Author: SM Network

ଭୁବନେଶ୍ଵର: ଆଜି ଭୁବନେଶ୍ବରର ସପ୍ତମ ବାଟାଲିୟନ ପଡିଆରେ ୭୩ ତମ ସର୍ବଭାରତୀୟ ପୁଲିସ ହକି ଚାମ୍ପିଅନସିପ୍ – ୨୦୨୫ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗ ଦେଇ ଭବ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସମସ୍ତ ପ୍ରତିଯୋଗୀ ଓ କ୍ରୀଡା ପରିଚାଳକମାନଙ୍କୁ ଖେଳୁଆଡ ମନୋଭାବ ନେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ସମସ୍ତ ଅଂଶଗ୍ରହଣକାରୀ ଦଳ, ପ୍ରଶିକ୍ଷକ ଓ କ୍ରୀଡ଼ା ଅଧିକାରୀଙ୍କୁ ସ୍ୱାଗତ କରିବା ସହ ସଫଳତା କାମନା କରିଥିଲେ। ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ଓଡିଶା ପୋଲିସକୁ ଏହି ଗୁରୁଦାୟିତ୍ଵ ପ୍ରଦାନ କରିଥିବାରୁ ସର୍ବ ଭାରତୀୟ ପୋଲିସ କ୍ରୀଡା ନିୟନ୍ତ୍ରଣ ବୋର୍ଡକୁ କୃତଜ୍ଞତା ଜଣାଇଥିଲେ। ଏହି ସର୍ବଭାରତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ…

Read More

ରଣପୁର: ନୟାଗଡ ଜ଼ିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ଲୋଧାଚୁଆ ଠାରେ ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀଙ୍କର ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଶ୍ରୀମତୀ ପାଢ଼ୀ ଜନପ୍ରତିନିଧି ଭାବେ ଲୋକଙ୍କ ପାଖରେ ପହଂଚି ଲୋକଙ୍କ ଅଭିଯୋଗ ଶୁଣିବା ସହ ସମସ୍ୟା ର ସମାଧାନ କରୁଛନ୍ତି। ଏହି ଭଳି ସମସ୍ୟା ସମାଧାନ ପାଇଁ ଜନସାଧାରଣ ଖୁସି ପ୍ରକଟ କରିଛନ୍ତି।

Read More

ରଣପୁର: ପବିତ୍ର ଶ୍ରୀରାମ ନବମୀ ତିଥିରେ ରଣପୁର ବ୍ଲକ କୃଷ୍ଣପୁରରେ ସାତ କୋଠି ଦଣ୍ଡ ଠାକୁରଙ୍କ ମେଳନ ହୋଇଥିଲା। ଏହି ମେଳନ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି ସାତ କୋଠି ଠାକୁର ହେଲେ ଭୋବରା କମଳେଶ୍ୱର ଦେବ, ମଧୁପୁର କମଳେଶ୍ୱର ଦେବ, ବାସୁଦିଆ କମଳେଶ୍ୱର ଦେବ, ନନ୍ଦପୁର କମଳେଶ୍ୱର ଦେବ, କଣ୍ଡରାସିଂହ ନୀଳକଣ୍ଠେଶ୍ୱର ଦେବ, ମହତପଲ୍ଲା ନୀଳକଣ୍ଠେଶ୍ୱର ଦେବ ଓ ବରମୂଳ ନୀଳକଣ୍ଠେଶ୍ୱର ଦେବ ଠାକୁର। ଆଖ ପାଖ ଅଂଚଳରୁ ଆସିଥିବା ହଜାର ହଜାର ଶୈବ୍ୟ ଭକ୍ତଙ୍କ ଉପସ୍ଥିତ ଦଣ୍ଡ ଠାକୁର ମେଳନ ପୂଜା ସମାପନ ହୋଇଥିଲା।

Read More

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସୁସ୍ଥ ବିଶ୍ୱ ଗଠନ କରିବା ପାଇଁ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ସରକାର ସ୍ୱାସ୍ଥ୍ୟସେବା ଉପରେ ଧ୍ୟାନ ଦେବା ଏବଂ ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟର ବିଭିନ୍ନ ଦିଗଗୁଡିକ ଉପରେ ନିବେଶ କରିବା ଜାରି ରଖିବ। ଉତ୍ତମ ସ୍ୱାସ୍ଥ୍ୟ ହେଉଛି ପ୍ରତ୍ୟେକ ସମୃଦ୍ଧ ସମାଜର ମୂଳଦୁଆ। ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି: “ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ, ଆସନ୍ତୁ ଆମେ ଏକ ସୁସ୍ଥ ବିଶ୍ୱ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃ ଦୋହରାଇବା। ଆମ ସରକାର ସ୍ୱାସ୍ଥ୍ୟ ସେବା ଉପରେ ଧ୍ୟାନ ଦେବା ଏବଂ ଲୋକଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟର ବିଭିନ୍ନ ଦିଗଗୁଡିକ ଉପରେ ନିବେଶ ଜାରି ରଖିବ। ଉତ୍ତମ ସ୍ୱାସ୍ଥ୍ୟ ହେଉଛି ପ୍ରତ୍ୟେକ ସମୃଦ୍ଧ ସମାଜର ମୂଳଦୁଆ!”

Read More

ମୁମ୍ବାଇ: ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲରେ ଏକ ରୋମାଞ୍ଚକର ମ୍ୟାଚ୍ ହେବ। ଗୋଟିଏ ପଟେ ବିରାଟ କୋହଲି ଏବଂ ଅନ୍ୟ ପଟେ ରୋହିତ ଶର୍ମା ରହିବେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ପାଇଁ ଏକ ଆଶ୍ବସ୍ତିକର ଖବର ଅଛି ଯେ, ଜସପ୍ରୀତ ବୁମ୍ରା ଦଳକୁ ଫେରିଛନ୍ତି, ତାହା ଦେଖିବାକୁ ବାକି ରହିଲା କି ସେ ଆରସିବି ବିପକ୍ଷରେ ଖେଳୁଛନ୍ତି କି ନାହିଁ। ଆସନ୍ତୁ ଜାଣିବା ୱାନଖେଡେ ଷ୍ଟାଡିୟମରେ ବ୍ୟାଟ୍ସମ୍ୟାନ୍ ନା ବୋଲର କାହାକୁ ସାହାଯ୍ୟ ମିଳିବ? ଏହି ଷ୍ଟାଡିୟମର ରେକର୍ଡ କ’ଣ ଏବଂ ମ୍ୟାଚ୍ ସମୟରେ ମୁମ୍ବାଇରେ ପାଗ କିପରି ରହିବ? ପଏଣ୍ଟ ଟେବୁଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତୃତୀୟ ସ୍ଥାନରେ ରହିଛି। ଆଜି ଆରସିବି ଚଳିତ ସଂସ୍କରଣର ଚତୁର୍ଥ ମ୍ୟାଚ୍ ଖେଳିବ, ଏହା ପୂର୍ବରୁ ଖେଳାଯାଇଥିବା 3 ଟି ମ୍ୟାଚ୍ ମଧ୍ୟରୁ ଦଳ 2 ଟି ମ୍ୟାଚରେ ଜିତିଛି। ମୁମ୍ବାଇ ଇଣ୍ଡିଆନ୍ସ ବିଷୟରେ କହିବାକୁ…

Read More

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ 26% ଶୁଳ୍କ ଲଗାଇଛନ୍ତି, କିନ୍ତୁ ଏହାର ଜବାବ ଦେବା ପରିବର୍ତ୍ତେ ଭାରତ ସରକାର ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଯଥାଶୀଘ୍ର ପୂରଣ କରିବା ଉପରେ ଧ୍ୟାନ ଦେଉଛନ୍ତି। ଟ୍ରମ୍ପ ତାଙ୍କ ଆଦେଶରେ କହିଛନ୍ତି ଯେ, ଯଦି ଦେଶଗୁଡିକ ବାଣିଜ୍ୟ ସମ୍ବନ୍ଧୀୟ ଅନିୟମିତତାକୁ ସୁଧାରିବା ପାଇଁ ସଠିକ୍ ପଦକ୍ଷେପ ଗ୍ରହଣ କରନ୍ତି, ତେବେ ସେମାନଙ୍କୁ କିଛି ଆଶ୍ଵସ୍ତି ମିଳିପାରେ। ବର୍ତ୍ତମାନ ସରକାର ଏହି ପ୍ରସଙ୍ଗରେ ବିଶ୍ଵାସ ପ୍ରକଟ କରୁଛନ୍ତି। ରିପୋର୍ଟରେ ବଡ ଦାବି: ସୂଚନା ଅନୁଯାୟୀ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଆମେରିକା ଭାରତୀୟ ସାମଗ୍ରୀ ଉପରେ 26% ଶୁଳ୍କ ଲାଗୁ କରିବା ପରେ ଭାରତ କୌଣସି ପ୍ରତିଶୋଧ ନେବାକୁ ଯୋଜନା କରୁନାହିଁ, ଯେପରିକି ଆମେରିକା ଉପରେ ଶୁଳ୍କ ଲାଗୁ କରିବ। ଏହା ବଦଳରେ ଭାରତ ବର୍ତ୍ତମାନ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଶୀଘ୍ର ପୂରଣ କରିବାକୁ ଧ୍ୟାନ ଦେଉଛି।…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗରରେ ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ୍ ଲିମିଟେଡ୍ (ଇଫକୋ) କାଲୋଲ ଶାଖାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ ଏବଂ ବୀଜ ଅନୁସନ୍ଧାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆଜି ଇଫକୋର କଲୋଲ କାରଖାନାର ସୁବର୍ଣ୍ଣ ଜୟନ୍ତୀ ଏବଂ ବୀଜ ଅନୁସନ୍ଧାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ପାଳନ କରାଯାଉଛି। ସେ କହିଥିଲେ ଯେ ଇଫକୋ ର ୫୦ ବର୍ଷର ଗୌରବମୟ ଯାତ୍ରା ଦର୍ଶାଉଛି ଯେ ଯେତେବେଳେ ସମବାୟ ଏବଂ କର୍ପୋରେଟ ମୂଲ୍ୟବୋଧ ମିଳିତ ଭାବେ କାର୍ଯ୍ୟ କରିଥାଏ, ସେତେବେଳେ କେତେ ଅବିଶ୍ୱସନୀୟ ଫଳାଫଳ ହାସଲ ହୋଇଥାଏ। ସେ ଉଲ୍ଲେଖ କରିଥିଲେ ଯେ ଇଫକୋ…

Read More

ସମ୍ବଲପୁର: ପବିତ୍ର ‘ରାମ ନବମୀ’ ଅବସରରେ ସମ୍ବଲପୁର ଠାରେ ଗୃହ ବିଭାଗ ଉଦ୍ୟମରେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନର ପିସିଆର୍ ଯାନ ସହ ୧୧୨ ଡାଏଲ୍ ସୁବିଧାର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଶୁଭାରମ୍ଭ ହୋଇଥିବା ୧୫ଟି ଅତ୍ୟାଧୁନିକ ନୀରିକ୍ଷଣ ବାହାନରେ ଥିବା ଗେଜେଟ୍, ୩୬୦ ଡିଗ୍ରୀ ପିଟିଜେଡ୍ କ୍ୟାମେରା, ଜିପିସ୍, ଏବଂ ଆନୁଷଙ୍ଗିକ ସୁବିଧା ରହିଛି। ଏହି ଭ୍ୟାନ ସମ୍ବଲପୁରରେ ଅପରାଧକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ। ଲୋକାର୍ପିତ ବାହାନ ମଧ୍ୟରୁ କେବଳ ୧୨ଟି ଗାଡି ସହର ଭିତରେ ରହିବ। ସ୍ୱଳ୍ପ ସମୟ ମଧ୍ୟରେ ଲୋକମାନେ କରୁଥିବା ଅଭିଯୋଗ ସ୍ଥାନ ଖୁବ ଶୀଘ୍ର ଚିହ୍ନଟ କରିହେବ। ଜନସାଧାରଣଙ୍କ ଅଭିଯୋଗ କ୍ରମେ ତୁରନ୍ତ ପଦକ୍ଷେପ ନିଆଯିବ। ଓଡ଼ିଶାରେ ଆଇନଶୃଙ୍ଖଳାକୁ ଆହୁରି ମଜଭୂତ୍ କରିବା ତଥା ସମ୍ବଲପୁର ସହରରେ ଅପରାଧିକ ଘଟଣାବଳୀକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ବିଶେଷ ପ୍ରାଥମିକତା ଦେଇଛନ୍ତି। ଏଥିପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ…

Read More

ଭୁବନେଶ୍ଵର: ଭୁବନେଶ୍ବର ସ୍ଥିତ ପୋଲିସ୍ ଭବନରେ ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍ ୨୦୨୫ ର Curtain Raiser ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍ ୨୦୨୫ର “ଲୋଗୋ ଏବଂ ମାସ୍କଟ-ଆଶା” କୁ ଲୋକାର୍ପଣ କରିଛନ୍ତି। କେନ୍ଦୁଝର ଜିଲ୍ଲାର ଏକ ଜଙ୍ଗଲରୁ ଗୁରୁତର ଆହତ ଅବସ୍ଥାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର କର୍ମଚାରୀମାନେ ଏକ ଗଜ ଶାବକ (ହାତୀ ଛୁଆ)କୁ ଉଦ୍ଧାର କରିଥିଲେ । ପରେ ତାକୁ ସେଠାରୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯାଇଥିଲା। ତାର ଏହି ସଂଘର୍ଷମୟ କାହାଣୀ ଉପରେ “ଆଶା” ଆଧାରିତ। ଯିଏକି ବର୍ତ୍ତମାନ ନନ୍ଦନକାନନରେ ସୁସ୍ଥ ଓ ସୁରକ୍ଷିତ ଅବସ୍ଥାରେ ଅଛି। ଏହି ମାସକଟ୍‌ “ଆଶା” ଦୟା, ସାହସ ଓ ପରିବେଶ ସଂରକ୍ଷଣ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିନିଧିତ୍ୱ କରୁଛି ବୋଲି ଡିଜିପି ନିଜ ଅଭିଭାଷଣରେ…

Read More

କୁଜଙ୍ଗ: ଦୀର୍ଘ ବାରବର୍ଷ ଧରି ଚାଲିଥିବା ଲଢେଇ ଫଳରେ ଦକ୍ଷିଣ କୋରିଆର କମ୍ପାନୀ ପୋସ୍କୋକୁ ଓଡିଶା ଛାଡିବାକୁ ପଡିଲା। ଏହି କମ୍ପାନୀକୁ ବିରୋଧ କରିବାକୁ ଯାଇ ଅନେକ ଲୋକଙ୍କୁ ଜେଲ ଜୋରିମାନା ଭୋଗିବାକୁ ପଡିଛି, ପୁଣି ଗାଁ ଗଣ୍ଡା ଛାଡି ଦେଶାନ୍ତରୀ ହେବାକୁ ହୋଇଛି। ପାଞ୍ଚଜଣ ମଣିଷଙ୍କୁ ଜୀବନ ଦେବା ସହିତ ମହିଳା ମାନଙ୍କୁ ସୁଦ୍ଧା ଉଲଗ୍ନ ପ୍ରତିବାଦ କରିବାକୁ ହୋଇଛି, ଦକ୍ଷିଣ କୋରିଆର କମ୍ପାନୀ ପୋସ୍କୋକୁ ହଟାଇବା ନିମନ୍ତେ ନବୀନ ନିବାସ ଠାରୁ ଆରମ୍ଭ କରି ଆକାଶବାଣୀ କଟକ କେନ୍ଦ୍ର ଯାଏ, ପୁଣି ଢିଙ୍କିଆ ବାଲିବନ୍ଧ ଠାରୁ ଆରମ୍ଭ କରି ନୂଆଗାଁ ଗଡକୁଜଙ୍ଗ ପର୍ଯ୍ୟନ୍ତ ଅନେକ ସଂଗ୍ରାମର କାହାଣୀକୁ ଏକ ଉପନ୍ୟାସର ରୂପ ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଦୀର୍ଘ ବାରବର୍ଷ ଧରି ଏହି ଘଟଣାର ରିପୋର୍ଟିଂ କରିଥିବା ଡକ୍ଟର ରଘୁନାଥ ସାହୁ। ମାଟି ମୁକ୍ତି ଉପନ୍ୟାସ କେବଳ ପୋସ୍କୋ ବିରୋଧୀ ଆନ୍ଦୋଳନ ନୁହେଁ, କାହାର ବିକାଶ ପାଇଁ ପୋସ୍କୋ…

Read More

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍‌ ୭ ଏପ୍ରିଲ, ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏକ ବିଶାଳ ‘ଯୋଗ ମହୋତ୍ସବ’ ଆୟୋଜନ କରାଯିବ। ଏହି ସମାରୋହ ସହିତ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ଆୟୁଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରତାପ ରାଓ ଯାଦବ ଏହି ଯୋଗ ମହୋତ୍ସବକୁ ଉଦଘାଟନ କରିବେ । ଆସନ୍ତାକାଲି ସକାଳ ସାଢ଼େ ୬ଟାରୁ ୮ଟା ପର୍ଯ୍ୟନ୍ତ ବିଶାଳ ସାଧାରଣ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀ ସାଂସଦ ସମ୍ବିତ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ଆୟୁଷ ମନ୍ତ୍ରଣାଳୟ ସଚିବ ବୈଦ୍ୟ ରାଜେଶ କୋଟେଚା, ଯୁଗ୍ମ ସଚିବ ମୋନାଲିସା ଦାଶ ପ୍ରମୁଖ ଯୋଗ ଦେବେ। ଯୁଗ୍ମ ସଚିବ ମୋନାଲିସା ଦାଶ କହିଛନ୍ତି, ଅନ୍ତର୍ଜାତୀୟ ଯୋଗଦିବସର ୭୫ ଦିନିଆ ଅବଗଣନା ଉପଲକ୍ଷେ…

Read More

ନୂଆଦିଲ୍ଲୀ: ଶନିବାର କଲମ୍ବୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରୀଲଙ୍କାର ଭାରତୀୟ ବଂଶୋଦ୍ଭବ ତାମିଲ (ଆଇଓଟି) ନେତାମାନେ ଭେଟିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ ଘୋଷଣା କରିଥିଲେ ଯେ ଶ୍ରୀଲଙ୍କା ସରକାରଙ୍କ ସହଯୋଗରେ ଭାରତ ଆଇଓଟି ପାଇଁ ୧୦ ହଜାର ଘର, ସ୍ୱାସ୍ଥ୍ୟସେବା ସୁବିଧା, ପବିତ୍ର ସୀଥା ଏଲିୟା ମନ୍ଦିର ଏବଂ ଅନ୍ୟାନ୍ୟ କମୁ୍ୟନିଟି ବିକାଶ ପ୍ରକଳ୍ପ ପାଇଁ ସହାୟତା କରିବ। ଏକ୍ସ ର ଏକ ସ୍ୱତନ୍ତ୍ର ପୋଷ୍ଟରେ ସେ କହିଛନ୍ତି: “ଭାରତୀୟ ବଂଶୋଦ୍ଭବ ତାମିଲ (ଆଇଓଟି) ନେତାମାନଙ୍କ ସହ ସାକ୍ଷାତକାର ବେଶ୍ ଫଳପ୍ରଦ ହୋଇଛି । ବିଗତ ୨ଶହ ବର୍ଷ ଧରି ଏହି ସମୁଦାୟ ଦୁଇ ଦେଶ ମଧ୍ୟ ଜୀବନ୍ତ ସେତୁ ସଦୃଶ କାମ କରୁଛନ୍ତି । ଶ୍ରୀଲଙ୍କା ସରକାରଙ୍କ ସହଯୋଗରେ ଭାରତ ଆଇଓଟି ପାଇଁ ୧୦ ହଜାର ଘର, ସ୍ୱାସ୍ଥ୍ୟସେବା ସୁବିଧା, ପବିତ୍ର ସୀଥା ଏଲିୟା ମନ୍ଦିର ଏବଂ ଅନ୍ୟାନ୍ୟ କମୁ୍ୟନିଟି ବିକାଶ ପ୍ରକଳ୍ପ ପାଇଁ ସହାୟତା କରିବ ।”

Read More

ଭୁବନେଶ୍ୱର: ଭାରତୀୟ ରେଳ ଏହାର ଅମୃତ ଷ୍ଟେସନ ଯୋଜନାର ଅଂଶ ଭାବରେ ଓଡ଼ିଶାର ଉତ୍ତର ଭାଗରେ ବିଭିନ୍ନ ରେଳ ଷ୍ଟେସନଗୁଡ଼ିକର ପୁନର୍ବିକାଶ କରୁଅଛି। ଏହି ପୁନର୍ବିକାଶ ଲକ୍ଷ୍ୟ ହେଉଛି ପ୍ରମୁଖ ରେଳ ଷ୍ଟେସନଗୁଡ଼ିକୁ ଆଧୁନିକ ସୁବିଧା ସହିତ ପରିବର୍ତ୍ତନ କରିବା, ଯାତ୍ରୀମାନଙ୍କ ପାଇଁ ସାମଗ୍ରିକ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବା ଏବଂ ଆଞ୍ଚଳିକ ସ୍ତରରେ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା। ଏହି ପୁନର୍ବିକାଶ ଭିତ୍ତିଭୂମିର ଉନ୍ନତି, ସୁବିଧାସୁଯୋଗର ଆଧୁନିକୀକରଣ ଏବଂ ଯାତ୍ରୀ ମାନଙ୍କ ପାଇଁ ଆରାମଦାୟକ ସେବା ଏବଂ ବାଣିଜ୍ୟିକ ଅଭିବୃଦ୍ଧିକୁ ସମର୍ଥନ କରିବା କ୍ଷେତ୍ରରେ ସୁଗମ ରେଳ ସଂଯୋଗ ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେଉଛି। ଏହା ଦ୍ୱାରା ଓଡ଼ିଶାର ଉତ୍ତର ଅଞ୍ଚଳର ମନୋନୀତ ଷ୍ଟେସନଗୁଡ଼ିକରେ ଡିଜାଇନ୍, ପ୍ରଯୁକ୍ତିବିଦ୍ୟା ଏବଂ ଯାତ୍ରୀ ସେବାରେ ଯଥେଷ୍ଟ ଉନ୍ନତି ଘଟିବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ ଭାରତୀୟ ରେଳ ନେଟୱର୍କକୁ ଆଧୁନିକୀକରଣ କରିବା ଏବଂ ସମସ୍ତଙ୍କ ପାଇଁ ଏକ ଦକ୍ଷ ଏବଂ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯୯୬ ମସିହାରେ ବିଶ୍ୱକପ୍ ଜିତିଥିବା ଶ୍ରୀଲଙ୍କା କ୍ରିକେଟ ଟିମ୍ ର ସଦସ୍ୟମାନଙ୍କୁ ଭେଟି ଭାବର ଆଦାନପ୍ରଦାନ କରିଛନ୍ତି। ଏକ ସ୍ୱତନ୍ତ୍ର ଏକ୍ସ ପୋଷ୍ଟରେ ସେ କହିଛନ୍ତି: “କ୍ରିକେଟ କନେକ୍ଟ! ୧୯୯୬ ମସିହାରେ ବିଶ୍ୱକପ୍ ଜିତିଥିବା ଶ୍ରୀଲଙ୍କା କ୍ରିକେଟ ଟିମ୍ ର ସଦସ୍ୟମାନଙ୍କ ସହ ଭାବ ବିନିମୟ କରି ଖୁସି ହେଲି। ଏହି ଟିମ୍ ଅଗଣିତ କ୍ରିକେଟ ପ୍ରେମୀଙ୍କ କଳ୍ପନାକୁ କବ୍ଚା କରିଥିଲା।”

Read More

ଭୁବନେଶ୍ଵର: ବଲାଙ୍ଗିର ଜିଲ୍ଲା ବଡମାଲ ଗୋଳାବାରୁଦ କାରଖାନାରେ ଗତ ତିନି ବର୍ଷରେ ଗୋଳା ବାରୁଦ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗୋଳାବାରୁଦ କାରଖାନାରେ ପୂର୍ବରୁ ଗୋଟିଏ ଆର୍ଥିକ ବର୍ଷରେ ୪୪୩ କୋଟି ଟଙ୍କାର ଗୋଳାବାରୁଦ ଉତ୍ପାଦନ କରୁଥିବା ବେଳେ ବର୍ତ୍ତମାନ ତାହା ୮୯୦ କୋଟି ଟଙ୍କାରେ ପହଞ୍ଚିଛି। ଲୋକେ ଏହା ନିଗମୀକରଣ ହେଲା ବେଳେ ଆଶଙ୍କା କରୁଥିଲେ ଯେ, ଏହା ବନ୍ଦ ହୋଇଯିବ, ସଙ୍କୁଚିତ ହୋଇଯିବ ଏଭଳି ଅନେକ ଭ୍ରାନ୍ତ ଧାରଣା ରଖିଥିଲେ ଯାହାକୁ ଗୋଳାବାରୁଦ କାରଖାନାର କର୍ମଚାରୀ କଠିନ ପରିଶ୍ରମ ସାଙ୍ଗକୁ ପରିଚାଳନା ଗତ ଦକ୍ଷତା ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ମୁଖ୍ୟ ଜେନେରାଲ ମ୍ୟାନେଜର ପ୍ରଦୀପ ଦାସ କହିଛନ୍ତି। ବଡମାଲ ଗୋଳାବାରୁଦ କାରଖାନା ଏବେ ଦେଶ ସେନାବାହିନୀକୁ ଖାଲି ଗୋଳାବରୁଦ ଯୋଗାଉ ନାହିଁ ବରଂ ୨୦୦ କୋଟି ଟଙ୍କାର ଗୋଳାବାରୁଦ ବିଦେଶକୁ ରପ୍ତାନୀ ହୋଇଥିବା ସୂଚନା ଦେଇଛନ୍ତି। ଗୋଳାବାରୁଦ କାରଖାନା କର୍ତ୍ତୃପକ୍ଷ ଏବେ ତାର…

Read More

ନୟାଗଡ଼: ନୟାଗଡ଼ ଜିଲ୍ଲା ସଦର ମହକୁମା ଠାରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଆର ଅସ୍ମିତା ତଥା ଓଡିଶାର ସଂସ୍କୃତି, ବୈଭବ, ପରମ୍ପରା, ବୀରତ୍ୱ ଏବଂ ବିକଶିତ ଓଡିଶାର ସ୍ବପ୍ନକୁ ପୂରଣ କରିବା ପାଇଁ ସମସ୍ତେ ଇତିହାସ ପାଇଁ ଦୌଡିବା ଏବଂ ଇତିହାସ କଥା ମନେ ପକାଇ ବିକଶିତ ଓଡିଶାର ବାସ୍ତବ ରୁପାୟନ ଦେବାକୁ ଆଜି ମୁଖ୍ୟ ଅତିଥି ଭାବେ ନୟାଗଡ଼ର ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଗଣଦୌଡ଼କୁ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରେ ପତାକା ଦେଖାଇ ଶୁଭାରମ୍ଭ କରି ଯୁବକଙ୍କୁ ପରାମର୍ଶ ଦେଇଥିଲେ। ଏହି ଉତ୍ସବକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ପରିଚାଳନା କରିଥିଲେ। ଏହି ଗଣଦୌଡ଼ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ କର୍ଣଦେବ ସମାଦ୍ଦାର, ନୟାଗଡ଼ ମୁନିସିପାଲିଟିର ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦାନ କରିଥିଲେ। ଏହି ଗଣଦୌଡ଼ ଜଗନ୍ନାଥ ମନ୍ଦିର ଠାରୁ…

Read More

ରଣପୁର: ଅଯୋଧ୍ୟା ଯାହାଙ୍କ ଘର, ମର୍ଯ୍ୟାଦା ପୁରଷୋତ୍ତମ ସେ ରାମ। ଆଜି ପବିତ୍ର ଶ୍ରୀରାମ ନବମୀ। ସବୁଠି ଉତ୍ସାହ ଆନନ୍ଦ। ରାମଭକ୍ତିରେ ଭିଜିଛନ୍ତି ଶ୍ରଦ୍ଧାଳୁ। ଭବ୍ୟ ଦିବ୍ୟ ରାମନବମୀ ପାଇଁ ଉତ୍ସବ ମୁଖର ହୋଇଛି ଗାଁ ଠାରୁ ସହର। ରାମଧ୍ୱନୀରେ କମ୍ପୁଛି ଗଗନ ପବନ। ଝଲସୁଛି ରାମ ମନ୍ଦିର, ମଠ। ନୟାଗଡ ଜିଲ୍ଲା ରଣପୁରରେ ବଜରଙ୍ଗୀ ଦଳ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଧୁମଧାମ୍‌ରେ ପାଳନ ହେଉଛି ଦିବ୍ୟ ଉତ୍ସବ। ରଣପୁରରେ ପ୍ରାୟ ୩୦ ପ୍ରକାର ମେଢ଼ ଦ୍ୱାରା ଶୋଭାଯାତ୍ରା କରିଯିବ ବୋଲି ବଜରଙ୍ଗୀ ଦଳର ସଦସ୍ୟ ଅଶୋକ ତୋଟାଳ କହିଛନ୍ତି। ଏହି ଶୋଭାଯାତ୍ରା ଆଜି ଦିନ ୩ ଟାରେ ଆରମ୍ଭ ହେବ। ତୋରଣ ଓ ପତାକାରେ ଝଲସୁଛି ରଣପୁର ବଡ଼ ଦାଣ୍ଡ। ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନ ପାଇଁ ଉତ୍ସବମୁଖର ହୋଇ ଉଠିଛି ବିଭିନ୍ନ ମନ୍ଦିର ସମତେ ରଣପୁର ଅଞ୍ଚଳ। ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେଥିପାଇଁ…

Read More

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଏକ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଛନ୍ତି। ସେ 77 ରନର ପାଳି ଖେଳି ଦଳକୁ ବିଜେତା କରିବାରେ ବଡ ଭୂମିକା ଗ୍ରହଣ କରିଛନ୍ତି। ଫାଫ୍ ଡୁ ପ୍ଲେସିସଙ୍କ ଅନୁପସ୍ଥିତି ଯୋଗୁଁ କେ.ଏଲ୍ ରାହୁଲ ଓପନିଂ ସୁଯୋଗ ପାଇଥିଲେ ଏବଂ ସେ ଦଳ ପାଇଁ ଭଲ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ମ୍ୟାଚ୍ ପରେ ସେ ତାଙ୍କ ବ୍ୟାଟିଂ କ୍ରମରେ ପରିବର୍ତ୍ତନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଫାଫ୍ ଡୁ ପ୍ଲେସିସ୍ ଫିଟ୍ ନଥିବାରୁ କେଏଲ ରାହୁଲ ଇନିଂସ ଆରମ୍ଭ କରିଥିଲେ। ଫାଫ୍ ଙ୍କ ଅନୁପସ୍ଥିତିରେ କେ.ଏଲ୍ ରାହୁଲ ଜେକେ ଫ୍ରେଜର-ମ୍ୟାକଗର୍କଙ୍କ ସହ ଇନିଂସ ଆରମ୍ଭ କରିଥିଲେ। ଜେକେ ଖାତା ନ ଖୋଲି ପାଭିଲିୟନକୁ ଫେରିଥିଲେ କିନ୍ତୁ କେ.ଏଲ୍ ରାହୁଲ ଶେଷ ଓଭର ପର୍ଯ୍ୟନ୍ତ ରହିଥିଲେ। ରାହୁଲ 51 ବଲରେ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ରେଳଷ୍ଟେସନ ପରିସର ଦୁଇ ନଂ ପ୍ଲାଟଫର୍ମରେ ରୋସନ୍ ପଟ୍ଟନାୟକ ନାମକ ଜଣେ ଯୁବକ ଚଳନ୍ତା ରେଳ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟରେ ପରିଚାଳନା ପରିଦର୍ଶକ ଭାବେ କାର୍ଯ୍ୟ କରୁଥିଲେ। ଆର୍ଥିକ ସମସ୍ୟାରେ ଗତି କରି ଏହି ଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡିଛି। ରେଳବାଇ ଥାନା ପୋଲିସ୍ ରୋସନଙ୍କ ପକେଟ୍ ରୁ ଏକ ଆଧାର କାର୍ଡ୍ ପାଇ ତାଙ୍କର ପରିଚୟ ମିଳିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅଞ୍ଚଳର ମନୋଜ ନାୟକ ନାମକ ଜଣେ ଯୁବକକୁ ନାବାଳିକା ଦୁଷ୍କର୍ମ ମାମଲାରେ ସ୍ବତନ୍ତ୍ର ପୋକ୍ସ ଅଦାଲତ ଜଜ୍ ଗଣେଶ୍ୱର ପତି ୪ ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଆଉ ୬ ମାସ ଜେଲଦଣ୍ଡ ପାଇଁ ଜଜ୍ ମହାଶୟ ରାୟ ପ୍ରକାଶ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଗତ ୨୦୨୧ ଅଗଷ୍ଟ ମାସରେ ଅଭିଯୁକ୍ତ ମନୋଜ ଜନୈକା ନାବାଳିକାକୁ ଦୁଷ୍କର୍ମ ଓ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଦିଗପହଣ୍ଡି ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାନ୍ୟବର ଅଦାଲତ ୮ ଜଣଙ୍କ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି କାରାଦଣ୍ଡ ଆଦେଶ ଶୁଣାଇଛନ୍ତି ଓ ଅନ୍ୟ ପକ୍ଷରେ ପୀଡିତା ନାବାଳିକାକୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ…

Read More

ଚେନ୍ନାଇ: ୱେଭ୍ସ ଆନିମେ ଓ ମାଙ୍ଗା ପ୍ରତିଯୋଗିତା (ୱାମ୍‌) ଚେନ୍ନାଇ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ତାମିଲନାଡ଼ୁ ଏବଂ ପୁଡୁଚେରୀର ୯୦ ଜଣ ପ୍ରତିଭାସମ୍ପନ୍ନ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଳାତ୍କମ ଉତ୍ସାହ ଏବଂ କାହାଣୀ ବର୍ଣ୍ଣନାର ଚମତ୍କାର ଦେଖିବାକୁ ମିଳିଥିଲା। ମିଡିଆ ଓ ଏଣ୍ଟରନେଟମେଣ୍ଟ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ (ଏମଇଏଆଇ), ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ କର୍ଣ୍ଣବତୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ୱାମର ଏହି ସଂସ୍କରଣ ଆୟୋଜନ କରାଯାଇଥିଲା। ଭାରତର ପ୍ରତିଭାସମ୍ପନ୍ନ ସୃଜନଶୀଳ ତାରକାମାନଙ୍କୁ ପ୍ରୋତ୍ସାହନ ଦେବା ଲାଗି ଏହି କାର୍ଯ୍ୟକ୍ରମ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲା। ‘‘କ୍ରିଏଟ୍‌ ଇନ୍‌ ଇଣ୍ଡିଆ’’ ପ୍ରୟାସ ଅଧୀନରେ ପୂର୍ବରୁ ଗୌହାଟୀ, କୋଲକାତା, ଭୁବନେଶ୍ୱର, ବାରାଣସୀ, ମୁମ୍ବାଇ, ନାଗପୁର ଓ ଅହମ୍ମଦାବାଦରେ ୱାମ୍‌ ଆୟୋଜିତ ହୋଇସାରିଛି । ଚେନ୍ନାଇରେ ଅନୁଷ୍ଠିତ ପ୍ରତିଯୋଗିତରେ ମଧ୍ୟ ପ୍ରତିଯୋଗୀମାନେ ଜାପାନୀ ଷ୍ଟାଇନ୍‌ କମିକ୍ସ ମାଙ୍ଗା, ଡିଜିଟାଲ ଭର୍ଟିକାଲ କମିକ୍ସ ୱେବଟୁନ୍‌, ଜାପାନୀ ଆସ୍ଥେଟିକ୍ସ ଦ୍ୱାରା…

Read More