Author: SM Network

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଲାଗି ଲୋକସଭାରେ ଏକ ବୈଧାନିକ ସଙ୍କଳ୍ପ ଆଗତ କରିଛନ୍ତି। ଏହାପରେ ନିମ୍ନ ସଦନ ଦ୍ୱାରା ଏହି ସଙ୍କଳ୍ପ ଗୃହୀତ ହୋଇଥିଲା। ମଣିପୁରରେ ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ମଧ୍ୟ ଗୃହରେ ସମ୍ମାନ, ସହାନୁଭୂତି ଏବଂ ଗଭୀର ଦୁଃଖ ପ୍ରକାଶ କରାଯାଇଛି। ଏହି ସଂକଳ୍ପ ଉପସ୍ଥାପନ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ମଣିପୁର ହାଇକୋର୍ଟଙ୍କ ଏକ ସଂରକ୍ଷଣ ସମ୍ବନ୍ଧୀୟ ବିବାଦ ସମ୍ବନ୍ଧୀୟ ନିଷ୍ପତ୍ତି କାରଣରୁ ମଣିପୁରରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ଆରମ୍ଭ ହୋଇଥିଲା। ସେ ଉଲ୍ଲେଖ କରିଥିଲେ ଯେ ଏଗୁଡ଼ିକ ଦଙ୍ଗା କିମ୍ବା ଆତଙ୍କବାଦ ନୁହେଁ, ବରଂ ହାଇକୋର୍ଟଙ୍କ ନିଷ୍ପତ୍ତିର ବ୍ୟାଖ୍ୟା କାରଣରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଡିସେମ୍ବରରୁ…

Read More

ଶରତ ପାଇକରାୟ ଶାସକ ବିଜେପି ଦଳ ଭିତରେ କିଛି ଗୋଟିଏ ଚାଲିଛି, ତାହା ଧିରେ ଧିରେ ଅନୁଭବ ହେବାରେ ଲାଗିଛି। କାରଣ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ହେଉ କିମ୍ବା ଦଳୀୟ କାର୍ଯ୍ୟକ୍ରମ ଏଥିରେ ଫାଟ ରହିଥିବାର ସ୍ପଷ୍ଟ ଅନୁମାନ କରାଯାଉଛି। ବିଶେଷ କରି ଭୁବନେଶ୍ବରରେ ଏହି ଫାଟ ବେଶ ଜଳଜଳ ହୋଇ ଦେଖାଯାଉଛି। ଭୁବନେଶ୍ବର ସାଂସଦ ଅପରଜିତା ଷଡଙ୍ଗୀଙ୍କ କଥାକୁ ବିଚାରକୁ ନିଆଯାଉ। ସେ ବର୍ତ୍ତମାନ ସରକାରୀ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିବାରେ ଲାଗିଛନ୍ତି। ଏହାର କାରଣ କଣ କାହାକୁ ଜଣା ନାହିଁ। ନିକଟରେ ଜୟଦେବ ଭବନରେ ଓଡିଶା ଦିବସ ପାଳନ ହେଉ କିମ୍ବା ଖଡିଛୁଆଁ ପର୍ବ। ଏଥିରେ ଭୁବନେଶ୍ବର ସାଂସଦଙ୍କ ନାମ ରହିଥିଲେ ମଧ୍ୟ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉ ନାହାଁନ୍ତି। ଏପରିକି ଖୋଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ମଧ୍ୟ ଅପରାଜିତାଙ୍କୁ ଦେଖିବାକୁ ମିଳୁ ନାହିଁ। ନିକଟରେ ଭୁବନେଶ୍ବରର ଜୟଦେବ ଭବନରେ ଆୟୋଜିତ ହୋଇଥିଲା ଓଡିଶା ଦିବସ। ଏଥିରେ ବାଚସ୍ପତି ସୂରମା…

Read More

ବାଲୁଗାଁ: ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଜଣେ ଶିକ୍ଷୟତ୍ରୀ ଅଭିଯୋଗ କରିଥିବା ବେଳେ ଗୁରୁବାର ପୂର୍ବାହ୍ନରେ ଚିଲିକା ଏବିଇଓ ଏନେଇ ତଦନ୍ତ କରିଛନ୍ତି। ଖବର ମୁତାବକ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷୟତ୍ରୀ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଗତ ଫେବୃଆରୀ ୬ ତାରିଖରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ନେଇ ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ। ମାତ୍ର କୌଣସି ନ୍ୟାୟ ନମିଳିବାରୁ ଖୋର୍ଦ୍ଧା ଏସପି ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚିଲିକା ଏବିଇଓ ଗୀତାଞ୍ଜଳି ନାୟକ, ସିଆରସିସି ସଞ୍ଜୟ କୁମାର ପଣ୍ଡା, ଚାଷଙ୍ଗରା ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ଦେଇ ପ୍ରମୁଖ ଉକ୍ତ ଘଟଣା ସମ୍ପର୍କରେ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାଦ୍ରୀ ଭୂଷଣ ବେହେରା, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ କିଛି ଅଭିଭାବକଙ୍କ ପ୍ରତିକ୍ରିୟା ନେଇଥିଲେ। ଏସମ୍ପର୍କରେ ଏବିଇଓ ଶ୍ରୀମତୀ ନାୟକଙ୍କୁ ଯୋଗାଯୋଗ କରିବାରେ ଉକ୍ତ ଘଟଣା…

Read More

ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…

Read More

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ଟେଲିକମ୍ ପ୍ରଦାନକାରୀ ସଂସ୍ଥା – ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ) ଏପ୍ରିଲ ୨୦୨୫କୁ ‘‘ଗ୍ରାହକ ସେବା ମାସ’’ ଭାବେ ଘୋଷଣା କରିଛି। ଏହା ଏକ ଦେଶବ୍ୟାପୀ ପଦକ୍ଷେପ, ଯାହା ଗ୍ରାହକଙ୍କ ଅଭିଜ୍ଞତାକୁ ବୃଦ୍ଧି କରିବା ଏବଂ ବ୍ୟବହାରୀଙ୍କ  ସହିତ ଦୃଢ଼ ସଂଯୋଗ ସ୍ଥାପନ ପାଇଁ ଉତ୍ସର୍ଗୀକୃତ। ସେବା ଉତ୍କର୍ଷତା ଉପରେ ବିଏସଏନଏଲର ନୂତନ ଅଭିଯ଼ାନ ଏବଂ ‘‘ଗ୍ରାହକ ପ୍ରଥମ’’ ପ୍ରତି ଏହାର ଦୀର୍ଘ ଦିନର ପ୍ରତିବଦ୍ଧତାର ଅଂଶବିଶେଷ ଭାବରେ, ବିଏସଏନଏଲର ସମସ୍ତ ପରିମଣ୍ଡଳ, ବ୍ୟବସାୟୀ କ୍ଷେତ୍ର ଏବଂ ଯ଼ୁନିଟ୍ ଏହି ମାସବ୍ୟାପୀ ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳ, ସହରାଞ୍ଚଳ, ଉଦ୍ୟୋଗ ତଥା ସମସ୍ତ କ୍ଷେତ୍ରରେ ଗ୍ରାହକମାନଙ୍କୁ ପୁନଃସଂଯୁକ୍ତ କରିବା। ଚଳିତ ମାସରେ ବିଏସଏନଏଲ  ଏହାର ସମସ୍ତ ମୋବାଇଲ୍ ଗ୍ରାହକ,  ଏଫ୍.ଟି.ଟି.ଏଚ୍., ବ୍ରଡବ୍ୟାଣ୍ଡ୍, ଲ୍ୟାଣ୍ଡଲାଇନ୍ ଏବଂ ଇବି ଗ୍ରାହକମାନଙ୍କୁ ସେମାନଙ୍କର ମତାମତ, ଅଭିଜ୍ଞତା ଏବଂ ପରାମର୍ଶ ବିଏସଏନଏଲ ଗ୍ରାହକ ସେବା…

Read More

ନୂଆଦିଲ୍ଲୀ: ଭାରତୀୟ ରେଳବାଇ 2024-25 ଆର୍ଥିକ ବର୍ଷରେ 7,134ଟି କୋଚ୍ ନିର୍ମାଣ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଏହି ସଂଖ୍ୟା ଗତ ବର୍ଷ 6,541 କୋଚ୍ ଉତ୍ପାଦନ ତୁଳନାରେ ପ୍ରାୟ 9 ପ୍ରତିଶତ ଅଧିକ। ସାଧାରଣ ଲୋକଙ୍କୁ ଦୃଷ୍ଟିରେ ରଖି, ଅଣ-ବାତାନୁକୁଳିତ ନିୟନ୍ତ୍ରିତ କୋଚ୍ ଉତ୍ପାଦନକୁ ପ୍ରୋତ୍ସାହିତ କରାଯାଉଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ, ଗତ ଆର୍ଥିକ ବର୍ଷରେ 4,601ଟି ନନ୍-ଏସି କୋଚ୍ ଉତ୍ପାଦନ କରାଯାଇଥିଲା। ଏହି ଐତିହାସିକ ସଫଳତା ଭାରତୀୟ ରେଳବାଇର ଉତ୍ପାଦନ କ୍ଷମତାରେ ନିରନ୍ତର ବୃଦ୍ଧିକୁ ପ୍ରତିଫଳିତ କରେ, ଯାହା ଭିତ୍ତିଭୂମିର ଆଧୁନିକୀକରଣ ଏବଂ ଯାତ୍ରୀଙ୍କ ବର୍ଦ୍ଧିତ ଆବଶ୍ୟକତା ପୂରଣ ପାଇଁ କରାଯାଉଥିବା ପ୍ରୟାସର ପରିଣାମ। ଏହା ରେଳ ସେବାକୁ ଅଧିକ ସୁବିଧାଜନକ, ନିରାପଦ ଏବଂ ଦକ୍ଷ କରିବ। ଯାହା ଦ୍ଵାରା ଯାତ୍ରୀମାନେ ଏକ ଉତ୍ତମ ଯାତ୍ରା ଅଭିଜ୍ଞତା ପାଇବେ। ଭାରତୀୟ ରେଳବାଇର ତିନୋଟି କୋଚ୍ ନିର୍ମାଣ ୟୁନିଟ୍ ଅଛି। ଏଥିରେ ତାମିଲନାଡୁର…

Read More

ଭୁବନେଶ୍ଵର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉତ୍ତରାଞ୍ଚଳ ରେଞ୍ଜ ଗସ୍ତ କରିବା ସହ ସେଠାକାର ଆଇନ ଓ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଶ୍ରୀ ରାମନବମୀ, ହନୁମାନ ଜୟନ୍ତୀ ଏବଂ ମହାବିଷୁବ ସଂକ୍ରାନ୍ତି ପାଳନ ଅବସରରେ ପୋଲିସର ବନ୍ଦୋବସ୍ତ ଓ ଏହାର ସୁପରିଚାଳନା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ବଲାଙ୍ଗୀର ଓ ବରଗଡ ଜିଲ୍ଲାରେ ମାଓବାଦୀ ବିରୋଧୀ ଅଭିଯାନ ସମ୍ପର୍କରେ ଡିଜିପି ବିସ୍ତୃତ ଭାବେ ସମୀକ୍ଷା କରିଥିଲେ। ଏହା ସହ ମାଓବାଦୀମାନଙ୍କୁ ହିଂସା ପଥ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଡିଜିପି ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଡିଜିପି ୭ ଜଣ ପୋଲିସ କର୍ମଚାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପ୍ରଶଂସା ପଦକ ପ୍ରଦାନ କରିଥିଲେ।

Read More

ନୂଆଦିଲ୍ଲୀ: ୱକଫ୍‌ ବ୍ୟବସ୍ଥା ଐତିହାସିକ ରୂପରେ ଧାର୍ମିକ ବନ୍ଦୋବସ୍ତ ହୋଇଥିବା ବେଳେ, ଭାରତୀୟ ଆଇନ ଅଧୀନରେ ଏହା ଏକ ସମ୍ପତ୍ତି ପରିଚାଳନା ୟୁନିଟ୍‌ ରୂପରେ କାମ କରିଥାଏ। ୱକଫକୁ ନିୟନ୍ତ୍ରିତ କରୁଥିବା ଢାଞ୍ଚା, ନ୍ୟାୟିକ ନିଷ୍ପତ୍ତି ଏବଂ ପ୍ରଶାସନିକ ବ୍ୟବସ୍ଥା ଏହାର ଧର୍ମନିରପେକ୍ଷ ଭାବନା ଉପରେ ଆଲୋକପାତ କରିଥାଏ। ୱକଫ୍‌ ପରିଚାଳନାରେ ରହିଥିବା ସମସ୍ୟାକୁ ସମାଧାନ କରିବା ଲାଗି ବ୍ୟବସ୍ଥିତ ସଂସ୍କାରର ଆବଶ୍ୟକତା ରହିଛି। ୱକଫ୍‌ (ସଂଶୋଧନ) ବିଲ୍‌ ୨୦୨୫ରେ ଏହି ସଂସ୍କାର ଆଣିବାର ବ୍ୟବସ୍ଥା ରହିଛି। ସଂଶୋଧିତ ଆଇନ ପାରଦର୍ଶିତା, ଉତ୍ତରଦାୟିତ୍ୱ ଏବଂ ଆଇନଗତ ନିରୀକ୍ଷଣ ସୁନିଶ୍ଚିତ କରିବ, ୱକଫ୍‌ ସମ୍ପତ୍ତି ଅଣ-ମୁସଲମାନ ଏବଂ ଅନ୍ୟ ଅଂଶୀଦାରମାନଙ୍କର ଅଧିକାରକୁ ଉଲ୍ଲଂଘନ ନକରି ନିଜର ଧାର୍ମିକ ଉଦ୍ଦେଶ୍ୟ ପୂରଣ କରିପାରିବ। ଭାରତରେ ୱକଫ ବ୍ୟବସ୍ଥାକୁ ଦୀର୍ଘ ଦିନ ଧରି ଧାର୍ମିକ ଦୃଷ୍ଟିକୋଣରୁ ଦେଖାଯାଉଛି। ତଥାପି, ଆଇନଗତ ବ୍ୟବସ୍ଥା, ନ୍ୟାୟିକ ବ୍ୟାଖ୍ୟା ଏବଂ ନୀତିଗତ ବିକାଶର ଏକ ଘନିଷ୍ଠ ଯାଞ୍ଚ ଏହା ସ୍ପଷ୍ଟ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ହେବ ଶିଳ୍ପର ହବ, ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି। ଖୋର୍ଦ୍ଧାର କାଳିବାଟି, ମୁଣ୍ଡାଆମ୍ବ ଓ ହଳଦୀପଦାରେ ମୋଟ ୧୩ ଟି ନୂତନ ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହ ଗୋଟିଏ ଶିଳ୍ପକୁ ଉଦଘାଟନ କରିଛନ୍ତି ମୁଖମନ୍ତ୍ରୀ। ଏହି ଶିଳ୍ପ ଦ୍ୱାରା ପ୍ରାୟ 6ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷରେ ୩୭ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଜିଲ୍ଲାରେ ଶିଳ୍ପ ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ ହଳଦୀପଦା ଠାରେ ମହାସମାରୋହରେ ପାଳନ ହୋଇଛି। ଏହି ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସମବେତ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ, ଶିଳ୍ପ…

Read More

ନୂଆଦିଲ୍ଲୀ: ୱାକଫ ସଂଶୋଧନ ବିଲ୍ ସମ୍ବନ୍ଧରେ ଆଜି ରାଜ୍ୟସଭାରେ ମତଦାନ ଅନୁଷ୍ଠିତ ହେବ। ରାଜ୍ୟସଭାରେ ଏ ସମ୍ପର୍କରେ ଚର୍ଚ୍ଚା ଚାଲିଛି। ଏହି ସମୟରେ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳ ବିଜୁ ଜନତା ଦଳ ବିରୋଧୀଙ୍କ ଆଶାକୁ ଏକ ବଡ଼ ଝଟକା ଦେଇଛି। ନବୀନ ପଟ୍ଟନାୟକଙ୍କ ଦଳ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଆଜି ରାଜ୍ୟସଭାରେ ଭୋଟ୍ ଦେବା ପାଇଁ କୌଣସି ହ୍ଵିପ ଜାରି କରାଯାଇ ନାହିଁ। ଏନେଇ ବିଜେଡ଼ି ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଛନ୍ତି। ବିଜୁ ଜନତା ଦଳ ଦ୍ଵାରା ଜାରି ବିବୃତ୍ତି ଅନୁଯାୟୀ ଦଳ ଏହାର ସାଂସଦମାନଙ୍କୁ କହିଛି ଯେ, ସେମାନେ ନିଜ ଇଚ୍ଛା ଅନୁଯାୟୀ ଭୋଟ୍ ଦେଇପାରିବେ। କୌଣସି ପାର୍ଟି ଲାଇନ ନାହିଁ ଯାହାକୁ ଅନୁସରଣ କରିବା ଆବଶ୍ୟକ। ତେବେ କିଛି ସମୟ ପୂର୍ବରୁ ରାଜ୍ୟସଭାରେ ଆଲୋଚନା ବେଳେ ବିଜେଡି ସାଂସଦ ୱାକଫ ସଂଶୋଧନ ବିଲକୁ ବିରୋଧ କରିଥିଲେ। ବିଜୁ ଜନତା…

Read More

ଭୁବନେଶ୍ୱର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ଭୁବନେଶ୍ୱର ରେଳ ଷ୍ଟେସନରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ଦ୍ୱାରା ଗତ ମାର୍ଚ୍ଚ ୨୦୨୫ରେ ରେଳ ଷ୍ଟେସନରେ ଛେପ ପକାଇବା ଏବଂ ଆବର୍ଜନା ପକାଇବା ପାଇଁ 581 ଜଣଙ୍କୁ ଜରିମାନା ଆଦାୟ କରାଯାଇଅଛି। ଏହି କାର୍ଯ୍ୟ ସମଗ୍ର ରେଳ ପରିସରରେ ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱାସ୍ଥ୍ୟକର ପରିବେଶ ବଜାୟ ରଖିବା ପାଇଁ ଏକ ନିରନ୍ତର ପଦକ୍ଷେପର ଅଂଶ। ମାର୍ଚ୍ଚ ମାସରେ ଆଦାୟ କରାଯାଇଥିବା ମୋଟ ଜରିମାନା ପରିମାଣ ₹1,17,100/- ଅଟେ। ଅଳିଆ ପକାଇବା ଏବଂ ଛେପ ପକାଇବାର ସମସ୍ୟାକୁ ଦୂର କରିବା ପାଇଁ ଚାଲିଥିବା ପ୍ରୟାସର ଅଂଶ ସ୍ୱରୂପ, ପରିଷ୍କାର ପରିଚ୍ଛନ୍ନତା ନିୟମାବଳୀ ଲାଗୁ କରିବା ଏବଂ ଯାତ୍ରୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ ଗଠନ କରାଯାଇଛି। ଏହି କାର୍ଯ୍ୟ ବାହିନୀ ଷ୍ଟେସନ ପରିଚାଳକ, ଟିକେଟ୍ ସଂଗ୍ରହକାରୀ, ରେଳ ସୁରକ୍ଷା ବାହିନୀ (RPF),…

Read More

ଭୁବନେଶ୍ବର: ବିଧାନସଭାରେ ପାଣ୍ଡିଆନଙ୍କୁ ନେଇ ବିଜେଡିର ଯୁବ ବିଧାୟକ ଅରବିନ୍ଦ ମହାପାତ୍ର ଯେଉଁ ପ୍ରଶ୍ନ କରିଥିଲେ ତାହାର ଉତ୍ତର ଏ ପର୍ଯ୍ୟନ୍ତ ମିଳିଲା ନାହିଁ। ବିଧାନସଭାରେ ସେ ଏହି ପ୍ରଶ୍ନ ପଚାରିଥିଲେ। ହେଲେ ନା ସରକାର ଏହାର ଉତ୍ତର ଦେଲେ, ନା ବିଜେପି ଦଳ ଏହାର ସ୍ପଷ୍ଟିକରଣ ଦେଲେ। ଯାହାକୁ ନେଇ ସାଧାରଣରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ବିଧାନ ସଭାରେ ପ୍ରଶ୍ନ କରିଥିଲେ ଯେ, ବିଜେପି ସରକାର ଯିଏ ହେଲିକାପ୍ଚରରେ ବୁଲି ପ୍ରଚାର କରୁଥିଲେ ତାଙ୍କ ବିରୋଧରେ ତଦନ୍ତ ହେବ ବୋଲି କହିଥିଲେ। ହେଲେ ସରକାର ଆସିବାର ଏତେଦିନ ହେଲାଣି କାହିଁ ତାହାର କିଛି ତଦନ୍ତ ହେଲା କି? ବିଜେପି ସରକାର ସେପରି ତାକତ ନାହିଁ ବୋଲି ଅରବିନ୍ଦ କହିଥିଲେ। ସେହିପରି ଅରବିନ୍ଦ କହିଥିଲେ ଯେ, ବିଜେପି ସରକାର ଦୁଇ ଜଣ ଅଣ ଓଡିଆ ଆଇପିଏସ ଅଫିସର ବିଜେଡି କାମ କରୁଛନ୍ତି ବୋଲି ଅଭିଯୋଗ…

Read More

ବାଣପୁର: ବାଣପୁର ବ୍ଲକ ଅଧିନସ୍ଥ ଭେଟେଶ୍ୱର ଗ୍ରାମପଞ୍ଚାୟତରେ ଥିବା ପି. ଏମ୍ ଶ୍ରୀ ଭେଟିନାଥ ଦେବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିସର ମଧ୍ୟରେ ସମାଜସେବୀ ତଥା ସେଣ୍ଟ ଜନ୍ ଆମ୍ବୁଲାନ୍ସ ଆସୋସିଏସନର ଆଜୀବନ ସଦସ୍ୟ ଅନନ୍ତ ଚରଣ ଖଟେଇଙ୍କ ନେତୃତ୍ୱରେ ପ୍ରାଥମିକ ଉପଚାର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ ଚିକିତ୍ସା କଣ ଓ କିପରି ପ୍ରାଥମିକ ଉପଚାର କରି ରୋଗୀ ଅବା ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ପାରିବେ ସେ ନେଇ ଶ୍ରୀ ଖଟେଇ ମହୋଦୟ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ। ଅସାବଧାନତା ବଶତଃ ଦୁର୍ଘଟଣାରେ ଗୋଡ଼, ହାତ ଭାଙ୍ଗିବା, ମୁଣ୍ଡ ଫାଟିବା, ରକ୍ତ ସ୍ରାବ ହେଲେ ପ୍ରାଥମିକ ଉପଚାର ଆଦି ବିଷୟରେ ସଚେତନ କରାଇବା ସହ ସାପ କାମୁଡ଼ା, କୁକୁର କାମୁଡ଼ା, ହୃତଘାତ, ଜଳାପୋଡା ଜନିତ ସମସ୍ୟା ହେଲେ…

Read More

ଭୁବନେଶ୍ବର: ଭି କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ ପାଣ୍ଡିଆନ ଆଇଏଏସ ଚାକିରୀ ଛାଡିବା ପରେ ତାଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଜାରୀ ରହିଛି। କେତେବେଳେ କୁହାଯାଉଛି ସେ ଓଡିଶା ଛଡିବେ, କେତେବେଳେ ସେ ଭାରତ ଛାଡିବେ, କେତେବେଳ କୁହାଯାଉଛି ସେ ବିଜେଡି ମଙ୍ଗ ଧରିବେ। ତେବେ ଏହି ଚର୍ଚ୍ଚା ଭିତରେ ଆଉ ଏକ ନୂଆ କଥା ଆଗକୁ ଆସିଛି। ତାହା ହେଲା ସେ କୁଆଡେ ରାଜ୍ୟସଭାକୁ ଯିବେ। ଆଉ ତା ପୁଣି ବିଜେପି ସମର୍ଥନରେ। ଏପରି ଏକ ଅବାନ୍ତର ଚର୍ଚ୍ଚାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଆଲୋଚନା ଚାଲିଛି। ଏହା କଣ କେବେ ସମ୍ଭବ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ପୁଣି କେତେକ କୁହନ୍ତି ଖେଳ ଓ ରାଜନୀତିରେ ସବୁ ସମ୍ଭବ। ଘଟଣାଟି ହେଲା ଆସନ୍ତା ବର୍ଷ ଏପ୍ରିଲ ମାସରେ ତିନିଟି ରାଜ୍ୟସଭା ଆସନ ଖାଲି ହେଉଛି। ସେଗୁଡିକ ହେଲା ମମତା ମହନ୍ତ, ମୁନ୍ନା ଖାଁ ଏବଂ ସନାତନ…

Read More

ଭୁବନେଶ୍ଵର: ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସ୍ଥାନୀୟ ପାରମ୍ପରିକ ପୋଷାକ ପରିଧାନ ଦିବସ ଭାବରେ ପାଳିତ ହୋଇଯାଇଛି। ଆଜି ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ହସ୍ତତନ୍ତ ବୁଣା ପୋଷାକ ପରିଧାନ କରି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନୟାକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଚିନ୍ତନ କକ୍ଷରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ନିହାର ରଞ୍ଜନ କହଁର, ଜିଏମ ଡ଼ିଅlଇସି, ସହ ନିର୍ଦେଶକ ହସ୍ତତନ୍ତ ବିଭାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Read More

ନୂଆପଡା: ଦୀର୍ଘ ବାର ବର୍ଷ ବ୍ୟବଧାନ ପରେ ନୂଆପଡା ଜିଲ୍ଲାରେ ମାରାଗୁଡା ଲୋକ ମହୋତ୍ସବ ଉପଲକ୍ଷେ ପଲ୍ଲୀଶ୍ରୀ ମେଳା ସ୍ଥାନୀୟ ମିନି ଷ୍ଟାଡିୟମ୍ ପଡ଼ିଆରେ ସନ୍ଧ୍ୟାରୁ ଦର୍ଶକଙ୍କ ଗହଳି ଚହଳି ଲାଗି ରହୁଛି। ପଲ୍ଲୀଶ୍ରୀ ମେଳା ଯୋଗୁଁ ଗୃହ ସାଜସଜ୍ଜା ସାମଗ୍ରୀ ସହ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ମହିଳା ଗୋଷ୍ଠୀଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରି ବଜାର ସୁଯୋଗ ସୃଷ୍ଟି ହୋଇଅଛି। ପ୍ରଥମ ସନ୍ଧ୍ୟାରେ ଏହାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ଉଦ୍ଘାଟନ କରିଥିଲେ। ଜିଲ୍ଲାପାଳ ମଧୁସୂଦନ ଦାଶ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା ଏବଂ ଅନ୍ୟାନ୍ୟ ଅତିଥି ମାନଙ୍କ ଉପସ୍ଥିତି ଜାହିର କରିଥିଲେ। ନୁଆପଡାରେ ପ୍ରଥମ ଥର ପାଇଁ ଲାଗିଛି ପୁସ୍ତକ ମେଳା। ମୋଟ ୧୬୦ ଗୋଟି ଷ୍ଟଲ୍ ରେ ମେଳା ଲାଗିଛି। ଜିଲ୍ଲାବାସୀ ଏହି ସୁଯୋଗକୁ ହାତଛଡ଼ା ନକରି ମନଖୁସିରେ ପଲ୍ଲୀଶ୍ରୀ ମେଳାରୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହିତ ସମ୍ବଲପୁରୀ ବସ୍ତ୍ର, ଶାଢୀ, ଲୁଗାପଟା, ଖାଦ୍ୟ ପଦାର୍ଥ…

Read More

ନୂଆଦିଲ୍ଲୀ: ବୁଧବାର ଆଇପିଏଲରେ ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲିଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି। ଗୁଜୁରାଟ ଟାଇଟାନ୍ସ ଖେଳାଳି ସାଇ ସୁଦର୍ଶନ ଦ୍ୱାଦଶ ଓଭରରେ ଏକ ସଟ୍ ମାରିଥିଲେ ଯେଉଁଥିରେ ଡିପ ମିଡୱିକେଟ୍ ଠାରେ ଠିଆ ହୋଇଥିବା କୋହଲି ବଲ୍ ଧରିବାକୁ ଚେଷ୍ଟା କରୁଥିବା ବେଳେ ଆହତ ହୋଇଥିଲେ। ବଲ୍ ତାଙ୍କ ଆଙ୍ଗୁଠିକୁ ବହୁତ ଜୋରରେ ଆଘାତ ଦେଇଥିଲା, ଏହା ପରେ ସେ ପଡ଼ିଆରେ ବସିଯାଇଥିଲେ। ଆଘାତ ଯୋଗୁଁ କୋହଲି ବହୁତ ଅସୁବିଧାରେ ପଡ଼ିଥିଲେ। ବର୍ତ୍ତମାନ ମୁଖ୍ୟ ପ୍ରଶିକ୍ଷକ ଆଣ୍ଡି ଫ୍ଲାୱାର ତାଙ୍କ ଆଘାତ ଉପରେ ଏକ ଅପଡେଟ ଦେଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁଖ୍ୟ ପ୍ରଶିକ୍ଷକ ଆଣ୍ଡି ଫ୍ଲାୱାର ବିରାଟ କୋହଲିଙ୍କ ଆଘାତ ସହ ଜଡିତ ପ୍ରଶ୍ନ ଉପରେ ଆଶ୍ବସ୍ତିକର ଖବର ଦେଇଛନ୍ତି। ସେ କହିଛନ୍ତି ଯେ, ବିରାଟ କୋହଲି ଭଲ ଅଛନ୍ତି, ଆଘାତ ଗୁରୁତର ନୁହେଁ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନବରାତ୍ରିରେ ମା’ ଦୁର୍ଗାଙ୍କ ପୂଜା ଦ୍ୱାରା ଭକ୍ତଙ୍କ ଜୀବନରେ ନୂତନ ଶକ୍ତି ଏବଂ ସଂକଳ୍ପ ସଞ୍ଚାର ହୋଇଥାଏ ବୋଲି କହିଛନ୍ତି। ଏହି ଅବସରରେ ସେ, ଅନୁରାଧା ପଡୱାଲ୍‌ଙ୍କର ଏକ ଭଜନ ମଧ୍ୟ ଶେୟାର କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି: “ମା’ ଦୁର୍ଗାଙ୍କ ଆଶୀର୍ବାଦ ଭକ୍ତମାନଙ୍କ ଜୀବନରେ ନୂତନ ଶକ୍ତି ଏବଂ ସଂକଳ୍ପ ଆଣିଥାଏ। ଅନୁରାଧା ପଡୱାଲ ଗାଇଥିବା ଦେବୀ ମା’ଙ୍କର ଏହି ଭଜନ ଆପଣଙ୍କ ମନରେ ଭକ୍ତି ଭାବ ଭରି ଦେବ।”

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପାଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କ ନିମନ୍ତ୍ରଣ କ୍ରମେ, ମୁଁ ଆଜି ଷଷ୍ଠ ବିମ୍‌ଷ୍ଟେକ୍ ସମ୍ମିଳନୀରେ ଯୋଗଦେବା ପାଇଁ ଥାଇଲ୍ୟାଣ୍ଡକୁ ସରକାରୀ ଗସ୍ତରେ ଯାଉଛି। ଗତ ଦଶନ୍ଧି ଧରି, ବଙ୍ଗୋପସାଗର କ୍ଷେତ୍ରରେ ଆଞ୍ଚଳିକ ବିକାଶ, ଯୋଗାଯୋଗ ଏବଂ ଆର୍ଥିକ ପ୍ରଗତିକୁ ପ୍ରୋତ୍ସାହିତ କରିବା ପାଇଁ ବିମ୍‌ଷ୍ଟେକ୍ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ ଉଭା ହୋଇଛି। ଏହାର ଭୌଗଳିକ ସ୍ଥିତି ସହିତ, ଭାରତର ଉତ୍ତର-ପୂର୍ବ କ୍ଷେତ୍ର ବିମ୍‌ଷ୍ଟେକର କେନ୍ଦ୍ରରେ ରହିଛି। ମୁଁ ବିମଷ୍ଟେକ ଦେଶଗୁଡିକର ନେତାମାନଙ୍କୁ ଭେଟିବାକୁ ଏବଂ ଆମ ଲୋକଙ୍କ ସ୍ୱାର୍ଥକୁ ଧ୍ୟାନରେ ରଖି ଆମର ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଉତ୍ପାଦକ ଭାବରେ ଯୋଗଦାନ କରିବାକୁ ଆଗ୍ରହି ରହିଛି। ମୋର ସରକାରୀ ଗସ୍ତ ସମୟରେ, ଆମର ଐତିହାସିକ ସମ୍ପର୍କକୁ ଉନ୍ନତ କରିବାର ଏକ ସାଧାରଣ ଇଚ୍ଛା ସହିତ ମୁଁ ପ୍ରଧାନମନ୍ତ୍ରୀ ସିନାୱାତ୍ରା ଏବଂ ଥା ନେତୃତ୍ୱଙ୍କ ସହ ଯୋଗାଯୋଗ କରିବାର ସୁଯୋଗ ପାଇବି। ଏହା  ସହଭାଗୀ ସଂସ୍କୃତି, ଦର୍ଶନ ଏବଂ…

Read More

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2025 ର ମ୍ୟାଚ୍ ନମ୍ବର 15 ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଉଭୟ ଦଳ ଶେଷ ଥର ପାଇଁ ଫାଇନାଲ୍ (2024) ରେ ଭେଟିଥିଲେ, ଯେଉଁଥିରେ କେକେଆର୍ SRH କୁ ପରାସ୍ତ କରି ଟାଇଟଲ୍ ଜିତିଥିଲା। ଆଜି ସେହି ପରାଜୟର ପ୍ରତିଶୋଧ ନେବାକୁ ପ୍ୟାଟ୍ କମିନ୍ସଙ୍କ ଦଳ ପଡିଆକୁ ଓହ୍ଳାଇବ। ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ କେକେଆର୍ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଷ୍ଟାଡିୟମରେ ସିଜିନର ପ୍ରଥମ ମ୍ୟାଚ୍ କେକେଆର୍ ହାରି ଯାଇଥିଲା। ଆଜିର ମ୍ୟାଚର ପିଚ୍ କ’ଣ ହେବାକୁ ଯାଉଛି ଜାଣନ୍ତୁ? କିଏ ଏଠାରେ ଅଧିକ ସାହାଯ୍ୟ ପାଇବ, ବ୍ୟାଟ୍ସମ୍ୟାନ୍ ନା ବୋଲର? ଟସ୍ ଜିତିବା ଅଧିନାୟକ ଏଠାରେ କ’ଣ ନିଷ୍ପତ୍ତି ନେବେ? ଉଭୟ ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲରେ ଭଲ ସ୍ଥିତିରେ ନାହାଁନ୍ତି। ଅଜିଙ୍କ୍ୟ ରାହାନେଙ୍କ ଦଳ କୋଲକାତା ନାଇଟ୍ ରାଇଡର୍ସ…

Read More

ନୂଆଦିଲ୍ଲୀ: ବୁଧବାର ଖେଳାଯାଇଥିବା ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 8 ୱିକେଟରେ ପରାସ୍ତ କରିଛି। ୧୭୦ ରନ୍ ପିଛା କରି ଗୁଜୁରାଟ ଦଳ ୧୭.୫ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ଜୋସ୍ ବଟଲର୍ ୭୩ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହାପୂର୍ବରୁ ଦ୍ରୁତ ବୋଲର ମହମ୍ମଦ ସିରାଜ ୪ ଓଭରରେ ମାତ୍ର ୧୯ ରନ୍ ଦେଇ ୩ ୱିକେଟ୍ ନେଇ ଆରସିବି ଉପରେ ଅଘଟଣ ଘଟାଇଥିଲେ। ଏହି ମ୍ୟାଚ୍ ପରେ ଆରସିବି ଆଇପିଏଲର ପଏଣ୍ଟ ଟେବୁଲରେ ଏକ ନମ୍ବର ମୁକୁଟ ହରାଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଆରସିବିର ପ୍ରଥମ ୱିକେଟ୍ ଦ୍ୱିତୀୟ ଓଭରରେ ବିରାଟ କୋହଲି (୭) ଙ୍କ ରୂପରେ ଖସିଥିଲା। ସେ ଅର୍ଶଦ ଖାନଙ୍କ ବଲରେ ଆଉଟ ହୋଇଥିଲା। ଏହା ପରେ ମହମ୍ମଦ ସିରାଜ ତୃତୀୟ ତଥା ପଞ୍ଚମ ଓଭରରେ ଯଥାକ୍ରମେ ଦେବଦତ୍ତ ପାଦିକଲ (୪) ଏବଂ ଫିଲ୍ ସଲ୍ଟ (୧୪) ଙ୍କୁ…

Read More