Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୱେଭ୍ସ-୨୦୨୫ ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପ୍ରମୁଖଙ୍କ ସହ ବିଚାରବିମର୍ଶ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

ୱେଭ୍ସ-୨୦୨୫ ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପ୍ରମୁଖଙ୍କ ସହ ବିଚାରବିମର୍ଶ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 20, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କ୍ରିଏଟର୍‌ ବା ନିର୍ମାତାଙ୍କ ଦୁନିଆ ଏବଂ ସେମାନଙ୍କର ଅର୍ଥବ୍ୟବସ୍ଥା ଏକ ମୌଳିକ ପରିବର୍ତ୍ତନ ଦେଇ ଗତି କରୁଛି। ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ ପୂର୍ବରୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ବିଭିନ୍ନ ସମାଚାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ଏହା କହିଛନ୍ତି। ଏହି ଆଲୋଚନାରେ ଜାତୀୟ ତଥା ଆଞ୍ଚଳିକ ସମ୍ବାଦ ଗଣମାଧ୍ୟମର ପ୍ରାୟ ୨୫ଟି ଗଣମାଧ୍ୟମ ସଂସ୍ଥାର ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଓଡ଼ିଶାରୁ ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ଏହି ଆଲୋଚନାରେ ଉପସ୍ଥିତ ଥିଲେ।

ବର୍ତ୍ତମାନ ଦେଖାଦେଇଥିବା ଆହ୍ୱାନଗୁଡ଼ିକ ଉପରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତିର ଆଗମନ ସହିତ ପୁରୁଣା ମଡେଲ ନୂତନ ମଡେଲକୁ ବାଟ ଦେଖାଉଛି, ସୁଯୋଗ ସୃଷ୍ଟି କରିବା ସହିତ ଆହ୍ୱାନ ମଧ୍ୟ ସୃଷ୍ଟି କରୁଛି। ଗଣମାଧ୍ୟମ ଜଗତର ସ୍ୱରୂପ ବଦଳୁଛି ବୋଲି ସେ କହିଛନ୍ତି ଏବଂ ନୂତନ ମଡେଲକୁ ପ୍ରତିକ୍ରିୟା ଦେବା ପାଇଁ ଏକ ଦେଶ ଭାବରେ ସାମୂହିକ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ ଅତୀତରେ କୌଣସି ବିଷୟବସ୍ତୁ ବା କଣ୍ଟେଣ୍ଟ ସୃଷ୍ଟି କରିବା ପାଇଁ ଏକ ବଡ଼ ଷ୍ଟୁଡିଓର ଆବଶ୍ୟକତା ଥିଲା। ଆଜି ଝାଡ଼ଖଣ୍ଡ କିମ୍ବା କେରଳର ଏକ ଦୁର୍ଗମ ଗାଁର ଜଣେ ନିର୍ମାତା ଭଲ ଗୁଣବତ୍ତାର କଣ୍ଟେଣ୍ଟ ସୃଷ୍ଟି କରିପାରିବେ ଏବଂ ଲକ୍ଷ ଲକ୍ଷ ଦର୍ଶକଙ୍କ ଆଦୃତି ପାଇପାରିବେ।

ସେ ଉଲ୍ଲେଖ କରିଥିଲେ ଯେ ନିର୍ମାତାଙ୍କ ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଆମର ଦୂରଦୃଷ୍ଟିସମ୍ପନ୍ନ ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ତରରେ ଭାରତର ସଫ୍ଟ ପାୱାରକୁ ପ୍ରୋତ୍ସାହିତ କରି ଅର୍ଥବ୍ୟବସ୍ଥାରେ ନିର୍ମାତାଙ୍କ କାର୍ଯ୍ୟ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକାର କରିଛନ୍ତି। ଡାଭୋସ୍ ଯେପରି ଆର୍ଥିକ ନୀତି ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚ ଭାବେ କାର୍ଯ୍ୟ କରୁଛି, ସେହିପରି ୱେଭସ୍ ମଧ୍ୟ ଗଣମାଧ୍ୟମ ଓ ମନୋରଞ୍ଜନ ପାଇଁ ନିଜକୁ ଏକ ବିଶ୍ୱସ୍ତରୀୟ ମଞ୍ଚ ଭାବେ ବିକଶିତ କରିବାକୁ ଚାହୁଁଛି ବୋଲି ସେ କହିଥିଲେ।

ୱେଭ୍ସ ୨୦୨୫ ପାଇଁ ୧ ଲକ୍ଷରୁ ଅଧିକ ପଞ୍ଜୀକରଣ ସହିତ ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ବିପୁଳ ପ୍ରୋତ୍ସାହନ ମିଳିଛି। ବିକଶିତ ହେଉଥିବା ବୈଶ୍ୱିକ ଗଣମାଧ୍ୟମ ଏବଂ ମନୋରଞ୍ଜନ ପରିଦୃଶ୍ୟରେ ସେମାନଙ୍କ ଅବଦାନକୁ ପାଳନ କରି ଶ୍ରେଷ୍ଠ ଉଦ୍ଭାବକମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଶ୍ରୀ ବୈଷ୍ଣବ କହିଥିଲେ, ଆମେ ବିଶ୍ୱକୁ ଆମର ନିର୍ମାତାଙ୍କ ସହ ଯୋଡ଼ିବା ପାଇଁ ଏକ ଉପାୟ ଖୋଜୁଛୁ। ବ୍ୟାପକ ସୃଜନଶୀଳ ସମାଧାନ ପାଇଁ ନିର୍ମାତା, କ୍ରେତା ଏବଂ ବଜାର ମଧ୍ୟରେ ୱେଭ୍ସ ଏକ ବିଶ୍ୱସ୍ତରୀୟ ସଂଯୋଗକାରୀ ଭାବରେ ଉଭା ହେଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ୱେଭ୍ସ ଜରିଆରେ, କ୍ରେତା ଏବଂ ବିକ୍ରେତାମାନେ ଏକ ମଞ୍ଚ ପାଉଛନ୍ତି, ଯେଉଁଠାରେ ନିର୍ମାତାମାନେ ସେମାନଙ୍କ କଣ୍ଟେଣ୍ଟ ପ୍ରଦାନ କରିପାରିବେ ଏବଂ ସଂସ୍ଥାଗୁଡ଼ିକ ଗୁଣାତ୍ମକ ସୃଜନଶୀଳ କାର୍ଯ୍ୟର ଉତ୍ସ ପାଇପାରିବେ।

ମିଡିଆ ଓ ମନୋରଞ୍ଜନ କ୍ଷେତ୍ରରେ ନୀତି ନିର୍ଦ୍ଧାରକ, ନିର୍ମାତା, ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତି, ବୈଷୟିକ ପେସାଦାର ଏବଂ ଷ୍ଟାର୍ଟଅପଗୁଡ଼ିକୁ ଗୋଟିଏ ମଞ୍ଚରେ ଆଣିବା ପାଇଁ ୱେଭ୍ସ ରୂପରେ ଏକ ଅଭିନବ ଧାରଣାର ପରିକଳ୍ପନା କରିଥିବାରୁ ଏହି ଆଲୋଚନାରେ ଅଂଶଗ୍ରହଣ କରି, ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ମୁଖ୍ୟମାନେ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ ସମସ୍ତ ଅଂଶଗ୍ରହଣକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ ଏବଂ ଗଣମାଧ୍ୟମ ପରିଦୃଶ୍ୟର ଭବିଷ୍ୟତକୁ ରୂପ ଦେବାରେ ସାମୂହିକ ଆଲୋଚନାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବିଭିନ୍ନ ମଞ୍ଚରେ ଅଂଶୀଦାରମାନଙ୍କ ସହିତ ଯୋଡ଼ି ହେବା ଲାଗି ମନ୍ତ୍ରଣାଳୟର ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ୱେଭ୍ସ ୨୦୨୫ର ଅଗ୍ରଗତିରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ସକ୍ରିୟ ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ।

*****

P.S/Swadhin

 

 

 

 

 

 

ଅଶ୍ୱିନୀ ବୈଷ୍ଣବ ୱେଭ୍ସ-୨୦୨୫
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026

ପଞ୍ଜାବରେ ବିଜେପିର ରାଜନୈତିକ ରଣନୀତି, ଗାଁରୁ ବିଧାନସଭା ଆସନ ଯାଏଁ ହେବ ଅଭିଯାନ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.