଣିଗ୍ରାହୀ ନାମକ ଜଣେ ଯୁବକକୁ ମାଣାନ୍ତକ ଆକ୍ରମଣ କରାଯାଇଛି। ଯେଉଁଥିରେ ଯୁବକଙ୍କୁ ହସ୍ପିଟାଲରେ ମୃତ୍ୟୁ ଘଟିଛି। ମୃତ ବିଦ୍ୟାଧର ଗତକାଲି ରାତିରେ ବ୍ରହ୍ମପୁର ଷ୍ଟେସନରୁ ନିଜ ସାଙ୍ଗ ସହ ଘରକୁ ଫେରୁଥିବା ବେଳେ ପ୍ରାୟ ୬ ଜଣ ଦୁବୃର୍ତ୍ତ ବିଦ୍ୟାଧରଙ୍କୁ ସାନବଜାର ଛକରୁ ଉଠାଇ ନେଇ ଜଗବନ୍ଧୁ ସାହି ଆପର୍ଟମେଣ୍ଟ ପାଖରେ ମରଣାନ୍ତକ ଆକ୍ରମଣ କରିଥିଲେ। ସେ ଗୁରୁତର ହୋଇ ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ଡ଼ାକ୍ତର ବିଦ୍ୟାଧରଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କରି ବିଦ୍ୟାଧରଙ୍କୁ ହତ୍ୟା କରାଯାଇଛି। ବଡ଼ ବଜାର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ହୋଇଥିବା ସନ୍ଦେହ କରୁଛି। ଏହି ହତ୍ୟା ଘଟଣା କିଛି ପୁର୍ବ ଶତୃତା କୁ ନେଇ ବୋଲି…

Read More

ରଣପୁର: ବର୍ତ୍ତମାନ ରଣପୁର ଅଞ୍ଚଳରେ ପ୍ରାୟ ୧୮ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁଅଛି। ବାଚସ୍ପତି ସୁରମା ପାଢ଼ୀ ଏହି ପ୍ରକଳ୍ପ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ଉକ୍ତ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ସମସ୍ତ ଜାଗା ବୁଲି ପର୍ଯ୍ୟବେକ୍ଷଣ କରିଥିଲେ। ଏହି ସମୟରେ ବାଚସ୍ପତିଙ୍କ ସହିତ କ୍ଷୁଦ୍ର ଜଳସେଚନ ର ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କିଭଳି ତ୍ୱରାନ୍ୱିତ ହେବ ଏବଂ ବର୍ଷା ଦିନ ପୂର୍ବରୁ କିଭଳି ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରାଯିବ ସେଥିପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଖଣ୍ଡିସି ବାଉଁଶିଆ ନାଳ ଚେକ୍ ଡ୍ୟାମ୍ , ୱାଇଁଲୋ ଘିଡିଘିଡ଼ିଆ ନାଳ ଚେକ୍ ଡ୍ୟାମ୍ , ତେନ୍ତୁଳି ପୁଟ ଚେକ୍ ଡ୍ୟାମ୍, ଭଗବତୀ ବନ୍ଧ ଚେକ୍ ଡ୍ୟାମ୍ ଏବଂ ଅନ୍ୟ ଚେକ୍ ଡ୍ୟାମ୍ ଗୁଡ଼ିକ କାର୍ଯ୍ୟ…

Read More

ନୂଆଦିଲ୍ଲୀ: ଅମୃତ ପିଢ଼ି ଅର୍ଥାତ୍‌ ଦେଶର ଯୁବବର୍ଗଙ୍କ ସ୍ୱପ୍ନକୁ ସାକାର କରିବା ସହିତ ସେମାନଙ୍କ ପାଇଁ ଅପାର ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କ ମାର୍ଗରେ ଆସୁଥିବା ସବୁ ବାଧା ଦୂର କରିବା ସରକାରଙ୍କ ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ। ଏହାକୁ ସାକାର କରିବା ଲାଗି ଗତ ଏଗାର ବର୍ଷ ମଧ୍ୟରେ ଭାରତ ସରକାର ଯୁବବର୍ଗଙ୍କ ସଶକ୍ତିକରଣ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଛନ୍ତି। ଭାରତରେ ବିଶ୍ୱର ସର୍ବାଧିକ ଯୁବ ଜନସଂଖ୍ୟା ରହିଛି, ଯେଉଁଥିରେ ୩୫ ବର୍ଷରୁ କମ୍ ବୟସର ପ୍ରାୟ ୬୫ ପ୍ରତିଶତ ଲୋକ ଅଛନ୍ତି। ଦେଶର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଦୀର୍ଘକାଳୀନ ରଣନୀତିକ ଅଭିବୃଦ୍ଧି ହାସଲ କରିବା ଲାଗି ସରକାର ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଭାବେ ବିବେଚନା କରନ୍ତି। ମୋଦୀ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବା, ସେମାନଙ୍କ ଲକ୍ଷ୍ୟ ହାସଲ କରିବା ଏବଂ ଭାରତକୁ ଭବିଷ୍ୟତରେ…

Read More

ଖୋର୍ଦ୍ଧା/ବାଣପୁର: ଦୀର୍ଘ ତିନିଦିନ ଧରି ଚାଲିଥିବା ଗୌରବମୟ ବାଣପୁର ମୁକ୍ତି ଦିବସ ସମାରୋହ କବିତା ପାଠୋତ୍ସବ, ଆଲୋଚନା ଚକ୍ର ଉଦ୍‌ଯାପିତ ହୋଇଯାଇଛି। ଐତିହାସିକ ପଲଟଣ ପଡ଼ିଆର ଛାୟା ମଣ୍ଡପଠାରେ ଅପରାହ୍ନରେ ମୁକ୍ତି ଦିବସ ସ୍ମୃତିକମିଟିର ସଂପାଦକ ଶିକ୍ଷାବିତ୍ ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସମାରୋହରେ ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଆଡ଼ଭୋକେଟ୍ ମୁରଲୀଧର ସାମନ୍ତ ସିଂହାର, ଡଃ ନୃସିହଚରଣ ପ୍ରଧାନ, ଅଧ୍ୟାପକ ଲକ୍ଷ୍ମୀପ୍ରସାଦ ମିଶ୍ର, ନାଟ୍ୟକାର ଭିକାରୀଚରଣ ପ୍ରଧାନ, ସଂଗଠକ ନନ୍ଦକିଶୋର ମିଶ୍ର, ସମାଜସେବୀ ସଂଧ୍ୟାଦେବୀ, ଅନନ୍ତଚରଣ ଖଟେଇ, କବୟିତ୍ରୀ ରୋଜାଲିନ୍ ମିଶ୍ର, ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ, ଶିକ୍ଷାବିତ୍ ଲକ୍ଷ୍ମୀଚରଣ ପ୍ରଧାନ, ଶିଶିର କୁମାର ଦାସ, ବୈରାଗୀ ଚରଣ ବଳ, ମାଧବଚନ୍ଦ୍ର ବାରିକ୍, ଜୟକୃଷ୍ଣ ଦାସ, ସୁରେଶ ଚନ୍ଦ୍ର ପରୀଡ଼ା, ପ୍ରଭାତ କୁମାର ବେହେରା, ସୁଶାନ୍ତ କୁମାର ଦାସ, ବ୍ରଜକିଶୋର ଜେନା, ରମେଶ କୁମାର ମହାପାତ୍ର, ମନୋରଞ୍ଜନ ଦାଶ, ନବକିଶୋର ପ୍ରଧାନ, ଉମାକାନ୍ତ ସାହୁ, ଗାୟକ…

Read More

ଭୁବନେଶ୍ୱର: ଗ୍ରୀଷ୍ମ ଋତୁ ଛୁଟି ସମୟରେ ଟ୍ରେନ ଯାତ୍ରୀଙ୍କ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ 2025 ଜୁନ୍ ମାସରେ 32ଟି ଟ୍ରେନ୍ (16 ଯୋଡ଼ା) ଟ୍ରେନରେ ଅସ୍ଥାୟୀ ଭାବରେ ଅତିରିକ୍ତ କୋଚ୍ ସଂଯୋଗ କରୁଅଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ପ୍ରମୁଖ ମାର୍ଗ ଦେଇ ଦେଶର ବିଭିନ୍ନ ପ୍ରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଉତ୍ତମ ସୁବିଧା ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା। ଅସ୍ଥାୟୀ ଭାବେ କୋଚ୍ ସଂଯୋଗ ହେଉଥିବା ପ୍ରମୁଖ ଟ୍ରେନ୍: ▪ 12074/12073 ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ ➤ 1 ଜୁନ୍ ରୁ 30 ଜୁନ୍ 2025 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଗୋଟିଏ ଚେୟାର କାର କୋଚ୍ ସଂଯୋଗ କରାଯାଉଅଛି ▪ 22823/22824 & 22811/22812 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ➤ ପ୍ରତ୍ୟେକ ସେବାରେ ଗୋଟିଏ ଏସି 2-ଟାୟାର କୋଚ୍ ସଂଯୋଗ କରାଯାଉଅଛି ➤ ଭୁବନେଶ୍ୱରରୁ:…

Read More