Author: SM Network

ଭୁବନେଶ୍ବର: ସୂର୍ଯ୍ୟଦେବ ଅଗ୍ନି ଦେବଙ୍କ ସ୍ବରୂପ ଏବଂ ପ୍ରତ୍ୟକ୍ଷ ଦେବତା ରୂପେ ମନାଯାଇଥାଏ। ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କର ବିଶେଷ ମହତ୍ତ୍ଵ ରହିଛି। ଶକ୍ତିର ଅସୀମ ଭଣ୍ଡାର ସୂର୍ଯ୍ୟଦେବଙ୍କୁ ନେଇ ବାସ୍ତୁ ଶାସ୍ତ୍ରରେ ବହୁ ରୋଚକ ଉପାୟ ରହିଛି, ଯାହାର ଉପଯୋଗରେ ଆମ ଜୀବନରେ ବେଶ୍‌ ଉନ୍ନତି ହୋଇଥାଏ। ସୂର୍ଯ୍ୟୋଦୟର ପୂର୍ବରୁ ବ୍ରହ୍ମମୁହୂର୍ତ୍ତ ସମୟଟି ଅଧ୍ୟୟନ ପାଇଁ ସର୍ବଶ୍ରେଷ୍ଠ। ବିଦ୍ୟାର୍ଥୀମାନେ ଏହି ସମୟକୁ ସଦୁପଯୋଗ କରିବା ଉଚିତ୍‌। ସୂର୍ଯ୍ୟୋଦୟ ସମୟରେ ଘରର ସମସ୍ତ ଝରକା କବାଟ ଖୋଲିବା ଉଚିତ୍‌। ଯଦି କୌଣସି ଘରେ ସୂର୍ଯ୍ୟ କିରଣ ଠିକ୍‌ ଭାବରେ ପଡିପାରୁନାହିଁ, ତେବେ ସେହି ଘରେ ସୂର୍ଯ୍ୟ ଦେବଙ୍କ ତମ୍ବାର ପ୍ରତିମା ଲଗାଇବା ଉଚିତ୍‌। ସେହିପରି ରୋଷେଇ ଘର ଓ ସ୍ନାନ ଘରେ ସୂର୍ଯ୍ୟର ପ୍ରକାଶ ପହଞ୍ଚିବା ଅତ୍ୟନ୍ତ ଆବଶ୍ୟକ।  ସେହିପରି ଯେଉଁ ଘରେ ଧନ ସମ୍ପତ୍ତି ରଖୁଛନ୍ତି ,ସେହି ଘରେ ସୂର୍ଯ୍ୟଦେବଙ୍କ ପ୍ରତିମା ଲଗାଇଲେ ଘରେ କେବେ ଆର୍ଥିକ ସମସ୍ୟା ଉପୁଜିବ ନାହିଁ। ପରିବାରର…

Read More

ନୂଆଦିଲ୍ଲୀ: ୱେଭ୍ସ ୨୦୨୫ର ‘କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସିଜନ୍ ୧’ ଅଧୀନରେ ଆୟୋଜିତ ଆନିମେସନ୍ ଫିଲ୍ମମେକର୍ସ ପ୍ରତିଯୋଗିତା (ଏଏଫସି)ର ଫାଇନାଲିଷ୍ଟଙ୍କ ନାମ ଘୋଷଣା କରାଯାଇଛି। ପାରମ୍ପରିକ ଆନିମେସନ୍, ଭିଏଫଏକ୍ସ, ଅଗମେଣ୍ଟେଡ୍ ରିଆଲିଟି (ଏଆର)/ଭର୍ଚୁଆଲ୍ ରିଆଲିଟି (ଭିଆର) ଏବଂ ଭର୍ଚୁଆଲ୍ ପ୍ରଡକ୍ସନ୍ ସମେତ ଆନିମେସନ୍‌ର ସମ୍ପୂର୍ଣ୍ଣ ସ୍ପେକ୍ଟ୍ରମ୍‌ରେ ମୌଳିକ କାହାଣୀ କଥନ ଉପରେ କେନ୍ଦ୍ରିତ ଶ୍ରେଷ୍ଠ ୪୨ଟି ଦାଖଲ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପ୍ରତିଭାବାନ ଅଂଶଗ୍ରହଣକାରୀମାନେ ଏବେ ମୁମ୍ବାଇରେ ୧-୪ ମଇ, ୨୦୨୫ ରେ ଅନୁଷ୍ଠିତ ହେବାକୁ ଥିବା ୱେଭ୍ସ ସମ୍ମିଳନୀ ସମୟରେ ସେମାନଙ୍କର ମୂଳ ପ୍ରକଳ୍ପ ଉପସ୍ଥାପନ କରିବାର ସୁଯୋଗ ପାଇବେ। ଶ୍ରେଷ୍ଠ ୩ ବିଜେତାଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ପୁରସ୍କାର ପ୍ରଦାନ କରାଯିବ। ୱେଭ୍ସ ଦଳର ସହଯୋଗରେ ଡ୍ୟାନ୍ସିଂ ଆଟମ୍ସ ଦଳ ଦ୍ବାରା ନଅ ମାସର ମୂଲ୍ୟାଙ୍କନ ପ୍ରକ୍ରିୟା ପରେ ଶ୍ରେଷ୍ଠ ୪୨ ଜଣ ଫାଇନାଲିଷ୍ଟଙ୍କୁ ଚୟନ କରିଥିଲା। ଅଂଶଗ୍ରହଣକାରୀଙ୍କ ଉତ୍ସର୍ଗୀକୃତ…

Read More

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ନୂତନ ରାସନ କାର୍ଡ଼ ପ୍ରସ୍ତୁତି ନିମନ୍ତେ ଈ-କେ.ୱାଈ.ସି ଯାଞ୍ଚ ନିହାତି ଜରୁରୀ ଥିବାରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଇକେୱାଇସି ଯାଞ୍ଚ କରାଇନେବାକୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂତନ ରାସନ କାର୍ଡ଼ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବର୍ତ୍ତମାନ ନୂତନ ରାସନ କାର୍ଡ଼ ପ୍ରସ୍ତୁତ କରାଯାଉଛି। ଏହି ପରିପ୍ରେକ୍ଷୀରେ ନୂତନ ରାସନ କାର୍ଡ଼ ପ୍ରସ୍ତୁତ ନିମନ୍ତେ ପରିବାରର ସମସ୍ତ ସଦସ୍ୟଙ୍କ ଈ-କେ.ୱାଈ.ସି ଯାଞ୍ଚ ନିହାତି ଜରୁରୀ ଅଟେ। ଏଣୁ ଜିଲ୍ଲାର ସମସ୍ତ ଆବେଦନକାରୀ ନିଜ ବ୍ଲକ କିମ୍ବା ପୌରାଞ୍ଚଳରେ ଥିବା ଯୋଗାଣ ନିରୀକ୍ଷକଙ୍କ ସହ ଯୋଗାଯୋଗ କରି ଯଥାଶୀଘ୍ର ଈ-କେ.ୱାଈ.ସି ଯାଞ୍ଚ କରାଇ ନେବାକୁ ଅନୁରୋଧ କରାଯଇଛି।।

Read More

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ସ୍ଥିତ ଶିବ ପଟ୍ଟନାୟକ ରିଡିଙ୍ଗ ରୁମ ଠାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପିର ସକ୍ରିୟ ସଦସ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମ୍ପାଦକ ଲକ୍ଷ୍ମୀଚରଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ଆସିକା ସାଂସଦ ଅନୀତା ଶୁଭଦର୍ଶନୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବରିଷ୍ଠ ବିଜେପି ନେତା ପଦ୍ମଚରଣ ସାହୁ, ପ୍ରଦୀପ ପାଢ଼ୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ପୂର୍ବତନ ଉପନଗରପାଳ ବସନ୍ତ ବେହେରା ପ୍ରମୁଖ ମଞ୍ଚାସୀନ ହୋଇ ସକ୍ରିୟ ସଦସ୍ୟ ମାନେ କିପରି ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ଦୃଢୀଭୂତ କରିବେ ସେନେଇ ମାର୍ଗ ଦର୍ଶନ କରିଥିଲେ। ବିଶେଷ କରି ଦଳର ସାଙ୍ଗଠନିକ ନିର୍ବାଚନ ସମାପ୍ତ ପରେ ଏହି ସମ୍ମିଳନୀ ହୋଇଥିବାରୁ ସଦସ୍ୟ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା।

Read More

ପୁରୀ: ନୀଳାଦ୍ରି ଭକ୍ତ ନିବାଶ ଠାରେ ଶୁକ୍ରବାର ଅପରାହ୍ନରେ ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚଳିତବର୍ଷର ଚନ୍ଦନଯାତ୍ରା ନୀତିନିର୍ଘଣ୍ଟ ଚୂଡାନ୍ତ କରାଯାଇଥିଲା। ଏଥି ସହ ଅକ୍ଷୟ ତୃତୀୟ, ନୀଳାଦ୍ରି ମହୋଦୟ, ନୃସିଂହ ଜନ୍ମ ଓ ଶ୍ରୀକ୍ଷେତ୍ର ଭଉଁରୀ ତିଥି ପାଇଁ ମଧ୍ୟ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଛତିଶା ନିଯୋଗ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି। ବୈଠକରେ ଗତବର୍ଷ ବାହାର ଚନ୍ଦନଯାତ୍ରାର ଭଉଁରୀ ଦିନ ଘଟିଥିବା ବାଣ ଵିଷ୍ପୋରଣରେ ମୃତ୍ୟୁ ନେଇ ଚଳିତବର୍ଷ ବାଣ ଫୁଟାଇବା ଉପରେ ରୋକ ଲଗାଯାଇଅଛି। ଏ ନେଇ ଚଳିତ ବର୍ଷ ଚନ୍ଦନ ଯାତ୍ରାରେ ଭକ୍ତ ଓ ସେବକଙ୍କ ପାଇଁ ସ୍ୱତନ୍ତ୍ର ହେଲଥ୍ ଇନସୁରାନ୍ସ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା। ଏଥି ସହ ନରେନ୍ଦ୍ର ପୁଷ୍କରିଣୀ ବାହାରେ ଦୁଇଟି ଫାଷ୍ଟ ଏଡ୍ ସେଣ୍ଟର ମଧ୍ୟ ରଖାଯିବ। ଅନ୍ୟ ପକ୍ଷରେ ଶ୍ରୀମନ୍ଦିରର ନୂତନ ପରିଚାଳନା କମିଟି ଗଠନ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା…

Read More

ନୂଆଦିଲ୍ଲୀ: କ୍ରିଏଟର୍‌ ବା ନିର୍ମାତାଙ୍କ ଦୁନିଆ ଏବଂ ସେମାନଙ୍କର ଅର୍ଥବ୍ୟବସ୍ଥା ଏକ ମୌଳିକ ପରିବର୍ତ୍ତନ ଦେଇ ଗତି କରୁଛି। ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ ପୂର୍ବରୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ବିଭିନ୍ନ ସମାଚାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ଏହା କହିଛନ୍ତି। ଏହି ଆଲୋଚନାରେ ଜାତୀୟ ତଥା ଆଞ୍ଚଳିକ ସମ୍ବାଦ ଗଣମାଧ୍ୟମର ପ୍ରାୟ ୨୫ଟି ଗଣମାଧ୍ୟମ ସଂସ୍ଥାର ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଓଡ଼ିଶାରୁ ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ଏହି ଆଲୋଚନାରେ ଉପସ୍ଥିତ ଥିଲେ। ବର୍ତ୍ତମାନ ଦେଖାଦେଇଥିବା ଆହ୍ୱାନଗୁଡ଼ିକ ଉପରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତିର ଆଗମନ ସହିତ ପୁରୁଣା ମଡେଲ ନୂତନ ମଡେଲକୁ ବାଟ ଦେଖାଉଛି, ସୁଯୋଗ ସୃଷ୍ଟି କରିବା ସହିତ ଆହ୍ୱାନ ମଧ୍ୟ ସୃଷ୍ଟି କରୁଛି। ଗଣମାଧ୍ୟମ ଜଗତର ସ୍ୱରୂପ…

Read More

ଖୋର୍ଦ୍ଧା: ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ପୌରହିତ୍ୟରେ ଓ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଓଡ଼ିଆ ସପ୍ତାହ ପାଳନ ହୋଇଯାଇଅଛି। ଓଡ଼ିଶା ସରକାରଙ୍କ ନିର୍ଦେଶାନୁଯାୟୀ ପ୍ରତି ବର୍ଷ ଏପ୍ରିଲ 15 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ଓଡ଼ିଆ ସପ୍ତାହ ଭାବେ ପାଳନ କରାଯିବା ସହ ଓଡ଼ିଶାର ଇତିହାସ, ପୂର୍ବସୁରୀ ମାନଙ୍କ ବଳିଦାନ,ତ୍ୟାଗ ଆଦର୍ଶ , ବୀରତ୍ଵ ସମ୍ଵନ୍ଧରେ ଆଲୋଚନା କରାଯାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆଦର୍ଶକୁ ଉଜ୍ଜୀବିତ କରି ରଖିବା ନିମନ୍ତେ ସମସ୍ତଙ୍କୁ ସଚେତନ କରାଯିବ। ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ଖୋରଧାର ଇତିହାସ ଓ ଓଡ଼ିଶା ପ୍ରତି ଏହାର ଅବଦାନ ସଂପର୍କିତ ଓଡ଼ିଆ ପ୍ରବନ୍ଧ ଏବଂ ପାଇକ ବିଦ୍ରୋହ ଓ ଭାରତର ସ୍ଵାଧୀନତା ପ୍ରତି ଏହାର ଅବଦାନ ବିଷୟ ଉପରେ ଓଡ଼ିଆ…

Read More

ମେଷ: – ଚାକିରୀ କରିଥିବା ବ୍ୟକ୍ତିମାନେ ଅଭିବୃଦ୍ଧି ପାଇଁ ସୁଯୋଗ ପାଇବେ ଏବଂ ଆୟ ବୃଦ୍ଧି ପାଇବ ।  ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ଖୁସିରେ ସେମାନଙ୍କ ସହିତ ସମୟ ବିତାଇବେ । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ,, ଯାହା ସମାଜରେ ସମ୍ମାନ ବୃଦ୍ଧି କରିବ । ଧର୍ମ ଉପରେ ବିଶ୍ୱାସ ବୃଦ୍ଧି ପାଇବ। ବୃଷ: – ବ୍ୟବସାୟର ସ୍ଥିତି ଗୁରୁତ୍ୱପୂର୍ଣ୍ଣ ହେବ । ସମସ୍ତ କାର୍ଯ୍ୟ କଠିନ ପରିଶ୍ରମ ଏବଂ ସାଙ୍ଗମାନଙ୍କ ପୂର୍ଣ୍ଣ ସମର୍ଥନ ସହିତ ସଫଳ ହେବ, ଅନାବଶ୍ୟକ ଖର୍ଚ୍ଚ ବଢିବା କାରଣରୁ ଚାପରେ ରହିପାରେ ।  ବିବାହିତ ଜୀବନ ଭଲ ହେବ । ଧର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ମାଙ୍ଗଳିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।  ଆପଣ ପରିବାରର ଗୁରୁଜନମାନଙ୍କ ସ୍ନେହ ଏବଂ ବିଶ୍ୱାସ ପାଇବେ । ମିଥୁନ: – ବ୍ୟବସାୟରେ ସାଙ୍ଗମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ପରିବାରରେ ଆନନ୍ଦ ଏବଂ ସୁଖର ପରିବେଶ ରହିବ…

Read More

ଭୁବନେଶ୍ୱର: ରାଜ୍ୟରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ର ଆଉ ଏକ ବାଟାଲିଅନ ଗଠନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି। ଏହି ନୂତନ ବାଟାଲିଅନ ପାଇଁ ସମୁଦାୟ ୧୦୪୦ ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ସୂଚନାଯୋଗ୍ୟ ଯେ, ରାଜ୍ୟରେ OISF ରେ ଗୋଟିଏ ବାଟାଲିଅନ କାର୍ଯ୍ୟରତ ଅଛି। ଏହାର ସମୁଦାୟ ପଦବୀ ସଂଖ୍ୟା ୧୮୦୭। ନୂଆ ବାଟାଲିଅନ ସୃଷ୍ଟି ହେବା ପରେ ଏଥିରେ ସମୁଦାୟ ୨ଟି ବାଟାଲିଅନ କାର୍ଯ୍ୟ କରିବ। ୨ଟି ବାଟାଲିଅନର ପଦବୀ ସଂଖ୍ୟା 2847 ହେବ। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରି ପଦକ୍ଷେପ ନେଉଛନ୍ତି। ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଆଗାମୀ ଦିନରେ ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ଶିଳ୍ପ ପ୍ରତିଷ୍ଠାନ ଓ ବାଣିଜ୍ୟିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକର ସୁରକ୍ଷା ଜରୁରୀ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ…

Read More

ନୂଆଦିଲ୍ଲୀ: ନାଗରିକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ବାଂଲାଦେଶ ଯାତ୍ରା ପାଇଁ ଆମେରିକା ପୁଣି ଏକ ମାର୍ଗଦର୍ଶିକା ଜାରି କରିଛି। ଏଥିରେ କୁହାଯାଇଛି ଯେ, ଅଶାନ୍ତି, ଅପରାଧ ଏବଂ ଆତଙ୍କବାଦ ଯୋଗୁଁ ଲୋକମାନେ ବାଂଲାଦେଶ ଯାତ୍ରାକୁ ପୁନର୍ବିଚାର କରିବା ଉଚିତ୍। ଆମେରିକାର ଭ୍ରମଣ ମାର୍ଗଦର୍ଶିକାରେ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି ଯେ, ସାମ୍ପ୍ରଦାୟିକ ହିଂସା, ଅପରାଧ, ଆତଙ୍କବାଦ, ଅପହରଣ ଏବଂ ଅନ୍ୟାନ୍ୟ ସୁରକ୍ଷା ବିପଦ କାରଣରୁ ଖଗ୍ରାଚରୀ, ରଙ୍ଗମତୀ ଏବଂ ବନ୍ଦରବନ୍ ହିଲ୍ ଟ୍ରାକ୍ଟସ୍ ଜିଲ୍ଲାକୁ ଯାତ୍ରା ନକରିବାକୁ ନାଗରିକମାନେ ଅନୁରୋଧ କରିଛନ୍ତି। ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ବାଂଲାଦେଶରେ ଜଣେ ହିନ୍ଦୁ ନେତାଙ୍କୁ ହତ୍ୟା କରାଯାଇଛି। ମାର୍ଗଦର୍ଶିକାରେ କୁହାଯାଇଛି ଯେ, ଏହି ଅଞ୍ଚଳରେ ଅପହରଣ ଭଳି ଘଟଣା ଘଟିଛି, ଘରୋଇ କିମ୍ବା ପାରିବାରିକ ବିବାଦ ଦ୍ୱାରା ପ୍ରେରିତ ଅପହରଣ ଏବଂ ଧାର୍ମିକ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରି ଅପହରଣ ଭଳି ଘଟଣା ଘଟିଛି। ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଏବଂ ରାଜନୈତିକ ହିଂସା…

Read More

ନୂଆଦିଲ୍ଲୀ: ସାରା ଭାରତରେ କଳାକାରମାନଙ୍କଠାରୁ ଉତ୍ସାହଜନକ ପ୍ରତିକ୍ରିୟା ପାଇବା ପରେ ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଆଣ୍ଡ୍ ଏଣ୍ଟରଟେନମେଣ୍ଟ ସମିଟ୍ (ୱେଭ୍ସ) ଏହାର ଫିଲ୍ମ ପୋଷ୍ଟର ମେକିଂ ଚ୍ୟାଲେଞ୍ଜର ଶ୍ରେଷ୍ଠ ୫୦ ଡିଜିଟାଲ୍ ପୋଷ୍ଟର ବିଜେତାଙ୍କ ନାମ ଘୋଷଣା କରିଛି। ପ୍ରତିଯୋଗିତାରେ ଉଦୀୟମାନ ଦୃଶ୍ୟମାନ କାହାଣୀକାରମାନଙ୍କ ଆଗ୍ରହ ଏବଂ ନୂତନତ୍ୱକୁ ପ୍ରତିଫଳିତ କରୁଥିବା ୫୪୨ଟି ପ୍ରବେଶିକା ଦାଖଲ ହୋଇଥିଲା। ହସ୍ତଚିତ୍ରିତ ପୋଷ୍ଟର ତିଆରି ପ୍ରତିଯୋଗିତାରେ ଦେଶର ବିଭିନ୍ନ କଳା ଅନୁଷ୍ଠାନରୁ ୧୦ଟି ପ୍ରବେଶିକାକୁ ଚୟନ କରାଯାଇଛି। ମୁମ୍ବାଇରେ ୱେଭ୍ ସମିଟ୍ ସମୟରେ ଲାଇଭ୍ ଫାଇନାଲରେ ଏହାର ବିଜେତାମାନଙ୍କୁ ଚୟନ କରାଯିବ। ଡିଜିଟାଲ୍ ପୋଷ୍ଟର ତିଆରି ପ୍ରତିଯୋଗିତା ଜୁରୀ ଦଳରେ ଆଦିତ୍ୟ ଆର୍ଯ୍ୟ, ଫଟୋଗ୍ରାଫର ଏବଂ ମ୍ୟୁଜିଓ କ୍ୟାମେରା ଗୁରୁଗ୍ରାମର ପ୍ରତିଷ୍ଠାତା ନିର୍ଦ୍ଦେଶକ, ଏବଂ ଆନନ୍ଦ ମୟ ବାନାର୍ଜୀ, ଆର୍ଟିଷ୍ଟ ପ୍ରିଣ୍ଟମେକର ଏବଂ ଦକ୍ଷିଣ ଦିଲ୍ଲୀ ପଲିଟେକ୍ନିକ୍ ଫର୍ ଓମେନର ଉପାଧ୍ୟକ୍ଷ, ସହ-ଆୟୋଜକ ଇମାଜିନେସନ୍ ଷ୍ଟ୍ରିଟ୍ ଆର୍ଟ ଏବଂ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ-ନ୍ୟାସନାଲ୍…

Read More

ଭୁବନେଶ୍ଵର: ପାଞ୍ଚ ଟ୍ରିଲିୟନ ଅର୍ଥବ୍ୟବସ୍ଥା କେବଳ ଏକ ଜିଡିପି ସଂଖ୍ୟା ନୁହେଁ ବରଂ ଏହାର ଅର୍ଥ ହେଉଛି ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ କବଳରୁ ମୁକ୍ତ କରିବା, ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିବା, ଶକ୍ତି ସୁରକ୍ଷା ଏବଂ ଡିଜିଟାଲ ସଶକ୍ତିକରଣ ସୁନିଶ୍ଚିତ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର। ଆଜି ଆଇଆଇଏମ ସମ୍ବଲପୁରର ନବମ ବାର୍ଷିକ ସମାବର୍ତ୍ତନ ସମାରୋହରେ ସ୍ନାତକ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଡକ୍ଟର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅମୃତ କାଳର ସଂକଳ୍ପରୁ ପ୍ରେରଣା ନେବାକୁ ନିବେଦନ କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ‘ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ’ ଜରିଆରେ ଦେଶକୁ ଶୀର୍ଷ ସ୍ତରକୁ ନେଇଯିବା ଲାଗି ଚାହୁଁଛନ୍ତି। ଏହି ପ୍ରୟାସରେ ଆମ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମସ୍ତଙ୍କ ପ୍ରୟାସ ବଳରେ ଭାରତ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ। ‘‘ସାମ୍ପ୍ରତିକ ଭୂ-ରାଜନୈତିକ ଓ ଆର୍ଥିକ ପରିଦୃଶ୍ୟରେ ସୁଯୋଗ…

Read More

ବରକାନି: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ବଲାଙ୍ଗିରର ବରକାନି ଠାରେ ‘ଓଭୋ ଫାର୍ମ୍ ଅଣ୍ଡା ପ୍ରକ୍ରିୟାକରଣ କାରଖାନା’ର ଶୁଭାରମ୍ଭ କରିବା ସହ ପରିଦର୍ଶନ କରିଛନ୍ତି। ଆକାଂକ୍ଷା ଜିଲ୍ଲାରେ ଏହି ପ୍ଲାଣ୍ଟର ସ୍ଥାପନା ଆତ୍ମବିଶ୍ୱାସ ଓ ଦୃଢ କଳ୍ପନାର ପ୍ରତିଫଳନ ତଥା ବଲାଙ୍ଗୀର ସମେତ ରାଜ୍ୟ ପାଇଁ ଏକ ଉଦାହରଣ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜିର ପଦକ୍ଷେପ ଦ୍ୱାରା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବଲାଙ୍ଗିର ଆଉ ଗୋଟିଏ ପାଦ ଆଗକୁ ବଢିଲା । ବଡ କାମ କରିବା ପାଇଁ ହେଲେ ବଡ ଭାବିବାକୁ ପଡେ । ବଲାଙ୍ଗିର ଭଳି ଆକାଂକ୍ଷୀ ଜିଲ୍ଲାରେ ଏଭଳି ବିଶ୍ୱମାନର ପ୍ଲାଣ୍ଟର କଳ୍ପନାକୁ ପ୍ରଶଂସା କରି ସେ କହିଛନ୍ତି ବଲାଙ୍ଗୀର ଭଳି ଅଞ୍ଚଳରୁ ସ୍ଥାପନା ହୋଇଥିବା ଏହି ପ୍ଲାଣ୍ଟର ଏକ ଗ୍ଲୋବାଲ ମାର୍କେଟ୍ ଅଛି । ଏଠାରେ ଉତ୍ପାଦିତ ହେଉଥିବା ଏଗ୍ ପାଉଡର ବିଶ୍ୱବଜାରକୁ ଯିବ । ଏହି…

Read More

ଭୁବନେଶ୍ୱର: ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବକୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଲାଗୁ ଲାଗି ମହାସଙ୍ଘ ଅନୁରୋଧ କରିଥିଲେ ମଧ୍ୟ ରାଜ୍ୟ ସରକାର କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ବୀମା ବାବଦରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ବିଭିନ୍ନ ରାଜ୍ୟ, କେନ୍ଦ୍ର ସରକାର ଓ ରାଷ୍ଟ୍ରୀୟ ଉଦ୍ୟୋଗରେ କର୍ମଚାରୀକୁ ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଥିବା ବେଳେ ଓଡିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ବା ସ୍ୱାସ୍ଥ୍ୟ ବୀମା ସବୁ ସରକାରୀ କର୍ମଚାରୀ ମାନଙ୍କ କ୍ଷେତ୍ରରେ ଲାଗୁ ନହୋଇଥିବାରୁ ପଞ୍ଚାୟତରୁ ଲୋକସଭା ଭବନ ଯାଏଁ ସବୁ ବର୍ଗର କର୍ମଚାରୀ ହାତରେ ପ୍ଲାକାର୍ଡ ଧରି ରାଜ୍ୟସରକାରଙ୍କ ଉଦେଶ୍ୟରେ ଦୁଃଖ ଓ ଅସନ୍ତୋଷ ଟ୍ଵିର୍ଟର, ଫେସବୁକ୍‌ ଓ ସୋସିଆଲ ମେଡ଼ିଆ ମାଧ୍ୟମରେ ଜାହିର କରୁଛନ୍ତି। ସରକାରଙ୍କୁ ଅନୁରୋଧ କି ସବୁ ବର୍ଗର କର୍ମଚାରୀଙ୍କୁ କ୍ୟାସ୍‌ଲେସ୍…

Read More

ବାଣପୁର: ଆଜି ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ଏନଏସି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ-୧ ପରିସରରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ) ସମ୍ବନ୍ଧରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବାଣପୁର ଓକିଲ ସଂଘ ସମ୍ପାଦକ ଜଗଦିଶ ପଟ୍ଟନାୟକ, ଫ୍ରଣ୍ଟ ଅଫିସ ରିଟେନର ଦେବୀପ୍ରସାଦ ସାମନ୍ତରାୟ, ବିଦ୍ୟାଳୟ ଶିକ୍ଷୟିତ୍ରୀ ଏବଂ ଅନ୍ୟ ଓକିଲ ଯୋଗଦେଇଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିମାନେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ବିଭିନ୍ନ ଧାରା, ଉପଧାରା, ଏତଲା, ଜାମିନ,ସମନ, ୱାରେଣ୍ଟ, ଆଇନଗତ ପରାମର୍ଶ, ସାହାଯ୍ୟ, ଅପିଲ ବିଷୟରେ ଆଲୋଚନା କରିଥିଲେ। ଅନୁରୂପ ଭାବେ ବିଚାରପତି ଶ୍ରୀ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବିଏନଏସଏସ ରେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ସେବା ସମ୍ବନ୍ଧରେ ସଚେତନ କରାଇଥିଲେ।

Read More

ବାଲୁଗାଁ: ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡା ଓ ସୋରଣ ମାନସିଂହପୁର ଅଞ୍ଚଳରେ ଚଢ଼ାଉ କରି ୧୦୩.୯ ଲିଟର ଦେଶୀ, ବିଦେଶୀ ମଦ ଓ ୧୧ କେଜି ଭାଙ୍ଗ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଜରିପଡା ଦଧିବାମନପୁର ସାହିର ବସନ୍ତ ସ୍ୱାଇଁଙ୍କ (୫୪) ନିକଟରୁ ୧୧ କେଜି ଭାଙ୍ଗ ଜବତ କରିଥିବା ବେଳେ ସୋରଣ ମାନସିଂହପୁର ଗୋପବନ୍ଧୁ ସାହିର ମାଗୁଣି ବେହେରାଙ୍କ (୬୦) ନିକଟରୁ ୧୦୩.୯ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଏହି ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ଓ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ଙ୍କ ସମେତ ଏସଆଇ ସୁନିତା ମହାରଣା, ସଞ୍ଜୟ କୁମାର ସୁବୁଦ୍ଧି, କନେଷ୍ଟବଳ ଅଶେଷ ପ୍ରଧାନ, ରଞ୍ଜିତ ପଟେଲ ପ୍ରମୁଖ ସାମିଲ ଥିଲେ। ଗିରଫ ଅଭିଯୁକ୍ତ ଦ୍ୱୟଙ୍କ ବିରୁଦ୍ଧରେ ୧୩/୨୫-୨୬…

Read More

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ଠାରେ ଜଣେ ମହିଳା ଟ୍ରେନ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ନିରାକାରପୁର ଜିଆରପି ସୂଚନା ଅନୁଯାୟୀ, ଆଜି ବଡ଼ି ଭୋରରେ ବାଲୁଗାଁ ରେଳ ଷ୍ଟେସନ ଅନ୍ତର୍ଗତ ତିନି ନମ୍ବର ଟ୍ରାକରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଖବର ପାଇଥିଲେ। ମୃତ ମହିଳା ଜଣକ ବାଣପୁର ଥାନା ମାଣିକପୁର ଗ୍ରାମର ବ୍ରଜରାଜ ସ୍ୱାଇଁଙ୍କ ଧର୍ମପତ୍ନୀ କଲ୍ୟାଣୀ ସ୍ୱାଇଁ (୩୦) ବୋଲି ଜଣାପଡିଛି। ତେବେ କଲ୍ୟାଣୀ ଗତକାଲି ବିଳମ୍ବିତ ରାତ୍ରିରେ ବେଙ୍ଗାଲୁରୁ-ଗୌହାଟି ଏକ୍ସପ୍ରେସ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କରିଥିଲେ। ତେବେ ଆତ୍ମହତ୍ୟାର କାରଣ ରହସ୍ୟଘେରରେ ଥିବା ବେଳେ ଜିଆରପି କେସ ନମ୍ବର ୨୬/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।

Read More

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ 2025) ର 18 ତମ ସଂସ୍କରଣ ବର୍ତ୍ତମାନ ଭାରତରେ ଖେଳାଯାଉଛି, ଯାହାକି ବିଶ୍ୱର ସବୁଠାରୁ ବଡ ଟି -20 କ୍ରିକେଟ୍ ଲିଗ୍। ଭାରତର ବିଭିନ୍ନ ସହରରେ ମୋଟ 10 ଟିମ ମଧ୍ୟରେ ଏହା ଆୟୋଜିତ ହେଉଛି। ଏହି ସମୟରେ ଏକ ବଡ ଖବର ଆସିଛି, ବିସିସିଆଇ ମ୍ୟାଚ୍ ଫିକ୍ସିଙ୍ଗ ଅଭିଯୋଗରେ ମୁମ୍ବାଇ ଟି -20 ଲିଗ୍ ଦଳର ପୂର୍ବତନ ସହ-ମାଲିକ ଗୁରୁମିତ ସିଂ ଭାମରାହଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଛି। ସୂଚନା ଅନୁଯାୟୀ, ବିସିସିଆଇ ଲୋକପାଳ ନ୍ୟାୟାମୂର୍ତ୍ତି ଅରୁଣ ମିଶ୍ର ମୁମ୍ବାଇ ଟି -20 ଲିଗ୍ ଦଳର ପୂର୍ବତନ ସହ-ମାଲିକ ଗୁରୁମିତ ସିଂ ଭାମରାହଙ୍କୁ ପ୍ରତିବନ୍ଧକ ଲଗାଇଛନ୍ତି। 2019 ରେ ଖେଳାଯାଇଥିବା ଦ୍ୱିତୀୟ ସଂସ୍କରଣରେ ମ୍ୟାଚ୍ ଫିକ୍ସିଂ ପାଇଁ ସେ ଧୱଲ କୁଲକର୍ଣ୍ଣି ଏବଂ ଭାବିନ ଠକ୍କରଙ୍କ ସହ ଯୋଗାଯୋଗ କରିଥିବା ଅଭିଯୋଗ ହୋଇଛି। ଧୱଲ ଜଣେ ଜଣାଶୁଣା ଚେହେରା, ଯିଏ ଆଇପିଏଲରେ ମୁମ୍ବାଇ…

Read More

ଟିଟିଲାଗଡ଼/ପାଟଣାଗଡ଼: ବଲାଙ୍ଗିର ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ପାଖାପାଖି ୧୨୦ କୋଟିରୁ ଅଧିକ ଟଙ୍କାର ଦାୟିତ୍ୱ ଡବଲ ଇଞ୍ଜିନ ସରକାର ନେଇଛନ୍ତି ବୋଲି ଶନିବାର କେନ୍ଦ୍ରୀୟ ବିଦ୍ୟାଳୟ, ଟିଟିଲାଗଡ଼ ଏବଂ ପାଟଣାଗଡ଼ର ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ ଏବଂ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଡିସେମ୍ବରରେ ସମଗ୍ର ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଞ୍ଜୁର ଦେଇଥିଲେ, ଯେଉଁଥିରେ ଓଡ଼ିଶାରେ ନୂଆ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଥିଲା। ଏହି ପରିପ୍ରେକ୍ଷୀରେ ଡବଲ ଇଞ୍ଜିନ ସରକାରର ପ୍ରଚେଷ୍ଟା କାରଣରୁ ବଲାଙ୍ଗିର ଜିଲ୍ଲାର ରେଲଓ୍ୱେ ଟିଟିଲାଗଡ଼ ଓ ପାଟଣାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ପାଇଁ ଆଜି ଭୂମିପୂଜନ ସହ ଅସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ ହୋଇଛି। ପ୍ରତ୍ୟେକ ବିଦ୍ୟାଳୟ ପାଇଁ ପ୍ରାୟ ୩୦…

Read More

ନୂଆଦିଲ୍ଲୀ: ଚୀନ୍ କ୍ରମାଗତ ଭାବରେ ବାୟୁସେନାକୁ ମଜବୁତ କରୁଥିବାବେଳେ ଭାରତୀୟ ବାୟୁସେନାରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଯୁଦ୍ଧ ବିମାନ ସଂଖ୍ୟାକୁ ନେଇ ବିଶେଷଜ୍ଞମାନେ ଉଦ୍ବେଗ ପ୍ରକାଶ କରୁଛନ୍ତି। ଏହି ସମୟରେ, ପ୍ରତିରକ୍ଷା ସମ୍ବନ୍ଧୀୟ ୱେବସାଇଟ୍ ଏହାର ରିପୋର୍ଟରେ କହିଛି ଯେ, ଫ୍ରାନ୍ସରୁ ଆହୁରି 40 ଟି ରାଫାଲ ଯୁଦ୍ଧ ବିମାନ କିଣିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏହି ଚୁକ୍ତି ସରକାର-ସରକାର (G2G) ଆଧାରରେ ହେବ। ରିପୋର୍ଟ ଅନୁଯାୟୀ, 28 କିମ୍ବା 29 ଏପ୍ରିଲରେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ଭାରତୀୟ ନୌସେନା ପାଇଁ ରାଫାଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେବ। ଏହି ରାଫାଲ ସାମୁଦ୍ରିକ ଯୁଦ୍ଧ ବିମାନ ଭାରତର ବିମାନ ପରିବହନକାରୀଙ୍କ ଉପରେ ନିୟୋଜିତ ହେବ। ସୂଚନା ଅନୁଯାୟୀ ଭାରତ ଏବଂ…

Read More

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ ଖେଳାଳି କେ.ଏଲ୍ ରାହୁଲ ଏପର୍ଯ୍ୟନ୍ତ ଆଇପିଏଲ୍ 2025 ରେ ଭଲ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ରାହୁଲ କିଛି ରେକର୍ଡ ମଧ୍ୟ କରିଛନ୍ତି। ସେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ 28 ରନର ଇନିଂସ ଖେଳିଥିଲେ। ଗୁଜୁରାଟ ବିପକ୍ଷରେ ବ୍ୟାଟିଂ କରୁଥିବାବେଳେ ରାହୁଲ 14 ବଲରେ 28 ରନ୍ ସଂଗ୍ରହ କରିଥିଲେ। ଏହି ସମୟ ମଧ୍ୟରେ ସେ 4 ଚୌକା ଓ ଗୋଟିଏ ଛକା ମାରିଥିଲେ। ଗୁଜୁରାଟ ବିପକ୍ଷରେ ବ୍ୟାଟିଂ କରୁଥିବା ବେଳେ ରାହୁଲ ଛକାର ରେକର୍ଡ ଭାଙ୍ଗିଛନ୍ତି। ରାହୁଲ ଆଇପିଏଲରେ 200 ଟି ଛକା ପୂରଣ କରିଛନ୍ତି। ସେ ଏପର୍ଯ୍ୟନ୍ତ ଆଇପିଏଲରେ 138 ମ୍ୟାଚ୍ ଖେଳିଛନ୍ତି। ଏହି ଅବଧିରେ ସେ 200 ଛକା ମାରିଛନ୍ତି। ରାହୁଲ ମଧ୍ୟ 422 ଚୌକା ମାରିଛନ୍ତି। ଆଇପିଏଲରେ ସର୍ବାଧିକ ଛକା ମାରିବା ମାମଲାରେ କେ.ଏଲ୍ ରାହୁଲ ଅନେକ ମହାନ ଖେଳାଳିଙ୍କୁ ପଛରେ ପକାଇଦେଇଛନ୍ତି। ସେନ ୱାଟସନ ଏବଂ ଜୋସ୍ ବଟଲରଙ୍କ ପରି…

Read More