ବ୍ରହ୍ମପୁର: ଥାଲାସେମିଆ ରୋଗୀଙ୍କ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ସୋମବାର ଏକ ସ୍ବତନ୍ତ୍ର ୱାର୍ଡ଼ ଖୋଲାଯାଇଛି। ଆଶୁ ଚିକିତ୍ସା ବିଭାଗର ଉପର ମହଲରେ ୧୦ ଶଯ୍ୟା ବିଶିଷ୍ଟ ଏହି ୱାର୍ଡ଼ କାର୍ଯ୍ୟକ୍ଷମ ହୋଇଛି। ସକାଳ ୧୦ ଟାରୁ ରାତ୍ର ୮ ଟା ପର୍ଯ୍ୟନ୍ତ ଥାଲାସେମିଆ ଆକ୍ରାନ୍ତ ରୋଗୀଙ୍କୁ ଏଠାରେ ରକ୍ତ ଦିଆଯିବ। ରୋଗୀଙ୍କ ସୁବିଧା ନିମନ୍ତେ ସଂପୂର୍ଣ୍ଣ ପ୍ରକୋଷ୍ଠକୁ ଶୀତତାପ ନିୟନ୍ତ୍ରିତ କରାଯାଇଛି। ଆବଶ୍ୟକ ସ୍ଥଳେ ରୋଗୀଙ୍କୁ ଚିକିତ୍ସା ଯୋଗାଇବାକୁ କାଜୁଆଲଟି ମେଡିକାଲ ଅଫିସରଙ୍କୁ ଦାୟିତ୍ଵ ମିଳିଥିବା ବେଳେ ରୋଗୀଙ୍କୁ ଠିକ୍ ସମୟରେ ରକ୍ତ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଜିଲ୍ଲାର ପ୍ରାୟ ୫୦୦ରୁ ଅଧିକ ଥାଲାସେମିଆ ଆକ୍ରାନ୍ତ ରୋଗୀ ଏମ୍କେସିଜି ମେଡିକାଲ ରକ୍ତଭଣ୍ଡାର ଉପରେ ନିର୍ଭର କରୁଛନ୍ତି। ଏମ୍କେସିଜି ମେଡିକାଲ କଲେଜ ଅଧୀକ୍ଷକ ପ୍ରଫେସର ଡା.ସୁଚିତ୍ରା ଦାଶ ରୋଗୀଙ୍କୁ ସମସ୍ତ ସୁବିଧା ସୁଯୋଗ ସହ ଉନ୍ନତମାନର ସ୍ଵାସ୍ଥ୍ୟସେବା ପ୍ରଦାନ ପାଇଁ ସର୍ବଦା ଗୁରୁତ୍ବ ଦିଆଯାଇଛି।
Author: SM Network
ଖୋର୍ଦ୍ଧା: ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପିର ଆଶାତୀତ ସଫଳତା ସମସ୍ତଙ୍କୁ ତାଜୁବ କରିଦେଇଛି। ବେଗୁନିଆରେ ସୁପ୍ତ ବିଜେପିକୁ ସଶକ୍ତ କରିବା ପାଇଁ ସାଂସଦଙ୍କ ନେତୃତ୍ୱରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିର ମଙ୍ଗ ଧରିଛନ୍ତି। ଯାହାଦ୍ୱାରା ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପି ନିଜର ପରିଭାଷାକୁ ପରିବର୍ତ୍ତନ କରିପାରିବ ବୋଲି ସମସ୍ତେ ଆଶା ପୋଷଣ କରୁଛନ୍ତି। ଉଦାହରଣ ଭାବେ ବୁଧବାର ମିନି ଷ୍ଟାଡିୟମରେ ଏକ ବିରାଟ ମିଶ୍ରଣ ପର୍ବର ଆୟୋଜନ କରି ଏହାକୁ ସଫଳ କରିଥିବା ଦେଖିବାକୁ ମିଳିଛି। ବିଜେଡି ଗଡ଼ ଭାଙ୍ଗିବ ଏବଂ ବିଜେପି ତୃଣମୂଳ ସ୍ତରରୁ ମଜବୁତ ହେବ ଏହି ଲକ୍ଷ୍ୟ ନେଇ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପି ତାର ରଣନୀତି ଆରମ୍ଭ କରିଥିଲା। କିନ୍ତୁ ଗତ ୫ ବର୍ଷ ଭିତରେ କୌଣସି ସଫଳତା ପାଇପାରିନଥିଲା। ପ୍ରକାଶ ବିଜୁଳୀଙ୍କୁ ନେତୃତ୍ୱ ଦେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂଗଠନ କ୍ଷେତ୍ରରେ ସେତେଟା ଉନ୍ନତି ପରିଲକ୍ଷିତ କରିନଥିବା ବେଳେ ଗତ ସପ୍ତାହରେ ବେଗୁନିଆ…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ପାକିସ୍ତାନ ଏବଂ ନେପାଳକୁ ଲାଗି ରହିଥିବା ସୀମାନ୍ତବର୍ତ୍ତୀ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜମ୍ମୁ ଏବଂ କାଶ୍ମୀର ତଥା ଲଦାଖର ଉପରାଜ୍ୟପାଳ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ରାଜସ୍ଥାନ, ଗୁଜରାଟ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏବଂ ସିକିମ ସରକାରଙ୍କ ପ୍ରତିନିଧି ଯୋଗ ଦେଇଥିଲେ। କେନ୍ଦ୍ର ଗୃହ ସଚିବ, ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ନିର୍ଦ୍ଦେଶକ, ସୀମା ସୁରକ୍ଷା ବାହିନୀ (ବିଏସଏଫ୍) ନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ନିର୍ଦ୍ଦେଶକଙ୍କ ସମେତ ଗୃହ ମନ୍ତ୍ରଣାଳୟ (ଏମଏଚଏ)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ୨୨ ଏପ୍ରିଲ୍, ୨୦୨୫ ରେ କାଶ୍ମୀରର ପହଲଗାମରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ପରେ…
ନୂଆଦିଲ୍ଲୀ: ‘‘ଅପରେସନ୍ ସିନ୍ଦୁର ମାଧ୍ୟମରେ, ଭାରତ ନିଜ ମାଟିରେ ଆକ୍ରମଣର ଜବାବ ଦେବାକୁ ନିଜର ଅଧିକାର ପ୍ରୟୋଗ କରିଛି ଏବଂ ସଶସ୍ତ୍ର ବାହିନୀ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ତାଲିମ କେନ୍ଦ୍ର ଏବଂ ଶିବିରଗୁଡ଼ିକୁ ଧ୍ୱଂସ କରିବାରେ ସଠିକତା, ସତର୍କତା ଏବଂ ଚେତନାପୂର୍ଣ୍ଣ କାର୍ଯ୍ୟ କରି ଇତିହାସ ସୃଷ୍ଟି କରିଛି,’’ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଦିଲ୍ଲୀ କ୍ୟାଣ୍ଟର ମାନେକଶା ସେଣ୍ଟରରେ ସୀମା ସଡ଼କ ସଂଗଠନର ୬୬ତମ ପ୍ରତିଷ୍ଠା ଦିବସ ସମାରୋହରେ ତାଙ୍କ ଅଭିଭାଷଣରେ ସେ ଜୋର ଦେଇ କହିଛନ୍ତି, ସାଧାରଣ ନାଗରିକଙ୍କୁ କ୍ଷତି ନ ପହଞ୍ଚାଇ ଯୋଜନାବଦ୍ଧ ଭାବରେ ଟାର୍ଗେଟଗୁଡ଼ିକୁ ଧ୍ୱଂସ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆତଙ୍କବାଦୀ ଆକ୍ରମଣର ଉପଯୁକ୍ତ ଜବାବ ଦେବା ପାଇଁ ସେ ସଶସ୍ତ୍ର ବାହିନୀକୁ ପ୍ରଶଂସା କରିଛନ୍ତି। ରାଜନାଥ ସିଂହ କହିଛନ୍ତି ଯେ ଆଜି ଆମ ସଶସ୍ତ୍ର ବାହିନୀର କାର୍ଯ୍ୟାନୁଷ୍ଠାନକୁ ସମଗ୍ର ବିଶ୍ୱ ଦେଖିଛି। ଏହା ଅତ୍ୟନ୍ତ…
ମେଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂତନ କାର୍ଯ୍ୟ ପାଇଁ ଖୁସି ହେବେ। ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କ ପ୍ରକୃତିରେ ଅଧିକ ରହିବ। ତେଣୁ ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ। ବୃଷ- ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ। ଆପଣ କଳାକ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ। ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ। ଆପଣ ମନୋରଞ୍ଜନ କ୍ଷେତ୍ରରେ ଆଗ୍ରାହୀ ରହିବେ ସହିତ ମନୋରଞ୍ଜନକୁ ଉପଭୋଗ କରିବେ। ବ୍ୟବସାୟୀମାନେ ସଂଗ୍ରହ ଟଙ୍କା ଫେରି ପାଇବାର ସମ୍ଭାବନା ଅଛି। ମିଥୁନ- ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା ଆବଶ୍ୟକ। ଅର୍ଥ ଏବଂ ଖ୍ୟାତି ହରାଇବାର ସମ୍ଭାବନା ରହିଛି। କିନ୍ତୁ ମଧ୍ୟଭାଗ ପରେ ଆପଣଙ୍କ ମନ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି କେନ୍ଦ୍ରୀୟ କ୍ଷେତ୍ର/ରାଜ୍ୟ କ୍ଷେତ୍ର/ସ୍ୱାଧୀନ ବିଦ୍ୟୁତଶକ୍ତି ଉତ୍ପାଦକ (ଆଇ.ପି.ପି.)ର ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକୁ ନୂତନ କୋଇଲା ଲିଙ୍କେଜ୍ ବା ସଂଯୋଗୀକରଣ ପ୍ରଦାନ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ସଂଶୋଧିତ ଶକ୍ତି ନୀତି ଅଧୀନରେ ନିମ୍ନଲିଖିତ ଦୁଇଟି ବିକଳ୍ପ ପ୍ରସ୍ତାବ ଦିଆଯାଇଛି। କ. କେନ୍ଦ୍ରୀୟ ବିଦ୍ୟୁତ ଉତ୍ପାଦନ କମ୍ପାନୀ/ରାଜ୍ୟଗୁଡ଼ିକ ସହିତ ଅଧିସୂଚିତ ମୂଲ୍ୟରେ କୋଇଲା ସଂଯୋଗୀକରଣ: ୱିଣ୍ଡୋ-୧ ଖ. ସମସ୍ତ ଉତ୍ପାଦନକାରୀ କମ୍ପାନୀକୁ ବିଜ୍ଞପିତ ମୂଲ୍ୟ ଠାରୁ ଅଧିକ ପ୍ରିମିୟମରେ କୋଇଲା ସଂଯୋଗୀକରଣ: ୱିଣ୍ଡୋ-୨ ୱିଣ୍ଡୋ-୧ (ଅଧିସୂଚିତ ମୂଲ୍ୟରେ କୋଇଲା): ଯୁଗ୍ମ ଉଦ୍ୟୋଗ (ଜେଭି) ଏବଂ ସେମାନଙ୍କ ସହାୟକ କମ୍ପାନୀ ସମେତ କେନ୍ଦ୍ରୀୟ କ୍ଷେତ୍ରର ତାପଜ ବିଦ୍ୟୁତ ପ୍ରକଳ୍ପ (ଟିପିପି) ଗୁଡ଼ିକୁ କୋଇଲା ସଂଯୋଗ ପ୍ରଦାନ କରିବାର ବର୍ତ୍ତମାନର ବ୍ୟବସ୍ଥା ଜାରି ରହିବ। ଶକ୍ତି ମନ୍ତ୍ରଣାଳୟର ସୁପାରିସ କ୍ରମେ, ବର୍ତ୍ତମାନ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ଏବଂ ରାଜ୍ୟ ଗୋଷ୍ଠୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଆନ୍ଧ୍ର ପ୍ରଦେଶ (ଆଇଆଇଟି ତିରୁପତି), କେରଳ (ଆଇଆଇଟି ପଲକ୍କଡ), ଛତିଶଗଡ଼ (ଆଇଆଇଟି ଭିଲାଇ), ଜାମ୍ମୁ-କାଶ୍ମୀର (ଆଇଆଇଟି ଜାମ୍ମୁ) ଏବଂ କର୍ଣ୍ଣାଟକ (ଏଚଟି ଧରୱାଡ) ଆଦି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା ପାଞ୍ଚଟି ନୂତନ ଆଇଆଇଟିର ଶିକ୍ଷା ଏବଂ ଭିତ୍ତିଭୂମି କ୍ଷମତା (ପର୍ଯ୍ୟାୟ-‘ବି’ ନିର୍ମାଣ) ର ସମ୍ପ୍ରସାରଣକୁ ମଞ୍ଜୁରି ଦେଇଛନ୍ତି। ଏଥିପାଇଁ ୨୦୨୫-୨୬ରୁ ୨୦୨୮-୨୯ ଚାରି ବର୍ଷ ମଧ୍ୟରେ ମୋଟ୍ ୧୧ ହଜାର ୮୨୮ କୋଟି ୭୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। କ୍ୟାବିନେଟ ମଧ୍ୟ ଏହି ଆଇଆଇଟିଗୁଡ଼ିକରେ ୧୩୦ଟି ଅଧ୍ୟାପକ ପଦବୀ (ପ୍ରଫେସର ସ୍ତରରେ ଅର୍ଥାତ୍ ଲେଭଲ୍ ୧୪ ଏବଂ ତଦୁର୍ଦ୍ଧ୍ବ) ସୃଷ୍ଟି କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଶିଳ୍ପ-ଶିକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ପାଞ୍ଚଟି ନୂତନ ଅତ୍ୟାଧୁନିକ ଗବେଷଣା ପାର୍କ ମଧ୍ୟ ନିର୍ମାଣ ହେବାକୁ ଯାଉଛି। କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ: ଏହି ଆଇଆଇଟିଗୁଡ଼ିକରେ ସ୍ନାତକ (ୟୁଜି),…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରୋହିତ ଶର୍ମା ଇନଷ୍ଟାଗ୍ରାମରେ ଏକ କାହାଣୀ ସେୟାର କରି ଏହି ସୂଚନା ଦେଇଛନ୍ତି। ରୋହିତ ତାଙ୍କ ପୋଷ୍ଟରେ ଲୋକଙ୍କ ଭଲପାଇବା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଭାରତୀୟ କ୍ରିକେଟ ଦଳର ଇଂଲଣ୍ଡ ଗସ୍ତ ପୂର୍ବରୁ ରୋହିତ ଶର୍ମା ଏହି ନିଷ୍ପତ୍ତି ନେଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଜୁନ୍ ୨୦ ତାରିଖରୁ ଖେଳାଯିବ।
ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ବାଲୁଙ୍କେଶ୍ୱର ମହାଦେବଙ୍କର ଗତ ମାସ ୩୦ ତାରିଖରେ ଉଦଣ୍ଡ ପାଣି ତୋଳା ହୋଇଥିଲା। ଚଳିତ ବର୍ଷ ୯ ଦିନ ପାଇଁ ପାଣି ତୋଳା ହୋଇଥିଲା। ତେବେ ଆଜି ବାଲୁଙ୍କେଶ୍ୱର ଦେବଙ୍କ କାମନା ମନ୍ଦିର ଠାରେ ମେରୁ କାର୍ଯ୍ୟ ସମ୍ପନ୍ନ ହୋଇ ଯାଇଛି। ମେରୁ ଦିବସରେ ଭଗତା ଓ ଭକ୍ତମାନେ ବିଛା ଯାଇଥିବା କଣ୍ଟା ଉପରେ ଶୋଇ ଗଡି ଗଡି ଏକ ପାର୍ଶ୍ୱ ରୁ ଅନ୍ୟ ପାର୍ଶ୍ୱ କୁ ଯାଇ ନିଜର ଭକ୍ତିର ପରୀକ୍ଷା ଦେଇଥିଲେ। ଏହି କଣ୍ଟାଗଡା ନୀତି ଦେଖିବା ପାଇଁ ଶହ ଶହ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା। ଗୁରୁବାର ଦିନ ସକାଳେ ଝାମୁ ଚଲା ନୀତି ସମ୍ପନ୍ନ ହେବ ବୋଲି ଗ୍ରାମବାସୀ କହିଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶରେ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନଗୁଡ଼ିକର ଉନ୍ନତିକରଣ ପାଇଁ ଏକ ଜାତୀୟ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ସେହିପରି କେନ୍ଦ୍ର ପ୍ରାୟୋଜିତ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ପାଇଁ ୫ଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। ଭୁବନେଶ୍ୱରରେ ମଧ୍ୟ ଗୋଟିଏ କେନ୍ଦ୍ର ପ୍ରତିଷ୍ଠା ହେବ। ଶିଳ୍ପ ତାଲିମ ପ୍ରତିଷ୍ଠାନଗୁଡ଼ିକର ଉନ୍ନତିକରଣ ଏବଂ ଦକ୍ଷତା ବିକାଶ ପାଇଁ ୫ଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ୨୦୨୪-୨୫ ଓ ୨୦୨୫-୨୬ ବଜେଟରେ କରାଯାଇଥିବା ଘୋଷଣା ଅନୁରୂପ ହେବ ଏବଂ ଏହାକୁ ୬୦ ହଜାର କୋଟି ଟଙ୍କାର ବଜେଟ୍ ସହିତ କେନ୍ଦ୍ର ପ୍ରାୟୋଜିତ ଯୋଜନା ରୂପେ କାର୍ଯ୍ୟକାରୀ କରାଯିବ। ଏଥିରେ କେନ୍ଦ୍ର ଅଂଶଧନ ୩୦ ହଜାର କୋଟି ଟଙ୍କା,…
ନୂଆଦିଲ୍ଲୀ: ଭାରତୀୟ ସେନା ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଉଚିତ ଜବାବ ଦେଇଛି। ଏହି ଆକ୍ରମଣରେ ଡଜନ ଡଜନ ଆତଙ୍କବାଦୀଙ୍କୁ ହତ୍ୟା କରି ଭାରତ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ଏହି ଆକ୍ରମଣ ପରେ ଭାରତର ସବୁଠି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ଉତ୍ତେଜନା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବୋମା ମାଡ଼ ହେବାର ଧମକ ଦିଆଯାଇଛି। ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ବୋମା ଧମକ: ଭାରତୀୟ କ୍ରିକେଟ ଜଗତର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ଗୋଟିଏ, IPL 2025, ବର୍ତ୍ତମାନ ଚାଲିଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନେକ ଆଇପିଏଲ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ ମଧ୍ୟରେ ଗୁଜରାଟ କ୍ରିକେଟ୍ ଆସୋସିଏସନ୍ (GCA) କୁ ଏକ ଧମକପୂର୍ଣ୍ଣ ମେଲ୍ ମିଳିଛି। ଏହି ମେଲରେ ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଏହି ଇମେଲରେ ଲେଖାଯାଇଛି, ‘ଆମେ ତୁମର ଷ୍ଟାଡିୟମକୁ…
ଭୁବନେଶ୍ୱର: ଅପରେସନ୍ ସିନ୍ଦୁର ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭାରତୀୟ ସେନାର ଉଚ୍ଚ ପ୍ରଶଂସା କରିଛନ୍ତି। ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଭାରତ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଦୃଢ ପଦକ୍ଷେପ ଗ୍ରହଣ କରିଆସିଛି। ଅପରେସନ୍ ସିନ୍ଦୁର ହେଉଛି ଏହାର ପ୍ରକୃଷ୍ଟ ନିଦର୍ଶନ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସିନ୍ଦୁର ହେଉଛି ଆମ ପରମ୍ପରା, ତ୍ୟାଗ ଓ ସଂକଳ୍ପର ପ୍ରତୀକ। ଭାରତର ସୈନିକ ମାନେ ସେହି ସଂକଳ୍ପର ସମ୍ମାନ ରକ୍ଷା କରିବାକୁ ସଦା ସର୍ବଦା ପ୍ରସ୍ତୁତ ବୋଲି ପ୍ରମାଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ କୌଣସି ପରିସ୍ଥିତିରେ ଆତଙ୍କବାଦକୁ ବରଦାସ୍ତ କରାଯିବ ନାହିଁ। ମୋଦୀଜୀଙ୍କ ନେତୃତ୍ୱରେ ଆତଙ୍କବାଦ ବିରୋଧରେ ଭାରତର ଦୃଢ ପଦକ୍ଷେପ ଜାରି ରହିବ ବୋଲି ସେ କହିଛନ୍ତି।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସେଠାରେ ଏକ ନୂତନ ଏମରଜେନ୍ସି ୟୁନିଟର ଶିଳାନ୍ୟାସ କରିବା ସହିତ କଲେଜ୍ରେ ଏକ ହୋମିଓପାଥି ଗବେଷଣା ଓ ବିଶ୍ଳେଷଣ ବିଭାଗ (Homoeopathic Research & Analysis Department) ଖୋଲାଯିବ ବୋଲି ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ରକ୍ତଦାନ ଶିବିରର ଉଦ୍ଘାଟନ ମଧ୍ୟ କରିଛନ୍ତି। ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଓଡିଶାରେ ହୋମିଓପାଥିକ୍ ଶିକ୍ଷାର ପ୍ରସାର ଓ ହୋମିଓପାଥିକ୍ ଚିକିତ୍ସାର ଲୋକପ୍ରିୟତା ବୃଦ୍ଧି ଦିଗରେ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅବଦାନ ଅତୁଳନୀୟ। ଏହି କଲେଜ୍ ରାଜ୍ୟର ଏକ ପ୍ରତିଷ୍ଠିତ କଲେଜ୍। ହୋମିଓପାଥିକ୍ ଶିକ୍ଷା, ଗବେଷଣା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଏହା କେବଳ ରାଜ୍ୟ କାହିଁକି, ସାରା ଦେଶର…
ନୂଆଦିଲ୍ଲୀ: ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେର 9ଟି ସ୍ଥାନରେ ବିମାନ ଆକ୍ରମଣ କରି ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି। ଏହି ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ଏବଂ ଏକ ଭୟଙ୍କର ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବା ଆରମ୍ଭ ହୋଇଛି। ଏବେ ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ, ଆଇପିଏଲ 2025ରେ ମୁମ୍ବାଇ ଇଣ୍ଡିଆନ୍ସ ବନାମ ପଞ୍ଜାବ କିଙ୍ଗ୍ସ ମ୍ୟାଚ୍ର ସ୍ଥାନ ପରିବର୍ତ୍ତନ କରାଯାଇପାରେ। ପ୍ରକାଶ ଯୋଗ୍ୟ ଯେ, ଏହି ମ୍ୟାଚ୍ ମେ ୧୧ ତାରିଖରେ ଧର୍ମଶାଳାରେ ଖେଳାଯିବାକୁ ଅଛି। ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମେ ୧୧ରେ ହେବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ ବନାମ ପଞ୍ଜାବ କିଙ୍ଗ୍ସ ମ୍ୟାଚ୍ ଧର୍ମଶାଳାରୁ ୱାଙ୍ଖଡେକୁ ସ୍ଥାନାନ୍ତର କରିବା ପାଇଁ ଆଲୋଚନା ଚାଲିଛି। ପୂର୍ବରୁ, ଆଉ ଏକ ଦାବି ସାମ୍ନାକୁ ଆସିଥିଲା ଯେ, ମୁମ୍ବାଇ ଇଣ୍ଡିଆନ୍ସ ଦଳ ମେ ୮ ତାରିଖରେ…
ନୂଆଦିଲ୍ଲୀ: ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ଏହାକୁ ନେଇ ଆଜି ପାକିସ୍ତାନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭାରତୀୟ ବିମାନ ଆକ୍ରମଣ ବିଷୟରେ ଆଲୋଚନା କରାଯାଇଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଆଜି ସନ୍ଧ୍ୟାରେ ଏହି ପ୍ରସଙ୍ଗରେ ସଂସଦରେ ଭାଷଣ ଦେଇପାରନ୍ତି। ଆଜି ଭୋର ସମୟରେ ଭାରତୀୟ ସେନା ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରିଥିଲା। ପ୍ରତିଶୋଧ ନେବା ପାଇଁ ଅନୁମତି ମାଗିଲା ପାକ୍ ସେନା: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା ପରିଷଦ (NSC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କ୍ୟାବିନେଟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସମସ୍ତ ସଶସ୍ତ୍ର ବାହିନୀ ମୁଖ୍ୟ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। NSC ବୈଠକ ଦୁଇ…
ନୂଆଦିଲ୍ଲୀ: ପାକିସ୍ତାନରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ଆକ୍ରମଣ ପରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସମସ୍ତ ଅର୍ଦ୍ଧସାମରିକ ବାହିନୀର ମୁଖ୍ୟମାନଙ୍କୁ ଛୁଟିରେ ଥିବା ସେମାନଙ୍କର କର୍ମଚାରୀମାନଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶାହ ଜମ୍ମୁ-କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ସାଧାରଣ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ନିଶ୍ଚିତ କରିବାକୁ ମଧ୍ୟ ସେ ସେମାନଙ୍କୁ କହିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ସାଧାରଣ ଜନତାଙ୍କୁ ଆଶ୍ରୟ ଦେବା ପାଇଁ ବଙ୍କରଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ବୋଲି ସୂତ୍ରରୁ ଜଣାପଡିଛି। ସେ କହିଛନ୍ତି ଯେ, ଗୃହମନ୍ତ୍ରୀ ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ମୁଖ୍ୟମାନଙ୍କୁ ଛୁଟିରେ ଥିବା କର୍ମଚାରୀମାନଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶାହା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପରିସ୍ଥିତିର ମଧ୍ୟ ସମୀକ୍ଷା କରିଥିଲେ ଏବଂ ଶୀର୍ଷ ସୁରକ୍ଷା ଅଧିକାରୀମାନଙ୍କୁ…
ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସିଛି। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ନିଚ୍ଛକ ଓ ବାସ୍ତବବାଦୀ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ। ଯେଉଁଥିପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା। ପ୍ରସାରିତ ହେବାର ଖୁବ କମ୍ ସମୟ ମଧ୍ୟରେ ବେଶ୍ ଲୋକପ୍ରିୟତା ସାଉଁଟୁଛି ‘ସାଥୀ ସାତ ଜନ୍ମର’ ଧାରାବାହିକ। କାହାଣୀରେ ଆମେ ଦେଖିବାକୁ ପାଉଛନ୍ତି ଯେ, ଅର୍ଚ୍ଚନା ଓ ଦେବ ବିବାହ ବନ୍ଧନରେ ବାନ୍ଧି ହେବା ପୁର୍ବରୁ ପରିବାର ସମ୍ବନ୍ଧୀୟ ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇଛନ୍ତି। ବାହାଘର ଦିନ ଦେବଙ୍କ ବାପା ନଟ ବାହାଘର ସ୍ଥାନରେ ମଦ୍ୟପାନ କରି ଅଚେତ୍ ଅବସ୍ଥାରେ ପଡିଥିବାର ଦେଖାଯାଏ, ଯାହାପରେ ଘଟଣା ନାଟକୀୟ ମୋଡ଼ ନେଇଥାଏ। ବିବାହ ଜାରି ରହିବା ସମୟରେ ଭାର୍ଗବୀ ଓ ପ୍ରିନ୍ସ ବାହାଘରକୁ ଭଣ୍ଡୁର କରିବାକୁ…
ନୂଆଦିଲ୍ଲୀ: ଭାରତୀୟ ସେନାର ଅପରେସନ ସିନ୍ଦୂରରେ ମସୁଦ ଆଝାର ପରିବାରର ୧୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହା ବ୍ୟତୀତ ମସୁଦ ଆଝାରର ଆତଙ୍କବାଦୀ ଭାଇ ରୌଫ ଅସଗର ମଧ୍ୟ ଗୁରୁତର ଆହତ ହୋଇଛି। ମୃତକଙ୍କ ତାଲିକାରେ ମାସୁଦ ଆଝାରର ଭାଇ ଏବଂ ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ରୌଫ ଅସଗରର ପୁଅ ହୁଜୈଫା ମଧ୍ୟ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ରୌଫ ଅସଗରର ଭାଇର ସ୍ତ୍ରୀଙ୍କ ମୃତ୍ୟୁ ଖବର ମଧ୍ୟ ଆସୁଛି। ମସୁଦ ଆଝାର କିଏ?: ମସୁଦ ଆଝାର ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ଏବଂ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ। ମସୁଦକୁ ଭାରତ ପାଇଁ ସବୁଠାରୁ ବିପଦଜନକ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ୧୯୯୯ ମସିହାରେ ଇଣ୍ଡିଆନ୍ ଏୟାରଲାଇନ୍ସ ଅପହରଣ ମାମଲାରେ ମସୁଦ ଆଝାରକୁ ଗିରଫ କରାଯାଇଥିଲା କିନ୍ତୁ ପରେ ବନ୍ଧକଙ୍କ ମୁକ୍ତି ବଦଳରେ ତାକୁ ମୁକ୍ତ କରାଯାଇଥିଲା। ସେବେଠାରୁ ସେ ପାକିସ୍ତାନରେ ଲୁଚି ରହିଛି ଏବଂ ଅନେକ ବଡ଼…
ନୂଆଦିଲ୍ଲୀ: ଭାରତ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ଭାରତୀୟ ସେନା, ବାୟୁସେନା ଏବଂ ନୌସେନା ମିଳିତ ଭାବରେ ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପିଓକେ ଅଧିକୃତ ଜମ୍ମୁ ଏବଂ କାଶ୍ମୀର (POJK)ରେ ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲେ। ଏହି ସ୍ଥାନଗୁଡ଼ିକରେ ଲସ୍କର-ଏ-ତୋଏବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନର ୯୦୦ ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଇଥିଲା। ଭାରତ ପାକିସ୍ତାନ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନକୁ ଅପରେସନ ସିନ୍ଦୂର ନାମରେ ନାମିତ କରିଛି, ଯାହା ଉପରେ ସୂଚନା ପାଇଁ ଭାରତୀୟ ସେନା ଏକ ସାମ୍ବାଦିକ ସମ୍ମିଳନୀ ଡାକିଛି। ସାମ୍ବାଦିକ ସମ୍ମିଳନୀରେ ସେନା କହିଛି ଯେ, କେଉଁ ଲକ୍ଷ୍ୟସ୍ଥଳକୁ ଆଧାର କରି ଅପରେସନ ଆରମ୍ଭ କରାଯାଇଥିଲା ଏବଂ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମଧ୍ୟ ଏଠାରେ ଯୋଜନା କରାଯାଇଥିଲା ସେ ବିଷୟରେ ନିର୍ଭରଯୋଗ୍ୟ ସୂଚନା ସେମାନଙ୍କ ପାଖରେ ଅଛି। ଭାରତୀୟ ସେନାର କର୍ଣ୍ଣେଲ ସୋଫିଆ କୁରେଶୀ କହିଛନ୍ତି ଯେ, କୌଣସି ସାଧାରଣ ନାଗରିକ ଯେପରି ଟାର୍ଗେଟ…
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇ, ଭାରତୀୟ ସେନା କ୍ଷେପଣାସ୍ତ୍ର ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନର ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଦେଇଛି। ଏହି ବିଷୟରେ ପୂର୍ବତନ ସେନା ମୁଖ୍ୟ ମନୋଜ ନରବଣେ କହିଛନ୍ତି ଯେ, ପିକ୍ଚର ଏବେ ବି ବାକି ଅଛି। ପୂର୍ବତନ ସେନାମୁଖ୍ୟ ସୂଚିତ କରିଛନ୍ତି ଯେ, ଯଦି ପାକିସ୍ତାନ ଭାରତରେ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରି ବିବାଦକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଏ, ତେବେ ଏପରି ଆହୁରି ଆକ୍ରମଣ ସମ୍ଭବ। ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ୨୬ ଜଣ ସାଧାରଣ ନାଗରିକଙ୍କ ନିର୍ମମ ହତ୍ୟାକାଣ୍ଡ ପରେ ଏକ ସାହସିକ ଏବଂ ସୁଚିନ୍ତିତ ପ୍ରତିଶୋଧ ସ୍ୱରୂପ, ଭାରତ ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନୀ ଅଞ୍ଚଳ ଭିତରକୁ ଏକ ବିଶାଳ ସାମରିକ ଅଭିଯାନ ଆରମ୍ଭ କରିଥିଲା। ରାତିର ଅନ୍ଧାରରେ କରାଯାଇଥିବା ଏହି ଅପରେସନରେ, ଭାରତୀୟ ବାୟୁସେନା କ୍ଷେପଣାସ୍ତ୍ର ସାହାଯ୍ୟରେ…
ନୂଆଦିଲ୍ଲୀ: ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ଆତ୍ମସମର୍ପଣ କରିଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ, ଯଦି ଭାରତ ଆକ୍ରମଣ ବନ୍ଦ କରେ ତେବେ ଆମେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ।

