Akshaya Tritiya Puja: ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ। ଚଳିତ ବର୍ଷ ଏହା ଏପ୍ରିଲ ୩୦ ତାରିଖରେ ପାଳନ କରାଯାଉଛି। ଏହି ଦିନଟି କୃଷକମାନଙ୍କର ଦିନ ବୋଲି କୁହାଯାଏ। କାରଣ କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ବା ଅକ୍ଷୟମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଅକ୍ଷୟ ତୃତୀୟାକୁ ସାରା ଭାରତ ବର୍ଷରେ ଏକ ଅନୁକୂଳର ଦିନ ବୋଲି ଧରାଯାଇଛି। ଏହି ଦିନ ଯାହାକିଛି ଅନୁକୂଳ କଲେ ତାହା ସଫଳ ହୋଇଥାଏ ବୋଲି ବିଶ୍ବାସ ରହିଛି। ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ। ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ…
Author: SM Network
ଖୋର୍ଦ୍ଧା: ଜବାହର ନବୋଦୟ ବିଦ୍ୟାଳୟ ଭାରତ ବର୍ଷରେ ଗାଆଁ ଗହଳିରେ ମେଧା ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା କରାଇ ଭଲ ମଣିଷ ଗଢି ତୋଳିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବାସହ ଜବାହର ନବୋଦୟ ବିଦ୍ୟାଳୟ ଏକ ବିଦ୍ୱାନ ଅନୁଷ୍ଠାନ ଓ ସଂଘ ଭାବେ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି ବୋଲି ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଅନ୍ତର୍ଗତ ଗୁରୁଜଙ୍ଗା ଠାରେ ପି ଏମ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ ର ୧୯ତମ ବାର୍ଷିକ ଉତ୍ସବରେ ନାଇଯର,ଭୁବନେଶ୍ୱର ଶାଖା ପ୍ରଫେସର ତଥା ସଂଯୋଜକ, ପଦାର୍ଥ ବିଜ୍ଞାନ ଡ. ଶୁଭଙ୍କର ବେଦାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପୋରକ୍ତ ବିଷୟ ପ୍ରକାଶ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ରଶ୍ମିବାଲା ପରିଡ଼ା ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ ପ୍ରତିଯୋଗିତାରେ ପାସ କରି ପିଲାମାନେ ପଢୁଛନ୍ତି ବୋଲି ଉତ୍ଥାପନ କରି…
ମେଷ: – ଆଜି ସପିଂ କରିବାକୁ ବାହାରକୁ ଯିବେ, କିନ୍ତୁ ଆପଣଙ୍କ ଜୀବନ ସାଥୀକୁ ଅନାବଶ୍ୟକ ଜିନିଷରେ ଅଧିକ ଖର୍ଚ୍ଚ କରି ଦୁଃଖ ଦେବ । ପ୍ରେମ ପ୍ରସଙ୍ଗରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ଆପଣଙ୍କର ସମୟ ଏବଂ ଶକ୍ତି ରଖନ୍ତୁ, କିନ୍ତୁ କୈଣସି ସମ୍ପର୍କ ନଥିବା ଏପରି କାର୍ଯ୍ୟରେ ପଡ଼ିବା ଠାରୁ ଦୂରେଇ ରୁହନ୍ତୁ । ଜୀବନ-ସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ବୃଷ: – ଜଣେ ସମ୍ପର୍କୀୟଙ୍କୁ ଦେଖା କରନ୍ତୁ ଯାହାର ସ୍ୱାସ୍ଥ୍ୟ ଦୀର୍ଘ ଦିନ ଧରି ଖରାପ ଥିଲା । ଆପଣଙ୍କର ପ୍ରିୟଙ୍କାର ସ୍ୱଭାବ ଆପଣଙ୍କୁ କଷ୍ଟ ଦେଇପାରେ । ଯେତେବେଳେ ଆପଣଙ୍କର ମତାମତ ପଚରାଯାଏ, ସେତେବେଳେ ତାହା ଦେବା ପାଇଁ ଦ୍ୱିଧା କରନ୍ତୁ ନାହିଁ – କାରଣ ଆପଣ ଏଥିପାଇଁ ବହୁତ ପ୍ରଶଂସିତ ହେବେ । ପଡୋଶୀ, ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହଯୋଗରେ ବିବାହ ସମ୍ଭବ । ଆଜି ସେମାନଙ୍କ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ମଞ୍ଜୁରୀ ଦେଇଛନ୍ତି। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରମିକ ମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ମଜୁରୀ ବୃଦ୍ଧି କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକ ମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୪୫୨ ଟଙ୍କାରୁ ୪୬୨ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୫୦୨ ଟଙ୍କାରୁ ୫୧୨ ଟଙ୍କା, କୁଶଳୀ ଶ୍ରମିକ ମାନଙ୍କ ଦୈନିକ ମଜୁରୀ ୫୫୨ ଟଙ୍କାରୁ ୫୬୨ ଟଙ୍କା ଏବଂ ଉଚ୍ଚ-କୁଶଳୀ ଶ୍ରମିକ ମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୬୦୨ ଟଙ୍କାରୁ ୬୧୨ ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ମଜୁରୀ ପିଛିଲା ଭାବେ ଏପ୍ରିଲ ପହିଲା ଠାରୁ ଲାଗୁ ହେବ।
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ମଙ୍ଗଳବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୨୦୧୦ ବ୍ୟାଚର ଛାତ୍ର ତଥା ରାଇଡ୍ସ୍କାନ୍, ୟୁନାଇଟେଡ୍ କିଙ୍ଗଡମ୍ର ସହ-ପ୍ରତିଷ୍ଠାତା ଲୋହିତ କୁମାର ଦାସ। ଶ୍ରୀ ଦାସ ପୂର୍ବରୁ ୱିପ୍ରୋରେ କାର୍ଯ୍ୟରତ ରହିସାରିଥିବା ବେଳେ ଲଣ୍ଡନ୍ ବିଜିନେସ୍ ସ୍କୁଲରୁ ଏମ୍ବିଏ ମଧ୍ୟ କରିଛନ୍ତି। ସେହିପରି ସେ ଉଭୟ ୟୁକେ ଏବଂ ଭାରତରେ କାର୍ଯ୍ୟକ୍ରମ ଥିବା ଏକ ଏଆଇ ଆନାଲିଟିକ୍ସ କମ୍ପାନୀରେ ମଧ୍ୟ ଆଂଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଛନ୍ତି। ସେ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସର ନୈତିକତା ଓ ସୁରକ୍ଷାକୁ ଗୁରୁତ୍ୱ ରଖି ଏକ ଏଆଇ ରୋବୋଟିକ୍ସ କମ୍ପାନୀ ମଧ୍ୟ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଶ୍ରୀ ଦାସ ଓଡ଼ିଶା ସୋସାଇଟି ଅଫ୍ ୟୁକେର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇବା ସହ ବିଭିନ୍ନ ମାନସିକ ସ୍ୱାସ୍ଥ୍ୟ ସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ…
ନୂଆଦିଲ୍ଲୀ: ଛାତ୍ରଛାତ୍ରୀମାନଙ୍କର ଅପେକ୍ଷା ଶେଷ ହେବାକୁ ଯାଉଛି। ICSE (ଦଶମ) ଏବଂ ISC (ଦ୍ୱାଦଶ) ବୋର୍ଡ ପରୀକ୍ଷା 2025 ପାଇଁ ଫଳାଫଳ ତାରିଖ CISCE ଘୋଷଣା କରିଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଉଭୟ ଶ୍ରେଣୀର ଫଳାଫଳ 30 ଏପ୍ରିଲ 2025 ରେ ମିଳିତ ଭାବେ ଘୋଷଣା କରାଯିବ। ଏଥର ଫଳାଫଳ ମିଳିତ ଭାବେ ବୋର୍ଡ କାର୍ଯ୍ୟାଳୟରେ 11 ଟା ସମୟରେ ଘୋଷଣା କରାଯିବ। ଫଳାଫଳ ଯାଞ୍ଚ କରିବାକୁ ଛାତ୍ରଛାତ୍ରୀମାନେ ଏଠାରେ ଦିଆଯାଇଥିବା ପଦକ୍ଷେପଗୁଡ଼ିକୁ ଅନୁସରଣ କରିପାରିବେ। CISCE ସ୍ପଷ୍ଟ କରିଛି ଯେ, ଉଭୟ ICSE ଏବଂ ISC ର ଫଳାଫଳ ସମାନ ଦିନ, ଏକ ସମୟରେ ପ୍ରକାଶ ପାଇବ। ପୂର୍ବରୁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ଫଳାଫଳକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା, କିନ୍ତୁ ବର୍ତ୍ତମାନ ବୋର୍ଡ ଦ୍ୱାରା ଏହା ସ୍ପଷ୍ଟ ହୋଇଛି। ଫଳାଫଳ ଘୋଷିତ ହେବା ପରେ, ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ cisce.org କିମ୍ବା results.cisce.org ପରିଦର୍ଶନ କରି…
ନୂଆଦିଲ୍ଲୀ: ପଞ୍ଜାବର ବରିଷ୍ଠ ନେତା ନବଜୋତ ସିଂ ସିଦ୍ଧୁ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିଛନ୍ତି, ଯାହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ବାସ୍ତବରେ ଆଜି ସେ ଲେଖିଛନ୍ତି ଯେ, ଆସନ୍ତାକାଲି (ଏପ୍ରିଲ୍ 30) ସେ ତାଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ଅମୃତସର 110 ହୋଲି ସିଟିରେ ଥିବା ତାଙ୍କ ବାସଭବନକୁ ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ନବଜୋତ ସିଂ ସିଦ୍ଧୁ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, “ମୋ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ପାଇଁ ମୁଁ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛି। ଆସନ୍ତାକାଲି, 30 ଏପ୍ରିଲ ସକାଳ 11 ଟା ସମୟରେ ମୋର ଅମୃତସର ବାସଭବନ 110 ପବିତ୍ର ସହରରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ସମସ୍ତ ସାମ୍ବାଦିକଙ୍କୁ ନିମନ୍ତ୍ରଣ କରାଯାଇଛି।” ତାଙ୍କ ପୋଷ୍ଟରେ ବିଭିନ୍ନ ପ୍ରତିକ୍ରିୟା ମିଳୁଛି। କିଛି ଲୋକ ପଚାରୁଛନ୍ତି କି ଆପଣ ପୁଣି ବିଜେପିରେ…
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶ ଆତଙ୍କବାଦୀଙ୍କ ଘର ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତିନି ସେନାର ମୁଖ୍ୟଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଏଥିରେ ସିଡିଏସ୍ ଅନିଲ ଚୌହାନ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ। ସୂଚନାନୁସାରେ, ଏହି ବୈଠକରେ ପ୍ରାୟ ଦେଢ ଘଣ୍ଟା ଧରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। କୌଣସି ବଡ ନିଷ୍ପତ୍ତି ନେବା ପାଇଁ ସେନାକୁ ପ୍ରଧାନମନ୍ତ୍ରୀ ମୋଦୀ ଖୋଲା ହାତ ଦେଇଛନ୍ତି। ଆତଙ୍କବାଦକୁ ଉପଯୁକ୍ତ ଜବାବ ଦେବା ଆମର ଦୃଢ ଜାତୀୟ ସଂକଳ୍ପ ବୋଲି ସେ କହିଛନ୍ତି। ସେ ଭାରତୀୟ ସଶସ୍ତ୍ର ବାହିନୀର ବୃତ୍ତିଗତ ଦକ୍ଷତା ଉପରେ ସମ୍ପୂର୍ଣ୍ଣ ଭରସା ପ୍ରକଟ କରିଛନ୍ତି। ପିଏମ ମୋଦୀ କହିଛନ୍ତି ଯେ, ଆମର ପ୍ରତିଶୋଧର ପଦ୍ଧତି, ଟାର୍ଗେଟ ଏବଂ ସମୟ…
ନୂଆଦିଲ୍ଲୀ/ଭୁବନେଶ୍ୱର: ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ ଆମେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଆଧୁନିକୀକରଣ କରୁଛୁ ବୋଲି ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମରେ ୟୁଗମ ଇନୋଭେସନ କନକ୍ଲେଭ – ୨୦୨୫ରେ ଯୋଗଦେବା ଅବସରରେ କହିଛନ୍ତି ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶିକ୍ଷା ମନ୍ତ୍ରଣାଳୟ ଏବଂ ଓ୍ୱାଧଓ୍ୱାନୀ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଦେଶର ଭବିଷ୍ୟତ ଦେଶର ଯୁବପିଢିଙ୍କ ଉପରେ ନିର୍ଭରଶୀଳ। ଏଥିପାଇଁ ଆମେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ ଆଧୁନିକୀକରଣ କରୁଛୁ। ଦେଶରେ ନୂଆ ଶିକ୍ଷା ନୀତି ମଧ୍ୟ ପ୍ରଣୟନ କରାଯାଇଛି, ଯେଉଁ ନୀତିରେ ଶିକ୍ଷାକୁ ବିଶ୍ୱମାନର ମାପଦଣ୍ଡକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏହା ଦେଶର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବ। ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ, ଲର୍ଣ୍ଣିଂ ଟିଚିଂ ମ୍ୟାଟେରିଆଲ ଏବଂ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକର ବିକାଶ…
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ରହିଛି। ଏ ସମ୍ପର୍କରେ ପୂର୍ବତନ ଜାମ୍ମୁ କାଶ୍ମୀରର ଡିଜିପି ଏସପି ବୈଦ୍ୟଙ୍କଠାରୁ ଏକ ବଡ଼ ବିବୃତ୍ତି ଆସିଛି। ସେ କହିଛନ୍ତି ଯେ, ପିଓକେ ଉପରେ ଦାବି କରିବା ପାଇଁ ଏହାଠାରୁ ଭଲ ସମୟ ହୋଇପାରିବ ନାହିଁ। ଏସପି ବୈଦ୍ୟ କହିଛନ୍ତି ଯେ, ଆମ ସଂସଦରେ POK ଫେରାଇ ଆଣିବା ପାଇଁ ଏକ ସଂକଳ୍ପ ମଧ୍ୟ ରହିଛି। ଆଜି ପାକିସ୍ତାନର ଆଭ୍ୟନ୍ତରୀଣ ପରିସ୍ଥିତି ଯେଉଁଭଳି ହୋଇଛି, ତାହା ସ୍ପଷ୍ଟ ଯେ, ପାକିସ୍ତାନ ଭାଗ ଭାଗ ହେବା ନିଶ୍ଚିତ। ପାକିସ୍ତାନୀ ସେନାର ଅବସ୍ଥା ଏତେ ଖରାପ ଯେ, ସେମାନେ ବଲୁଚିସ୍ତାନରେ ମଧ୍ୟ ପ୍ରବେଶ କରିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଖେବର ପଖ୍ତୁନଖୱା (କେପି କେ) ର ପ୍ରାୟ ୬୦ ପ୍ରତିଶତ ଅଞ୍ଚଳରୁ ପୋଲିସ ଏବଂ ସେନା ପଳାୟନ କରିଛନ୍ତି, ପାକିସ୍ତାନ ନିଜେ ଏହି ପରିସ୍ଥିତିକୁ…
ଭୁବନେଶ୍ବର: ତାପମାତ୍ରା ବଢ଼ିବା ସହିତ ଜଙ୍ଗଲ ନିଆଁ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତର ଜଙ୍ଗଲ ସର୍ବେକ୍ଷଣ ଆକଳନ ୨୦୨୧ ଅନୁଯାୟୀ, ଓଡ଼ିଶାର ପ୍ରାୟ ୫୨୧୫୬ ବର୍ଗ କିଲୋମିଟରର ଅଞ୍ଚଳ ଜଙ୍ଗଲ ରହିଛି, ଯାହା ରାଜ୍ୟର ମୋଟ ଭୌଗୋଳିକ ଅଞ୍ଚଳର ୩୩ ପ୍ରତିଶତରୁ ଅଧିକ। ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ଦ୍ବାରା ପ୍ରକାଶିତ ତଥ୍ୟ ଅନୁସାରେ ରାଜ୍ୟରେ ଚଳିତ ବର୍ଷ ଜାନୁଆରି ୧ରୁ ଏପ୍ରିଲ ୨୫ ମଧ୍ୟରେ ୧୯୮୯୨ଟି ଜଙ୍ଗଲ ନିଆଁ ଘଟିଥିବା ରେକର୍ଡ କରାଯାଇଛି। ପରିବେଶ ଓ ବନ୍ୟଜନ୍ତୁଙ୍କ ଉପରେ ଜଙ୍ଗଲ ନିଆଁର ଭୟାବହ ପ୍ରଭାବକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ସ୍ଥାନୀୟ ସମୁଦାୟଗୁଡିକର ପ୍ରତିନିଧି, ବନ ସୁରକ୍ଷା ସମିତି (ଭିଏସ୍ଏସ୍) ଏବଂ ଏନ୍ଜିଓ ସହଯୋଗୀଙ୍କ ସହାୟତାରେ ରାଜ୍ୟରେ କିଭଳି ପ୍ରଭାବୀ ଢଙ୍ଗରେ ଜଙ୍ଗଲ ନିଆଁକୁ ରୋକାଯାଇ ପାରିବ ତାହା ଉପରେ କାର୍ଯ୍ୟ କରାଯାଉଛି। ତୃଣମୂଳ ସ୍ତରରେ ଜନସାଧାରଣଙ୍କୁ…
ପ୍ରତାପ ସାହୁ ଭାରତ ହେଉଛି ଏକ କୃଷିପ୍ରଧାନ ଦେଶ। ଓଡ଼ିଶାରେ ଶତକଡ଼ା ୮୫ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ । ଓଡ଼ିଶାରେ ସାଧାରଣତଃ ଧାନ, ବିରି, ମୁଗ, କୋଳଥ, ହରଡ଼, ନଳିତା, ଚିନାବାଦାମ ଓ ସୂର୍ଯ୍ୟମୁଖୀ ଠାରୁ ଆରମ୍ଭ କରି ବିଭିନ୍ନ କିସମର ଚାଷ କରାଯାଇଥାଏ। ସେତେବେଳେ ଲାଲାବାହାଦୂର ଶାସ୍ତ୍ରୀ ପ୍ରଥମ କରି ‘ଜୟ ଜବାନ-ଜୟ କିଷାନ’ର ସ୍ଲୋଗାନ ଦେଇ କୃଷକମାନଙ୍କୁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। କୃଷକମାନେ ହେଉଛନ୍ତି ଦେଶର ଅନ୍ନଦାତା। କିନ୍ତୁ କୃଷକଟିଏ ଖାଲି ପରିଚୟ ପାଇଗଲେ, ତାର ଯେ ସବୁ ଦୁଃଖ ଦୂର ହୋଇଯିବ, ଏକଥା ଭାବିବା ଭୁଲ। କୃଷକମାନଙ୍କୁ ବିନା ସୁଧରେ ଋଣ, ଠିକ୍ ସମୟରେ ସାର, ବିହନ ଓ କୀଟନାଶକ ଔଷଧ ଯୋଗାଇଦେବା ସହ କୃଷକର ଉତ୍ପାଦିତ ଫସଲକୁ ବଜାରରେ କିପରି ବିକ୍ରୟ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦେବା ସହ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ଦୁର୍ବିପାକରେ ଚାଷୀର ଯେଉଁ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଚିକିଟି ଧାନଘର ଫାଣ୍ଡି ଅନ୍ତର୍ଗତ ବାଳକୁମାରୀ ମନ୍ଦିର ରାସ୍ତା କଡ଼ରେ ଜଣେ ଯୁବକଙ୍କ ଶବ ପଡି ରହିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତ ଯୁବକ ଜଣକ ନିକଟସ୍ଥ ରାମଚନ୍ଦ୍ର ପୁର ଗ୍ରାମର ବୋଲି ଜଣାପଡିଛି ଓ ତାଙ୍କର ବେକରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ଜଣାପଡୁନାହିଁ।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତକାଲି ବିଳମ୍ବିତ ରାତିରେ ସଦର ଥାନା ଅର୍ନ୍ତଗତ ଅଙ୍କୁଶପୁର ମୁଖ୍ୟ ରାସ୍ତାରେ ଦୁର୍ଘଟଣା ଘଟି ଅଙ୍କୁଶପୁର ଗ୍ରାମର ଭଗବାନ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହାସହିତ ସ୍ତ୍ରୀ ଓ ପୁଅ ଦୁହେଁ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ସୁଚନା ଅନୁଯାୟୀ ମୃତ ଭଗବାନ ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀ ଓ ପୁଅ ସହ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ଦେଖି ନିଜ ଗ୍ରାମ ଅଙ୍କୁଶପୁର ଫେରୁଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ବେଳେ ଆଜି ସକାଳୁ ସ୍ଥାନୀୟ ଲୋକ ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ୩ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭଗବାନ ଙ୍କର ମୃତ୍ୟୁ ଘଟିଥିଲା ବେଳେ ସ୍ତ୍ରୀ…
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏପର୍ଯ୍ୟନ୍ତ ପାକିସ୍ତାନ ବିରୋଧରେ ଅନେକ କଠୋର ପଦକ୍ଷେପ ନେଇଛି। ଏଥିରେ ପାକିସ୍ତାନ ଆତଙ୍କରେ ଅଛି। ନିକଟରେ ସେମାନେ ଋଷ ଏବଂ ତୁର୍କୀ ସମେତ ଅନେକ ଦେଶ ସହ କଥା ହୋଇଥିଲେ। ପହଲଗାମ ଆକ୍ରମଣ ପରେ ଭାରତ ମଧ୍ୟ INS ବିକ୍ରାନ୍ତଙ୍କୁ ସମୁଦ୍ରରେ ନିୟୋଜିତ କରିଛି। INS Vikrant ହେଉଛି ଏକ ବିମାନ ପରିବହନକାରୀ, ଯାହା ପାକିସ୍ତାନ ପାଇଁ ସାଂଘାତିକ ପ୍ରମାଣିତ ହୋଇପାରେ। ପାକିସ୍ତାନ ସହ ଯୁଦ୍ଧ ପ୍ରସଙ୍ଗରେ ଭାରତୀୟ ସେନାର ଲେଫ୍ଟନାଣ୍ଟ ଜେନେରାଲ ମୋହନ ଭଣ୍ଡାରୀ ପ୍ରତିକ୍ରିୟା ରଖିଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ମୋହନ ଭଣ୍ଡାରୀ ଏକ ୟୁଟ୍ୟୁବ ଚ୍ୟାନେଲକୁ କହିଛନ୍ତି ଯେ, “ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ। ତାଙ୍କ ସେନାରେ ଅନେକ ଗୋଷ୍ଠୀ ଅଛି। ଯଦି ପାକିସ୍ତାନ ଯୁଦ୍ଧ ଆରମ୍ଭ କରେ, ତେବେ ଏହା 7 ରୁ 10 ଦିନ ମଧ୍ୟରେ ଶେଷ ହେବ।” ‘ପାକିସ୍ତାନ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ…
ନୂଆଦିଲ୍ଲୀ: ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସେପଟେ ଭାରତ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ସରକାର ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ୍ସ ଆକାଉଣ୍ଟ (ପୂର୍ବ ଟ୍ୱିଟର) ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ପୂର୍ବରୁ କହିଥିଲେ ଯେ, ପାକିସ୍ତାନ ହାଇ ଆଲର୍ଟ ଏବଂ ଏହାର ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥିସହ ଚେତାବନୀ ଦେଇଥିଲେ ଯେ, ଯଦି ପାକିସ୍ତାନର ଅସ୍ତିତ୍ଵ ପ୍ରତି ସିଧାସଳଖ ବିପଦ ଆସେ, ତେବେ ଆଣବିକ ଅସ୍ତ୍ର ବ୍ୟବହାର କରାଯାଇପାରେ। ତାଙ୍କ ବିବୃତ୍ତି ପରେ ଭାରତ ସରକାର ଏହି ପଦକ୍ଷେପ ନେଇଛନ୍ତି। ପହଲଗାମ ଆକ୍ରମଣ ପରେ ଭାରତ କ୍ରମାଗତ ଭାବେ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଭାରତ ସରକାର ପୂର୍ବରୁ ଅନେକ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଥିଲେ।…
ନୂଆଦିଲ୍ଲୀ: କାନାଡାରେ 2025 ସାଧାରଣ ନିର୍ବାଚନର ଫଳାଫଳ କେବଳ ରାଜନୈତିକ ସମୀକରଣକୁ ବଦଳାଇ ଦେଇନାହିଁ ବରଂ ଖାଲିସ୍ତାନୀ ଏଜେଣ୍ଡାକୁ ମଧ୍ୟ ଏକ ବଡ଼ ଝଟକା ଦେଇଛି। ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁଙ୍କୁ ସର୍ବଦା ସମର୍ଥନ କରୁଥିବା ଜଗମିତ ସିଂ ଏହି ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ନିର୍ବାଚନରେ ତାଙ୍କର ପରାଜୟକୁ ଗ୍ରହଣ କରି ସେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ତାଙ୍କର ନିଉ ଡେମୋକ୍ରାଟିକ୍ ପାର୍ଟି (ଏନଡିପି) ମଧ୍ୟ ପରାଜୟ ପରେ ସଙ୍କଟରେ ଆସିଛି। ଏହି ନିର୍ବାଚନରେ ଏନଡିପି ଏତେ କମ୍ ଆସନ ପାଇଛି ଯେ, ଦଳ ବର୍ତ୍ତମାନ ଜାତୀୟ ଦଳ ଭାବରେ ନିଜର ସ୍ଥିତି ହରାଇପାରେ। କାନାଡାରେ ଜାତୀୟ ମାନ୍ୟତା ବଜାୟ ରଖିବାକୁ ଯେକୌଣସି ଦଳ ଅତିକମରେ 12 ଟି ସିଟ୍ ଜିତିବାକୁ ପଡିବ, କିନ୍ତୁ ଏନଡିପି ତାହା କରିବାରେ ବିଫଳ ହୋଇଛି। ଏହା ହେଉଛି ସେହି ଦଳ ଯାହା ଜଗମିତ ସିଂ ନିଜେ ଏକଦା…
ରୀତା ସ୍ୱାଇଁ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ପବିତ୍ର ଅକ୍ଷୟ ତୃତୀୟାର ମାହାତ୍ମ୍ୟ ବେଶ୍ ଉଲ୍ଲେଖଯୋଗ୍ୟ। ରସୋମୟ ତିଥି, ଅମୃତମୟ ଯାତ୍ରା, ଓଡ଼ିଆ ମାଟିର ବାର ମାସର ତେରଯାତ୍ରା ମଧ୍ୟରେ ପ୍ରସିଦ୍ଧ ଯାତ୍ରା, ଅନୁକୂଳ ଯାତ୍ରା, ଅନୁକୂଳ ତିଥି ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ। ଜଗନ୍ନାଥ ମହାପ୍ରଭୁ ଓଡ଼ିଆ ଜାତିର ସର୍ବସ୍ୱ। ଜଗନ୍ନାଥଙ୍କ ବିନା ଓଡ଼ିଆର ପରିଚୟ ନାହିଁ। ଜଗନ୍ନାଥ ମହାପ୍ରଭୁଙ୍କର ଯାତ୍ରା ଭିତରେ ପ୍ରସିଦ୍ଧ ଯାତ୍ରା ଅକ୍ଷୟ ତୃତୀୟା। ଜଗନ୍ନାଥ ମହାପ୍ରଭୁ ମନ୍ଦିର ପ୍ରତିଷ୍ଠା ପରେ ବିରାଜିତ ହେଲେ ରତ୍ନ ସିଂହାସନରେ। ବିକଚ ପଦ୍ମନେତ୍ର ଦର୍ଶନକଲେ ସମସ୍ତେ। ଦୁଃଖୀର ଦୁଃଖ ଦୂର ହେଲା। ଅନ୍ଧକାର ଦୂରୀଭୂତ ହେଲା। ମୃତ୍ୟୁର ଅମୃତପଥ ପାଇଲେ ଲୋକମାନେ। ସାରା ସଂସାରର ସାରଭୂତ ନାଥ ଜଗନ୍ନାଥଙ୍କୁ ଦର୍ଶନ କଲେ। ରାଜା ଇନ୍ଦ୍ରଦ୍ୟୁମ୍ନ, ବ୍ରହ୍ମା, ବିଦ୍ୟାପତି, ବିଶ୍ୱାବସୁ ଏବଂ ଗୁଣ୍ଡିଚା ପଚାରିଲେ ତେବେ ଯାତ୍ରା କ’ଣ…
ହ୍ୟୁଷ୍ଟନ/ ମୁମ୍ବାଇ: ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲ (ଡିଏଆଇଏସ), ମୁମ୍ବାଇର ଦୁଇଟି ରୋବୋଟିକ୍ସ ଦଳ – ଟିମ୍ ମାଟ୍ରିକ୍ସ ଏବଂ ଟିମ୍ ୟୁରେକା – ଫାଷ୍ଟ ଟେକ୍ ଚ୍ୟାଲେଞ୍ଜ ବିଶ୍ୱ ଚାମ୍ପିଅନସିପ ୨୦୨୫ ରେ ଇତିହାସ ସୃଷ୍ଟି କରିଛନ୍ତି। ଉଭୟ ଦଳ ଫାଇନାଲରେ ପରସ୍ପରର ମୁହାଁମୁହିଁ ହୋଇଥିଲେ, ଏବଂ ଟିମ୍ ମାଟ୍ରିକ୍ସ ବିଜୟୀ ହୋଇ ଭାରତକୁ ପ୍ରଥମ ଥର ପାଇଁ ଟାଇଟଲ ଦେଇଥିଲେ। ଏହି ପ୍ରତିଯୋଗିତା ଆମେରିକାର ହ୍ୟୁଷ୍ଟନରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ୩୦ ରୁ ଅଧିକ ଦେଶର ୨୫୬ ଟି ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରିଥିଲେ। ଟିମ୍ ମାଟ୍ରିକ୍ସ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଥିଲାଏବଂ ଫାଇନାଲରେ ମୋଟ ୫୪୧ ପଏଣ୍ଟ ସ୍କୋର କରିଥିଲା। ଏହା ଥିଙ୍କ ପୁରସ୍କାରରେ ଦ୍ୱିତୀୟ ସ୍ଥାନ ମଧ୍ୟ ଅଧିକାର କରିଥିଲା। ଟିମ୍ ୟୁରେକା ମଧ୍ୟ ଭଲ ପ୍ରଦର୍ଶନ କରିଥିଲାଏବଂ କନେକ୍ଟ ପୁରସ୍କାର ଜିତିଥିଲା। ଭାରତରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଉଭୟ ଦଳ ଉତ୍କୃଷ୍ଟ ପ୍ରଦର୍ଶନ…
ଭୁବନେଶ୍ୱର: ଭୁବନେଶ୍ୱର ପ୍ରେସ୍ କ୍ଲବ୍ ଠାରେ ପାଳିତ ହେଲା ଆମ ଓଡ଼ିଆ ସିନେମାର ଜନ୍ମଦିନ। ଆମ ସିନେମା ଆଜି ୯୦ ବର୍ଷରେ ପାଦ ଥାପିଛି। ୧୯୩୬ ମସିହା ଏପ୍ରିଲ୍ ୧ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାର ୨୭ଦିନ ପରେ, ୨୮ ଏପ୍ରିଲ୍ ରେ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଦ୍ଵାରା ନିର୍ମିତ, ଆମ ମାଟିର, ଆମ ଭାଷାର ପ୍ରଥମ ସିନେମା “ସୀତା ବିବାହ” ପୁରୀର ଲକ୍ଷ୍ମୀ ଟକୀଜ୍ ରେ ମୁକ୍ତିଲାଭ କରିଥିଲା। ତେଣୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କୁ ଓଡ଼ିଆ ସିନେମାର ଜନକ ବୋଲି କୁହାଯାଏ। ଓଡ଼ିଆ ଚଳଚ୍ଚିତ୍ରର ୯୦ତମ ଜନ୍ମଦିନ ପାଳନ ଅବସରରେ ଓଲିଉଡ଼ ସିନେ ଜଗତର ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ତଥା ଅନେକ ଟେକନିସିଆନ୍ସ ଯୋଗଦେଇଥିଲେ। ପ୍ରଯୋଜକ ଯୁଗଳ ଦେବତା, ସବ୍ୟସାଚୀ ମହାପାତ୍ର, କୌଶିକ ଦାସ, ଅଜୟ ରାଉତରାୟ, ଗଦାଧର ପୁଟ୍ଟୀ, ବରିଷ୍ଠ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ, ସଂଳାପକାର ଡଃ ରଜନୀ ରଞ୍ଜନ, ବରିଷ୍ଠ…
ସୁବାସ କୁମାର ତାରଣିଆଁ ପାଣିପାଗ ଏକ ପ୍ରାକୃତିକ ପ୍ରକ୍ରିୟା ଏବଂ ମଣିଷର ନିୟନ୍ତ୍ରଣ ବାହାରେ। ଏବେ ଋୁତୁଚକ୍ରରେ ଖରା, ବର୍ଷା ଓ ଶୀତ ଆଦି ନିର୍ଦ୍ଧାରିତ ସମୟରେ ଆସିବାରେ ବ୍ୟତିକ୍ରମ ଘଟୁଛି। ମନୁଷ୍ୟକୃତ କାର୍ଯ୍ୟ ଯୋଗୁଁ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇବା ସହ ଏହାର ପ୍ରଭାବ ପାଣିପାଗ ଉପରେ ପଡୁଛି, ଫଳରେ ଋତୁଚକ୍ରରେ ବ୍ୟତିକ୍ରମ ଘଟୁଥିବା ପରିଲକ୍ଷିତ ହେଉଛି। ଗତ କିଛିବର୍ଷ ହେବ ଓଡ଼ିଶା ସମେତ ସମଗ୍ର ଦେଶରେ ନିର୍ଦ୍ଧାରିତ ସମୟ ଆଗରୁ ଖରାଦିନ ଆସିବାରୁ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଛି। ଯେଉଁଥିପାଇଁ ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ, ବାୟୁ ପ୍ରଦୂଷଣ ଏବଂ ତାପମାତ୍ରା ବୃଦ୍ଧି ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଯେଉଁ ସହରକୁ ଦେଖିଲେ ଉଡୁଛି ଧୂଳିକଣା। ନିଃଶ୍ୱାସ ପ୍ରଶ୍ୱାସ ନେଲେ ଶରୀରକୁ ଯାଉଛି ଏହି ଧୂଳିକଣା। ଫଳରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଛୋଟ ଛୋଟ ଶିଶୁମାନେ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି। ଏକ ତଥ୍ୟ ଅନୁସାରେ କଟକ, ଭୁବନେଶ୍ୱର, କଳିଙ୍ଗ ନଗର,…

