Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍କାଉଟ୍ସ୍ ଓ ଗାଇଡ୍ସ୍‌ର ସଦସ୍ୟ ଏକ ଉତ୍ତମ ଭବିଷ୍ୟତର ମଶାଲ ବାହକ ହୁଅନ୍ତୁ: ରାଜ୍ୟପାଳ
ଆଜିର ଖବର

ସ୍କାଉଟ୍ସ୍ ଓ ଗାଇଡ୍ସ୍‌ର ସଦସ୍ୟ ଏକ ଉତ୍ତମ ଭବିଷ୍ୟତର ମଶାଲ ବାହକ ହୁଅନ୍ତୁ: ରାଜ୍ୟପାଳ

May 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଆଣ୍ଡ୍ ଗାଇଡ୍ସ୍‌ର ସଦସ୍ୟମାନେ ଏକ ଉତ୍ତମ ଭବିଷ୍ୟତର ମଶାଲ ବାହକ ହୁଅନ୍ତୁ ବୋଲି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି। ଚଳିତ ମଇ ୯ତାରିଖ ଦିନ ରାଜ ଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଆଣ୍ଡ୍ ଗାଇଡ୍ସ୍‌ର ରାଜ୍ୟ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି।

ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଦେଶ ପାଇଁ ବର୍ତ୍ତମାନ ସ୍କାଉଟ୍ସ୍ ଓ ଗାଇଡ୍ସ୍‌ର ପୂର୍ବ ଅପେକ୍ଷା ଅଧିକ ସମର୍ପଣ, ଶୃଙ୍ଖଳା ଏବଂ ମୂଲ୍ୟବୋଧର ଆବଶ୍ୟକତା ରହିଛି। ସେବା, ଆତ୍ମ ନିର୍ଭରଶୀଳତା ଏବଂ ନୈତିକ ସାଧୁତା ମାଧ୍ୟମରେ ଦାୟିତ୍ୱସଂପନ୍ନ ନାଗରିକ ତିଆରି କରିବାରେ ସ୍କାଉଟ୍ସ୍ ଓ ଗାଇଡ୍ସ୍ ଆନ୍ଦୋଳନର ଭୂମିକାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। “ରାଜ୍ୟ ପୁରସ୍କାର” ଆପଣଙ୍କ ଯାତ୍ରାର ଶେଷ ନୁହେଁ, ଏହା ଏକ ମାଇଲ୍‌ଖୁଂଟ ବୋଲି ରାଜ୍ୟପାଳ କହିବା ସହିତ ଯୁବ ସଦସ୍ୟମାନେ ସେମାନଙ୍କ ସମସ୍ତ କାର୍ଯ୍ୟରେ ଦୟା, ସଚ୍ଚୋଟତା ଏବଂ ନେତୃତ୍ୱର ମୂଲ୍ୟବୋଧକୁ ଆଗକୁ ବଢ଼ାନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଆଣ୍ଡ୍ ଗାଇଡ୍ସ୍‌ର ମୁଖ୍ୟ ପୃଷ୍ଠପୋଷକ ଭାବରେ ରାଜ୍ୟପାଳ ସଂଗଠନର ସଫଳତା ଓ ରାଜ୍ୟର ଦୁର୍ଗମ ଅଂଚଳରେ ମଧ୍ୟ ଏହା ସକ୍ରିୟ ଉପସ୍ଥିତ ଜାହିର କରିଥିବାରୁ ଗର୍ବ ପ୍ରକାଶ କରିଥିଲେ।

ଓଡିଶା ରାଜ୍ୟ ଶାଖା ଜାତୀୟସ୍ତରରେ ଅନେକ ଥର ପୁରସ୍କାର ହାସଲ କରିଥିବାରୁ ରାଜ୍ୟ ଶାଖାକୁ ପ୍ରଶଂସା କରିଥିଲେ। ଏତଦ୍‌ବ୍ୟତୀତ କରୁଣା, ପ୍ରକୃତି ପ୍ରତି ସମ୍ମାନ, ଦଳଗତ କାର୍ଯ୍ୟ ଏବଂ ସେବା ଭଳି ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବାରେ ସ୍କାଉଟ୍ ମାଷ୍ଟର, ଗାଇଡ୍‌ର, ପ୍ରଶିକ୍ଷକ ଏବଂ ସ୍ୱେଚ୍ଛାସେବକଙ୍କ ଉତ୍ସର୍ଗୀକୃତ ପ୍ରୟାସକୁ ରାଜ୍ୟପାଳ ତାରିଫ୍ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ଫାଷ୍ଟ୍ ଲେଡି ଜୟଶ୍ରୀ କମ୍ଭମ୍‌ପାଟି ଉପସ୍ଥିତ ଥିଲେ।

ଏହି ସମାରୋହରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବକ୍ତବ୍ୟ ପ୍ରଦାନ କରି ଶୃଙ୍ଖଳା ସୃଷ୍ଟି ସହ ଆହ୍ୱାନପୂର୍ଣ୍ଣ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେବାରେ ଭାରତ ସ୍କାଉଟ୍ସ୍ ଆଣ୍ଡ୍ ଗାଇଡ୍ସ୍‌ର ଭୂମିକା ସଂପର୍କରେ ଅବତାରଣା କରିଥିଲେ। ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି ସମାରୋହରେ ବକ୍ତବ୍ୟ ପ୍ରଦାନ କରି ଶିକ୍ଷା ଓ ସଂସ୍କାର, ଦେଶ ପାଇଁ ସମର୍ପିତ ହୋଇ ସେବା ନିମନ୍ତେ ସ୍କାଉଟ୍ସ୍ ଏବଂ ଗାଇଡ୍ସ୍ ପ୍ରେରଣା ଯୋଗାଇଥାଏ ବୋଲି କହିଥିଲେ। ପ୍ରାରମ୍ଭରେ ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଆଣ୍ଡ୍ ଗାଇଡ୍ସ୍‌ର ରାଜ୍ୟ ମୁଖ୍ୟ କମିଶନର ଡ. କାଳୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଆଣ୍ଡ୍ ଗାଇଡ୍ସ୍ ସଦସ୍ୟମାନଙ୍କୁ ଆଠୋଟି ଭିନ୍ନ ଭିନ୍ନ ବର୍ଗରେ ପୁରସ୍କୃତ କରାଯାଇଥିଲା। ରାଜ୍ୟପାଳ କୃତୀ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସଂଗଠନର ଭବିଷ୍ୟତ ପ୍ରୟାସର ସଫଳତା କାମନା କରିଥିଲେ। ଏତଦ୍‌ବ୍ୟତୀତ ଏହି ସମାରୋହରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ “ଉତ୍କଳ ଜ୍ୟୋତି” ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଓଡିଶା ଡ. ହରି ବାବୁ କମ୍ଭମ୍‌ପାଟି
Share. Facebook Twitter LinkedIn Email WhatsApp Copy Link

Related Posts

ଏଫଆଇଜି ତାସକେଣ୍ଟ ବିଶ୍ୱ ଚ୍ୟାଲେଞ୍ଜ କପ: ପ୍ରଣତି ନାୟକଙ୍କୁ ରୌପ୍ୟ ପଦକ

May 24, 2026

ଆଥଲେଟିକ୍ସ ଫେଡେରେସନ କପରେ ଓଡ଼ିଶାର ଆନିମେଶ କୁଜୁରଙ୍କ ସଫଳତା: ଉପ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

May 24, 2026

‘ଦି ଭଏସ୍: କନକ୍ଲେଭ୍ ଅଫ୍ ଆଇଡିଆଜ୍’ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

May 24, 2026

“ଭାରତ ନେଟ୍ ପରିଯୋଜନା” ଫେଜ୍-୩ ର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା

May 24, 2026
Latest News

ନୌତପା ସମୟରେ ନିଜର ଧ୍ୟାନ କିପରି ରଖିବେ, ଜାଣନ୍ତୁ

May 24, 2026

ଏଫଆଇଜି ତାସକେଣ୍ଟ ବିଶ୍ୱ ଚ୍ୟାଲେଞ୍ଜ କପ: ପ୍ରଣତି ନାୟକଙ୍କୁ ରୌପ୍ୟ ପଦକ

May 24, 2026

CJP କୁ ନେଇ ପ୍ରଶାନ୍ତ କିଶୋର କଣ କହିଲେ

May 24, 2026

ଭିବି-ଜି ରାମ ଜି ଆଇନ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କଲେ ଗ୍ରାମୀଣ ବିକାଶ ସଚିବ

May 24, 2026

ଆଥଲେଟିକ୍ସ ଫେଡେରେସନ କପରେ ଓଡ଼ିଶାର ଆନିମେଶ କୁଜୁରଙ୍କ ସଫଳତା: ଉପ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.