
ବାଣପୁର: ଆଜି ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ଏନଏସି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ-୧ ପରିସରରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ) ସମ୍ବନ୍ଧରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବାଣପୁର ଓକିଲ ସଂଘ ସମ୍ପାଦକ ଜଗଦିଶ ପଟ୍ଟନାୟକ, ଫ୍ରଣ୍ଟ ଅଫିସ ରିଟେନର ଦେବୀପ୍ରସାଦ ସାମନ୍ତରାୟ, ବିଦ୍ୟାଳୟ ଶିକ୍ଷୟିତ୍ରୀ ଏବଂ ଅନ୍ୟ ଓକିଲ ଯୋଗଦେଇଥିଲେ।
ଏହି ଅବସରରେ ଉପସ୍ଥିତ ଅତିଥିମାନେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ବିଭିନ୍ନ ଧାରା, ଉପଧାରା, ଏତଲା, ଜାମିନ,ସମନ, ୱାରେଣ୍ଟ, ଆଇନଗତ ପରାମର୍ଶ, ସାହାଯ୍ୟ, ଅପିଲ ବିଷୟରେ ଆଲୋଚନା କରିଥିଲେ। ଅନୁରୂପ ଭାବେ ବିଚାରପତି ଶ୍ରୀ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବିଏନଏସଏସ ରେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ସେବା ସମ୍ବନ୍ଧରେ ସଚେତନ କରାଇଥିଲେ।
Tags: ତାଲୁକ ଆଇନ ସେବା ସମିତି, ବାଣପୁର