ଭୁବନେଶ୍ଵର: ମେ’ ୨ୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। କିନ୍ତୁ ଖାତା ଦେଖା ଦୁଇ ଦିନ ମଧ୍ୟରେ ସରିବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ବିଜ୍ଞାନ ପ୍ରଶ୍ନପତ୍ରର ତ୍ରୁଟି ନେଇ ଶ୍ରୀଯୁକ୍ତ ତରାଇ କହିଛନ୍ତି ଯେ, ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ୍ ନେଇ କିଛି ଅସୁବିଧା ହେବନାହିଁ। ଗ୍ରେସ୍ ମାର୍କ ସମ୍ପର୍କରେ ପରିଚାଳନା କମିଟି ନିଷ୍ପତ୍ତି ନେବ। AI ଏବଂ QR କୋର୍ଡ ଦ୍ବାରା ପରୀକ୍ଷା ପରିଚାଳନା ସଫଳ ହୋଇଛି ବୋଲି ବୋର୍ଡ ସଭାପତି କହିଛନ୍ତି।
Author: SM Network
ଭୁବନେଶ୍ୱର: ବୁଢାପଙ୍କ-ଶାଳଗାଁ 3ୟ ଏବଂ 4ର୍ଥ ରେଳ ଲାଇନ ପ୍ରକଳ୍ପ ଅନ୍ତର୍ଗତ ଢେଙ୍କାନାଳ-ଅନୁଗୁଳ ରେଳ ସେକ୍ସନରେ ହିନ୍ଦୋଳ ରୋଡ଼ ଏବଂ ମେରାମଣ୍ଡଳୀ ରେଳ ଷ୍ଟେସନ ମଧ୍ୟରେ 27.28 କିଲୋମିଟର ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟ ସମ୍ପାଦନ ପାଇଁ ମେରାମଣ୍ଡଳୀ ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ଟ୍ରାକ୍ ଲିଙ୍କିଂ ଏବଂ ନନ-ଇଣ୍ଟରଲକିଙ୍ଗ ଜନିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲୁରହିଛି। ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ, ନିର୍ମାଣ କାର୍ଯ୍ୟଗୁଡିକର ଦକ୍ଷତାକୁ ସୁନିଶ୍ଚିତ କରିବା ପାଇଁ ଟ୍ରେନ୍ ସେବାକୁ ସାମୟିକ ଭାବରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନେକ ଟ୍ରେନ୍ ଏପ୍ରିଲ୍ 2025 ର 13 ରୁ 24 ତାରିଖ ମଧ୍ୟରେ ନିର୍ଧାରିତ ଦିନମାନଙ୍କରେ ବାତିଲ୍ ଏବଂ ମାର୍ଗ ପରିବର୍ତ୍ତନ କରିବ। ଟ୍ରେନ ଯାତ୍ରୀ ମାନଙ୍କର ଅସୁବିଧାକୁ ହ୍ରାସ କରିବାର ମୂଳ ଲକ୍ଷ୍ୟ ସହିତ ଏହି ପରିବର୍ତ୍ତନ କରାଯାଇଛି। ଟ୍ରେନ୍ ସେବା ବାତିଲ୍: ନିର୍ଦ୍ଦିଷ୍ଟ ତାରିଖଗୁଡ଼ିକରେ ନିମ୍ନଲିଖିତ ଟ୍ରେନଗୁଡିକ ବାତିଲ ହେବ: * 02832/02831…
ବାଣପୁର: ଓଡ଼ିଶା ସରକାରଙ୍କ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜିଥିଲା “ବର୍ଣ୍ଣବୋଧ” ଦିବସ। ଏହି ପ୍ରାୟୋଜିତ କାର୍ଯ୍ୟକ୍ରମ ବାଣପୁରର ସାହିତ୍ୟସିନ୍ଦୁରା ଅନୁଷ୍ଠାନ ତରଫରୁ ବିଧାରପୁରର ପରୀଡ଼ା ପାଠଗାର ପରିସରରେ ଶିକ୍ଷାବିତ୍ ଗୋଲକ ବିହାରୀ ପରୀଡ଼ାଙ୍କ ନିମନ୍ତ୍ରଣ କ୍ରମେ ମହାସମାରୋହ ପାଳିତ ହୋଇଥିଲା। ଓଡ଼ିଆଭାଷାର ମୌଳିକତା ରକ୍ଷା କରିବାରେ “ମଧୁ ବର୍ଣ୍ଣବୋଧ “ର ଭୂମିକା ସଂପର୍କୀତ ଏକ ଆଲୋଚନାଚକ୍ରରେ ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ ସଭାପତିତ୍ୱ କରିଥିବା ବେଳେ ଓଡ଼ିଆ ଭାଷାତତ୍ବବିତ୍ ଗୋକୁଳାନନ୍ଦ ଦାସ ମୁଖ୍ୟ ଅତିଥି, ଓଡ଼ିଆ ଭାଷା ସୁରକ୍ଷା ସମିତି ବାଲୁଗାଁର ସଭାପତି କବି ରଙ୍କନାଥ ସେଠୀ ମୁଖ୍ୟବକ୍ତା ଭାବରେ ଯୋଗଦେବା ସହିତ କବି ପୁରୁଷୋତ୍ତମ ମହାପାତ୍ର, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଅଧ୍ୟାପକ ଭବାନୀପ୍ରସାଦ ହୋତା, ଶିକ୍ଷାବିତ୍ ଆନନ୍ଦଚନ୍ଦ୍ର ସେନାପତି, ଲକ୍ଷ୍ମୀଚରଣ ପ୍ରଧାନ, ଶିଶିର କୁମାର ଦାସ, ଶେଷଦେବ ମହାରଣା, ରବୀନ୍ଦ୍ରନାଥ ମାନସିଂ, ନୀଳମଣି ସାହୁ, ଅମରେଶ୍ଵର ଘଡ଼ାଇ,ଏକତା ପରିଷଦର ଆବାହିକା ସଂଧ୍ୟାଦେବୀ, କବୟତ୍ରୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁବାଇର କ୍ରାଉନ ପ୍ରିନ୍ସ, ଉପପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଶେଖ୍ ହମଦାନ ବିନ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମକ୍ତୁମଙ୍କୁ ସ୍ୱାଗତ କରିଥିଲେ। ଗତବର୍ଷ ଦୁବାଇରେ ଅନୁଷ୍ଠିତ ୱାର୍ଲଡ୍ ଗଭର୍ଣ୍ଣମେଣ୍ଟ ସମିଟରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ୟୁଏଇ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ ୟୁଏଇର ରାଷ୍ଟ୍ରପତି ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନଙ୍କୁ ତାଙ୍କର ଅଭିନନ୍ଦନ ଜଣାଇଥିଲେ। ମହାମହିମ ମହମ୍ମଦ ବିନ୍ ରସିଦ ଅଲ୍ ମକତୁମ୍, ଉପରାଷ୍ଟ୍ରପତି, ୟୁଏଇର ପ୍ରଧାନମନ୍ତ୍ରୀ ଏବଂ ଦୁବାଇର ଶାସକ ଅଟନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କ ଗସ୍ତ ଭାରତ ଏବଂ ୟୁଏଇ ମଧ୍ୟରେ ସୁଦୃଢ଼ ଏବଂ ଐତିହାସିକ ସମ୍ପର୍କରେ ପରମ୍ପରାଗତ ନିରନ୍ତରତାକୁ ସୂଚାଇଥାଏ ଏବଂ ପାରସ୍ପରିକ ବିଶ୍ୱାସ ତଥା ଭବିଷ୍ୟତ ପାଇଁ ଏକ ଅଂଶୀଦାର ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲା। ବିଶେଷକରି ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା, ଶକ୍ତି, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, କ୍ରୀଡ଼ା ଏବଂ ଜନସାଧାରଣଙ୍କ…
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ବୈଠକରେ ଓଡ଼ିଶା ସରକାର ଏବଂ ଉର୍ଜା କ୍ଷେତ୍ରରେ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିବା ବେଳେ ଏହି ବୁଝାମଣା ଦ୍ୱାରା ଓଡ଼ିଶା ବିଶ୍ୱ ପାଇଁ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ପାରାଦୀପ ଠାରେ ୫୮,୦୪୨ କୋଟି ଟଙ୍କାର ମେଗା ଡୁଆଲ ଫିଡ୍ କ୍ରାକର(ଡିଏଫସି) ଏବଂ ଏହାର ଡାଉନଷ୍ଟ୍ରିମ ୟୁନିଟ୍ ପାଇଁ ଓଡ଼ିଶା ସରକାର ଏବଂ ଆଇଓସିଏଲ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଯାଜପୁର ଚଣ୍ଡିଖୋଲ ଠାରେ ୮,୭୪୩ କୋଟି ଟଙ୍କା ବ୍ୟୟରେ କ୍ରୁଡ ଅଏଲ ଷ୍ଟୋରେଜ୍ ଫାସିଲିଟି ପାଇଁ ଓଡ଼ିଶା ସରକାର ଏବଂ ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ୍ ଏବଂ ଗୋପାଳପୁର ଠାରେ ୨୩୦୬ କୋଟି ଟଙ୍କା ବ୍ୟୟରେ ଏଲଏନଜି ଟର୍ମିନାଲ…
ଭୁବନେଶ୍ୱର: ଦେଶ ବିଦେଶରେ ବିଭିନ୍ନ ଶିଳ୍ପ ସଂସ୍ଥା ଓ ସେବା କ୍ଷେତ୍ର ଲାଗି ଦକ୍ଷ ଯୁବପିଢ଼ିଙ୍କର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ଦକ୍ଷତା ବିକାଶ ତାଲିମ ପାଠ୍ୟକ୍ରମ ଦିଆଯାଉଛି। ଫଳରେ ଓଡ଼ିଶାର ଯୁବପିଢ଼ି ଏଠାରେ ତାଲିମ ନେଇ ଆଜି ଦେଶ ବିଦେଶର ପ୍ରମୁଖ କମ୍ପାନିରେ ନିଯୁକ୍ତି ସୁଯୋଗ ପାଉଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରର ୨୦୨୫-୨୬ ବ୍ୟାଚରେ ନାମଲେଖା ଲାଗି ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଓ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ଥିବା ମୋଟ ୭ଟି ଅତ୍ୟାଧୁନିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ମେ’ ୩ ତାରିଖ ସୁଦ୍ଧା ଆବେଦନ କରିପାରିବେ। ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗ ଅଧୀନରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍, ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ, ଭର୍ଟିକାଲ…
ରେଢ଼ାଖୋଲ (କନ୍ଦର୍ପ ବେହେରା): ଓଡିଆ ପକ୍ଷ ପାଳନ ଅବସରର ଅଷ୍ଟମ ଦିନରେ ଆଜି ବ୍ଲକ ପ୍ରଶାସନ ତରଫରୁ ରକ୍ତଦାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ରକ୍ତଦାନ ଅଭିଯାନରେ ମୋଟ ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତଙ୍କ ସମେତ ଅନ୍ୟ ଅଧିକାରୀ ମାନେ ରକ୍ତଦାନ କରି ଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ନାରାୟଣ ସେନାପତି, ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ ସମେତ ସରପଞ୍ଚ, ସମିତି ମେମ୍ବର, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ। ଠିକ ସେହିପରି ନାକଟିଦେଉଳ ବ୍ଲକ ପ୍ରଶାସନ ତରଫରୁ ନାକଟିଦେଉଳ ମେଡ଼ିକାଲରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ନାକଟିଦେଉଳ ବିଡ଼ିଓ କ୍ଷମା ନିଧି ଭୋଇ, ବ୍ଲକ ଅଧ୍ୟକ୍ଷା ସ୍ୱରୂପାରାଣୀ ସାହୁ, ଏବିଡ଼ିଓ ବିଦ୍ୟାଧର ରାଉତରାୟ, ଡାକ୍ତର ଅମୁଲ୍ୟ ରତ୍ନ ମହନ୍ତ, ତହସିଲଦାର…
ଖୋର୍ଦ୍ଧା: ଆଜି ପୂର୍ବାହ୍ନ୍ନରେ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଓଡ଼ିଆ ପକ୍ଷ ପାଳନର ଆଜି ଅଷ୍ଟମ ଦିବସରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ରକ୍ତଦାନ ଶିବିରକୁ ମହାବିଦ୍ୟାଳୟ ଅଧ୍ୟାକ୍ଷା ବିଦୁଶ୍ରୀ ମିଶ୍ର ଉଦ୍ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଶୁଭେନ୍ଦୁ କୁମାର ମହାନ୍ତି, ପ୍ରାଧ୍ୟାପକ ପ୍ରିୟବ୍ରତ ମହାନ୍ତି, ପ୍ରାଧ୍ୟାପକ ପୁର୍ଣ ଚନ୍ଦ୍ର ବୈଶାଖ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ଖୋର୍ଦ୍ଧା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସୌରଭ ସୁନ୍ଦର ରାୟ, ଅରୁଣ କୁମାର ସାହୁ, ଶ୍ରୀକାନ୍ତ କୁମାର ସାମାନ୍ତାସିଂହାର, ଝୁନୁଲତା ସାହୁ, ଲକ୍ଷ୍ମୀପ୍ରିୟା ପ୍ରଧାନ ଉପସ୍ଥିତ ରହି ରକ୍ତଦାନରେ ସହଯୋଗ ପ୍ରଦାନ କରିଥିଲେ। ଏହି ରକ୍ତଦାନ ଶିବିରରେ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଯୁବ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନାର ସ୍ଵେଛାସେବୀ ମାନେ ରକ୍ତଦାନ କରିଥିଲେ।…
ଖୋର୍ଦ୍ଧା: ଆଜି ପୂର୍ବାହ୍ନ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲା ଉନ୍ନୟନ ତଦାରାଖ ଦାୟିତ୍ୱରେ ଥିବା ଓଡିଶା ସରକାରଙ୍କ ବିଜ୍ଞାନ କାରିଗରୀ, ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବୀମା ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ଉପସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକର ଅଗ୍ରଗତିରେ ଉପୁଜୁଥିବା ସମସ୍ୟା ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖଭାବେ ସମୀକ୍ଷା କରି କ୍ଷେତ୍ର ପରିଦର୍ଶନ କରିଛନ୍ତି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ସାହୁ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା ନିଜ ନିଜ ବିଭାଗ ଦାୟିତ୍ୱରେ ଥିବା କାର୍ଯ୍ୟାବଳୀ ସମର୍କରେ ପ୍ରମୁଖ ଶାସନ ସଚିବ ଏବଂ ଜିଲ୍ଲାପାଳଙ୍କୁ ବୁଝାଇଥିଲେ। ପରେ ପ୍ରମୁଖଶାସନ ସଚିବ ବିଭାଗୀୟ ସମସ୍ତ ଅଧିକାରୀ ଓ ବିଦ୍ୟୁତ ବିଭାଗ…
ଭୁବନେଶ୍ବର: ଆଜି ଫାଲକନାମା ଏକ୍ସପ୍ରେସ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି। କାରଣ ଆଜି ଓଡିଶା ଆଭିମୁଖେ ଆସୁଥିବା ଏକ ଟ୍ରେନଟି ରାସ୍ତା ମଝିରେ ଭାଗ ହୋଇଯାଇଥିଲା। ଅର୍ଥାତ ଟ୍ରେନରୁ ଦୁଇଟି ଏସି ବଗି ଅଲଗା ହୋଇଯାଇଥିଲା। ସେଥିରେ ବସିଥିବା ଯାତ୍ରୀମାନେ କିଛି ବୁଝିପାରି ନ ଥିଲେ। ପରେ ଟ୍ରେନ ସହିତ ବଗିକୁ ଯୋଡା ଯାଇ ଚାରିଘଣ୍ଟା ବିଳମ୍ବରେ ଗନ୍ତବ୍ୟସ୍ଥଳରେ ଫାଲକନାମା ପହଞ୍ଚିଥିଲା। ଘଟଣାରୁ ଜଣାପଡିଛି ଯେ, ଆଜି ସିକନ୍ଦରାବାଦରୁ ହାୱାଡା ଆସୁଥିବା ଫାଲକନାମା ଏକ୍ସପ୍ରେସ ନିର୍ଦ୍ଧାରିତ ସମୟରେ ଛାଡିଥିଲା। ହେଲେ ଏହି ଟ୍ରେନ୍ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ପଲାସା ନିକଟସ୍ଥ ସୁମାଦେବୀ ନିକଟରେ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା। ଟ୍ରେନର ଦୁଇଟି ବଗି ଅଲଗା ହୋଇ କିଛିବାଟ ଗଡି ଅଟକି ଯାଇଥିଲା। ହେଲେ ଲୋକ ପାଇଲଟ ଏହି ଘଟଣା ଜାଣିବା ପରେ ଟ୍ରେନକୁ ଅଟକାଇଥିଲେ। ପରେ ରେଳ କର୍ମଚାରୀ ଘଟଣାସ୍ଥଳକୁ ଆସି ବଗିକୁ ଟ୍ରେନ ସହିତ ଯୋଡିଥିଲେ। ଏହି କାର୍ଯ୍ୟ…
ଭୁବନେଶ୍ବର: ୱାକଫ ବିଲ ଉପରେ ବିବେକାନୁସାରେ ଭୋଟ ଦେବା ପାଇଁ ସାଂସଦ ସସ୍ମିତ ପାତ୍ରଙ୍କ ଟୁଇଟକୁ ନେଇ ବିଜେଡିରେ ଝଡ। ନବୀନ ବିରୋଧ କରିବା ପାଇଁ କହିବା ପରେ ସସ୍ମିତ ପାତ୍ର କାହିଁକି ଏପରି ଟୁଇଟ କଲେ ସେ ନେଇ ପ୍ରଶ୍ନ ଉଠିଛି। ତେବେ ଏହା ଭିତରେ ଯୁବ ବିଜେଡିର ଏକ ବିସ୍ପୋରକ ବୟାନ ଆସିଛି। ଅନ୍ୟତମ ସାଂସଦ ମାନସ ମଙ୍ଗରାଜଙ୍କୁ ଟାର୍ଗେଟ କରିଛନ୍ତି ଯୁବ ନେତା ନୀଳମାଧବ ମହାନ୍ତି। ତାଙ୍କର କହିବା କଥା ଯେ, ସସ୍ମିତ ପାତ୍ର ଟୁଇଟ କରିବା ପରେ ଆମେ ତାଙ୍କୁ ଫୋନ କରିଥିଲୁ। ସେ କହିଲେ ଯେ ମାନସ ମଙ୍ଗରାଜ ମୋତେ କହିଲେ ବିବେକ ଅନୁସାରେ ଭୋଟ ଦେବା ପାଇଁ ନିଷ୍ପତି ହୋଇଛି। ସେହି ଅନୁସାରେ ମୁଁ ଟୁଇଟ କଲି ବୋଲି ସସ୍ମିତ କହିଥିଲେ। ତେବେ ଏଥିରୁ ସ୍ପଷ୍ଟ ହୋଇଛି ଯେ, ମାନସ ମଙ୍ଗରାଜ ବିଜେପି ସହିତ ଡିଲ କରି ଏପରି ବିଭ୍ରାନ୍ତ କରିଛନ୍ତି ବୋଲି…
ନୂଆଦିଲ୍ଲୀ: ଜୟପୁର ସିରିଏଲ ବୋମା ବିସ୍ଫୋରଣ ମାମଲାରେ ୪ ଜଣ ଆତଙ୍କବାଦୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଜୟପୁରର ସ୍ୱତନ୍ତ୍ର କୋର୍ଟ ସଇଫୁରରହମାନ, ମହମ୍ମଦ ସୈଫ, ମହମ୍ମଦ ସରୱର ଆଜମୀ ଏବଂ ଶାହାବାଜ ଅହମ୍ମଦଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜି ଏହି ଦଣ୍ଡ ଘୋଷଣା କରିଛନ୍ତି। ୬୦୦ ପୃଷ୍ଠାରେ କୋର୍ଟ ଏହାର ବିସ୍ତୃତ ନିଷ୍ପତ୍ତି ଦେଇଛନ୍ତି। ମେ ୧୩ ତାରିଖ ୨୦୦୮ରେ ଜୟପୁରରେ ଏକ ସିରିଏଲ ବିସ୍ଫୋରଣ ଘଟଣା ଘଟିଥିଲା। ଜୟପୁରରେ ଗୋଟିଏ ପରେ ଗୋଟିଏ ଆଠଟି ବୋମା ବିସ୍ଫୋରଣ ହୋଇଥିଲା। ଚାନ୍ଦପୋଲ ବଜାରର ଏକ ମନ୍ଦିର ନିକଟରେ ଏକ ବୋମା ମିଳିଥିଲା ଯାହା ପରେ ନିଷ୍କ୍ରିୟ କରାଯାଇଥିଲା। ସମଗ୍ର ଦେଶକୁ ଥରାଇ ଦେଇଥିବା ଏହି ସିରିଏଲ ବିସ୍ଫୋରଣରେ ୭୧ ଜଣ ପ୍ରାଣ ହରାଇଥିଲେ। ଜୟପୁର ବୋମା ବିସ୍ଫୋରଣ ସହ ଜଡିତ ଆଠଟି ଭିନ୍ନ ଭିନ୍ନ ମାମଲାରେ ଏହି ଚାରିଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ପରେ ମାର୍ଚ୍ଚ ୨୦୨୩ରେ ରାଜସ୍ଥାନ ହାଇକୋର୍ଟ ସମସ୍ତଙ୍କୁ…
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର କେଦାର ଯାଦବ ରାଜନୀତି ମଇଦାନରେ ପ୍ରବେଶ କରିଛନ୍ତି। ସେ ଜୁନ୍ ୨୦୨୪ ରେ କ୍ରିକେଟ୍ ର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରଶେଖର ବାୱନକୁଲେ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଯାଦବ ବିଜେପିରେ ଯୋଗ ଦେଇଛନ୍ତି। ସେ 2020 ରେ ଭାରତ ପାଇଁ ତାଙ୍କର ଶେଷ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଖେଳିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେଦାର ଯାଦବଙ୍କ ମୋଟ ସମ୍ପତ୍ତି 50 କୋଟିରୁ ଅଧିକ ବୋଲି କୁହାଯାଉଛି। ସେ କ୍ରିକେଟ୍, ବ୍ୟବସାୟ ନିବେଶ ଏବଂ ପ୍ରାୟୋଜକ କାରବାରରୁ ଏହା ଅର୍ଜନ କରିଛନ୍ତି। କେଦାର ଯାଦବ ମଧ୍ୟ ଆଇପିଏଲରୁ କୋଟି କୋଟି ଟଙ୍କା ରୋଜଗାର କରିଥିଲେ। ଇଣ୍ଡିଆନ୍ ପ୍ରିମିୟର ଲିଗରେ ତାଙ୍କର ସର୍ବାଧିକ ରୋଜଗାର CSK ଠାରୁ ଆସିଥିଲା, ଯାହା ତାଙ୍କୁ ତିନି ସଂସ୍କରଣରେ 7.8 କୋଟି ଟଙ୍କା ମିଳିଥିଲା।
ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ରାମ ଲାଲାଙ୍କ ପ୍ରାୟ ଦେଢ ବର୍ଷ ପରେ, ବର୍ତ୍ତମାନ ଭବ୍ୟ ରାମ ମନ୍ଦିରରେ ଆଉ ଏକ ଅଭିଷେକ ସମାରୋହର ତାରିଖ ଘୋଷଣା କରାଯିବ। ବାସ୍ତବରେ ପ୍ରଭୁ ଶ୍ରୀ ରାମଙ୍କ ଭବ୍ୟ ଦରବାର ମଧ୍ୟ ନିର୍ମାଣ ହୋଇସାରିଛି। ଏହି ଦରବାର ମନ୍ଦିରର ପ୍ରଥମ ମହଲାରେ ନିର୍ମିତ, ଯାହା ରାମ ଦରବାର ଭାବରେ ପ୍ରତିଷ୍ଠିତ ହେବ। ସୂଚନା ଅନୁଯାୟୀ ଏହି ଅଭିଷେକ ସମାରୋହକୁ ଭବ୍ୟ କରିବା ପାଇଁ ପ୍ରସ୍ତୁତି ଚାଲିଛି। ନିକଟରେ ଶ୍ରୀ ରାମ ମନ୍ଦିର ତିର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକରେ ସମାରୋହର ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା ଏବଂ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କୁ ଅଭିଷେକ ସମାରୋହର ତାରିଖ ଘୋଷଣା କରିବାର ଦାୟିତ୍ଵ ଦିଆଯାଇଥିଲା। କୁହାଯାଉଛି ଯେ, ଏହି ସମାରୋହ ଜାନୁୟାରୀ ୨୨ ତାରିଖ ୨୦୨୪ରେ ଆୟୋଜିତ ହୋଇଥିବା ଭବ୍ୟ ସମାରୋହ ପରି ହେବ ନାହିଁ, କିନ୍ତୁ ଏହାର ସ୍ୱରୂପ ବହୁତ ବ୍ୟାପକ ହେବ। ରାଜା ରାମଙ୍କ ଅଭିଷେକ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ହରିହର ନଗର ଦ୍ଵିତୀୟ ସାରଣୀ ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ “ବିଶ୍ଵ ସ୍ୱାସ୍ଥ୍ୟ ଦିବସ” ଅବସରରେ ଚିର ସ୍ୱାସ୍ଥ୍ୟ ପାଇଁ ସ୍ଵାସ୍ଥ୍ୟ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡଃ ନକୁଳ ସାହୁ ଉପସ୍ଥିତ ରହି କହିଲେ ସ୍ୱାସ୍ଥ୍ୟ ହିଁ ସମ୍ପଦ, ସୁସ୍ଥ ରହିଲେ ଧାର୍ମିକ, ଆର୍ଥିକ, ସବୁକାମ ଓ ମୁକ୍ତି ପାଇଁ ସାଧନା କରିପାରିବେ। ସୁସ୍ଥ ରହିବା ପାଇଁ ଆମ ଶରୀରରେ ଥିବା ତିନି ଦୋଷ, ଧାତୁ ଅଗ୍ନି, ଜଠରାଗ୍ନି, ଏକାଦଶ ଇନ୍ଦ୍ରିୟ ଓ ଆତ୍ମାକୁ ପବିତ୍ର ରଖିବାକୁ ପଡିବ। ଏଥିପାଇଁ ପ୍ରାତଃରୁ ଶଯ୍ୟା ତ୍ୟାଗ କରି ଭ୍ରମଣ, ଯୋଗ, ଆସନ, ପ୍ରାଣାୟାମ କରିବେ। କାୟିକ, ମାନସିକ, ସାମାଜିକ ସଦାଚାର ପାଳନ କରିବେ। ସାତ୍ତ୍ୱିକ ଆହାର ବିହାର ଓ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପଡିବ। ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା,…
ନୂଆଦିଲ୍ଲୀ: ତାମିଲନାଡୁ ସରକାର ବନାମ ରାଜ୍ୟପାଳ ମାମଲାରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଗୃହରେ ପାରିତ ହୋଇଥିବା ବିଲକୁ ରାଜ୍ୟପାଳ ଅଟକାଇ ପାରିବେ ନାହିଁ। ରାଜ୍ୟପାଳଙ୍କର କୌଣସି ଭିଟୋ କ୍ଷମତା ନାହିଁ। ରାଷ୍ଟ୍ରପତିଙ୍କ ସହମତି ପାଇଁ ତାମିଲନାଡୁ ରାଜ୍ୟପାଳଙ୍କ ୧୦ ଟି ବିଲ୍ ସଂରକ୍ଷଣ ନିଷ୍ପତ୍ତି ବେଆଇନ ଘୋଷିତ ହୋଇଛି ଏବଂ ଏହାକୁ ରଦ୍ଦ କରାଯାଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ, ‘ରାଜ୍ୟପାଳ ସଦଭାବନାପୂର୍ବକ କାର୍ଯ୍ୟ କରିନାହାଁନ୍ତି। ସେହି ଦିନ ରାଜ୍ୟପାଳଙ୍କ ଦ୍ଵାରା ଏହି ବିଲ୍ ଅନୁମୋଦନ କରାଯାଇଥିଲା, ଯେଉଁ ଦିନ ଏଗୁଡିକୁ ପୁନଃ ପାରିତ କରାଯାଇଥିଲା।
ପାଟନା: ବିହାର ବିଜେପି ରାଜ୍ୟ ସଭାପତି ଦିଲୀପ ଜୟସ୍ଵାଲଙ୍କ ଗୃହ ରକ୍ଷୀ ଆଶୁତୋଷ ମିଶ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି। ଲାଇସେନ୍ସପ୍ରାପ୍ତ ଅସ୍ତ୍ରରେ ସେ ନିଜକୁ ଗୁଳି କରିଛନ୍ତି। ରକ୍ଷୀ ଏତେ ବଡ ପଦକ୍ଷେପ ନେଇଥିବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏ ବାବଦରେ ପୋଲିସ ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ। ତେବେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଗଞ୍ଜାମ ଥାନା ଅର୍ନ୍ତଗତ ପାଲିବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭଳି ଘଟଣା ବିଷ କ୍ରିୟା ଜନିତ ମୃତ୍ୟୁ ଓ ନିଜେ ମାଁ ମାମି ରେଡ଼ି ରାଜେଶ୍ ଓ ମିନା ଦୁଇ ପିଲାକୁ ବିଷ ଦେଲା ପରେ ନିଜେ ବିଷ ପାନ କରି ଆତ୍ମହତ୍ୟା କରିଥିବା ଗାଁ ଲୋକଙ୍କଠାରୁ ଶୁଣିବାକୁ ମିଳୁଛି। ଖବର ପାଇ ଗଞ୍ଜାମ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ଇତିମଧ୍ୟରେ ୧୦ ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାରେ ପ୍ରସ୍ତୁତ ଏହି ମହତ୍ୱାକାଂକ୍ଷୀ ଯୋଜନା ଦେଶର ଋଣପ୍ରଦାନ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ୟୁପିଏ ଶାସନ କାଳରେ ଦେଶର ଆର୍ଥିକ ବ୍ୟବସ୍ଥା ସ୍ୱଚ୍ଛ ନଥିଲା। ପ୍ରଭାବଶାଳୀ ଲୋକଙ୍କୁ ମୋଟା ଅଙ୍କର ଋଣ ସହଜରେ ମିଳିଯାଉଥିଲା। କିନ୍ତୁ ସାଧାରଣ ଲୋକମାନେ ସ୍ୱଳ୍ପ ପରିମାଣର ଋଣ ପାଇବାକୁ ବାରମ୍ବାର ବ୍ୟାଙ୍କକୁ ଦୌଡ଼ୁଥିଲେ। କ୍ଷୁଦ୍ର ଚାଷୀ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ଋଣ ପାଇବା ଲାଗି ଅନୌପଚାରିକ ଏବଂ ଶୋଷଣକାରୀ ସାହୁକାରଙ୍କ ଉପରେ ନିର୍ଭର କରୁଥିଲେ। ତେବେ ମୋଦୀ ସରକାରଙ୍କ ପିଏମ୍ ମୁଦ୍ରା ଯୋଜନା ଏହି ଧାରାକୁ ଭାଙ୍ଗିଥିଲା। ଏହି ଯୋଜନାର ସମାବେଶୀ ଦୃଷ୍ଟିକୋଣ ସମସ୍ତଙ୍କୁ ସଫଳ ହେବା ଲାଗି ଆବଶ୍ୟକ ଋଣ ପ୍ରଦାନକୁ ସହଜ କରିଥିଲା। ମୁଦ୍ରା ଯୋଜନା ଏପ୍ରିଲ ୨୦୧୫ରେ ଆରମ୍ଭ ହୋଇଥିଲା। ଗତ ଏକ ଦଶନ୍ଧି ମଧ୍ୟରେ ଏହା ୩୩ ଲକ୍ଷ କୋଟି…
ମୁମ୍ବାଇ: ଜୟପୁରରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଉତ୍ତେଜନା ଦେଖାଦେଇଛି। ସତର୍କତାମୂଳକ ପଦକ୍ଷେପ ଭାବରେ ସୋମବାର ରାତି 8:43 ରେ ମୁମ୍ବାଇ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା ଏବଂ ବିମାନଟି ନିରାପଦରେ ଅବତରଣ କରିଥିଲା। ବିମାନଟି ରାତି ପ୍ରାୟ 8:50 ରେ ଅବତରଣ କରିଥିଲା ଏବଂ ବିମାନଟି ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ ସୁରକ୍ଷିତ ସ୍ଥାନରେ ପାର୍କିଂ କରାଯାଇଛି। ବର୍ତ୍ତମାନ ବିମାନର ଅନୁସନ୍ଧାନ କରାଯାଉଛି। ବିମାନ ବନ୍ଦର କାର୍ଯ୍ୟ ଉପରେ କୌଣସି ପ୍ରଭାବ ପଡିନାହିଁ। ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦର (CSMIA) ବିମାନ ସେବା ଏବଂ ସୁରକ୍ଷା ଏଜେନ୍ସି ସହିତ ସକ୍ରିୟ ଭାବରେ ସମନ୍ୱୟ ରକ୍ଷା କରୁଛି। CSMIA କହିଛି ଯେ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ସୂତ୍ରରୁ ପ୍ରକାଶ ଯେ, ବିମାନରେ 225 ଜଣ ଯାତ୍ରୀ ଥିଲେ। ବିମାନର ଶୌଚାଳୟରେ ଏକ ବୋମା ଧମକ ନୋଟ୍…
ନୂଆଦିଲ୍ଲୀ: ଭାରତରେ ଆଇପିଏଲ୍ ର ଜ୍ୱର ଜାରି ରହିଛି। ଏହି ସମୟରେ ବିସିସିଆଇ ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ସହିତ ତ୍ରିରାଷ୍ଟ୍ରୀୟ ODI ସିରିଜ୍ ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳ ଘୋଷଣା କରିଛି। ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ 15 ଖେଳାଳିଙ୍କୁ ମନୋନୀତ କରାଯାଇଛି। ସ୍ମୃତି ମନ୍ଧନାଙ୍କୁ ଉପ-ଅଧିନାୟକ ଭାବେ ଦାୟିତ୍ଵ ମିଳିଛି। ଦଳ ଘୋଷଣା କରିବାବେଳେ ବିସିସିଆଇ କହିଛି ଯେ, ରେଣୁକା ସିଂ ଏବଂ ତିତାସ ସାଧୁ ଆହତ ହୋଇଛନ୍ତି। ଉଭୟ ଖେଳାଳି ସେଥିପାଇଁ ମନୋନୀତ ହୋଇନାହାନ୍ତି। ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ମଧ୍ୟରେ ତ୍ରିକୋଣୀୟ ODI ସିରିଜ୍ 27 ଏପ୍ରିଲରୁ ଶ୍ରୀଲଙ୍କାରେ ଆରମ୍ଭ ହେବ। ପ୍ରତ୍ୟେକ ଦଳ 4 ଟି ଲେଖାଏଁ ମ୍ୟାଚ୍ ଖେଳିବେ ଯଥା ପ୍ରତ୍ୟେକ ଦଳ ପରସ୍ପର ସହିତ 2-2 ମ୍ୟାଚ୍ ଖେଳିବେ। ଭାରତ 27 ଏପ୍ରିଲରେ ଶ୍ରୀଲଙ୍କା ସହିତ ପ୍ରଥମ ମ୍ୟାଚ୍ ଖେଳିବ। ଏହା ପରେ ଉଭୟ ଦଳ ଦ୍ୱିତୀୟ ଥର ପାଇଁ…

