ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ସୋମବାର ଅପ୍ରେଲ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଏହି ସୋମବାର ୟୁନିଟ-୫, ଭୁବନେଶ୍ଵରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ଏ ସଂପର୍କରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Author: SM Network
ଭୁବନେଶ୍ବର: ଚୈତ୍ର ଶୁକ୍ଲ ନବମୀ ତିଥିକୁ ସାଧାରଣତଃ ରାମ ନବମୀ ଭାବେ ପାଳନ କରାଯାଇଥାଏ। ଏହି ଦିନ ମର୍ଯ୍ୟଦା ପୁରୁଷ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ହିନ୍ଦୁ ପୂଜା ପଦ୍ଧତିରେ ରାମ ନବମୀ ଏକ ପବିତ୍ର ତଥା ଗୁରତ୍ବ ଦିବସ ଭାବେ ପାଳନ କରାଯାଏ। ଏଙି ଦିନ ରାମ ଭକ୍ତମାନେ ସାରା ଦିନ ଉପବାସ ପାଳନ କରିଥାନ୍ତି। ତେବେ ଏହି ପୂଜା କିପରି କରାଯିବ, କେମିତି କରିବେ ସେ ନେଇ କିଛି ତଥ୍ୟ ଉପସ୍ଥାପନ କରୁଛୁ। * ସର୍ବପ୍ରଥମେ, ସ୍ନାନ କର ଏବଂ ପବିତ୍ର ହୁଅ ଏବଂ ପୂଜାପାଠ ସାମଗ୍ରୀ ସହିତ ପୂଜା ସ୍ଥାନରେ ବସ। * ପୂଜାରେ ତୁଳସୀ ପତ୍ର ଏବଂ ପଦ୍ମ ଫୁଲ ରହିବା ଜରୁରୀ। * ଶୋଦଶୋପଚରର ସମସ୍ତ ଉପାଦାନ ସହିତ ଶ୍ରୀ ରାମ ନବମୀଙ୍କୁ ପୂଜା କରନ୍ତୁ। * ଶ୍ରୀ ରାମଙ୍କର ପ୍ରିୟ ପଦାର୍ଥର ଖିର ଏବଂ ଫଳ-ମୂଳକୁ ପ୍ରସାଦ ଭାବରେ ପ୍ରସ୍ତୁତ କରନ୍ତୁ। *…
ଭୁବନେଶ୍ବର: ସାଧାରଣତଃ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ରାମ ନବମୀ ପାଳିତ ହୋଇଥାଏ। କାରଣ ମର୍ଯ୍ୟଦା ପୁରୁଷ ଶ୍ରୀରାମ ଏହି ନବମୀ ତିଥିରେ ଜନ୍ମ ଗ୍ରହଣ କରିଥିଲେ। ଓଡିଶାର ରାମ ନବମୀ ବେଶ୍ ଧୂମଧାମ ତଥା ଭକ୍ତିପୂତ ଭାବେ ପାଳନ କରାଯାଇଥାଏ। ଏହି ଉତ୍ସବ ଅନେକ ସ୍ଥାନରେ ମାସାଧିକ ସମୟ ମଧ୍ୟ ପାଳନ କରାଯାଇଥାଏ। ଏହିଦିନ ଭକ୍ତମାନେ ଉପବାସ ଧାରଣ କରି ବ୍ରତ କରିଥାନ୍ତି। ରାମ ନବମୀରେ ପ୍ରଭୃ ଶ୍ରୀରାମଙ୍କୁ ଅର୍ପଣ କରାଯାଉଥିବା ଭୋଗ ରାମ ନବମୀରେ ପ୍ରଭୃ ଶ୍ରୀରାମଙ୍କ ପୂଜା ସମୟରେ ପାରଂପାରିକ ଭୋଗ ଅର୍ପଣ କରାଯାଇଥାଏ। ଚାରିଆଡେ ଚାଉଳର ତିଆରି ସ୍ବାଦିଷ୍ଠ ଖିରି ଭୋଗ କରାଯାଏ। ସେହିପରି କେତେକ ସ୍ଥାନ ପଞ୍ଚ ଅମୃତ ଦ୍ବାରା ପ୍ରସ୍ତୁତ କରାଯାଇଥିବା ପଞ୍ଚାମୃତ ମଧ୍ୟ ଭୋଗ କରାଯାଇଥାଏ। ଦକ୍ଷିଣ ଅଞ୍ଚଳରେ କେତେକ ସ୍ଥାନରେ ହାଲୁଆ ପୁରୀ ଭୋଗ ଅର୍ପଣ କରାଯାଇଥାଏ। ସେହିପରି ପ୍ରଭୃ ଶ୍ରୀରାମଙ୍କୁ ମିଠା ଖେଚୁଡି ଭୋଗ ମଧ୍ୟ…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଛତିଶଗଡ଼ରେ ବସ୍ତର ପଣ୍ଡୁମ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ମହାରାଜା ପ୍ରବୀର ଚନ୍ଦ୍ର ଭଞ୍ଜଦେଓ ଆଦିବାସୀ ଲୋକଙ୍କ ଜଳ, ଜଙ୍ଗଲ, ଜମି ଏବଂ ସଂସ୍କୃତି ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଜନସାଧାରଣଙ୍କ ରାଜା ଭାବେ ମହାରାଜା ପ୍ରବୀର ଚନ୍ଦ୍ରଙ୍କ ଲୋକପ୍ରିୟତା ତତ୍କାଳୀନ ସରକାରଙ୍କ ପାଇଁ ଅସହ୍ୟ ଥିଲା, ଯାହା ଏକ ଷଡଯନ୍ତ୍ର ମାଧ୍ୟମରେ ତାଙ୍କୁ ହତ୍ୟା କରିଥିଲା। ଶ୍ରୀ ଶାହ ଆହୁରି ଗୁରୁତ୍ୱାରୋପ କରିଥିଲେ ଯେ ଆଜି ବସ୍ତର ଲାଲ ଆତଙ୍କବାଦରୁ ସ୍ୱାଧୀନତାର ଦ୍ୱାରଦେଶରେ ଛିଡ଼ା ହୋଇଛି ଏବଂ ବିକାଶର ପଥରେ ଆଗେଇଛି, ପ୍ରବୀର ଚନ୍ଦ୍ର ଜୀଙ୍କ ଆତ୍ମା,…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲମ୍ବୋର ରାଷ୍ଟ୍ରପତି ସଚିବାଳୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକଙ୍କ ସହ ଏକ ଗଠନମୂଳକ ଆଲୋଚନା କରିଛନ୍ତି। ଆଲୋଚନା ପୂର୍ବରୁ, ପ୍ରଧାନମନ୍ତ୍ରୀଙ୍କୁ ଇଣ୍ଡିପେଣ୍ଡେନ୍ସ ସ୍କ୍ବେୟାରଠାରେ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା। ସେପ୍ଟେମ୍ବର ୨୦୨୪ରେ ରାଷ୍ଟ୍ରପତି ଦିଶାନାୟକ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ବିଦେଶୀ ନେତା ଯିଏ ଶ୍ରୀଲଙ୍କାକୁ ସରକାରୀ ଗସ୍ତ କରିଛନ୍ତି। ଦୁଇ ନେତା ସମାନ ଇତିହାସ ଉପରେ ଆଧାରିତ ଏବଂ ଦୃଢ଼ ଜନ ସମ୍ପର୍କ ଦ୍ୱାରା ଅନୁପ୍ରାଣିତ ସ୍ୱତନ୍ତ୍ର ଏବଂ ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ସୀମିତ ଓ ପ୍ରତିନିଧି-ସ୍ତରୀୟ ଫର୍ମାଟରେ ବ୍ୟାପକ ଆଲୋଚନା କରିଥିଲେ। ସେମାନେ ସଂଯୋଗୀକରଣ, ବିକାଶ ସହଯୋଗ, ଆର୍ଥିକ ସମ୍ପର୍କ, ପ୍ରତିରକ୍ଷା ସମ୍ପର୍କ, ସମାଧାନ ଏବଂ ମତ୍ସ୍ୟଜୀବୀମାନଙ୍କ ସମସ୍ୟା କ୍ଷେତ୍ରରେ ସହଯୋଗ ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ଭାରତର ପଡ଼ୋଶୀ ପ୍ରଥମ ନୀତି ଏବଂ ‘ଭିଜନ ମହାସାଗର’ରେ ଶ୍ରୀଲଙ୍କାର ଗୁରୁତ୍ୱକୁ ଦୋହରାଇଥିଲେ।…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରରେ ରାମ ନବମୀ ଅବସରରେ ରାମ ଲାଲାଙ୍କ ସୂର୍ଯ୍ୟ ତିଲକ କରାଯିବ। ଏହି ପରିପ୍ରେକ୍ଷୀରେ ବହୁ ସଂଖ୍ୟକ ଭକ୍ତ ରାମ ମନ୍ଦିରରେ ପହଞ୍ଚିଛନ୍ତି ଏବଂ ସେମାନେ ରାମ ଲାଲାଙ୍କ ସୂର୍ଯ୍ୟ ତିଲକର ମୁହୂର୍ତ୍ତର ସାକ୍ଷୀ ହେବାକୁ ଚାହୁଁଛନ୍ତି। ଜାଣନ୍ତୁ କାର୍ଯ୍ୟସୂଚୀ: ରାମ ଲାଲାଙ୍କ ସୂର୍ଯ୍ୟ ତିଲକ ସକାଳ ୯.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ହେବ। ରାମଲାଲାଙ୍କୁ ଅଭିଷେକ କରାଯିବ। ଏହା ପରେ, ସକାଳ ୧୦.୩୦ ରୁ ୧୦.୪୦ ପର୍ଯ୍ୟନ୍ତ ପରଦା ପଡିବ। ସକାଳ ୧୦.୪୦ ରୁ ୧୧.୪୫ ପର୍ଯ୍ୟନ୍ତ ପରଦା ଖୋଲା ହେବ। ସକାଳ ୧୧.୪୫ ରେ ଭୋଗ ଲାଗିବ ଯେଉଁ ସମୟରେ ପରଦା ପଡିବ। ଶ୍ରୀ ରାମ ଲାଲା ମଧ୍ୟାହ୍ନ ୧୨.୦୦ ରେ ଜନ୍ମ ହେବେ। ଏହି ସମୟ ମଧ୍ୟରେ ଆରତୀ ଏବଂ ସୂର୍ଯ୍ୟ-ତିଲକ ରହିବ। ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଭୁବନ ଭାସ୍କର ସୂର୍ଯ୍ୟ କିରଣ ରାମଲାଲାଙ୍କ କପାଳକୁ…
ମେଷ- ଘରର ପରିବେଶ ସୁଖଦ ହେବ। ଆର୍ଥିକ ଲାଭ ସହିତ ବ୍ୟବସାୟରେ ଆପଣ ସନ୍ତୁଷ୍ଟ ଅନୁଭବ କରିବେ। ଆଜି ଆପଣଙ୍କର ବ୍ୟକ୍ତିତ୍ୱର ଉନ୍ନତି ହୋଇପାରେ। ଅତିଥିମାନେ ଆପଣଙ୍କ ଘରେ ପହଞ୍ଚିପାରନ୍ତି। ଆପଣ ରୋଜଗାରର ସୁଯୋଗ ପାଇପାରିବେ। ବ୍ୟବସାୟ ସହିତ ଆପଣଙ୍କୁ ଭ୍ରମଣ କରିବାକୁ ପଡିପାରେ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ରହିବ। ପତି-ପତ୍ନୀଙ୍କ ସାହାଯ୍ୟରେ କାମ ଶେଷ ହୋଇପାରିବ। ଆପଣଙ୍କର ଆତ୍ମବିଶ୍ୱାସ ବଢିପାରେ। ମନ୍ଦିରରେ କର୍ପୁର ଆଳତି ଲାଗି କରନ୍ତୁ, ବ୍ୟବସାୟରେ ଲାଭ ହେବ। ଆପଣ ବୃତ୍ତିଗତ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିବେ। ନୂତନ ବସ୍ତ୍ର ଏବଂ ଅଳଙ୍କାର ପଛରେ ଟଙ୍କା ଖର୍ଚ୍ଚ ହେବ। ବୃଷ- ଆର୍ଥିକ ଲାଭ ପାଇଁ ଆଜି ଭଲ ସୁଯୋଗ ମିଳିବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ। ଭ୍ରମଣରୁ ଆପଣ ଉପକୃତ ହେବେ। ଆପଣ ଜଣେ ବନ୍ଧୁଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ପରିବାରର ସମସ୍ତ ସଦସ୍ୟଙ୍କ ସହିତ ପାରସ୍ପରିକ ସମନ୍ୱୟ ରହିବ। ଆପଣ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରି ଅବସରରେ ମା’ ଦୁର୍ଗାଙ୍କର ନଅଟି ଦିବ୍ୟ ରୂପର ପୂଜା ଉପରେ ଆଲୋକପାତ କରିବା ସହ ଏକ ଭଜନ ମଧ୍ୟ ଶେୟାର କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି: “ନବରାତ୍ରିରେ ମା’ ଦୁର୍ଗାଙ୍କ ନଅଟି ସ୍ୱରୂପର ଉପାସନା ତାଙ୍କର ସାଧକଙ୍କୁ ଭକ୍ତି ଭାବରେ ଭରି ଦେଇଥାଏ। ଦେବୀ ମା’ଙ୍କ ସ୍ତୁତି ଉଦ୍ଦେଶ୍ୟରେ ସମର୍ପିତ ଏହି ଭଜନ ମନ୍ତ୍ରମୁଗ୍ଧ କରିଦେବ।” https://www.youtube.com/watch?v=MJ4Sn-_Mkk0
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ଉପପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି: “ଦେଶର ପୂର୍ବ ଉପପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସମ୍ମାନପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ପଛୁଆ ଏବଂ ଅନଗ୍ରସର ଶ୍ରେଣୀର ଲୋକମାନଙ୍କର ଅଧିକାର ପାଇଁ ତାଙ୍କର ଆଜୀବନ ସଂଘର୍ଷ ସର୍ବଦା ପ୍ରେରିତ କରିବ।”
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ (ପିଏମ ଜନମନ) ଅଧୀନରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଓଡ଼ିଶାର ୨୬ଟି ସଡ଼କ ଏବଂ ଦୁଇଟି ସେତୁ ପ୍ରକଳ୍ପକୁ ମଞ୍ଜୁର କରିଛି। ଏହି ଯୋଜନାରେ ରାଜ୍ୟରେ ୬୩.୨୭୧ କିଲୋମିଟର ରାସ୍ତା ନିର୍ମାଣ କରାଯିବ। ମନ୍ତ୍ରଣାଳୟ ଏଥିପାଇଁ ଓଡ଼ିଶାକୁ ୬୯ କୋଟି ୬୫ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେବ। ବର୍ତ୍ତମାନ ସୁଦ୍ଧା ପିଏମ ଜନମନ ଯୋଜନାରେ ଓଡ଼ିଶା ପାଇଁ ୨୧୧.୧୪ କିଲୋମିଟର ଲମ୍ବ ୬୬ଟି ସଡ଼କ ପ୍ରକଳ୍ପ ଏବଂ ୪ଟି ସେତୁ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏ ବାବଦରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ୨୧୯ କୋଟି ୪୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ସୂଚନାଯୋଗ୍ୟ ପିଏମ୍ ଜନ ମନ ଯୋଜନାରେ, ଅତି ପଛୁଆ ଜନଜାତି ଗୋଷ୍ଠୀ (ପିଭିଟିଜି) ବସତିକୁ ସବୁଦିନିଆ ସଡ଼କ ଯୋଗାଯୋଗ ପ୍ରଦାନ କରାଯାଉଛି। ଏହାଦ୍ବାରା ପିଭିଟିଜି ସମ୍ପ୍ରଦାୟ ବହୁଳ କ୍ଷେତ୍ରରେ ସାମାଜିକ ଓ ଆର୍ଥିକ ଉନ୍ନତି ହୋଇପାରିବ। ଗ୍ରାମାଞ୍ଚଳରେ…
ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନରେ ଗୃହୀତ ହୋଇଥିବା ଓ୍ବାକଫ (ସଂଶୋଧନ) ବିଲ୍ ୨୦୨୫କୁ ନେଇ ସାଧାରଣରେ ଥିବା କେତେକ ଭୁଲ ଧାରଣା ଓ ସେଗୁଡ଼ିକର ସତ୍ୟତା ସମ୍ପର୍କରେ ନିମ୍ନରେ ଆଲୋଚନା କରାଯାଇଛି। ଭ୍ରାନ୍ତଧାରଣା ୧: କ’ଣ ୱାକଫ ସମ୍ପତ୍ତି ଫେରାଇ ନିଆଯିବ? ସତ୍ୟ: ୱାକଫ୍ ଆଇନ, ୧୯୯୫ ଆରମ୍ଭ ହେବା ପୂର୍ବରୁ ୱାକଫ୍ ଆଇନ, ୧୯୯୫ ଅନୁଯାୟୀ ପଞ୍ଜିକୃତ କୌଣସି ସମ୍ପତ୍ତିକୁ ୱାକଫ୍ ଭାବରେ ରଦ୍ଦ କରାଯିବ ନାହିଁ। ବ୍ୟାଖ୍ୟା: – ଥରେ କୌଣସି ସମ୍ପତ୍ତି ୱାକଫ ଭାବରେ ଘୋଷିତ ହୋଇଗଲେ, ତାହା ସ୍ଥାୟୀ ଭାବରେ ସେହିପରି ରହିଥାଏ। ଏହି ବିଲ୍ କେବଳ ଉନ୍ନତ ପରିଚାଳନା ଏବଂ ସ୍ୱଚ୍ଛତା ନିୟମକୁ ସ୍ପଷ୍ଟ କରିଥାଏ। – ଏହା ଜିଲ୍ଲା କଲେକ୍ଟରଙ୍କୁ ଏପରି ସମ୍ପତ୍ତି ସମୀକ୍ଷା କରିବାକୁ ଅନୁମତି ଦିଏ ଯାହାକୁ ଭୁଲ ଭାବରେ ୱାକଫ ଭାବରେ ବର୍ଗୀକୃତ କରାଯାଇପାରେ, ବିଶେଷକରି ଯଦି ସେଗୁଡ଼ିକ ପ୍ରକୃତରେ ସରକାରୀ ସମ୍ପତ୍ତି ହୋଇଥାଏ। – ବୈଧ ୱାକଫ…
ନୂଆଦିଲ୍ଲୀ: ଜାତୀୟ ସାମୁଦ୍ରିକ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଗତି ପାଇଁ ସାମୁଦ୍ରିକ କ୍ଷେତ୍ର ଏବଂ ବନ୍ଦରଗୁଡିକୁ ସୁଦୃଢ଼ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି। ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି: “ଆଜି ଜାତୀୟ ସାମୁଦ୍ରିକ ଦିବସରେ, ଆମେ ଭାରତର ସମୃଦ୍ଧ ଇତିହାସ ଏବଂ ରାଷ୍ଟ୍ରର ନିର୍ମାଣରେ ଏହି କ୍ଷେତ୍ରର ଭୂମିକାକୁ ମନେ ପକାଉଛୁ। ଭାରତର ପ୍ରଗତି ପାଇଁ ଆମେ ସାମୁଦ୍ରିକ କ୍ଷେତ୍ର ଏବଂ ଆମ ବନ୍ଦରଗୁଡିକୁ ସୁଦୃଢ଼ କରିବା ଜାରି ରଖିବୁ।”
ଭୁବନେଶ୍ବର: ଚୈତ୍ର ମାସର ଶୁକ୍ଳପକ୍ଷର ନବମୀ ତିଥିରେ ଭଗବାନ ଶ୍ରୀରାମଙ୍କ ଅବତାର ଦିବସ ବା ଜନ୍ମ ଦିବସ ଭବେ ପାଳିତ ହୁଏ। ଏହି ଶୁଭ ତିଥିକୁ ରାମନବମୀ ବୋଲି କୁହାଯାଏ। ରାମନବମୀ ଦିନେ ମର୍ଯ୍ୟଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ପୂଜା କରାଯାଏ। ଏଥିସହିତ ପୂଜା ସମୟ ପର୍ଯ୍ୟନ୍ତ ଉପବାସ କରାଯାଇଥାଏ। ଏହି ଶୁଭ ତିଥିରେ ଅନେକ ମଙ୍ଗଳକାରୀ ଯୋଗ ଘଟିବାରୁ ଏହା ଅତ୍ୟନ୍ତ ଶୁଭ ମନାଯାଏ। ଏହି ରାମ ନବମୀ ଆସନ୍ତାକାଲି ପାଳନ ହେବ। ଜ୍ୟୋତିଷଶାସ୍ତ୍ର ଅନୁସାରେ, ଚୈତ୍ର ମାସର ଶୁକ୍ଳପକ୍ଷର ନବମୀ ତିଥିରେ ରବି ପୁଷ୍ୟ ଯୋଗ ସହିତ ଅନେକ ଅଦ୍ଭୁତ ସଂଯୋଗ ଘଟିଛି। ଏହି ଯୋଗରେ ଭଗବାନ ଶ୍ରୀରାମ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପୂଜା କଲେ ଭକ୍ତଙ୍କ ସମସ୍ତ ମନୋକାମନା ପୂରଣ ହୋଇଥାଏ। ଏଥିସହିତ ଜୀବନରେ ସୁଖ ସମୃଦ୍ଧି ଆସେ। ଆସନ୍ତୁ, ରାମନବମୀର ଶୁଭ ମୁହୂର୍ତ୍ତ ଏବଂ ଯୋଗ ବିଷୟରେ ଜାଣିନ୍ତୁ। ରାମନବମୀର ଶୁଭ ମୁହୂର୍ତ୍ତ ପଞ୍ଜିକା…
ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ହାବେଳୀ ପଡିଆ ଠାରେ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧିକରଣ ଅଧୀନ 6-ଲେନ ଓଡିଶା ରାଜଧାନୀ ଅଞ୍ଚଳ ରିଂ ରୋଡ଼ କଟକ, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲ୍ଲା ମଧ୍ୟଦେଇ (ସି ଆର ଆର ଆର ଆର -1) ରାମେଶ୍ୱର ଜାତୀୟ ରାଜପଥ -16 ରୁ ଗୋବିନ୍ଦପୁର ଜାତୀୟ ରାଜପଥ- 55 ପର୍ଯ୍ୟନ୍ତ ପ୍ରାୟ 70.995 କି. ମି ଖୋର୍ଦ୍ଧା ଜିଲ୍ଲା ମଧ୍ୟ ଦେଇ ଯାଉଥିବା ଜାତୀୟ ସଡକ ପଥ ପ୍ରକଳ୍ପର ଜନଶୁଣାଣି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ପ୍ରକଳ୍ପରେ ପରିବେଶକୁ ପ୍ରଭାବିତ କରୁଥିବା ବିଷୟ ଗୁଡିକଉପରେ ଆସିଥିବା ଅଭିଯୋଗ ଗୁଡିକ ଉପରେ ଜଣ ଶୁଣାଣି କରାଯାଇଥିଲା। ଅଭିଯୋଗ ଶିବିରରେ ଉପଜିଲ୍ଲାପାଳ ଖୋର୍ଦ୍ଧା କିଶୋର କୁମାର ପଣ୍ଡା, ତହସିଲଦାର, ଖୋର୍ଦ୍ଧା ନିବେଦିତା ପରିଡା, ତହସିଲଦାର ଟାଙ୍ଗୀ, ମିତାଲି ପାତ୍ର, ତହସିଲଦାର, ବେଗୁନିଆ ବିଜୟ କୁମାର…
ବାଲୁଗାଁ: ଆଜି ସକାଳେ ବାଲୁଗାଁ ଥାନା ଅନ୍ତର୍ଗତ ଅନ୍ନପୂର୍ଣା ନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ବାମୀ କଟୁରି ଚୋଟରେ ସ୍ତ୍ରୀ ଗୁରୁତର ଆହାତ ହୋଇଥିବା ବେଳେ ଘଟଣା ସ୍ଥଳରୁ ସ୍ୱାମୀ ଫେରାର ଥିବା ଜଣାପଡିଛି। ଖବର ମୁତାବକ ଅନ୍ନପୂର୍ଣା ନଗରର ମିଥୁନ ପରିଡା ଆଜି ସକାଳୁ କୌଣସି କାରଣ ନେଇ ସ୍ତ୍ରୀ ଲିଲି ପରିଡାଙ୍କ (୩୦) ସହ ବଚସା ହୋଇଥିଲା। ପାରିବାରିକ କଳହରୁ ବଚସା କ୍ରମଶଃ ଉଗ୍ରରୂପ ନେବାରୁ ମିଥୁନ ଏକ କଟୁରିରେ ଲିଲିକୁ ବାରମ୍ବାର ଆକ୍ରମଣ କରିଥିଲେ। ଲିଲିଙ୍କ ମୁଣ୍ଡ, ବେକ ପିଠିରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି। ସାହି ପଡିଶା ଏଭଳି ଅମାନବନୀୟ ଘଟଣା ଦେଖି ଆହତ ଅବସ୍ଥାରେ ଲିଲିଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ଵର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରୁ ସ୍ବାମୀ ଫେରାର…
ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କର ଉଚ୍ଚକୋଟୀର ଦକ୍ଷତା ପ୍ରଦର୍ଶନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପକ୍ଷରୁ ଆୟୋଜିତ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ‘ଏଲିସିୟମ – ୨୦୨୫’ ଗତ ବୁଧବାର ଉଦ୍ଯାପିତ ହୋଇଯାଇଛି। ସାହିତ୍ୟ, କଳା, ସଂଗୀତ, ନୃତ୍ୟ, ବ୍ୟବସାୟ ଏବଂ ଫ୍ୟାଶନ୍କୁ ନେଇ ବିଭିନ୍ନ ସ୍ତରରେ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସେମାନଙ୍କ ଦକ୍ଷତା ପରିପ୍ରକାଶ କରିବାର ସୁଯୋଗ ପାଇଥିଲେ। ‘ଏଲିସିୟମ’ କେବଳ ଏକ କାର୍ଯ୍ୟକ୍ରମ ନୁହେଁ ଏହା ଏକ ମାଧ୍ୟମ ଯେଉଁଠାରେ ଛାତ୍ରଛାତ୍ରୀମାନେ ଦକ୍ଷତା ପ୍ରଦର୍ଶନ ନିମନ୍ତେ ସୁଯୋଗ ଲାଭ କରିଥାନ୍ତି ବୋଲି ଆଇଟିଇଆର୍ର ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା କହିଥିଲେ। କାର୍ଯ୍ୟକ୍ରମର ଉଦ୍ଯାପନୀ ସମାରୋହରେ ସୋଆ ଆନ୍ତର୍ଜାତିକ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ (ଏଆଇସିଟିଇ)ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ…
ଭୁବନେଶ୍ବର: ବିଜେଡି ବର୍ତ୍ତମାନ ଧ୍ବଂସ ହେବାର ପାଦ ଦେଶରେ। ବର୍ତ୍ତମାନ ଦଳର ନେତାମାନେ କେହି ନିୟନ୍ତ୍ରଣରେ ନାହାଁନ୍ତି। ଫଳରେ ଆଉ କିଛି ଦନ ପରେ ବିଜେଡି ଶେଷ ହେବ। ସମୟ ଆସିବ ଓଡିଶାରେ ଶଙ୍ଖ ଚିହ୍ନ କୁଆଡେ ହଜିଯିବ। ଏହିପରି ବୟାନ ଦେଇଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ। ୱାକଫ ବିଲ୍ କୁ ନେଇ ବିଜେଡିରେ ଚାଲିଥିବା ବିବାଦ ଉପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ। ସେହିପରି ବିଜେପି ବିଧାୟକ ବାବୁ ସିଂ ମଧ୍ୟ ବିଜେଡିର ଏପରି ନୀତିକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ବିଜେଡିରେ ନେତୃତ୍ବର ଅଭାବ ଦେଖାଦେବ ସେତେବେଳେ ପରିସ୍ଥିତି ଏପରି ହେବ। କିଏ କାହା କଥା ମାନିବେ ନାହିଁ। ସଂସଦରେ ଯେପରି ଭୋଟ ଦୁଇଭାଗ ହେଲା ବିଧାନସଭାରେ ଭୋଟ ହୋଇଥିଲେ ମଧ୍ୟ ସେଇୟା ହୋଇଥାଆନ୍ତି। ବିଧାନସଭାରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ଆଗତ ବେଳେ ବିଜେଡିର ତିନି ଜଣ ବିଲ୍ ସମପକ୍ଷରେ କହିଥିବା…
ବାଣପୁର: ରାମାୟଣ ପୁରାଣରେ ବର୍ଣ୍ଣିତ ରାବଣ ମାତା ସୀତାଙ୍କୁ ଅପହରଣ କରି ନିଜର ଅଶୋକ ବନର ଅଶୋକ ବୃକ୍ଷମୂଳରେ ନେଇ ରଖିଥିଲା। ଅଶୋକବୃକ୍ଷ ଏକ ଔଷଧୀୟ ବୃକ୍ଷ ଯାହାର ଛାୟା ଦେହରେ ପଡ଼ିଲେ ଏବଂ ଯାହାର ପୁଷ୍ପ ସେବନ କଲେ ଦୁଃଖଶୋକ ଲାଗେ ନାହିଁ ବୋଲି ବିଶ୍ୱାସ ଅଛି। ସେଥିପାଇଁ ମାତା ସୀତା ପ୍ରଭୁ ଶ୍ରୀରାମଙ୍କୁ ନ ଦେଖି ଅତୀଶୋକାତୁର ଭାବରେ ସମୟ ଅତିବାହିତ କରୁଥିଲେ ମଧ୍ୟ ଅଶୋକ ପୁଷ୍ପସେବନ କରି ସେଥିରୁ ସେ ସୁରକ୍ଷିତ ରହିଥିଲେ ବୋଲି ରାମାୟଣ ଯୁଗରୁ ଏଯାବତ୍ ବିଶ୍ଵାସ ଚଳି ଆସିଛି। ସେହି ବିଶ୍ୱାସକୁ ଆଧାର କରି ମାତା ଭଗବତୀ ମଧ୍ୟ ଆଜି ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥିରେ ପ୍ରଭୁଶ୍ରୀ ଗତିଶ୍ଵର ଦେବଙ୍କ ନିମନ୍ତ୍ରଣ ରକ୍ଷା କରି ଶ୍ରୀ ଦକ୍ଷେଶ୍ଵରଦେବ, ଶ୍ରୀ ଗୋପୀନାଥଦେବ ଏବଂ ଶ୍ରୀ ରଙ୍କନାଥଦେବଙ୍କୁ ସାଥିରେ ନେଇଥାଟ ପଟୁଆର ଆଲଟ, ଚାମର, ଛତ୍ର ତରାଶସହ ନିଯୋଗୀ ସେବାୟତଙ୍କ ସାଥିରେ ବାଣପୁରର ଦକ୍ଷିଣ ଦିଗ…
ନୂଆଦିଲ୍ଲୀ: ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିବା ପରେ ଫିଲିପାଇନ୍ସ ବର୍ତ୍ତମାନ ଭାରତ ସହିତ ଆଉ ଏକ ପ୍ରତିରକ୍ଷା ଚୁକ୍ତି କରିବାକୁ ପ୍ରସ୍ତୁତ ଅଛି। ଦକ୍ଷିଣ ଚୀନ୍ ସାଗରରେ ଡ୍ରାଗନ୍ କୁ ଚ୍ୟାଲେଞ୍ଜ କରିବା ପାଇଁ ଫିଲିପାଇନ୍ସ କ୍ରମାଗତ ଭାବରେ ନିଜକୁ ମଜବୁତ କରୁଛି। ଏହା ସହିତ ଫିଲିପାଇନ୍ସ ଭାରତ ସହିତ ସମ୍ପର୍କକୁ ଆହୁରି ସୁଦୃଦୃଢ କରିବା ପାଇଁ ଉଦ୍ୟମକୁ ଜୋରଦାର କରିଛି। ସୂଚନାଯୋଗ୍ୟ ଯେ, ଫିଲିପାଇନ୍ସ ଚୀନ୍ ସହିତ ବିବାଦ ଜାରି ରଖିଛି। ଫିଲିପାଇନ୍ସ ଆକାଶ କ୍ଷେପଣାସ୍ତ୍ର ସହିତ ଦକ୍ଷିଣ ଚୀନ୍ ସାଗରରେ ନିଜର ଶକ୍ତି ବୃଦ୍ଧି କରିବାକୁ ଚାହୁଁଛି IDRW ରିପୋର୍ଟ ଅନୁଯାୟୀ, ଫିଲିପାଇନ୍ସ ଚଳିତ ବର୍ଷ ଭାରତ ସହିତ ଭୁପୃଷ୍ଠରୁ ବାୟୁକୁ ନିକ୍ଷେପ କରୂଥିବା ଆକାଶ କ୍ଷେପଣାସ୍ତ୍ର ସିଷ୍ଟମ (SAM) କିଣିପାରେ। ରିପୋର୍ଟରେ କୁହାଯାଇଛି ଯେ, ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ହୋଇଥିବା ଏହି ଚୁକ୍ତିର ମୂଲ୍ୟ ପ୍ରାୟ 200 ନିୟୁତ ଡଲାର ହୋଇପାରେ। ଏଥି ସହିତ, ପୂର୍ବରୁ 2022…
କଳାହାଣ୍ଡି: ଓଡ଼ିଆ ପକ୍ଷ ପାଳନର ଅବସରରେ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ପତାକା ଦେଖାଇ ଶୁଭାରମ୍ଭ କରି ଓଡିଶାର ସଂସ୍କୃତି, ପରମ୍ପରା, ଓଡ଼ିଆର ଅସ୍ମିତା ତଥା ବିକଶିତ ଓଡିଶା ସ୍ବପ୍ନକୁ ପୂରଣ କରିବାପାଇଁ ସମସ୍ତେ ଦୌଡିବା ବୋଲି ମତ ପ୍ରକାଶ କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ଉପ – ଜିଲ୍ଲାପାଳ ଭବାନୀପାଟଣା, ପ୍ରଭାତ କୁମାର ପରିଡା, ଜିଲ୍ଲା ସଂସ୍କୃତି ଅଧିକାରୀ, ବିବେକାନନ୍ଦ ମହାନନ୍ଦ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ ମାନଙ୍କ ସହିତ ପ୍ରାୟ ୨୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ,ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ। ଏହି ଐତିହ୍ୟ ଗଣ ଦୌଡ ମା ମାଣୀକେଶ୍ୱରୀ ମନ୍ଦିରରୁ ବାହାରି ଘୋଡ଼ା ଘାଟ ଛକ ଠାରେ…
ଭୁବନେଶ୍ଵର: ଝରିଗାଁ ବ୍ଳକ୍ ବାକଦାବେଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆର୍ସିସି)ଙ୍କୁ ଡଙ୍ଗରିଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ପ୍ରମୋଥ ମଲ୍ଲିକ ମାଡ଼ ମାରିବା ଘଟଣାରେ ଶୁକ୍ରବାର ଡିଇଓ ଛତ୍ରପତି ସାହୁ ଚିଠି ନମ୍ବର ୧୯୦୪ ଅନୁଯାୟୀ କ୍ରୀଡ଼ା ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବନ ପରେ ତାଙ୍କୁ ଝରିଗାଁ ସରକାରୀ ପଞ୍ଚାୟତ ହାଇସ୍କୁଲରେ ଅବସ୍ଥାପିତ କରାଯାଇଛି। ସୂଚନାନୁଯାୟୀ, ଏପ୍ରିଲ ୧ରେ ବାକଡ଼ାବେଡ଼ା କ୍ଲଷ୍ଟର ସିଆସିସି ଶୋଭାଚନ୍ଦ୍ର ପାଣ୍ଡେ କ୍ଲଷ୍ଟର କେନ୍ଦ୍ରରେ ବହି ବଣ୍ଟନ କରୁଥିଲେ। ଏହି ସମୟରେ କ୍ରୀଡ଼ା ଶିକ୍ଷକ ପ୍ରମୋଥ ହଠାତ୍ ଆସି ତାଙ୍କୁ ମାଡ଼ ମାରିଥିବା ନେଇ ଶୋଭାଚନ୍ଦ୍ର ପାଣ୍ଡେ ଗୁରୁବାର ଉମରକୋଟ ଥାନାରେ ଲିଖୂତ ଅଭିଯୋଗ କରିଥିଲେ। ଉମରକୋଟ ପୋଲିସ ୧୦୮/୨୫ରେ ମାମଲା ରୁଜୁ କରିଛି। ଏସ୍ଇ ସୌମେନ୍ଦ୍ର କୁମାର ସେଠ ଘଟଣାର ତଦନ୍ତ କରୁଛନ୍ତି। କ୍ରୀଡ଼ା ଶିକ୍ଷକ ମଲ୍ଲିକ କିନ୍ତୁ ଘଟଣାରେ ସତ୍ୟତା ନାହିଁ ସିଆର୍ସିସିଙ୍କ ସହ କେବଳ କଥା କଟାକଟି ହୋଇଛି…

