ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କକରେ ବିମ୍ସଟେକ ଶିଖର ସମ୍ମିଳନୀ ଅବସରରେ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସଙ୍କୁ ସାକ୍ଷାତ କରିଛନ୍ତି। ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସମ୍ପର୍କ ପ୍ରତି ଭାରତର ଲୋକାଭିମୁଖୀ ଆଭିମୁଖ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ସହଯୋଗ ଉଭୟ ଦେଶର ଜନସାଧାରଣଙ୍କ ପାଇଁ ଉଲ୍ଲେଖନୀୟ ଲାଭ ଆଣିଛି। ବାଂଲାଦେଶ ସହ ଏକ ସକାରାତ୍ମକ ଏବଂ ଗଠନମୂଳକ ସମ୍ପର୍କ ସ୍ଥାପନ କରିବା ପାଇଁ ଭାରତର ଇଚ୍ଛା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପରିବେଶକୁ ଖରାପ କରୁଥିବା ମନ୍ତବ୍ୟକୁ ଏଡ଼ାଇବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ସୀମାରେ ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ପାଇଁ ବିଶେଷ କରି ରାତିରେ ଆଇନର କଡ଼ାକଡ଼ି କାର୍ଯ୍ୟକାରିତା ଏବଂ ବେଆଇନ ସୀମା ପାର ରୋକିବା ଜରୁରୀ। ଆମ ସମ୍ପର୍କର ସମୀକ୍ଷା ଏବଂ…
Author: SM Network
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଭାଇବ୍ରେଣ୍ଟ ଭିଲେଜ୍ ପ୍ରୋଗ୍ରାମ – ୨ (ଭିଭିପି – ୨)କୁ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା (୧୦୦% କେନ୍ଦ୍ର ପାଣ୍ଠି) ଆକାରରେ ମଞ୍ଜୁରୀ ପ୍ରଦାନ କରାଯାଇଛି, ଯାହା ‘ସୁରକ୍ଷିତ, ନିରାପଦ ଏବଂ ଚଳଚଞ୍ଚଳ ସ୍ଥଳ ସୀମା’ ପାଇଁ ବିକଶିତ ଭାରତ@2047 ଦୃଷ୍ଟିକୋଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇଥାଏ। ଏହି କାର୍ଯ୍ୟକ୍ରମ ପୂର୍ବରୁ ଭିଭିପି – ୧ ଅଧୀନରେ ଅନ୍ତର୍ଭୁକ୍ତ ହୋଇଥିବା ଉତ୍ତର ସୀମା ବ୍ୟତୀତ ଅନ୍ତର୍ଜାତୀୟ ସ୍ଥଳ ସୀମା (ଆଇଏଲବି) ନିକଟବର୍ତ୍ତୀ ବ୍ଲକରେ ଅବସ୍ଥିତ ଗ୍ରାମଗୁଡିକର ବ୍ୟାପକ ବିକାଶରେ ସହାୟକ ହେବ। ମୋଟ ୬,୮୩୯ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟକ୍ରମ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଗୁଜରାଟ, ଜାମ୍ମୁ ଓ କାଶ୍ମୀର (କେନ୍ଦ୍ରଶାସିତ ଅଂଚଳ), ଲଦାଖ (କେନ୍ଦ୍ରଶାସିତ ଅଂଚଳ), ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ରାଜସ୍ଥାନ, ସିକ୍କିମ୍, ତ୍ରିପୁରା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଏବଂ…
ଭୁବନେଶ୍ୱର: ଆସନ୍ତା ୧୩ ଓ ୧୪ ତାରିଖରେ ୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯିବ। ଏଥିନିମନ୍ତେ ପୂର୍ବରୁ ସରକାରଙ୍କ ପକ୍ଷରୁ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହାକୁ ମହା ଆଡ଼ମ୍ବରରେ ପାଳନ କରିବା ସହ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ୟାରେଡ ଓ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଛି। ବୈଠକ ପ୍ରାରମ୍ଭରେ ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ ପ୍ରତିଷ୍ଠା ଦିବସ ପାଳନ ସମ୍ପର୍କରେ ଉଚ୍ଚ ସ୍ତରୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଥିଲେ। ଏହାକୁ କାର୍ଯ୍ୟକ୍ଷମ କରିବା ସମ୍ପର୍କରେ ଆଜିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କ୍ୟାପିଟାଲ୍ ହାଇସ୍କୁଲ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କେବଳ ବିଭିନ୍ନ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ୟାରେଡ୍ ଅନୁଷ୍ଠିତ…
ବାଣପୁର: ଓଡ଼ିଆ ପକ୍ଷ ପ୍ରବେଶ ଉତ୍ସବ ପାଳନ ଅବସରରେ ଆଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଲିଡିହି, ବାଣପୁର ଠାରେ ସ୍ଥାନୀୟ ପାରମ୍ପରିକ ପୋଷାକ ପରିଧାନ ଦିବସ ଭାବରେ ପାଳିତ ହୋଇଯାଇଛି। ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ହସ୍ତତନ୍ତ ବୁଣା ପୋଷାକ ପରିଧାନ କରି ବିଦ୍ୟାଳୟ ପ୍ରବେଶ ଉତ୍ସବ କାର୍ଯ୍ୟ ରେ ଯୋଗଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ସେଠୀଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ସନ୍ତୋଷ କୁମାର ଷଡଙ୍ଗୀ, ପ୍ରଦୀପ କୁମାର ସାହୁ, ରବିନାରାୟଣ ସାହୁ, ତନୁଜା ଘଡାଇ, ମାନସ ପଲାଇ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡର ବ୍ୟାଙ୍କକଠାରେ ଅନୁଷ୍ଠିତ ଷଷ୍ଠ ବିମସଟେକ୍ ଶିଖର ସମ୍ମିଳନୀରେ ବିମସଟେକ୍ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗର ବିଭିନ୍ନ ଦିଗକୁ ଅନ୍ତର୍ଭୁକ୍ତ କରି ଏକ ୨୧ ସୂତ୍ରୀ କାର୍ଯ୍ୟ ଯୋଜନା ପ୍ରସ୍ତାବ ଦେଇଛନ୍ତି। ବିମ୍ସଟେକ ରାଷ୍ଟ୍ରଗୁଡ଼ିକରେ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ଏବଂ ଆଇଟି କ୍ଷେତ୍ରର ସମୃଦ୍ଧ ସମ୍ଭାବନାକୁ ଉପଯୋଗ କରିବା ପାଇଁ ସେ ମନ୍ତବ୍ୟ ଦେଇଥିଲେ। ନିକଟରେ ମିଆଁମାର ଓ ଥାଇଲାଣ୍ଡରେ ହୋଇଥିବା ଭୂମିକମ୍ପକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ମହାକାଶ ଦୁନିଆରେ କାମ କରିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସାମୂହିକ ଭାବରେ ବିମ୍ସଟେକ କୁ ଉତ୍ସାହିତ କରିବାକୁ ଅନୁରୋଧ କରିବା ସହ ନେତୃତ୍ୱ ନେଉଥିବା ଯୁବଗୋଷ୍ଠୀଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ସାଂସ୍କୃତିକ ସମ୍ପର୍କ ବିମ୍ସଟେକ ରାଷ୍ଟ୍ରଗୁଡ଼ିକୁ ଆହୁରି ନିକଟତର…
ନୂଆଦିଲ୍ଲୀ: ଓ୍ଵାକଫ୍ ସମ୍ପତ୍ତିର ପରିଚାଳନା ଓ ପ୍ରଶାସନରେ ଥିବା ସମସ୍ୟାର ସମାଧାନ ପାଇଁ ୱାକଫ୍ ସଂଶୋଧନ ବିଲ୍, ୨୦୨୫ ଆଗତ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ନିୟମକୁ ସ୍ପଷ୍ଟ କରିବା, ନିଷ୍ପତ୍ତି ନେବାରେ ଅଧିକ ଲୋକଙ୍କୁ ସାମିଲ କରିବା ଏବଂ ୱାକଫ୍ ସମ୍ପତ୍ତି ଉପଯୋଗ ପଦ୍ଧତିରେ ଉନ୍ନତି ଆଣିବା। ୨୦୨୪ ଅଗଷ୍ଟ ୮ ତାରିଖରେ ଲୋକସଭାରେ ଦୁଇଟି ବିଲ୍ ଆଗତ ହୋଇଥିଲା। ୱାକଫ୍ (ସଂଶୋଧନ) ବିଲ୍, ୨୦୨୪ ଏବଂ ମୁସଲମାନ ୱାକଫ୍ (ରଦ୍ଦ) ବିଲ୍, ୨୦୨୪। ଏହି ବିଲ୍ ଗୁଡ଼ିକ ୱାକଫ୍ ବୋର୍ଡଗୁଡ଼ିକୁ ଅଧିକ ସୁରୁଖୁରୁରେ କାର୍ଯ୍ୟ କରିବା ଏବଂ ୱାକଫ୍ ସମ୍ପତ୍ତିଗୁଡ଼ିକୁ ଭଲ ଭାବରେ ପରିଚାଳନା କରିବା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି। ମୁସଲମାନ ୱାକଫ୍ (ରଦ୍ଦ) ବିଲ୍, ୨୦୨୫ ମାଧ୍ୟମରେ ମୁସଲମାନ ୱାକଫ୍ ଆକ୍ଟ, ୧୯୨୩କୁ ଉଚ୍ଛେଦ କରାଯିବାର ଲକ୍ଷ୍ୟ ରହିଛି, ଯାହା ବ୍ରିଟିଶ ଶାସନ ସମୟରେ ସୃଷ୍ଟି ହୋଇଥିଲା ଏବଂ ବର୍ତ୍ତମାନ ନିଜର ପ୍ରାସଙ୍ଗିକତା ହରାଇଛି। ଏହି…
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (CCEA) ଆଜି ସାରା ଦେଶରେ ୪ଟି ରେଳ ପ୍ରକଳ୍ପ ମଞ୍ଜୁର କରିଥିବା ବେଳେ, ସେଥିରୁ ୨ଟି ପ୍ରକଳ୍ପ ଓଡିଶା ପାଇଁ ଉଦ୍ଦିଷ୍ଟ । ଓଡିଶାର ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଫୋକସ ରହିଆସିଛି ଏବଂ କେନ୍ଦ୍ର ସରକାର ନିୟମିତ ଭାବରେ ଓଡିଶା ପ୍ରତି ଯେଉଁଭଳି ଗୁରୁତ୍ୱପୂର୍ଣ୍ଣ ବିକାଶ ପ୍ରକଳ୍ପ ଗୁଡିକ ମଞ୍ଜୁର କରୁଛନ୍ତି, ଏହା ତା’ର ପ୍ରମାଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡିଶା ନିଶ୍ଚିତ ଭାବେ ଦେଶର ଏକ ଗ୍ରୋଥ୍ ଇଞ୍ଜିନ ଭାବେ ବିକଶିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଏହି ୨ଟି ପ୍ରକଳ୍ପ ହେଉଛି…
ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ ଗ୍ରୁପରୁ ଇସ୍ତଫା ଦେଇଛନ୍ତି ପ୍ରତିଷ୍ଠିତ ସାମ୍ବାଦିକ ରାହୁଳ କନୱାଲ। ପ୍ରାୟ 22 ବର୍ଷ ଧରି ଇଣ୍ଡିଆ ଟୁଡେ ଟିଭିରେ କାମ କରିବା ପରେ ସେ ଇସ୍ତଫା ଦେଇଛନ୍ତି। ରାହୁଳ ଇଣ୍ଡିଆ ଟୁଡେ ଟିଭି ଏବଂ ଆଜତକ୍ ର ନ୍ୟୁଜ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏଥସହିତ ସେ ବିଜିନେସ ଟୁଡେର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମଧ୍ୟ ଥିଲେ। ସେ ଇଣ୍ଡିଆ ଟୁଡେ ଟିଭିର ଜଣେ ପ୍ରରିଚିତ ଚେହେରା। ତାଙ୍କର ନ୍ୟୁଜ ଆନାଲିସିସ୍, ନିର୍ବାଚନ କଭରେଜ, ସ୍ପେଶାଲ ସୋ ବେଶ ଲୋକପ୍ରିୟ ଥିଲେ। ତେବେ ତାଙ୍କର ଇସ୍ତଫା କଂପାନୀ ତରଫରୁ ଗୃହିତ ହୋଇସାରିଛି। ହେଲେ ବର୍ତମାନ ସେ ନୋଟିସ ପିରିୟଡ ରେ କାର୍ଯ୍ୟ କରୁଛନ୍ତି। କଂପାନୀ ନିୟମ ଅନୁସାରେ ତିନିମାସ ନୋଟିସ ପିରୟଡରେ କାମ କରିବାକୁ ପଡିବ। ତେବେ କଂପାନୀ ଚାହିଁଲେ ତାଙ୍କୁ ଯେତେବେଳେ ହେଲେ ରିଲିଭ କରିପାରିବ। ତେବେ ଭାରତର ଏକ ପ୍ରତିଷ୍ଠିତ ମିଡିଆ କଂପାନୀରୁ ଇସ୍ତଫା ଦେବା…
ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ୱାକଫ ସଂଶୋଧନ ବିଲ୍ ପାରିତ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ମୁସୁଲିମ ସଂପ୍ରଦାୟକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଆଜି ଶୁକ୍ରବାରରେ ପ୍ରାର୍ଥନା ସାରି ସମସ୍ତେ ରାସ୍ତା ଉପରକୁ ଆସି ବିକ୍ଷୋଭ କରିଛନ୍ତି। ବିଶେଷ କରି କୋଲକାତା, ଚେନ୍ନାଇ ଏବଂ ଅହମ୍ମଦାବାଦ ରାସ୍ତାରେ ହଜାର ହଜାର ଲୋକ ଏକତ୍ରିତ ହୋଇ ୱାକଫ ସଂଶୋଧନ ବିଲକୁ ବିରୋଧ କରିଥିଲେ। କୋଲକାତାରେ ବହୁ ସଂଖ୍ୟାରେ ମୁସଲିମ ଜାତୀୟ ପତାକା ସହ ‘ଆମେ ୱାକଫ ସଂଶୋଧନକୁ ପ୍ରତ୍ୟାଖ୍ୟାନ କରୁ’ ଏବଂ ‘ୱାକଫ ବିଲ୍ ପ୍ରତ୍ୟାଖ୍ୟାନ’ ପୋଷ୍ଟର ଧରି ବିକ୍ଷୋଭ କରିଥିଲେ। ସେହିପରି ଅହମ୍ମଦାବାଦ ଏବଂ ଚେନ୍ନାଇରେ ମଧ୍ୟ ଅନୁରୂପ ଭାବେ ଆନ୍ଦୋଳନ କରାଯାଇଛି। ଏସବୁ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ନୂଆଦିଲ୍ଲୀ: ଲୋକସଭାରେ ୱାକଫ (ସଂଶୋଧନ) ବିଲ୍ ଉପରେ ଭୋଟ୍ ଦେବା ସମୟରେ ଅନୁପସ୍ଥିତ ଥିବାରୁ ଓଡିଶାର ଦୁଇ ସାଂସଦଙ୍କୁ ନୋଟିସ ଜାରୀ କରିଛି ବିଜେପି। ଗୃହରେ ଉପସ୍ଥିତ ରହିବାକୁ ହୁଇପ ଜାରୀ ହୋଇଥିବା ବେଳେ କାହିଁକି ଅନୁପସ୍ଥିତ ରହିଲ ତାହାର କାରଣ ଦର୍ଶାଅ ବୋଲି କୁହାଯାଇଛି। ସେହି ଦୁଇ ସାଂସଦ ହେଲେ ଅପରାଜିତା ଷଡଙ୍ଗୀ ଏବଂ ଜୁଏଲ ଓରାମ। ଗୁରୁବାର ପୂର୍ବାହ୍ନରେ ସଂସଦର ଲୋୟର ହାଉସରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ପାଇଁ ଭୋଟ୍ ସମୟରେ ସେମାନଙ୍କ ଅନୁପସ୍ଥିତି ସମ୍ପର୍କରେ ସ୍ପଷ୍ଟୀକରଣ ମାଗି ଉଭୟ ସଂସଦୀୟ ସଦସ୍ୟଙ୍କୁ ଏହି ନୋଟିସ ପଠାଯାଇଛି। ସେମାନଙ୍କର ଅନୁପସ୍ଥିତି ଦଳର ଅନୁଶାସନ ଏବଂ ଏକତା ଉପରେ ପ୍ରଶ୍ନ ଉଠାଇଥିଲା, ବିଶେଷକରି ଏକ ସମୟରେ ଯେତେବେଳେ ଏକ ହୁଇପ୍ ଦିଆଯାଇଥିଲା ଏବଂ ସମସ୍ତ ସାଂସଦ ଭୋଟିଂରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଥିଲା। ଏହି ପ୍ରସଙ୍ଗରେ ବିଜେପି ନେତୃତ୍ୱ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ଉଭୟ ସାଂସଦଙ୍କୁ…
ଭୁବନେଶ୍ବର: ରାଜ୍ୟସଭାରେ ୱାକଫ ବିଲକୁ ନେଇ ବିଜେଡି ମଧ୍ୟରେ ବଡ ଫାଟ ସୃଷ୍ଟି ହୋଇଛି। ବିଜେଡି ସାଂସଦ ମୁନ୍ନା ଖାନ ବିଲ ବିରୋଧରେ ଭୋଟ ଦେଇଥିବା ବେଳେ ସସ୍ମିତ ସମର୍ଥନ କରିଛନ୍ତି। ତେବେ ଦଳର ଏପରି ଆଭିମୁଖ୍ୟ ନେଇ ବିଧାୟକ ତଥା ଦଳର ବରିଷ୍ଠ ନେତା ବଦ୍ରୀ ପାତ୍ର ବିସ୍ପୋରକ ତଥ୍ୟ ଦେଇଛନ୍ତି। ଯାହା ଦଳ ଭିତରେ ଭୂକମ୍ପ ସୃଷ୍ଟି ହୋଇଛି। ବଦ୍ରି ପାତ୍ର କହିଛନ୍ତି ଯେ, ବିଲକୁ ବିରୋଧ କରିବା ପାଇଁ ପୂର୍ବରୁ ଦଳର ସଭାପତି ନିଷ୍ପତି ଗ୍ରହଣ କରିଥିଲେ। ହେଲେ ପରେ କିପରି ତାହା ପ୍ରତ୍ୟାହାର ହେଲା ଆଉ ବିବେକ ଅନୁମୋଦିତ ଭୋଟ ଦେବା ପାଇଁ କୁହାଗଲା। ତେବେ ଏହା ଭିତରେ ଏକ ବଡ ଖେଳ ହୋଇଛି ବୋଲି ବଦ୍ରୀ ପାତ୍ର କହିଛନ୍ତି। ବିଜେଡି କାହାର ଚାପରେ ଏପରି କରିଛି ବୋଲି ସେ ସ୍ପଷ୍ଟ ଭାବେ ମତ ରଖିଛନ୍ତି।
ଭୁବନେଶ୍ବର: ୱାକଫ ସଂଶୋଧନ ବିଲକୁ ନେଇ ଗୃହରେ ଯେପରି ଝଡ ସୃଷ୍ଟି ହୋଇଛି, ସେହିପରି ବିଜେଡି ଦଳ ଭିତରେ ମଧ୍ୟ ସୃଷ୍ଟି ହୋଇଛି ବିବାଦ। ଆଜି ଏହି ବିଲ୍ ପାଶ ନେଇ ଭୋଟିଂ ପୂର୍ବରୁ ବିଜେଡି ସାଂସଦଙ୍କ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାହା ହେଲା ପୂର୍ବରୁ ସେ ବିଲକୁ ବିଜେଡି ବିରୋଧ କରିବବୋଲି କହୁଥିଲେ। ହେଲେ ପରେ କହିଲେ ଯେ, ବିବେକାନୁସାରେ ଭୋଟ ଦେବାକୁ ନିଷ୍ପତି ହୋଇଛି। ଏପରି ପରିସ୍ଥିତିରେ ବିଜେଡି ସାଂସଦ ଦେବାଶୀଷ ସାମନ୍ତରାୟ ଭୋଟ ଦାନରୁ ବିରତି ରହିଥିଲେ। ସେ କହିଥିଲେ ଯେ, ଦଳର ଏପରି ନିଷ୍ପତି ମୁଁ ଠିକ ଭାବୁ ନାହିଁ। ସେଥିପାଇଁ ଭୋଟ ଦେବାକୁ ଇଚ୍ଛା ପ୍ରକାଶ କରିଲି ନାହିଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଦେବାଶୀଷ ଦଳର ନିଷ୍ପତିକୁ ନେଇ ଅସନ୍ତୁଷ୍ଠ ଅଛନ୍ତି। ଦଳ ଗୋଟିଏ ଦିନ ଭିନ୍ନ କଥା କହୁଥିବା ବେଳେ ଅନ୍ୟ ଦିନରେ ଅନ୍ୟ ଏକ କଥା କହୁଥିବାରୁ ଦେବାଶୀଷ…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରରେ ରାମ ନବମୀ ଅବସରରେ ରାମ ଲାଲାଙ୍କ ସୂର୍ଯ୍ୟ ତିଲକ କରାଯିବ। ଏହି ପରିପ୍ରେକ୍ଷୀରେ, ରାମ ମନ୍ଦିରରେ ପ୍ରସ୍ତୁତି ଏବଂ ପରୀକ୍ଷା ଚାଲିଛି। ବହୁ ସଂଖ୍ୟକ ଭକ୍ତ ରାମ ମନ୍ଦିରରେ ପହଞ୍ଚିଛନ୍ତି ଏବଂ ସେମାନେ ରାମ ଲାଲାଙ୍କ ସୂର୍ଯ୍ୟ ତିଲକର ମୁହୂର୍ତ୍ତର ସାକ୍ଷୀ ହେବାକୁ ଚାହୁଁଛନ୍ତି। ରାମ ନବମୀ ଉତ୍ସବ ସମ୍ପର୍କରେ ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର କହିଛି ଯେ, ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ରାମ ନବମୀ ଉତ୍ସବ ଚୈତ୍ର ଶୁକ୍ଲ ନବମି ତିଥି ଏପ୍ରିଲ ୬ ତାରିଖରେ ଚମତ୍କାର ଢଙ୍ଗରେ ମହାଧୂମଧାମରେ ପାଳନ କରାଯିବ। କାର୍ଯ୍ୟସୂଚୀ କ’ଣ?: ଏହା ସକାଳ ୯.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ହେବ। ରାମଲାଲାଙ୍କୁ ଅଭିଷେକ କରାଯିବ। ଏହା ପରେ, ସକାଳ ୧୦.୩୦ ରୁ ୧୦.୪୦ ପର୍ଯ୍ୟନ୍ତ ପରଦା ରହିବ। ସକାଳ ୧୦.୪୦ ରୁ ୧୧.୪୫ ପର୍ଯ୍ୟନ୍ତ ପରଦା ଖୋଲା ରହିବ। ସକାଳ ୧୧.୪୫ ରେ ଭୋଗ…
ନୂଆଦିଲ୍ଲୀ: ଆଜି ଆଇପିଏଲ୍ ରେ ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯିବ।ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଋଷଭ ପନ୍ତଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ଏହି ସଂସ୍କରଣ ଉଭୟ ଦଳ ପାଇଁ ଭଲ ଚାଲିନାହିଁ। ପଏଣ୍ଟ ଟେବୁଲରେ ମୁମ୍ବାଇ ଷଷ୍ଠ ସ୍ଥାନରେ ଥିବାବେଳେ ଲକ୍ଷ୍ନୌ ସପ୍ତମ ସ୍ଥାନରେ ରହିଛି। ଆଇପିଏଲ୍-୨୦୨୫ ରେ ହାର୍ଦ୍ଦିକଙ୍କ MI ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ୍ ଖେଳିଛି। ଏହି ସମୟ ମଧ୍ୟରେ ସେମାନେ କେବଳ ଗୋଟିଏ ମ୍ୟାଚ୍ ଜିତିଛନ୍ତି। ଭଲ କଥା ହେଉଛି ମୁମ୍ବାଇର ନେଟ୍ ରନ୍ ହାର ବହୁତ ଭଲ। ଏଭଳି ପରିସ୍ଥିତିରେ ଦଳକୁ ଏକ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ରହିଛି। ଲକ୍ଷ୍ନୌ ବିଷୟରେ କହିବାକୁ ଗଲେ ଋଷଭ ପନ୍ତ ମଧ୍ୟ ତାଙ୍କ ଦଳକୁ କେବଳ ଗୋଟିଏ ମ୍ୟାଚ୍ ଜିତାଇବାରେ ସକ୍ଷମ ହୋଇଛନ୍ତି। ଦୁଇଟି ମ୍ୟାଚ୍ରେ ସେମାନେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଲକ୍ଷ୍ନୌର ନେଟ୍ ରନ୍ ହାର ବହୁତ ଖରାପ ଅଟେ।…
ନୂଆଦିଲ୍ଲୀ: ଭାରତର ସବୁଠୁ ବଡ ଇମାମ ଡ. ଇମାମ ଉମେର ଇଲିଆସି କହିଛନ୍ତି ଯେ, ଖୁବ ଶୀଘ୍ର ଏକ ନୂତନ ଧର୍ମ ଆସିବ। ଏହି ଧର୍ମ ମୁସଲମାନ, ୟହୁଦୀ ଏବଂ ଖ୍ରୀଷ୍ଟିଆନମାନଙ୍କୁ ଏକତ୍ର କରିବ। ସେ ଦାବି କରିଛନ୍ତି ଯେ, ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିରେ ମଧ୍ୟ ଏଥିପାଇଁ ଏକ କେନ୍ଦ୍ର ନିର୍ମାଣ କରାଯାଇଛି ଏବଂ ଏହି ତିନୋଟି ଧର୍ମକୁ ଯୋଡିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଡକ୍ଟର ଇମାମ ଉମେୟର ଇଲିଆସି କହିଛନ୍ତି ଯେ, ମୁସଲମାନ, ୟହୁଦୀ ଏବଂ ଖ୍ରୀଷ୍ଟିଆନମାନେ ସମ୍ପର୍କୀୟ, ସେମାନଙ୍କର ମୂଳ ସମାନ କିନ୍ତୁ ସେମାନେ ନିଜ ମଧ୍ୟରେ ଲଢନ୍ତି। ଏହି ବିବାଦର ଅନ୍ତ ଘଟାଇବା ପାଇଁ ସାରା ବିଶ୍ୱରେ ପ୍ରସ୍ତୁତି ଚାଲିଛି। ଡକ୍ଟର ଇମାମ ଇଲିଆସି କହିଛନ୍ତି ଯେ, ଏହି ନୂତନ ଧର୍ମର ନାମ – ଇବ୍ରାହିମ ଏକ ବିଶ୍ୱାସ। ଏହି ଧର୍ମ ଆଗାମୀ ସମୟରେ ଆସିବ, ଯାହାର ପ୍ରସ୍ତୁତି ପ୍ରାୟ ହୋଇସାରିଛି। ସେ କହିଥିଲେ…
ନୂଆଦିଲ୍ଲୀ: ୱାକଫ୍ ବିଲକୁ ଜେଡିୟୁ ସମର୍ଥନ କରିଛି, ଏହା ପରେ ତିନିଜଣ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ କାସୀମ ଅନସାରୀ, ଶାହନାୱାଜ ମଲିକ ଏବଂ ତବରେଜ ସିଦ୍ଦିକି ଅଛନ୍ତି। ଏହି ନେତାଙ୍କ ଇସ୍ତଫା ପରେ ଜେଡିୟୁ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜେଡିୟୁ ଜାତୀୟ ମୁଖପାତ୍ର ରାଜୀବ ରଂଜନ କହିଛନ୍ତି ଯେ, ଇସ୍ତଫା ଦେଇଥିବା ତିନି ମୁସଲମାନ ନେତାଙ୍କ ଦଳ ସହ କୌଣସି ସମ୍ପର୍କ ନାହିଁ। ନା ସେମାନେ କୌଣସି ପଦବୀରେ ଥିଲେ ନା ପାର୍ଟି କାର୍ଯ୍ୟକଳାପରେ ଜଡିତ ଥିଲେ। ରାଜୀବ ରଂଜନ କହିଛନ୍ତି ଯେ, ସ୍ୱାର୍ଥପର ଉପାଦାନଗୁଡ଼ିକର ନିର୍ଦ୍ଦେଶରେ ଏହି ଲୋକମାନେ ଜେଡିୟୁ ସହ ଜଡିତ ଥିବା ଗୁଜବ ପ୍ରଚାରିତ ହେଉଛି। ମୁଁ ଏହାକୁ କଡା ଶବ୍ଦରେ ଅସ୍ୱୀକାର କରେ। ଏହି ନେତାଙ୍କ ଦଳ ସହ କୌଣସି ସମ୍ପର୍କ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୁଲାମ ଗୌ ସ୍, ଗୁଲାମ ରସୁଲ…
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ ‘ହ୍ଵାଇଟ ହାଉସ୍’ର ଡକ୍ୟୁମେଣ୍ଟରେ ଭାରତ ଉପରେ ଲାଗୁ ହୋଇଥିବା ଆମଦାନୀ ଶୁଳ୍କ 27 ପ୍ରତିଶତରୁ 26 ପ୍ରତିଶତକୁ ହ୍ରାସ ପାଇଛି। ଏହି ଶୁଳ୍କ ଏପ୍ରିଲ 9 ତାରିଖରୁ ଲାଗୁ ହେବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ ବିଭିନ୍ନ ଦେଶ ଉପରେ ଶୁଳ୍କ ଘୋଷଣା କରିବାବେଳେ ଏକ ଚାର୍ଟ ଦେଖାଇଥିଲେ, ଯେଉଁଥିରେ ଭାରତ, ଚୀନ୍, ବ୍ରିଟେନ ଏବଂ ୟୁରୋପୀୟ ୟୁନିଅନ୍ ଭଳି ଦେଶ ଉପରେ ଲାଗୁ ହେବାକୁ ଥିବା ନୂତନ ଶୁଳ୍କ ହାର ଉଲ୍ଲେଖ କରାଯାଇଥିଲା। ଚାର୍ଟ ଅନୁଯାୟୀ, “ମୁଦ୍ରା ହେରେଫର ଏବଂ ବାଣିଜ୍ୟ ପ୍ରତିବନ୍ଧକ” ସହିତ ଭାରତ 52 ପ୍ରତିଶତ ଶୁଳ୍କ ଆଦାୟ କରୁଛି ଏବଂ ଆମେରିକା ବର୍ତ୍ତମାନ ଭାରତକୁ 26 ପ୍ରତିଶତ ରିହାତି ମୂଲ୍ୟର ଶୁଳ୍କ ନେବ। ଯଦିଓ, ହ୍ଵାଇଟ ହାଉସର ଡକ୍ୟୁମେଣ୍ଟରେ ଭାରତ ଉପରେ 27 ପ୍ରତିଶତ ଶୁଳ୍କ ଲାଗୁ ହେବାର ଉଲ୍ଲେଖ ରହିଛି, କିନ୍ତୁ…
ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ମେଡିକାଲ ଅଧିକ୍ଷକ ଭାବେ ବରିଷ୍ଠ ଶିଶୁ ବିଶେଷଜ୍ଞ ଡାକ୍ତର ସଞ୍ଜୟ କୁମାର ମହାନ୍ତି ଯୋଗ ଦେଇଛନ୍ତି। ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ରମାକାନ୍ତ ନାୟକଙ୍କ ଠାରୁ ସେ ନୂତନ ଦାଇତ୍ୱ ଗ୍ରହଣ କରିଛନ୍ତି। ଡାକ୍ତର ଶ୍ରୀ ମହାନ୍ତି ଏହା ପୁର୍ବରୁ କଟକ ଜିଲ୍ଲା ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ଧରି ଅଧିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଏହି ଅବସରରେ ନୂତନ ମେଡିକାଲ ଅଧିକ୍ଷକଙ୍କୁ ବାଣପୁର ମେଡିକାଲ କର୍ମଚାରୀ, ସ୍ଥାନୀୟ ସାମ୍ବାଦିକ, ବୁଦ୍ଧିଜୀବୀ, ରାଜନେତା ଆଦି ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅନ୍ୟତମ ବୃହତ୍ତମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିବା ବେଳେ ଏହା ଅଧୀନରେ ଥିବା ଦୁଇ ଗୋଟି ଆଦିବାସୀ ବହୁଳ ପଞ୍ଚାୟତବାସୀ ମଧ୍ୟ ଏହା ଉପରେ ନିର୍ଭରଶୀଳ। ଏହି ପରିପ୍ରେକ୍ଷୀରେ ମେଡିକାଲରେ ଡାକ୍ତର ନିଯୁକ୍ତି, ଉନ୍ନତମାନର ପରୀକ୍ଷା ଯନ୍ତ୍ରପାତି ପ୍ରତିଷ୍ଠା, ନୂତନ ମେଡିକାଲ…
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫କୁ ମାତ୍ର ୭୯ ଦିନ ବାକି ଥିବାବେଳେ, ଭାରତୀୟ ଯୋଗ ସଂଘ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ସ୍ୱେଚ୍ଛାକୃତ ଭାବରେ ଆଗେଇ ଆସିଛି। ସାଧାରଣ ସମ୍ପାଦକ ସୁବୋଧ ତିୱାରୀଙ୍କ ନେତୃତ୍ୱରେ ସଂଘର ପ୍ରତିନିଧିମାନେ ଆୟୁଷ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ସେମାନଙ୍କ କାର୍ଯ୍ୟକଳାପର ଯୋଜନା ବିଷୟରେ ଆଲୋଚନା କରିଛନ୍ତି। ସଂଘର ୨୭ଟି ରାଜ୍ୟ ଶାଖାର ପ୍ରତିନିଧିମାନେ ଏହି ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ଏବଂ ବୃହତ୍ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଇଁ ସେମାନଙ୍କ ସମର୍ପଣ ଏବଂ ଉତ୍ସାହ ପ୍ରଦର୍ଶନ କରିଥିଲେ। ଯୋଗ ଦିବସ ୨୦୨୫ ପାଇଁ ସକ୍ରିୟ ଆଭିମୁଖ୍ୟ ଏବଂ ଅଗ୍ରୀମ ଯୋଜନା ନିମନ୍ତେ ଆୟୁଷ ମନ୍ତ୍ରଣାଳୟ ସଂଘକୁ ଧନ୍ୟବାଦ ଜଣାଇଛି। ଏହି ସହଯୋଗ ଆୟୋଜନକୁ ବ୍ୟାପକ କରିବ ଏବଂ ବିଶ୍ୱ ସ୍ତରରେ ଯୋଗର ଲାଭକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର…
ନୂଆଦିଲ୍ଲୀ: ଲୋକସଭାରେ ଆଜି ଉପକୂଳ ଜାହାଜ ଚଳାଚଳ ବିଲ୍, 2024 ପାରିତ ହୋଇଛି। ଏହା ଉପକୂଳ ବାଣିଜ୍ୟ ପାଇଁ ଏକ ଉତ୍ସର୍ଗୀକୃତ ଆଇନଗତ ଢାଞ୍ଚା ପାଇଁ ପଥ ପରିଷ୍କାର କରିଛି। ଦେଶର ସାମୁଦ୍ରିକ କ୍ଷେତ୍ର ଏକ ଆର୍ଥିକ, ବିଶ୍ୱସନୀୟ ଏବଂ ଦୀର୍ଘସ୍ଥାୟୀ ପରିବହନ ମାଧ୍ୟମ ପ୍ରଦାନ କରିବାକୁ ଲକ୍ଷ୍ୟ ନିର୍ଦ୍ଧାରଣ କରିଥିବା ବେଳେ ଏହା ସଡ଼କ ଏବଂ ରେଳ ନେଟୱର୍କରେ ହେଉଥିବା ପରିବହନ ତୁଳନାରେ ଅଧିକ ଦକ୍ଷ ପରିବହନ ମାଧ୍ୟମ ପ୍ରଦାନ କରିଥାଏ। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଯେ ଏହି ବିଲ୍ ଭାରତର ବିଶାଳ ଏବଂ ରଣନୈତିକ ଉପକୂଳର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବାକୁ ଚାହୁଁଛି, ଯାହା ଉପକୂଳ ବାଣିଜ୍ୟ ପାଇଁ ଉତ୍ସର୍ଗୀକୃତ ଆଇନଗତ ଢାଞ୍ଚା ପ୍ରଦାନ କରିବ। ଉପକୂଳ ଜାହାଜ ଚଳାଚଳ ବିଲ୍, 2024ର ଲକ୍ଷ୍ୟ ହେଉଛି ଉପକୂଳ ବାଣିଜ୍ୟକୁ ସହଜ ଏବଂ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ କରିବା। ଏହା ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଥାଇ ରାମାୟଣ, ରାମକିୟେନର ଏକ ସମୃଦ୍ଧ ପ୍ରଦର୍ଶନ ଦେଖିଛନ୍ତି। ଏହି ଅବସରରେ ସେ ଭାରତ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ଗଭୀର ସାଂସ୍କୃତିକ ଏବଂ ସଭ୍ୟତାଗତ ସମ୍ବନ୍ଧର ପ୍ରଶଂସା କରିଛନ୍ତି। ଏକ୍ସରେ ପୃଥକ- ପୃଥକ ପୋଷ୍ଟରେ ସେ ଲେଖିଛନ୍ତି: “ଏକ ସାଂସ୍କୃତିକ ସଂଯୋଗ ଯାହା ଅନ୍ୟ କୌଣସିଠାରୁ ମିଳେ ନାହିଁ! ଥାଇ ରାମାୟଣ ରାମକିୟେନର ଏକ ମନମୋହକ ପ୍ରଦର୍ଶନ ଦେଖିଲି। ଏହା ପ୍ରକୃତରେ ଏକ ସମୃଦ୍ଧ ଅଭିଜ୍ଞତା ଥିଲା, ଯାହା ଭାରତ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ସହଭାଗୀ ସାଂସ୍କୃତିକ ଏବଂ ସଭ୍ୟତାଗତ ସମ୍ପର୍କକୁ ସୁନ୍ଦର ଭାବରେ ପ୍ରଦର୍ଶିତ କରିଥିଲା। ରାମାୟଣ ପ୍ରକୃତରେ ଏସିଆର ଅନେକ କ୍ଷେତ୍ରରେ ହୃଦୟ ଏବଂ ପରମ୍ପରାକୁ ସଂଯୋଗ କରି ଚାଲିଛି।”

