Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗୀୟ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଆଜି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗୀୟ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

November 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
PM modi
ଆଜି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗୀୟ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ୪:୩୦ ସମୟରେ ନୂଆଦିଲ୍ଲୀ ସ୍ଥିତ ସୁଷମା ସ୍ୱରାଜ ଭବନରେ ଆୟୋଜିତ ‘ସାମାଜିକ ନ୍ୟାୟ ଓ ସଶକ୍ତିକରଣ’ ବିଷୟ ଉପରେ ଆୟୋଜିତ ବିଭାଗୀୟ ସମ୍ମିଳନୀର ଉଦ୍‌ଯାପନୀ ଅଧିବେଶନରେ ଅଂଶଗ୍ରହଣ କରିବେ। ଏଥି ସହ ସେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ମଧ୍ୟ ଦେବେ।

ନଭେମ୍ବର ୧୮-୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇ ଦିନିଆ ବିଭାଗୀୟ ସମ୍ମିଳନୀରେ ବିଭିନ୍ନ ରାଜ୍ୟର ରାଜନୈତିକ ନେତୃତ୍ୱବୃନ୍ଦ ଏବଂ ଅଧିକାରୀମାନେ ଏକତ୍ରିତ ହେବେ, ଯେଉଁମାନେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ତଥା ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ବିଭାଗୀୟ ସମ୍ମିଳନୀଗୁଡିକ ମଧ୍ୟରୁ ଏହା ହେଉଛି ତୃତୀୟ ସମ୍ମିଳନୀ। ଏହି ସମ୍ମିଳନୀଗୁଡିକର ଉଦ୍ଦେଶ୍ୟ ହେଉଛି ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଜାତୀୟ ପ୍ରାଥମିକତାଗୁଡିକ ପ୍ରତି ସାମୂହିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ଏବଂ କେନ୍ଦ୍ର ତଥା ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗ ମାଧ୍ୟମରେ ଫଳାଫଳ ହାସଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା।

ଏହି ଶିଖର ସମ୍ମିଳନୀ ଚାରୋଟି ପ୍ରମୁଖ ବିଷୟଗତ କ୍ଷେତ୍ର ଉପରେ ଆଲୋଚନା କରିବ:

୧.  ନଶା ମୁକ୍ତ ଭାରତ ପାଇଁ ନିବାରଣ ଏବଂ ନିଶା ଚାହିଦା ହ୍ରାସ ରଣନୀତିର ପୁନର୍ବିଚାର କରିବା

୨. ଏକ ରାଷ୍ଟ୍ର ଏକ ଛାତ୍ରବୃତ୍ତି ପୋର୍ଟାଲ – ସୁଲଭ ଛାତ୍ରବୃତ୍ତି, ସଶକ୍ତ ବିଦ୍ୟାର୍ଥୀ

୩. ପ୍ରାରମ୍ଭିକ ହସ୍ତକ୍ଷେପ ଏବଂ ଅକ୍ଷମତା ବୋଝ ହ୍ରାସ

୪. ବିକଶିତ ଭାରତ ପାଇଁ ସୁଗମ୍ୟ ଭାରତ।

ଏହି ବିଭାଗୀୟ ସମ୍ମିଳନୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଅଭିଜ୍ଞତା ଆଦାନପ୍ରଦାନ, ସର୍ବୋତ୍ତମ ଅଭ୍ୟାସ ଶେୟାର କରିବା ଏବଂ ପ୍ରମୁଖ କ୍ଷେତ୍ରୀୟ ପ୍ରାଥମିକତା ଉପରେ ଆଲୋଚନା କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ  କାର୍ଯ୍ୟାନ୍ୱୟନ ଆହ୍ୱାନକୁ ସମାଧାନ କରିବା ଏବଂ ଶାସନ ତଥା ସେବା ପ୍ରଦାନକୁ ଉନ୍ନତ କରିବା।

ଉଦ୍‌ଯାପନୀ ଅଧିବେଶନ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରଦେଶରେ ହଟିଲା ୨୫ ବର୍ଷର କଟକଣା : ଦୁଇରୁ ଅଧିକ ସନ୍ତାନ ଥିଲେ ବି ମିଳିବ ସରକାରୀ ଚାକିରି

November 19, 2026

ଟିମ୍ ଇଣ୍ଡିଆ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଆଇସିସି: ଲାଗୁ କଲା କଡ଼ା ଜରିମାନା

November 19, 2026

ଜନ୍ତର-ମନ୍ତର ଓ ରାମଲୀଳା ମୈଦାନରେ ପ୍ରତିବାଦ ମାମଲା : କଂଗ୍ରେସ, ସିଜେପି, ଆପ୍‌କୁ ସୁପ୍ରିମକୋର୍ଟ ନୋଟିସ୍‌

November 19, 2026

ଅଂଶୀଦାରଙ୍କ ସହ ବିଚାରବିମର୍ଶ ଆରମ୍ଭ କଲା ବିକଶିତ ଭାରତ ପାଇଁ ଗଠିତ ଉଚ୍ଚସ୍ତରୀୟ ବ୍ୟାଙ୍କିଂ କମିଟି

November 19, 2026
Latest News

ଆଜି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗୀୟ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

November 19, 2026

ଚୀନ୍‌ ଗସ୍ତରେ ମହାଶକ୍ତିଙ୍କ ବୈଠକ : ପୁଟିନ୍‌ଙ୍କୁ ଅଲଗା ଭେଟିବେ ଟ୍ରମ୍ପ୍‌

November 19, 2026

ମଧ୍ୟପ୍ରଦେଶରେ ହଟିଲା ୨୫ ବର୍ଷର କଟକଣା : ଦୁଇରୁ ଅଧିକ ସନ୍ତାନ ଥିଲେ ବି ମିଳିବ ସରକାରୀ ଚାକିରି

November 19, 2026

ଟିମ୍ ଇଣ୍ଡିଆ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଆଇସିସି: ଲାଗୁ କଲା କଡ଼ା ଜରିମାନା

November 19, 2026

ଜନ୍ତର-ମନ୍ତର ଓ ରାମଲୀଳା ମୈଦାନରେ ପ୍ରତିବାଦ ମାମଲା : କଂଗ୍ରେସ, ସିଜେପି, ଆପ୍‌କୁ ସୁପ୍ରିମକୋର୍ଟ ନୋଟିସ୍‌

November 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.