ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଭାରତର ଏୟାର ଷ୍ଟ୍ରାଇକ୍ ପରେ ଚୀନ୍ ର ପ୍ରତିକ୍ରିୟା ଆସିଛି। ଆଜି ପାକିସ୍ତାନ ଏବଂ ଭାରତ ମଧ୍ୟରେ ପରିସ୍ଥିତି ବିଷୟରେ ପଚରାଯିବାରୁ, ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଥିଲେ ଯେ, ଚୀନ୍ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନକୁ “ଦୁଃଖଦ” ବୋଲି ବିବେଚନା କରେ। ସେ କହିଛନ୍ତି ଯେ, ଏହି ପରିସ୍ଥିତିକୁ ନେଇ ଚୀନ ଚିନ୍ତିତ। ମୁଖପାତ୍ର ଆହୁରି କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ଉଭୟ ପରସ୍ପରର ପଡ଼ୋଶୀ ଏବଂ ଚୀନର ପଡ଼ୋଶୀ ମଧ୍ୟ। ଚୀନ୍ ସମସ୍ତ ପ୍ରକାରର ଆତଙ୍କବାଦକୁ ବିରୋଧ କରେ, କିନ୍ତୁ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ସମସ୍ତ ପକ୍ଷଙ୍କୁ ନିବେଦନ କରେ। ଚୀନ୍ ଭାରତ ଏବଂ ପାକିସ୍ତାନକୁ ସଂଯମତା ଅବଲମ୍ବନ କରିବାକୁ, ପରିସ୍ଥିତିକୁ ଆହୁରି ଖରାପ କରିପାରୁଥିବା କୌଣସି ପଦକ୍ଷେପ ନେବାରୁ ଦୂରେଇ ରହିବାକୁ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ସମସ୍ୟାର ସମାଧାନ କରିବାକୁ କହିଛି।
Author: SM Network
ନୂଆଦିଲ୍ଲୀ: ‘ଅପରେସନ୍ ସିନ୍ଦୂର’ ପରେ, ଗୁଜରାଟ କଂଗ୍ରେସ ନେତା ଏବଂ ବିଧାୟକ ଜିଗ୍ନେଶ ମେୱାନି ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ କିଛି ପୋଷ୍ଟ କରିଛନ୍ତି, ଯାହା ବିବାଦୀୟ ହୋଇପାରେ। ସେ ଲେଖିଛନ୍ତି ଯେ, ‘ଯୁଦ୍ଧପ୍ରେମୀ, ଧାର୍ମିକ ଘୃଣା ଏବଂ ନକଲି ଜାତୀୟତାବାଦ ସହିତ ଲଢ଼।’ ଆତଙ୍କ ଭୋକରେ ମରିଯିବ। କିନ୍ତୁ, ମେୱାନି ପରେ ଏହି ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ। ଏହା ପୂର୍ବରୁ ଜିଗ୍ନେଶ ମେୱାନି ଜମ୍ମୁ କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ନୌସେନା ଅଧିକାରୀ ବିନୟ ନରୱାଲଙ୍କ ପତ୍ନୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏବଂ ଲେଖିଥିଲେ, “ଆମେ ଘୃଣା ଚାହୁଁନାହୁଁ, ଆମେ ନ୍ୟାୟ ଚାହୁଁ। ସହିଦ ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ପତ୍ନୀଙ୍କ ଏହି ବୟାନ ସମଗ୍ର ଦେଶ ପାଇଁ ଏକ ବାର୍ତ୍ତା।” ସେ କହିଥିଲେ ଯେ, ଯେତେବେଳେ ଯନ୍ତ୍ରଣା ଏତେ ଗଭୀର ଥାଏ ଏବଂ ସେତେବେଳେ ମଧ୍ୟ କେହି ଘୃଣାର କଥା କୁହନ୍ତି…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ଅର୍ନ୍ତଗତ ଫୁଲୁଟା ଗ୍ରାମରେ ରାତି ଅଧିଆ ବୋମାମାଡ଼ ଯୋଗୁଁ ଗତ କିଛି ଦିନ ହେଲା ଗ୍ରାମରେ ଅଶାନ୍ତ ସୃଷ୍ଟି ସହ ପୋଲିସ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ି ଯାଇଥିଲା। ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଙ୍କ ନେତୃତ୍ବରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଦୁଇ ପ୍ଲାଟୁନ୍ ପୋଲିସ ମୁତୟନ କରିଥିଲେ ଓ ଗୁରୁତର ସହ ଘଟଣାର ଅନୁଧ୍ୟାନ କରି ଗାଁ ରେ ସଂଯୁକ୍ତ ସିସିଟିଭି କ୍ୟାମେରା ଫୁଟେଜକୁ ଆଧାର କରି ନିମଖଣ୍ଡି ଥାନା ପୋଲିସ୍ ଉକ୍ତ ଗାଁ ରୁ ୮ ଜଣ ଅଭିଯୁକ୍ତ ଯଥା ଲିଙ୍ଗରାଜ ଚର୍ଚ୍ଚା, ବଳରାମ ନାହାକ, ଦଣ୍ଡପାଣି ଶାସମଲ, ସନ୍ୟାସୀ ଶାସମଲ, ସୁକାନ୍ତ ନାହାକ, ପୁର୍ଣ୍ଣ ବସ୍ତିଆ,ତପନ ଚର୍ଚ୍ଚା ଓ ସନ୍ତୋଷ ମଲ୍ଲିକ କୁ ଉଠାଇ ଆଣି ଜେରା କରିବା ପରେ ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଦଫାରେ ଗିରଫ କରିଛନ୍ତି। ପୁର୍ବ ଶତୃତା…
ନୂଆଦିଲ୍ଲୀ: ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନଯାନ’ କାର୍ଯ୍ୟକ୍ରମ ଏହାର ଅନ୍ତିମ ପର୍ଯ୍ୟାୟରେ ପ୍ରବେଶ କରିଛି। ୨୦୨୭ର ପ୍ରଥମ ତ୍ରୟମାସରେ ଏହାର ଉଡ଼ାଣ ନିର୍ଦ୍ଧାରିତ ହୋଇଛି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଆଣବିକ ଶକ୍ତି ବିଭାଗ, ମହାକାଶ ବିଭାଗ, କାର୍ମିକ, ଜନ ଅଭିଯୋଗ ଏବଂ ପେନସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ନୂଆଦିଲ୍ଲୀର ନେସନାଲ ମଡିଆ ସେଣ୍ଟରରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ସେ ମିଶନର ବର୍ତ୍ତମାନର ସ୍ଥିତି, ବୈଷୟିକ ପ୍ରଗତି ଏବଂ ଭାରତର ମିତବ୍ୟୟୀ ମହାକାଶ କାର୍ଯ୍ୟକ୍ରମରୁ ମିଳୁଥିବା ଆର୍ଥିକ ଲାଭ ବିଷୟରେ ମଧ୍ୟ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ। ଏହି ଅବସରରେ ଇସ୍ରୋର ଅଧ୍ୟକ୍ଷ ତଥା ମହାକାଶ ବିଭାଗର ସଚିବ ଡକ୍ଟର ଭି. ନାରାୟଣନ ମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ। ଡକ୍ଟର ଜିତେନ୍ଦ୍ର ସିଂହ କହିଥିଲେ, ଚଳିତ ବର୍ଷ ପ୍ରାରମ୍ଭରେ ଟିଭି-ଡି ୱାନ୍…
ଭୁବନେଶ୍ୱର: ସ୍ୱାଧୀନତା ପୂର୍ବରୁ ହାତଗଣତିରେ ଅତି କମ୍ ସଂଖ୍ୟକ ବିଦ୍ୟାଳୟ ଥିଲା। ସେତେବେଳେ ଉଚ୍ଚ ବିଦ୍ୟାଳୟ ସଂଖ୍ୟା ୧୩୧ଟି ଥିଲା ଓ ଉ.ପ୍ରା. ବିଦ୍ୟାଳୟ ଓ ନିମ୍ନ ମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା ବହୁତ କମ୍ ଥିଲା। ସେହି ସମୟରୁ ଜନସଂଖ୍ୟା ବୃଦ୍ଧିହେବା ଫଳରେ ପଞ୍ଚାୟତ ଗୁଡ଼ିକର ପୁର୍ନଗଠନ ହେଲା ଓ ଅନେକ ବିଦ୍ୟାଳୟ ନୂତନ ଭାବରେ ଖୋଲିଥିଲା। ୧୯୬୯ ଶିକ୍ଷା ଆଇନ୍ ଅନୁସାରେ ଶିକ୍ଷକ ମାନଙ୍କର ଦରମା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଯାଉନଥିଲା। ଅର୍ଥାତ୍ ମ୍ୟାନେଜମେଣ୍ଟ ଅଧୀନରେ ଥିଲା। ୧୯୭୪ ମସିହାରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ସମୟରେ ଶିକ୍ଷକମାନେ ସିଧାସଳଖ ଦରମା ପାଇଲେ। ୧୯୯୪ ମସିହାରେ ସ୍ୱର୍ଗତଃ ବିଜୁବାବୁଙ୍କ ସମୟରେ ଓଡ଼ିଶାରେ ଥିବା ୧୩ ଗୋଟି ଜିଲ୍ଲା ବୃଦ୍ଧି ହୋଇ ୨୭ ରେ ପହଞ୍ଚିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ବୃଦ୍ଧିପାଇ ୩୦ ରେ ପହଞ୍ଚିଥିଲା। ସେହି ସମୟରେ ଛଅ ହଜାର ଜନସଂଖ୍ୟା ବିଶିଷ୍ଟ ପଞ୍ଚାୟତରେ ଗୋଟିଏ, ଛଅ ହଜାରରୁ ଦଶ…
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିସାହିରେ ଥିବା ମା ଛତରେଇ ଦୁଗ୍ଧ ସଂଗ୍ରହ କେନ୍ଦ୍ର ବା ବ୍ଲକ ମିଲ୍କ ଚିଲର କେନ୍ଦ୍ରରୁ ଅପମିଶ୍ରଣ ଦୁଗ୍ଧ ଓମଫେଡ୍ କୁ ଦିଆଯାଉଥିବା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରଚାର ପ୍ରସାର ହୋଇଛି। ଏହି ଖବର ପ୍ରସାରିତ ହେବା ପରେ ଓମଫେଡ୍ ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେଙ୍କ ପ୍ରତିକ୍ରିୟା ଆସିଛି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ”ଏହି ଖବର ଆମ ନଜରକୁ ଆସିଛି। ଏଠାରେ ମୁଁ ସୂଚାଇ ଦେବାକୁ ଚାହେଁ କି ଓମଫେଡ୍ ହେଉଛି ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କର ଏକ ସମବାୟ ସଂସ୍ଥା। ଚାଷୀମାନଙ୍କଠାରୁ ସଂଗ୍ରହ କରାଯାଉଥିବା ଦୁଗ୍ଧ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ନିରୀକ୍ଷା କରାଯାଇଥାଏ। ଶିତଳୀକରଣ କେନ୍ଦ୍ରରେ ପୁନଃ ପରୀକ୍ଷା ହେବା ସହ ତାର ମାନ ପରୀକ୍ଷା କରାଯାଏ। ସଂଗ୍ରହ କରାଯାଉଥିବା ଦୁଗ୍ଧ ଅତ୍ୟାଧୁନିକ ମେସିନ ଦ୍ୱାରା ତନ୍ନତନ୍ନ କରି ପରୀକ୍ଷା ନିରୀକ୍ଷା କରାଯାଉଛି।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି। ଦୁଇ ଦେଶ ମଧ୍ୟରେ ମହତ୍ୱାକାଂକ୍ଷୀ ଏବଂ ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ଦ୍ବୈତ ଯୋଗଦାନ ଚୁକ୍ତି ଚୂଡ଼ାନ୍ତ ହୋଇଥିବାରୁ ତାହାକୁ ଦୁଇ ନେତା ସ୍ବାଗତ କରିଥିଲେ। ଉଭୟ ନେତା ଏହାକୁ ଦ୍ୱିପାକ୍ଷିକ ବ୍ୟାପକ ରଣନୈତିକ ସହଭାଗୀତାରେ ଏକ ଐତିହାସିକ ସଫଳତା ଭାବରେ ବର୍ଣ୍ଣନା କରିଛନ୍ତି। ଏହା ଉଭୟ ଦେଶର ଅର୍ଥନୀତିରେ ବାଣିଜ୍ୟ, ନିବେଶ, ନବସୃଜନ ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବ। ଦୁଇ ପ୍ରଧାନମନ୍ତ୍ରୀ ସହମତ ହୋଇଥିଲେ ଯେ ବିଶ୍ୱର ଦୁଇଟି ବୃହତ୍ ଏବଂ ମୁକ୍ତ ବଜାର ଅର୍ଥନୀତି ମଧ୍ୟରେ ଏହି ଐତିହାସିକ ଚୁକ୍ତି ବ୍ୟବସାୟ ପାଇଁ ନୂତନ ସୁଯୋଗ ଖୋଲିବ, ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ଘନିଷ୍ଠ କରିବ। ପ୍ରଧାନମନ୍ତ୍ରୀ ଷ୍ଟାରମର୍ କହିଛନ୍ତି ଯେ ସମଗ୍ର ବିଶ୍ୱର ଅର୍ଥନୀତି ସହିତ ମେଣ୍ଟକୁ ସୁଦୃଢ଼…
ନୂଆଦିଲ୍ଲୀ: “ଭାରତ ଟେଲିକମ୍ କେବଳ ଏକ ସମ୍ମିଳନୀ ନୁହେଁ – ଏହା ନବସୃଜନ, ସହଯୋଗ ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ମାଧ୍ୟମରେ ବିଶ୍ୱ ସଂଯୋଗର ଭବିଷ୍ୟତକୁ ଗଢ଼ି ତୋଳିବା ପାଇଁ ଭାରତର ଉଦ୍ଦେଶ୍ୟର ଏକ ଘୋଷଣା।” ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ବିକାଶ ଏବଂ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ ନୂଆଦିଲ୍ଲୀରେ ଭାରତ ଟେଲିକମ୍ 2025 ଉଦଘାଟନ କରି ଏହା କହିଛନ୍ତି। ସେ କହିଛନ୍ତି, “ଯେତେବେଳେ ବିଚାର, ନବସୃଜନ ଏବଂ ଇଚ୍ଛାଶକ୍ତି ମଧ୍ୟରେ ସମନ୍ୱୟ ସ୍ଥାପିତ ହୁଏ, ସେତେବେଳେ ଏହା ଏକ କୋଳାହଳ ନୁହେଁ, ବରଂ ଏକ ମଧୁର ତାଳମେଳ ସୃଷ୍ଟି କରିଥାଏ। ଭାରତ ଟେଲିକମ୍ ହେଉଛି ବିଶ୍ୱ ସହଯୋଗ ଏବଂ ସୁଯୋଗର ଏକ ମଜବୁତ ଆଧାର।’’ ଟେଲିକମ୍ ଉପକରଣ ଏବଂ ସେବା ରପ୍ତାନି ପ୍ରୋତ୍ସାହନ ପରିଷଦ (ଟିଇପିସି) ଦ୍ୱାରା, ଟେଲିକମ୍ ବିଭାଗ (ଡିଓଟି) ସହଯୋଗରେ ଆୟୋଜିତ, ଭାରତ ଟେଲିକମ୍ 2025 ଭାରତର ଟେଲିକମ୍ ଉତ୍ପାଦନ, ସେବା ଏବଂ ରପ୍ତାନି ପାଇଁ ଏକ…
ରଣପୁର: ପୁଣି ଚିକିତ୍ସାରେ ଡାକ୍ତରଙ୍କ ଅବହେଳା ପାଇଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯୁବକଙ୍କ ମୃତ୍ୟୁକୁ ନେଇ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଲାଗି ରହିଥିବା ଦେଖା ଦେଇଥିଲା। ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ଶତାଧିକ ଗ୍ରାମବାସୀ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କ୍ଷତି ପୁରଣ ଦାବି କରି ଆଉଟ ଡୋର ସମ୍ମୁଖରେ ଶତାଧିକ ଗ୍ରାମବାସୀ ମେଡିକାଲକୁ ଘେରି ରହିଥିଲେ। ଫଳରେ ଆଉଟ ଡୋରରେ ରୋଗୀ ଚିକିତ୍ସା ବନ୍ଦ ରହିଥିଲା। ମୃତ ଯୁବକ ଜଣଙ୍କ ହେଉଛନ୍ତି ରଣପୁର ବ୍ଲକ କନ୍ଧ ନୟାଗଡ଼ ଗ୍ରାମର ସୋମନାଥ ପଲେଇ। ମଙ୍ଗଳବାର ସକାଳୁ ଯୁବକ ଜଣକର ପେଟରେ ଯନ୍ତ୍ରଣା ହେବାରୁ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିଲେ। ଚିକିତ୍ସା ପାଇଁ ଆସିଥିବା ବେଳେ କାର୍ଯ୍ୟରତ ଡାକ୍ତର ବି.ବି. ବଳବନ୍ତରାୟ ତାଙ୍କୁ ୩ ରୁ ୪ ଟି ଇଞ୍ଜେକ୍ସନ ଦେଇଥିଲେ। ସେହି ସମୟରେ ଯୁବକ ଜଣଙ୍କର…
ମେଷ: – ହଠାତ୍ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଆଜି ଆପଣ ନିଜକୁ ଫସି ରହିଥିବାର ଅନୁଭବ କରିପାରିବେ। ଆଜି ଶୁଭ ହେବ। କଣ୍ଟିଜେଣ୍ଟ୍ ଲାଭର ଏକ ରାଶି ମିଳିବ । ବ୍ୟବସାୟ ଭଲ କରିବ ଏବଂ ଚାକିରିରେ ଅଭିବୃଦ୍ଧି ହେବାର ସମ୍ଭାବନା ରହିବ। ମନ ଖୁସି ହେବ ଏବଂ କାର୍ଯ୍ୟରେ ସଫଳତା ହେତୁ ଅର୍ଥନୈତିକ ସ୍ଥିତି ଦୃଢ ହେବ। ସାଙ୍ଗମାନଙ୍କୁ ଭେଟିବେ, ଯାହା ଲାଭଦାୟକ ହେବ। ପାରିବାରିକ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ। ଛାତ୍ରମାନେ ପଢିବା ଏବଂ ଲେଖିବାରେ ଆଗ୍ରହ ବଢାଇବେ। କଠିନ ପରିଶ୍ରମର ଆଶା କରାଯାଉଥିବା ଫଳାଫଳ ହାସଲ ହେବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ବୃଷ: – ଆଜି ମିଶ୍ରିତ ଦିନ ହେବ। ବ୍ୟବସାୟିକ କାର୍ଯ୍ୟକଳାପରେ ଅସୁବିଧା ହୋଇପାରେ। କାର୍ଯ୍ୟର ଭାର ଅଧିକ ହେବ, କିନ୍ତୁ କଠିନ ପରିଶ୍ରମ ସଫଳତା ଆଣିବ। ତଥାପି, ସାବଧାନ ହେବାର ଆବଶ୍ୟକତା ଅଛି। ପାଣି ଏବଂ ତରଳ ପଦାର୍ଥଠାରୁ ଦୂରରେ…
ଭୁବନେଶ୍ଵର: ଲଲାଟେନ୍ଦୁ ଶତପଥି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ମଙ୍ଗଳବାର ଏଆଇସିସି ପକ୍ଷରୁ ଏହା ଘୋଷଣା କରାଯାଇଛି। ଏଆଇସିସି ର ସାଧାରଣ ସମ୍ପାଦକ ତଥା ସାଂସଦ କେସି ଭେଣୁଗୋପାଳଙ୍କ ଦ୍ଵାରା ଏହା ଘୋଷଣା କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଲଲାଟେନ୍ଦୁ ଭାରତୀୟ ଜନତା ପାର୍ଟିର ଆଇଟି ଓ ସୋସିଆଲ ମିଡ଼ିଆ କନଭେନର, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଓ ମେଡ଼ିଆ ପ୍ୟାନେଲିଷ୍ଟ ଭଳି ଗୁରୁ ଦାଇତ୍ୱ ନିର୍ବାହ କରୁଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ଦଳ ଉପରେ ଅସନ୍ତୋଷ ହୋଇ ସ୍ଵାଧୀନ ପ୍ରାର୍ଥୀ ଭାବେ ସେ ବିଧାନସଭା ନିର୍ବାଚନ ଲଢିଥିଲେ। ତେବେ ସେ ଫେବୃୟାରୀ ୧ ତାରିଖ ୨୦୨୪ ରେ କଂଗ୍ରେସରେ ସାମିଲ ହୋଇଥିଲେ। କିନ୍ତୁ କଂଗ୍ରେସରେ ସାମିଲ ହେବା ମାତ୍ରେ ତାଙ୍କୁ ରାଜ୍ୟ କଂଗ୍ରେସ ନିର୍ବାଚନ ଉପାଧ୍ୟକ୍ଷ ଭାବେ ଦାଇତ୍ୱ ଦିଆଯାଇଥିଲା। ତେବେ ସାମାଜିକ ଗଣମାଧ୍ୟମରେ କଂଗ୍ରେସ ଦୁର୍ବଳ ମନେହେଉଥିବା ବେଳେ ଲଲାଟେନ୍ଦୁଙ୍କ…
ଖୋର୍ଦ୍ଧା: ସମ୍ଭାବ୍ୟ ଆକାଶ ମାର୍ଗ ବା ବାୟୁ ପଥ (ରେଡ୍)ରୁ କିପରି ଧନ ଜୀବନକୁ ସୁରକ୍ଷା ଦିଆଯାଇପାରିବ ସେ ସମ୍ବନ୍ଧରେ ଆସନ୍ତା କାଲି 7 ତାରିଖ ଅପରାହ୍ନ 4 ଘଟିକାରୁ 4 ଘଟିକା 30 ମିନିଟ ପର୍ଯ୍ୟନ୍ତ ଭୁବନେଶ୍ୱର ସଦର ମହକୁମା ବାପୁଜୀ ନଗର ଠାରୁ ରାଜମହଲ ଛକ ପର୍ଯ୍ୟନ୍ତ ହେବାକୁ ଯାଉଥିବା ମକ୍ ଡ୍ରିଲ୍ ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳ ଏବଂ ଜିଲ୍ଲାମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଓସୱାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାାଳ, ଖୋର୍ଦ୍ଧା, କିଶୋର କୁମାର ପଣ୍ଡା, ଉପଜିଲ୍ଲାପାଳ, ଭୁବନେଶ୍ୱର ଡ. ମନୋରଞ୍ଜନ ସାହୁ ଯୋଗଦେଇ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ମକ୍ ଡ୍ରିଲ ସମ୍ବନ୍ଧରେ ଆଲୋଚନା କରିଥିଲେ। ଜିଲ୍ଲାପାଳ…
ଭୁବନେଶ୍ୱର: ଆଜି ଅପରାହ୍ନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ମଂଚେଶ୍ୱର ରେଲୱେ ରୋଡସ୍ଥିତ ରାଜ୍ୟ ବିଦ୍ୟୁତ ଭାର ପ୍ରେରଣ କେନ୍ଦ୍ର (ଏସ୍ଏଲ୍ଡିସି) ପରିଦର୍ଶନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଏସଏଲଡିସିର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ସହିତ ଏହାର ନିୟନ୍ତ୍ରଣ କକ୍ଷ (କଂଟ୍ରୋଲ ରୁମ୍) ପରିଦର୍ଶନ କରି ସେଠାରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକଳାପ ସଂମ୍ପର୍କରେ କର୍ତ୍ତୃପକ୍ଷଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏସ୍ଏଲ୍ଡିସିର କାର୍ଯ୍ୟାବଳୀ, ରାଜ୍ୟର ବିଦ୍ୟୁତ ବ୍ୟବସ୍ଥାରେ ଏହାର ଗୁରୁତ୍ୱ ଏବଂ ବିଦ୍ୟୁତ ଗ୍ରୀଡର ନିରବଚ୍ଛିନ୍ନ ପରିଚାଳନା ପାଇଁ ଏହା କିପରି କାର୍ଯ୍ୟ କରୁଛି ସେ ବିଷୟରେ କର୍ମକର୍ତ୍ତା ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ଏସ୍ଏଲ୍ଡିସିର ଅଧିକାରୀମାନେ ରାଜ୍ୟରେ ବିଦ୍ୟୁତ ଚାହିଦା ଓ ଯୋଗାଣର ସନ୍ତୁଳନ ରକ୍ଷା, ଗ୍ରୀଡ ସ୍ଥିରତା ସୁନିଶ୍ଚିତ କରିବା ଏବଂ ଆଧୁନିକ ପ୍ରଯୁକ୍ତି ବ୍ୟବହାର ମାଧ୍ୟମରେ ବିଦ୍ୟୁତ ବଂଟନକୁ ଅଧିକ କ୍ରିୟାଶୀଳ କରିବା ଆଦି ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏହା ସହିତ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ବର୍ତ୍ତମାନ ସମୟ ଉପନୀତ। ଦଳମତ ନିର୍ବିଶେଷରେ ମିଶିକି କାମ କରି ଖୋର୍ଦ୍ଧା ଜିଲ୍ଲାକୁ ଶୀର୍ଷରେ ପହଞ୍ଚାଇବାର ଅଛି। ସବୁଠାରୁ ବଡ଼ କଥା ହେଉଛି କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ତୃଣମୂଳ ସ୍ତରରେ ପହଚୁଛି ନା ନାହିଁ ତାହାର ତଦାରଖ କରିବା ଆଜିର ବୈଠକର ମୁଖ୍ୟ ଆଭିମୁଖ୍ୟ। ଗତ ତା ୦୫.୧୦.୨୦୨୪ ରେ ଶେଷ ବୈଠକ ବସିଥିଲା। ଆଜିର ଦିଶା ବୈଠକ ପରେ ପ୍ରତ୍ୟେକ ୩ ମାସରରେ ଏଥର ନିରନ୍ତର ବୈଠକ ବସିବ। ପ୍ରତ୍ୟେକ ଘରେ ୫ ଗୋଟି ମୌଳିକ ସେବା ଯଥା ଛାତ ଘର, ବିଶୁଦ୍ଧ ପିଇବା ପାଣି ସଂଯୋଗ, ଶୌଚାଳୟ, ବିଜୁଳି, ଗ୍ୟାସ ସିଲିଣ୍ଡର ଏବଂ ସର୍ବୋପରି ଗାଁକୁ ରାସ୍ତା ସଂଯୋଗ ଯୋଗାଇ ଦିଆଯିବ ବୋଲି ମାନ୍ୟବର ସାଂସଦ ଭିଜନ ରଖିଛନ୍ତି ବୋଲି ଆଜି ପୂର୍ବାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) ବୈଠକରେ ଅଧ୍ୟକ୍ଷତା…
ନୂଆଦିଲ୍ଲୀ: ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶକୁ ଥରାଇ ଦେଇଥିଲା। ୨୬ ଜଣ ନିର୍ଦ୍ଦୋଷ ଲୋକ ପ୍ରାଣ ହରାଇଥିଲେ ଏବଂ ଏହି ଆକ୍ରମଣ ପାଇଁ ସିଧାସଳଖ ପାକିସ୍ତାନଭିତ୍ତିକ ଆତଙ୍କବାଦୀଙ୍କୁ ଦାୟୀ କରାଯାଇଥିଲା। ଏହି ଖବର ପ୍ରସାରିତ ହେବା ମାତ୍ରେ ସାରା ଦେଶରେ କ୍ରୋଧ ବ୍ୟାପିଗଲା। ସୀମାରେ ଉତ୍ତେଜନା ବୃଦ୍ଧି ପାଇଲା ଏବଂ ସୋସିଆଲ ମିଡିଆରେ ଯୁଦ୍ଧ ପାଇଁ ଦାବି ଜୋରଦାର ହେଲା। କିନ୍ତୁ ଏହି ସମୟ ମଧ୍ୟରେ ଏକ ଆକର୍ଷଣୀୟ କଥା ହେଲା ଯେ, ସବୁଠି ଭୟ ଏବଂ ଚିନ୍ତାର ପରିବେଶ ଥିଲେ ମଧ୍ୟ, ସେୟାର ବଜାରର ଗତିବିଧି ଏକ ଭିନ୍ନ କାହାଣୀ କହୁଥିଲା। ପାକିସ୍ତାନର ଷ୍ଟକ୍ ବଜାରରେ ବଡ ହ୍ରାସ: ଆକ୍ରମଣ ପରେ ପାକିସ୍ତାନର କରାଚୀ ଷ୍ଟକ୍ ଏକ୍ସଚେଞ୍ଜ (KSE-୧୦୦) ଦୁର୍ବଳ ହୋଇଗଲା। ମାତ୍ର ଦୁଇ ସପ୍ତାହ ମଧ୍ୟରେ, ସୂଚକାଙ୍କ ୭,୫୦୦ ପଏଣ୍ଟ ହ୍ରାସ ପାଇଲା, ଯାହା ପ୍ରାୟ ୬ ପ୍ରତିଶତ ହ୍ରାସ। LUCK, ENGROH ଏବଂ UBL…
ଭୁବନେଶ୍ଵର: ଆଇପିଏଲ-୨୦୨୫ ତା’ର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ଲେଅଫ୍ ଦୌଡ଼ରୁ ୩ ଟି ଦଳ ପୂର୍ବରୁ ବାଦ ପଡ଼ିସାରିଛନ୍ତି, କିନ୍ତୁ ମଜାଦାର କଥା ହେଉଛି ଏପର୍ଯ୍ୟନ୍ତ ଗୋଟିଏ ବି ଦଳ ଅନ୍ତିମ-୪ ରେ ସ୍ଥାନ ସୁରକ୍ଷିତ କରିନାହିଁ। ଲିଗ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ ଶେଷ ହେବାକୁ ଯାଉଛି, ତେଣୁ ପ୍ଲେଅଫ୍ ପାଇଁ ଦୌଡ଼ ରୋମାଞ୍ଚକର ହୋଇଗଲାଣି। ଯଦି ଆମେ ପଏଣ୍ଟ ଟେବୁଲର ବର୍ତ୍ତମାନର ସ୍ଥିତି ଉପରେ ନଜର ପକାଇବା, ତେବେ ପ୍ଲେଅଫରେ ତିନୋଟି ଦଳର ସ୍ଥାନ ପ୍ରାୟ ନିଶ୍ଚିତ ମନେ ହେଉଛି। ପ୍ରତ୍ୟେକ ଦଳ ପ୍ଲେଅଫରେ ପହଞ୍ଚିବା ପାଇଁ କେତେ ଆଶା ରଖିଛନ୍ତି, ତାହା ଆସନ୍ତୁ ଜାଣିବା…. ଚଳିତ ଆଇପିଏଲରେ ମୋଟ ଦଶଟି ଦଳ ଅଂଶଗ୍ରହଣ କରୁଛନ୍ତି, ଯେଉଁଥିରୁ ତିନୋଟି ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିସାରିଛନ୍ତି। ଏହି ୩ଟି ଦଳର ନାମ ହେଉଛି ଚେନ୍ନାଇ ସୁପର କିଙ୍ଗ୍ସ (CSK), ସନରାଇଜର୍ସ ହାଇଦ୍ରାବାଦ (SRH) ଏବଂ ରାଜସ୍ଥାନ ରୟାଲ୍ସ (RR)। ତଥାପି, ଏହି ତିନୋଟି…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଜିଲ୍ଲା ଓ ଦୌରାଜଜଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ଅଦାଲତ ଗୁଡିକରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ମକଦ୍ଦମା ଯେପରିକି, ଦୀର୍ଘ ଦିନ ହେବ କୌଣସି ମକଦ୍ଦମା ଯଦି ଅଦାଲତରେ ବିଚାରଧୀନ ଅଛି ଅଥବା କୌଣସି ବିବାଦର ସହଜ ତଥା ଆପୋଷ ସମାଧାନ ପାଇଁ ଚାହୁଁଛନ୍ତି, ତା’ହେଲେ ଲୋକ ଅଦାଲତର ସାହାର୍ଯ୍ୟ ନେଇପାରିବେ। ଏହା ସହିତ ଦେୱାନୀ, ଫୌଜଦାରୀ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ ଏହି ଲୋକ ଅଦାଲତରେ କରାଯିବ ଏବଂ ଏଥିସହ ପ୍ରାକ୍ ମକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ବ୍ୟାଙ୍କ ଋଣ ବିବାଦ, ଶ୍ରମବିବାଦ, ପାରିବାରିକ ବିବାଦ ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ…
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ହ୍ରାସ କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକ ଡକାଯାଇଥିଲା। ଏହି ରୁଦ୍ଧଦ୍ୱାର ବୈଠକରେ ପାକିସ୍ତାନଠାରୁ ଆତଙ୍କବାଦ ସମ୍ପର୍କରେ କଠିନ ପ୍ରଶ୍ନ ପଚରାଯାଇଥିଲା। ଏବେ କଂଗ୍ରେସ ସାଂସଦ ଶଶି ଥରୁର ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଶଶି ଥରୁର ଦାବି କରିଛନ୍ତି ଯେ, ଜାତିସଂଘ ସୁରକ୍ଷା ପରିଷଦ ଭାରତ କିମ୍ବା ପାକିସ୍ତାନ ବିରୁଦ୍ଧରେ କୌଣସି ପ୍ରସ୍ତାବ ପାସ କରିବ ନାହିଁ। ଗଣମାଧ୍ୟମକୁ ଥରୁର କହିଛନ୍ତି ଯେ, ‘ମୁଁ ସମ୍ପୂର୍ଣ୍ଣ ବିଶ୍ୱାସ କରେ ଯେ, UNSC ପାକିସ୍ତାନକୁ ନିନ୍ଦା କରୁଥିବା କୌଣସି ପ୍ରସ୍ତାବ ପାସ୍ କରିବ ନାହିଁ। କାରଣ ଏଥିରେ ଚୀନ୍ ଭିଟୋ ପ୍ରୟୋଗ କରିବ।’ ପରିଷଦ ଆମ ବିରୁଦ୍ଧରେ କୌଣସି ପ୍ରସ୍ତାବ ପାସ୍ କରିବ ନାହିଁ କାରଣ ପରିଷଦର ଅନେକ ଦେଶ ଭାରତକୁ ସମର୍ଥନ କରିବେ ଏବଂ ଏହାକୁ ବିରୋଧ କରିବେ ଏବଂ…
ଭୁବନେଶ୍ୱର: ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ପୁରୀଠାରେ ଏକ ନୂତନ ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାର ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଶ୍ରୀଜଗନ୍ନାଥ ବିମାନ ବନ୍ଦର ନାମରେ ନାମିତ ଏହି ମହତ୍ୱାକାଂକ୍ଷୀ ଭିତ୍ତିଭୂମି ପ୍ରକଳ୍ପଟି 5,631 କୋଟି ଟଙ୍କା ମୂଲ୍ୟରେ 1,164 ଏକର ଜମିରେ ବିକଶିତ ହେବ। ଏହି ନିର୍ମାଣ କାର୍ଯ୍ୟ 3ଟି ପର୍ଯ୍ୟାୟରେ ହେବାକୁ ଯାଉଥିବା ବେଳେ ଏହା ସମ୍ପୂର୍ଣ୍ଣ ହେବା ପରେ ବାର୍ଷିକ 46 ଲକ୍ଷ ଯାତ୍ରୀଙ୍କ ବିମାନ ଯାତାୟତ ପାଇଁ ସୁବିଧା ପ୍ରଦାନ କରିବ। ଏହି ବିମାନ ବନ୍ଦର ଦ୍ୱାରା ରାଜ୍ୟରେ ଆଞ୍ଚଳିକ ସଂଯୋଗୀକରଣ ବୃଦ୍ଧିହେବା ସହିତ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧିକୁ ଏକ ନୂତନ ଗତି ମିଳିବ ଏବଂ ପବିତ୍ର ପୁରୀ ସହର ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ସୁଗମ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଥୋନି ଆଲବାନିଜଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କଲେ ଏବଂ ଅଷ୍ଟ୍ରେଲିଆର ୩୨ତମ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଐତିହାସିକ ପୁନଃନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ। ଦୁଇ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୀତିକ ସହଭାଗିତା (ସିଏସପି)କୁ ମଜବୁତ୍ କରିବା ପାଇଁ ଦୁଇ ନେତା ନିଜର ପ୍ରତିବଦ୍ଧତାକୁ ଦୋହରାଇଲେ। ସେ କହିଥିଲେ କି ବିଗତ ପାଞ୍ଚ ବର୍ଷର ଶାସନ କାଳରେ ସିଏସପିର ବିଭିନ୍ନ କ୍ଷେତ୍ର ମଜବୁତ୍ ସହଯୋଗରେ ବିକଶିତ ହୋଇଥିବା ଦେଖିଛନ୍ତି। ଦ୍ୱିପକ୍ଷୀୟ ସମ୍ପର୍କକୁ ମଜବୁତ୍ କରିବା ଦିଗରେ ଉତ୍ସାହୀ ପ୍ରବାସୀ ଭାରତୀୟ ସମୁଦାୟଙ୍କ ଭୂମିକା ଉପରେ ସେ ଜୋର୍ ଦେଇଥିଲେ। ଉଭୟ ନେତା ପାରସ୍ପରିକ ହିତରେ କ୍ଷେତ୍ରୀୟ ଏବଂ ବୈଶ୍ୱିକ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ଏକ ସ୍ୱତନ୍ତ୍ର, ମୁକ୍ତ, ସ୍ଥିର, ନିୟମ ଆଧାରିତ ଏବଂ ସମୃଦ୍ଧ ହିନ୍ଦ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ବିକାଶ ଦିଗରେ ମିଳିମିଶି କାମ କରିବାକୁ ଉଭୟ ନିଜ ନିଜର…
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା ୮ ତାରିଖରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଗସ୍ତରେ ଯିବେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପୁରୁଷୋତ୍ତମପୁର ବ୍ଲକର ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଯେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଓ ଜିଲ୍ଲାର ସମସ୍ତ ବିଧାୟକ ମଧ୍ୟ ଯୋଗ ଦେବେ। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ବିଦ୍ୟାଳୟ ପରିଦର୍ଶନ କରି ଭିତ୍ତଭୂମି ଓ ପାରିପାର୍ଶିକ ସ୍ଥିତିର ସମୀକ୍ଷା କରି ବିଭିନ୍ନ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ବିଡିଓ ଶରତକୁମାର ପାତ୍ର,ଏବିଡିଓ ନିରାକାର ଯେନା, ଜିଲା ଶିକ୍ଷାଅଧିକାରୀ ଅଜୟ କୁମାର ପାତ୍ର, ବ୍ଲକ ଶିକ୍ଷାଅଧୂକାରୀ କିଶୋରକୁମାର ବେହେରା, ପ୍ରଧାନଶିକ୍ଷୟିତ୍ରୀ ଅନୁକମ୍ପା କାନୁନଗୋ ପ୍ରମୁଖଙ୍କ…

