Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆନ୍ତଃ-ମନ୍ତ୍ରଣାଳୟ ବିବୃତି
ଜାତୀୟ ଖବର

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆନ୍ତଃ-ମନ୍ତ୍ରଣାଳୟ ବିବୃତି

April 30, 2026No Comments9 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଦେଖାଦେଇଥିବା ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ସେଠାରେ ଥିବା ଭାରତୀୟଙ୍କ ଧନ ଜୀବନ ରକ୍ଷା ନେଇ ଭାରତ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଉତ୍ତେଜନା କାରଣରୁ ସେଠାରେ ଫଶି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ସ୍ଥଳ ମାର୍ଗକୁ ବ୍ୟବହାର କରିଛନ୍ତି ସରକାର। ଏ ଭିତରେ ସ୍ଥଳ ପଥ ଦେଇ ଇରାନରୁ ୨,୪୬୪ ଜଣ ଭାରତୀୟଙ୍କୁ ସ୍ବଦେଶ ଅଣ ଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
 କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ଏହି ଅବସରରେ ଜାଳେଣି ଉପଲବ୍ଧତା, ସାମୁଦ୍ରିକ କାର୍ଯ୍ୟକଳାପ, ସେହି ଅଞ୍ଚଳରେ ଥିବା ଭାରତୀୟ ନାଗରିକଙ୍କୁ ସହାୟତା ଏବଂ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସ୍ଥିରତା ବଜାୟ ରଖିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସାମ୍ପ୍ରତିକ ଜାଳେଣି ଯୋଗାଣ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ପଶ୍ଚିମ ଏସିଆର ସ୍ଥିତିକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ ପଦାର୍ଥ ଏବଂ ଏଲପିଜିର ନିରନ୍ତର ଉପଲବ୍ଧତା ନିଶ୍ଚିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ଦର୍ଶାଯାଇଛି:
● ସରକାର ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଉପଲବ୍ଧତା ନିଶ୍ଚିତ କରିବାକୁ ସମସ୍ତ ପ୍ରୟାସ କରୁଥିବାରୁ ନାଗରିକମାନଙ୍କୁ ଭୟଭୀତ ହୋଇ ଅତ୍ୟଧିକ କ୍ରୟ ନକରିବାକୁ ପରାମର୍ଶ ଦିଆଯାଇଛି।
● ଏଲପିଜି ଗ୍ରାହକମାନଙ୍କୁ ଡିଜିଟାଲ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବାକୁ ଏବଂ ବିତରକଙ୍କ ପାଖକୁ ନ ଯିବାକୁ ଅନୁରୋଧ କରାଯାଇଛି।
● ନାଗରିକମାନଙ୍କୁ ବିକଳ୍ପ ଜାଳେଣି ଯେପରିକି ପିଏନଜି ଏବଂ ଇଲେକ୍ଟ୍ରିକ୍ କିମ୍ବା ଇଣ୍ଡକ୍ସନ ଚୁଲା ବ୍ୟବହାର କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ।

ସରକାରୀ ପ୍ରସ୍ତୁତି ଏବଂ ଯୋଗାଣ ପରିଚାଳନା ପଦକ୍ଷେପ
● ବର୍ତ୍ତମାନର ଭୂ-ରାଜନୈତିକ ସ୍ଥିତି ସତ୍ତ୍ୱେ, ସରକାର ଘରୋଇ ଏଲପିଜି , ଘରୋଇ ପିଏନଜି ଏବଂ ସିଏନଜି (ପରିବହନ) ପାଇଁ ୧୦୦% ଯୋଗାଣ ନିଶ୍ଚିତ କରାଯାଇଛି।
● ବାଣିଜ୍ୟିକ ଏଲପିଜି ପାଇଁ ଡାକ୍ତରଖାନା, ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି। ଏହା ବ୍ୟତୀତ ଫାର୍ମା, ଇସ୍ପାତ, ଅଟୋମୋବାଇଲ୍, ବିହନ, କୃଷି ଇତ୍ୟାଦିକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ଏଥିସହ ପ୍ରବାସୀ ଶ୍ରମିକମାନଙ୍କୁ ୫ କିଲୋଗ୍ରା. ସିଲିଣ୍ଡର ଯୋଗାଣକୁ ମଧ୍ୟ ଦ୍ୱିଗୁଣିତ କରାଯାଇଛି।
● ରିଫାଇନେରୀ ଉତ୍ପାଦନ ବୃଦ୍ଧି, ସହରାଞ୍ଚଳରେ ବୁକିଂ ବ୍ୟବଧାନକୁ ୨୧ ରୁ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ଏବଂ ଯୋଗାଣ ପାଇଁ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବା ସମେତ ସରକାର ଯୋଗାଣ ଏବଂ ଚାହିଦା ଉଭୟ ଦିଗରେ କେତେକ ଯୁକ୍ତିସଙ୍ଗତ ପଦକ୍ଷେପ ଗ୍ରହଣ କରିଛନ୍ତି।
● ଏଲପିଜି ଚାହିଦା ଉପରେ ଚାପ କମାଇବା ପାଇଁ କିରୋସିନ ଏବଂ କୋଇଲା ଭଳି ବିକଳ୍ପ ଜାଳେଣି ଉପଲବ୍ଧ କରାଯାଇଛି।
● କୋଇଲା ମନ୍ତ୍ରଣାଳୟ କୋଲ୍ ଇଣ୍ଡିଆ ଏବଂ ସିଙ୍ଗାରେନି କଲିଅରିଜକୁ କ୍ଷୁଦ୍ର ଏବଂ ମଧ୍ୟମ ଗ୍ରାହକମାନଙ୍କୁ ବଣ୍ଟନ ପାଇଁ ରାଜ୍ୟଗୁଡ଼ିକୁ ଅତିରିକ୍ତ କୋଇଲା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛି।
● ଘରୋଇ ଏବଂ ବାଣିଜ୍ୟିକ ଗ୍ରାହକଙ୍କ ପାଇଁ ନୂତନ ପିଏନଜି ସଂଯୋଗକୁ ସୁଗମ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାଧ୍ୟମରେ ସମନ୍ୱିତ ପ୍ରୟାସ
● ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ, ୧୯୫୫ ଏବଂ ଏଲପିଜି ନିୟନ୍ତ୍ରଣ ଆଦେଶ, ୨୦୦୦ ଅନୁଯାୟୀ ଯୋଗାଣ ଉପରେ ନଜର ରଖିବା ଏବଂ କଳାବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ କ୍ଷମତା ଦିଆଯାଇଛି।
● ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସ୍ଥିତିର ଅନୁଧ୍ୟାନ ଏବଂ ନିୟନ୍ତ୍ରଣ କରିବାରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କର ମୁଖ୍ୟ ଭୂମିକା ରହିଛି। ଭାରତ ସରକାର ଏକାଧିକ ଚିଠି ଏବଂ ଭିସି ମାଧ୍ୟମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହା ଦୋହରାଇଛନ୍ତି।
● ଭାରତ ସରକାର ପର୍ଯ୍ୟାପ୍ତ ଜାଳେଣି ଉପଲବ୍ଧତା ସମ୍ପର୍କରେ ନାଗରିକମାନଙ୍କୁ ଆଶ୍ୱାସନା ଦେବା ପାଇଁ ସକ୍ରିୟ ଜନସମ୍ପର୍କ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ, ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲା:
● ଦୈନିକ ପ୍ରେସ ବିବୃତି ଏବଂ ନିୟମିତ ପରାମର୍ଶ ଜାରି କରିବା।
● ସୋସିଆଲ ମିଡିଆରେ ମିଥ୍ୟା ଖବର ଓ ଭୁଲ ସୂଚନାର ସକ୍ରିୟ ମନିଟରିଂ ଏବଂ ଏହାର ମୁକାବିଲା କରିବା।
● ଜିଲ୍ଲା ପ୍ରଶାସନ ଦ୍ୱାରା ଦୈନିକ ଏନଫୋର୍ସମେଣ୍ଟ ଡ୍ରାଇଭକୁ ତୀବ୍ର କରିବା ଏବଂ ତୈଳ କମ୍ପାନୀ ଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ଚଢ଼ାଉ ଓ ଯାଞ୍ଚ ଜାରି ରଖିବା।
● ନିଜ ନିଜ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବାଣିଜ୍ୟିକ ଏଲପିଜି ଆବଣ୍ଟନ ଆଦେଶ ଜାରି କରିବା।
● ଅତିରିକ୍ତ ଭାବେ ଆବଣ୍ଟିତ କିରୋସିନ ପାଇଁ ଆବଣ୍ଟନ ଆଦେଶ ଜାରି କରିବା।
● ପିଏନଜି ଏବଂ ବିକଳ୍ପ ଜାଳେଣିର ବ୍ୟବହାରକୁ ପ୍ରୋତ୍ସାହିତ କରିବା।
● ଏଲପିଜି ଯୋଗାଣକୁ ପ୍ରାଥମିକତା ଦେବା ଏବଂ ଯୋଗାଣ ସ୍ଥିରତା ନିଶ୍ଚିତ କରିବାକୁ ୫ କିଲୋଗ୍ରାମ ଏଫଟିଏଲ ସିଲିଣ୍ଡରର ଲକ୍ଷ୍ୟଧାର୍ଯ୍ୟ ବଣ୍ଟନ ବ୍ୟବସ୍ଥା ଗ୍ରହଣ କରିବା।
● ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କଳାବଜାରୀକୁ ରୋକିବା ପାଇଁ କଣ୍ଟ୍ରୋଲ ରୁମ୍ ଏବଂ ଜିଲ୍ଲା ସ୍ତରୀୟ ମନିଟରିଂ କମିଟି ଗଠନ କରିଛନ୍ତି।
● ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିୟମିତ ପ୍ରେସ ବିବୃତି ଜାରି କରୁଛନ୍ତି।

ଅନୁଧ୍ୟାନ ଓ କାର୍ଯ୍ୟାନୁଷ୍ଠାନ
● ଏଲପିଜିର କଳାବଜାରୀ ଏବଂ ମହଜୁଦକାରୀଙ୍କୁ ରୋକିବା ପାଇଁ ସାରା ଦେଶରେ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗତକାଲି ସାରା ଦେଶରେ ୨୨୦୦ ରୁ ଅଧିକ ଚଢ଼ାଉ କରାଯାଇଛି।
● ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଆକସ୍ମିକ ଯାଞ୍ଚକୁ ଅଧିକ କଡ଼ାକଡ଼ି କରିଛନ୍ତି ଏବଂ ଗତକାଲି ସୁଦ୍ଧା ୩୨୫ଟି ଏଲପିଜି ବିତରକ ସଂସ୍ଥା ଉପରେ ଜରିମାନା ଲଗାଯାଇଛି ଏବଂ ୭୨ଟି ଏଲପିଜି ବିତରକ ସଂସ୍ଥାକୁ ନିଲମ୍ବିତ କରାଯାଇଛି।
● ଗତକାଲି ୫୪ ଜଣ ଏଲପିଜି ବିତରକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ ୯ଟି ବିତରକ ସଂସ୍ଥା ଉପରେ ଜରିମାନା ଲଗାଯାଇଛି।

ଘରୋଇ ଏଲପିଜି ଯୋଗାଣ ସ୍ଥିତି:
● ବର୍ତ୍ତମାନର ଭୂ-ରାଜନୈତିକ ସ୍ଥିତି ଯୋଗୁଁ ଏଲପିଜି ଯୋଗାଣ ପ୍ରଭାବିତ ହୋଇଛି।
● ଘରୋଇ ଗ୍ରାହକମାନଙ୍କୁ ଏଲପିଜି ଯୋଗାଣ ପାଇଁ ପ୍ରାଥମିକତା ଦିଆଯାଇଛି।
● କୌଣସି ଏଲପିଜି ବିତରକ ସଂସ୍ଥାରେ ଷ୍ଟକ୍ ଶେଷ ହେବାର ସୂଚନା ମିଳିନାହିଁ।
● ଗତକାଲି ଶିଳ୍ପ ଭିତ୍ତିରେ ଅନଲାଇନ୍ ଏଲପିଜି ସିଲିଣ୍ଡର ବୁକିଂ ୯୮% କୁ ବୃଦ୍ଧି ପାଇଛି।
● ଗ୍ୟାସର ଅପବ୍ୟବହାର କିମ୍ବା ଅନ୍ୟତ୍ର ବିକ୍ରି ରୋକିବା ପାଇଁ ଡେଲିଭରି ଅଥେଣ୍ଟିକେସନ୍ କୋଡ୍ ଭିତ୍ତିକ ବିତରଣ ୯୪%ରୁ ଅଧିକ ହୋଇଛି। ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏହି ଡିଏସି କୋଡ୍ ପ୍ରାପ୍ତ ହୁଏ।
● ଗତକାଲି ୫୦.୮ ଲକ୍ଷରୁ ଅଧିକ ଘରୋଇ ଏଲପିଜି ସିଲିଣ୍ଡର ବିତରଣ କରାଯାଇଛି।


ବାଣିଜ୍ୟିକ ଏଲପିଜି ଯୋଗାଣ ଏବଂ ଆବଣ୍ଟନ ପଦକ୍ଷେପ:
● ମୋଟ ବାଣିଜ୍ୟିକ ଏଲପିଜି ଆବଣ୍ଟନକୁ ସଙ୍କଟ ପୂର୍ବ ସ୍ଥିତିର ପ୍ରାୟ ୭୦% କୁ ବୃଦ୍ଧି କରାଯାଇଛି, ଯେଉଁଥିରେ ୧୦% ସଂସ୍କାର-ଭିତ୍ତିକ ଆବଣ୍ଟନ ସାମିଲ ଅଛି।
● ଭାରତ ସରକାର ୦୬.୦୪.୨୦୨୬ ର ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ, ପ୍ରବାସୀ ଶ୍ରମିକମାନଙ୍କୁ ଯୋଗାଇ ଦିଆଯାଉଥିବା ୫ କିଲୋଗ୍ରାମ ସିଲିଣ୍ଡରର ଦୈନିକ ପରିମାଣକୁ ପ୍ରାୟ ଦ୍ୱିଗୁଣିତ କରାଯାଉଛି। ଏହି ସିଲିଣ୍ଡରଗୁଡ଼ିକ ତୈଳ ମାର୍କେଟିଂ କମ୍ପାନୀ ସହାୟତାରେ କେବଳ ପ୍ରବାସୀ ଶ୍ରମିକମାନଙ୍କୁ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ରହିବ।
● ଫେବୃଆରୀ ମାସରେ ମୋଟ ୨୧.୭ ଲକ୍ଷ ୫ କିଲୋଗ୍ରାମ ଏଫଟିଏଲ ସିଲିଣ୍ଡର ବିକ୍ରି ହୋଇଥିଲା। କିନ୍ତୁ ଏପ୍ରିଲ ୧, ୨୦୨୬ ଠାରୁ ପ୍ରାୟ ୨୧.୦୫ ଲକ୍ଷ ସିଲିଣ୍ଡର ବିକ୍ରି ହୋଇସାରିଛି।
● ଗତକାଲି ୭୩,୦୦୦ ରୁ ଅଧିକ ୫ କିଲୋଗ୍ରାମ ସିଲିଣ୍ଡର ବିତରଣ କରାଯାଇଥିଲା।
● ୩ ଏପ୍ରିଲ ୨୦୨୬ ଠାରୁ, ସରକାରୀ ତୈଳ କମ୍ପାନୀଗୁଡ଼ିକ ୫ କିଲୋଗ୍ରାମ ସିଲିଣ୍ଡର ପାଇଁ ୯୫୫୦ ରୁ ଅଧିକ ସଚେତନତା ଶିବିର ଆୟୋଜନ କରିଛନ୍ତି, ଯେଉଁଥିରେ ୧,୫୯,୦୦୦ ରୁ ଅଧିକ ସିଲିଣ୍ଡର ବିକ୍ରି ହୋଇଛି।
● ଗତକାଲି ପ୍ରାୟ ୧୭୫ଟି ଶିବିର ମାଧ୍ୟମରେ ୨୭୫୯ଟି ୫ କିଲୋଗ୍ରାମ ସିଲିଣ୍ଡର ବିକ୍ରି ହୋଇଛି।
● ଏପ୍ରିଲ-୨୬ ମାସରେ (୨୮.୦୪.୨୬ ସୁଦ୍ଧା), ମୋଟ ୧,୮୪,୦୪୩ ମେଟ୍ରିକ ଟନ (ଯାହା ୯୬.୮୬ ଲକ୍ଷରୁ ଅଧିକ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ସହିତ ସମାନ) ବାଣିଜ୍ୟିକ ଏଲପିଜି ବିକ୍ରି ହୋଇଛି।
● ୨୮.୦୪.୨୦୨୬ ରିଖରେ ୮୮୩୮ ମେଟ୍ରିକ ଟନ ବାଣିଜ୍ୟିକ ଏଲପିଜି ବିକ୍ରି ହୋଇଛି।
● ଫେବୃଆରୀ-୨୬ ରେ ଅଟୋ ଏଲପିଜି ବିକ୍ରି ପ୍ରାୟ ୫୦୦୦ ମେଟ୍ରିକ ଟନ ଥିବାବେଳେ ଏପ୍ରିଲ-୨୬ (୨୮.୦୪.୨୦୨୬ ସୁଦ୍ଧା) ରେ ଏହା ୯୮୮୦ ମେଟ୍ରିକ ଟନରୁ ଅଧିକ ରହିଛି।
● ଏପ୍ରିଲ-୨୬ ମାସରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ଦ୍ୱାରା ହାରାହାରି ଅଟୋ ଏଲପିଜି ବିକ୍ରି ଦୈନିକ ପ୍ରାୟ ୩୫୩ ମେଟ୍ରିକ ଟନ ରହିଛି, ଯାହା ଜାନୁଆରୀ ଏବଂ ଫେବୃଆରୀ ମାସର ହାରାହାରି ୧୭୭ ମେଟ୍ରିକ ଟନ ତୁଳନାରେ ପ୍ରାୟ ୧୦୦% ବୃଦ୍ଧି ଦର୍ଶାଉଛି।
● ପ୍ରାକୃତିକ ଗ୍ୟାସ ଯୋଗାଣ ଏବଂ ପିଏନଜି ସମ୍ପ୍ରସାରଣ ପଦକ୍ଷେପ
● ଘରୋଇ ପିଏନ୍ଜି ଏବଂ ସିଏନଜି ପରିବହନକୁ ୧୦୦% ଯୋଗାଣ ସହିତ ଗ୍ରାହକମାନଙ୍କୁ ପ୍ରାଥମିକତା ଦିଆଯାଇଛି।
● ସାର କାରଖାନାଗୁଡ଼ିକୁ ମୋଟ ଗ୍ୟାସ ଆବଣ୍ଟନ ସେମାନଙ୍କ ୬ ମାସର ହାରାହାରି ବ୍ୟବହାରର ପ୍ରାୟ ୯୫% କୁ ବୃଦ୍ଧି କରାଯାଇଛି।
● ଏହା ବ୍ୟତୀତ ସିଜିଡି ନେଟୱାର୍କ ମାଧ୍ୟମରେ ଅନ୍ୟ ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଗ୍ୟାସ ଯୋଗାଣ ୮୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
● ବାଣିଜ୍ୟିକ ଏଲପିଜି ର ଉପଲବ୍ଧତାକୁ ଦୃଷ୍ଟିରେ ରଖି ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ୟାଣ୍ଟିନ ପରି ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ପିଏନଜି ସଂଯୋଗ ଦେବା ପାଇଁ ସିଜିଡି ସଂସ୍ଥାଗୁଡ଼ିକୁ ପରାମର୍ଶ ଦିଆଯାଇଛି।
● ସିଜିଡି ନେଟୱାର୍କର ସମ୍ପ୍ରସାରଣ ପାଇଁ ଆବଶ୍ୟକ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ଏବଂ କେନ୍ଦ୍ର ମନ୍ତ୍ରଣାଳୟଗୁଡ଼ିକୁ ଅନୁରୋଧ କରାଯାଇଛି।
● ଯଦି ରାଜ୍ୟଗୁଡ଼ିକ ଏଲପିଜି ରୁ ପିଏନଜି କୁ ଦୀର୍ଘକାଳୀନ ପରିବର୍ତ୍ତନରେ ସାହାଯ୍ୟ କରନ୍ତି, ତେବେ ସେମାନଙ୍କୁ ଅତିରିକ୍ତ ୧୦% ବାଣିଜ୍ୟିକ ଏଲପିଜି ଆବଣ୍ଟନ କରିବାକୁ ଭାରତ ସରକାର ଅଫର ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏହି ଅତିରିକ୍ତ ଆବଣ୍ଟନ ପାଉଛନ୍ତି।
● ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସିଜିଡି ଭିତ୍ତିଭୂମି ପାଇଁ ଏକ ‘ତ୍ୱରିତ ଅନୁମୋଦନ ଢାଞ୍ଚା’ ଆପଣେଇଛନ୍ତି ଯାହାଦ୍ୱାରା ଆବେଦନଗୁଡ଼ିକ ଶୀଘ୍ର ପ୍ରକ୍ରିୟାକରଣ ହୋଇପାରିବ।
● ଭାରତ ସରକାର ୨୪.୦୩.୨୦୨୬ ରେ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ, ୧୯୫୫ ଅଧୀନରେ ପ୍ରାକୃତିକ ଗ୍ୟାସ ଏବଂ ପେଟ୍ରୋଲିୟମ ପଦାର୍ଥ ବିତରଣ ନିର୍ଦ୍ଦେଶନାମା, ୨୦୨୬ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ପାଇପଲାଇନ ବିଛାଇବା ଏବଂ ସମ୍ପ୍ରସାରଣ ପ୍ରକ୍ରିୟାକୁ ସରଳ କରିବ, ଯାହା ଦ୍ୱାରା ପିଏନଜି ନେଟୱାର୍କର ଶୀଘ୍ର ବିକାଶ ହେବ।
● ପିଏନଜି ଆରବି ପକ୍ଷରୁ ସିଜିଡି ସଂସ୍ଥାଗୁଡ଼ିକୁ ଡି-ପିଏନଜି ସଂଯୋଗ ଶୀଘ୍ର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପିଏନଜି ଅଭିଯାନ ୨.୦ ର ଅବଧିକୁ ୩୦.୦୬.୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
● କମ୍ପ୍ରେସଡ୍ ବାୟୋ ଗ୍ୟାସ (ସିବିଜି) ର ବିକାଶ ପାଇଁ ସରକାର ଏକ ମଡେଲ୍ ରାଜ୍ୟ ସିବିଜି ନୀତି ପ୍ରସ୍ତୁତ କରିଛନ୍ତି। ଯେଉଁ ରାଜ୍ୟଗୁଡ଼ିକ ଏହାକୁ ଗ୍ରହଣ କରିବେ, ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ବାଣିଜ୍ୟିକ ଏଲପିଜି ଆବଣ୍ଟନରେ ପ୍ରାଥମିକତା ଦିଆଯିବ।
● ସିଜିଡି ନେଟୱାର୍କ ପାଇଁ ନିର୍ମାଣ ବା ପିଚାଳନା ଅନୁମତି ୧୫ ଦିନ ମଧ୍ୟରେ ପ୍ରଦାନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
● ମାର୍ଚ୍ଚ ୨୦୨୬ ଠାରୁ ପ୍ରାୟ ୫.୬୯ ଲକ୍ଷ ପିଏନଜି ସଂଯୋଗ ଦିଆଯାଇଛି ଏବଂ ମୋଟ ୮.୩୪ ଲକ୍ଷ ସଂଯୋଗ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି। ପ୍ରାୟ ୬.୩୭ ଲକ୍ଷ ନୂତନ ଗ୍ରାହକ ସଂଯୋଗ ପାଇଁ ପଞ୍ଜୀକୃତ ହୋଇଛନ୍ତି।
● ୨୮.୦୪.୨୦୨୬ ସୁଦ୍ଧା ୪୨,୯୫୦ ରୁ ଅଧିକ ପିଏନଜି ଗ୍ରାହକ ମାଇପିଏନ୍ଜିଡି ଡଟ ଇନ୍ ୱେବସାଇଟ୍ ମାଧ୍ୟମରେ ସେମାନଙ୍କର ଏଲପିଜି ସଂଯୋଗ ଫେରସ୍ତ କରିଛନ୍ତି।
● ଅଶୋଧିତ ତୈଳ ସ୍ଥିତି ଏବଂ ରିଫାଇନେରୀ କାର୍ଯ୍ୟକଳାପ
● ସମସ୍ତ ରିଫାଇନେରୀ ପର୍ଯ୍ୟାପ୍ତ ଅଶୋଧିତ ତୈଳ ମହଜୁଦ ସହିତ ଉଚ୍ଚ କ୍ଷମତାରେ କାର୍ଯ୍ୟ କରୁଛି, ଏଥିସହିତ ପେଟ୍ରୋଲ ଏବଂ ଡିଜେଲର ପର୍ଯ୍ୟାପ୍ତ ଷ୍ଟକ୍ ବଜାୟ ରଖାଯାଇଛି।
● ଘରୋଇ ବ୍ୟବହାରକୁ ସହାୟତା କରିବା ପାଇଁ ରିଫାଇନେରୀଗୁଡ଼ିକରୁ ଘରୋଇ ଏଲପିଜି ଉତ୍ପାଦନ ବୃଦ୍ଧି କରାଯାଇଛି।
● ଘରୋଇ ବଜାର ପାଇଁ ପେଟ୍ରୋକେମିକାଲ୍ ଫିଡଷ୍ଟକ୍ ଯୋଗାଣ ନିଶ୍ଚିତ କରିବାକୁ ଏକ ଆନ୍ତଃ-ମନ୍ତ୍ରଣାଳୟ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଛି। ପରବର୍ତ୍ତୀ ସମୟରେ, ଭାରତ ସରକାର ୦୧.୦୪.୨୦୨୬ ର ଆଦେଶ ବଳରେ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ସମେତ ତୈଳ ବିଶୋଧନାଗାର କମ୍ପାନୀଗୁଡ଼ିକୁ ‘ସେଣ୍ଟର ଫର ହାଇ ଟେକ୍ନୋଲୋଜି’ ଦ୍ୱାରା ନିର୍ଦ୍ଧାରିତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ପାଇଁ ସି୩ ଏବଂ ସି-୪ ଷ୍ଟ୍ରିମର କିଛି ସର୍ବନିମ୍ନ ପରିମାଣ ଉପଲବ୍ଧ କରାଇବାକୁ ଅନୁମତି ଦେଇଛନ୍ତି।
● ଫାର୍ମାସ୍ୟୁଟିକାଲ୍ସ ବିଭାଗ, କେମିକାଲ୍ସ ଏବଂ ପେଟ୍ରୋ କେମିକାଲ୍ସ ବିଭାଗ ଏବଂ ଶିଳ୍ପ ତଥା ଆନ୍ତରିକ ବାଣିଜ୍ୟ ପ୍ରୋତ୍ସାହନ ବିଭାଗର ଅନୁରୋଧ କ୍ରମେ, ଫାର୍ମା ଏବଂ କେମିକାଲ୍ କ୍ଷେତ୍ରର କମ୍ପାନୀଗୁଡ଼ିକ ପାଇଁ ଏଲପିଜି ପୁଲରୁ ଦୈନିକ ୧୦୦୦ ମେଟ୍ରିକ ଟନର ବ୍ୟବସ୍ଥା କରାଯାଇଛି।
● ୯ ଏପ୍ରିଲ ୨୦୨୬ ଠାରୁ ମୁମ୍ବାଇ, କୋଚି, ଭାଇଜାଗ୍, ଚେନ୍ନାଇ ଏବଂ ମଥୁରା ରିଫାଇନେରୀ ଦ୍ୱାରା କେମିକାଲ୍, ଫାର୍ମା ଏବଂ ପେଣ୍ଟ୍ ଶିଳ୍ପକୁ ୮୯୦୦ ମେଟ୍ରିକ ଟନରୁ ଅଧିକ ପ୍ରୋପିଲିନ ଏବଂ ୯୫୦ ମେଟ୍ରିକ ଟନରୁ ଅଧିକ ବିଉଟାଇଲ୍ ଆକ୍ରିଲେଟ୍ ବିକ୍ରି କରାଯାଇଛି।
ଖୁଚୁରା ଜାଳେଣି ଉପଲବ୍ଧତା ଏବଂ ମୂଲ୍ୟ ନିର୍ଦ୍ଧାରଣ ପଦକ୍ଷେପ
● ସାରା ଦେଶରେ ସମସ୍ତ ଖୁଚୁରା ଆଉଟଲେଟ୍ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି।
● ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଅଶୋଧିତ ତୈଳ ଦରରେ ଅସ୍ୱାଭାବିକ ବୃଦ୍ଧି ଘଟିଛି; ତଥାପି ଗ୍ରାହକମାନଙ୍କ ସୁରକ୍ଷା ପାଇଁ ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୧୦ ଟଙ୍କା ହ୍ରାସ କରିଛନ୍ତି।
● ଘରୋଇ ବଜାରରେ ଏହି ଉତ୍ପାଦଗୁଡ଼ିକର ଉପଲବ୍ଧତା ନିଶ୍ଚିତ କରିବାକୁ ଭାରତ ସରକାର ୧୧.୦୪.୨୦୨୬ ର ଗଜେଟ୍ ବିଜ୍ଞପ୍ତି ମାଧ୍ୟମରେ ଡିଜେଲ ଉପରେ ରପ୍ତାନି ଶୁଳ୍କ ଲିଟର ପିଛା ୫୫.୫୦ ଟଙ୍କା ଏବଂ ଏଟିଏଫ୍ ଉପରେ ୪୨ ଟଙ୍କାକୁ ବୃଦ୍ଧି କରିଛନ୍ତି।
● ଗୁଜବ ଯୋଗୁଁ କିଛି ଖୁଚୁରା ଆଉଟଲେଟ୍ରେ ଲୋକମାନେ ଆବଶ୍ୟକତା ଠାରୁ ଅଧିକ କ୍ରୟ କରୁଥିବା ଦେଖାଯାଉଛି। ସୂଚନା ଦିଆଯାଉଛି କି ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଏବଂ ଡିଜେଲ ମହଜୁଦ ଅଛି। ପେଟ୍ରୋଲ ଏବଂ ଡିଜେଲର ନିୟମିତ ଖୁଚୁରା ମୂଲ୍ୟ ଅପରିବର୍ତ୍ତିତ ରହିଛି ଏବଂ ସରକାରୀ ତୈଳ କମ୍ପାନୀ ଆଉଟଲେଟ୍ଗୁଡ଼ିକରେ କୌଣସି ମୂଲ୍ୟ ବୃଦ୍ଧି କରାଯାଇ ନାହିଁ।
କିରୋସିନ ଉପଲବ୍ଧତା ଏବଂ ବଣ୍ଟନ ପଦକ୍ଷେପ
● ନିୟମିତ ଆବଣ୍ଟନ ବ୍ୟତୀତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୪୮,୦୦୦ କିଲୋଲିଟର ଅତିରିକ୍ତ କିରୋସିନ ପ୍ରଦାନ କରାଯାଇଛି।
● ୧୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ କିରୋସିନ ଆବଣ୍ଟନ ଆଦେଶ ଜାରି କରିଥିବା ବେଳେ ହିମାଚଳ ପ୍ରଦେଶ ଏବଂ ଲଦାଖ କୌଣସି ଆବଶ୍ୟକତା ନଥିବା ଦର୍ଶାଇଛନ୍ତି।
ସାମୁଦ୍ରିକ ସୁରକ୍ଷା ଏବଂ ଜାହାଜ ଚଳାଚଳ
● ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପାରସ୍ୟ ଉପସାଗରରେ ପ୍ରଚଳିତ ସାମୁଦ୍ରିକ ସ୍ଥିତି ସମ୍ପର୍କରେ ସୂଚନା ଦେବା ସହ ଏହି ଅଞ୍ଚଳରେ ଭାରତୀୟ ଜାହାଜ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି:
● ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ, ସାମୁଦ୍ରିକ କାର୍ଯ୍ୟକଳାପକୁ ସୁଗମ କରିବା ଏବଂ ରପ୍ତାନି-ଆମଦାନୀ ବୃଦ୍ଧି ପାଇଁ , ଏମ୍ପିଏନଜି, ଡିଜିଏଫ୍ଟି ଏବଂ ସାର ବିଭାଗ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି।
● ଏହି ଅଞ୍ଚଳରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ପତାକାଧାରୀ ଜାହାଜ ସହିତ ଜଡ଼ିତ କୌଣସି ଅଘଟଣର ଖବର ମିଳିନାହିଁ।
● ଡିଜି ସିପିଂ କଣ୍ଟ୍ରୋଲ ରୁମ୍ ଅପଡେଟ୍: କଣ୍ଟ୍ରୋଲ ରୁମ୍ ସକ୍ରିୟ ହେବା ପରଠାରୁ ୮,୦୩୪ଟି କଲ୍ ଏବଂ ୧୭,୧୧୪ରୁ ଅଧିକ ଇମେଲ୍ ସମ୍ଭାଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧୪ଟି କଲ୍ ଏବଂ ୨୭୬ଟି ଇମେଲ୍ ପ୍ରାପ୍ତ ହୋଇଛି।
● ମନ୍ତ୍ରଣାଳୟ ଡିଜି ସିପିଂ ମାଧ୍ୟମରେ ଏପର୍ଯ୍ୟନ୍ତ ୨,୮୨୯ ରୁ ଅଧିକ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନରେ ସହାୟତା କରିଛି।
● ଭାରତର ସମସ୍ତ ବନ୍ଦର କାର୍ଯ୍ୟକଳାପ ସ୍ୱାଭାବିକ ରହିଛି ଏବଂ କୌଣସି ସ୍ଥାନରେ ଜାହାଜ ଚଳାଚଳରେ ଭିଡ଼ର ସୂଚନା ନାହିଁ।
ଭାରତୀୟ ନାଗରିକଙ୍କ ସୁରକ୍ଷା
● ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଉପସାଗରୀୟ ଏବଂ ପଶ୍ଚିମ ଏସିଆ ଅଞ୍ଚଳର ଘଟଣାବଳୀ ଉପରେ ନଜର ରଖିବା ସହ ଭାରତୀୟ ସମୁଦାୟର ସୁରକ୍ଷା ଏବଂ କଲ୍ୟାଣ ନିଶ୍ଚିତ କରିବାକୁ ଉଦ୍ୟମ ଜାରି ରଖିଛି:
● ଭାରତୀୟ ନାଗରିକ ଏବଂ ସେମାନଙ୍କ ପରିବାରର ପ୍ରଶ୍ନର ଉତ୍ତର ଦେବା ପାଇଁ ମନ୍ତ୍ରଣାଳୟରେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି।
● ସୂଚନା ଆଦାନପ୍ରଦାନ ଏବଂ ପ୍ରୟାସଗୁଡ଼ିକୁ ସମନ୍ୱିତ କରିବା ପାଇଁ ମନ୍ତ୍ରଣାଳୟ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ନିୟମିତ ଯୋଗାଯୋଗରେ ରହିଛି।
● ଭାରତୀୟ ଦୂତାବାସ ଏବଂ କନସୁଲେଟ୍ ଗୁଡ଼ିକ ୨୪ ଘଣ୍ଟା ହେଲ୍ପଲାଇନ ଜାରି ରଖିଛନ୍ତି ଏବଂ ଆମ ନାଗରିକମାନଙ୍କୁ ସକ୍ରିୟ ଭାବେ ସହାୟତା କରୁଛନ୍ତି।
● ସ୍ଥାନୀୟ ସରକାରୀ ନିର୍ଦ୍ଦେଶାବଳୀ, ବିମାନ ଚଳାଚଳ ଏବଂ ଯାତ୍ରା ସ୍ଥିତି ସମ୍ପର୍କରେ ଅପଡେଟ୍ ଆଡଭାଇଜରୀ ଜାରି କରାଯାଉଛି।
● ଭାରତୀୟ ମିଶନଗୁଡ଼ିକ ସେଠାରେ ରହୁଥିବା ଭାରତୀୟ ସମୁଦାୟ, ସଂଗଠନ ଏବଂ କମ୍ପାନୀଗୁଡ଼ିକ ସହିତ ନିୟମିତ ଯୋଗାଯୋଗରେ ରହି ସେମାନଙ୍କ ସମସ୍ୟାର ସମାଧାନ କରୁଛନ୍ତି।
● ବିମାନ ଚଳାଚଳ ସ୍ଥିତି: ୟୁଏଇ, ସାଉଦି ଆରବ ଏବଂ ଓମାନରୁ ଭାରତକୁ ସୀମିତ ବାଣିଜ୍ୟିକ ବିମାନ ଚଳାଚଳ ଜାରି ରହିଛି। ଆଜି ୟୁଏଇ ଏବଂ ଭାରତ ମଧ୍ୟରେ ପ୍ରାୟ ୧୧୦ଟି ବିମାନ ଚଳାଚଳ କରିବାର ସମ୍ଭାବନା ଅଛି।
● କତାର ଆକାଶମାର୍ଗ ଆଂଶିକ ଖୋଲା ଅଛି ଏବଂ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ଶୀଘ୍ର ସେଠାରୁ ସେବା ପୁନଃ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। କୁଏତ ଏବଂ ବାହାରିନରୁ ମଧ୍ୟ ବିମାନ ଚଳାଚଳ ସୀମିତ ଭାବେ ଜାରି ରହିଛି।
● ଇରାନର ଆକାଶମାର୍ଗ କେବଳ କାର୍ଗୋ ଏବଂ ଚାର୍ଟାର୍ଡ ବିମାନ ପାଇଁ ଆଂଶିକ ଖୋଲା ଅଛି। ଭାରତୀୟମାନଙ୍କୁ ଇରାନ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି ଏବଂ ସେଠାରେ ଥିବା ଲୋକଙ୍କୁ ସ୍ଥଳ ପଥ ଦେଇ ବାହାରିବାକୁ ଅନୁରୋଧ କରାଯାଇଛି। ତେହେରାନସ୍ଥିତ ଭାରତୀୟ ଦୂତାବାସ ଏପର୍ଯ୍ୟନ୍ତ ୨,୪୬୪ ଜଣ ଭାରତୀୟଙ୍କୁ ସ୍ଥଳ ପଥରେ ଇରାନରୁ ବାହାରିବାରେ ସାହାଯ୍ୟ କରିଛି।
● ଇସ୍ରାଏଲ୍ ଆକାଶମାର୍ଗ ଖୋଲା ଅଛି ଏବଂ ସେଠାରୁ ମଧ୍ୟ ବିମାନ ସେବା ସୀମିତ ଭାବେ ପୁଣିଥରେ ଆରମ୍ଭ ହୋଇଛି।

Ministries of Petroleum and Natural Gas pressconferess
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ପ୍ରସାରିତ ଶ୍ରୀନଗର-ଜମ୍ମୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

୫୯୪ କିଲୋମିଟର ଲମ୍ବ ଆକ୍ସେସ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 29, 2026

ବଙ୍ଗ କାହାର ? ଦିଦି ବନାମ ମୋଦୀ

April 29, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆନ୍ତଃ-ମନ୍ତ୍ରଣାଳୟ ବିବୃତି

April 30, 2026

ସମ୍ପ୍ରସାରିତ ଶ୍ରୀନଗର-ଜମ୍ମୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

ଜୀ ସାର୍ଥକରେ ମେ ୩ ତାରିଖ ସନ୍ଧ୍ୟା ୬:୩୦ ମିନିଟରେ ପ୍ରଥମ ଥର ପାଇଁ ସୁପରହିଟ ଚଳଚିତ୍ର ଦେଖନ୍ତୁ ‘ଚକ୍ରାନ୍ତ’

April 30, 2026

ଆଜି ଏପ୍ରିଲ ୩୦ ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.