Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ଗିରଫ ପ୍ରତିବାଦରେ ଓଡିଶା ଯୁବ କଂଗ୍ରେସର ବିକ୍ଷୋଭ
ବିଶେଷ ଖବର

ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ଗିରଫ ପ୍ରତିବାଦରେ ଓଡିଶା ଯୁବ କଂଗ୍ରେସର ବିକ୍ଷୋଭ

February 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି
ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ଗିରଫ ପ୍ରତିବାଦରେ ଓଡିଶା ଯୁବ କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ

ଭୁବନେଶ୍ୱର: ଅଖିଳ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ଉଦୟଭାନୁ ଚିବ୍‌ଙ୍କୁ ଦିଲ୍ଲୀ ପୋଲିସର ଗିରଫ ପ୍ରତିବାଦରେ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ମାଷ୍ଟରକ୍ୟାଂଟିନ ଛକଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କର କୁଶପୁତଳିକା ଦାହ କରି ପ୍ରତିବାଦ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସଂନ୍ଧ୍ୟାରେ ଯୁବ କଂଗ୍ରେସ କର୍ମକର୍ତ୍ତାମାନେ କଂଗ୍ରେସ ଭବନଠାରୁ ଏକ ରାଲିରେ ବାହାରି ମାଷ୍ଟରକ୍ୟାଂଟିନ ଛକଠାରେ ପହଞ୍ôଚ ପ୍ରତିବାଦ କରିଥିଲେ ।

ଯୁବ କଂଗ୍ରେସର କର୍ମୀମାନେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତିଙ୍କୁ ଦିଲ୍ଲୀ ପୋଲିସ ବିଜେପି ସରକାରଙ୍କ ପ୍ରରୋଚନାରେ ହିନ ରାଜନୈତିକ ଉଦ୍ଦେଶ୍ୟ ରଖି ଅଗଣତାନ୍ତ୍ରିକ ଭାବେ ଗିରଫ କରିଛି। ଏହା ପୂର୍ବରୁ ମଧ୍ୟ ଶାନ୍ତିପୂର୍ଣ୍ଣଭାବେ ପ୍ରତିବାଦ କରୁଥିବା ଯୁବ କଂଗ୍ରେସର କାର୍ଯ୍ୟକର୍ତ୍ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରି ଜେଲ ହାଜତକୁ ପଠାଇଛି । ରାଷ୍ଟ୍ରୀୟ ସଭାପତି ଶ୍ରୀ ଚିବ୍ ଦେଶର ଯୁବକ ଯୁବତୀ ଏବଂ କୃଷକମାନଙ୍କର ଅଧିକାର ପାଇଁ ଲଢ଼େଇ କରିଆସୁଛନ୍ତି । କେନ୍ଦ୍ରର ମୋଦି ସରକାର ଏବେ ସଂପୂର୍ଣ୍ଣଭାବରେ ଆମେରିକା ପାଖରେ ନିଜକୁ ସମର୍ପଣ କରିଦେଇଛି । ଆମେରିକା ସହ ଟ୍ରେଡିଂ କରି ଦେଶର ଅର୍ଥନୀତି ସହ ଦେଶର କୃଷିକ୍ଷେତ୍ର ଏବଂ ବ୍ୟବସାୟ କ୍ଷେତ୍ରକୁ ସଂକଟକୁ ଠେଲି ଦେଇଛି ।

ରାଷ୍ଟ୍ରୀୟ ସଭାପତି ଏହାକୁ ବିରୋଧ କରିବାରୁ ସାରା ଦେଶରେ ମୋଦି ସରକାରର ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କର ଅସଲ ଚେହେରା ଧରାପଡ଼ିଯିବା ଭୟରେ ବିଜେପି ସରକାର ଭୟଭୀତ ହୋଇ ଆକ୍ରୋଶମୂଳକ ଭାବେ ଶ୍ରୀ ଚିବ୍‌ଙ୍କୁ ଗିରଫ କରିଛି। ଶ୍ରୀ ଚିବ୍‌ଙ୍କ ଗିରଫଦାରି କୁ ବିରୋଧ କରି ଯୁବକଂଗ୍ରେସର କର୍ମକର୍ତ୍ତାମାନେ ମୋଦି ଓ ଶାହାଙ୍କ ବିରୋଧରେ ନାରାବାଜି କରି ମାଷ୍ଟରକ୍ୟାଂଟିନ ଛକଠାରେ ଉଭୟଙ୍କର କୁଶପୁତଳିକା ଦାହ କରିବା ସହ ରାଷ୍ଟ୍ରୀୟ ସଭାପତି ଶ୍ରୀ ଚିବ୍‌ଙ୍କ ଉପରେ ଲାଗିଥିବା ମିଥ୍ୟା ମକଦ୍ଦମାକୁ ତୁରନ୍ତ ପ୍ରତ୍ୟାହାର କରି ଯଥାଶୀଘ୍ର ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରିବାପାଇଁ ଦାବି କରିଛି। ଯଦି ମୋଦି ସରକାର ଏଭଳି ଆକ୍ରୋଶମୂଳକ ରାଜନୀତିରୁ କ୍ଷାନ୍ତ ନ ରୁହନ୍ତି ତାହାଲେ ଆଗାମୀ ଦିନରେ ଯୁବ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବବୋଲି ଯୁବ କଂଗ୍ରେସ ପକ୍ଷରୁ ଚେତାବନି ଦିଆଯାଇଛି।

ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ, ସୁରଜ ରାଉତ, ଅମରେଶ ପରିଡ଼ା, ବିଶ୍ୱଜିତ ସ୍ୱାଇଁ, ସାହାରୁଖ ଖାନ, ସ୍ପନ୍ଦନ ସ୍ୱାଇଁ, ଆଶିଷ କୁମାର ମାହୁନ୍ତ, ସରୋଜ ବାରିକ, ପ୍ରଶାନ୍ତ ରାଉତଙ୍କ ସମେତ ବହୁ ଯୁବକଂଗ୍ରେସ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।

ଓଡିଶା ଯୁବ କଂଗ୍ରେସ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026
Latest News

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.