Categories
ଆଜିର ଖବର ଖେଳ ଜାତୀୟ ଖବର

ବାଙ୍ଗାଲୋରର କ୍ରମାଗତ ତୃତୀୟ ବିଜୟ, ରାଟ-ଫାଫ ଙ୍କ ଆକ୍ରମଣାତ୍ମକ ପାଳିରେ ଗୁଜରାଟକୁ ୪ ୱିକେଟରେ କଲା ପରାସ୍ତ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜୁରାଟ ଟାଇଟାନ୍ସକୁ ପରାସ୍ତ କରିଛି। ଆରସିବି ପାଇଁ ୧୪୮ ରନ୍ ର ଲକ୍ଷ୍ୟ ଥିଲା। ଦଳର ଓପନର୍ ଫାଫ୍ ଡୁ ପ୍ଲେସିସ୍ ଏବଂ ବିରାଟ କୋହଲି ପ୍ରଥମ ୬ ଓଭରରେ ୯୨ ରନ୍ ଯୋଡିଥିଲେ। କିନ୍ତୁ ଏହା ପରେ ୱିକେଟ୍ ଖସିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦେଖୁ ଦେଖୁ ଆରସିବିର ୬ ଜଣ ବ୍ୟାଟ୍ସମ୍ୟାନ୍ ୧୧୭ ରନ୍ ସ୍କୋରରେ ପାଭିଲିୟନକୁ ଫେରିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଷ୍ଟାଡିୟମରେ ନୀରବତା ଖେଳି ଯାଇଥିଲା, କିନ୍ତୁ ଅଭିଜ୍ଞ ଦୀନେଶ କାର୍ତ୍ତିକ ଦଳକୁ ବିଜୟର ଦ୍ଵାରଦେଶରେ ପହଞ୍ଚାଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୩.୪ ଓଭରରେ ୬ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା।