ସ୍ୱାସ୍ଥ୍ୟ ଟିପ୍ସ: ଖାଦ୍ୟରେ ସ୍ୱାଦ ଯୋଗାଇବା ପାଇଁ ଦହି ବର୍ତ୍ତମାନ ଏକ ବାଧ୍ୟତାମୂଳକ ବସ୍ତୁରେ ପରିଣତ ହୋଇଛି। ସମସ୍ତେ ଖାଦ୍ୟ ସହିତ ଦହି ଖାଇବାକୁ ପସନ୍ଦ କରନ୍ତି, ତେଣୁ ଲୋକମାନେ ବିଭିନ୍ନ ଉପାୟରେ ସେମାନଙ୍କ ଖାଦ୍ୟରେ ଦହି ମିଶାନ୍ତି, କେହି କେହି ଚିନି ସହିତ ଦହି ଖାଆନ୍ତି, କେହି କେହି ସାଧା ଦହି ଖାଆନ୍ତି, କେହି କେହି ରାଇତା ତିଆରି କରନ୍ତି। ଲୁଣ, ମସଲା ଏବଂ ମରିଚ ମିଶାଇ କେହି କେହି ମଧ୍ୟ ଦହି ଖାଇଥାନ୍ତି। ଦହି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। କାରଣ ଏଥିରେ କ୍ୟାଲସିୟମ୍ ପ୍ରୋଟିନ୍ ସହିତ ଅନେକ ପ୍ରକାରର ଭିଟାମିନ୍ ଏବଂ ମିନେରାଲ୍ସ ଥାଏ। ସେଥିପାଇଁ ଲୋକମାନେ ପ୍ରାୟତଃ ନିଜ ଖାଦ୍ୟରେ ଦହି ଅନ୍ତର୍ଭୁକ୍ତ କରନ୍ତି। ବେଳେବେଳେ ଏକ ପ୍ରଶ୍ନ ପ୍ରାୟତଃ କିଛି ଲୋକଙ୍କ ମନରେ ଆସିଥାଏ, ଲୁଣ ସହିତ ଦହି ଖାଇବା ଠିକ୍ କି ନୁହେଁ? ଲୁଣ ସହିତ ମିଶ୍ରିତ ଦହି ଖାଇବା ଉଚିତ କି ନୁହେଁ?:…
Author: SM Network
ବ୍ରହ୍ମପୁର: ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ନୂତନ ଶିକ୍ଷାନୀତି ମଙ୍ଗଳବାରଠୁ ଆରମ୍ଭ ହୋଇଛି। ଶିଶୁ ଵାଟିକାରେ କୁନି କୁନି ପିଲାମାନେ ସରକାରୀ ବିଦ୍ୟାଳୟ ନାମ ଲେଖେଇବାକୁ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପୂର୍ଵରୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଶିଶୁ ବାଟିକା ରେ ନାମ ଲେଖାଇବାକୁ ଆଜି ସ୍କୁଲ ଆସିଛନ୍ତି କୁନି କୁନି ପିଲା। ଆଜିଠୁ ରାଜ୍ୟରେ ଶୁଭାରମ୍ଭ ହେଉଛି ଶିଶୁ ବାଟିକା। ନୂଆକରି ପାଠପଢ଼ା ଆରମ୍ଭ କରୁଥିବା ପିଲାମାନଙ୍କ ପାଇଁ ବିଦ୍ୟାଳୟସ୍ତରରେ ଶିଶୁ ବାଟିକା ବ୍ୟବସ୍ଥାର ଶୁଭାରମ୍ଭ କରାଯାଉଛି। ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ‘ପ୍ରବେଶ ଉତ୍ସବ’ ଏବଂ ‘ଖଡ଼ି ଛୁଆଁ’ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। ଯାହାକି ସେମାନଙ୍କ ନାମଲେଖା ଓ ସ୍କୁଲରେ ପ୍ରଥମ ଦିନକୁ ସ୍ମରଣୀୟ କରିବ। ପିଲାଙ୍କୁ ସର୍ବୋତ୍ତମ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଗଞ୍ଜାମ…
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ମଧ୍ୟରେ ଦ୍ଵିତୀୟ ଦିନିକିଆ ମ୍ୟାଚ ଆଜି ଖେଲାଯାଇଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ 292 ରନ ସ୍କୋର କରିଥିବା ବେଳେ ପାକିସ୍ତାନ କ୍ରିକେଟ୍ ଦଳ ମାତ୍ର 208 ରନ୍ ରେ ସମସ୍ତ ୱିକେଟ ହରାଇଥିଲା। ଦ୍ୱିତୀୟ ODI କୁ 84 ରନରେ ଜିତି ନ୍ୟୁଜିଲ୍ୟାଣ୍ଡ ସିରିଜରେ 2-0 ଅଗ୍ରଣୀ ହାସଲ କରିଛି। ଯଦିଓ ଏକ ସମୟରେ ଏହା ଲାଗୁଥିଲା ଯେ, ପାକିସ୍ତାନ ଦଳ 100 ରନ୍ ମଧ୍ୟରେ ସୀମିତ ରହିବ, କିନ୍ତୁ ଫହିମ ଆଶ୍ରାଫ (73) ଏବଂ ନସିମ ଶାହା (51) ଭଲ ଇନିଂସ ଖେଳି ଦଳକୁ 208 ରନରେ ପହଞ୍ଚାଇଥିଲେ। ତଥାପି ଉଭୟଙ୍କ ସଂଘର୍ଷ ଦଳକୁ ସଫଳତା ଦେଇ ପାରି ନଥିଲା।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଶେଷ ହୋଇଛି। ଚଳିତ ଥର ଜିଲ୍ଲାରେ ରେକର୍ଡ ସଂଖ୍ୟକ ଚାଷୀଙ୍କ ଠାରୁ ରେକଡ ସଂଖ୍ୟକ ଧାନ ସଂଗ୍ରହ ହୋଇଥିଲେ ମଧ୍ୟ ୪୭୯୮ ଜଣ ଚାଷୀ ଧାନ ବିକ୍ରି କରିପାରିଲେ ନାହିଁ। ଗଞ୍ଜାମ ଜିଲ୍ଲାରେ ଦୁଇ ଥର ଅଦିନିଆ ବର୍ଷା ପାଇଁ ଧାନ ଅମଳରେ ବିଳମ୍ବ ହେତୁ ଡିସେମ୍ବର ୨୩ ପରିବର୍ଭେ ଜାନୁଆରୀ ୩ ତାରିଖରୁ ଧାନ ମଣ୍ଡି ଖୋଲା ଯାଇଥିଲା। ଜିଲ୍ଲାରେ ୪୭୮ ସୋସାଇଟି ଚଳିତ ବର୍ଷ ଧାନ କିଣାରେ ସାମିଲ ହୋଇଥିଲେ। ସେଥିମଧ୍ୟରୁ ୩୬୬ ସେବା ସମବାୟ ସମିତି, ୧୧୧ଟି ସ୍ବୟଂସହାୟକ ଗୋଷ୍ଠୀ ଓ ଗୋଟିଏ ପାଣି ପଚଂୟତ ସହ ୩୭୧ ମିଲର ଧାନ କିଣାରେ ସାମିଲ ହୋଇଥିଲେ। ଚଳିତ ବର୍ଷ ୧ ଲକ୍ଷ ୪୬ ହଜାର ୫୦୪ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ସାଟେଲାଇଟ ସର୍ଭେ ପରେ ୧ ଲକ୍ଷ ୪୪ ହଜାର ୬୮୪ ଜଣ ଚାଷୀ ସରକାରୀ…
ଭୁବନେଶ୍ଵର: ପ୍ରତିବର୍ଷ ଭଳି ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ତଥା ଜିଲ୍ଲା ପ୍ରତିଷ୍ଠା ଦିବସ – ୨୦୨୫ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ପ୍ରଦୀପ ବଳ ସାମନ୍ତ , ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ପ୍ରମୁଖ ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ଗୌତମ ବୁଦ୍ଧ ସଂସ୍କୃତି ଭବନ ଯାଜପୁରଠାରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି, କିଆନାଳୀ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା କାରାଗାରର ଅନ୍ତେବାସୀ, ଉତ୍କଳ ବାଳାଶ୍ରମର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ପ୍ୟାକେଟ ବଣ୍ଟନ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ।…
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ନେସନାଲ ମହାବିଦ୍ୟାଳୟ ପରିସର ମଧ୍ୟରେ ମାରାଗୁଡ଼ା ଲୋକ ମହୋତ୍ସବ ୨୦୨୫ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରକୁ ଜିଲ୍ଲା ସଂସ୍କୃତି ପରିଷଦ, ଜିଲ୍ଲା ପ୍ରଶାସନ ଏବଂ ସମବାୟ ବିଭାଗ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଆଜି ଆନ୍ତତର୍ଜାତିକ ସମବାୟ ବର୍ଷ ପାଳନ ହୋଇଅଛି। ରକ୍ତଦାନ ଶିବିର ରେ ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ କିଶୋର ପରିଡ଼ା ୯୫ ଥର ରକ୍ତଦାନ କରିଛନ୍ତି।
ନୂଆଦିଲ୍ଲୀ: ବିରାଟ କୋହଲି ଟିମ୍ ଇଣ୍ଡିଆ ସହିତ ବିଶ୍ଵ କ୍ରିକେଟର ଫିଟ୍ ଖେଳାଳିଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି। କୋହଲିଙ୍କୁ ବର୍ତ୍ତମାନ ପ୍ରାୟ 36 ବର୍ଷ ବୟସ। ସେ ଚାମ୍ପିଅନ୍ସ ଟ୍ରଫି, ODI ବିଶ୍ୱକପ ଏବଂ ଟି -20 ବିଶ୍ୱକପରେ ଭାରତ ପାଇଁ ଖେଳିଛନ୍ତି। ଭାରତର ଚାମ୍ପିଅନ୍ସ ଟ୍ରଫି 2025 ବିଜୟ ପରେ କୋହଲି ଏବଂ ରୋହିତ ଶର୍ମାଙ୍କ ଅବସର ନେଇ ଅନେକ ଚର୍ଚ୍ଚା ହୋଇଥିଲା। କୋହଲି ଏହି ପ୍ରସଙ୍ଗରେ ଉତ୍ତର ଦେଇଛନ୍ତି। ଏକ କାର୍ଯ୍ୟକ୍ରମ ସମୟରେ ବିରାଟ ଏକ ବଡ଼ ସୂଚନା ଦେଇଥିଲେ। ବର୍ତ୍ତମାନ ବିରାଟ ଆଇପିଏଲ୍ 2025 ରେ ବ୍ୟସ୍ତ ଅଛନ୍ତି, ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଛନ୍ତି। କୋହଲି ସିଜିନର ପ୍ରଥମ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ସମୟରେ କୋହଲି ଏକ ଇଭେଣ୍ଟରେ ଭାଗ ନେଇଥିଲେ। ବିରାଟଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ କୋହଲିଙ୍କୁ ପଚରାଯାଉଛି ଯେ, ଆପଣଙ୍କ…
ନୂଆଦିଲ୍ଲୀ: ଔଷଧ ଏବଂ ପ୍ରସାଧନ ସାମଗ୍ରୀ ଧାରା ୧୯୪୦ ଆଇନ ଅନୁଯାୟୀ, ଔଷଧ ନିରୀକ୍ଷକ ଗୁଣବତ୍ତା ଯାଞ୍ଚ ପାଇଁ ଔଷଧ ନମୁନା ସଂଗ୍ରହ କରନ୍ତି। ଏହା ସହିତ, କେନ୍ଦ୍ରୀୟ ଔଷଧ ପରୀକ୍ଷଣ କେନ୍ଦ୍ର ଦ୍ୱାରା ମାନକ ଗୁଣବତ୍ତାହୀନ / ନକଲି / ଭୁଲ ବ୍ରାଣ୍ଡେଡ୍ / ମିଥ୍ୟା ଘୋଷିତ ବିଭିନ୍ନ କମ୍ପାନୀର ଔଷଧର ତାଲିକା ନିୟମିତ ଭାବରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ର ୱେବସାଇଟରେ ଔଷଧ ସତର୍କତା (www.cdsco.gov.in) ଶୀର୍ଷକରେ ଅପଲୋଡ୍ କରାଯାଏ। CDSCOର ଔଷଧ ପରୀକ୍ଷଣ କେନ୍ଦ୍ର ଗୁଡ଼ିକୁ ସମନ୍ୱିତ କରିବା ପାଇଁ ସେପ୍ଟେମ୍ବର ୨୦୨୩ ଠାରୁ ଏକ ଅନଲାଇନ୍ ପୋର୍ଟାଲ୍, ସୁଗମ ପ୍ରୟୋଗଶାଳା ସ୍ଥାପନ କରାଯାଇଛି। ଏହା ଗୁଣବତ୍ତା ନିର୍ଦ୍ଦିଷ୍ଟକରଣ ପୂରଣ କରିବା ଏବଂ ପ୍ରୟୋଗଶାଳାରେ ପରୀକ୍ଷା ସ୍ଥିତି ଜାଣିବା ପାଇଁ ଚିକିତ୍ସା ଉତ୍ପାଦ (ଔଷଧ, ଟୀକା, ପ୍ରସାଧନ ସାମଗ୍ରୀ ଏବଂ ଚିକିତ୍ସା ଉପକରଣ) ର ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟପ୍ରଣାଳୀକୁ ସ୍ୱୟଂଚାଳିତ କରିଥାଏ।
ନୂଆଦିଲ୍ଲୀ: ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ମେ ୧ରୁ ୪, ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୱାର୍ଲ୍ଡ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ)ର ଏକ ଅଂଶ ଭାବରେ ଆରମ୍ଭ ହୋଇଥିବା କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ (ସିଆଇସି) ସିଜନ-୧ ପ୍ରାୟ ୧,୧୦୦ ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀଙ୍କ ସମେତ ୮୫,୦୦୦ ପଞ୍ଜୀକରଣ ଅତିକ୍ରମ କରି ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି । ୩୨ଟି ଭିନ୍ନ ଭିନ୍ନ ଚ୍ୟାଲେଞ୍ଜର ଚୟନ ପ୍ରକ୍ରିୟା ମାଧ୍ୟମରେ ବଛା ହୋଇଥିବା ୭୫୦ରୁ ଅଧିକ ଫାଇନାଲିଷ୍ଟମାନେ ସେମାନଙ୍କର ବ୍ୟକ୍ତିଗତ ଚ୍ୟାଲେଞ୍ଜ, ସେମାନଙ୍କ ପ୍ରତିଭା ଏବଂ ଦକ୍ଷତାର ଫଳାଫଳ ଏବଂ ଉତ୍ପାଦନ ପ୍ରଦର୍ଶନ କରିବା ସହିତ ପିଚିଂ ଅଧିବେଶନ ଏବଂ ମାଷ୍ଟରକ୍ଲାସ, ପ୍ୟାନେଲ ଆଲୋଚନା, ସମ୍ମିଳନୀ ଇତ୍ୟାଦି ମାଧ୍ୟମରେ ବିଶ୍ୱସ୍ତରୀୟ ଜାଏଣ୍ଟମାନଙ୍କଠାରୁ ଶିଖିବା ସମେତ ନିଜ ନିଜ କ୍ଷେତ୍ରର ବ୍ୟବସାୟୀ ନେତାମାନଙ୍କ ସହିତ ନେଟୱାର୍କିଂ ସୁଯୋଗ ପ୍ରଦର୍ଶନ କରିବାର ଅନନ୍ୟ ସୁଯୋଗ ପାଇବେ। ମୁମ୍ବାଇରେ ଆୟୋଜିତ ଏକ…
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଚିଲି ଗଣତନ୍ତ୍ରର ରାଷ୍ଟ୍ରପତି ଗାବ୍ରିଏଲ ବୋରିକ ଫଣ୍ଟ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୬ ବର୍ଷ ପୂରଣ ଅବସରରେ ୨୦୨୫ ମସିହା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ବୋରିକଙ୍କ ସହ ବୈଦେଶିକ ବ୍ୟାପାର, କୃଷି, ଖଣି, ମହିଳା ଏବଂ ଲିଙ୍ଗଗତ ସମାନତା ଏବଂ ସଂସ୍କୃତି, କଳା ଏବଂ ଐତିହ୍ୟ ମନ୍ତ୍ରୀ, ସଂସଦ ସଦସ୍ୟ, ବରିଷ୍ଠ ଅଧିକାରୀ ଏବଂ ବହୁ ସଂଖ୍ୟକ ବ୍ୟବସାୟିକ ମୁଖ୍ୟ ଅଛନ୍ତି। ନୂଆଦିଲ୍ଲୀ ବ୍ୟତୀତ ରାଷ୍ଟ୍ରପତି ବୋରିକ୍ ଆଗ୍ରା, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଗସ୍ତ କରିବେ। ରାଷ୍ଟ୍ରପତି ବୋରିକଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ନଭେମ୍ବର ୨୦୨୪ ରେ ରିଓ ଡି ଜେନେରିଓରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଉଭୟ ରାଷ୍ଟ୍ରପତି ବୋରିକ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ। ପାଲମ ବାୟୁସେନା ଘାଟୀରେ…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୱକଫ ବୋର୍ଡର କାର୍ଯ୍ୟକୁ ବ୍ୟବସ୍ଥିତ କରିବା ସହିତ ୱକଫ ସମ୍ପତ୍ତିର ଦକ୍ଷ ସୁପାରିଚାଳନା ପାଇଁ ୱକଫ ସଂଶୋଧନ ବିଲ୍ ୨୦୨୪ ଏବଂ ମୁସଲମାନ ୱକଫ୍ (ପ୍ରତ୍ୟାହାର) ବିଲ୍ ୨୦୨୪ ଆଗତ କରିଛନ୍ତି। ଏହି ବିଲ୍ ୮ ଅଗଷ୍ଟ ୨୦୨୪ରେ ଲୋକସଭାରେ ଆଗତ କରାଯାଇଥିଲା। ପରେ ବିଲ୍ ଉପରେ ଅଧିକ ଆଲୋଚନା ପାଇଁ ଏହାକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଥିଲା। ୱକଫ (ସଂଶୋଧନ) ବିଲ୍, ୨୦୨୪ର ଉଦ୍ଦେଶ୍ୟ ହେଉଛି ୱକଫ ସମ୍ପତ୍ତି ନିୟନ୍ତ୍ରଣ ଏବଂ ପରିଚାଳନା ସମ୍ବନ୍ଧୀୟ ସମସ୍ୟା ଓ ଆହ୍ୱାନର ସମାଧାନ ପାଇଁ ୱକଫ ଅଧିନିୟମ, ୧୯୯୫ ରେ ସଂଶୋଧନ କରିବା। ଏହି ସଂଶୋଧନ ବିଲ୍ ଭାରତରେ ୱକଫ୍ ସମ୍ପତ୍ତିର ପ୍ରଶାସନ ଏବଂ ପରିଚାଳନାରେ ଉନ୍ନତି ଆଣିବାକୁ ଚାହୁଁଛି। ବିଲର ଲକ୍ଷ୍ୟ ହେଉଛି, ପୂର୍ବ ଆଇନର ତ୍ରୁଟିଗୁଡ଼ିକୁ ଦୂର କରିବା ଏବଂ ଆଇନର ସଂଜ୍ଞା ପରିବର୍ତ୍ତନ କରିବା ଭଳି ପରିବର୍ତ୍ତନ କାର୍ଯ୍ୟକାରୀ କରି ୱକଫ ବୋର୍ଡଗୁଡ଼ିକର ଦକ୍ଷତା…
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ୨୧ତମ ଡିପି କୋହଲି ସ୍ମାରକୀ ବକ୍ତୃତାକୁ ସମ୍ବୋଧିତ କରିଥିଲେ। ‘ବିକଶିତ ଭାରତ @ ୨୦୪୭ – ସିବିଆଇ ପାଇଁ ଏକ ରୋଡମ୍ୟାପ୍’ ଶୀର୍ଷକ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି କେନ୍ଦ୍ରମନ୍ତ୍ରୀ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଭାରତର ପ୍ରଗତିରେ ଏଜେନ୍ସିର ଭୂମିକା ପାଇଁ ଏକ ରଣନୈତିକ ଦୃଷ୍ଟିକୋଣ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସେବା ପାଇଁ ସିବିଆଇ ଅଧିକାରୀମାନଙ୍କୁ ରାଷ୍ଟ୍ରପତି ପୋଲିସ ପଦକ (ପିପିଏମ୍) ଏବଂ ପ୍ରଶଂସନୀୟ ସେବା ପାଇଁ ପୋଲିସ ପଦକ (ପିଏମ) ପ୍ରଦାନ କରାଯାଇଥିଲା। ଅଶ୍ୱିନୀ ବୈଷ୍ଣବ ତାଙ୍କ ଅଭିଭାଷଣରେ ଗଭୀର ଏବଂ ପେସାଦାର ତଦନ୍ତ ମାଧ୍ୟମରେ ସତ୍ୟକୁ ସାମ୍ନାକୁ ଆଣିବା ଏବଂ ପ୍ରଭାବଶାଳୀ ଅଭିଯାନ ମାଧ୍ୟମରେ ଅପରାଧୀମାନଙ୍କୁ ନ୍ୟାୟ…
ପୁରୀ: ଆଜି ଚୈତ୍ର ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ନ ୫ଘଟିକା ଠାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ଏହି ଗୁପ୍ତନୀତି ସମ୍ପାଦନ କରାଯିବ। ଏନେଇ ପ୍ରାୟ ୫ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଅଛି।
ଭୁବନେଶ୍ଵର: ପୂର୍ବତଟ ରେଳବାଇର ୱାଲଟିୟର ରେଳ ମଣ୍ଡଳ ପାରଳାଖେମୁଣ୍ଡି ଲାଇଟ୍ ରେଳବାଇର 125ତମ ବାର୍ଷିକୀ ପାଳନ କରି ଏକ ସ୍ମାରକୀ ସମାରୋହ ଆୟୋଜନ କରିଥିଲା। ଏହି ମହାନ ଉତ୍ସବ ଐତିହାସିକ ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ସ୍କୁଲ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରବନ୍ଧ ଲେଖା, ଚିତ୍ରାଙ୍କନ ଏବଂ ଚିତ୍ରକଳା ଏବଂ ବୀରାସତ୍ ସେ ବିକାଶ ତକ୍ (ଐତିହ୍ୟରୁ ବିକାଶ ପର୍ଯ୍ୟନ୍ତ) ବିଷୟବସ୍ତୁ ଉପରେ ବକ୍ତୃତା ଅନ୍ତର୍ଭୁକ୍ତ ଥିଲା। ଏହି କାର୍ଯ୍ୟକ୍ରମରେ ରେଳବାଇର ବରିଷ୍ଠ ଅଧିକାରୀ, ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ, ଛାତ୍ରଛାତ୍ରୀ, ପାରଳାଖେମୁଣ୍ଡିର ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ମାତ୍ର 40 କିଲୋମିଟର ଦୂର ନୌପଡ଼ା ସହିତ ପାରଳାଖେମୁଣ୍ଡିକୁ ସଂଯୋଗ କରିବା ପାଇଁ ପ୍ରଥମେ ପାରଳାଖେମୁଣ୍ଡିର ରାଜା ମହାରାଜା ଗୌର ଚନ୍ଦ୍ର ଗଜପତି ନାରାୟଣ ଦେଓ ଦ୍ୱିତୀୟ ପ୍ରସ୍ତାବ ଦେଇଥିଲେ। 1898 ମସିହାରେ ସରକାରଙ୍କ ଅନୁମୋଦନ ସହିତ, ଏହି…
ନୂଆଦିଲ୍ଲୀ: କେନ୍ଦ୍ର ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ଦିବସ ସମାରୋହକୁ ସମ୍ବୋଧିତ କରିଛନ୍ତି। ସମସ୍ତଙ୍କୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶା ବିକାଶର ଗତି ତ୍ୱରାନ୍ୱିତ ହୋଇଛି। ଡବଲ ଇଞ୍ଜିନ ସରକାର ଆସିବା ପରେ ରାଜ୍ୟର ପ୍ରଗତି ଆହୁରି ଗତିଶୀଳ ହେଉଛି। ରାଜ୍ୟକୁ ମିଳୁଥିବା ରେଳ ଅନୁଦାନ ଚାରି ଗୁଣ ବୃଦ୍ଧି ପାଇଛି। ବିଗତ ତିନି ବର୍ଷ ଧରି ମୋଦୀ ସରକାର ଓଡ଼ିଶାକୁ ୧୦ ହଜାର କୋଟିରୁ ଅଧିକ ଟଙ୍କା ଲେଖାଏଁ ରେଳ ଅନୁଦାନ ଯୋଗାଇ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବିକାଶଧାରାକୁ ତ୍ୱରାନ୍ୱିତ କରିବା ଲାଗି ପ୍ରାଥମିକତା ଦେଉଛନ୍ତି। ପୂର୍ବରୁ…
ମେଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ଏବଂ ଚାକିରିରେ ଅଭିବୃଦ୍ଧି ହେଉଛି । କାର୍ଯ୍ୟରେ ସଫଳତା ଲାଭଜନକ ପରିସ୍ଥିତି ସୃଷ୍ଟି କରିବ ଏବଂ ଆର୍ଥିକ ସ୍ଥିତିକୁ ମଜବୁତ କରିବ । ସାମାଜିକ ଏବଂ ସାର୍ବଜନୀନ କ୍ଷେତ୍ରରେ ପ୍ରଶଂସାପତ୍ର ପ୍ରସ୍ତୁତ କରାଯିବ । ପାରିବାରିକ ଜୀବନରେ ସୁଖ ଏବଂ ସନ୍ତୁଷ୍ଟ ଅନୁଭବ କରିବେ । ଆପଣ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ବୌଦ୍ଧିକ ଆଲୋଚନାରେ ଭାଗ ନେବେ, କିନ୍ତୁ ଆପଣଙ୍କ ବକ୍ତବ୍ୟରେ ସଂଯମତା ବଜାୟ ରଖିବା ଆବଶ୍ୟକ । ଆଦର୍ଶଗତ ଭାବରେ, ଏହା ଚାର୍ଜ ହୋଇପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବୃଷ: – ଆଜି ଶୁଭ ଦିନ ହେବ । ବ୍ୟବସାୟ ଭଲ କରିବ ଏବଂ ଆର୍ଥିକ ଲାଭର ସମ୍ଭାବନା ରହିବ । ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ ହେବ । ପରିବାରର ପରିବେଶ ଭଲ ରହିବ ଏବଂ…
ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ଆଠ ଘଟିକାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ସାମୂହିକ ଭାବେ ଗାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ ଉତ୍କଳର ବରେଣ୍ୟ ବ୍ୟକ୍ତିତ୍ୱଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସେହି ବ୍ୟକ୍ତିତ୍ୱଧାରୀଙ୍କ ରୂପରେ ତୃତୀୟରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବେଶ ଧାରଣକରି ମଞ୍ଚର ଶୋଭାକୁ ପରିବର୍ଦ୍ଧିତ କରିଥିଲେ। ଅଷ୍ଟମ ଶ୍ରେଣୀର ଛାତ୍ର ସାଇ ସୁବିଦିତ ସାହୁ ସ୍ୱରଚିତ କବିତା ‘ଓଡ଼ିଶା’ ଆବୃତ୍ତି କରିଥିଲେ ଏବଂ ଛାତ୍ରୀ ଆକାଂକ୍ଷା ସାମଲ ଉତ୍କଳ ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ତୃତୀୟରୁ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ନୃତ୍ୟଗୁରୁ ଜଗତଜିତ୍ ଦାସଙ୍କ ନିର୍ଦ୍ଦେଶିତ ଅର୍ଦ୍ଧଶାସ୍ତ୍ରୀୟ ନୃତ୍ୟ ‘ମୋ ଓଡ଼ି଼ଶା’ କୁ ସୁନ୍ଦର ଭାବରେ ପରିବେଷଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର…
ବାଲୁଗାଁ: ଦିନକୁଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବା ବେଳେ ଜନସାଧାରଣ ତଥା ପଥଚାରୀଙ୍କୁ ସାମାନ୍ୟ ତୃଷ୍ଣା ମେଣ୍ଟେଇବା ପାଇଁ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି। ଏନଏସି ଅନ୍ତର୍ଗତ ସୋମନାଥ ବସ ଷ୍ଟାଣ୍ଡ, ଚିଲିକା କୁଳ ଜେଟି, ମାଛ ମାର୍କେଟ, ଉମାମହେଶ୍ୱର ମନ୍ଦିର ନିକଟ, ବାଣପୁର ରୋଡ଼, କଲ୍ୟାଣମଣ୍ଡପ ନିକଟରେ ସର୍ବସାଧାରଣ ତଥା ପଥଚାରୀଙ୍କ ନିମିତ୍ତ ଜଳଛତ୍ର ମାନ ଖୋଲାଯାଇଥିବା ବେଳେ ପଶୁପକ୍ଷୀଙ୍କ ନିମିତ୍ତ ସୋମନାଥ ବସ ଷ୍ଟାଣ୍ଡ, ଅଡିଟୋରୀୟମ ହଲ, ଚିଲିକା କୁଳ, ଉମାମହେଶ୍ୱର ମନ୍ଦିର ନିକଟ, ରାମପୁର ଛକ ଆଦି ସ୍ଥାନରେ ୭ ଗୋଟି ପାନୀୟଜଳ ଷ୍ଟାଣ୍ଡ କରାଯାଇଛି। ଉକ୍ତ ଜଳଛତ୍ର କେନ୍ଦ୍ର ଗୁଡିକୁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଉଦଘାଟନ କରିଥିବା ବେଳେ ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଆଇନ ମନ୍ତ୍ରୀଙ୍କ ପ୍ରତିନିଧି ସ୍ୱପ୍ନା ବଡ଼ଜେନା, ସମସ୍ତ କାଉନସିଲର, ଏନଏସି ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ ପାଇକରାୟ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆଜି ଓଡ଼ିଶା ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ପ୍ରାତଃ ଘ ୪.୩୦ ମି. ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧକ ସଙ୍ଗୀତର ରେକର୍ଡିଂ ବଜାଯାଇ ସହର ପରିକ୍ରମା କରାଯାଇଥିଲା। ପ୍ରାତଃ ଘ ୭.୦୦ ମି. ରେ ଜିଲ୍ଲାର ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ/କାର୍ଯ୍ୟ ନିର୍ବାହୀ ଅଧିକାରୀ, ଖୋରଧାଙ୍କ ଦ୍ବାରା ପୁଷ୍ପମାଲ୍ୟ ମାଲ୍ୟାର୍ପଣ କରାଯାଇଥିଲା। ସନ୍ଧ୍ୟା ଘ. ୬.୩୦ ମି. ରେ ଜୟୀ ରାଜଗୁରୁ ଟାଉନ ହଲ ଠାରେ ସାଧାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ, ଫଟୋ ପ୍ରଦର୍ଶନୀ ସହିତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମହୋଦୟା ଏବଂ ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ…
କଟକ: ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ସମାଜର ଦୁର୍ବଳ ଶ୍ରେଣୀ, ଅବହେଳିତ, ନିଷ୍ପେସିତ, ମହିଳା ଓ ଶିଶୁଙ୍କୁ ଉପଯୁକ୍ତ ପୋଲିସ ସେବା ଯୋଗାଇ ଦେବା ଆମ ସମସ୍ତଙ୍କ ପ୍ରାଥମିକ କର୍ତ୍ତବ୍ୟ। ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ କରିବାରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡିଶା ପୋଲିସର ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ଆଜି ପୂର୍ବାହ୍ନରେ ରିଜର୍ଭ ପୋଲିସ ପଡିଆ, ବକ୍ସିବଜାର, କଟକ ଠାରେ ଓଡିଶା ପୋଲିସର ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ଡିଜିପି ଶ୍ରୀ ଖୁରାନିଆ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ପୋଲିସ ସେବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ। ମୁଖ୍ୟ ଅତିଥି…
ନୂଆଦିଲ୍ଲୀ: ଦେଶବ୍ୟାପୀ ଯୁବ ବନ୍ଧୁମାନଙ୍କୁ ଗ୍ରୀଷ୍ମ ଛୁଟି ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସେମାନଙ୍କୁ ଏହି ସମୟକୁ ଉପଭୋଗ, ଶିକ୍ଷା ଏବଂ ବ୍ୟକ୍ତିଗତ ବିକାଶ ପାଇଁ ଉପଯୋଗ କରିବାକୁ ଉତ୍ସାହିତ କରିଛନ୍ତି। ଲୋକସଭା ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ସେ ଲେଖିଛନ୍ତି: “ମୁଁ ମୋର ସମସ୍ତ ଯୁବ ବନ୍ଧୁମାନଙ୍କ ପାଇଁ ଏକ ସୁନ୍ଦର ଅଭିଜ୍ଞତା ଏବଂ ଆନନ୍ଦମୟ ଛୁଟି କାମନା କରୁଛି। ଯେମିତିକି ଗତ ରବିବାର ଦିନ ‘ମନ୍ କି ବାତ୍’ରେ ମୁଁ କହିଥିଲି, ଗ୍ରୀଷ୍ମ ଛୁଟି ଉପଭୋଗ କରିବା, ଶିଖିବା ଏବଂ ବ୍ୟକ୍ତିଗତ ବିକାଶ ପାଇଁ ଏକ ମହାନ ସୁଯୋଗ ପ୍ରଧାନ କରେ। ଏହି ସମୟରେ ଏପରି ପ୍ରୟାସ ଖୁବ୍ ଭଲ।”

