Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଓଡ଼ିଆ ସପ୍ତାହ ପାଳନ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଓଡ଼ିଆ ସପ୍ତାହ ପାଳନ

April 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ପୌରହିତ୍ୟରେ ଓ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଓଡ଼ିଆ ସପ୍ତାହ ପାଳନ ହୋଇଯାଇଅଛି। ଓଡ଼ିଶା ସରକାରଙ୍କ ନିର୍ଦେଶାନୁଯାୟୀ ପ୍ରତି ବର୍ଷ ଏପ୍ରିଲ 15 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ଓଡ଼ିଆ ସପ୍ତାହ ଭାବେ ପାଳନ କରାଯିବା ସହ ଓଡ଼ିଶାର ଇତିହାସ, ପୂର୍ବସୁରୀ ମାନଙ୍କ ବଳିଦାନ,ତ୍ୟାଗ ଆଦର୍ଶ , ବୀରତ୍ଵ ସମ୍ଵନ୍ଧରେ ଆଲୋଚନା କରାଯାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆଦର୍ଶକୁ ଉଜ୍ଜୀବିତ କରି ରଖିବା ନିମନ୍ତେ ସମସ୍ତଙ୍କୁ ସଚେତନ କରାଯିବ।

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ଖୋରଧାର ଇତିହାସ ଓ ଓଡ଼ିଶା ପ୍ରତି ଏହାର ଅବଦାନ ସଂପର୍କିତ ଓଡ଼ିଆ ପ୍ରବନ୍ଧ ଏବଂ ପାଇକ ବିଦ୍ରୋହ ଓ ଭାରତର ସ୍ଵାଧୀନତା ପ୍ରତି ଏହାର ଅବଦାନ ବିଷୟ ଉପରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ରେ ଅଧିକାରୀ ମାନେ ମୁଖ୍ୟତଃ ଅଂଶ ଗ୍ରହଣ କରିଥିବାବେଳେ ବରିଷ୍ଠ ଓ କନିଷ୍ଠ ରାଜସ୍ବ ସହାୟକ/ସହାୟିକା ମାନେ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ଏହି ଓଡ଼ିଆ ସପ୍ତାହ ପାଳନରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗୀତାଂଶୁ ମୋହନ ଦାଶ, ଡେପୁଟି କଲେକ୍ଟର, ରାଜସ୍ବ, ନିବେଦିତା ପରିଡ଼ା ବିଚାରକ ମଣ୍ଡଳୀରେ ଆସନ ଅଳଙ୍କୃତ କରିଥିଲେ। ଡେପୁଟି କଲେକ୍ଟର, ଜରୁରୀ, ଶ୍ରିତପା ମିଶ୍ର, ଡେପୁଟି କଲେକ୍ଟର, ପ୍ରତିଷ୍ଠାନ, ଦେବବ୍ରତ କର, ଡେପୁଟି କଲେକ୍ଟର ସୂଚନା ଅଧିକାର ଆଇନ, ଅନନ୍ୟା ସୃଷ୍ଟି ଶତପଥୀ,ଭୁ ଅର୍ଜନ ଅଧିକାରୀ କ୍ରିଷ୍ଣା କୁମାର ଜେନା, ଡେପୁଟି କଲେକ୍ଟର, ନିର୍ବାଚନ ଓ ନ୍ୟାୟିକ,ମନୋଜ କୁମାର ସେନାପତି, ଡେପୁଟି କଲେକ୍ଟର, ସାଧାରଣ ଓ ବିବିଧ,ପ୍ରଧାନ ଟୁଲିଆମା, ଏସିଷ୍ଟାଣ୍ଟ କଲେକ୍ଟର ଅକ୍ଷୟ କୁମାର ଜେନା, ଏସିଷ୍ଟାଣ୍ଟ କଲେକ୍ଟର, ଅଭିଯୋଗ, ଭୁବନେଶ୍ଵରୀ କଅଁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଙ୍କ ସମେତ ସବୁ ବର୍ଗର କର୍ମଚାରୀମାନେ ଯୋଗଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ପାରଳାଖେମୁଣ୍ଡି ରେଳ ଷ୍ଟେସନର ନବକଳେବର: ଆସନ୍ତାକାଲି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

July 16, 2026

ତାଳଚେର ଅମୃତ ଭାରତ ଷ୍ଟେସନ: ଆଧୁନିକତା ଏବଂ ପରମ୍ପରାର ମିଳନ

July 16, 2026

ଘିଡିଘିଡି ନାଦରେ ଗଡିଲା ରଥ,ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ରଥଟଣା, ବର୍ଷା ସତ୍ବେ ବଡଦାଣ୍ଡ ଲୋକାରଣ୍ୟ

July 16, 2026

ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୦ ଟି ସ୍କୁଲରେ JEE ଏବଂ NEET ପାଇଁ ମାଗଣା କୋଚିଂ

July 16, 2026
Latest News

ପାରଳାଖେମୁଣ୍ଡି ରେଳ ଷ୍ଟେସନର ନବକଳେବର: ଆସନ୍ତାକାଲି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

July 16, 2026

ତାଳଚେର ଅମୃତ ଭାରତ ଷ୍ଟେସନ: ଆଧୁନିକତା ଏବଂ ପରମ୍ପରାର ମିଳନ

July 16, 2026

ଘିଡିଘିଡି ନାଦରେ ଗଡିଲା ରଥ,ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ରଥଟଣା, ବର୍ଷା ସତ୍ବେ ବଡଦାଣ୍ଡ ଲୋକାରଣ୍ୟ

July 16, 2026

ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୦ ଟି ସ୍କୁଲରେ JEE ଏବଂ NEET ପାଇଁ ମାଗଣା କୋଚିଂ

July 16, 2026

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଖେଳୁନାହାନ୍ତି କେଏଲ ରାହୁଲ: ଜାଣନ୍ତୁ କାରଣ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.