Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ଆକାଶ ମାର୍ଗରୁ ସୁରକ୍ଷା ନିମିତ୍ତ ମକ ଡ୍ରିଲ: ଜାଣନ୍ତୁ ଭୁବନେଶ୍ଵରରେ କ’ଣ ରହିଛି ବ୍ୟବସ୍ଥା?
ଆଜିର ଖବର

ଆସନ୍ତାକାଲି ଆକାଶ ମାର୍ଗରୁ ସୁରକ୍ଷା ନିମିତ୍ତ ମକ ଡ୍ରିଲ: ଜାଣନ୍ତୁ ଭୁବନେଶ୍ଵରରେ କ’ଣ ରହିଛି ବ୍ୟବସ୍ଥା?

May 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ସମ୍ଭାବ୍ୟ ଆକାଶ ମାର୍ଗ ବା ବାୟୁ ପଥ (ରେଡ୍)ରୁ କିପରି ଧନ ଜୀବନକୁ ସୁରକ୍ଷା ଦିଆଯାଇପାରିବ ସେ ସମ୍ବନ୍ଧରେ ଆସନ୍ତା କାଲି 7 ତାରିଖ ଅପରାହ୍ନ 4 ଘଟିକାରୁ 4 ଘଟିକା 30 ମିନିଟ ପର୍ଯ୍ୟନ୍ତ ଭୁବନେଶ୍ୱର ସଦର ମହକୁମା ବାପୁଜୀ ନଗର ଠାରୁ ରାଜମହଲ ଛକ ପର୍ଯ୍ୟନ୍ତ ହେବାକୁ ଯାଉଥିବା ମକ୍ ଡ୍ରିଲ୍ ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳ ଏବଂ ଜିଲ୍ଲାମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଓସୱାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାାଳ, ଖୋର୍ଦ୍ଧା, କିଶୋର କୁମାର ପଣ୍ଡା, ଉପଜିଲ୍ଲାପାଳ, ଭୁବନେଶ୍ୱର ଡ. ମନୋରଞ୍ଜନ ସାହୁ ଯୋଗଦେଇ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ମକ୍ ଡ୍ରିଲ ସମ୍ବନ୍ଧରେ ଆଲୋଚନା କରିଥିଲେ।

ଜିଲ୍ଲାପାଳ ଚଞ୍ଚଳ ରାଣା ଆଭାଷି ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ ଭୁବନେଶ୍ୱର ରୁଦ୍ର ନାରାୟଣ ମହାନ୍ତି, ପୁଲିସ ଉପାୟୁକ୍ତ, ଅଗ୍ନିଶମ ସେବା, ଭୁବନେଶ୍ୱର ମହାନଗର ନିଗମ, ଆଞ୍ଚଳିକ ପରିବହନ ଅଧିକାରୀ, ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଦି ବିଭିନ୍ନ ଆପଦକାଳୀନ ଅଧିକାରୀ ମାନଙ୍କ ସହ ଆଲୋଚନା କରି ମକ ଡ୍ରିଲକୁ ସଫଳ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମକଡ୍ରିଲ ଆସନ୍ତାକାଲି ବାପୁଜୀ ନଗର ଠାରୁ ରାଜ ମହଲ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହା ଅପରାହ୍ନ 4 ଘଟିକା ରୁ 4 ଘଟିକା 30 ମିନିଟ ପର୍ଯ୍ୟନ୍ତ 30 ମିନିଟ ପାଇଁ କରାଯିବ। 4 ଘଟିକା ସମୟରେ ପୁଲିସ ବିଭାଗ ଦ୍ଵାରା ସାଇରନ୍ ବଜାଜିବ ଓ ପର୍ଯ୍ୟାୟକ୍ରମେ 5 ମିନିଟ ପର୍ଯ୍ୟନ୍ତ ରାଜମହଲ ଛକ ପର୍ଯ୍ୟନ୍ତ ବାଜିବ।

ପରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ପୁଲିସ, ବି ଏମ୍ ସି, ସୂଚନା, କଣ୍ଟ୍ରୋଲ ରୁମ୍ ବିଏମସି, କ୍ୟାପିଟାଲ ହସ୍ପିଟାଲ କଣ୍ଟ୍ରୋଲ ରୁମ୍, ପ୍ରଶାସନ ସଜାଗ ରହି ଜନସାଧାରଣଙ୍କୁ ପକ୍କା ଓ କଂକ୍ରିଟ ଛାତ ଘରେ ରହିଵା, ପଦାକୁ ଆଦୌ ବାହାରିବା ନାହିଁ, ଅଟୋରିକ୍ସା ଚାଳନା ବନ୍ଦ ରଖିବା, ଘରେ ଘରେ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ବାର୍ତ୍ତା ପହଞ୍ଚାଇବା, କୌଣସି ପରିସ୍ଥିତିରେ ଉକ୍ତ ସ୍ଥାନଦେଇ ଜନସାଧାରଣ, ପଶୁପକ୍ଷୀ ଯାନବାହାନ ନ ଯିବା,ବିପଦ ସଙ୍କୁଳ ବ୍ୟକ୍ତିକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିବା ଆଦି ସମସ୍ତ କାର୍ଯ୍ୟର ମକ ଡ୍ରିଲ କାର୍ଯ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସମ୍ଭାବ୍ୟ ଆକାଶ ମାର୍ଗ ରୁ ରେଡ୍ ଖବର ପାଇଲାପରେ ଜନସାଧାରଣ ଙ୍କୁ ଜାଗ୍ରତ କରିବା ସେମାନେ କିପରି ସୁରକ୍ଷା ରେ ରହିବେ ସେ ସମ୍ବନ୍ଧୀୟ ପଦକ୍ଷେପ, ମିଡିଆରେ ସଠିକ୍ ସୂଚନା ଦେବା ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା।

ସ୍ଵେଚ୍ଛାସେବୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ,ଏନ ଏସ ଏସ ବାହିନୀ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଶିକ୍ଷା, ଖାଦ୍ୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସମସ୍ତଙ୍କ ସେବା କିପରି ଏପରି ଗୁରୁତ୍ଵ ପୂର୍ଣ୍ଣ ସମୟରେ ଯୋଗାଇଦିଯାଇ ଶତ ପ୍ରତିଶତ ଧନ ଜୀବନକୁ ସୁରକ୍ଷା ଯୋଗାଇ ଦିଆଯିବ ସେ ସମ୍ବନ୍ଧରେ ଜିଲ୍ଲାପାଳ ଆସନ୍ତା କାଲି ମକ ଡ୍ରିଲ କୁ ସଫଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଥାଉକି ଏହା ଏକ ଅଭ୍ୟାସ କୌଶଳ ତାଲିମ୍ ଓ ସଚେତନତା କାର୍ଯ୍ୟକ୍ରମ। ଏଥିରେ ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ।

ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ଡେପୁଟି କଲେକ୍ଟର, ରାଜସ୍ବ, ନିବେଦିତା ପରିଡ଼ା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026
Latest News

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.