ମାଲକାନଗିରି: ଦେଶବ୍ୟାପୀ ୪,୧୨୩ ଜଣ ନିର୍ବାଚନ ରେଜିଷ୍ଟ୍ରେସନ ଅଧିକାରୀ ସେମାନଙ୍କ ନିଜ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଯେକୌଣସି ବିଚାରାଧୀନ ପୋଲିଂ ବୁଥ୍ ସ୍ତରୀୟ ସମସ୍ୟାର ସମାଧାନ ପାଇଁ ସର୍ବଦଳୀୟ ବୈଠକ କରୁଛନ୍ତି। ସେହିପରି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସ୍ତରରେ ସମସ୍ତ ୨୮ ରାଜ୍ୟ ଏବଂ ୮ କେନ୍ଦ୍ରଶାସିତ ପ୍ରଦେଶର ସମସ୍ତ ୭୮୮ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ୩୬ ଜଣ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜନପ୍ରତିନିଧି ଆଇନ ୧୯୫୦ ଏବଂ ୧୯୫୧, ନିର୍ବାଚନ ପଞ୍ଜୀକରଣ ନିୟମ ୧୯୬୦, ନିର୍ବାଚନ ଆଚରଣ ନିୟମ ୧୯୬୧ ଏବଂ ସମୟ ସମୟରେ ଭାରତୀୟ ନିର୍ବାଚନ କମିଶନ ଦ୍ୱାରା ଜାରି ନିର୍ବାଚନ ପୁସ୍ତିକା, ମାର୍ଗଦର୍ଶିକା ଏବଂ ନିର୍ଦ୍ଦେଶାବଳୀର ଆଇନଗତ ଢାଞ୍ଚା ମଧ୍ୟରେ ଯଥାକ୍ରମେ ଜିଲ୍ଲା ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସ୍ତରରେ ଯେକୌଣସି ପଡ଼ି ରହିଥିବା ସମସ୍ୟାର ସମାଧାନ ପାଇଁ ଏପରି ବୈଠକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକଗୁଡ଼ିକ ଜାତୀୟ/ରାଜ୍ୟ ସ୍ତରୀୟ ରାଜନୈତିକ ଦଳଗୁଡ଼ିକର ସକ୍ରିୟ…
Author: SM Network
ଛତ୍ରପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ପରିଚାଳନା କିପରି ଚାଲିଛି ଏବଂ ସରକାରଙ୍କ ସଂଯୋଜନାରୁ ଜନ ସାଧାରଣ କିଭଳି ଉପକୃତ ହେଉଛନ୍ତି ସେହି ସମ୍ପର୍କରେ ଗଞ୍ଜାମ ଜିଲ୍ଲା ସଚିବ ଭାବେ ନିଯୁକ୍ତ ହୋଇଥିବା ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର ରବିବାର ଦିନ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜନ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ଦେଖିଥିଲେ। ଜିଲ୍ଲାର ଖଲ୍ଲିକୋଟ ବ୍ଲକ୍ ସ୍ଥିତ ଲଙ୍ଗେଳେଶ୍ବର ଗ୍ରାମ ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମଣିନାଗେଶ୍ବର ସିଲେଇ କେନ୍ଦ୍ର ପରିଦର୍ଶନ କରି ସେମାନଙ୍କର ସଭାପତି, ସଂପାଦକ ଓ ସଭ୍ୟ ମାନଙ୍କ ସହିତ ଆଲୋଚନା କରି ଚଳିତ ବର୍ଷ ୨୫ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ହେତୁ ଖୁସି ପ୍ରକାଶ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ସେମାନେ କିଭଳି ଆହୁରି ଅଧିକ ବ୍ୟବସାୟ…
ନୂଆଦିଲ୍ଲୀ: ପ୍ରତିବର୍ଷ ରାମ ନବମୀ ପର୍ବ ଚୈତ୍ର ମାସର ଶୁକ୍ଲା ପକ୍ଷର ନବମ ତିଥିରେ ପାଳନ କରାଯାଏ। ବିଶ୍ଵାସ କରାଯାଏ ଯେ, ଭଗବାନ ରାମ ଅଶୁରମାନଙ୍କୁ ବଧ କରିବା ଏବଂ ଜଗତକୁ ନକାରାତ୍ମକ ଶକ୍ତିରୁ ମୁକ୍ତ କରିବା ପାଇଁ ଜନ୍ମ ହୋଇଥିଲେ। ପ୍ରଭୁ ବିଷ୍ଣୁ ରାଜା ଦଶରଥଙ୍କ ପତ୍ନୀ କୌଶଲ୍ୟାଙ୍କ ଗର୍ଭରୁ ଶ୍ରୀ ରାମ ରୂପରେ ସପ୍ତମ ଅବତାର ଗ୍ରହଣ କରିଥିଲେ। ହିନ୍ଦୁ ଧର୍ମ ଅନୁସରଣ କରୁଥିବା ପ୍ରତ୍ୟେକ ଘରେ ରାମଲାଲାଙ୍କ ଜନ୍ମଦିନ ରାମ ନବମୀଙ୍କୁ ବହୁତ ଉତ୍ସାହର ସହ ପାଳନ କରାଯାଏ। ୨୦୨୫ ରେ ରାମ ନବମୀ କେବେ, ରାମଲାଲାଙ୍କ ପୂଜା ସମୟ ମଧ୍ୟ ଜାଣନ୍ତୁ….. ରାମ ନବମୀ କେବେ?: କ୍ୟାଲେଣ୍ଡର ଅନୁଯାୟୀ, ରାମ ନବମୀ ଚଳିତ ବର୍ଷ ୬ ଏପ୍ରିଲ ୨୦୨୫ ରେ ପାଳନ କରାଯିବ। ଏହି ଦିନ ମଧ୍ୟ ଚୈତ୍ରନବରାତ୍ରୀର ଶେଷ ଦିନ ହେବ। ବିଶ୍ୱାସ କରାଯାଏ ଯେ, ଶ୍ରୀ ରାମଙ୍କ ନାମ ଜପ କଲେ ଏବଂ…
ଭୁବନେଶ୍ୱର: ସାରା ରାଜ୍ୟରେ ଉପଲବ୍ଧ ନିର୍ଭରଯୋଗ୍ୟ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା, ଜିଓ ଫାଇବର ଏବଂ ଜିଓ ଏୟାରଫାଇବରର ଅସୀମ ଲୋକପ୍ରିୟତା ବଳରେ ରିଲାଏନ୍ସ ଜିଓ ଓଡ଼ିଶାରେ ହୋମ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଓଡ଼ିଶାରେ ୪ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକ ହାସଲ କରି ଜିଓ ୱାୟାରଲାଇନ୍ ବା ଘରୋଇ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ରାଜ୍ୟରେ ନିଜର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ୨୦୨୪ ଡିସେମ୍ବର ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ୧୬୬୦୦ ରୁ ଅଧିକ ନୂତନ ଜିଓ ଫାଇବର ଓ ଏୟାରଫାଇବର ଗ୍ରାହକ ଯୋଡିଛି। ଏହା ସହିତ, ଜିଓ ଓଡ଼ିଶାରେ ୱାୟାରଲାଇନ୍ କ୍ଷେତ୍ରରେ ସର୍ବାଧିକ ୬୫ ପ୍ରତିଶତ ଗ୍ରାହକ ବଜାର ଅଂଶ ହାସଲକରିଛି। ଜିଓ ରାଜ୍ୟରେ ଏକମାତ୍ର ସେବା ପ୍ରଦାନକାରୀ ହୋଇଛି ଯାହାର ୱାୟାରଲାଇନ୍ ଗ୍ରାହକ ସଂଖ୍ୟା ୪…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ରବିବାର ମାଈ ବାଛୁରୀଙ୍କୁ ରିହାତି ଦରରେ ବାଛୁରୀ ଦାନା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ଉପଲକ୍ଷେ କଟକ ଜିଲ୍ଲା କନ୍ତାପଡା ବ୍ଲକ ଅନ୍ତର୍ଗତ ଶ୍ରୀମା ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସମିତି, ଛେଣ୍ଡ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିର କଟକ ମିଲ୍କ ୟୁନିୟନର ସଭାପତି ତଥା ଓମ୍ଫେଡର ବୈଷୟିକ ପରାମର୍ଶଦାତା ଡକ୍ଟର ଦିଗମ୍ବର ନାୟକଙ୍କ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଏଲ୍ଆରଡିଏସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଆତ୍ମାର ନିର୍ଦେଶକ, କଣ୍ଟାପଡା ବ୍ଲକ ବିଡିଓ, କଟକ ଦୁଗ୍ଧ ସଂଘର ଅଧିକାରୀ, କଣ୍ଟାପଡା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ଡିସିଏସ୍ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ। ଏଥିରେ କଣ୍ଟାପଡା ବ୍ଲକ ଅନ୍ତର୍ଗତ ଶ୍ରୀମା ଆଂଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଅଧିନରେ ଆସୁଥିବା ବିଭିନ୍ନ ଗାଁରୁ ବହୁ ଚାଷୀ ସାମିଲ ହୋଇଥିଲେ। ଯେଉଁମାନେ କୃତ୍ରିମ ଉପାୟରେ ମାଈ…
ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ସ୍ଥାନରେ ଦ୍ୱିତୀୟ ଇନିଂସରେ ଇମ୍ପାକ୍ଟ ପ୍ଲେୟାର ଭାବେ ଆସିଥିବା ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ବିଗ୍ନେଶ ପୁଥୁରଙ୍କୁ ଆଇପିଏଲରେ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ସେ ଏହି ସୁଯୋଗର ଉପଯୋଗ କରି ନିଜର ଆଇପିଏଲ୍ ଡେବ୍ୟୁକୁ ସ୍ମରଣୀୟ କରିପାରିଛନ୍ତି। ସିଏସକେ ଅଧିନାୟକ ରୁତୁରାଜ ଗାଇକ୍ଵାଡଙ୍କ ରୂପରେ ବିଗ୍ନେଶ ପ୍ରଥମ ଆଇପିଏଲ୍ ୱିକେଟ୍ ନେଇଥିଲେ। ଏହା ପରେ ସେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଶିବମ୍ ଦୁବେ (9) ଙ୍କୁ ତାଙ୍କ ଶିକାର କରିଥିଲେ। ସେ 4 ଓଭରରେ 32 ରନ୍ ଦେଇ ମୋଟ 3 ୱିକେଟ୍ ନେଇଥିଲେ। ରାହୁଲ ତ୍ରିପାଠୀଙ୍କ ୱିକେଟ୍ ପରେ ରୁତୁରାଜ ଗାଇକ୍ଵାଡ ଏବଂ ରଚିନ୍ 67 ରନର ଭାଗିଦାରୀ କରି CSK କୁ ଏକ ମଜବୁତ ସ୍ଥିତିରେ ରଖିଥିଲେ। ତା’ପରେ ଡେବ୍ୟୁ ମ୍ୟାଚ୍ ଖେଳୁଥିବା ବିଗ୍ନେଶ ପୁଥୁର 2 ୱିକେଟ୍ ନେଇ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟର ଆଶା ବଢାଇଇଥିଲେ। ସେ ଅଷ୍ଟମ ଓଭରର ପଞ୍ଚମ ବଲରେ…
ମେଷ: – ଆଜି ଲାଭ ସହିତ ବ୍ୟବସାୟ ପ୍ରତିଦ୍ୱନ୍ଦ୍ୱୀମାନେ ଶାନ୍ତ ରହିବେ। ମନ ଖୁସି ହେବ । ପିଲାମାନଙ୍କର ବିବାହ ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ। ତୁମର ଦାୟିତ୍ବ ବଢିବ। ଘରର ସୁଖ ପାଇବ। ଏଥି ସହିତ, ଅଳସୁଆ ଯୋଗୁଁ କାର୍ଯ୍ୟ ଅଧିକ ବିଳମ୍ବ କରିବ। ବୃଷ: – ଆପଣଙ୍କ କଥାବାର୍ତ୍ତା ଦ୍ୱାରା ଲୋକଙ୍କ ହୃଦୟ ଜିତିବ। ପିଲାମାନଙ୍କ ପାଇଁ ସମୟ ଅନୁକୂଳ ଅଟେ। ଲାଭ ସୁଯୋଗ ଆସିବ। ସାମାଜିକ କାର୍ଯ୍ୟ ସଫଳ ହେବେ। ଆପଣ ପରିବାର ସହିତ ଏକ ପାର୍ଟୀ-ପିକନିକ୍ ଉପଭୋଗ କରିବେ। ମିଥୁନ: – ଆଜି ପ୍ରେମ ସମ୍ବନ୍ଧରେ ଏକ ଅନୁକୂଳ ଦିନ ହେବ। ଆଜିର ଯାତ୍ରା ବିନିଯୋଗ ସଫଳ ହେବ। ଟଙ୍କା ପାଇବା ସହଜ ହେବ, ରିସ୍କ ନିଅ ନାହିଁ। ବ୍ୟବସାୟକୁ ବିସ୍ତାର କରିବା ପାଇଁ ପାଣ୍ଠି ସଂଗ୍ରହ କରିବ। କର୍କଟ : – ଆପଣ ଚାହିଁଲେ ବି ଅପଚୟ ବ୍ୟୟ ବୃଦ୍ଧି ପାଇବ। ସାମାନ୍ୟ…
ରେଢ଼ାଖୋଲ (କନ୍ଦର୍ପ ବେହେରା): ମହିମା ଧର୍ମ ଜାତିଗତ ଭେଦଭାବ ଓ ସାମାଜିକ ଅସମାନତାର ବିରୋଧୀ। ଏହା ସମସ୍ତ ମନୁଷ୍ୟଙ୍କୁ ସମାନ ମନେ କରେ ଏବଂ ସମାଜରେ ସମତା ପ୍ରତିଷ୍ଠା କରିବାକୁ ଚେଷ୍ଟା କରେ ବୋଲି ସନ୍ଥକବି ଭୀମଭୋଇ ଏକାଡେମୀ ପକ୍ଷରୁ ‘ମହିମା ଗୋସେଇଁ ଓ ଭୀମ ଭୋଇ’ ସମ୍ପର୍କିତ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି। ଆଜି ରେଢ଼ାଖୋଲ ଜିସି ହାଇସ୍କୁଲରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଦେବରଞ୍ଜନଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ବୃତ୍ତଚିତ୍ର ‘ଅରୂପ ରୂପ’ ପ୍ରଦର୍ଶିତ ହୋଇଥିଲା। ମହିମା ଧର୍ମର ଦୁଇ ଅଗ୍ରଦୂତଙ୍କ ଆଧ୍ୟାତ୍ମିକ ଓ ପରିବର୍ତ୍ତନକାମୀ ଯାତ୍ରାର ଗତିପଥକୁ ତୋଳିଧରିବା ସହ ଆନ୍ଦୋଳନରେ ଦେଖା ଦେଇଥିବା ପରିବର୍ତ୍ତନକୁ ଏହି ବୃତ୍ତଚିତ୍ରରେ ସୁନ୍ଦର ଭାବେ ଦର୍ଶାଯାଇଛି। ସନ୍ଥକବି ଭୀମଭୋଇ ଏକାଡେମୀର ଅଧ୍ୟକ୍ଷ ମୁରଲୀଧର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମଅବଧୂତ ବାବା ଆନନ୍ଦ ଚନ୍ଦ୍ର ଦାସ, ଦେବରଞ୍ଜନ, ସନ୍ତୋଷ ରଥ, ବିଜୟ ମହାନ୍ତି, ମମତା ପାତ୍ର, ମହାବୀର ସିଂଦେଓ,…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭଞ୍ଜନଗର ଅତିରିକ୍ତ ଜିଲ୍ଳା ଜଜ୍ ଦେବଦତ୍ତ ପଟ୍ଟନାୟକ ପତ୍ନୀ ହତ୍ୟାକାରୀ ରାଜୁ ମୁଳି ନାମକ ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଆଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଆଉ ଏକ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ସୁଚନା ଅନୁଯାୟୀ, ଭଞ୍ଜନଗର ଥାନା ଅର୍ନ୍ତଗତ ଆଖୁପଦର ଗ୍ରାମର ରାଜୁ ମୁଳି ଦେବଭୁମି ଗ୍ରାମର ଗୀତାଞ୍ଜଳି ଗତ ୧୮ ବର୍ଷ ପୁର୍ବେ ବୈଦିକ ରୀତିରେ ବାହା ହେଇଥିଲା ଓ ଉଭୟଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ଜନ୍ମ ହୋଇଥିଲା। କିନ୍ତୁ ଝିଅର ମୃତ୍ୟୁ ହୋଇଥିବାବେଳେ ବେଳେ ପୁଅ ବାହାର ରାଜ୍ୟକୁ କାମ କରୁଥିବା ଜଣାପଡିଛି। ଘଟଣା ଦିନ ରାଜୁ ପତ୍ନୀ ଗୀତାଞ୍ଜଳି କୁ କିଛି ଟଙ୍କା ମାଗିଥିଲା। କିନ୍ତୁ ପତ୍ନୀ ମନା କରିବାରୁ ତା ସହ ଝଗଡା କରି ଏକ କାତିରେ ତାକୁ ହାଣି ବାହାରେ ଆସି ବସି ଘରକୁ କାହାକୁ…
ଭୁବନେଶ୍ଵର: ଭାରତ ସରକାରଙ୍କ ଗୃହ ଓ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ମନୋହର ଲାଲ ସହରାଞ୍ଚଳ ବିକାଶ ସହ ଜଡିତ ପ୍ରମୁଖ ପଦକ୍ଷେପ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ପ୍ରଗତି ସମୀକ୍ଷା କରିଛନ୍ତି। ଓଡ଼ିଶାର ସହରାଞ୍ଚଳ କେନ୍ଦ୍ରଗୁଡ଼ିକର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରି ମନୋହର ଲାଲ ଆଞ୍ଚଳିକ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଭୁବନେଶ୍ୱର, କଟକ, ପୁରୀ ଏବଂ ଖୋର୍ଦ୍ଧାକୁ ଅଭିବୃଦ୍ଧି କେନ୍ଦ୍ର ଭାବରେ ବିକଶିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଭିତ୍ତିଭୂମିର ଉନ୍ନତି, ଶିଳ୍ପ ଏବଂ ବାଣିଜ୍ୟିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ରଣନୈତିକ ଯୋଜନା ଓ ସରକାରୀ-ଘରୋଇ ସହଭାଗୀତା ମାଧ୍ୟମରେ ସ୍ଥାୟୀ ସହରୀକରଣକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯିବ ବୋଲି ସେ କହିଥିଲେ। ଏହି ବୈଠକ ସମୟରେ, ବୃହତ୍ ଭୁବନେଶ୍ୱର ଅଞ୍ଚଳର ଅଂଶ ଭାବରେ ଏକ ନୂତନ ସହର ବିକଶିତ କରିବାର ପ୍ରସ୍ତାବ ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା। ମାନ୍ୟବର ମନ୍ତ୍ରୀ…
ଭୁବନେଶ୍ଵର: କେନ୍ଦ୍ର ଶକ୍ତି, ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଆଜି ଭୁବନେଶ୍ୱରଠାରେ ଓଡ଼ିଶାର ଶକ୍ତି କ୍ଷେତ୍ରର ବିକାଶ ଉପରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ପାଉଁଶ (ଫ୍ଲାଏ ଆଶ୍) ର ଉପଯୋଗ, କ୍ଷମତା ବୃଦ୍ଧି, ସଞ୍ଚାରଣ ଭିତ୍ତିଭୂମି ଏବଂ ବିଦ୍ୟୁତ ଆବଣ୍ଟନ ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ଫ୍ଲାଇ ଆଶ ଉପଯୋଗ ଲକ୍ଷ୍ୟ ପ୍ରାପ୍ତି ପ୍ରସଙ୍ଗରେ ମନୋହର ଲାଲ ଆଶ୍ୱାସନା ଦେଇଥିଲେ ଯେ, ଫ୍ଲାଇ ଆଶ ପରିବହନ ପାଇଁ ପର୍ଯ୍ୟାପ୍ତ ରେଳ ରେକ୍ ବ୍ୟବସ୍ଥା ସମେତ ଏହି ପ୍ରସଙ୍ଗର ବ୍ୟାପକ ସମାଧାନ ନିମନ୍ତେ କୋଇଲା, ପରିବେଶ ଏବଂ ରେଳ ମନ୍ତ୍ରଣାଳୟ ସହିତ ଏକ ମିଳିତ ବୈଠକ ଡକାଯିବ। ବର୍ଦ୍ଧିତ ବିଦ୍ୟୁତ୍ ଚାହିଦା ପୂରଣ କରିବାର ଆବଶ୍ୟକତା ଉପରେ ଆଲୋକପାତ କରି ରାଜ୍ୟ ସରକାର ବୈଠକରେ ସୂଚନା ଦେଇଥିଲେ ଯେ, ଓଡ଼ିଶାରେ ବର୍ତ୍ତମାନ ୨୦…
ଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ 44 ରନରେ ପରାସ୍ତ କରିଛି। ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ SRH ପ୍ରଥମେ ଖେଳି 286 ରନ୍ ସ୍କୋର କରିଥିଲା, ଯାହାକି ଆଇପିଏଲ୍ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର ଅଟେ। ଏହାର ଜବାବରେ, ସଞ୍ଜୁ ସାମସନ ଏବଂ ଧ୍ରୁଭ ଜୁରେଲ ରାଜସ୍ଥାନ ପାଇଁ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ, କିନ୍ତୁ ଶେଷରେ 287 ରନ୍ର ଲକ୍ଷ୍ୟ ପୂରଣ କରିବାରେ ରାଜସ୍ଥାନ ବିଫଳ ହୋଇଥିଲା। କିନ୍ତୁ ରାଜସ୍ଥାନ ମଧ୍ୟ 242 ରନ୍ ସ୍କୋର କରିଥିଲା। ଏହିପରି ସମଗ୍ର ମ୍ୟାଚ୍ ରେ 528 ରନ୍ ସ୍କୋର କରାଯାଇଥିଲା। ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଯେ, ହାଇଦ୍ରାବାଦ ଏବଂ ରାଜସ୍ଥାନ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ଉଭୟ ଦଳ 51 ଚୌକା ଓ 30 ଛକା ମାରିଛନ୍ତି। ରାଜସ୍ଥାନ ପାଇଁ ସର୍ବାଧିକ ସ୍କୋର ଧ୍ରୁଭ ଜୁରେଲ କରିଥିଲେ, ଯିଏ ମାତ୍ର 35 ବଲରେ 70…
ପୁରୀ: ଆଜି ସକାଳେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଅଛି। ଅବକାଶ ପୂଜା ଶେଷ ହେବା ପରେ ଶ୍ରୀମନ୍ଦିର ଭିତର କାଠ ନିକଟରେ ସେବାୟତଙ୍କ ରକ୍ତ ଛିଟା ପଡ଼ିଥିବାରୁ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଥିଲା। ପାଣିଆ ଆପଟ ସେବକ ଗରାରେ ପାଣି ଆଣି ଆସିଲାବେଳେ ପାଣିଘର ପାଖରେ ଗୋଡ଼ ଖସିଯିବାରୁ ପଡ଼ିଯାଇ ଗରାର ବନ୍ଧ ହାତରେ ପଶି ଯିବାରୁ ହାତ କଟି ରକ୍ତ ପଡିଥିଲା। ସେବକ କୃଷ୍ଣଚନ୍ଦ୍ର ଆପଟ ଆହତ ଅବସ୍ଥାରେ ପ୍ରଥମେ ପୁରୀ ଓ ପରେ ଆସୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଆପୋଲୋ ହସପିଟାଲକୁ ପଠାଯାଇଥିବା ଜଣାପଡିଅଛି। ତେବେ ଏପରି ଅଘଟଣ ହେତୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ବଡ଼ ମହାସ୍ନାନ ସମୟରେ ଆଜି ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିଥିଲା। ତେବେ ବଡ଼ ମହାସ୍ନାନ ନୀତି ଶେଷ ହେବା ପରେ ଶ୍ରୀମନ୍ଦିରରେ ନୀତି ଓ ଦର୍ଶନ ସ୍ୱାଭାବିକ ରହିଥିବା ଜଣାପଡିଅଛି।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଛାତ୍ର ଯୁବ ସଙ୍ଗଠନ ପକ୍ଷରୁ ଶହୀଦ୍ ଶିରୋମଣି ଭଗତ ସିଂଙ୍କ ୯୪ ତମ ସହିଦ୍ ଦିବସ ସମେତ ଶୁକଦେବ ଓ ରାଜଗୁରୁଙ୍କ ସହିଦ୍ ଦିବସ ପାଳିତ ହୋଇଯାଇଛି। ଶହୀଦ୍ ଭଗତ ସିଂ ଓ ତାଙ୍କର ସାଥି ମାନେ ଦେଶରେ ସାମ୍ପ୍ରଦାୟିକ, ଧାର୍ମିକ,ଜାତିପ୍ରଥା ବିରୁଦ୍ଧରେ ସଂଘର୍ଷ କରିବା ସହ ଯେଉଁ ଶୋଷଣ – ଲୁଣ୍ଠନ – ଦମନ ବିହୀନ ମାନବ ସମାଜ ବ୍ୟବସ୍ଥାର ସ୍ୱପ୍ନ ଦେଖିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଖଲ୍ଲିକୋଟ କଲେଜ ଛକ ଠାରୁ ଶୋଭାଯାତ୍ରା ବାହାରି ଗିରି ମାର୍କେଟ ସ୍ଥିତ ପ୍ରକାଶମ ହଲ ଠାରେ ଶହୀଦ ଦିବସ ସ୍ମରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାନବାଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲିକ, ଆଇନଜୀବୀ ଅବନୀ କୁମାର ଗୟା, ଅଲ କ୍ଷେତ ମଜଦୁର କିଷାନ ସଭାର ରାଜ୍ୟ ନେତା ନିରକାର ନାୟକ, ଜିଲ୍ଲା କମିଟି ରଞ୍ଜନ ଶବରଙ୍କ ସମେତ ଶହ ଶହ ସଂଖ୍ୟାରେ…
ଭୁବନେଶ୍ୱର: ଆଜି ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ସାମ୍ବାଦିକ ସମ୍ମିଳନୀରେ କ୍ୟାସ୍ଲେସ୍ ହେଲ୍ଥ୍ କାର୍ଡ ବା ସ୍ୱାସ୍ଥ୍ୟବୀମା ସବୁ ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ଲାଗୁ ନ ହୋଇଥିବାରୁ ମିଳିତ କର୍ମଚାରୀ ମହାସଂଘ ଦୁଃଖ ଓ ଅସନ୍ତୋଷ ଜାହିର କରିଥିଲେ। ନିକଟରେ ରାଜ୍ୟ ସରକାର ଯୁଗାନ୍ତକାରୀ ନିଷ୍ପତ୍ତିକ୍ରମେ ଆୟୁଷ୍ମାନ୍ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତଭାବେ ଲାଗୁ କରିବା ପାଇଁ ଯାଉଛନ୍ତି। ଏଥିରେ ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଦେଶର ୨୯ ହଜାର ଘରୋଇ ଓ ସରକାରୀ ହସ୍ପିଟାଲ୍ରେ ଚିକିତ୍ସା ଉପକୃତ ହେବେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଓଡ଼ିଶାରେ କାମ କରୁଥିବା ବିଭିନ୍ନ ବିଭାଗରେ ହଜାର ହଜାର ସରକାରୀ କର୍ମଚାରୀ ଏହି ଯୋଜନାରୁ ବାଦ୍ ପଡ଼ୁଛନ୍ତି। ସରକାରଙ୍କର ସବୁ ଯୋଜନାକୁ ସଫଳ ରୂପାୟନ କରୁଥିବା ଓ ବିକଶିତ ଓଡ଼ିଶାକୁ ଆଗକୁ ନେଉଥିବା ଏହି ଅସହାୟ କର୍ମଚାରୀଙ୍କ ପାଇଁ ଏହି ସଫଳ…
TheSamikhsya: କଟକ କମିଶନରେଟ ପୋଲିସ ଆଜି ନୂଆଦିଲ୍ଲୀରୁ ଜଣେ ନାଇଜେରିଆ ନାଗରିକକୁ ଗିରଫ କରିଛି। ଲୋକାଲ ପୋଲିସ ସହାୟତାରେ ଦିଲ୍ଲୀର ଉତ୍ତମନଗରରୁ ତାକୁ ଗିରଫ କରାଯାଇଛି। ପୋଲିସ ତା ନିକଟରୁ ଗୋଟିଏ ଲାପଟପ୍, ୫ଟି ମୋବାଇଲ, ୮ ସିମ୍ କାର୍ଡ ସହ ଲଣ୍ଡନରେ ବ୍ୟବହୃତ ସିମକାର୍ଡ ଜବତ କରିଛି। ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତର ଡାଟାବେସରେ ରହିଛି ହାଇପ୍ରୋଫାଇଲ ମହିଳାଙ୍କ ଫଟୋ । ଲ୍ଯାପଟପରେ ବିଭିନ୍ନ ଦେଶର ୩ହଜାର ନାଗରିକଙ୍କ ମୋବାଇଲ ନମ୍ବର ଏବଂ ସେମାନଙ୍କର ପ୍ରୋଫାଇଲ ଥିବା ପୋଲିସ ଜାଣିବାକୁ ପାଇଛି । ଏହା ମାଧ୍ୟମରେ ସେ ବିଭିନ୍ନ ମହିଳାଙ୍କୁ ଠକୁଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, କଟକ ଦରଘାବଜାରରେ ଜଣେ ମହିଳା ଡାକ୍ତରଙ୍କୁ ଏହି ବ୍ୟକ୍ତି ବ୍ଲାକ ମେଲ କରୁଥିଲା। ତାଙ୍କ ମୋବାଇଲ ନମ୍ବରକୁ ଫୋନ କରି ତାଙ୍କର ଅଶ୍ଲିଳ ଫଟୋ ଭାଇରାଲ କରିଦେବ ବୋଲି ଧମକ ଦେଉଥିଲା। ଏହି ଧମକ ପରେ ସେହି ମହିଳା ଜଣଙ୍କ ତାଙ୍କୁ…
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହରଲାଲ୍ ଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସଫଳ କାର୍ଯ୍ୟନ୍ୱୟନ ସଂପର୍କରେ ଉଭୟ ଆଲୋଚନା କରିଛନ୍ତି।
ଭୁବନେଶ୍ବର: ମହାନଦୀକୁ ନେଇ ରାଜ୍ୟରେ ଆରମ୍ଭ ହୋଇଯାଇଛି ମହାରାଜନୀତି। କାରଣ ଗତକାଲି ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ମହାନଦୀ ନେଇ ଉପୁଜୁଥିବା ବିବାଦର ସମାଧାନ କରିବା ପାଇଁ ସହମତ ପ୍ରକାଶ ପାଇଛି। ତେବେ ଏହାକୁ ନେଇ ଆଜି ବିଜେପି ସରକାରଙ୍କୁ କାଦୁଅ ଫିଙ୍ଗିଛନ୍ତି ବିଜେଡି ଓ କଂଗ୍ରେସ। ଆଜି ଏ ନେଇ ବିଜେଡି ବିଧାୟକ ତଥା ବିରୋଧୀଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଚା କପ ରେ କୌଣସି ଆଲୋଚନା ହୁଏ ନାହିଁ। ଯଦି ଛତିଶଗଡ ପ୍ରକୃତରେ ସମାଧାନ ଚାହୁଛନ୍ତି ତେବେ ମହାନଦୀରେ ନିର୍ମାଣଧିନ ବ୍ୟାରେଜକୁ ପ୍ରଥମେ ରାଜ୍ୟ ସରକାର ବନ୍ଦ କରାନ୍ତୁ। ଏହାପରେ ଆଲୋଚନା କରାଯିବା ଉଚିତ। ବର୍ତ୍ତମାନ ସେଠାରେ ବ୍ୟାରେଜ କାମ ବେଶ ଆଗେଇ ଗଲାଣି। କେନ୍ଦ୍ରରେ ବିଜେପି, ରାଜ୍ୟରେ ବିଜେପି ଏବଂ ଛତିଶଗଡରେ ମଧ୍ୟ ବିଜେପି।…
ଭଦ୍ରକ: ଭଦ୍ରକରେ ଶ୍ରୀରାମ ନବମୀ ପୂର୍ବରୁ ‘‘ମାତୃଭୂମି ପାଇଁ ଗଣ ଦୌଡ଼’’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହରର କଚେରି ବଜାରସ୍ଥିତ ମାଆ ତାରିଣୀ ମନ୍ଦିର ସମ୍ମୁଖରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ପୂଜାର୍ଚ୍ଚନା କରିବା ପରେ ଗଣ ଦୌଡ଼ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଗଣଦୌଡ଼ ସାଳନ୍ଦୀ ବାଇପାସ୍ ଦେଇ ଶ୍ରୀ ଜଗନ୍ନାଥ ଭଦ୍ରେଶ୍ଵର ମନ୍ଦିରରେ ପହଞ୍ଚି ଥିଲା। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଓ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇଥିଲେ। ଦେଶର ଏକତା, ଅଖଣ୍ଡତା, ଭାତୃଭାବ, ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ପାଇଁ ସମସ୍ତଙ୍କୁ ସଚେତନ କରାଯାଇଥିଲା।
ଲକ୍ଷ୍ମୀପ୍ରିୟା ଓଝା ଭାରତ ର ପୁର୍ବାଞ୍ଚଳରେ ସ୍ଥିତ ଆସାମ ତା’ର ପ୍ରାକୃତିକ ବନ ସମ୍ପଦ, ଗୋଟେ ସିଂଘ ଵାଲା ଗଣ୍ଡା, ତେଲ ଭଣ୍ଡାର, ଚା ବଗିଚାର ଅପୂର୍ବ ସବୁଜିମା ଏବଂ ସତୁରି ଦଶକରୁ ହିଂସ୍ରକ ଉଗ୍ରବାଦଗ୍ରସ୍ତ ଅଶାନ୍ତ ପ୍ରଦେଶ ଭାବରେ ପରିଚିତ । ସାତ ଭଉଣୀ ଭାବେ ପରିଚିତ ଆସାମ, ମେଘାଳୟ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ର ପ୍ରବେଶ ଦ୍ୱାର ଆସାମ ର ବ୍ୟବସାୟିକ କେଂଦ୍ର ଗୌହାଟୀ। ଆସାମ ଦି ଭାଗରେ ବିଭକ୍ତ, ଅପର (ଉପର) ଆସାମ ଓ ଲୋୟର (ତଳ) ଆସାମ। ଉପର ଆସାମ ର ମୁଖ୍ୟ ଉଦ୍ୟୋଗ, ଉତ୍ପାଦନ ଓ ବ୍ୟବସାୟ ହେଲା ଚା। ଇଂରେଜ ମାନଙ୍କର ଶାସନ ସମୟରେ ଆସାମ ରେ ଆରମ୍ଭ ହେଇଥିଲା ଚା ଚାଷ । ଆସାମ ର ଜଳବାୟୁ ଚା ଚାଷ ପାଇଁ ଯେ ଉପଯୋଗୀ ତାହା ଇଂରେଜ ମାନଙ୍କୁ ଜାଣିବାକୁ ଡେରି ହେଇ ନଥିଲା। ଥଣ୍ଡା ପାଣି ପାଗ…
ନୂଆଦିଲ୍ଲୀ: ପାନ୍ କାର୍ଡ ହେଉଛି ଭାରତରେ ବ୍ୟବହୃତ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍। ପାନ୍ କାର୍ଡ ବିନା, ଆୟକର ଏବଂ ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ ଆପଣଙ୍କର ଅନେକ କାର୍ଯ୍ୟ ବନ୍ଦ ହୋଇଯାଏ। ଏହି କାର୍ଯ୍ୟଗୁଡିକ ସଂପୂର୍ଣ୍ଣ କରିବାକୁ, ଆପଣଙ୍କ ପାଇଁ ପାନ୍ କାର୍ଡ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପାନ୍ କାର୍ଡ ସମ୍ବନ୍ଧରେ ଭାରତ ସରକାର ମଧ୍ୟ କିଛି ନିୟମ କରିଛନ୍ତି। ଯାହା ଅନୁସରଣ କରିବା ଆବଶ୍ୟକ। ଅନ୍ୟଥା ସମସ୍ୟା ହୋଇପାରେ। ପ୍ରକାଶ ଯେ, ଭାରତରେ ବର୍ତ୍ତମାନ ସମସ୍ତ ପାନ୍ କାର୍ଡଧାରୀଙ୍କ ପାଇଁ ସେମାନଙ୍କର ପାନ୍ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ କରାଯାଇଛି। ସେହି ବ୍ୟକ୍ତି ଯାହାର ପାନ୍ କାର୍ଡ ଆଧାର କାର୍ଡ ସହିତ ଲିଙ୍କ୍ ହୋଇନାହିଁ, ସେହି ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ତାହେଲେ ଆସନ୍ତୁ ଜାଣିବା ଯଦି ପାନ୍ କାର୍ଡ ଆଧାର ସହିତ ଲିଙ୍କ୍ ହୋଇନଥାଏ ତେବେ କେଉଁ ସମସ୍ୟା ଉପୁଜିପାରେ? ପାନ୍ କାର୍ଡ ନିଷ୍କ୍ରିୟ ହୋଇପାରେ:…

