Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୬ ଟି-୨୦ ବିଶ୍ୱକପ୍‌: ପାକିସ୍ତାନ ମ୍ୟାଚ ହାରୁଥିବା ଦେଖି ଷ୍ଟାଡିୟମରୁ ଚାଲିଗଲେ ମୋହସିନ୍ ନକଭି
ଆଜିର ଖବର

୨୦୨୬ ଟି-୨୦ ବିଶ୍ୱକପ୍‌: ପାକିସ୍ତାନ ମ୍ୟାଚ ହାରୁଥିବା ଦେଖି ଷ୍ଟାଡିୟମରୁ ଚାଲିଗଲେ ମୋହସିନ୍ ନକଭି

February 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପିସିବି ମୁଖ୍ୟ ଦେଲେ ଧମକ
୨୦୨୬ ଟି-୨୦ ବିଶ୍ୱକପ୍‌: ପାକିସ୍ତାନ ମ୍ୟାଚ ହାରୁଥିବା ଦେଖି ଷ୍ଟାଡିୟମରୁ ଚାଲିଗଲେ ମୋହସିନ୍ ନକଭି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ୨୦୨୬ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ଶୋଚନୀୟ ପରାସ୍ତ କରିଥିଲା। ସାରା ମ୍ୟାଚ୍‌ରେ ଏପରି ଗୋଟିଏ ବି ମୁହୂର୍ତ୍ତ ନଥିଲା ଯେତେବେଳେ ପାକିସ୍ତାନ ଜିତିପାରିବ କିମ୍ବା ଭଲ ସ୍ଥିତିରେ ଅଛି ବୋଲି ମନେ ହେଉଥିଲା। ଇଶାନ କିଶାନ ପାକିସ୍ତାନୀ ବୋଲରମାନଙ୍କୁ ମାଡ଼ ମାରିଥିଲେ, ଯଦିଓ ଉସମାନ ତାରିକ ଭଲ ବୋଲିଂ କରିଥିଲେ। ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ମୋହସିନ୍ ନକଭି ମଧ୍ୟ ମ୍ୟାଚ୍ ଦେଖିବା ପାଇଁ କଲମ୍ବୋ ଆସିଥିଲେ। ମ୍ୟାଚ୍ ପୂର୍ବରୁ ସେ ତାଙ୍କ ସାଥୀ ଖେଳାଳିଙ୍କ ସହ ସାକ୍ଷାତ କରି ସେମାନଙ୍କୁ ଉତ୍ସାହିତ କରିଥିଲେ, କିନ୍ତୁ ମ୍ୟାଚ୍ ସମୟରେ ଯେତେବେଳେ ସେ ଅନୁଭବ କଲେ ଯେ, ପାକିସ୍ତାନ ହାରୁଛି, ସେ ଷ୍ଟାଡିୟମ୍‌ ମଝିରୁ ପଳାଇ ଯାଇଥିଲେ।

ସୂଚନା ଅନୁଯାୟୀ ମୋହସିନ୍ ନକଭି ଭାରତ ବିପକ୍ଷରେ ୬୧ ରନ୍‌ରେ ପରାଜୟ ପରେ ଦଳର ପ୍ରଦର୍ଶନ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଦଳର ପରିଚାଳକ ନାଭେଦ ଆକ୍ରମ ଚିମାଙ୍କୁ ଜଣାଇଥିଲେ। କୁହାଯାଉଛି ଯେ, “ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ଶେଷ ହେବା ପୂର୍ବରୁ ମୋହସିନ୍ ନକଭି ଆର ପ୍ରେମଦାସା ଷ୍ଟାଡିୟମ୍‌ ଛାଡି ଚାଲିଯାଇଥିଲେ। ପାକିସ୍ତାନ ହାରିବାକୁ ଯାଉଥିବା ସ୍ପଷ୍ଟ ହେବା ପରେ ସେ ଚାଲିଯାଇଥିଲେ।”

babar azam cricket world cup Mohsin Naqvi Pakistan Cricket Team Shaheen Shah Afridi T20 World Cup T20 World Cup 2026
Share. Facebook Twitter LinkedIn Email WhatsApp Copy Link

Related Posts

ତେହେରାନରୁ ଉଡିଲା ବିମାନ

April 25, 2026

ବାଇକକୁ ଧକ୍କା ଦେଲା ଆମ ବସ

April 25, 2026

ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା

April 25, 2026

ସଖୀ ସେଣ୍ଟରରେ ଝୁଲି ପଡ଼ିଲେ ନାବାଳିକା

April 25, 2026
Latest News

ତେହେରାନରୁ ଉଡିଲା ବିମାନ

April 25, 2026

ବାଇକକୁ ଧକ୍କା ଦେଲା ଆମ ବସ

April 25, 2026

ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା

April 25, 2026

ସଖୀ ସେଣ୍ଟରରେ ଝୁଲି ପଡ଼ିଲେ ନାବାଳିକା

April 25, 2026

ଚିଲିକା ପବନରେ ସାହିତ୍ୟର ସୁଗନ୍ଧ: ଜ୍ଞାନ ଓ ସାହିତ୍ୟର ମହାକୁମ୍ଭ ପ୍ରଥମ “ଚିଲିକା ପୁସ୍ତକ ମେଳା” ଉଦଘାଟିତ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.