ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ କୋଲକାତାସ୍ଥିତ କେନ୍ଦ୍ରୀୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାର (ସିଏଫଏସଏଲ୍)ର ନୂତନ କୋଠା ଉଦଘାଟନ କରିଛନ୍ତି। ଏହି ଅବସରରେ, କେନ୍ଦ୍ର ଗୃହ ସଚିବ ଏବଂ ଅନେକ ସମ୍ମାନିତ ବ୍ୟକ୍ତି ଉପସ୍ଥିତ ଥିଲେ। ତାଙ୍କ ଭାଷଣରେ, କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତ ସରକାର ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ ପ୍ରମାଣ-ଭିତ୍ତିକ ଅପରାଧିକ ନ୍ୟାୟ ବ୍ୟବସ୍ଥା ଗଠନ ପାଇଁ ଏକ ଦୃଷ୍ଟିକୋଣ ସହିତ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ଆଜି, ଏହି ପ୍ରୟାସରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଯୋଡା ହେଉଛି। 88 କୋଟି ଟଙ୍କା ବ୍ୟୟରେ କୋଲକାତାରେ ନିର୍ମିତ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାର (ଏଫଏସଏଲ୍) ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ଆସାମ, ସିକିମ୍ ଏବଂ ଉତ୍ତର- ପୂର୍ବର ସମସ୍ତ ରାଜ୍ୟକୁ ଏକ ପ୍ରମାଣ-ଭିତ୍ତିକ ଅପରାଧିକ ନ୍ୟାୟ ବ୍ୟବସ୍ଥା…
Author: SM Network
ବାଣପୁର: ଏହି ତିନିଦିନ ବାଣପୁର ମୁକ୍ତି ଦିବସ। ପ୍ରତ୍ୟେକ ବାଣପୁର ବାସୀଙ୍କ ପାଇଁ ଏହି ତିନିଦିନ ଗର୍ବ ଆଉ ଗୌରବର ଦିନ। ୧୮୩୬ ମସିହା ଜୁନ୍ ପହିଲାରେ ଅରାଙ୍ଗଗଡ଼ର ଦଳବେହେରା କୃତ୍ତିବାସ ପାଟ୍ଟଶାଣି ଏହି ଦିନ ଶତାଧିକ କନ୍ଧ ପାଇକ ଓ ସାନସିରେଇ ପୁର, ଭାପୁର, ବାଁଳୋଇ, ସାହାସପୁର, ବୋରିଗାଁ, ବେତୁଲି, ଭେଟେଶ୍ଵର ଇତ୍ୟାଦି ଗ୍ରାମର ଶତଶତ ପାଇକସେନାଙ୍କୁ ସାଥିରେ ନେଇ ଐତିହାସିକ ପଲଟଣ ପଡ଼ିଆରେ ଥିବା ବ୍ରିଟିଶ ବାହିନୀ ଉପରେ ଆକ୍ରଣ କରି ଖଜଣାଖାନା ଲୁଟ୍, ବାଣପୁର ଥାନାପୋଡ଼ି କରି ବ୍ରିଟିଶ୍ ବାହିନୀକୁ ଏଠାରୁ ତଡ଼ି ବାଣପୁରକୁ ବ୍ରିଟିଶ୍ ଶାସନ ମୁକ୍ତ କରି ସ୍ଵାଧୀନତା ଘୋଷଣା କରିଥିଲେ। ବିପ୍ଲବୀ କୃତ୍ତିବାସଙ୍କ ଏହି ଦୁର୍ବାର ବିପ୍ଲବ ବ୍ରିଟିଶ୍ ଶାସକଙ୍କ ହୃଦକମ୍ପନ ସୃଷ୍ଟି କରି ଭାରତର ସ୍ଵାଧୀନତା ସଂଗ୍ରାମ ଇତିହାସରେରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା ଯାହା ପରାଧୀନଭାରତ ବର୍ଷର ଏକ ଅନନ୍ୟ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ। ଉକ୍ତ…
ଭୁବନେଶ୍ୱର: ଭାରତୀୟ ସଶସ୍ତ୍ର ବାହିନୀକୁ ଶ୍ରଦ୍ଧାଞ୍ଜଳି ଜଣାଇବା ଏବଂ ବିଶ୍ୱ ସାଇକେଲ ଦିବସ ପାଳନ କରିବା ପାଇଁ, ଆଜି ଭୁବନେଶ୍ୱରରେ “ସାଇକେଲରେ ରବିବାର”ର ୨୫ତମ ସପ୍ତାହ (ରୌପ୍ୟ ଜୟନ୍ତୀ ସପ୍ତାହ) ଅବସରରେ “ତିରଙ୍ଗା ସାଇକେଲିଂ ରାଲି” ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଭାରତୀୟ କ୍ରୀଡା ପ୍ରାଧିକରଣ (SAI) ଏବଂ ଓଡ଼ିଶା ସରକାରଙ୍କ କ୍ରୀଡା ଏବଂ ଯୁବ ସେବା ବିଭାଗ (DSYS) ଦ୍ୱାରା ମିଳିତ ଭାବରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ୨୫ ସପ୍ତାହ ତଳେ ମାନ୍ୟବର ଯୁବ ବ୍ୟାପାର ଏବଂ କ୍ରୀଡା ଏବଂ ଶ୍ରମ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା ଏବଂ ସେବେଠାରୁ ଗତ ସପ୍ତାହ ପର୍ଯ୍ୟନ୍ତ ଭାରତରେ ୫୫୦୦ ରୁ ଅଧିକ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ୩ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ “ମନ କି ବାତ”ର ୧୧୭ତମ ଏପିସୋଡ୍ ସମୟରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କଠାରୁ ସ୍ୱୀକୃତି…
ଭୁବନେଶ୍ୱର: ଓଡିଶୀ ନୃତ୍ୟ, ସଂଗୀତ ଓ଼ ମଞ୍ଚ ନାଟକ କୁ ଦୀର୍ଘ 33 ବର୍ଷ ଧରି ବିଶ୍ଵସ୍ତରରେ ପ୍ରଭାବି କରିବା ସହିତ ହଜାର ହଜାର କଳାକାର ସୃଷ୍ଟି କରି ଚାଲିଥିବା ବହୁ ପୁରାତନ ଅନୁଷ୍ଠାନ ହେଉଛି ନୃତ୍ୟାଞ୍ଜଳି। ଜଗତର ନାଥ ଜଗନ୍ନାଥଙ୍କ ଅତି ପ୍ରିୟ ମlହାରୀ ନୃତ୍ୟ ର ପାରିବର୍ଦ୍ଧିତ ସଂସ୍କରଣ ବିଶ୍ୱ ପ୍ରସିଦ୍ଧ ଓଡିଶୀ ନୃତ୍ୟ, ସଂଗୀତ ର ପ୍ରଚାର ଓ ପ୍ରସାର ପାଇଁ ଦୀର୍ଘ 33 ବର୍ଷ ଧରି ନିରବଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିବା “ନୃତ୍ୟlଞ୍ଜଳି” ଅନୁଷ୍ଠାନର 33ତମ ମହୋତ୍ସବ ଓ ସମ୍ମାନ ପ୍ରଦାନ ପର୍ବର ଆଜି ପ୍ରଥମ ବା ଉଦ୍ଘାଟନୀ ଦିବସ ରବୀନ୍ଦ୍ର ମଣ୍ଡପ ଠାରେ ଆରମ୍ଭ ହୋଇଯାଇଛି। ସମାରୋହର ପ୍ରଥମ ଅଧିବେଶନ ଆଜି ପୂର୍ବାହ୍ନ 10ଟା ରେ ଆରମ୍ଭ ହୋଇଥିଲା। ପୂର୍ବାହ୍ନ ଓ ଅପରାହ୍ନ ପର୍ଯ୍ୟାୟରେ 200 ରୁ ଉର୍ଦ୍ଧ ନବୀନ ଓ ପ୍ରବୀଣ ଓଡିଶୀ ନୃତ୍ୟଶିଳ୍ପୀ ଏକକ, ଦ୍ୱେତ ଓ଼ ଦଳଗତ ପରିବେଷଣରେ…
ସମ୍ବଲପୁର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ‘ଶୀତଳ ଷଷ୍ଠୀ’ର ପବିତ୍ର ଅବସରରେ ସମ୍ବଲପୁରରେ କୃଷି ଭବନର ଉଦଘାଟନ କରିବା ସହ ମୂର୍ତ୍ତିକା ଭବନ ପରିଦର୍ଶନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସମ୍ବଲପୁର ଏକ କୃଷି ପ୍ରଧାନ ଅଞ୍ଚଳ। ଆଜି ଲୋକାର୍ପିତ ଅତ୍ୟାଧୁନିକ କୃଷି ଭବନ ସମ୍ବଲପୁରର କୃଷି ଗବେଷଣା ସହ କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବା ସହ ଅନ୍ନଦାତାଙ୍କ ଉତ୍ତରୋତ୍ତର ଉନ୍ନତି ଦିଗରେ ବିଶେଷ ସହାୟକ ହେବ। ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କ କଳ୍ପନାରେ ଓଡ଼ିଶାର ଗରିବ, ଚାଷୀ, ମହିଳା, ଯୁବକଙ୍କ କଲ୍ୟାଣ ଏବଂ ଶିଶୁଙ୍କୁ ଉପଯୁକ୍ତ ପୋଷଣ ପ୍ରଦାନ କରିବା ଦିଗରେ ଡବଲ ଇଞ୍ଜିନ ସରକାର ସମର୍ପିତ । ନୂଆ ସରକାରର ଶାସନକୁ…
ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଗଦାଧର ପୁର ଗ୍ରାମରେ ଜଣେ ନାବାଳକ ଜାମୁକୋଳି ଖାଇବାକୁ ଗଛ ଚଢି ଥିବା ବେଳେ ଗଛରୁ ପଡି ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି। ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଗଦାଧରପୁର ଗ୍ରାମର ରବି କଂସାରୀଙ୍କ ପୁଅ ବାବୁସାନ କଂସାରୀ (୧୧) ଅପରାହ୍ନ ପ୍ରାୟ ୪ଟା ସମୟରେ ଅନ୍ୟ ସାଥୀଙ୍କ ସହିତ ମିଶି କୋଳି ଖାଇବାକୁ ଘର ନିକଟ ଏକ ଜାମୁ ଗଛରେ ଚଢିଥିଲେ। ବାବୁସାନ ଗଛକୁ ଚଢି ଜାମୁକୋଳି ତୋଳୁଥିବାବେଳେ ଗଛରୁ ତଳକୁ ଖସି ପଡ଼ିଥିଲେ। ଗଛ ତଳେ ଏକ କାଠ ବାଡା ଥିବାରୁ ବାଡାର ଏକ କାଠ ଖୁଣ୍ଟି ବାବୁସାନଙ୍କ ପେଟରେ ଗଳି ଅପର ପାର୍ଶ୍ୱକୁ ବାହାରି ଯାଇଥିଲା। ଯା ଫଳରେ ପରିବାର ଲୋକେ ବାବୁସାନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ନାକଟିଦେଉଳ ଡାକ୍ତରଖାନାକୁ ନେଇଯାଇଥିଲେ।…
ନୂଆଦିଲ୍ଲୀ: ଭାରତୀୟ ସେନାରେ କିଛି ନାମ ଅଛି ଯେଉଁମାନେ କେବଳ ସେମାନଙ୍କ ପଦପଦବୀ ଦ୍ୱାରା ନୁହେଁ ବରଂ ସେମାନଙ୍କ କାର୍ଯ୍ୟ ଏବଂ ପଦକ୍ଷେପ ଦ୍ୱାରା ଚିହ୍ନିତ। କର୍ଣ୍ଣେଲ ସୋଫିଆ କୁରେଶୀ ଏପରି ଏକ ନାମ। ସେ କେବଳ ସେନାର ପ୍ରଥମ ମହିଳା ଅଧିକାରୀ ନୁହଁନ୍ତି ଯିଏ ଜାତିସଂଘ ମିଶନରେ ଏକ କଣ୍ଟିଜେଣ୍ଟର ନେତୃତ୍ଵ ଗ୍ରହଣ କରିଥିଲେ ବରଂ ସେ ଦେଶ ଏବଂ ବିଶ୍ୱକୁ ଏହା ମଧ୍ୟ ଦେଖାଇଥିଲେ ଯେ ଭାରତୀୟ ମହିଳାମାନେ ଯୁଦ୍ଧକ୍ଷେତ୍ରରୁ ନେତୃତ୍ୱ ପର୍ଯ୍ୟନ୍ତ ପ୍ରତ୍ୟେକ ଉଚ୍ଚତାକୁ ଛୁଇଁ ପାରିବେ। ତାଙ୍କର ଆତ୍ମବିଶ୍ୱାସ, ନେତୃତ୍ୱ ଏବଂ ସେବା ମନୋଭାବ ଲକ୍ଷ ଲକ୍ଷ ଯୁବକ, ବିଶେଷକରି ଝିଅମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଦରମା କେତେ? ଭାରତୀୟ ସେନାରେ ସେବା କରିବା ପାଇଁ ସରକାର ତାଙ୍କୁ କେତେ ଦରମା ଦିଅନ୍ତି? ଆସନ୍ତୁ ଜାଣିବା…. କର୍ଣ୍ଣେଲ ସୋଫିଆ କୁରେଶୀଙ୍କୁ କେତେ ଦରମା…
ନୂଆଦିଲ୍ଲୀ: ଶନିବାର (୩୧ ମଇ) ନାଗାଲାଣ୍ଡରେ ଏନସିପି ଅଜିତ ପାୱାର ଗୋଷ୍ଠୀର ସମସ୍ତ ସାତ ଜଣ ବିଧାୟକ ଦଳ ପରିବର୍ତ୍ତନ କରି ଶାସକ ଏନଡିପିପିରେ ଯୋଗ ଦେଇଥିଲେ। ଏବେ ଏ ସମ୍ପର୍କରେ ଅଜିତ ପାୱାରଙ୍କ ବୟାନ ଆସିଛି। ସେ କହିଛନ୍ତି ଯେ, ବିଧାୟକମାନେ ମୋତେ କହିଥିଲେ ଯେ, ସେମାନଙ୍କର କାମ ହେଉନାହିଁ। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ଯେ, “କିଛି ସମୟ ପୂର୍ବରୁ ସେମାନେ ନିଜେ ଦେବଗିରି ବଙ୍ଗଳାରେ ମୋତେ ଭେଟିବାକୁ ଆସିଥିଲେ ଏବଂ ସେମାନଙ୍କର ଅସ୍ଥିରତା ପ୍ରକାଶ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ସେମାନଙ୍କର କୌଣସି କାମ ହେଉନାହିଁ।” ଏହି ସମ୍ପୂର୍ଣ୍ଣ ଘଟଣା ପରେ ଏନସିପି ଅଜିତ ପାୱାର ନେତାମାନଙ୍କର ଏକ ଟିମ ଆଜି କୋହିମା ପହଞ୍ଚିବ। ଏହି ଟିମ ଦଳର ନାଗାଲାଣ୍ଡ ୟୁନିଟର ନେତାମାନଙ୍କ ସହ କଥା ହେବ ଏବଂ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବ। ଏହି ରିପୋର୍ଟ ଅଜିତ ପାୱାରଙ୍କୁ ପ୍ରଦାନ କରାଯିବ। ଅଜିତ…
ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୁର ସମୟରେ ଭାରତୀୟ ସେନା ଅସୀମ ମୁନିରଙ୍କ ସେନାକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା। ହତାଶ ପାକିସ୍ତାନ ଭାରତକୁ ଯୁଦ୍ଧବିରତି ପାଇଁ ଅନୁରୋଧ କରିଥିଲା ଏବଂ ଭାରତ ଏହାର ଅନୁରୋଧକୁ ଗ୍ରହଣ କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶ୍ରେୟ ନେବାକୁ ନିରନ୍ତର ଚେଷ୍ଟା କରୁଛନ୍ତି। ଏହି ସମୟରେ ପାକିସ୍ତାନକୁ ପର୍ଦ୍ଦାଫାସ କରିବା ପାଇଁ ବିଦେଶରୁ ଆସିଥିବା ଭାରତୀୟ ପ୍ରତିନିଧିମଣ୍ଡଳୀ ଯୁଦ୍ଧବିରତି କିପରି ଘଟିଲା ତାହା ବିସ୍ତୃତ ଭାବରେ ବ୍ୟାଖ୍ୟା କରିଥିଲେ। କେନ୍ଦ୍ର ସରକାରଙ୍କ ମତକୁ ଦୋହରାଇ ଜେଡିୟୁ ସାଂସଦ ସଞ୍ଜୟ କୁମାର ଝା କହିଛନ୍ତି ଯେ, ଯୁଦ୍ଧବିରତି ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ଥିଲା ଏବଂ ଏହା ପାକିସ୍ତାନ ଦ୍ୱାରା ଆରମ୍ଭ କରାଯାଇଥିଲା। ସେ କହିଛନ୍ତି ଯେ, ପାକିସ୍ତାନୀ ଡିଜିଏମଓ ଏଥିପାଇଁ ନିବେଦନ କରିଥିଲେ। କିନ୍ତୁ ହଟଲାଇନ୍ରେ ସମସ୍ୟା ଥିଲା। ସଞ୍ଜୟ ଝା ମାଲେସିଆର କୁଆଲାଲମ୍ପୁରରେ ପହଞ୍ଚିଥିବା ଭାରତୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଉଛନ୍ତି ଏବଂ ସେ ଏଠାରେ ଏହା…
ନୂଆଦିଲ୍ଲୀ: ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନର ପର୍ଦ୍ଦାଫାସ କରିବା ପାଇଁ ଏକ ସର୍ବଦଳୀୟ ଭାରତୀୟ ପ୍ରତିନିଧି ଦଳ ବିଦେଶ ଗସ୍ତରେ ଅଛନ୍ତି। ୭ଟି ପ୍ରତିନିଧି ଦଳ ମଧ୍ୟରୁ ଗୋଟିଏର ନେତୃତ୍ୱ ବରିଷ୍ଠ କଂଗ୍ରେସ ନେତା ଏବଂ କେରଳ ସାଂସଦ ଶଶି ଥରୁର ନେଉଛନ୍ତି। ବ୍ରାଜିଲରେ ପହଞ୍ଚିଥିବା ଶଶି ଥରୁରଙ୍କୁ ଯେତେବେଳେ କଂଗ୍ରେସ ନେତାମାନେ କରୁଥିବା ସମାଲୋଚନା ବିଷୟରେ ପଚରାଗଲା, ଥରୁର କହିଥିଲେ ଯେ, ମୁଁ ଭାବୁଛି ଏବେ ଆମ ମିଶନ ଉପରେ ଧ୍ୟାନ ଦେବାର ସମୟ ଆସିଛି। ଯେତେବେଳେ ଗଣମାଧ୍ୟମ କଂଗ୍ରେସ ନେତାମାନଙ୍କ ବିଷୟରେ ପଚାରିଲା, ଥରୁର କହିଥିଲେ ଯେ ନିସନ୍ଦେହରେ ଏକ ସମୃଦ୍ଧ ଗଣତନ୍ତ୍ରରେ ମନ୍ତବ୍ୟ ଏବଂ ସମାଲୋଚନା ହେବା ନିଶ୍ଚିତ, କିନ୍ତୁ ମୁଁ ଭାବୁଛି ଆମେ ବର୍ତ୍ତମାନ ସେହି ଜିନିଷଗୁଡ଼ିକ ଉପରେ ଧ୍ୟାନ ଦେଇପାରିବୁ ନାହିଁ। ସେ କହିଥିଲେ ଯେ, ଯେତେବେଳେ ଆମେ ଭାରତ ଫେରିବୁ, ଆମେ ନିଶ୍ଚିତ ଭାବରେ ଆମର ସହକର୍ମୀ, ସମାଲୋଚକ ଏବଂ…
ଚିଲିକା: ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜନଜାତି ଅଧ୍ୟୁଷିତ ଅଞ୍ଚଳ ନିଳାଦ୍ରୀ ପ୍ରସାଦ ପଞ୍ଚାୟତରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ସହ ଲୋକଙ୍କୁ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏଲ.ଆଇ.ସି କାର୍ଡ ସର୍ଭିସ୍ ଲିମିଟେଡ଼ ଭୁବନେଶ୍ଵର ପକ୍ଷରୁ ଏକ ଅତ୍ୟାଧୁନିକ ନୂତନ ଆମ୍ବୁଲାନ୍ସକୁ ଦାନ କରିଛନ୍ତି। ଉକ୍ତ ଆମ୍ବୁଲାନ୍ସକୁ ରବିବାର ଦିନ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ତାଙ୍କ ଭୁବନେଶ୍ଵର ସ୍ଥିତ ସରକାରୀ ବାସଭବନ ଠାରେ ଲୋକାର୍ପଣ କରିଥିଲେ। ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସଟି ନିଳାଦ୍ରୀ ପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ସମୂହ ଅଞ୍ଚଳ ବାସୀଙ୍କୁ ୨୪/୭ ସେବା ପ୍ରଦାନ କରିବାରେ ସହାୟକ ହେବ। ଏଲ.ଆଇ.ସି ତରଫରୁ ଏହି ଜନମଙ୍ଗଳକାରୀ କାର୍ଯ୍ୟ ତଥା ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଯୋଗାଇବା ଓ ଲୋକଙ୍କ କଲ୍ୟାଣ ପାଇଁ ତାଙ୍କର ଏହି ସେବା ମନୋଭାବ ସମସ୍ତଙ୍କ ପାଇଁ ଉଦାହରଣ ଅଟେ। ଏହି ନିଶୁଳ୍କ ଆମ୍ବୁଲାନ୍ସ ସେବା ଆହୁରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ…
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ ସମ୍ମେଳନ କକ୍ଷଠାରେ ରାଜ୍ୟସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ ବୋଲି ଘୋଷଣା କରିବା ସହିତ ଓମଫେଡ ଚାଷୀ ମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ଓମଫେଡ୍ ବାଲ୍ଟି ଦହି, ଏ-୨ ମିଲ୍କ, ଏ-୨ ଘିଅର ଶୁଭ ଉଦ୍ଘାଟନ ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଅବସରରେ, କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ, ମଇଁଷି ଉଦ୍ୟୋଗ ବିକାଶ, ମାଈ ବାଛୁରୀ ପାଳନ, ଗୋମହିଷାଦିଙ୍କ ବୀମାକରଣ, ଗୋପାଳକଙ୍କ ଆୟବୃଦ୍ଧି ନିମନ୍ତେ ନଗଦ ପ୍ରୋତ୍ସାହନ ଏବଂ ଘାସଚାଷ ପାଇଁ ହିତାଧିକାରୀଙ୍କୁ…
ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର IPL ଫାଇନାଲରେ ପହଞ୍ଚିଛି, ଏବେ ପଞ୍ଜାବ କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରୁ ଗୋଟିଏ ଦଳ ଦ୍ୱିତୀୟ ଫାଇନାଲିଷ୍ଟ ହେବ। ଏହା ପୂର୍ବରୁ ଡେଭିଡ୍ ୱାର୍ଣ୍ଣର IPL ବିଜେତା ବିଷୟରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଅନୁସାରେ କେଉଁ ଦଳ ଟ୍ରଫି ଜିତିବ। ସେ ଏହା ମଧ୍ୟ କହିଛନ୍ତି ଯେ, ଫାଇନାଲରେ RCB ପାଇଁ କିଏ ମ୍ୟାଚ୍ ର ସର୍ବ ଶ୍ରେଷ୍ଠ ଖେଳାଳି ହେବ। ଡେଭିଡ୍ ୱାର୍ଣ୍ଣର ତାଙ୍କ ଅଧିନାୟକତ୍ୱରେ ସନରାଇଜର୍ସ ହାଇଦ୍ରାବାଦକୁ ଚାମ୍ପିଅନ୍ କରିଛନ୍ତି, ଏହି ବର୍ଷ ନିଲାମରେ ତାଙ୍କୁ ବିକ୍ରି କରାଯାଇପାରିଲା ନାହିଁ ଯାହା ପରେ ସେ PSL ରେ ଖେଳିଥିଲେ। ଜଣେ ପ୍ରଶଂସକ ୱାର୍ଣ୍ଣରଙ୍କୁ ସୋସିଆଲ ମିଡିଆରେ IPL ସମ୍ବନ୍ଧୀୟ ପ୍ରଶ୍ନ ପଚାରିଥିଲେ, “ଆପଣ କ’ଣ ଭାବୁଛନ୍ତି ଟାଟା IPL 2025 ର ଚାମ୍ପିଅନ୍ କିଏ ହେବ?” ୱାର୍ଣ୍ଣର ଏହାର ଉତ୍ତର ଦେଇଥିଲେ। କେଉଁ ଦଳ…
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ଭାଇରସ ମାମଲା ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଆଜି ସକାଳ 8 ଟା ସୁଦ୍ଧା ଦେଶରେ କରୋନାର ସକ୍ରିୟ ମାମଲା 3758 ରେ ପହଞ୍ଚିଛି। ଗତ 24 ଘଣ୍ଟା ମଧ୍ୟରେ 363 ନୂତନ ମାମଲା ଚିହ୍ନଟ ହୋଇଛି, ଯେତେବେଳେ 1818 ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ 24 ଘଣ୍ଟା ମଧ୍ୟରେ କରୋନାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। କର୍ଣ୍ଣାଟକରେ ଜଣେ 63 ବର୍ଷୀୟ ବୃଦ୍ଧ ରୋଗୀଙ୍କ ମୃତ୍ୟୁ ହୋଇଛି, ଯିଏ ପୂର୍ବରୁ ଅସୁସ୍ଥ ଥିଲେ। ସେହି ସମୟରେ, କେରଳରେ ଜଣେ 24 ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଛି। ତଥ୍ୟ ଅନୁଯାୟୀ, କେରଳରେ ସର୍ବାଧିକ ମାମଲା ରହିଛି, ଏଠାରେ 1400 ମାମଲା ପଞ୍ଜିକୃତ ହୋଇଛି। ମହାରାଷ୍ଟ୍ରରେ 485 ସକ୍ରିୟ ମାମଲା ଏବଂ ଦିଲ୍ଲୀରେ 436 ସକ୍ରିୟ ମାମଲା ରହିଛି। ଏହା ବ୍ୟତୀତ ଗୁଜରାଟରେ 320, ପଶ୍ଚିମବଙ୍ଗରେ 287 ଏବଂ କର୍ଣ୍ଣାଟକରେ 238…
ନୂଆଦିଲ୍ଲୀ: ଆଜି ଆମେ IPL 2025 ର ଦ୍ୱିତୀୟ ଫାଇନାଲିଷ୍ଟ ଦଳ ପାଇବୁ, କ୍ୱାଲିଫାୟର୍-2 ରେ ପଞ୍ଜାବ କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପର ସହିତ ମୁହାଁମୁହିଁ ହେବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଜିତିଥିବା ଦଳ ଫାଇନାଲକୁ ଯିବ ଏବଂ ପରାଜିତ ଦଳର ସ୍ୱପ୍ନ ଭାଙ୍ଗିଯିବ। ତଥାପି ଯଦି ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୁଏ, ତେବେ ଗୋଟିଏ ଦଳ ଫାଇନାଲରୁ ବାହାର ହୋଇଯିବ। IPL 2025 ଫର୍ମାଟ ଅନୁଯାୟୀ, ପଏଣ୍ଟ ଟେବୁଲରେ ନମ୍ବର 1 ଏବଂ 2 ଦଳ ଫାଇନାଲକୁ ଯିବା ପାଇଁ 2 ଟି ସୁଯୋଗ ଅଛି, ତେଣୁ ପ୍ରଥମ କ୍ୱାଲିଫାୟର୍ ହାରିବା ପରେ ପଞ୍ଜାବ କିଙ୍ଗସ୍ ବାହାର ହୋଇ ନଥିଲା, ଯେତେବେଳେ ତୃତୀୟ ଏବଂ ଚତୁର୍ଥ ନମ୍ବର ଦଳଗୁଡ଼ିକୁ ଟାଇଟଲ୍ ଜିତିବା ପାଇଁ ଲଗାତାର 3 ଟି ମ୍ୟାଚ୍ ଜିତିବାକୁ ପଡିବ। ମୁମ୍ବାଇ ଏଲିମିନେଟରରେ ଗୁଜରାଟକୁ ପରାସ୍ତ…
ଭୁବନେଶ୍ଵର: ସାରଞ୍ଜାଲ୍ କ୍ରିଏସନରେ ରିଲିଜ ହେଲା ଭାବ ବିହ୍ୱଳ ଜଗନ୍ନାଥ ଭଜନ ‘ଏତେ ଦୁଃଖ ଆଉ ଦେ ନା କାଳିଆ’। ଏହି ରିଲିଜ ସମୟରେ ମୁଖ୍ୟ ଅତିଥି ଭାବରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଣୟ ଜେଠୀ, ଅଭିନେତା ଓ ଆଙ୍କର କେ.ପି, ସାମ୍ବାଦିକା ଓ ଅଭିନେତ୍ରୀ କବିତା ସ୍ବାଇଁ, ନିର୍ଦ୍ଦେଶକ ବାବୁ ବାବୁ, ପ୍ରଯୋଜକ ଓ ଅଭିନେତା ସୁନିଲ୍ କୁମାର୍ ଓଝା ଓ ଗୀତିକାର ବାସୁଦେବ ମହାରଣା ଉପସ୍ଥିତ ରହି ସିଡ଼ି ଟିକୁ ଉନ୍ମୋଚନ କରିଥିଲେ। ଜଣେ ଭିନ୍ନକ୍ଷମ ମଣିଷ କେମିତି ନିଜର ନିଷ୍ଠା ବଳରେ କାଳିଆ ପାଖରେ ପହଞ୍ଚି ପାରୁଛି। ଜିବା ସମୟରେ କିପରି ବିଭିନ୍ନ ସମସ୍ୟା ରେ ସମ୍ମୁଖୀନ ହେଉଛି ଏବଂ ନିଜର ହୃଦୟ ର କଥାକୁ କିପରି ଜଗା କୁ ଜଣାଉଛି ଏହା ରହିଛି ଭିଡିଓ ଟିର କାହାଣୀ। ଏଣୁ ବାବୁ ବାବୁ ଙ୍କ ସୁନ୍ଦର ନିର୍ଦ୍ଦେଶନା ରେ ଅଭିନୟ କରିଛନ୍ତି ସୁନିଲ୍ କୁମାର୍ ଓଝା। ତାହା…
ଖୋର୍ଦ୍ଧା: ଓଡ଼ିଶା ବିଧାନସଭା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ସ୍ଥାୟୀ ସ୍ତାଣ୍ଡିଂ କମିଟି ୯ମ, ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ବିଧାୟକ ବାଙ୍କୀ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ପାଟକୁରା ଅରବିନ୍ଦ ମହାପାତ୍ର, ବିଧାୟକ ବଡ଼ଚଣା ଅମର କୁମାର ନାୟକ, ବିଧାୟକ କବିସୂର୍ଯ୍ୟ ନଗର ପ୍ରତାପ ଚନ୍ଦ୍ର ନାୟକ, ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ବାଇଁ ଏବଂ ବିଧାୟକ ସୁରଡା ନୀଳମଣି ବିଶୋଇଙ୍କୁ ନେଇ କମିଟି ଟାଙ୍ଗୀ ବ୍ଲକ୍ ରାମେଶ୍ବର ଠାରେ ଜଳ ଜୀବନ ମିଶନ ଅନୁଦାନରେ ୧୨୧.୪୫ କୋଟି ବ୍ୟୟ ଅଟକଳରେ ଏନ୍ ସି ସି ଲିମିଟେଡ କମ୍ପାନୀ ଦ୍ଵାରା ନିର୍ମାଣଧୀନ ମେଗା ପାଇପ ପାନୀୟ ଜଳ ପ୍ରକଳ୍ପ ର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ। କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୁଳି ଓ କମିଟି ସଦସ୍ୟ ମାନେ ପ୍ଲାଣ୍ଟ ର ସମସ୍ତ କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନକରି ସମ୍ପୃକ୍ତ ମୁଖ୍ୟଯନ୍ତ୍ରୀ ଈଂ…
ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ଏନ.ସି.ଇ.ଆର.ଟିର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଭୋପାଳ, ଆଜମେର, ମଇଶୁର, ନେଲୋର ଓ ଶିଲଂରେ ୨୦୨୫-୨୦୨୬ ଶିକ୍ଷାବର୍ଷ ପାଇଁ ବିଏ. ବି. ଇଡି, ବି.ଏସସି. ବି.ଇଡି, ବି.ଇଡି, ବି.ଇଡି-ଏମ.ଇଡି, ଏମ.ଏସସି.ଇଡି, ଆଦି ଶିକ୍ଷା ଭିତ୍ତିକ ଅଧ୍ୟୟନରେ ନାମଲେଖା ପାଇଁ ଆବେଦନ କରାଯାଉଛି ଓ ଏହି ଆବେଦନ ଆଧାରରେ CEE ପରୀକ୍ଷା ଆସନ୍ତା ମାସ ୨୯ ତାରିଖରେ ଅନୁଷ୍ଠିତ ହେବ। କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ। ଚଳିତ ବର୍ଷ ଆବେଦନର ଶେଷତାରିଖ ୧୭.୦୬.୨୦୨୫ ଓ ଅଧିକ ଜାଣିବାପାଇଁ ଆଗ୍ରହୀ ଛାତ୍ରଛାତ୍ରୀଗଣ www.riebbs.ac.inରେ ଲଗଇନ କରିବାସହ ହେଲ୍ପଲାଇନ ନମ୍ବର ୦୨୨-୬୧୩୦୬୨୭୧ରେ ଯୋଗାଯୋଗ କରିପାରିବେ।
ନୂଆଦିଲ୍ଲୀ: ସାଉଦି ଆରବ ଏକ ଇସଲାମିକ ଦେଶ। ତେବେ ଏଠାରେ ଏକ ୮୦୦୦ ବର୍ଷ ପୁରୁଣା ମନ୍ଦିର ଦେଖିବାକୁ ମିଳିଛି, ଯାହା ସବୁ ସ୍ଥାନରେ ଆଲୋଚନା ହେଉଛି। ଏହା ମଧ୍ୟ କୁହାଯାଏ ଯେ, ଏହି ମନ୍ଦିରରେ କହଲ ଦେବତାଙ୍କୁ ପୂଜା କରାଯାଇଥିଲା। ବାସ୍ତବରେ, ସାଉଦି ଆରବ ସରକାର ଘୋଷଣା କରିଥିଲେ ଯେ, ରାଜଧାନୀ ରିୟାଦର ଦକ୍ଷିଣ-ପଶ୍ଚିମ ଦିଗରେ ଅଲ ଫାରେ ଏକ ୮୦୦୦ ବର୍ଷ ପୁରୁଣା ପ୍ରତ୍ନତାତ୍ତ୍ୱିକ ସ୍ଥାନ ଆବିଷ୍କୃତ ହୋଇଛି। ଏଠାରେ ସାଉଦି ପ୍ରତ୍ନତତ୍ତ୍ୱ ବିଭାଗର ଲୋକମାନେ ମଧ୍ୟ ଏକ ମନ୍ଦିରର ଅବଶିଷ୍ଟାଂଶ ପାଇଛନ୍ତି। ବର୍ତ୍ତମାନ ଏହି ପ୍ରାଚୀନ ସ୍ଥାନରେ ମନ୍ଦିରର ଆବିଷ୍କାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଏହି ମନ୍ଦିର ପଥରରେ ନିର୍ମିତ। ଯଜ୍ଞର କିଛି ଅବଶିଷ୍ଟାଂଶ ମଧ୍ୟ ସେଠାରେ ଦେଖିବାକୁ ମିଳିଛି। ଏହା ସ୍ପଷ୍ଟ ଭାବରେ ସୂଚିତ କରେ ଯେ, ଅଲ ଫା ଅଞ୍ଚଳର ଲୋକମାନେ ପୂଜାପାଠ ଓ ନୀତିକାନ୍ତି କରୁଥିଲେ। ପ୍ରତ୍ନତତ୍ତ୍ୱ ବିଭାଗ କହିଛି ଯେ, ଏହି…
ଜୀବନ ଶୈଳୀ: ଧାର୍ମିକ ବିଶ୍ୱାସ ଅନୁଯାୟୀ ଭଗବାନ ରାମଙ୍କୁ ଶ୍ରୀ ହରି ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି କୁହାଯାଏ। ତାଙ୍କୁ ମହାନ, ଆଦର୍ଶ ମଣିଷ, ଶ୍ରେଷ୍ଠ ରାଜାଙ୍କ ସହିତ ମର୍ଯ୍ୟାଦା ପୁରୁଷୋତ୍ତମ ମଧ୍ୟ କୁହାଯାଏ। କିନ୍ତୁ ଆଜି ଲୋକମାନେ ଧର୍ମ, ସଭ୍ୟତା, ସଂସ୍କୃତି, କର୍ମ ଏବଂ ଦାୟିତ୍ଵକୁ ଭୁଲିଯାଉଛନ୍ତି। ଗୁରୁଜନମାନେ ପ୍ରାୟତଃ କୁହନ୍ତି ଯେ, ଜଣେ ବ୍ୟକ୍ତି କେବଳ ନିଜର କାର୍ଯ୍ୟ ଦ୍ୱାରା ନିଜର ପରିଚୟ ସୃଷ୍ଟି କରେ। ଏହି ଗୁଣଗୁଡିକ ହେତୁ, ଶ୍ରୀରାମ ଜୀଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି ମଧ୍ୟ କୁହାଯିବା ଉଚିତ୍। ଆଜିର ପୁରୁଷମାନେ ମଧ୍ୟ ଭଗବାନ ଶ୍ରୀ ରାମଙ୍କ ପରି ଆଦର୍ଶ ହେବା ଆବଶ୍ୟକ। ଭଗବାନ ରାଜ ରାମ ଅନେକ ଗୁଣରେ ସମୃଦ୍ଧ। ଯଦି ଜୀବନରେ ତାଙ୍କ ଚରିତ୍ରର କିଛି ଗୁଣ ଗ୍ରହଣ କରାଯାଏ, ତେବେ ଆପଣଙ୍କୁ ମଧ୍ୟ ଜଣେ ଆଦର୍ଶ ମଣିଷ କୁହାଯାଇପାରେ। ଏହା ମଧ୍ୟ ଆପଣଙ୍କ ଜୀବନକୁ ସଫଳ କରିବ। ଭଗବାନ ରାମଙ୍କର ଏହି ଗୁଣଗୁଡ଼ିକ…
ଭୁବନେଶ୍ଵର: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନ କଟକ ମୁଣ୍ଡଳୀସ୍ଥିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ଖାରବେଳ କ୍ଷେତ୍ର ତାଲିମ କେନ୍ଦ୍ର (କେଆରଟିସି) କୁ ଜାତୀୟ ସିଭିଲ ସେବା ତାଲିମ ପ୍ରତିଷ୍ଠାନ (ଏନଏସସିଏସଟିଆଇ) ମାନକ ଅଧୀନରେ କ୍ଷମତା ନିର୍ମାଣ ଆୟୋଗ ପକ୍ଷରୁ ‘ଉତ୍କୃଷ୍ଟ’ ବା ‘ସର୍ବୋତ୍ତମ’ ମାନ୍ୟତା ଏବଂ ଥ୍ରୀ ଷ୍ଟାର୍ ଗ୍ରେଡିଂ ପ୍ରଦାନ କରାଯାଇଛି। ଶ୍ରୀ ଚୌଧୁରୀ ଭେଙ୍କଟେଶ୍ୱର ରାଓଙ୍କ ନେତୃତ୍ୱରେ ଏକ ଦଳ ଏବଂ ସିବିସିର ବିଶେଷଜ୍ଞଙ୍କ ଦ୍ୱାରା ୨୯ ଓ ୩୦ ମେରେ କରାଯାଇଥିବା ଏକ କଠୋର ମୂଲ୍ୟାଙ୍କନ ଏବଂ କ୍ଷେତ୍ରୀୟ ଆକଳନ ପରେ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏହି ମୂଲ୍ୟାଙ୍କନ ଆଠଟି ସ୍ତମ୍ଭ ପ୍ରତି ସିଆଇଏସଏଫ କେଆରଟିସି ମୁଣ୍ଡଳୀର ଅନୁପାଳନକୁ ମୂଲ୍ୟାଙ୍କନ କରିଥିଲା। ସେଗୁଡ଼ିକ ହେଲା : ତାଲିମ ଆବଶ୍ୟକତା ଆକଳନ ଓ ପାଠ୍ୟକ୍ରମ ଡିଜାଇନ, ପ୍ରଶିକ୍ଷକଙ୍କ ବିକାଶ, ସମ୍ବଳ ଓ ତାଲିମ ଲକ୍ଷ୍ୟ, ପ୍ରଶିକ୍ଷାର୍ଥୀଙ୍କୁ ସହାୟତା, ଡିଜିଟାଲକରଣ ଓ ତାଲିମ ପ୍ରଦାନ, ସହଭାଗିତା, ତାଲିମ ମୂଲ୍ୟାଙ୍କନ ଓ ଗୁଣବତ୍ତା ଆଶ୍ୱାସନା ଏବଂ ପରିଚାଳନା…

