Categories
ଅପରାଧ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ସାଇବର ଠକାମୀ ରୋକିବାକୁ ନିଆଯିବ ଏହି ପଦକ୍ଷେପ, ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ନିଷ୍ପତି

ଭୁବନେଶ୍ବର: ସାରା ରାଜ୍ୟରେ ସାଇବର ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ସୁନିଲ କୁମାର ବଂସଲ, ଏଡିଜି, କ୍ରାଇମ ଶ୍ରୀ ଅରୁଣ ବୋଥ୍ରାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମସ୍ତ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପୋଲିସ ସହଯୋଗରେ କାର‌୍ୟ୍ୟକ୍ରମର ସଫଳ ରୂପାୟନ ପାଇଁ ମୁଖ୍ୟ ଶାସନ ସଚିବ ଆବଶ୍ୟକନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। କାର‌୍ୟ୍ୟକ୍ରମର ସଫଳତା ନିମନ୍ତେ ଯଥା ଶୀଘ୍ର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସାଇବର ଅପରାଧ ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ ଏଥି ନେଇ ବ୍ୟାପକ ସଚେତନତା ଅପରିହାର‌୍ୟ୍ୟ ବୋଲି ସେ ପ୍ରକାଶ କରିଥିଲେ। ପ୍ରଚାର ଅଭିଯାନ ଦିନ ଗୁଡିକରେ ପ୍ରତ୍ୟେହ ମୋବାଇଲ ଯୋଗେ ସାଇବର ସଚେତନତା ବାର୍ତ୍ତା ପ୍ରେରଣ ଉପରେ ସେ ଗୁରୁତ୍ୱ ଦେଇଥିଲେ।

ସାଇବର ସଚେତନତା ଅଭାବରୁ ବରିଷ୍ଠ ନାଗରିକ, ମହିଳା ,ସାଧାରଣ ଲୋକ ବିଶେଷ କରି ଆର୍ଥିକ ଠକେଇର ଶିକାର ହେଉଛନ୍ତି , ଧନ ଜୀବନ ପ୍ରଭାବିତ ହେଉଛି ବୋଲିଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଡି.କେ. ସିଂ ପ୍ରକାଶ କରିଥିଲେ।

ସେପ୍ଚେମ୍ବର ୩୦ରୁ ଅକ୍ଟୋବର୧୫ପର‌୍ୟ୍ୟନ୍ତ ସାଇବର ସଚେତନତାକୁ ବ୍ୟାପକ କରିବା ସଂପର୍କରେ ଏଡିଜି, କ୍ରାଇମ୍ ଶ୍ରୀ ବୋଥ୍ରା ବ୍ୟାପକ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ। ଯୋଜନା ଅନୁସାରେ ଅକ୍ଟୋବର ୩୦ ରେ ଭୁବନେଶ୍ୱରୁ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରାଯିବ। ଅକ୍ଟୋବର ୨ ତାରିଖରୁ ପ୍ରତି ଜିଲ୍ଲା ସଦରମହକୁମାରେ ସାଇବର ସଚେତନତା ରଥର ଶୁଭାରମ୍ଭ କରାଯିବ।

୩୪ଟି ରଥ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ ଓ ପଂଚାୟତ ଆଦି ଭ୍ରମଣ କରିବ। ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ, ମିଶନ ଶକ୍ତି ବିଭାଗ ଆଦି ସଂପୃକ୍ତ ବିଭିନ୍ନ ବିଭାଗମାନଙ୍କୁ ସକ୍ରିୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲା, ଉପଖଣ୍ଡ ଏବଂ ପଂଚାୟତ ସ୍ତରରେ ସଂପୃକ୍ତ ନିର୍ବାଚିତ ଜନ ପ୍ରତିନିଧି, ବିଧାୟକ, ସ୍ୱେଚ୍ଛାସେବୀ ସଂଗଠନ,ଆଶାକର୍ମୀ, ଅଙ୍ଗନବାଡି କର୍ମୀମାନଙ୍କୁ ସାମିଲ କରାଯିବ। ଏହି ପରିପ୍ରେକ୍ଷୀରେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ନିମନ୍ତେ କୁଇଜ୍ ପ୍ରତିଯୋଗିତା, କ୍ଷୁଦ୍ର ନାଟକ, ପଦଯାତ୍ରା, ଗଣଦୈଡ, ସାଇକେଲ ଯାତ୍ରା , ପ୍ରାଚୀର ପେଣ୍ଟିଂ, ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର କରାଯିବ।

ଏହି କାର‌୍ୟ୍ୟକ୍ରମକୁ ଅଧିକ ବ୍ୟାପକ କରିବା, ସାଇବର ଅପରାଧକୁ ରୋକିବା ଏବଂ ତଥ୍ୟର ସୁରକ୍ଷା ସଂପର୍କରେ ବୈଷୟିକ ଜ୍ଞାନ ଥିବା ସଂସ୍ଥା ତଥା ବିଶେଷଜ୍ଞମାନଙ୍କ ସହଯୋଗ ନିଆଯିବ। ଏଟିଏମ୍ ଜନିତ ଠକେଇ, ଇଣ୍ଟରେନେଟ୍ ର ସଠିକ୍ ବ୍ୟବହାର, ସୁରକ୍ଷିତ ଆର୍ଥିକ କାରବାର, ଫେସ୍ ବୁକ୍, ୟୁ ଟୁବ୍ ଆଦି ସାମାଜିକ ଗଣମାଧ୍ୟମର ବ୍ୟବହାରରେ ଅପରାଧିକ କାର‌୍ୟ୍ୟକଳାପକୁ ରୋକିବା ଆଦି ବିବିଧ ସାଇବର ଠକେଇ ଓ ଅପରାଧ ସଂପର୍କରେ ସଚେତନ କରାଯିବ।

ତତ୍ ସହିତ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ବିଭାଗରେ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ବ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବାରୁ ନିଯୁକ୍ତି ଆଶାୟୀମାନେ ଯେପରି ବିଭିନ୍ନ ପ୍ରକାର ଗୁଜବ ଏବଂ ଠକାମିର ଶିକାର ନହୁଅନ୍ତି, ସେଥିପ୍ରତି ସଚେତନ ହେବା ନେଇ ବିଭିନ୍ନ ପଦକ୍ଷେପ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

Categories
ଅପରାଧ ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ସାଇବର ଠକଙ୍କ ନୂଆ ତରିକା, ଆପଣଙ୍କ ସିମକୁ 5ଜି କରିବାକୁ କହି ଠକି ନେଉଛନ୍ତି ଟଙ୍କା

ଭୁବନେଶ୍ବର: ବର୍ତ୍ତମାନ ସାଇବର ଅପରାଧୀଙ୍କ ତରିକା ଦିନକୁ ଦିନ ବଦଳିବାରେ ଲାଗିଛି। ବଜାରକୁ ଅନୁଧ୍ୟାନ କରି ସେମାନେ ଏହି ତରିକା ପରିବର୍ତ୍ତନ କରିବାରେ ଲାଗିଛି। ଏବେ ସାରା ଭାରତରେ ୫ଜି ସେବାକୁ ନେଇ ଚର୍ଚ୍ଚା ଚାଲିଛି। ଲୋକମାନେ ଏହି ସେବାକୁ ହାସଲ କରିବା ପାଇଁ ଆଗ୍ରହର ସହକାରେ ଅଛନ୍ତି। ଏହିପରି ଏକ ସମୟରେ ସାଇବର ଅପରାଧୀ ଲୋକଙ୍କୁ ଠକିବା ଆରମ୍ଭ କରିଦେଇଛନ୍ତି।

ସେମାନେ ଆପଣଙ୍କ ମୋବାଇଲକୁ କଲ କରି କୌଣସି ଏକ ଟେଲିକମ କଂପାନୀରୁ କହୁଛି ବୋଲି ପରିଚୟ ଦେଉଛନ୍ତି। ଏହାପରେ ସେମାନେ ଆରମ୍ଭ କରିଦେଉଛନ୍ତି ତାଙ୍କର କଳା କାରବାର। ସେମାନେ ଆପଣଙ୍କୁ କହିବେ ଯେ, ଆପଣଙ୍କର ୪ଜି ସିମକୁ ୫ଜି କୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି? ଆପଣ ଖୁସିରେ ୫ଜି ସେବା ନେବା ପାଇଁ ହଁ କରିବେ। ତେବେ ପଚାରିବେ କେତେ ପଇସା ପଡିବ।

ତେବେ ସେମାନେ କହିବେ ଯେ, ବର୍ତ୍ତମାନ ଏହି ସେବା ବର୍ତ୍ତମାନ ଆରମ୍ଭ ହେଉଥିବାରୁ କଂପାନୀ ତରଫରୁ ମାଗଣା ୫ଜି ଆକ୍ଟିଭେଟ କରାଯାଉଛି। ଏହା ଶୁଣିବା ପରେ ଆପଣଙ୍କର ଖୁସି କହିଲେ ନ ସରେ। ଏହାପରେ ସେମାନେ କିପରି ୫ଜି ଆକ୍ଚିଭେଟ ହେବ ତାହା କହିବ। ଶେଷରେ କହିବେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଗଲା, ତାହା କେତେ ବୋଲି ପଚାରିବେ।

ସେହି ଓଟିପିଟି ଦେବା ପରେ କଥା ସରିଲା। ଆପଣଙ୍କ ସେହି ନମ୍ବରରେ ଯେଉଁ ସବୁ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଥିବା ସେଥିରୁ ସାଇବର ଅପରାଧୀମାନେ ଟଙ୍କା ଖାଲି କରିଦେବେ। ଆପଣ ଶେଷରେ ମୁଣ୍ଡପିଟିବା ଛଡା ଆଉ କିଛି ହେବ ନାହିଁ। ପରେ ଆପଣ ସାଇବର ପୋଲିସକୁ ଏହି ଖବର ଦେବେ, ଏହାର ଅନୁସନ୍ଦାନ ହେବ। ହେଲେ ଟଙ୍କା ମିଳିବ କି ନାହିଁ ତାହା କହି ହେବ ନାହିଁ।

ସାଇବର ଠକଙ୍କର ଏପରି କୌଶଳ ନେଇ ବିଭିନ୍ନ ରାଜ୍ୟ ପୋଲିସ ପାଇଁ ମୁଣ୍ଡବଥା ଆରମ୍ଭ ହୋଇଯାଇଛି। ଏହି ସଂଖ୍ୟା ଧିରେ ଧିରେ ବଢୁଥିବାରୁ ପୂର୍ବରୁ ସଚେତନ କରିବା ପାଇଁ ପୋଲିସ ତରଫରୁ ପଦକ୍ଷେପ ମଧ୍ୟ ଆରମ୍ଭ ହୋଇଛି। ସେଥିପାଇଁ ଏପରି ଠକ ପ୍ରତି ସମସ୍ତେ ସଜାଗ ହେବାର ଆବଶ୍ୟକତା ରହିଛି।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାବଧାନ!! ଆପଣଙ୍କ ସିମ୍ କୁ ୫ଜି ଆକ୍ଟିଭେଟ କରିବା କହି ଖାଲି କରିଦେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ

ଭୁବନେଶ୍ବର: ବର୍ତ୍ତମାନ ସାଇବର ଅପରାଧୀଙ୍କ ତରିକା ଦିନକୁ ଦିନ ବଦଳିବାରେ ଲାଗିଛି। ବଜାରକୁ ଅନୁଧ୍ୟାନ କରି ସେମାନେ ଏହି ତରିକା ପରିବର୍ତ୍ତନ କରିବାରେ ଲାଗିଛି। ଏବେ ସାରା ଭାରତରେ ୫ଜି ସେବାକୁ ନେଇ ଚର୍ଚ୍ଚା ଚାଲିଛି। ଲୋକମାନେ ଏହି ସେବାକୁ ହାସଲ କରିବା ପାଇଁ ଆଗ୍ରହର ସହକାରେ ଅଛନ୍ତି। ଏହିପରି ଏକ ସମୟରେ ସାଇବର ଅପରାଧୀ ଲୋକଙ୍କୁ ଠକିବା ଆରମ୍ଭ କରିଦେଇଛନ୍ତି।

ସେମାନେ ଆପଣଙ୍କ ମୋବାଇଲକୁ କଲ କରି କୌଣସି ଏକ ଟେଲିକମ କଂପାନୀରୁ କହୁଛି ବୋଲି ପରିଚୟ ଦେଉଛନ୍ତି। ଏହାପରେ ସେମାନେ ଆରମ୍ଭ କରିଦେଉଛନ୍ତି ତାଙ୍କର କଳା କାରବାର। ସେମାନେ ଆପଣଙ୍କୁ କହିବେ ଯେ, ଆପଣଙ୍କର ୪ଜି ସିମକୁ ୫ଜି କୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି? ଆପଣ ଖୁସିରେ ୫ଜି ସେବା ନେବା ପାଇଁ ହଁ କରିବେ। ତେବେ ପଚାରିବେ କେତେ ପଇସା ପଡିବ।

ତେବେ ସେମାନେ କହିବେ ଯେ, ବର୍ତ୍ତମାନ ଏହି ସେବା ବର୍ତ୍ତମାନ ଆରମ୍ଭ ହେଉଥିବାରୁ କଂପାନୀ ତରଫରୁ ମାଗଣା ୫ଜି ଆକ୍ଟିଭେଟ କରାଯାଉଛି। ଏହା ଶୁଣିବା ପରେ ଆପଣଙ୍କର ଖୁସି କହିଲେ ନ ସରେ। ଏହାପରେ ସେମାନେ କିପରି ୫ଜି ଆକ୍ଚିଭେଟ ହେବ ତାହା କହିବ। ଶେଷରେ କହିବେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଗଲା, ତାହା କେତେ ବୋଲି ପଚାରିବେ।

ସେହି ଓଟିପିଟି ଦେବା ପରେ କଥା ସରିଲା। ଆପଣଙ୍କ ସେହି ନମ୍ବରରେ ଯେଉଁ ସବୁ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଥିବା ସେଥିରୁ ସାଇବର ଅପରାଧୀମାନେ ଟଙ୍କା ଖାଲି କରିଦେବେ। ଆପଣ ଶେଷରେ ମୁଣ୍ଡପିଟିବା ଛଡା ଆଉ କିଛି ହେବ ନାହିଁ। ପରେ ଆପଣ ସାଇବର ପୋଲିସକୁ ଏହି ଖବର ଦେବେ, ଏହାର ଅନୁସନ୍ଦାନ ହେବ। ହେଲେ ଟଙ୍କା ମିଳିବ କି ନାହିଁ ତାହା କହି ହେବ ନାହିଁ।

ସାଇବର ଠକଙ୍କର ଏପରି କୌଶଳ ନେଇ ବିଭିନ୍ନ ରାଜ୍ୟ ପୋଲିସ ପାଇଁ ମୁଣ୍ଡବଥା ଆରମ୍ଭ ହୋଇଯାଇଛି। ଏହି ସଂଖ୍ୟା ଧିରେ ଧିରେ ବଢୁଥିବାରୁ ପୂର୍ବରୁ ସଚେତନ କରିବା ପାଇଁ ପୋଲିସ ତରଫରୁ ପଦକ୍ଷେପ ମଧ୍ୟ ଆରମ୍ଭ ହୋଇଛି। ସେଥିପାଇଁ ଏପରି ଠକ ପ୍ରତି ସମସ୍ତେ ସଜାଗ ହେବାର ଆବଶ୍ୟକତା ରହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଯୁବତୀଙ୍କ ଫୋନକୁ ହ୍ୟାକ୍ କରି ଅଶ୍ଳୀଳ ଭିଡିଓ ତିଆରି ଭାଇରାଲ କଲେ ସାଇବର ଠକ

ନୋଏଡା: ନୋଏଡା ଜିଲ୍ଲାର ସରଫବାଦ ଗ୍ରାମରେ ଅଜ୍ଞାତ ସାଇବର ଠକ ଦ୍ଵାରା ଜଣେ ଯୁବତୀଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ କରିବା, ବ୍ୟକ୍ତିଗତ ତଥ୍ୟ ଚୋରି କରିବା ଏବଂ ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରିଛି।

ଅବିଯୋଗ ଅନୁଯାୟୀ, ସରଫବାଦ ଗ୍ରାମରେ ରହୁଥିବା ଜଣେ ଯୁବତୀ ଋଣ ନେବା ପାଇଁ ଏକ ଆପ୍ ଡାଉନଲୋଡ୍ କରିଥିଲେ। ଆପ୍ ଡାଉନଲୋଡ୍ କରିବା ପରେ ଯୁବତୀଜଣଙ୍କୁ ଫୋନ ଆସିବା ଆରମ୍ଭ କରିଥିଲା ​​ଏବଂ ଏହା ମଧ୍ୟରେ ତାଙ୍କ ଫୋନ୍ ହ୍ୟାକ୍ ହୋଇଥିଲା ଏବଂ ତାଙ୍କ ଫଟୋ ସମେତ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଥିଲା।

ପୋଲିସ କହିବା ମୁତାବକ, ମୋବାଇଲ ଫୋନରୁ ମିଳିଥିବା ଫଟୋ ଆଧାରରେ ସାଇବର ଠକ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ରଖିଥିଲେ। ରିପୋର୍ଟ ପଞ୍ଜିକରଣ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି।

ଆରବିଆଇ ଅନୁଯାୟୀ, ଲୋକମାନେ ନକଲି ଡିଜିଟାଲ ପ୍ଲାଟଫର୍ମ ଏବଂ ମୋବାଇଲ୍ ଆପରୁ ଋଣ ନେବା ଠାରୁ ଦୂରେଇ ରହିବା ଉଚିତ୍। କମ୍ପାନୀ କିମ୍ବା ଆପ୍ ବିଷୟରେ ସୂଚନା ଯାଞ୍ଚ କରିବାକୁ ନିଶ୍ଚିତ ହୁଅନ୍ତୁ। ଏହିପରି କମ୍ପାନୀଗୁଡିକ ଗ୍ରାହକଙ୍କଠାରୁ ଅଧିକ ସୁଧ ଆଦାୟ କରିବା ସହିତ ସେଠାରେ ଅନେକ ଲୁକ୍କାୟିତ ଚାର୍ଜ ଅଛି, ଯାହା ଗ୍ରାହକମାନେ ପ୍ରଥମେ ଜାଣି ନାହାଁନ୍ତି। ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଫୋନ୍ ମାଧ୍ୟମରେ ଅପବ୍ୟବହାର କରାଯାଇପାରେ। ଆପଣ ମଧ୍ୟ ଏହି https://sachet.rbi.org.in/ ପରିଦର୍ଶନ କରି ଅଭିଯୋଗ କରିପାରିବେ। ଏହା ସହିତ @Cyberdostର ଟ୍ୱିଟର ପରିଦର୍ଶନ କରି ଆପଣ ଆପଣଙ୍କର ଅଭିଯୋଗ ପଞ୍ଜିକରଣ କରିପାରିବେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅବସରପ୍ରାପ୍ତ ଶିକ୍ଷୟତ୍ରୀଙ୍କ ଆକାଉଣ୍ଟରୁ ୨୧ ଲକ୍ଷ ଲୁଟିନେଲେ ସାଇବର ଠକ

ନୂଆଦିଲ୍ଲୀ: ସାଇବର ଅପରାଧୀମାନେ ହ୍ଵାଟସ୍ ଆପ୍ ଲିଙ୍କ୍ ଜରିଆରେ ଅନ୍ନାମୟାର ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷୟତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ୨୧ ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି। ପୋଲିସର ସୂଚନାନୁସାରେ ଅନ୍ନାମୟା ଜିଲ୍ଲାର ମଦନପଲ୍ଲେ ସହରର ରେଡପନାଇଡୁ କଲୋନୀ ନିବାସୀ ବରାଲକ୍ଷ୍ମୀଙ୍କୁ ଏକ ଅଜ୍ଞାତ ନମ୍ବରରୁ ହ୍ଵାଟସ୍ ଆପ୍ ବାର୍ତ୍ତା ମିଳିଥିଲା। ଏହି ହ୍ଵାଟସ୍ ଆପ୍ ବାର୍ତ୍ତାରେ ଏକ ଲିଙ୍କ୍ ଥିଲା ଏବଂ ଲିଙ୍କ୍ କ୍ଲିକ୍ କରିବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଡେବିଟ୍ ହୋଇଥିଲା।

ବରାଲକ୍ଷ୍ମୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଆକାଉଣ୍ଟରୁ ଟଙ୍କା କଟାଯାଇଥିବାର ବାର୍ତ୍ତା ମିଳିଛି। ବ୍ୟାଙ୍କ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପରେ ଜଣାପଡିଛି ଯେ, ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି ଏବଂ ତାଙ୍କ ଆକାଉଣ୍ଟରୁ ୨୧ ଲକ୍ଷ ଟଙ୍କା ପ୍ରତ୍ୟାହାର କରାଯାଇଛି। ବରାଲକ୍ଷ୍ମୀ ଶନିବାର ସାଇବର କ୍ରାଇମ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ସାଇବର ଅପରାଧୀମାନେ ହ୍ଵାଟସ୍ ଆପ୍ ନମ୍ବରକୁ ଲିଙ୍କ୍ ପଠାଉଛନ୍ତି ଏବଂ ଆକାଉଣ୍ଟ ହ୍ୟାକ୍ କରୁଛନ୍ତି। ଏହିପରି ଭାବରେ ଟଙ୍କା ଉଠାଉଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିଦ୍ୟୁତ୍ ବିଲ୍ ପ୍ରଦାନକାରୀମାନେ ସାବଧାନ!, ଖାତା ଖାଲି କରିପାରନ୍ତି ଦୁର୍ଦ୍ଦାନ୍ତ ସାଇବର ଠକ

ନୂଆଦିଲ୍ଲୀ: ଯଦି ଆପଣ ବିଦ୍ୟୁତ୍ ବିଲ୍ ଦେୟ ସମ୍ବନ୍ଧରେ ଏକ ବାର୍ତ୍ତା ମଧ୍ୟ ପାଆନ୍ତି, ତେବେ ସାବଧାନ ରୁହନ୍ତୁ। କାରଣ ଠକମାନେ ଆକାଉଣ୍ଟରୁ ଟଙ୍କା ଉଡ଼ାଇବା ପାଇଁ ଏକ ନୂତନ ଉପାୟ ପାଇଛନ୍ତି। ସାଧାରଣ ଲୋକ ପ୍ରତିଦିନ ସାଇବର ଆକ୍ରମଣରେ ଫସିଯାଆନ୍ତି, ଯାହା ପରେ ତାଙ୍କ ଆକାଉଣ୍ଟ ଖାଲି ହୋଇଯାଏ। ରାଜସ୍ଥାନର ଦାଉସା ଜିଲ୍ଲାର ନରେନ୍ଦ୍ର କୁମାର ଜୈନଙ୍କ ମୋବାଇଲରେ ଏକ ଏସଏମଏସ ଆସିଥିଲା। ଆପଣଙ୍କ ବିଦ୍ୟୁତ ବିଲ ବାକି ଅଛି, ଯଦି ବିଲ ପଇଠ ନହୁଏ, ତେବେ ଆପଣଙ୍କ ସଂଯୋଗ ବିଚ୍ଛିନ୍ନ ହେବ।

ସେହି ବାର୍ତ୍ତାରେ ଯୋଗାଯୋଗ ପାଇଁ ମୋବାଇଲ୍ ନମ୍ବର ମଧ୍ୟ ଦିଆଯାଇଥିଲା, ଯେଉଁ ନମ୍ବରରେ ଆପଣଙ୍କ ବିଦ୍ୟୁତ୍ ବିଲ୍ ବିଷୟରେ ସୂଚନା ମିଳିପାରିବ। ନରେନ୍ଦ୍ର କୁମାର ଜୈନ ତାଙ୍କ ମୋବାଇଲ ନମ୍ବରରୁ ସେହି ନମ୍ବରକୁ କଲ କରିବା ମାତ୍ରେ ଫୋନ୍‌ ଗ୍ରହଣ କରିଥିବା ବ୍ୟକ୍ତି ନରେନ୍ଦ୍ର ଜୈନଙ୍କୁ କହିଥିଲେ ଯେ, ଆପଣଙ୍କର ବିଦ୍ୟୁତ୍ ବିଲ୍ ଦେବାର ଅଛି ଏବଂ ଆପଣଙ୍କର ସଂଯୋଗ ବିଚ୍ଛିନ୍ନ ହେବ।

ଏହା ପରେ ନରେନ୍ଦ୍ର ଜୈନ ଉତ୍ତର ଦେଇଥିଲେ ଯେ, ମୋର କୌଣସି ବିଦ୍ୟୁତ୍ ବିଲ୍ ବାକି ନାହିଁ। ଏହା ବଦଳରେ ନରେନ୍ଦ୍ରଙ୍କୁ କୁହାଯାଇଥିଲା ଯେ, ଯଦି ଆପଣଙ୍କର ବିଲ୍ ବାକି ନାହିଁ, ତେବେ ଆପଣ ଆପଣଙ୍କର ଫୋନ୍ ନମ୍ବରରୁ ୨ ଟଙ୍କା ବାର୍ତ୍ତା ପଠାନ୍ତୁ ଏବଂ ଏକ ଆପ୍ ଡାଉନଲୋଡ୍ କରନ୍ତୁ। ଯାହାର ଶୀଘ୍ର ସମର୍ଥନ ଅଛି। ନରେନ୍ଦ୍ର ଜୈନ ଆପ୍ ଡାଉନଲୋଡ୍ କରିଥିଲେ ଏବଂ ସାମ୍ନାରେ ଥିବା ବ୍ୟକ୍ତି ଯେପରି କହିଥିଲେ ତାହା ଜାରି ରଖିଥିଲେ। ପ୍ରଥମେ ସେ ୨ ଟଙ୍କା ବାର୍ତ୍ତା ପଠାଇଲେ, ତା’ପରେ ତାଙ୍କ ଆକାଉଣ୍ଟରୁ ପୁରା ୯୪ ହଜାର ଟଙ୍କା କଟିଗଲା।

ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟରୁ ୯୪ ହଜାର ଯିବା ପରେ ନରେନ୍ଦ୍ର ଜୈନ ଏକ ରିପୋର୍ଟ ଦାଖଲ କରିବାକୁ ସାଇବର ସେଲକୁ ଯାଇଛନ୍ତି।

କୁଇକ୍ ସପୋର୍ଟ ଆପ୍ଲିକେସନ୍ ହେଉଛି ଏପରି ଏକ ଆପ୍ଲିକେସନ୍, ଯାହା ଯଦି ଆପଣ ଏହାକୁ ମୋବାଇଲରେ ଇନଷ୍ଟଲ୍ କରନ୍ତି ଏବଂ ଏହାର ପାସୱାର୍ଡକୁ ଅନ୍ୟ ଜଣକୁ କୁହନ୍ତି, ତେବେ ସେ ନିଜ ମୋବାଇଲ୍ ଡିସପ୍ଲେକୁ ନିଜ ମୋବାଇଲରେ କଲ କରି କିଛି ନେଇପାରିବେ। ଆପଣଙ୍କର ଡାଟା ବାଲାନ୍ସ କିମ୍ବା କିଛି ଚୋରି ହୋଇପାରେ, ତେଣୁ ସାବଧାନ ରୁହନ୍ତୁ। ଯଦି ଆପଣ ମଧ୍ୟ ଏହିପରି କୌଣସି ବାର୍ତ୍ତା ପାଆନ୍ତି, ତେବେ ସାଇବର ବିଶେଷଜ୍ଞଙ୍କ ପରାମର୍ଶ ପରେ କେବଳ ସତର୍କତାର ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ନରେନ୍ଦ୍ର ଜୈନଙ୍କ ପରି ଠକେଇ କାହା ସହିତ ହୋଇପାରେ। ଅନୁମତି ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅବରୋଧ କରାଯାଇଛି। ଏବେ ତାଙ୍କ ଆକାଉଣ୍ଟରେ ପାଖାପାଖି ୫୦୦ ଟଙ୍କା ବାକି ଅଛି।

Categories
ଅପରାଧ ବିଶେଷ ଖବର

ବ୍ୟାଙ୍କ ଗ୍ରାହକଙ୍କୁ କଲବଲ କଲେଣି ସାଇବର ଠକ, ଗତ ବର୍ଷ ଚଳୁ କଲେ ପ୍ରାୟ ୮ କୋଟି ୬ ଲକ୍ଷ ଟଙ୍କା

ଭୁବନେଶ୍ବର: ଦିନକୁ ଦିନ ସାଇବର ଠକଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଫଳରେ ଲୋକେ ବ୍ୟାଙ୍କରେ ଟଙ୍କା ରଖିବାକୁ ବର୍ତ୍ତମାନ ଭୟ କଲେଣି। କାରଣ ଏହି ସାଇବର ଠକମାନେ ଦିନକୁ ଦିନ ନୂଆ ନୂଆ ତରିକାରେ ଠକିବାରେ ଲାଗିଛନ୍ତି। ଫଳରେ ନା ଗ୍ରାହକ ନା ସାଇବର ଆର୍ମି ତାହାର ଖୋଜ ଖବର ପାଇପାରୁଛନ୍ତି।

ବର୍ତ୍ତମାନ ହିସାବ ଅନୁସାରେ ଏଇ ୨୦୨୧ ମସିହାରେ ସାଇବର ଠକଙ୍କ ଦୋରାତ୍ମା ବହୁ ମାତ୍ରାରେ ବୃଦ୍ଧି ପାଇଛି। ଏମାନେ ଭୁବନେଶ୍ବରରୁ ପ୍ରାୟ ୬୭୧୯ ଜଣଙ୍କୁ ଚୁନ ଲଗାଇଥିବାର ଜଣାପଡିଛି। ପୋଲିସ ରେକର୍ଡ ଅନୁସାରେ ୨୦୨୧ ମସିହାରେ ଏହି ସାଇବର ଠକମାନେ  ମୋଟ ୮ କୋଟି ୬ ଲକ୍ଷ ୬୮ ହଜାର ୮୪୯ ଟଙ୍କା ଠକିଛନ୍ତି।

ହିସାବ ଅନୁସାରେ ଏହି ଠକମାନେ ମାର୍ଚ୍ଚ ମାସରେ ସର୍ବାଧିକ ଠକେଇ କରିଥିବାର ଜଣାପଡିଛି। ଏହି ମାସରେ ସେମାନେ ପ୍ରାୟ ୮୪ ଲକ୍ଷ ଟଙ୍କା ଠକିଛନ୍ତି। ସେହିପରି ଗତ ଜୁନ ମାସରେ ଏମାନେ ପ୍ରାୟ ୮୩ ଲକ୍ଷ ଟଙ୍କା ଠକିଥିବାର ଜଣାପଡିଛି। କେବଳ ଫେବୃୟାରୀ ମାସରେ ସେମାନେ କମ ଠକିଛନ୍ତି। ଏହି ମାସରେ ସେମାନେ ଠକିଥିବା ପରିମାଣ ହେଉଛି ପ୍ରାୟ ୫୧ ଲକ୍ଷ ଟଙ୍କା।

ଏହି ଠକମାନେ ପ୍ରତ୍ୟେକ ଦିନ ପ୍ରାୟ ଶହେରୁ ଦୁଇ ଶହ ଲୋକଙ୍କୁ ଟାର୍ଗେଟ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଠକମାନେ ପ୍ରାୟ ୨୦ ଜଣଙ୍କୁ ଠକିବାରେ ସଫଳ ହୋଇଥାନ୍ତି। ଫଳରେ ଏମାନେ ଦୈନିକ ପ୍ରାୟ ୨ ଲକ୍ଷ ୨୨ ହଜାର ଟଙ୍କା ଠକିଥାନ୍ତି ବୋଲି ହିସାବ କରାଯାଇଛି। ଗତ ଡିସେମ୍ବର ମାସରେ ଏହି ଠକମାନେ ୬୦ ଲକ୍ଷ ୬୯ ହଜାର ଟଙ୍କା ଲୁଟିଥିବାର ଜଣାପଡିଛି।

ଗତ ଜାନୁୟାରୀ ମାସରେ ରାଜ୍ୟରେ ସର୍ବାଧିକ ସାଇବର ଠକେଇ ମାମଲା ଋଜୁ ହୋଇଛି। ଏହି ମାସରେ ୧୨୦୭ଟି ସାଇବର ମାମଲା ଋଜୁ କରାଯାଇଛି। ସେହି ମାସରେ ଠକମାନେ ମୋଟ ୫୨ ଲକ୍ଷ ୧୬ ହଜାର ଠକି ନେଇଥିଲେ। ଏମାନଙ୍କ ଠକର ପଦ୍ଧତିରୁ ଜଣାପଡିଛି ଯେ, ୟୁପିଆଇ ମାଧ୍ୟମରେ ଏମାନେ ଅଧିକ ଠକୁଛନ୍ତି। ଅନ୍ୟପକ୍ଷରେ କ୍ରେଡିଟ କାର୍ଡ, ଡେବିଡ କାର୍ଡ ଏବଂ ଇଣ୍ଟରନେଟ ବ୍ୟାଙ୍କି ଠକର ପରିମାଣ କମ ରହିଛି।

ତେବେ ସବୁଠାରୁ ଚକିତ କରିବା ତଥ୍ୟ ହେଉଛି ଏହି ଠକମାନେ ଗାଁଗହଳି ଅପେକ୍ଷା ସହରଞ୍ଚାଳ ଗ୍ରାହକଙ୍କୁ ଅଧିକ ଚାର୍ଗେଟ କରିଥାନ୍ତି। ହିସାବ ଅନୁସାରେ ଗତ ମାସରେ ରାଜ୍ୟରେ ମୋଟ ୪୧୪ ଟି ସାଇବର ମାମଲା ଋଜୁ କରାଯାଇଥିଲା। ତେବେ ସେଥି ମଧ୍ୟରୁ କେବଳ ଭୁବନେଶ୍ବରରେ ୨୧୩ଟି ମାମଲା ରହିଥିବାର ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାଇବର ଠକ ସକ୍ରୀୟ, ଓଟିପି ମାଗି ୨୦ ହଜାର ଲୁଟ୍‌

କେନ୍ଦ୍ରାପଡା: ବ୍ୟାଙ୍କ ସମ୍ବନ୍ଧୀୟ କୈାଣସି ତଥ୍ୟ କାହାରିକୁ ହସ୍ତାନ୍ତର ନକରିବା ପାଇଁ ବାରମ୍ବାର ସୂଚନା ଦିଆଯାଉ ଥିଲେ ମଧ୍ୟ ସାଇବର ଠକମାନେ ଏଟିଏମ୍ କାର୍ଡଥିବା ଖାତାଧାରୀ ମାନଙ୍କୁ ବିଭିନ୍ନ ପ୍ରକାର କଥାରେ ପ୍ରଲୋଭିତ କରି ଲୁଟ କରୁଥିବା ଅଭିଯୋଗ ହେଉଛି।

କରିଲୋପାଟଣା ପଂଚାୟତର ସନ୍ଥପଡା ଗ୍ରାମର ଆଶୁତୋଷ ରାଉଳଙ୍କୁ ତୁମ ଆକାଉଣ୍ଟ ସିଜ ହୋଇଯିବ ଟଙ୍କା ଉଠାଇ ପାରିବ ନାହିଁ ଆଦି କଥାକହି ଓଟିପି ନମ୍ବର ମାଗିଥିଲେ। ତାଙ୍କ କଥାରେ ବିଶ୍ୱାସ କରି ଓଟିପି ନମ୍ବର ଦେବାପରେ ତାଙ୍କ ଆକାଉଣ୍ଟରୁ ଠକମାନେ ୨୦ ହଜାର ଟଙ୍କା ଉଠାଇ ନେଇଥିବା ଜଣାପଡିଛି। ଏନେଇ ଶ୍ରୀ ରାଉଳ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ପାଖରେ ଅଭିଯୋଗ କରିଥିବା ଜଣାପଡିଛି।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କ୍ୟୁଆର କୋଡ଼ ସ୍କାନ କରି ପେମେଣ୍ଟ କରୁଛନ୍ତି କି?: ଜାଣନ୍ତୁ ଠକାମିରୁ କେମିତି ପାଇବେ ମୁକ୍ତି

ନୂଆଦିଲ୍ଲୀ/ଭୁବନେଶ୍ବର: ଗତ କିଛି ଦିନ ହେଲା ସାଇବର ଠକଙ୍କ ପାଇଁ କ୍ୟୁଆର କୋଡ଼ ଏକ ଅସ୍ତ୍ର ଭାବେ କାମ କରୁଛି। ଆପଣମାନେ ମଧ୍ୟ କ୍ୟୁଆର କୋଡ଼ ସ୍କାନ କରି ଅନଲାଇନରେ ଟଙ୍କା ପଠାଉଥିବେ। ହେଲେ କ୍ୟୁଆର କୋଡ଼ ସ୍କାନ କରିବା ପରେ ଆପଣ ଠକାମିରେ ଶିକାର ହୋଇପାରନ୍ତି। ଏହି କୁଇକ ରେସ୍ପୋନ୍ସ (କ୍ୟୁଆର) କୁ ସର୍ବ ପ୍ରଥମେ ଜାପାନ ପ୍ରସ୍ତୁତ କରିଥିଲା। ଯଦି ଏହାର ବ୍ୟବହାରରେ ଆପଣ ସାବଧାନ ନରହିବେ, ତେବେ ଆପଣ ମଧ୍ୟ ଠକାମିରେ ପଡ଼ିପାରନ୍ତି।

ଜାଣନ୍ତୁ କ୍ୟୁଆର ଫିସିଙ୍ଗ କୋଡ଼ କଣ?: 

୧- ଦିନକୁ ଦିନ ଡିଜିଟାଲ ପେମେଣ୍ଟର ମାତ୍ରା ବଢୁଥିବା ବେଳେ ସାଇବର ଠକଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି। କଣ୍ଟାକ୍ଟଲେସ ପେମେଣ୍ଟ କରିବା ସମୟରେ କ୍ୟୁଆର କୋଡ଼ ସ୍କାନ କରିକି ପେମେଣ୍ଟ କରାଯାଇଥାଏ। ଠକମାନେ ଏହାର ଫାଇଦା ନେଇ କ୍ୟୁଆର କୋଡ଼କୁ ପରିବର୍ତ୍ତନ କରିଦିଅନ୍ତି। ଯାହାଫଳରେ ପେମେଣ୍ଟ ଅନ୍ୟ ଆକାଉଣ୍ଟରେ ଜମା ହୋଇଯାଇଥାଏ। ଏହାକୁ କ୍ୟୁଆର କୋଡ଼ ଫିସିଙ୍ଗ କହନ୍ତି।

୨- କ୍ୟୁଆର କୋଡ଼ ଫିସିଙ୍ଗରେ ବିଭିନ୍ନ ପ୍ରକାର ଉପାୟ ରହିଥାଏ। ଏଥିପାଇଁ ଆପଣଙ୍କ ନିକଟକୁ ଇମେଲ କିମ୍ବା ମେସେଜ ମାଧ୍ୟମରେ କ୍ୟୁଆର କୋଡ ଆସିଥାଏ। ଆପଙ୍କର ଲଟେରୀ ଲାଗିଛି କହି ୟୁପିଆଇ ପିନ ମାଗିଥାନ୍ତି। କିନ୍ତୁ ଯେତେବେଳେ ଆପଣ ସ୍କାନ କରିବେ, ତୁରନ୍ତ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟି ଯାଇପାରେ।

ଏଥିରୁ ଆପଣ କେମିତି ରକ୍ଷା ପାଇବେ:

ତେବେ ଏହି ଠକାମିରୁ ମୁକ୍ତି ପାଇବାକୁ ହେଲେ କୌଣସି ଦୋକାନ କିମ୍ବା ପେଟ୍ରୋଲ ପମ୍ପରେ ସ୍କାନ କରିବାପରେ ଆପଣଙ୍କ ମୋବାଇଲରେ ଟଙ୍କା ପଠାଉଥିବା ଲୋକ କିମ୍ବା କମ୍ପାନୀ ନାମ ଦେଖାଇଥାଏ। ତାହାକୁ ଆପଣ ନିଶ୍ଚିତ କରିବା ପରେ ଟଙ୍କା ପଠାଇବା ଉଚିତ। ସେହିପରି କୌଣସି ଅଜଣା ନମ୍ବରରୁ ମେଲ କିମ୍ବା ମେସେଜ ଆସିଲେ ଆପଣ ୟୁପିଆଇ ପିନକୁ ଜଣାନ୍ତୁ ନାହିଁ କି ସ୍କାନ କରନ୍ତୁ ନାହିଁ।

କ୍ୟୁଆର କୋଡକୁ ଫୋନର କ୍ୟାମେରାରୁ ସିଧା ସ୍କାନ କରନ୍ତୁ ନାହିଁ ଏବଂ ଏଭଳି ଆପରୁ କରନ୍ତୁ ଯେଉଁଥିରେ ଆପଣଙ୍କୁ କ୍ୟୁଆର କୋଡର ସମସ୍ତ ତଥ୍ୟ ମିଳିପାରିବ। କୌଣସି ଭୁଲରେ ଟ୍ରାଞ୍ଜାକ୍ସନ ହେଲେ ତୁରନ୍ତ ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ ଏବଂ ଆବଶ୍ୟକ ହେଲେ ସାଇବର ସେଲରେ ମଧ୍ୟ ଅଭିଯୋଗ କରାନ୍ତୁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବରିଷ୍ଠ ନାଗରିକ ଦମ୍ପତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଘଟଣା: ଉତ୍ତରପ୍ରଦେଶରୁ ଗିରଫ ହେଲେ ସାଇବର ଠକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବରିଷ୍ଠ ନାଗରିକ ଦମ୍ପତିଙ୍କୁ ଜିଓ କଷ୍ଟମର କେଆର ନାମରେ ଫୋନ କଲ କରି ଠକେଇ କରିଥିବା ଠକ ମାନଙ୍କୁ ଉତ୍ତରପ୍ରଦେଶ ହମିଦପୁରରୁ ଗିରଫ କରି ଆଣିଥିବା ବିଷୟ ପୋଲିସ ସୂତ୍ରରୁ ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଭବାନୀପାଟଣା ସହର ର ବାସିନ୍ଦା ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧିଙ୍କ ନିକଟକୁ ଜିଓ କଷ୍ଟମର କେଆର ନାମରେ ଏକ ଫୋନକଲ ଆସିଥିଲା। ସେଥିରେ ଗଙ୍ଗାଧରଙ୍କୁ ଏକ ଜିଓ ମୋବାଇଲ ଏବଂ ୨୦ ହଜାର ଟଙ୍କା ପୁରଷ୍କାର ମିଳିଥିବା କୁହାଯାଇଥିଲା। ବ୍ୟାଙ୍କ ଡେବିଟ କାର୍ଡର ଫଟୋକପି ପଠାଇଦେଲେ ପୁରଷ୍କାର ପଠାଇ ଦିଆଯିବ ବୋଲି କୁହାଯିବାରୁ ସୁବୁଦ୍ଧି ଦମ୍ପତି ଲୋଭରେ ପଡି ଗୁଗୁଲରୁ ଏନି ଡେସ୍କ ଡାଉନଲୋଡ କରି ସେଥିରେ ନିଜର ଏବଂ ନିଜ ପତ୍ନୀଙ୍କ ବ୍ୟାଙ୍କ ଡେବିଟ କାର୍ଡର ଫଟୋକପିସବୁ ପଠାଇଦେଇଥିଲେ। ଏହାର ସୁଯୋଗ ନେଇ ସାଇବର ଠକମାନେ ସୁବୁଦ୍ଧି ବାବୁଙ୍କ ଆକାଉଂଟରୁ ଟ୯୯,୮୦୦/- ଓ ଟ୪୫,୫୯୧/- ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ଆକାଉଂଟରୁ ଟ୧, ୯୯,୦୦୦/- ଟଙ୍କା ମୋଟ ୨ ଲକ୍ଷ ୬୪ ହଜାର ୩୯୧ ଟଙ୍କା ଲୁଟ କରି ନେଇଥିଲେ।

ଏସଂପର୍କରେ ସୁବୁଦ୍ଧି ଭବାନୀପାଟଣା ଟାଉନଥାନାରେ ଲିଖିତ ଏତାଲା ଦେବାପରେ କଳାହାଣ୍ଡି ଏସପି ଡଃ ଶବଣ ବିବେକ ଏମ. ଆଇପିଏସ. ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ସ୍କାର୍ଡ ଗଠନ କରାଯାଇ ତଦନ୍ତ କଲରାଯାଇଥିଲା। ସଦର ଏସଡିପିଓ ରମେଶ ଚନ୍ଦ୍ର ସେଠୀ, ଟାଉନ ଥାନା ଆଇଆଇସି ସତ୍ୟ କୁମାର ନନ୍ଦ, ଯୁବ ଏସ ଆଇ ଶୀବଜୀ ପଣ୍ଡା ତଦନ୍ତ ଭାର ନେଇ ଖୋଲତାଡ କରିଥିଲେ। ଫୋନକଲ ଆସିଥିବା ମୋବାଇଲ ନମ୍ବର ୮୬୩୦୧୦୮୪୯୧ କୁ ଆଧାର କରି ସାଇବର ସେଲ ମାଧ୍ୟମରେ ତଦନ୍ତ କରାଯାଇ ସ୍ୱତନ୍ତ୍ର ସ୍କାର୍ଡ ଉତର ପ୍ରଦେଶ ହମିଦପୁରରୁ ସାଇବର ଠକେଇରେ ସଂପୃକ୍ତ ପାଂଚଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ଓପୋ, ଭିଭୋ, ସାମସଙ୍ଗ ମୋବାଇଲ ସହିତ କେତେକ ସିମକାର୍ଡ ଓ ଟଙ୍କା ଜବତ କରି ହମିଦପୁର କୋର୍ଟରେ ପେଶ କରିବାରେ ସକ୍ଷମ ହୋଇଥିଲେ। ସେଠାରୁ ରିମାଣ୍ଡରେ କଳାହାଣ୍ଡି ଆଣି ସାଇବର ଠକେଇର ମୂଖ୍ୟ ଆସାମୌ ଅଭିଲାଷ ସିଂ ଓରଫ ଗୌତମ, ପରବେଜ ଅହମ୍ମଦ, ୱାହିଦ ଖାଁ, ଶାହରୁକ ଖାଁ ଓ ଜୁନେଦ ଅହମ୍ମଦ କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।

କଳାହାଣ୍ଡି ପୋଲିସର ଏଭଲି ସଫଳତାକୁ ନେଇ ସମଗ୍ର ଜିଲ୍ଲାରେ ପ୍ରଶଂସା କରାଯାଇଥରବା ବେଳେ ଜନସାଧାରଣ କୌଣସି ପୁରଷ୍କାର ଲାଲସାରେ ନିଜର ବେଙ୍କ ସମ୍ବନ୍ଧୀୟ ତଥ୍ୟ ନଦେବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।