Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା
ଆଜିର ଖବର

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର – ବରିଷ୍ଠ ସାମ୍ବାଦିକ ତଥା ଚ଼ିଲିକା ସାମ୍ବାଦିକ ସଂଘର ଉପଦେଷ୍ଟା ସମାଜସେବୀ ସ୍ଵର୍ଗତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତି ସଭା ଜନ୍ମମାଟି ଅଚ୍ୟୁତ ରାଜପୁର ଶାସନର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଚିଲିକା ସାହିତ୍ୟ ସମାଜର ସଭାପତି ଶିକ୍ଷାବିତ୍ ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ବାଣପୁର ,ଚିଲିକା ଅଞ୍ଚଳର ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ମିଶ୍ରଙ୍କ ବହୁମୁଖି ପ୍ରତିଭାର ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ଵର୍ଗତ ମିଶ୍ର ଜଣେ ବରିଷ୍ଠ ସାମ୍ବାଦିକ, ସ୍ତମ୍ବକାର, ସୁସାହିତ୍ୟିକ, ସୁବକ୍ତା, ମିଷ୍ଠଭାଷୀ, ମେଳାପି, ଧର୍ମ ପରାୟଣ ,ମା’ମାଟି ମଣିଷକୁ ଭଲ ପାଉଥିବା ଜଣେ ନିର୍ଭୀକ ମଣିଷ ଥିଲେ । ବାଣପୁର ଅଞ୍ଚଳର ପ୍ରତିଟି ଶିକ୍ଷା, ସାହିତ୍ୟ, କଳା ସଂସ୍କୃତି, ଧାର୍ମିକ, ମଠମନ୍ଦିର , ଜାନିଯାତ୍ରା, ଯଜ୍ଞ ଅନୁଷ୍ଠାନ ,ସେବା ସଂଘ , ପୂଜ୍ୟ ପୂଜା ଅନୁଷ୍ଠାନ ସହିତ ଜଡିତ ଥାଇ ଏଗୁଡ଼ିକର ଉନ୍ନତି କଳ୍ପେ ବହୁ ଶ୍ରମଦାନ କରିଥିଲେ ।ବିଶେଷକରି ବାଣପୁରକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ନିମନ୍ତେ ବାଣପୁର ସଂଗ୍ରାମ ପରିଷଦର ଉପଦେଷ୍ଟା ଥାଇ ସଂଘର୍ଷରେ ପ୍ରମୁଖ ଭୂମିକା ଗ୍ରହଣ କରି ସରକାରଙ୍କ ନିଦ ହଜାଇ ଦେଇଥିଲେ । ତାଙ୍କରି ସହଯୋଗରେ ଲୀଳାକ୍ଷେତ୍ର କାଙ୍କଣ ଶିଖରୀ ଠାରେ ସମଗ୍ର ଚିଲିକାର ୩୦ଟି ଜଗନ୍ନାଥ ମନ୍ଦିରକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ସମନ୍ୱୟ ପରିଷଦ ଗଠିତ ହୋଇଥିଲା ।
ଏହି ଅବସରରେ ତାଙ୍କରି ସ୍ମୃତି ସମ୍ବଳିତ ଏକ ସ୍ମରଣିକା “ଅଶ୍ରୁ ଲିପି’ ଉନ୍ମୋଚିତ ହୋଇଥିଲା । ସଭାରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି , ଡା. ସୁଧାଂଶୁ ଶେଖର ମିଶ୍ର, ଡଃ ଚିନ୍ତାମଣି ମିଶ୍ର, ରାଜେନ୍ଦ୍ର ପ୍ରସାଦ ରଥ, ସମାଜସେବୀ ଗୋପୀନାଥ ମହାରଣା, ଦୁଷ୍ମନ୍ତ ହରିଚନ୍ଦନ, ମିଟୁନାୟକ, କବି ପ୍ରାଧ୍ୟାପକ ଶଶାଂକ ଚୁଡ଼ାମଣି, ପ୍ରାଧ୍ୟାପକ ଡ଼ଃଚନ୍ଦ୍ରଶେଖର ଦାଶ, ଡ଼ା. ସୁଶାନ୍ତ ସାହୁ, ପ୍ରବାଚ଼କ ଇଁ. ପାର୍ଥସାରଥି ମହାନ୍ତି, ବାବା ପଦ୍ମପାଦ ଦାସ, କବି ପୁରୁଷୋତ୍ତମ ମହାପାତ୍ର, ଭିକାରୀଚରଣ ପ୍ରଧାନ,ଶଶିଭୂଷଣ ବରାଳ ,ଦିଗମ୍ବର ବିଶ୍ୱାଳ, ଅଶୋକ ନନ୍ଦ, ମଧୁସୂଦନ ନନ୍ଦ, ଶିଶିର କୁମାର ଦାସ, ମହେଶ୍ୱର ପ୍ରଧାନ, ବିରେନ୍ଦ୍ର କୁମାର ତ୍ରିପାଠୀ, ବୈରାଗୀ ଚରଣ ବଳ, ନବକିଶୋର ପ୍ରଧାନ,ଡ଼ଃ ନୃସିଂହ ଚରଣ ପ୍ରଧାନ,ଡଃ. ଚାନ୍ଦ କିଶୋର ତ୍ରିପାଠୀ, ଡ଼ଃ ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା, ଡ଼ଃକୈଳାସ ମହାରଣା , ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି, ଡ଼ଃ ରୁଦ୍ରପ୍ରତାପ ନରେନ୍ଦ୍ର ସିଂବର୍ମା, ସଂଧ୍ୟାଦେବୀ , ବିଷ୍ଣୁପ୍ରିୟା ବାରିକ, ଆଇନଜୀବି ରବିନ୍ଦ ନାଥ ମାନସିଂ, ଜଗନ୍ନାଥ ଭୋଳ, ଟୁଟୁ ବେଦମତ୍ତା,ପ୍ରଦୋଷ କୁମାର ଦାସ, ସାମ୍ବାଦିକ ପ୍ରକାଶ ପ୍ରଧାନ, ଅମିତାଭ ପଟ୍ଟଯୋଶୀ, ଶକ୍ତି ପ୍ରସାଦ ମହାପାତ୍ର , ଅନୀଲ ଅଗ୍ରୱାଲ୍ ,ଅନନ୍ତଚରଣ ବାରିକି ,ସୁନୀଲ ସୁବୁଦ୍ଧି, ଦିଲ୍ଲୀପ କୁମାରସ୍ୱାଇଁ ,ଅଖିଳ କୁମାର ପଲେଇ, ସାହିତ୍ୟ ସିନ୍ଦୁରାର ଗୋଲକବିହାରୀ ପରିଡା, ଲକ୍ଷ୍ମୀଧର ପ୍ରଧାନ, ପୁତ୍ର ଡ଼ଃ.ଶାରଦା ପ୍ରସାଦ ମିଶ୍ର,ଡ ଡ଼ଃ.ପଦ୍ମଜା ପ୍ରସାଦ ମିଶ୍ର, ପୁତ୍ରବଧୁ ଡ଼ଃ ବରଦାଲକ୍ଷ୍ମୀ ମିଶ୍ର, କନ୍ୟା ସଂଗୀତା ଦାଶ ,ନାତି ପ୍ରତ୍ୟୁଷ ମହାପାତ୍ରଙ୍କ ସହିତ ସ୍ଥାନୀୟ ଅଞ୍ଚଳର ବହୁ ଗୁଣ ଗାହୀ ବୁଦ୍ଧିଜୀବି ତାଙ୍କ ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କନିଷ୍ଠ ଭ୍ରାତା ଅଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର, ଧନ୍ୟବାଦ ଅର୍ପଣ କରିଥିଲେ ।

ସ୍ମୃତିସଭା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.