ତାଳଚେର: ଓଡ଼ିଶାର ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ତଥା ବର୍ତ୍ତମାନର ଅନୁଗୋଳ ଜିଲ୍ଲାର ତାଳଚେର ଗୋଟିଏ ବିଭବଶାଳୀ ଅଞ୍ଚଳ। ବିଗତ ବ୍ରିଟିଶ ସମୟରୁ ଆମ ତାଳଚେର ସମୃଦ୍ଧ ଏବଂ ସମ୍ପନ୍ନ ଅଞ୍ଚଳ ଭାବେ ପରିଚିତ। ଏହି ଅଞ୍ଚଳରେ ସ୍କୁଲ ଶିକ୍ଷା ଭିତ୍ତିଭୂମିକୁ ମଜଭୂତ୍ କରି ସାମଗ୍ରିକ ଶିକ୍ଷାର ବାତାବରଣ ବଢାଇବା ପାଇଁ ମିଳିମିଶି ଉଦ୍ୟମ କରିବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଶୁକ୍ରବାର ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟ, ତାଳଚେର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ମହୁଲପାଲି ଠାରେ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶା ସରକାରଙ୍କ ୨. ୭୬ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେ କହିଛନ୍ତି ଯେ ତାଳଚେର ହେଉଛି ରତ୍ନଗର୍ଭା ଅଞ୍ଚଳ, ଯେଉଁ ଅଞ୍ଚଳରେ କେବଳ ଖଣି କିମ୍ବା କୋଇଲା ଅଧିକ ପରିମାଣରେ…
Author: SM Network
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀ ୨୦୨୫କୁ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବାଞ୍ଚଳର ଭବିଷ୍ୟତ ପ୍ରତି ଗର୍ବ, ଉତ୍ସାହ ଏବଂ ଅପାର ବିଶ୍ୱାସ ପ୍ରକାଶ କରିଥିଲେ। ଭାରତ ମଣ୍ଡପମରେ ଅନୁଷ୍ଠିତ ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ମନେ ପକାଇ ସେ ଉଲ୍ଲେଖ କରିଥିଲେ ଯେ ଆଜିର କାର୍ଯ୍ୟକ୍ରମ ଉତ୍ତର-ପୂର୍ବରେ ନିବେଶର ଉତ୍ସବ। ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଶିଳ୍ପ ନେତାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତିକୁ ଉଲ୍ଲେଖ କରିଥିଲେ ଏବଂ ଏହି କ୍ଷେତ୍ରରେ ସୁଯୋଗ ବିଷୟରେ ସେମାନଙ୍କର ଉତ୍ସାହ ବିଷୟରେ ଆଲୋଚନା କରିଥିଲେ। ସମସ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଏକ ଅନୁକୂଳ ନିବେଶ ପରିବେଶ ସୃଷ୍ଟି କରିବାରେ ସେମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ନିଜର ଶୁଭକାମନା ଜଣାଇ ପ୍ରଧାନମନ୍ତ୍ରୀ ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀକୁ ପ୍ରଶଂସା କରିଥିଲେ ଏବଂ ଏହି ଅଞ୍ଚଳର ନିରନ୍ତର…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସହ ରାଜ୍ୟରେ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ପୋଲିସ, କାରାଗାର, ଅଦାଲତ, ଅଭିଯୋଜନ ଏବଂ ଫରେନ୍ସିକ୍ ସମ୍ବନ୍ଧୀୟ ବିଭିନ୍ନ ନୂତନ ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରାଯାଇଥିଲା। ଏହି ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ, ଆନ୍ଧ୍ର ପ୍ରଦେଶର ମୁଖ୍ୟ ସଚିବ ଏବଂ ଗୃହ ମନ୍ତ୍ରଣାଳୟ ତଥା ଆନ୍ଧ୍ର ପ୍ରଦେଶ ସରକାରଙ୍କ ବରିଷ୍ଠ ଅଧିକାରୀ, ପୋଲିସ ମହାନିର୍ଦ୍ଦେଶକ, ବିପିଆର ଆଣ୍ଡ ଡି ମହାନିର୍ଦ୍ଦେଶକ ଏବଂ ଏନସିଆରବି ନିର୍ଦ୍ଦେଶକ ଉପସ୍ଥିତ ଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅଣାଯାଇଥିବା ତିନୋଟି ନୂଆ ଅପରାଧିକ ଆଇନ ଭାରତୀୟ ସମ୍ବିଧାନର ଭାବନାକୁ ପ୍ରତିଫଳିତ କରିବା ଏବଂ…
ଭୁବନେଶ୍ୱର: ନୂଆ ସରକାର ରାଜ୍ୟର ଶାସନ ଭାର ହାତକୁ ନେବା ପରେ ବେଆଇନ ମାଦକ ଦ୍ରବ୍ୟ କାରବାର ଆନେକାଂଶରେ ହ୍ରାସ ପାଇଛି। ଅବକାରୀ ବିଭାଗ, ପୋଲିସ ପ୍ରଶାସନ ଏବଂ ସ୍ପେସାଲ୍ ସ୍କ୍ୱାର୍ଡ ଜରିଆରେ ନିୟମିତ ଚଢ଼ାଉ କରାଯାଇ ଅନେକ ବେଆଇନ ମଦଭାଟିକୁ ବନ୍ଦ କରାଯିବା ସହ ପ୍ରସ୍ତୁତି ସାମଗ୍ରୀ ଓ ଗାଡ଼ି ଜବତ କରାଯିବା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ତଥାପି ଏ ଦିଗରେ ଅଧିକ କାର୍ଯ୍ୟ କରି ରାଜ୍ୟରୁ ବେଆଇନ ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଚଳିତ ୨୦୨୫ ମଇ ୩୧ରୁ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବେଆଇନ ମାଦକ ଦ୍ରବ୍ୟ ସେବନ ଓ କାରବାର ରୋକିବା ଦିଗରେ ସଚେତନତା କାର୍ଯର୍କ୍ରମ ନେଇ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ସମୀକ୍ଷା…
ମେଷ: – ଅଧ୍ୟୟନ ପ୍ରତି କମ୍ ଧ୍ୟାନ କିମ୍ବା ଘର ବଦଳରେ ସାଙ୍ଗମାନଙ୍କ ସହିତ ଅଧିକ ସମୟ ଅତିବାହିତ ହେତୁ ପିଲାମାନେ ଅସନ୍ତୁଷ୍ଟ ହୋଇପାରନ୍ତି । ସନ୍ଧ୍ୟା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରନ୍ତୁ ଏବଂ ଯଥାସମ୍ଭବ ରୋମାଣ୍ଟିକ୍ ହେବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ସଠିକ୍ ଲୋକଙ୍କ ସହିତ ଯୋଗାଯୋଗ କରିବେ ଏବଂ କାରବାର କରିବେ, ତେବେ ଆପଣ ନିଜ କ୍ୟାରିୟରରେ ଅଗ୍ରଗତି କରିପାରିବେ । ଜିନିଷ ଏବଂ ଲୋକମାନଙ୍କୁ ଶୀଘ୍ର ପରୀକ୍ଷା କରିବାର କ୍ଷମତା ଆପଣଙ୍କୁ ଅନ୍ୟମାନଙ୍କଠାରୁ ଆଗରେ ରଖିବ । ବୃଷ: – ଆଜି କେବଳ ବସିବା ପରିବର୍ତ୍ତେ, ଏପରି କିଛି କର ଯାହାକି ଆପଣଙ୍କର ରୋଜଗାର ବଢି ପାରିବ । ଯଦି ଆପଣ ଆପଣଙ୍କର ସାଥୀଙ୍କ ଦୃଷ୍ଟିକୋଣକୁ ଅଣଦେଖା କରନ୍ତି ତେବେ ସେ କ୍ରୋଧାନ୍ବିତ ହୋଇପଡିବେ । ଆଜି ଆପଣଙ୍କର ପ୍ରିୟଙ୍କାର ସ୍ୱଭାବ ଆପଣଙ୍କୁ କଷ୍ଟ ଦେଇପାରେ । ଆଜି କାର୍ଯ୍ୟକ୍ଷେତ୍ରର ଜିନିଷଗୁଡ଼ିକ…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ସୀମା ସୁରକ୍ଷା ବାହିନୀ (ବି.ଏସ୍.ଏଫ୍.) ର ପ୍ରତିଷ୍ଠା ସମାରୋହ ଏବଂ ରୁସ୍ତମଜୀ ସ୍ମାରକୀ ବକ୍ତୃତାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ (ଆଇବି) ର ନିର୍ଦ୍ଦେଶକ ଏବଂ ସୀମା ସୁରକ୍ଷା ବାହିନୀର ମହାନିର୍ଦ୍ଦେଶକଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ୧୯୬୫ରୁ ୨୦୨୫ ପର୍ଯ୍ୟନ୍ତ ବି.ଏସ୍.ଏଫ୍. ର ଯାତ୍ରା ଦର୍ଶାଉଛି ଯେ କିପରି ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ସୀମିତ ସମ୍ବଳ ସହିତ ଆରମ୍ଭ ହୋଇଥିବା ଏକ ସଂଗଠନ ବିଶ୍ୱର ସର୍ବବୃହତ ଏବଂ ସବୁଠାରୁ ସମ୍ମାନଜନକ ସୀମା ସୁରକ୍ଷା ବାହିନୀ ଭାବେ ଉଭା ହୋଇଛି। ସେ କହିଥିଲେ ଯେ ବିଶ୍ୱସ୍ତରୀୟ ଉତ୍କର୍ଷ ହାସଲ କରିବା ପାଇଁ ଦେଶପ୍ରେମ କିପରି ସମସ୍ତ ଅସୁବିଧାକୁ ଦୂର କରିପାରିବ…
ମୁମ୍ବାଇ: ଭାରତ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନସ୍ଥ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ମହୁମାଛି ଦିବସ -୨୦୨୫ ମୁମ୍ବାଇର ଭିଲେ ପାର୍ଲେ, ଇର୍ଲା ରୋଡ ସ୍ଥିତ ଏହାର କେନ୍ଦ୍ରୀୟ କାର୍ଯ୍ୟାଳୟରେ ପାଳନ କରିଛି। ଏବର୍ଷ ବିଶ୍ୱ ମଧୁ କ୍ରାନ୍ତି ଉତ୍ସବ’ ଶୀର୍ଷକରେ ଏହାର ପାଳନ କରାଯାଇଛି। ଏହି ବର୍ଷର ଉତ୍ସବର ବିଷୟବସ୍ତୁ ଥିଲା “ମହୁମାଛି ଆମ ସମସ୍ତଙ୍କୁ ପୋଷଣ କରିବା ପାଇଁ ପ୍ରକୃତି ଦ୍ୱାରା ଅନୁପ୍ରାଣିତ”, ଯାହା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଶ୍ଵେତ ବିପ୍ଳବ” କୁ ଏକ ମଧୁର ବିପ୍ଳବରେ ପରିଣତ କରିବାର ଦୃଷ୍ଟିକୋଣ ସହିତ ସମନ୍ୱୟ ରଖୁଛି। ମୁଖ୍ୟ ଅତିଥି ଭାବରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ର ଅଧ୍ୟକ୍ଷ ମନୋଜ କୁମାର ଏହାର ଉଦଘାଟନ କରିଥିଲେ। ଏହି ଅବସରରେ କେଭିଆଇସି ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀମତୀ ରୂପ ଉପସ୍ଥିତ ଥିଲେ। ଏହି ଉତ୍ସବରେ ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାର ହିତାଧିକାରୀ…
କାମାକ୍ଷାନଗର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ପ୍ରାୟ ୧୩୩ କୋଟି ୬୫ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆଜି ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଗୁଡ଼ିକ ଢେଙ୍କାନାଳ ଜିଲ୍ଲାକୁ ବିକଶିତ କରିବା ଦିଗରେ ବିଶେଷ ସହାୟକ ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ପ୍ରଥମେ ଆଜି ପ୍ରଥମେ କାମାକ୍ଷାନଗର ବାଇସିଙ୍ଗା ଠାରେ ଜାତୀୟ ରାଜପଥ – ୫୩ ନମ୍ବରର କାମାକ୍ଷାନଗର ବାଇପାସରୁ ଡୁବୁରି ସେକ୍ସନର ପ୍ରାୟ ୧୦ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ଓଭର ବ୍ରିଜର ଲୋକାର୍ପଣ କରିଥିଲେ। ପରେ କାମାକ୍ଷାନଗର ମହିଳା କଲେଜ କ୍ୟାମ୍ପସରେ କେନ୍ଦ୍ରୀୟ ବିଦ୍ୟାଳୟ, କାମାକ୍ଷାନଗରର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ଜନ୍ତାରିବୋଲ ଠାରେ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ…
ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଚାକିରି ଆଶାୟୀଙ୍କ ପାଇଁ ଭୁବନେଶ୍ୱରସ୍ଥିତ ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଏସସି/ଏସଟି ଜାତୀୟ କ୍ୟାରିଅର ସେବା କେନ୍ଦ୍ର ଏକ ଅଭିନବ ସୁଯୋଗ ଆଣିଛି। ଏସସି/ଏସଟି ବର୍ଗର ଚାକିରି ଆଶାୟୀ ପ୍ରାର୍ଥୀମାନେ ଏଠାରେ ସ୍ୱତନ୍ତ୍ର ତାଲିମ, ଓ’ଲେଭଲ୍ ସଫ୍ଟୱେର ତାଲିମ, ଓ’ ଲେଭଲ ବର୍ଷିକିଆ କମ୍ପ୍ୟୁଟର ହାର୍ଡୱେର ତାଲିମ (ସିଏଚଏମ), ଅଫିସ ଅଟୋମେସନ, ଆକାଉଣ୍ଟିଂ ଓ ପବ୍ଲିଶିଂ ଆସିଷ୍ଟାଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ ଓ ବିଜନେସ ଆକାଉଣ୍ଟିଂ ଆସୋସିଏଟ୍, ସାଇବର ସିକ୍ୟୁର୍ଡ୍ ୱେବ୍ ଡେଭଲପେମେଣ୍ଟ ଆସୋସିଏଟ୍ ପ୍ରୋଗ୍ରାମରେ ପ୍ରଶିକ୍ଷଣ ହାସଲ କରିପାରିବେ। ସେମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ତାଲିମ ଦିଆଯିବା ସହିତ ମାସିକ ୧୦୦୦ ଟଙ୍କାର ଷ୍ଟାଇପେଣ୍ଡ ମିଳିବ। ୧୮ରୁ ୩୦ ବର୍ଷ ବୟସର ପ୍ରାର୍ଥୀ ଯେଉଁମାନଙ୍କର ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ ସେମାନେ ଏହାର ଲାଭ ପାଇପାରିବେ। ଏଥିପାଇଁ ଆଶାୟୀମାନେ www.ncs.gov.in ଏବଂ www.dge.gov.in ପରିଦର୍ଶନ କରିବା ସହିତ…
ଭୁବନେଶ୍ଵର: ଅନଲାଇନ ପୁଞ୍ଜିନିବେଶ ନାଁରେ କୋଟିପତି ହେବାର ଲୋଭ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୧.୫୫ କୋଟି ଟଙ୍କା ଠକି ନେଇଥିବା ୦୨ ଜଣ ସାଇବର ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି, ତୟବ ଖାନ ଏବଂ ଫିରୋଜ ଖାନ। ଉଭୟଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ୨୦୨୫ ମସିହା ଜାନୁୟାରୀ ଏକ ତାରିଖରେ ଭୁବନେଶ୍ବରରେ ରହୁଥିବା ଜଣେ ବ୍ୟକ୍ତି ସାଇବର ଥାନାରେ ରିପୋର୍ଟ କରିଥିଲେ। ଅନଲାଇନରେ ପୁଞ୍ଜିନିବେଶ କରି ସେ ଠକାମିର ଶିକାର ହୋଇଥିଲେ। ଅଭିଯୁକ୍ତମାନେ ପ୍ରଥମେ ତାଙ୍କୁ ଅଧିକ ଟଙ୍କା ଫେରସ୍ତ କରିବାର ଲୋଭ ଦେଖାଇ ପୁଞ୍ଜିନିବେଶ କରିବାକୁ ପ୍ରୋତ୍ସାହିତ କରିଥିଲେ। ଯାହା ଫଳରେ ଅଭିଯୋଗକାରୀ ଜଣକ ୧ କୋଟି ୫୦ ଲକ୍ଷ ୫୦ ହଜାର ଟଙ୍କା ସ୍ଥାନାନ୍ତର କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ଷତି ହେବା ସତ୍ତ୍ୱେ ସାଇବର ଠକ ମାନଙ୍କ ପ୍ରରୋଚନାରେ ଅଧିକ ଟଙ୍କା ନିବେଶ କରିବାକୁ ଚାପ ପକାଉଥିଲେ। କିନ୍ତୁ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଭୁବନେଶ୍ୱର-କଟକ ଟ୍ୱିନ ସିଟିରେ କାର୍ଯ୍ୟକାରୀ ହେଉଥିବା ପୂର୍ତ୍ତ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରେ ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ୍ ଭିଡ ହ୍ରାସ (Decongestion Plan) ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ଏଲିଭେଟେଡ୍ କରିଡର, ପଟିଆ ଷ୍ଟେସନ ଛକରୁ ସୁଆଙ୍ଗ ମୌଜା ପର୍ଯ୍ୟନ୍ତ ଦୟା ୱେଷ୍ଟ କେନାଲ ରାସ୍ତା ନିର୍ମାଣ, ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ, ଏବଂ କଳ୍ପନା ଛକ, ମ୍ୟୁଜିଅମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏ ଉଭର୍ ସହିତ ଏଜି ଛକରେ ଏକ ଅଣ୍ଡରପାସ୍ ନିର୍ମାଣ ପାଇଁ ଯୋଜନା ରଖାଯାଇଛି। ସେହିପରି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଥ୍ମେଟିକସ୍ ରୁ ପଥର ଗାଡିଆ- ଉତ୍କଳ ହସ୍ପିଟାଲ- ରେଲ୍ ବିହାର ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ଲେଫ୍ଟ ପାରାଲେଲ୍ ରୋଡ୍ କାମ ମଧ୍ୟ ଜାରି ରହିଛି। ଏହା ସହିତ ଡମଣାରୁ…
ନୂଆଦିଲ୍ଲୀ: ପୁଣି ଥରେ ଭାରତରେ କୋଭିଡ-୧୯ ମାମଲା ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ର, ହରିୟାଣା, ତାମିଲନାଡୁ, କର୍ଣ୍ଣାଟକ, ଓଡ଼ିଶା ଏବଂ ଗୁଜରାଟରୁ ନୂତନ ମାମଲା ରିପୋର୍ଟ ହୋଇଛି। ମହାରାଷ୍ଟ୍ରରେ ପ୍ରାୟ ୧୦୦ ଟି ମାମଲା ରିପୋର୍ଟ ହୋଇଥିବା ବେଳେ ଗୁଜରାଟରେ ୧୫ ଟି ନୂତନ ମାମଲା ଦେଖାଯାଇଛି। କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ନବଜାତ ଶିଶୁର ମାମଲା ସାମ୍ନାକୁ ଆସିଛି। ମୁମ୍ବାଇ, ଚେନ୍ନାଇ, ଗୁରୁଗ୍ରାମ ଏବଂ ଅହମ୍ମଦାବାଦ ଭଳି ସହରରେ ବିପୁଳ ବୃଦ୍ଧି ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ମେ ମାସରେ ମୁମ୍ବାଇରେ ଏପର୍ଯ୍ୟନ୍ତ ୯୫ ଜଣ କୋଭିଡ-୧୯ ମାମଲା ରିପୋର୍ଟ ହୋଇଛି, ଯାହା ଜାନୁଆରୀ ପରଠାରୁ ମହାରାଷ୍ଟ୍ରର ମୋଟ ୧୦୬ ମାମଲା ତୁଳନାରେ ଏକ ବିରାଟ ବୃଦ୍ଧି। ଅତି କମରେ ୧୬ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ରୋଗୀମାନଙ୍କୁ KEM ହସ୍ପିଟାଲରୁ ସେଭେନ୍ ହିଲ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି। ହରିୟାଣାର ଗୁରୁଗ୍ରାମ ଏବଂ ଫରିଦାବାଦରେ କରୋନା ଭାଇରସ ସଂକ୍ରମଣର…
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ କମ୍ପାନୀର ପୁଞ୍ଜିନିବେଶକୁ ୭୫ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ କମ୍ପାନୀର ଏହି ରାଜ୍ୟଗୁଡ଼ିକରେ ପ୍ରାୟ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ରହିଛି। ଅର୍ଥାତ୍, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ, ରିଲାଏନ୍ସ ଏହି ରାଜ୍ୟଗୁଡ଼ିକରେ ପ୍ରାୟ ୪୫ ହଜାର କୋଟି ଟଙ୍କାର ନୂତନ ନିବେଶ କରିବାକୁ ଯାଉଛି। ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ‘ରାଇଜିଂ ନର୍ଥଇଷ୍ଟ ନିବେଶକ ସମ୍ମିଳନୀ’ରେ ମୁକେଶ ଅମ୍ବାନୀ ଏହା କହିଛନ୍ତି। ଏହି ପ୍ରସ୍ତାବିତ ନିବେଶ ୨୫ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ପ୍ରକାଶ କରିବା ସହିତ ମୁକେଶ ଅମ୍ବାନୀ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ୩୫୦ଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରିବା ନେଇ ପ୍ରତିବଦ୍ଧତା ଦୋହରାଇଛନ୍ତି। ଜିଓ ସମ୍ପର୍କରେ ସୂଚନା ଦେଇ ମୁକେଶ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ…
ମୁମ୍ବାଇ: ଗଡଚିରୋଲିରେ ମହାରାଷ୍ଟ୍ର-ଛତିଶଗଡ ସୀମାରେ ଚାରି ଜଣ କୁଖ୍ୟାତ ନକ୍ସଲ ନିହତ ହୋଇଛନ୍ତି। ପୋଲିସ ଗୋଟିଏ ସେଲ୍ଫ-ଲୋଡିଂ ରାଇଫଲ୍ ଏବଂ ଦୁଇଟି ୩୦୩ ରାଇଫଲ୍ ମଧ୍ୟ ଜବତ କରିଛି। ଏହା ବ୍ୟତୀତ ଘଟଣାସ୍ଥଳରୁ ୱାକି-ଟକି ଏବଂ କ୍ୟାମ୍ପିଂ ଉପକରଣ ମଧ୍ୟ ଜବତ କରାଯାଇଛି। ପ୍ରକୃତରେ, ମହାରାଷ୍ଟ୍ର-ଛତିଶଗଡ଼ ସୀମାରେ ନକ୍ସଲ ଗୋଷ୍ଠୀଙ୍କ ଉପସ୍ଥିତି ବିଷୟରେ ବିଶ୍ୱସ୍ତ ଗୁପ୍ତ ସୂଚନା ଆଧାରରେ, ଗୁରୁବାର (୨୨ ମଇ) ଅପରାହ୍ନରେ ପ୍ରବଳ ବର୍ଷା ମଧ୍ୟରେ କୱାଣ୍ଡେ ଏବଂ ନେଲଗୁଣ୍ଡାରୁ ଇନ୍ଦ୍ରାବତୀ କୂଳ ଆଡକୁ ଏକ ଅପରେସନ୍ ଆରମ୍ଭ କରାଯାଇଥିଲା, ଯାହାର ନେତୃତ୍ୱ ଅତିରିକ୍ତ ଏସପି ରମେଶ ଏବଂ ୧୨ ଟି ସି୬୦ ଦଳ (୩୦୦ କମାଣ୍ଡୋ) ଏବଂ CRPF ର ଏକ ଅଂଶ ନେଇଥିଲେ। ଗଡ଼ଚିରୋଲି ପୋଲିସର ସୂଚନା ଅନୁଯାୟୀ, ଆଜି ସକାଳେ ମାଓବାଦୀମାନେ ସି୬୦ କମାଣ୍ଡୋଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ, ଯାହା ଫଳରେ ବାହିନୀ ପକ୍ଷରୁ ପ୍ରଭାବଶାଳୀ ପ୍ରତିଶୋଧ ନିଆଯାଇଥିଲା। ପ୍ରାୟ ଦୁଇ ଘଣ୍ଟା…
ଭୁବନେଶ୍ଵର: ବିଦେଶରେ ଉଚ୍ଚ ଦରମାରେ ଚାକିରୀ କରାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କା ଠକି ନେଇଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ୨୦୧୮ ମସିହାରୁ ଲୋକଙ୍କ ନିକଟରୁ ଟଙ୍କା ଠକିନେଇ ଫେରାର ଥିବା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ଅଭିଯୁକ୍ତ ବିଷ୍ଣୁ ପ୍ରସାଦ ପଟ୍ଟନାୟକକୁ ଗିରଫ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି। ଡିଜିପିଙ୍କ ସୂଚନା ମୁତାବକ, ଅଭିଯୁକ୍ତ ବିଷ୍ଣୁ ଗୁଣୁପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ବିଦେଶରେ ଉଚ୍ଚ ଦରମାରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଠକି ନେଇଥିଲେ। ବ୍ରିଟିଶ ଏୟାରୱେଜ୍ ଏବଂ ଲୁଫସ୍ଥାନ୍ସା ଏୟାରୱେଜ୍ ଭଳି କମ୍ପାନୀରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ୯୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଏହା ସହ ସେ ତାଙ୍କୁ ନିଯୁକ୍ତି ପତ୍ର ମଧ୍ୟ…
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସହିଦ ଯବାନଙ୍କ ପରିବାର ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଅଯୋଧ୍ୟାରେ ‘ଶ୍ରୀ ହନୁମାନ କଥା ମଣ୍ଡପମ୍’ର ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଜିଲ୍ଲାର ବିକାଶ ଏବଂ ମହାକୁମ୍ଭ କାର୍ଯ୍ୟକ୍ରମର ସଫଳତା ଉପରେ ମଧ୍ୟ ନିଜର ମତ ପ୍ରକାଶ କରିଛନ୍ତି। ସେନାରେ ସହିଦ ହୋଇଥିବା ସୈନିକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ‘ଦେଶର ସୁରକ୍ଷା ପାଇଁ ସହିଦ ହୋଇଥିବା ଯେକୌଣସି ସୈନିକଙ୍କୁ ଆମେ ପୂର୍ଣ୍ଣ ସହଯୋଗ ପ୍ରଦାନ କରୁ।’ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହିତ ଚାକିରି ଯୋଗାଇ ଦିଆଯିବ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ‘ଆଜି ଅଯୋଧ୍ୟା ନାମରେ ଲୋକଙ୍କ ମନରେ ଏକ ନୂତନ ଉତ୍ସାହ ଦେଖାଯାଉଛି।’ ଯେତେବେଳେ ଆମେ ଅଯୋଧ୍ୟା ପାଇଁ କାମ ଆରମ୍ଭ କଲୁ, ଅଯୋଧ୍ୟାର ଲୋକମାନେ ଧର୍ଯ୍ୟ ଦେଖାଇଲେ। କୌଣସି ପ୍ରତିବାଦ ନଥିଲା; ଯେପରି ଗୁଣ୍ଡୁଚିମୂଷା ସେତୁ ନିର୍ମାଣରେ…
ରେଢ଼ାଖୋଲ (କନ୍ଦର୍ପ ବେହେରା): ଭାରତୀୟ ବୀର ଯବାନଙ୍କୁ ସମ୍ମାନ ଜଣାଇ ରେଢ଼ାଖୋଲ ସହରରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସନ୍ଥ କବି ଭୀମ ଭୋଇ ଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଥିଲା। ନାରୀଙ୍କ ମଥାରୁ ସିନ୍ଦୂର ପୋଛିଥିବା ପାକିସ୍ଥାନ ପ୍ରୋତ୍ସାହିତ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ହୋଇଥିବା ଅପରେସନକୁ ‘ଅପରେସନ୍ ସିନ୍ଦୂର’ ଭାବେ ନାମିତ କରିବା ଦେଶର ପ୍ରତିଟି ମହିଳାଙ୍କୁ ସମ୍ମାନିତ କରିଛି। ଅପରପକ୍ଷରେ ପାକିସ୍ଥାନରେ ପଶି ଆତଙ୍କୀ ନିପାତ କରିବାରେ ଭାରତୀୟ ବୀର ଯବାନଙ୍କ ପରାକ୍ରମ ବିଶ୍ଵ ଦେଖିଛିl କାର୍ଯ୍ୟକ୍ରମରେ ବହୁ ପୂର୍ବତନ ସେନା କର୍ମଚାରୀ ସାମିଲ ହେବା ତ୍ରିରଙ୍ଗା ଯାତ୍ରାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଛି। ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଓ ବହୁ ସହଯୋଗୀଙ୍କ ସହ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର, ପ୍ରତାପ କୁମାର ପ୍ରଧାନ, ରାଜା ପାଲ, ରାମାନୁଜ ମହାପାତ୍ର ପ୍ରମୁଖ ବହୁ ବିଜେପି କର୍ମୀ ଏହି ଅନନ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ମୁମ୍ବାଇ: ବିଶ୍ୱବ୍ୟାପୀ ଅନିଶ୍ଚିତତା ସତ୍ତ୍ୱେ ସୁନା ଏବଂ ରୂପା ମୂଲ୍ୟରେ ପୁଣି ବୃଦ୍ଧି ଦେଖାଯାଉଛି। ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପାଇଁ ୮୯,୭୬୦ ଟଙ୍କାରେ ବିକ୍ରି ହେଉଛି, ଯେତେବେଳେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୭,୯୨୦ ଟଙ୍କା। ରୂପା ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି ପାଇଛି ଏବଂ ଏହା କିଲୋଗ୍ରାମ ପିଛା ୧,୦୧,୧୦୦ ଟଙ୍କାରେ କାରବାର କରୁଛି। MCX ରେ ସୁନା ୦.୧୯ ପ୍ରତିଶତ ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୯୫,୭୧୬ ଟଙ୍କାରେ କାରବାର ହେଉଛି, ଯେତେବେଳେ ରୂପା ୦.୨୩ ପ୍ରତିଶତ ବୃଦ୍ଧି ପାଇ ପ୍ରତି କିଲୋଗ୍ରାମ ୯୮,୦୨୪ ଟଙ୍କାରେ କାରବାର ହେଉଛି।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ମେ ୨୭ ତାରିଖ ପରିବର୍ତ୍ତେ ମେ ୨୬ ତାରିଖରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ମାସ ୨୭ ତାରିଖକୁ ସ୍ଥିରୀକୃତ ହୋଇଥିଲା। ତେବେ ପୁରୀ ମୁକ୍ତି ମଣ୍ଡପ ସହିତ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଓ ପଞ୍ଜିକା ଗଣନକାରୀ ଅନୁଷ୍ଠାନ ମାନଙ୍କ ସହିତ ଯୋଗାଯୋଗ ପରେ ଏହା ଜଣାଯାଇଛି ଯେ, ୨୬ ତାରିଖରେ ହିଁ ସାବିତ୍ରୀ ଅମାବାସ୍ୟା ପାଳନ କରାଯିବ। ତେଣୁ ଛୁଟି ତାରିଖକୁ ପରିବର୍ତ୍ତନ କରାଗଲା।
ନୂଆଦିଲ୍ଲୀ: ବିକଳ୍ପ ଔଷଧ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଏବଂ ଆମର ପ୍ରାଚୀନ ଗ୍ରନ୍ଥଗୁଡ଼ିକୁ ସମସାମୟିକ ଚ୍ୟାଲେଞ୍ଜ ପାଇଁ ସୁଗମ ଏବଂ ପ୍ରଯୁଜ୍ୟ କରିବା ପାଇଁ ପ୍ରମାଣ ଆଧାରିତ ବୈଧତା ପାଇଁ ଆହ୍ୱାନ ଦେଇଛନ୍ତି ଉପ-ରାଷ୍ଟ୍ରପତି ଜଗଦୀପ ଧନଖର। ଗୋଆର ରାଜଭବନରେ ଏକ କାର୍ଯ୍ୟକ୍ରମରେ ଉପ-ରାଷ୍ଟ୍ରପତି କହିଛନ୍ତି, “ଆମେ ଏକ ଭିନ୍ନ ରାଷ୍ଟ୍ର, ଆମେ ଆମର ମୂଳକୁ ପୁନଃଆବିଷ୍କାର କରୁଛୁ ଏବଂ ଆମେ ଆମର ମୂଳକୁ ଅଧିକ ମଜବୁତ କରିବା। ମୁଁ ବିକଳ୍ପ ଔଷଧ ଉପରେ ଦୃଢ଼ ଭାବରେ ଧ୍ୟାନ ଦେଉଛି କାରଣ ଭାରତ ବିକଳ୍ପ ଔଷଧର ଘର। ଏହା ବର୍ତ୍ତମାନ ବହୁତ ବ୍ୟାପକ ଭାବରେ ଅଭ୍ୟାସ କରାଯାଉଛି … ଆସନ୍ତୁ ଆମେ ଆମର ପ୍ରାଚୀନ ଗ୍ରନ୍ଥଗୁଡ଼ିକୁ ଲାଇବ୍ରେରୀରେ ସୀମିତ ରଖିବା ନାହିଁ। ସେଗୁଡ଼ିକ ଲାଇବ୍ରେରୀର ସେଲଫ୍ ପାଇଁ ନୁହେଁ। ସେଗୁଡ଼ିକ ବ୍ୟାପକ ଭାବରେ ପ୍ରସାରିତ ହେବା ପାଇଁ ଉଦ୍ଦିଷ୍ଟ। ଆମେ ଆଧୁନିକ ବୈଜ୍ଞାନିକ ଉପକରଣ ବ୍ୟବହାର କରି ଗବେଷଣା, ନବସୃଜନ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ପ୍ରତିରକ୍ଷା ବିନିଯୋଗ ସମାରୋହ ୨୦୨୫ (ପ୍ରଥମ ପର୍ଯ୍ୟାୟ)ରେ ଯୋଗ ଦେଇଥିଲେ, ଯେଉଁଠାରେ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି: “ପ୍ରତିରକ୍ଷା ବିନିଯୋଗ ସମାରେହ ୨୦୨୫ (ପ୍ରଥମ ପର୍ଯ୍ୟାୟ)ର ଯୋଗ ଦେଇଥିଲି, ଯେଉଁଠାରେ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା। ସାହସିକତା ଏବଂ ଆମ ରାଷ୍ଟ୍ରର ସୁରକ୍ଷା ଦିଗରେ ସେମାନଙ୍କର ପ୍ରତିବଦ୍ଧତା ପାଇଁ ଭାରତ ସର୍ବଦା ଆମର ସଶସ୍ତ୍ର ବାହିନୀ ପ୍ରତି କୃତଜ୍ଞ ରହିବ।”

