ଭୁବନେଶ୍ଵର: ଲୋକୋ ପାଇଲଟ୍ ଭାରତୀୟ ରେଳ ପରିବାରର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଅଟନ୍ତି। ସେମାନଙ୍କର କାର୍ଯ୍ୟ ପରିସ୍ଥିତିକୁ ଉନ୍ନତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରଯାଇଛି। ଗତ 10 ବର୍ଷ ମଧ୍ୟରେ, ଲୋକୋ ପାଇଲଟମାନଙ୍କର ସମସ୍ତ ରନିଙ୍ଗ ରୁମକୁ ଏୟାର କଣ୍ଡିସନିଂ କରାଯିବା ସହ ଭଲ ଭାବରେ ସଜ୍ଜିତ କରାଯାଇଛି। 2014 ପୂର୍ବରୁ, ଦେଶରେ ଗୋଟିଏ ବି ରନିଙ୍ଗ ରୁମ ଏୟାରକଣ୍ଡିସନ୍ ନଥିଲା। ଗତ 10 ବର୍ଷ ମଧ୍ୟରେ ଅଧାରୁ ଅଧିକ ଲୋକୋ କ୍ୟାବିନଗୁଡ଼ିକୁ ଏରଗୋନୋମିକ୍ ସିଟ୍, ଏୟାର କଣ୍ଡିସନିଂ ଏବଂ ଅନ୍ୟାନ୍ୟ ଉନ୍ନତି ସହିତ ଉନ୍ନତ କରାଯାଇଛି। 2014 ପୂର୍ବରୁ, ଗୋଟିଏ ମଧ୍ୟ ଲୋକୋ କ୍ୟାବିନ ଏୟାରକଣ୍ଡିସନିଂ ନଥିଲା। ସମସ୍ତ ନୂତନ ଲୋକୋମୋଟିଭରେ ଶୌଚାଳୟ ସ୍ଥାପନ କରାଯାଉଛି। ଏହା 2014 ପୂର୍ବରୁ ନିର୍ମାଣ ଯୋଜନାର ଅଂଶ ମଧ୍ୟ ନଥିଲା। ପୁରୁଣା ଲୋକୋମୋଟିଭ୍ଗୁଡ଼ିକୁ ଶୌଚାଳୟ ସହିତ ପୁନଃନିର୍ମାଣ କରାଯାଉଛି। ଏଥିପାଇଁ ଡିଜାଇନ୍ ପରିବର୍ତ୍ତନ ମଧ୍ୟ କରାଯାଉଛି। ଅଧିକ ଟ୍ରାଫିକ୍ ଥିବା ରୁଟ୍ଗୁଡ଼ିକରେ…
Author: SM Network
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅର୍ନ୍ତଗତ ଜାଲଖାଇ ଠାରେ ଅବସ୍ଥିତ ବୋଡ ନଦୀ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ନିର୍ମାଣ କାର୍ଯ୍ୟରେ ଆନ୍ଧ୍ରପ୍ରଦେଶର ଶ୍ରମିକ ମାନେ କାମ କରୁଥିଲା ବେଳେ ହଠାତ୍ ଏକ ବିସ୍ପୋରଣ ଘଟି ଚେନ୍ନା ନାରାୟଣ ନାମକ ଜଣେ ଶ୍ରମିକର ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଛି। କ୍ରିଷ୍ଣା ରାଓ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ କିଛି ଦୁରରେ ପଡ଼ିଥିଲା। ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭ ଲକ୍ଷ୍ମୀ ପୁଜାରୀଙ୍କ ନେତୃତ୍ବରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଶ୍ରମିକମାନଙ୍କ ସହଯୋଗରେ ମୃତ ଶ୍ରମିକର ଖଣ୍ଡବିଖଣ୍ଡିତ ଶବକୁ ଉଦ୍ଧାର କରିଛି। ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବିସ୍ପୋରଣ ଘଟଣାରେ ସମ୍ପୃକ୍ତ କୋଦଳା ଥାନା ଅଞ୍ଚଳର ଜଗନ୍ନାଥ ଦାସ ନାମକ ଜଣେ ବ୍ୟକ୍ତିକୁ ଥାନାରେ ରଖି ପଚରାଉଚରା କରିବା ସହ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ଥାନାରେ କାର୍ଯ୍ୟରତ ତଥା ସହରର ବାସିନ୍ଦା ଜନୈକ ଗୃହରକ୍ଷୀଙ୍କର ଗୋଟିଏ ମୋଟରସାଇକେଲ ଓ ଗୋଟିଏ ସ୍କୁଟି ଗାଡ଼ିକୁ କୌଣସି ଦୁର୍ବୃତ୍ତ ନିଆଁ ଲଗାଇଦେଇ ଚମ୍ପଟ୍ ମାରିଥିବା ଜଣାପଡିଛି। ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି। ସ୍ଥାନୀୟ ଲୋକ ଏହି ଭଳି ଘଟଣା ଦେଖି ସମ୍ମିଳିତ ଭାବେ ନିଆଁକୁ ଲିଭାଇ ଥିଲେ ମଧ୍ୟ ଉକ୍ତ ଦୁଇ ଗାଡ଼ି ସମ୍ପୁର୍ଣ୍ଣ ଜଳିଯାଇଛି। ଆଜି ସକାଳୁ ଗୋପାଳପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ବିହାର ରାଜନୀତିରେ ଆଜିକାଲି ଯୁବ ନେତାଙ୍କ ଆବଶ୍ୟକତା ରହିଛି। ଜେଡିୟୁ କର୍ମୀମାନେ ମଧ୍ୟ ଚାହୁଁଥିଲେ ଯେ, ନୀତୀଶ କୁମାରଙ୍କ ପୁଅ ନିଶାନ୍ତ ରାଜନୀତିରେ ପ୍ରବେଶ କରନ୍ତୁ ଏବଂ ତାଙ୍କ ପିତାଙ୍କ ଉତ୍ତରାଧିକାରୀ ହୁଅନ୍ତୁ। କିନ୍ତୁ ଏପର୍ଯ୍ୟନ୍ତ କିଛି ନିଶ୍ଚିତ ହୋଇନାହିଁ। ତେବେ ନିଶାନ୍ତ ଆଜିକାଲି ଅନେକ ରାଜନୈତିକ ବିବୃତ୍ତି ଦେଉଛନ୍ତି, ବିଶେଷ କରି ତାଙ୍କ ପିତାଙ୍କ ବିଷୟରେ ସେ ତାଙ୍କ ପିତାଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଜନସାଧାରଣଙ୍କୁ ନିବେଦନ କରୁଛନ୍ତି। ସି ଭୋଟର ସର୍ଭେ ପରେ ନିଶାନ୍ତ କ’ଣ କହିଛନ୍ତି?: ଏହି ସମୟରେ ପାଟନାରେ ଏକ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ବିବୃତ୍ତିରେ ସେ ଗ୍ରାଣ୍ଡ ଆଲାଇନ୍ସର ବୈଠକ ଏବଂ ମୁଖ୍ୟମନ୍ତ୍ରୀ ଚେହେରା ସମ୍ପର୍କରେ ସି ଭୋଟରର ସର୍ଭେକୁ ଦୃଢ ଜବାବ ଦେଇଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଏହା କରିବାର ଲାଭ କ’ଣ? ତେଜସ୍ୱୀ ଯାଦବଙ୍କୁ ଚ୍ୟାଲେଞ୍ଜ କରି ସେ କହିଛନ୍ତି ଯେ, ମଇଦାନକୁ ଆସ, ସେଠାରେ ଦେଖାଯିବ, ଜନସାଧାରଣ କାହାକୁ…
ଭୁବନେଶ୍ଵର: ସମୟ ବଦଳିବା ସହିତ ଓଡ଼ିଆ ସିନେ ଜଗତରେ ସିନେ ପ୍ରେମୀଙ୍କର ସ୍ଵାଦ ମଧ୍ୟ ବଦଳିଛି। ବଡ଼ ପରଦାରେ ଏବେ ନିଚ୍ଛକ ଓ ବାସ୍ତବବାଦୀ ଚଳଚିତ୍ରର ରୁଚି ଖୁବ୍ ଅଧିକ ରହିଛି। କହିବାକୁ ଗଲେ ଏହାର ଆରମ୍ଭ ହୋଇଥଲା ଏକ ବାସ୍ତବବାଦୀ ଚଳଚ୍ଚିତ୍ରରୁ ଯାହା ଦେଶ ବିଦେଶରେ ସୁନାମ ଅର୍ଜନ କରିଥିଲା ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ସୁପରଷ୍ଟାର ବାବୁଶାନ୍ ମହାନ୍ତି। ଫିଲ୍ମ ଥିଲା ଦମନ। ତେବେ ବାବୁଶାନ୍ ମହାନ୍ତିଙ୍କ ପ୍ରଶଂସକ ଏହାପରେ ତାଙ୍କର ଅଭିନୀତ ଫିଲ୍ମ ଦେଖିବାକୁ ଚାହିଁ ରହିଛନ୍ତି। ତେବେ ଖୁସିର କଥା ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି ଚଳଚ୍ଚିତ୍ର ପାବାର’। ସିନେମାଟି ଆଓ ନେକ୍ସଟ ଓ ଟି ଟି ରେ ଡିଜିଟଲି ୨୩ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ସମସ୍ତ ୟୁଜରଙ୍କ ପାଇଁ। ସିନେମାର ନିର୍ଦ୍ଦେଶକ ଅଶୋକ ପତି, ପ୍ରଯୋଜକ ତ୍ରିପ୍ତି ଶତପଥୀ ରହିଛନ୍ତି। ମୁଖ୍ୟ ଚରିତ୍ରରେ ବାବୁଶାନ୍ ଓ ଏଲିନା ସାମନ୍ତରାୟ, କ୍ରୀଷ୍ଣା…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏବଂ ସ୍ପେନ୍ର ରାଷ୍ଟ୍ରଦୂତ ହିଜ ଏକ୍ସିଲେନ୍ସି ଜୁଆନ୍ ଆନ୍ଟୋନିଓ ମାର୍ଚ ପୁଜୋଲଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ହୋଇଛି। ସ୍ପେନର ରାଷ୍ଟ୍ରଦୂତ ଭାବେ ସେ ଏକାସଂଗେ ଭାରତ, ଭୁଟାନ, ନେପାଳ, ଶ୍ରୀଲଙ୍କା ଏବଂ ମାଳଦ୍ୱୀପକୁ ପ୍ରତିନିଧିତ୍ୱ କରୁଛନ୍ତି। ଶୁକ୍ରବାର ବିଶ୍ୱବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କ ସହ ସାକ୍ଷାତ ସମୟରେ ଦୁଇ ଦେଶ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗ ସହ ଆଲୋଚନା କରିବା ସହ ସୋଆରେ ସ୍ପାନିଶ ଭାଷାର ଶିକ୍ଷାକୁ ନେଇ ମଧ୍ୟ ଆଲୋଚନା କରିଥିଲେ। ଏହି ସାକ୍ଷାତ ଆଲୋଚନା ସମୟରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ବର୍ତ୍ତମାନ JEE Main 2025 ସେଶନ 2 ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କର ଅପେକ୍ଷା ଶେଷ ହୋଇଛି। ଜାତୀୟ ପରୀକ୍ଷା ଏଜେନ୍ସି (NTA) Final Answer Key ପ୍ରକାଶ କରିଛି। କେଉଁ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଡାଉନଲୋଡ୍ କରିପାରିବେ। ପ୍ରାର୍ଥୀମାନେ ଏଠାରେ ଦିଆଯାଇଥିବା ପଦକ୍ଷେପଗୁଡ଼ିକୁ ଅନୁସରଣ କରି Answer Key କୁ ଡାଉନଲୋଡ୍ କରିପାରିବେ। କେବଳ ଫାଇନାଲ Answer Key ଉପରେ ଆଧାର କରି ଫଳାଫଳ NTA ଦ୍ୱାରା ଘୋଷିତ ହୋଇଛି। ଏହାପୂର୍ବରୁ ଛାତ୍ରଛାତ୍ରୀମାନେ ପ୍ରକାଶିତ ଅସ୍ଥାୟୀ Answer Key ଉପରେ ଆପତ୍ତି ଉଠାଇବାକୁ ସୁଯୋଗ ଦିଆଯାଇଥିଲା। ବର୍ତ୍ତମାନ ସମସ୍ତ ଆପତ୍ତି ସମୀକ୍ଷା କରିବା ପରେ, ଫାଇନାଲ Answer Key ପ୍ରସ୍ତୁତ କରାଯାଇଛି, ଯାହାକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ। ଆସନ୍ତାକାଲି ଫଳାଫଳ ଆସିବ: 19 ଏପ୍ରିଲରେ JEE ମେନ୍ 2025 ଫଳାଫଳ ଘୋଷଣା କରାଯିବ। ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଭାବେ ୱେବସାଇଟ୍ ଉପରେ ନଜର ରଖିବାକୁ ପରାମର୍ଶ…
ମୁମ୍ବାଇ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଏମଆଇବି) ଇଣ୍ଟରନେଟ୍ ଆଣ୍ଡ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଆଇଏଏମ୍ଏଆଇ) ସହଯୋଗରେ ଗଣମାଧ୍ୟମ ଏବଂ ମନୋରଞ୍ଜନ ପ୍ରଯୁକ୍ତି କ୍ଷେତ୍ରରେ ଷ୍ଟାର୍ଟଅପ୍ ପାଇଁ ଭାରତର ପ୍ରମୁଖ ପ୍ଲାଟଫର୍ମ ୱେଭଏକ୍ସ ୨୦୨୫ ପାଇଁ ଦୁଇଟି ପ୍ରମୁଖ ଅପଡେଟ୍ ଘୋଷଣା କରିଛି। ବ୍ୟାପକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବା ପାଇଁ, ଯୋଗ୍ୟତା ମାନଦଣ୍ଡ ସମ୍ପ୍ରସାରଣ କରାଯାଇଛି, ଏବଂ ଆବେଦନ ସମୟ ସୀମା ବୃଦ୍ଧି କରାଯାଇଛି। ୨୦୧୬ ରୁ ଅନ୍ତର୍ଭୁକ୍ତ ଷ୍ଟାର୍ଟଅପ୍ ଗୁଡ଼ିକ ଏବେ ୱେଭଏକ୍ସ ୨୦୨୫ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି। ଏହା ପୂର୍ବ ମାନଦଣ୍ଡଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ, ଯେଉଁଥିରେ ୨୦୨୦ କିମ୍ବା ତା’ପରେ ପ୍ରତିଷ୍ଠା ହୋଇଥିବା ଷ୍ଟାର୍ଟଅପ୍ ଗୁଡ଼ିକରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବିଶେଷ କରି ଗଣମାଧ୍ୟମ-ପ୍ରଯୁକ୍ତି କ୍ଷେତ୍ରରେ ସ୍ଥିରତା, ଅଭିବୃଦ୍ଧି ଏବଂ ପ୍ରଭାବର ଟ୍ରାକ୍ ରେକର୍ଡ ଥିବା ଅଂଶଗ୍ରହଣକାରୀଙ୍କୁ ଏହି ପଦକ୍ଷେପ ଆକୃଷ୍ଟ କରିବ ବୋଲି ଆଶା…
ଭୁବନେଶ୍ୱର: ଚଳିତ ବର୍ଷ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ପ୍ରସ୍ତୁତିରେ ଯେପରି କୌଣସି ପ୍ରକାର ତ୍ରୁଟି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ପୋଲିସ ପ୍ରଶାସନ ଓ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହିତ ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ୱାଇ. ବି. ଖୁରାନିଆ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ କୁମାର ପାଢ଼ୀ, ରାଜ୍ୟ ପ୍ରଶାସନର ସମ୍ପୃକ୍ତ ବିଭିନ୍ନ ବିଭାଗର ସଚିବ, ବରିଷ୍ଠ ପଦାଧିକାରୀ ତଥା ପୁଲିସ ପ୍ରଶାସନର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିବା ବେଳେ ଆଭାସୀ ମାଧ୍ୟମରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ପୂର୍ତ୍ତ…
ନୂଆଦିଲ୍ଲୀ: ବିଶ୍ଵ ମଞ୍ଚରେ ଭାରତର ସାଂସ୍କୃତିକ ଏବଂ ଦାର୍ଶନିକ ଐତିହ୍ୟ ଏକ ବଡ଼ ମାନ୍ୟତା ହାସଲ କରିଛି। ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ଦ୍ୱାରା ଲିଖିତ ନାଟ୍ୟଶାସ୍ତ୍ରକୁ ୟୁନେସ୍କୋର ‘ମେମୋରୀ ଅଫ୍ ୱାର୍ଲ୍ଡ ରେଜିଷ୍ଟର’ରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଘୋଷଣା ସହିତ ଭାରତର ୧୪ ଅମୂଲ୍ୟ କଳାକୃତି ବର୍ତ୍ତମାନ ଏହି ଅନ୍ତର୍ଜାତୀୟ ତାଲିକାର ଏକ ଅଂଶ ହୋଇପାରିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ସୂଚନା ପ୍ରଦାନ କରି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ଏହାକୁ ଭାରତର ସାଂସ୍କୃତିକ ଚେତନା ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ଶ୍ରୀ ଶେଖୱାତ ଲେଖିଛନ୍ତି ଯେ “ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ନାଟ୍ୟଶାସ୍ତ୍ର କେବଳ ଶାସ୍ତ୍ର ନୁହେଁ, ବରଂ ଭାରତର ଚିନ୍ତାଧାରା, ଜୀବନ ଦୃଷ୍ଟିକୋଣ ଏବଂ କଳାତ୍ମକ ଅଭିବ୍ୟକ୍ତିର ମୂଳ ସ୍ତମ୍ଭ ଅଟେ। ଏହି ଗ୍ରନ୍ଥଗୁଡ଼ିକ କେବଳ ଭାରତକୁ ନିର୍ଦ୍ଦେଶ ଦେଇନାହିଁ, ବରଂ…
ସ୍ୱାସ୍ଥ୍ୟ ଟିପ୍ସ: ଆଜିକାଲି ଉଚ୍ଚ କୋଲେଷ୍ଟ୍ରଲ ଏକ ଗୁରୁତର ସମସ୍ୟା ପାଲଟିଛି, ଯାହା ହୃଦରୋଗର ଆଶଙ୍କା ବଢାଇପାରେ। କିନ୍ତୁ, ଆପଣ ଜାଣିଛନ୍ତି କି ରସୁଣ ଏହି ସମସ୍ୟାର ଏକ ପ୍ରଭାବଶାଳୀ ସମାଧାନ ହୋଇପାରେ? ରସୁଣ କେବଳ ମସଲା ନୁହେଁ, ସ୍ୱାସ୍ଥ୍ୟ ପାଇଁ ଅମୃତ ପରି। ଯଦି ସଠିକ୍ ଭାବରେ ଖାଆନ୍ତି, ଏହା କୋଲେଷ୍ଟ୍ରଲ୍ କୁ ହ୍ରାସ କରିବା ସହିତ ହୃଦୟକୁ ମଜବୁତ କରିଥାଏ। ଆସନ୍ତୁ ଜାଣିବା ରସୁଣର ଉପକାରିତା ଏବଂ ଏହାକୁ କିପରି ସଠିକ୍ ଭାବରେ ଖାଇବା….. ରସୁଣ କିପରି ଉଚ୍ଚ କୋଲେଷ୍ଟ୍ରଲ ହ୍ରାସ କରେ?: ରସୁଣରେ ଥିବା ଆଲିସିନ୍ ନାମକ ଯୌଗିକରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି। ଏହା ଖରାପ କୋଲେଷ୍ଟ୍ରଲ (LDL) କୁ ହ୍ରାସ କରିଥାଏ ଏବଂ ଭଲ କୋଲେଷ୍ଟ୍ରଲ (HDL) ବୃଦ୍ଧି କରିବାରେ ସାହାଯ୍ୟ କରେ। ରକ୍ତରେ ଥିବା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିଥାଏ। ଧମନୀରେ ଜମା ହୋଇଥିବା ପ୍ଲେକ୍ ସଫା କରିବାରେ ସାହାଯ୍ୟ କରେ।…
ନୂଆଦିଲ୍ଲୀ: ଆଜି ଗୁଡ ଫ୍ରାଇଡେ ଏବଂ ଏଭଳି ପରିସ୍ଥିତିରେ ଅନେକ ଲୋକ ନିଶ୍ଚିତ ଭାବରେ ପ୍ରଶ୍ନ କରିବେ ଯେ ବ୍ୟାଙ୍କଗୁଡ଼ିକ ଆଜି ଖୋଲା ରହିବ କି ନାହିଁ? ଯଦି ଆପଣଙ୍କ ମନରେ ମଧ୍ୟ ସମାନ ପ୍ରଶ୍ନ ଅଛି ଏବଂ ବ୍ୟାଙ୍କ ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଆବଶ୍ୟକ। ବ୍ୟାଙ୍କକୁ ଯିବା ପୂର୍ବରୁ ନିଶ୍ଚିତ ଭାବରେ ଜାଣନ୍ତୁ ଆଜି ଆପଣଙ୍କ ସହରରେ ବ୍ୟାଙ୍କ ଛୁଟି ଅଛି କି ନାହିଁ। ଏପ୍ରିଲ୍ 2025 ରେ ଆସୁଥିବା ବାକି ଛୁଟି ବିଷୟରେ ମଧ୍ୟ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି ଯାହା ଦ୍ଵାରା ଆପଣ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଆଗୁଆ ସମାପ୍ତ କରିପାରିବେ। ଏପ୍ରିଲ୍ 2025 ରେ କେବେ ବ୍ୟାଙ୍କ ବନ୍ଦ ରହିବ?: ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସମେତ ଏପ୍ରିଲରେ ସମୁଦାୟ 13 ଟି ବ୍ୟାଙ୍କ ଛୁଟି ଅଛି। ଏପ୍ରିଲ ମାସରେ ଆସୁଥିବା ବ୍ୟାଙ୍କ ଛୁଟିଦିନର…
ନୂଆଦିଲ୍ଲୀ: ସନ୍ନି ଦେଓଲ ଏବଂ ରଣଦୀପ ହୁଡାଙ୍କ ଫିଲ୍ମ ଜାଟ 10 ଏପ୍ରିଲରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ରିଲିଜ ହେବା ପରଠାରୁ ବକ୍ସ ଅଫିସରେ ରାଜ କରିଆସୁଛି। କିନ୍ତୁ ବର୍ତ୍ତମାନ ଏହି ଚଳଚ୍ଚିତ୍ର ଏକ ଦୃଶ୍ୟକୁ ନେଇ ବିବାଦର ଏକ ଅଂଶ ପାଲଟିଛି। ଜାଟ ଚଳଚ୍ଚିତ୍ରର ଅଭିନେତା ତଥା ନିର୍ଦ୍ଦେଶକଙ୍କ ବିରୋଧରେ ଜଲନ୍ଧରର ସଦର ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରାଯାଇଛି। ବଲିଉଡ ଅଭିନେତା ସନ୍ନି ଦେଓଲ, ରଣଦୀପ ହୁଡା, ଭିନୀତ କୁମାର, ନିର୍ଦ୍ଦେଶକ ଗୋପୀ ଚାନ୍ଦ, ନିର୍ମାତା ନବୀନ ମାଲିନେନିଙ୍କ ବିରୋଧରେ ଜଲନ୍ଧରରେ ଏକ ମାମଲା ରୁଜୁ ହୋଇଛି। ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଏହି ମାମଲା ଧାରା 299 BNS ଅନୁଯାୟୀ ପଞ୍ଜିକୃତ ହୋଇଛି। ଏହା ହେଉଛି ଅଭିଯୋଗ: ଅଭିଯୋଗ ମୁତାବକ ରଣଦୀପ ହୁଡା ଯୀଶୁ ଖ୍ରୀଷ୍ଟ ଏବଂ ଖ୍ରୀଷ୍ଟିଆନ ଧର୍ମରେ ବ୍ୟବହୃତ ପବିତ୍ର ଜିନିଷକୁ ଅସମ୍ମାନ କରିଛନ୍ତି। ଗତ କିଛି ଦିନ ହେବ ଖ୍ରୀଷ୍ଟିଆନ…
ନୂଆଦିଲ୍ଲୀ: ଏପ୍ରିଲ୍ 30 ତାରିଖରୁ ଚାରି ଧାମ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି। ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଏଥର ପର୍ଯ୍ୟଟନ ବିଭାଗ ମଧ୍ୟ ଏପ୍ରିଲ 28 ତାରିଖରୁ ଅଫଲାଇନ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏହା ଅଧୀନରେ ବିକାଶନାଗରର ହରିଦ୍ୱାର, ଋଷିକେଶ ଏବଂ ହରବର୍ଟପୁର ଅଞ୍ଚଳରେ ମୋଟ 65 ପଞ୍ଜୀକରଣ କାଉଣ୍ଟର ସ୍ଥାପନ କରାଯିବ। ଏହା ବ୍ୟତୀତ ଗୋଷ୍ଠୀରେ ଭ୍ରମଣ କରୁଥିବା ଶ୍ରଦ୍ଧାଳୁମାନେ ସେମାନଙ୍କ ରହିବା ସ୍ଥାନରେ ପଞ୍ଜୀକୃତ ହେବେ। ପର୍ଯ୍ୟଟନ ବିଭାଗ ଚଳିତ ବର୍ଷ ମାର୍ଚ୍ଚ 20 ତାରିଖରୁ ଆଧାର କାର୍ଡ ଆଧାରିତ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଥିଲା। ବିଭାଗ ଅନୁଯାୟୀ, ଏପର୍ଯ୍ୟନ୍ତ 18 ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ବିଭିନ୍ନ ତାରିଖ ପାଇଁ ନିଜକୁ ପଞ୍ଜୀକୃତ କରିଛନ୍ତି। ସେଥିମଧ୍ୟରୁ 16,741 ବିଦେଶୀ ଯାତ୍ରୀ ମଧ୍ୟ ଅନଲାଇନରେ ପଞ୍ଜୀକୃତ ହୋଇଛନ୍ତି। ଚାରିଧାମ ଯାତ୍ରାର ପଞ୍ଜୀକରଣ ନୋଡାଲ ଅଧିକାରୀ ଯୋଗେନ୍ଦ୍ର ଗଙ୍ଗୱାର କହିଛନ୍ତି ଯେ, ଏଥର…
ଭୁବନେଶ୍ଵର: ଆଜିର ଇମରସିଭ୍ ମିଡିଆ ଓ କ୍ରିଏଟିଭ୍ ଟେକନଲୋଜି ଯୁଗରେ କମିକ୍ସ କେବଳ ରବିବାର ସମ୍ବାଦପତ୍ରର ଏକ କୋଣରେ ପ୍ରକାଶ ପାଉଥିବା ଏକ ସମ୍ଭ ନୁହେଁ ଅଥବା ସୁପରହିରୋମାନଙ୍କ ଏକ କାହାଣୀ ହୋଇ ରହିନାହିଁ। କମିକ୍ସଗୁଡ଼ିକ ଚମତ୍କାର କାହାଣୀ, ସାଂସ୍କୃତିକ ଉତଥାନ ଓ ଉଦ୍ଭାବନର ଶକ୍ତିଶାଳୀ ଉପକରଣ ପାଲଟିଛନ୍ତି, ଯାହାକି ଲୋକକଥା, କଳ୍ପନା ଓ ଭବିଷ୍ୟତର ଟେକନଲୋଜିର ଏକ ଅଦ୍ଭୁତ ମିଶ୍ରଣ। ଏହି ପରିବର୍ତ୍ତନ କମିକ୍ସ କ୍ରିଏଟର ଚାମ୍ପିୟନସିପ ମାଧ୍ୟମରେ ଆହୁରି ସମୃଦ୍ଧ ହୋଇଛି, ଯେଉଁଠାରେ ସମଗ୍ର ଭାରତର କ୍ରିଏଟରମାନ ସିକ୍ବେନ୍ସିଆଲ ଆର୍ଟରେ ନୂଆ ନୂଆ ସଫଳତା ପ୍ରାପ୍ତ କରୁଛନ୍ତି। ଏବେ ଏହି ଚାମ୍ପିୟନସିପର ୧୦ ଜଣ ଫାଇନାଲିଷ୍ଟମାନଙ୍କ ନାମ ଘୋଷଣା ହୋଇଛି। ଯେଉଁଥିରେ ଆମେଚର ବର୍ଗରେ ସ୍ଥାନ ପାଇଛନ୍ତି କେନ୍ଦ୍ରାପଡ଼ା ଓଡ଼ିଶାର ରଣଦୀପ ସିଂ ଓ ତାଙ୍କ ଦଳ। ସେମାନେ ଆସେସ୍ ଅଫ ଡିଭିନିଟି ନାମକ କମିକ୍ସ ପ୍ରସ୍ତୁତ କରିଛନ୍ତି। ଏକ ଅଭିନବ ଓ ଚମତ୍କାର ବିଷୟକୁ ନେଇ ସେମାନେ…
ଭୁବନେଶ୍ଵର: କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଜିତନ ରାମ ମାଞ୍ଛୀ ଭାରତ ସରକାରଙ୍କ ଏମଏସଏମଇ ମନ୍ତ୍ରଣାଳୟ ଅଧୀନ ଏକ ସ୍ୱାୟତ୍ତ ପ୍ରତିଷ୍ଠାନ ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ପରିଦର୍ଶନ କରିଛନ୍ତି। ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଅନ୍ୟ ପ୍ରଯୁକ୍ତି କେନ୍ଦ୍ରଗୁଡ଼ିକ ମଧ୍ୟରେ ସିଟିଟିସି ସର୍ବଶ୍ରେଷ୍ଠ ଭାବେ ବିବେଚିତ ହୋଇଥାଏ। ଶ୍ରୀ ମାଞ୍ଝୀ ଏମଏସଏମଇ ମନ୍ତ୍ରଣାଳୟର ଏମଏସଇ-ସିଡିପି ଯୋଜନାରେ ପ୍ରତିଷ୍ଠା କରାଯାଇଥିବା ଏକ ସାଧାରଣ ସୁବିଧା କେନ୍ଦ୍ର (ସିଏଫସି) ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଫାର୍ମସ୍ୟୁଟିକାଲ୍ କ୍ଲଷ୍ଟର ମଧ୍ୟ ପରିଦର୍ଶନ କରିଥିଲେ। ସିଟିଟିସି ଗସ୍ତ ସମୟରେ ମହାପ୍ରବନ୍ଧକ ଏଲ୍. ରାଜଶେଖର କେନ୍ଦ୍ର ମନ୍ତ୍ରୀ ଶ୍ରୀ ମାଞ୍ଝିଙ୍କୁ ସିଟିଟିସିର ପ୍ରମୁଖ ପଦକ୍ଷେପ ଏବଂ ଉଲ୍ଲେଖନୀୟ ସଫଳତା ଉପରେ ଏକ ସଂକ୍ଷିପ୍ତ ଉପସ୍ଥାପନା ପ୍ରଦାନ କରିଥିଲେ। ମାନ୍ୟବର ମନ୍ତ୍ରୀଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ସିଟିଟିସି ପରିସର ବୁଲି ଦେଖିବା ସହିତ ବର୍ତ୍ତମାନ ଜାରି ରହିଥିବା ପଦକ୍ଷେପ ଓ ତାଲିମ…
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ଭଇଁସାଦାନୀ ପଞ୍ଚାୟତର କୋଟଗାଁରେ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାରରେ ପାଇଁ ୪୦୫ ହେକ୍ଟର ଜଙ୍ଗଲ ଜମି ଅଧିକାର ପ୍ରଦାନ କରିଛନ୍ତି। ତାଙ୍କୁ ଗୋଷ୍ଠୀ ଜଙ୍ଗଲ ଅଧିକାର ପାଇବା କାରଣରୁ ଆଦିବାସୀ ଗୋଷ୍ଠୀର କର୍ମକର୍ତ୍ତାଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାସ ଓ ବନଖଣ୍ଡ ଅଧିକାରୀ ଖଡିଆଳ ଅଜିଜ ଖାନ ମିଳିତ ରୁପ ଆଦିବାସୀଙ୍କୁ ଉତ୍ସାହିତ କରିଛନ୍ତି। ସେମାନଙ୍କ ମୁଣ୍ଡରେ ପଗଡ଼ି ବାନ୍ଧି ଜଙ୍ଗଲ ସୁରକ୍ଷା ତଥା ଜଙ୍ଗଲ ସମ୍ପଦ ସଂରକ୍ଷଣ କରିବା ଗୁରୁ ଦାୟିତ୍ଵ ପ୍ରଦାନ କରିଛନ୍ତି। ଜଙ୍ଗଲ ଅଧିକାର ବଳରେ ସେହି ଜଙ୍ଗଳ ବୃଦ୍ଧି ସାଙ୍ଗକୁ ଜଙ୍ଗଲ ସମ୍ପଦର ସୁରକ୍ଷା ତାଙ୍କ ହାତରେ ବୋଲି ପ୍ରକାଶ କରିଛନ୍ତି।
ନୟାଗଡ଼: ରେଳ ମହାପ୍ରବନ୍ଧକଙ୍କୁ ନୟାଗଡ଼ ଟାଉନ ରେଳ ଷ୍ଟେସନ ଠାରେ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛି ନୟାଗଡ଼ ନାଗରିକ ମଞ୍ଚ। ସୂଚନା ଯୋଗ୍ୟ ଯେ, ପୂର୍ବତଟ ରେଳ ମହାପ୍ରବନ୍ଧକ ପରମେଶ୍ୱର ଫୁଂକୱାଲ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଭୁବନେଶ୍ୱରରୁ ଦଶପଲ୍ଲା ଅଭିମୁଖେ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଆଜି ଯାତ୍ରା ଆରମ୍ଭ କରିଥିଲେ। ଏ ସଂକ୍ରାନ୍ତରେ ଖବର ପାଇ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ମହାପ୍ରବନ୍ଧକଙ୍କ ସହିତ ସାକ୍ଷାତ ଆଲୋଚନା ପାଇଁ ସମୟ ମଗା ଯାଇଥିଲା ଏବଂ ଏହାକୁ ଗ୍ରହଣ କରି ମହାପ୍ରବନ୍ଧକଙ୍କ ସ୍ୱତନ୍ତ୍ର ଟ୍ରେନ ନୟାଗଡ଼ ଟାଉନ ରେଳ ଷ୍ଟେସନଠାରେ ଅଟକି ଥିଲା। ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମହାପ୍ରବନ୍ଧକ ଶ୍ରୀ ଫୁଂକୱାଲଙ୍କୁ ଭେଟି ବିଭିନ୍ନ ରେଳ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାବାସୀ…
ରାୟଗଡା: ରାୟଗଡା ଜିସିଡ଼ି ହାଇସ୍କୁଲ ପଡିଆରେ ଆୟୋଜିତ ୧୫ ବର୍ଷରୁ କମ ଅନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ରାୟଗଡା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ମା ମଝିଘରିଆଣି ଫୁଟବଲ କ୍ଲବକୁ ୨-୦ ଗୋଲରେ ପରାଜୟ କରି ଚମ୍ପିୟାନ ହୋଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଯୋଗ ଦେଇ ଚମ୍ପିୟାନ ଟିମକୁ ପୁରସ୍କୃତ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ଜିଲ୍ଲାର ବଛାବଛା ୮ ଟି ଟିମ ଭାଗ ନେଇଥିଲେ।
ସ୍ୱାସ୍ଥ୍ୟ ଟିପ୍ସ: ଶରୀରୀକୁ ରୋଗ ମୁକ୍ତ କରିବା ପାଇଁ, ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିରକ୍ଷା ପ୍ରଣାଳୀ କେବଳ ଶରୀରକୁ ରୋଗରୁ ରକ୍ଷା କରେ ନାହିଁ, ବରଂ ରୋଗଗ୍ରସ୍ତ ହେଲେ ଶରୀରକୁ ଜୀବାଣୁ ସହିତ ଲଢିବାରେ ସାହାଯ୍ୟ କରେ। ଏପରି ପରିସ୍ଥିତିରେ ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହେବା ଉଚିତ୍। ଏବଂ ଏହିପରି ଜିନିଷଗୁଡିକର ବ୍ୟବହାର ତୁରନ୍ତ ବନ୍ଦ କରାଯିବା ଉଚିତ, ଯାହା ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଥାଏ। ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ଏଠାରେ ଆମେ ଆପଣଙ୍କୁ କହିବୁ କେଉଁ ଜିନିଷ ଖାଇବା ଉଚିତ୍ ନୁହେଁ। ଆସନ୍ତୁ ଜାଣିବା… ୧- ଫ୍ରାଇଡ ଫୁଡ: ଫ୍ରାଇଡ ଫୁଡ ପ୍ରତିରୋଧକ ଶକ୍ତି ପାଇଁ ସବୁଠାରୁ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ। ଫ୍ରାଇଡ ଫୁଡରେ ଅଧିକ ପରିମାଣର ଚର୍ବି ଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କରିଥାଏ। ତେଣୁ, ଫ୍ରାଇଡ ଫୁଡ ଖାଇବା ଠାରୁ ଦୂରେଇ ରହିବା…
ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ୪ ହଜାର ୧୩୭ କୋଟି ଟଙ୍କାର ୧୯ଟି ଜାତୀୟ ରାଜପଥ ପ୍ରକଳ୍ପ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି। ଗୁରୁବାର ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଥିବା ରାଜପଥ ପ୍ରକଳ୍ପ ‘ପୂର୍ବୋଦୟ’ ଯୋଜନାରେ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଏକ ଭିଡିଓ ମେସେଜ୍ ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ପୂର୍ବୋଦୟ ମିଶନ’ରେ ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡିକ ଓଡ଼ିଶାରେ ସଡ଼କ ଭିତ୍ତିଭୂମିକୁ ମଜଭୂତ୍ କରିବ । ଲୋକଙ୍କ ଯାତାୟତ ସହଜ ହେବ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ହେବ । ଆମର ସ୍ଥାନୀୟ ଓ ରାଜ୍ୟ ଅର୍ଥନୀତି ଅଧିକ ମଜଭୂତ୍ ହେବ । ଆମ ସରକାର ସବକା ସାଥ୍-ସବକା ବିକାଶର ସରକାର ।…

