Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଅନଲାଇନ ପୁଞ୍ଜିନିବେଶ ନାଁରେ କୋଟିପତି ହେବାର ଲୋଭ ଦେଖାଇ ୧.୫୫ କୋଟି ଠକେଇ: ଦୁଇ ଅଭିଯୁକ୍ତ ଗିରଫ
ଅପରାଧ

ଅନଲାଇନ ପୁଞ୍ଜିନିବେଶ ନାଁରେ କୋଟିପତି ହେବାର ଲୋଭ ଦେଖାଇ ୧.୫୫ କୋଟି ଠକେଇ: ଦୁଇ ଅଭିଯୁକ୍ତ ଗିରଫ

May 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଅନଲାଇନ ପୁଞ୍ଜିନିବେଶ ନାଁରେ କୋଟିପତି ହେବାର ଲୋଭ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୧.୫୫ କୋଟି ଟଙ୍କା ଠକି ନେଇଥିବା ୦୨ ଜଣ ସାଇବର ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି, ତୟବ ଖାନ ଏବଂ ଫିରୋଜ ଖାନ। ଉଭୟଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ ୨୦୨୫ ମସିହା ଜାନୁୟାରୀ ଏକ ତାରିଖରେ ଭୁବନେଶ୍ବରରେ ରହୁଥିବା ଜଣେ ବ୍ୟକ୍ତି ସାଇବର ଥାନାରେ ରିପୋର୍ଟ କରିଥିଲେ। ଅନଲାଇନରେ ପୁଞ୍ଜିନିବେଶ କରି ସେ ଠକାମିର ଶିକାର ହୋଇଥିଲେ। ଅଭିଯୁକ୍ତମାନେ ପ୍ରଥମେ ତାଙ୍କୁ ଅଧିକ ଟଙ୍କା ଫେରସ୍ତ କରିବାର ଲୋଭ  ଦେଖାଇ ପୁଞ୍ଜିନିବେଶ କରିବାକୁ ପ୍ରୋତ୍ସାହିତ କରିଥିଲେ। ଯାହା ଫଳରେ ଅଭିଯୋଗକାରୀ ଜଣକ ୧ କୋଟି ୫୦ ଲକ୍ଷ ୫୦ ହଜାର ଟଙ୍କା ସ୍ଥାନାନ୍ତର କରିଥିଲେ।

ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ଷତି ହେବା ସତ୍ତ୍ୱେ  ସାଇବର ଠକ ମାନଙ୍କ ପ୍ରରୋଚନାରେ ଅଧିକ ଟଙ୍କା ନିବେଶ କରିବାକୁ ଚାପ ପକାଉଥିଲେ। କିନ୍ତୁ ଟଙ୍କା  ଉଠାଇବାକୁ ଚେଷ୍ଟା କରିବା ସମୟରେ ସେମାନେ ଅଧିକ ଟଙ୍କା ନିବେଶ କରିବାକୁ ଦାବି କରୁଥିଲେ। ଦିନ ପରେ ଦିନ ଗଡ଼ିବା ସତ୍ତ୍ୱେ ତାଙ୍କ   ଆକାଉଣ୍ଟରୁ ଟଙ୍କା ଫେରି ନଥିଲା। ପରେ ସେ ଏହା ସାଇବର ଠକଙ୍କ କାମ ବୋଲି  ଜାଣିପାରିଥିଲେ। ଏ ସଙ୍କ୍ରାନ୍ତରେ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ। ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚ ମଧ୍ୟପ୍ରଦେଶର ତୟବ ଖାନ (୨୩)  ଏବଂ ଫିରୋଜ ଖାନ (୩୬) ଙ୍କୁ ଗିରଫ କରିଛି।

ଅଭିଯୁକ୍ତ ୦୨ ଜଣ ନିଜକୁ ଟ୍ରେଡ ଆନାଲିଷ୍ଟ ଭାବେ ଉପସ୍ଥାପନ କରି ଅଭିଯୋଗକାରୀଙ୍କ ଠାରୁ ୧ କୋଟି ୫୦ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲେ। ତଦନ୍ତକାରୀ ଟିମ ଅଭିଯୁକ୍ତ ଦ୍ୱୟଙ୍କ ଠାରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଆଧାର କାର୍ଡ, ପ୍ୟାନ୍ କାର୍ଡ ଇତ୍ୟାଦି ସମେତ ବିଭିନ୍ନ ଅପରାଧମୂଳକ ସାମଗ୍ରୀ ଜବତ କରିଛି। ଏହି ମାମଲାରେ ପୂର୍ବରୁ ଠକମାନଙ୍କର ଏକାଧିକ  ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି।

କ୍ରାଇମବ୍ରାଞ୍ଚ ଦୁଇ ଅଭିଯୁକ୍ତ ଗିରଫ ସାଇବର ଠକ
Share. Facebook Twitter LinkedIn Email WhatsApp Copy Link

Related Posts

ମିରଟରେ ନୀଳ ଡ୍ରମ୍ ହତ୍ୟାକାଣ୍ଡ ଘଟଣା: ସ୍ତ୍ରୀ ମୁସ୍କାନ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

October 14, 2026

ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ

October 14, 2026

ଓଡ଼ିଶାରେ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତିର ନୂଆ ଦିଗନ୍ତ: ମୁଖ୍ୟମନ୍ତ୍ରୀ

October 14, 2026

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭୟଙ୍କର ଉତ୍ତେଜନା, ବିସିଜେଡି ଓ ଏବିଭିପି ଛାତ୍ରଗୋଷ୍ଠୀ ମୁହାଁମୁହିଁ

October 14, 2026
Latest News

ମିରଟରେ ନୀଳ ଡ୍ରମ୍ ହତ୍ୟାକାଣ୍ଡ ଘଟଣା: ସ୍ତ୍ରୀ ମୁସ୍କାନ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

October 14, 2026

ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ

October 14, 2026

ଓଡ଼ିଶାରେ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତିର ନୂଆ ଦିଗନ୍ତ: ମୁଖ୍ୟମନ୍ତ୍ରୀ

October 14, 2026

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭୟଙ୍କର ଉତ୍ତେଜନା, ବିସିଜେଡି ଓ ଏବିଭିପି ଛାତ୍ରଗୋଷ୍ଠୀ ମୁହାଁମୁହିଁ

October 14, 2026

ନବୀନଙ୍କୁ ବିଜେପିର ପାଲଟା ଜବାବ: ଚବିଶ ବର୍ଷର ଶାସନରେ ଓଡ଼ିଶାର ଅର୍ଥନୀତି ତଳକୁ ଖସିଥିଲା

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.