Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରାଜୟ ପରେ ଆରସିବି ଠାରୁ ବଡ କ୍ଷତି, ଜିତିବା ପରେ ମଧ୍ୟ ଗୁଜୁରାଟକୁ ନୁହେଁ, ଏହି ଦୁଇ ଦଳକୁ ମିଳିଲା ଲାଭ
ଆଜିର ଖବର

ପରାଜୟ ପରେ ଆରସିବି ଠାରୁ ବଡ କ୍ଷତି, ଜିତିବା ପରେ ମଧ୍ୟ ଗୁଜୁରାଟକୁ ନୁହେଁ, ଏହି ଦୁଇ ଦଳକୁ ମିଳିଲା ଲାଭ

April 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବୁଧବାର ଖେଳାଯାଇଥିବା ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 8 ୱିକେଟରେ ପରାସ୍ତ କରିଛି। ୧୭୦ ରନ୍ ପିଛା କରି ଗୁଜୁରାଟ ଦଳ ୧୭.୫ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ଜୋସ୍ ବଟଲର୍ ୭୩ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହାପୂର୍ବରୁ ଦ୍ରୁତ ବୋଲର ମହମ୍ମଦ ସିରାଜ ୪ ଓଭରରେ ମାତ୍ର ୧୯ ରନ୍ ଦେଇ ୩ ୱିକେଟ୍ ନେଇ ଆରସିବି ଉପରେ ଅଘଟଣ ଘଟାଇଥିଲେ। ଏହି ମ୍ୟାଚ୍ ପରେ ଆରସିବି ଆଇପିଏଲର ପଏଣ୍ଟ ଟେବୁଲରେ ଏକ ନମ୍ବର ମୁକୁଟ ହରାଇଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଆରସିବିର ପ୍ରଥମ ୱିକେଟ୍ ଦ୍ୱିତୀୟ ଓଭରରେ ବିରାଟ କୋହଲି (୭) ଙ୍କ ରୂପରେ ଖସିଥିଲା। ସେ ଅର୍ଶଦ ଖାନଙ୍କ ବଲରେ ଆଉଟ ହୋଇଥିଲା। ଏହା ପରେ ମହମ୍ମଦ ସିରାଜ ତୃତୀୟ ତଥା ପଞ୍ଚମ ଓଭରରେ ଯଥାକ୍ରମେ ଦେବଦତ୍ତ ପାଦିକଲ (୪) ଏବଂ ଫିଲ୍ ସଲ୍ଟ (୧୪) ଙ୍କୁ ଆଉଟ କରିଥିଲେ। ଏହା ପରେ ରଜତ୍ ପାଟିଦାର ମଧ୍ୟ ୧୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ, ଇଶାନ୍ତ ଶର୍ମା ତାଙ୍କୁ ଶିକାର କରିଥିଲେ। ଲିଆମ୍ ଲିଭିଙ୍ଗଷ୍ଟୋନ୍ ୪୦ ବଲରେ ୫୪ ରନ୍ ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ସମ୍ମାନଜନକ ସ୍କୋରରେ ନେବାରେ ସହଯୋଗ କରିଥିଲେ। ଜିତେଶ ଶର୍ମା (୩୩) ଏବଂ ଟିମ୍ ଡେଭିଡ (୩୨) ମଧ୍ୟ ଭଲ ଇନିଂସ ଖେଳିଥିଲେ।

ଟାର୍ଗେଟକୁ ପିଛା କରିବା ବେଳେ ଗୁଜରାଟର ୩୨ ସ୍କୋରରେ ଶୁଭମାନ ଗିଲ (୧୪) ରୂପରେ ପ୍ରଥମ ୱିକେଟ୍ ହରାଇଥିଲା। ଏହା ପରେ ସାଇ ସୁଦର୍ଶନ (୪୯) ଜୋସ୍ ବଟଲରଙ୍କ ସହ ୭୫ ରନ୍ ର ଭାଗିଦାରୀ କରିଥିଲେ। ୩୯ ବଲରେ ବଟଲର ଅପରାଜିତ ୭୩ ରନ୍ ସଂଗ୍ରହ କରିଥିଲେ। ଏହି ଇନିଂସରେ ସେ ୬ ଟି ଛକା ଓ ୫ ଚୌକା ମାରିଥିଲେ। ଏହିପରି ୧୩ ଟି ବଲ ପୂର୍ବରୁ ଗୁଜୁରାଟ ଲକ୍ଷ୍ୟ ହାସଲ କରି ୮ ୱିକେଟ୍ ରେ ଜିତିଥିଲା।

ଆଇପିଏଲ୍ ପଏଣ୍ଟ ସାରଣୀ:

ମ୍ୟାଚ୍ ପୂର୍ବରୁ ଆରସିବି ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନରେ ରହିଥିଲା, କିନ୍ତୁ ହାରିବା ପରେ ପ୍ରଥମ ସ୍ଥାନ ହରାଇଛି। ଦଳ ତୃତୀୟ ସ୍ଥାନକୁ ଖସି ଆସିଛି। ବିଜୟ ସତ୍ତ୍ୱେ ଗୁଜୁରାଟ ଟାଇଟାନ୍ସ ଚତୁର୍ଥ ସ୍ଥାନରେ ରହିଛି। ୩ ଟି ମ୍ୟାଚରେ ଆରସିବିର ଏହା ପ୍ରଥମ ପରାଜୟ। ଦଳର ନେଟ୍ ରନ୍ ହାର ହେଉଛି +୧.୧୪୯ ରହିଛି। ୩ ଟି ମ୍ୟାଚରେ ଗୁଜୁରାଟର ଏହା ଦ୍ୱିତୀୟ ବିଜୟ ଥିଲା, ଦଳର ନେଟ୍ ରନ୍ ହାର ହେଉଛି +୦.୮୦୭।

ଆରସିବିର ପରାଜୟରୁ ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଉପକୃତ ହୋଇଛନ୍ତି। ୨ ଟି ମ୍ୟାଚରେ ୨ ଟି ବିଜୟ ସହ ପଞ୍ଜାବ ଏକ ନମ୍ବରରେ ପହଞ୍ଚିଛି, ଦଳର ନେଟ୍ ରନ୍ ହାର ହେଉଛି +୧.୪୮୫। ଦିଲ୍ଲୀ ଉଭୟ ମ୍ୟାଚ୍ ଜିତିଛି, ଏହାର ନେଟ୍ ରନ୍ ହାର +୧.୩୨୦, ପଏଣ୍ଟ ଟେବୁଲରେ ଦଳ ଦ୍ୱିତୀୟ ସ୍ଥାନରେ ରହିଛି।

Gujarat Titans INDIAN PREMIER LEAGUE ipl IPL 2025 IPL 2025 Points Table punjab kings RCB Vs GT Royal Challengers Bengaluru
Share. Facebook Twitter LinkedIn Email WhatsApp Copy Link

Related Posts

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ସୁନା ଓ ରୂପା ହେଲା ମହଙ୍ଗା: ଜାଣନ୍ତୁ ଆଜିର ମୂଲ୍ୟ

September 11, 2026
Latest News

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.