
ବାଲୁଗାଁ: ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡା ଓ ସୋରଣ ମାନସିଂହପୁର ଅଞ୍ଚଳରେ ଚଢ଼ାଉ କରି ୧୦୩.୯ ଲିଟର ଦେଶୀ, ବିଦେଶୀ ମଦ ଓ ୧୧ କେଜି ଭାଙ୍ଗ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଜରିପଡା ଦଧିବାମନପୁର ସାହିର ବସନ୍ତ ସ୍ୱାଇଁଙ୍କ (୫୪) ନିକଟରୁ ୧୧ କେଜି ଭାଙ୍ଗ ଜବତ କରିଥିବା ବେଳେ ସୋରଣ ମାନସିଂହପୁର ଗୋପବନ୍ଧୁ ସାହିର ମାଗୁଣି ବେହେରାଙ୍କ (୬୦) ନିକଟରୁ ୧୦୩.୯ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ।
ଏହି ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ଓ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ଙ୍କ ସମେତ ଏସଆଇ ସୁନିତା ମହାରଣା, ସଞ୍ଜୟ କୁମାର ସୁବୁଦ୍ଧି, କନେଷ୍ଟବଳ ଅଶେଷ ପ୍ରଧାନ, ରଞ୍ଜିତ ପଟେଲ ପ୍ରମୁଖ ସାମିଲ ଥିଲେ। ଗିରଫ ଅଭିଯୁକ୍ତ ଦ୍ୱୟଙ୍କ ବିରୁଦ୍ଧରେ ୧୩/୨୫-୨୬ ଓ ୧୪/୨୫-୨୬ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି କହିଛନ୍ତି।
Tags: ବାଲୁଗାଁ, ବାଲୁଗାଁ ଅବକାରୀ ବିଭାଗ