ମେଷ- ଆଜି ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି। ବ୍ୟବସାୟରେ ଆପଣ ଭଲ ସଫଳତା ପାଇବ ଏବଂ ତୁମେ କଠିନ ପରିଶ୍ରମ କରିବେ। ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ଆଜି କୈଣସି ନୂଆ ଘରୋଇ ଜିନିଷ କିଣିବେ । ବୃଷ– ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ। ମାନସିକ ସମସ୍ୟା ହେତୁ ସବୁଠାରୁ ଅସୁବିଧାଜନକ…
Author: SM Network
ଭୁବନେଶ୍ୱର: ଜାମ୍ମୁକାଶ୍ମୀରରେ ଦେଖାଯାଇଥିବା ଜରୁରୀକାଳୀନ ପରିସ୍ଥିତି ପରିପ୍ରେକ୍ଷୀରେ ଜାମ୍ମୁ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯିବାପରେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶାକୁ ଫେରେଇଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶା ସରକାରଙ୍କ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଜାମ୍ମୁରେ ଅଧ୍ୟୟନରତ ମୋଟ୍ ୧୧୪ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ଫେରେଇ ଆଣିବାକୁ ବ୍ୟବସ୍ଥା କରାଯାଇଛି। ଓଡ଼ିଆ ଛାତ୍ରଛାତ୍ରୀମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଅଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ୪ଜଣ ବରିଷ୍ଠ ଅଧିକାରୀ ଓ ୧୬ଜଣ ସହଯୋଗୀ କର୍ମଚାରୀ ଏବଂ ଓଡ଼ିଶା ସରକାରଙ୍କ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ…
ବାଣପୁର: ବାଣପୁର ଓକିଲ ସଂଘର ସଭାପତି ପଦବୀ ଆଜି ଘୋଷଣା କରାଯାଇଛି। ଶେଷରେ ଦୀର୍ଘ ଦିନ ହେଲା ଝୁଲି ରହିଥିବା ସଭାପତି ପଦ ପାଇଁ ଦ୍ଵନ୍ଦ ଦୂର ହୋଇଛି। ରାଜ୍ୟ ଆଇନଜୀବୀ ପରିଷଦର କେନ୍ଦ୍ରୀୟ ନିର୍ବାଚନ କମିଟି ଘୋଷଣା କଲା ବାଣପୁର ଓକିଲ ସଂଘର ସଭାପତିଙ୍କ ନାମ। ବରିଷ୍ଠ ଆଇନଜୀବୀ ବୃନ୍ଦାବନ ପ୍ରଧାନଙ୍କୁ ଚଳିତ ବର୍ଷର ବାଣପୁର ଓକିଲ ସଂଘର ସଭାପତି ଭାବେ ଘୋଷଣା କରିଛି ଉକ୍ତ କମିଟି। ସୂଚନା ଥାଉକି, ଚଳିତ ବର୍ଷ ବାଣପୁର ଓକିଲ ସଂଘ ନିର୍ବାଚନରେ ସଭାପତି ପ୍ରାର୍ଥୀ ଭାବେ ଆଇନଜୀବୀ ବୃନ୍ଦାବନ ପ୍ରଧାନ ଏବଂ ଦେବିପ୍ରସାଦ ସାମନ୍ତରାୟ ନିର୍ବାଚନ ଲଢ଼ି ଉଭୟ ସମାନ ଭୋଟ ପାଇଥିଲେ। ତେବେ ନିର୍ବାଚିତ ସଭାପତି ପଦକୁ ନେଇ କୌଣସି ନିଷ୍କର୍ଷ ନବାହାରିବାରୁ, ବାଣପୁର ଓକିଲ ସଂଘର ନିର୍ବାଚନ ଅଧିକାରୀ ଉକ୍ତ ସଭାପତି ପଦବୀର ବିଚାର ପାଇଁ ରାଜ୍ୟ ଆଇନଜୀବୀ ପରିଷଦକୁ ଲିଖିତ ଭାବେ ଜଣାଇଥିଲେ। ଯାହାଫଳରେ ରାଜ୍ୟ ଆଇନଜୀବୀ ପରିଷଦର…
ବାଣପୁର: ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ନାଚ଼ୁଣୀ ସ୍ଥିତ ଭାଜପା କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ଭେଟେଶ୍ବର ଗ୍ରା:ପ ଅନ୍ତର୍ଗତ ଭାପୁର ଗ୍ରାମର ବିଜେଡ଼ି କର୍ମୀ ମାନେ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ତଥା ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଓ ମାର୍ଗଦର୍ଶନ ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ବିକାଶ ମୂଳକ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ୍ ହେଲେ। ଦଳରେ ସାମିଲ ହୋଇଥିବା ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିବା ସହ ଏହି ମିଶ୍ରଣ ପର୍ବ ଭେଟେଶ୍ବର ଗ୍ରା:ପରେ ଆମ ଦଳକୁ ନିଶ୍ଚିତ ତୃଣମୂଳ ସ୍ତରରେ ସୁଦୃଢ କରିବ ବୋଲି ମତପ୍ରକାଶ କରିଥିଲେ। ଏହି…
ଭୁବନେଶ୍ଵର: ଆଜି ଅତ୍କଳ ଭାରତ କଂଗ୍ରେସ କମିଟିର ଆହ୍ଵାନକ୍ରମେ ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ପାକିସ୍ଥାନର ଆତଙ୍କବାଦକୁ ଦମନ କରିବା ପାଇଁ ବୀରତ୍ବ, ଅସୀମ ସାହସ, ଅମାପଶକ୍ତିର ପରାକାଷ୍ଠା ପ୍ରଦର୍ଶନ କରିଥିବା ଭାରତୀୟ ଯବାନ ମାନଙ୍କର ସମ୍ମାନର୍ଥେ ତ୍ରୀରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରା ରାମ ମନ୍ଦିର ଛକ ଠାରୁ ଆରମ୍ଭ ହୋଇ ମାଷ୍ଟରକ୍ୟାଟିନ ଛକଠାରେ ସମାପନ ହୋଇଥିଲା। ସେଠାରେ ସେବାଦଳ ପକ୍ଷରୁ ଭାରତର ସ୍ଥଳ, ଜଳ ଓ ବାୟୁ ସେନାଙ୍କ ପ୍ରତି ସଲାମୀ କାର୍ଯ୍ୟକ୍ରମ ହୋଇଥିଲା । ତ୍ରୀରଙ୍ଗା ଯାତ୍ରାରେ କଂଗ୍ରେସକର୍ମୀ ମାନେ ଜାତୀୟ ପତାକା ଧରି “ଜୟହୀନ୍ଦ”, “ଜୟଜବାନ” ସ୍ଲୋଗାନ ଦେଇ ଯାତ୍ରା କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେଶାତ୍ମକ ବୋଧକ ସଂଗୀତ ଡାକବାଜି ଯନ୍ତ୍ର ମାଧ୍ୟମରେ ପରିବେଷଣ କରାଯାଇଥିଲା। ଏହି ଅବସରରେ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଦାସ କହିଥିଲେ ଯେ ଭାରତର ବୀର ଯବାନ ମାନେ ଆତଙ୍କବାଦୀ ରାଷ୍ଟ୍ର…
ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ, ଉଭୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଇଂଲଣ୍ଡରେ ଖେଳାଯାଇଥିବା ବେଳେ ୨୦୨୫ ଫାଇନାଲ୍ (WTC ଫାଇନାଲ୍ ୨୦୨୫) ଇଂଲଣ୍ଡର ଲର୍ଡସ୍ ଗ୍ରାଉଣ୍ଡରେ ଖେଳାଯିବ। ଏହି ବିଷୟରେ ଅନେକ ଥର ପ୍ରଶ୍ନ ଉଠିଛି ଯେ, ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଇଂଲଣ୍ଡ ବାହାରେ ହେବା ଉଚିତ। ଏବେ ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତ ୨୦୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିପାରେ। ଦି ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଆୟୋଜନ କରିବାକୁ ଚାହୁଁଛି ଏବଂ ଏଥିପାଇଁ ଏକ ବିଡ୍ ମଧ୍ୟ ଦେଇଛି। ଗତ ମାସରେ ଜିମ୍ବାୱେରେ ଅନୁଷ୍ଠିତ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ବିସିସିଆଇ ଏହି ଦାବି ଉଠାଇଥିଲା। ଭାରତ ପକ୍ଷରୁ ଏହି ଦାବି ଅରୁଣ ସିଂହ ଧୂମଲ ଉଠାଇଥିଲେ, ଯିଏ ବର୍ତ୍ତମାନ ଆଇପିଏଲ ଅଧ୍ୟକ୍ଷ ପଦରେ ଅଛନ୍ତି। ବିଶ୍ୱ ଟେଷ୍ଟ…
ଭୁବନେଶ୍ୱର: ଓଡିଆ ଅସ୍ମିତାର ନିଦର୍ଶନ ସ୍ବରୂପ ବରପୁତ୍ର ଓ ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ପ୍ରକ୍ରିୟାରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ଭତ୍ତା ବୃଦ୍ଧି କରାଯାଇଛି ଏବଂ ଜରୁରୀକାଳୀନ ପରିସ୍ଥିତି ସମୟରେ ମିସା ଆଇନ୍ରେ ବନ୍ଦୀ ହୋଇଥିବା ସଂଗ୍ରାମୀ ମାନଙ୍କ ପାଇଁ ମଧ୍ୟ ପେନ୍ସନ ଘୋଷଣା କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ୨୩ ଜଣ ମିସା ବନ୍ଦୀ (୧୯ ଜଣ ମିସା, ୪ ଜଣ ଡି.ଆଇ.ଏସ୍.ଆଇ.ଆର୍) ମାନଙ୍କୁ ପେନ୍ସନ ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପୂର୍ବରୁ ୨୧ ଜଣ ମିସା ବନ୍ଦୀଙ୍କ ପେନ୍ସନ ଅନୁମୋଦନ କରାଯାଇଥିଲା। ଏହା ଫଳରେ ସମୁଦାୟ ୪୪ ଜଣ ମିସା ବନ୍ଦୀ ପେନ୍ସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ସଂଗ୍ରାମୀ ମାନେ ମାସକୁ ୨୦ ହଜାର ଟଙ୍କାର ପେନ୍ସନ ପାଇବା ସହିତ ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ସୂଚନାଯୋଗ୍ୟ ଯେ…
ରଣପୁର: ନୟାଗଡ ଜ଼ିଲ୍ଲା ସୁନାଖଳା ରେଲୱେ ଓଭର ବ୍ରିଜ ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା ବେଳେ ଘଟଣା ସ୍ଥଳରେ ସୁନାଖଳା ପୋଲିସ ପହଞ୍ଚି ମୃତାହାତ ମାନଙ୍କୁ ଉଦ୍ଧାର କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକମାନେ ହେଲେ ନରେନ୍ଦ୍ର ପୁର ଗ୍ରାମର ସନ୍ତୋଷ ପାଇକରାୟ ଓ ନିରାକାରପୁର ଅଂଚଳର ଫିରୋଦ ସାହା।
ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଓଡ଼ିଶା କୁଡୋ ଆସୋସିଏସନର ସଦସ୍ୟ, କୋଚ ଓ ଖେଳାଳୀଙ୍କ ସମେତ ୭୦ ଜଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସୂଚନାଯୋଗ୍ୟ ଯେ, କୁଡୋ ଏକ ପ୍ରକାର ମିଶ୍ରିତ ସାମରିକ କଳା, ଯାହା ଜୁଡୋ, କରାଟେ, ଏବଂ ତାଇକୱାଣ୍ଡୋ ଖେଳର ସମାହାର। ଏହି ଖେଳ ଭାରତର ବିଭିନ୍ନ ରାଜ୍ୟ ସମେତ ବିଦେଶରେ ମଧ୍ୟ ଅନେକ ପ୍ରସିଦ୍ଧି ଲାଭ କରିଛି। ଓଡ଼ିଶାର ମଧ୍ୟ ଅନେକ ଜିଲ୍ଲାରେ ଏହି ଖେଳ ପାଇଁ ତାଲିମ୍ ଦିଆଯାଉଛି। ଏଣୁ ରାଜ୍ୟରେ ଏହି କୁଡୋ ଖେଳର ପ୍ରସାର ଓ ଏହି ଖେଳକୁ ମାନ୍ୟତା ଦେବା ପାଇଁ ଏହି ଆସୋସିଏସନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଖେଳାଳୀଙ୍କ ସହ କଥା ହୋଇ ସେମାନଙ୍କୁ ଅଭ୍ୟାସ ଜାରି ରଖିବାପାଇଁ କହିଥିଲେ ଏବଂ ଏହି କ୍ରୀଡ଼ାକୁ ରାଜ୍ୟସ୍ତରୀୟ ମାନ୍ୟତା ଦେବାପାଇଁ ବିଚାର କରାଯିବ ବୋଲି ସେ କହିଥିଲେ। କୁଡୋ ଖେଳାଳୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ…
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଗତକାଲି ରାତିରେ ବାତିଲ ହୋଇଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି, ମ୍ୟାଚ୍ ୧୦.୧ ଓଭର ପରେ ବନ୍ଦ କରାଯାଇଥିଲା। କିନ୍ତୁ ଲୋକମାନେ ଏବେ ବି ଦ୍ୱନ୍ଦ୍ୱରେ ଅଛନ୍ତି ଯେ, ଏହି ମ୍ୟାଚ୍ ପୁଣି ଖେଳାଯିବ କି ନାହିଁ, କାରଣ ଏହି ମ୍ୟାଚ୍ର ଲାଇଭ୍ କମେଣ୍ଟ୍ରି ସମୟରେ ମଧ୍ୟ କମେଣ୍ଟ୍ରେଟର ଏ ବିଷୟରେ କୌଣସି ଅପଡେଟ୍ ଦେଇ ନଥିଲେ। ସେ ପର୍ଯ୍ୟନ୍ତ ବୋର୍ଡ ଏହି ମ୍ୟାଚ୍ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇ ନଥିଲା। ଏହି ସମୟରେ, ପଞ୍ଜାବ-ଦିଲ୍ଲୀ ମ୍ୟାଚ୍ ସମ୍ପର୍କରେ ଏକ ନୂତନ ଅପଡେଟ୍ ଆସିଛି। ପଞ୍ଜାବ ଏବଂ ଦିଲ୍ଲୀ ମଧ୍ୟରେ କିଏ ଜିତିଲା?: ୮ ମଇରେ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ କୌଣସି ଦଳ ଜିତି ନଥିଲା କିମ୍ବା କୌଣସି ଦଳ ହାରି ନଥିଲା। ଦିଲ୍ଲୀ…
ନୂଆଦିଲ୍ଲୀ: ଭାରତର ‘ଅପରସନ ସିନ୍ଦୁର’ ଯୋଗୁଁ ସମଗ୍ର ପାକିସ୍ତାନରେ ଭୟର ବାତାବରଣ ଖେଳିଯାଇଛି। କ୍ରମାଗତ ଦ୍ଵିତୀୟ ଦିନ ପାଇଁ ପାକିସ୍ତାନ ଉପରେ ଭାରତ ପ୍ରଚଣ୍ଡ ପ୍ରହାର କରିଛି। ଭାରତର ଏହି ଆକ୍ରମଣ ଯୋଗୁଁ ପାକିସ୍ତାନର ବିପୁଳ କ୍ଷତି ହୋଇଛି। ତେବେ ଏହି ପୂର୍ବରୁ ପାକିସ୍ତାନରେ ଚାଲିଥିବା ପିଏସଏଲ-୨୦୨୫ କୁ ରଦ୍ଦ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ UAE ରେ କରିବା ପାଇଁ ପାକିସ୍ତାନ ସ୍ଵପ୍ନ ଦେଖୁଛି। କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ବହୁତ ଅପମାନିତ କରାଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସ ପାକିସ୍ତାନ ସୁପର ଲିଗ୍ ଆୟୋଜନ କରିବାକୁ ମନା କରିଦେଇଛି।
ଭୁବନେଶ୍ୱର: ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଆଣ୍ଡ୍ ଗାଇଡ୍ସ୍ର ସଦସ୍ୟମାନେ ଏକ ଉତ୍ତମ ଭବିଷ୍ୟତର ମଶାଲ ବାହକ ହୁଅନ୍ତୁ ବୋଲି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି। ଚଳିତ ମଇ ୯ତାରିଖ ଦିନ ରାଜ ଭବନର ନ୍ୟୁ ଅଭିଷେକ ହଲ୍ଠାରେ ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଆଣ୍ଡ୍ ଗାଇଡ୍ସ୍ର ରାଜ୍ୟ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଦେଶ ପାଇଁ ବର୍ତ୍ତମାନ ସ୍କାଉଟ୍ସ୍ ଓ ଗାଇଡ୍ସ୍ର ପୂର୍ବ ଅପେକ୍ଷା ଅଧିକ ସମର୍ପଣ, ଶୃଙ୍ଖଳା ଏବଂ ମୂଲ୍ୟବୋଧର ଆବଶ୍ୟକତା ରହିଛି। ସେବା, ଆତ୍ମ ନିର୍ଭରଶୀଳତା ଏବଂ ନୈତିକ ସାଧୁତା ମାଧ୍ୟମରେ ଦାୟିତ୍ୱସଂପନ୍ନ ନାଗରିକ ତିଆରି କରିବାରେ ସ୍କାଉଟ୍ସ୍ ଓ ଗାଇଡ୍ସ୍ ଆନ୍ଦୋଳନର ଭୂମିକାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। “ରାଜ୍ୟ ପୁରସ୍କାର” ଆପଣଙ୍କ ଯାତ୍ରାର ଶେଷ ନୁହେଁ, ଏହା ଏକ ମାଇଲ୍ଖୁଂଟ ବୋଲି…
ଭୁବନେଶ୍ୱର: ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ହେବ। ଏଥିପାଇଁ ୩୬ଟି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଓଡିଶାକୁ ୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ କରାଯିବ। ୨୦୩୬ ସୁଦ୍ଧା ସମାଜର ଶେଷ ସ୍ତରରେ ଥିବା ଲୋକମାନେ ଯେପରି ସବୁ ପ୍ରକାରର ମୌଳିକ ସୁବିଧା ପାଇପାରିବେ, ସେଥିପାଇଁ ପଦକ୍ଷେପ ନିଆଯିବ। ଆଜି ଲୋକସେବା ଭବନର କନ୍ଭେନ୍ସନ୍ ହଲ୍ ଠାରେ ‘ଭିଜନ ଓଡିଶା ୨୦୩୬ ଓ ୨୦୪୭’ ପାଇଁ ଆୟୋଜିତ ରାଜ୍ୟସ୍ତରୀୟ ‘ପରାମର୍ଶ କର୍ମଶାଳା’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଏହି ଭିଜନ ଡକ୍ୟୁମେଣ୍ଟ ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱପ୍ନର ଏକ ରୋଡମ୍ୟାପ୍। ଏହା ଆମ ଭବିଷ୍ୟତର ପିଢିଙ୍କ ପାଇଁ ଏକ ପ୍ରତିଶ୍ରୁତି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ଭିଜନ ଡକୁମେଣ୍ଟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି। ଏକ ଡ୍ରାଫ୍ଟ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି। ବିଶେଷଜ୍ଞ ମାନଙ୍କ ପରାମର୍ଶ ପରେ ଚୂଡାନ୍ତ ଡକୁମେଣ୍ଟ…
ନୂଆଦିଲ୍ଲୀ: ଆଜିକାଲି ପାକିସ୍ତାନ ସବୁ ଦିଗରୁ ଆକ୍ରମଣର ସମ୍ମୁଖୀନ ହେଉଛି। ଭାରତ ସହିତ ଉତ୍ତେଜନା ମଧ୍ୟରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ପାଇଁ ବିଶ୍ୱ ବ୍ୟାଙ୍କକୁ ଆବେଦନ କରିଥିଲା ଏବଂ ଏଠାରେ ପୁଣି ଥରେ ଏହାକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ବିଶ୍ୱ ବ୍ୟାଙ୍କ ଆଜି କହିଛି ଯେ, ଏହି ସଂଗଠନ ସିନ୍ଧୁ ଜଳ ଚୁକ୍ତିନାମାରେ କେବଳ ଏକ ମଧ୍ୟସ୍ଥି ଏବଂ କିଛି କରିପାରିବ ନାହିଁ। ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବଙ୍ଗା କହିଛନ୍ତି ଯେ, “ଆମର ଭୂମିକା କେବଳ ମଧ୍ୟସ୍ଥି। ବିଶ୍ୱ ବ୍ୟାଙ୍କ ଏହି ସମସ୍ୟାର ସମାଧାନ କିପରି କରିବ ସେ ବିଷୟରେ ଗଣମାଧ୍ୟମରେ ବହୁତ କଳ୍ପନାଜଳ୍ପନା ଚାଲିଛି, କିନ୍ତୁ ଏସବୁ ଅର୍ଥହୀନ। ବିଶ୍ୱ ବ୍ୟାଙ୍କର ଭୂମିକା କେବଳ ମଧ୍ୟସ୍ଥି।” ପାକିସ୍ତାନକୁ ଏକ ବଡ଼ ଝଟକା: ଭାରତ ଉପରେ ଅନ୍ତର୍ଜାତୀୟ ଚାପ ପକାଇବାକୁ ଚେଷ୍ଟା କରୁଥିବା ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଛି। ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ…
ନୂଆଦିଲ୍ଲୀ: ଦିଲ୍ଲୀ କ୍ରିକେଟ ଷ୍ଟାଡିୟମକୁ ବୋମା ଧମକ ମିଳିଛି। ଯାହାର ସୂଚନା ଦିଲ୍ଲୀ କ୍ରିକେଟ ଆସୋସିଏସନ (ଡିଡିସିଏ) ଦିଲ୍ଲୀ ପୋଲିସକୁ ଦେଇଛି। ଏହି ମେଲ୍ ପାକିସ୍ତାନ ସ୍ଲିପର୍ ସେଲ୍ ରୁ DDCA ପାଖକୁ ଆସିଛି।
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ମୋଷ୍ଟ ୱାଣ୍ଟେଡ୍ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ପାକିସ୍ତାନ ଛାଡି ପଳାଇଯାଇଛି। ସେ ବର୍ଷ ବର୍ଷ ଧରି ପାକିସ୍ତାନର କରାଚୀ ସହରରେ ରହୁଛି। ଭାରତର ଅପରେସନ ସିନ୍ଦୁର ଯୋଗୁଁ ପାକିସ୍ତାନ ଏତେ ଭୟଭୀତ ହୋଇଯାଇଥିଲା ଯେ, ଆତଙ୍କବାଦର ଆଶ୍ରୟସ୍ଥଳ ପାକିସ୍ତାନ, ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍, ତାଙ୍କର ବିଶେଷ ସହଯୋଗୀ ଛୋଟା ଶକିଲ ଏବଂ ମୁନ୍ନା ଝିଙ୍ଗଡ଼ାଙ୍କୁ ଲୁଚାଇ ଦେଇଥିଲା। ଗୁପ୍ତଚର ସୂଚନା ଅନୁଯାୟୀ, ଏହି ତିନିଜଣ ବର୍ତ୍ତମାନ ପାକିସ୍ତାନ ଛାଡ଼ି ଅନ୍ୟ କୌଣସି ଦେଶକୁ ପଳାଇ ଯାଇଛନ୍ତି। ଏହା ମଧ୍ୟ ଦାବି କରାଯାଇଛି ଯେ, ଭାରତର ବିମାନ ଆକ୍ରମଣରେ ଭୟଭୀତ ହୋଇ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ନିଜ ଜୀବନ ବଞ୍ଚାଇବା ପାଇଁ ଏଠାକୁ ସେଠାକୁ ଦୌଡୁଛି। ଏଜେନ୍ସି ସୂତ୍ରଗୁଡ଼ିକ ମଧ୍ୟ କହିଛନ୍ତି ଯେ, ସେମାନେ ଏହି ଇନପୁଟ୍ ଉପରେ ନଜର ରଖିଛନ୍ତି ଏବଂ ସେମାନେ ଏହା ମଧ୍ୟ…
ଭୁବନେଶ୍ଵର: ଅନେକ ଧାରାବାହିକ ତଥା ଚଳଚ୍ଚିତ୍ରରେ ଜଣେ ନାୟିକା ସହିତ ମୁଖ୍ୟତଃ ଖଳନାୟିକା ଚରିତ୍ରରେ ଅଭିନୟ କରି ଢେର ପ୍ରଶଂସା ସାଉଣ୍ଟିଥିବା ଅଭିନେତ୍ରୀ ପ୍ରିୟା ମହାପାତ୍ରଙ୍କର ପଡିଛି ହାତଗଣ୍ଠି। ଦୀର୍ଘ ବର୍ଷ ପୂର୍ବେ ଦୂରଦର୍ଶନରେ ପ୍ରସାରିତ ହୋଇଥିବା ଭାଉଜ ଏବଂ କଳିଯୁଗ ଧାରାବାହିକରେ ପ୍ରଥମେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ମୁଠାଏ ସପନ, ଅପା, ତୁଳସୀ (ଇଟିଭି), ସିନ୍ଦୁର ବିନ୍ଦୁ, ଜ୍ୱାଇଁ ନଂ ୧, କଥା ତ ଏତିକି (ଜୀ ସାର୍ଥକ), କୁମକୁମ (କଲର୍ସ ଓଡ଼ିଆ), ଅପରାଜିତା (ସିଦ୍ଧାର୍ଥ ଟିଭି), ତରଙ୍ଗର କିଛି ଲୁହ ପିଇଯାଏ ଓଠ, ତେଜସ୍ୱିନୀ, ଶଙ୍ଖା ସିନ୍ଦୁର ଇତ୍ୟାଦି ଧାରାବାହିକ ସହିତ ପ୍ରେମ ଅଢେଇ ଅକ୍ଷର, ମନ ମୋର ପ୍ରଜାପତି, ସାତ ସୁରେ ବନ୍ଧା ଏ ଜୀବନ ଆଦି ଚଳଚ୍ଚିତ୍ରରେ ତାଙ୍କର ଅଭିନୟର ଯାଦୁ ଦର୍ଶକଙ୍କୁ ଖୁବ ମନୋରଞ୍ଜନ ଯୋଗାଇଛି। ତେବେ ତାଙ୍କର ଅଭିନୟ କ୍ୟାରିଅରରେ ଅନେକ ବିବାହ ଦୃଶ୍ୟରେ ସେ ନଜର ଆସିଥାନ୍ତି ହେଲେ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଟାଉନ ଥାନା ଅନ୍ତର୍ଗତ ବିଜିପୁର ଅଞ୍ଚଳର ଶୁଭ୍ରାଂଶୁ ମହାରଣା ନାମକ ଜଣେ ଛାତ୍ର ନିଜ ମା’ଙ୍କ ଲୁଗା ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରକାଶିତ ଖବରରୁ ପ୍ରକାଶ ଯେ, ନରେନ୍ଦ୍ର ମହାରଣାଙ୍କ ପୁଅ ଶୁଭ୍ରାଂଶୁ ଗତ ବୁଧବାର ରାତିରେ ମୋବାଇଲ ଫୋନ ଦେଖୁଥିଲା ଓ ବାପା ଓ ମା ଶୋଇପଡ଼ିଥିଲେ। ସକାଳୁ ପରିବାର ଲୋକେ ତାଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖି ଟାଉନ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ୧୦/୨୫ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆତ୍ମହତ୍ୟାର କାରଣ ଜଣାପଡି ନାହିଁ। ତଥାପି ଶୁଭ୍ରାଂଶୁ କୋୖଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଏହିଭଳି ନିଷ୍ପତ୍ତି ନେଇଥିବା ସନ୍ଦେହ ହେଉଛି।
ବହରାଇଚ୍: ପୂର୍ବତନ ବିଜେପି ସାଂସଦ ଅକ୍ଷୟବର ଲାଲ ଗୌଡ଼ଙ୍କ ଉପରେ ଗତକାଲି ସନ୍ଧ୍ୟାରେ ଆକ୍ରମଣ ହୋଇଥିଲା। ଅବୈଧ ମଦ୍ରାସା ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବହରାଇଚର ଏକ ଗାଁରେ ଏକ ଭିଡ଼ ତାଙ୍କୁ ଲାଠିରେ ଆକ୍ରମଣ କରିଥିଲା। ସେ ଏକ ବିବାହ କାର୍ଯ୍ୟକ୍ରମରେ ମୋତିପୁର ଯାଇଥିଲେ। ଏଠାରେ ଶାହିଦ ଅଲି, ନିଆଜ ଏବଂ ସଗିରଙ୍କ ସମେତ ଅନେକ ଲୋକ ପୂର୍ବତନ ସାଂସଦ ଗୌଡ଼ଙ୍କୁ ଘେରି ଯାଇଥିଲେ। ସେମାନେ ତାଙ୍କୁ ପିଟିବା ଆରମ୍ଭ କରିଥିଲେ। କୌଣସି ପ୍ରକାରେ ତାଙ୍କୁ ଏକ କୋଠରୀରେ ବନ୍ଦ କରି ତାଙ୍କ ଜୀବନ ରକ୍ଷା କରାଯାଇଥିଲା। ଏହି ସମୟରେ ତାଙ୍କର ଜଣେ ସୁରକ୍ଷାକର୍ମୀ ଏବଂ ଜଣେ ବିଜେପି କର୍ମୀ ଆହତ ହୋଇଥିଲେ। ଏହି ମାମଲାରେ, ମୋତିପୁର ଥାନାରେ ଆଠ ଜଣ ନାମିତ ଏବଂ ୩୦ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବହରାଇଚ୍ ଏସପି ସୂରଜ ରାୟଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୧୧…
ନୂଆଦିଲ୍ଲୀ: ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ମାର୍କଣ୍ଡେୟ କାଟଜୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦ ଉପରେ କଟାକ୍ଷ କରିଛନ୍ତି। ସେ ଫେସବୁକରେ ଦୁଇଟି ପୋଷ୍ଟ ଲେଖିଛନ୍ତି ଏବଂ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଆମେ ଖୁବ୍ ଶୀଘ୍ର ଲାହୋରରେ ଜଳଖିଆରେ ବେକନ୍ ଏବଂ ଅଣ୍ଡା ଖାଇବୁ, ଇସଲାମାବାଦରେ ମଧ୍ୟାହ୍ନ ଭୋଜନରେ ବିରିୟାନିର ମଜା ନେବୁ, ପେଶାୱରରେ ଚା ସହିତ ଡୋନଟ୍ସ ଖାଇବୁ ଏବଂ କରାଚୀରେ ରାତ୍ରୀ ଭୋଜନରେ ସାମୁଦ୍ରିକ ଖାଦ୍ୟର ସ୍ୱାଦ ନେବୁ। ଅନ୍ୟ ଏକ ଫେସବୁକ୍ ପୋଷ୍ଟରେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଲେଖିଛନ୍ତି ଯେ, “ଆମେ ଲାହୋରକୁ ‘ଲଭ୍ ନଗର’ (ଲାହୋରୱାଲିଙ୍କୁ ଖୁସି କରିବା ପାଇଁ), କରାଚୀକୁ ‘ନୂଆ କାଶୀ’, ପେଶାୱାରକୁ ‘ପେଶୱା ନଗର’ ଏବଂ କ୍ୱେଟାକୁ ‘କୃଷ୍ଣ ନଗର’ ନାମିତ କରିବୁ।” ଜଷ୍ଟିସ୍ କାଟଜୁଙ୍କ ବୟାନ ଏପରି ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଭାରତକୁ ଯୁଦ୍ଧ ପାଇଁ ନିରନ୍ତର ଉତ୍ତେଜିତ କରିଆସୁଛି ଏବଂ…
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି। ସୂତ୍ରରୁ ଜଣାପଡ଼ିଛି ଯେ, ଆଇପିଏଲ୍ ୨୦୨୫ ଇଭେଣ୍ଟକୁ ବିସିସିଆଇ ସ୍ଥଗିତ କରିଦେଇଛି। ସୂଚନା ଅନୁଯାୟୀ, “ଆଇପିଏଲ ସ୍ଥଗିତ ରଖାଯିବ। କେନ୍ଦ୍ର ଏବଂ ସମସ୍ତ ଫ୍ରାଞ୍ଚାଇଜି ଏବଂ ଅଂଶୀଦାରମାନଙ୍କ ସହିତ ପରାମର୍ଶ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜିଠାରୁ କୌଣସି ମ୍ୟାଚ୍ ହେବ ନାହିଁ।” ଆଇପିଏଲ୍ ୨୦୨୫ ରେ, ୫୭ ଟି ମ୍ୟାଚ୍ ସଫଳତାର ସହ ସମାପ୍ତ ହୋଇଥିଲା ଯେତେବେଳେ ୮ ମଇରେ ଧର୍ମଶାଳାରେ ଖେଳାଯାଇଥିବା ୫୮ ତମ ମ୍ୟାଚ୍ (PBKS vs DC) ସୁରକ୍ଷା କାରଣରୁ ମଝିରେ ବନ୍ଦ ହୋଇଯାଇଥିଲା। ପାକିସ୍ତାନ ଜମ୍ମୁ ସମେତ ଅନେକ ସ୍ଥାନରେ ଡ୍ରୋନ୍ ଆକ୍ରମଣ କରିଥିଲା, ଯାହାକୁ ଭାରତୀୟ ସେନା ଗୁଳି କରି ଖସାଇ ଦେଇଥିଲା। କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଧର୍ମଶାଳାରେ ଖେଳାଯାଉଥିବା ମ୍ୟାଚ୍ ବନ୍ଦ କରିଦିଆଯାଇଥିଲା ଏବଂ ଖେଳାଳିମାନଙ୍କୁ ହୋଟେଲକୁ ଫେରାଇ ଦିଆଯାଇଥିଲା।

