ବ୍ରହ୍ମପୁର: ଆଜି ପୂର୍ବାହ୍ନ ଘ.୧୦.୩୦ ମିନିଟ ସମୟରେ ଛତ୍ରପୁର ସ୍ଥିତ ସ୍ପୋର୍ଟସ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଏହା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡିଶା ସରକାର ଏବଂ ଜିଲ୍ଲା ପ୍ରଶାସନ, ଗଞ୍ଜାମର ମିଳିତ ଆନୁକୁଲ୍ଯରେ ଆୟୋଜିତ ହେବାକୁ ଯାଉଛି। ଦକ୍ଷତା ବିକାଶ ଓ ନିୟୋଜନ, ଗଞ୍ଜାମର ଉପ ନିର୍ଦ୍ଦେଶକ ଏହି ମେଗା ନିଯୁକ୍ତି ମେଳାର ପ୍ରସ୍ତୁତି ନେଇ ବିସ୍ତୃତ ସୂଚନା ଦେଇଛନ୍ତି। ୧୮ ରୁ ୩୫ ବର୍ଷ ବୟସ୍କ ୫ମ ରୁ ଉର୍ଦ୍ଧ୍ଵ /ଆଇ.ଟି.ଆଇ /ଡିପ୍ଲୋମା /ଗ୍ରାଜୁଏସନ ଶିକ୍ଷାଗତ ରଖିଥିବା ଯୁବକ ଓ ଯୁବତୀ ମାନେ ଏହି ମେଳାରେ ଯୋଗଦାନ କରି ୬୦ରୁ ଉର୍ଦ୍ଧ୍ଵ କମ୍ପାନୀ ଏବଂ PIA ମାନଙ୍କୁ ସାକ୍ଷାତକାର ଦେଇ କର୍ମ ନିଯୁକ୍ତି ବା ତାଲିମ ଭିତ୍ତିକ ନିଯୁକ୍ତି ପାଇପାରିବେ। ଏହି ସମ୍ବନ୍ଧରେ ଯଥେଷ୍ଟ ପ୍ରଚାର ପ୍ରସାର କରିବାକୁ ସମସ୍ତ ବିଡିଓ ,ବି .ଏମ . ସି କୁ…
Author: SM Network
ପୁରୀ: ମହାପ୍ରଭୁଙ୍କ ରଥଯାତ୍ରାକୁ ଯୁନେସ୍କୋ (UNESCO) ଦ୍ବାରା ବିଶ୍ବ ସାଂସ୍କୃତିକ ଐତିହ୍ୟ (Intangible Cultural Heritage) ମାନ୍ୟତା ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ନାମାଙ୍କନ ପତ୍ର (Nomination Dossier) ପ୍ରସ୍ତୁତି ପ୍ରକ୍ରିୟା ଅନ୍ତିମ ପର୍ଯାୟରେ ପହଞ୍ଚି ଥିବା ବେଳେ ଖୁବଶୀଘ୍ର ଏହାକୁ ଦାଖଲ କରାଯିବ। ନିକଟରେ କିଛିଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢ଼ୀ ଦିଲ୍ଲୀ ଗସ୍ତ କରିଥିବା ବେଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏନେଇ ଆଲୋଚନା କରିଥିଲେ। ରଥଯାତ୍ରା ଭଳି ମହାର୍ଘ ବୈଶ୍ବିକ ଯାତ୍ରାର ମହାନତା ଉପଲବ୍ଧି କରି କର୍ତ୍ତୃପକ୍ଷ ଏ ଦିଗରେ ଶୀଘ୍ର ପଦକ୍ଷେପ ନେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଶା ରଖାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ପ୍ରଦାନ କରିଥିଲେ। ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ଭକ୍ତ ଓ ଶ୍ରଦ୍ଧାଳୁ ସୁବିଧାରେ ସୂଚନା ପାଇବା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର…
ବ୍ରହ୍ମପୁର: ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ଲିଙ୍କ୍ କରାଯିବା ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ନିର୍ବାଚନ ଅଧିକାରୀ ଗଞ୍ଜାମ ମତଦାତାଙ୍କୁ ନିଜ ଭୋଟର କାର୍ଡ ସହିତ ଆଧାର ଲିଙ୍କ୍ କରିବାକୁ ନିବେଦନ କରିଛନ୍ତି। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ କମିଶନ କହିଛନ୍ତି ଯେ, ବର୍ତ୍ତମାନ ପ୍ରଚଳିତ ଆଇନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭୋଟର କାର୍ଡ ସହ ଆଧାର ଲିଙ୍କ୍ କରାଯିବ। ତେବେ ଏହା ବାଧ୍ୟତା ମୂଳକ ଭାବେ ନୁହେଁ, ସମ୍ପୂର୍ଣ୍ଣ ଇଚ୍ଛାଧୀନ ଭାବେ କରାଯିବ ବୋଲି କମିଶନ କହିଛନ୍ତି। ନିର୍ବାଚନ କମିଶନଙ୍କ କହିବାନୁଯାୟୀ ସମ୍ବିଧାନର ଧାରା ୩୨୬ ଅନୁସାରେ ମତଦାନର ଅଧିକାର କେବଳ ଭାରତୀୟ ନାଗରିକଙ୍କୁ ମିଳିଥାଏ। କିନ୍ତୁ ଆଧାର ହେଉଛି କେବଳ ଜଣେ ବ୍ୟକ୍ତିଙ୍କ ପରିଚୟ। ସେଥିପାଇଁ ଭୋଟର ପରିଚୟ ପତ୍ର ସହିତ ଆଧାର ନମ୍ବର ଲିଙ୍କ୍ କରାଇବା ଲାଗି…
ଭୁବନେଶ୍ଵର: ଆଗାମୀ ଶିକ୍ଷାବର୍ଷ ନିମନ୍ତେ ଦୁଇ ବର୍ଷିଆ ବିଏଡ, ଏମଏଡ ଏବଂ ବିଏଚଏଡ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା ବର୍ଷ – ୨୦୨୫-୨୬ ପାଇଁ ଖୁବ୍ଶୀଘ୍ର ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଆବେଦନକାରୀଙ୍କ ପାଇଁ ଚଳିତ ମାସ ୨୪ ତାରିଖଠାରୁ କମନ ଆପ୍ଲିକେସନ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ।
ବ୍ରହ୍ମପୁର: ଚଳିତ ବର୍ଷର ଶେଷ ହୋଇଥିବା ମାଟ୍ରିକ ପରୀକ୍ଷାର ଖାତା ଦେଖା ବୁଧବାରଠାରୁ ଆରମ୍ଭ ହୋଇଛି। ଜିଲ୍ଲାର ୩ ଟି କେନ୍ଦ୍ର ବ୍ରହ୍ମପୁର ସ୍ଥିତ ଭିଭି ଗିରି ସରକାରୀ ମହିଳା ମାଧ୍ଯମିକ ପ୍ରଶିକ୍ଷଣ ବିଦ୍ୟାଳୟ, ଆସିକା ସ୍ଥିତ ହରିହର ହାଇସ୍କୁଲ ଓ ଭଞ୍ଜନଗର ସ୍ଥିତ ଉପେନ୍ଦ୍ର ଭଞ୍ଜ ହାଇସ୍କୁଲରେ ମୂଲ୍ୟାୟନ କେନ୍ଦ୍ର କରାଯାଇ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ପରୀକ୍ଷା ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ୬୦୦ଜଣ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ଅଛନ୍ତି। ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖାତା ଦେଖା ଚାଲୁ ରହିଛି। ପ୍ରତି ସେଣ୍ଟରରେ ଜଣେ ଲେଖାଏଁ କ୍ୟାମ୍ପ ଅଫିସର, ଦୁଇଜଣ କ୍ୟାମ୍ପ ଆସିଷ୍ଟାଣ୍ଟ ଓ ଜଣେ କ୍ୟାମ୍ପ ଆଟେଡ଼ାଣ୍ଟ ରହିଛନ୍ତି। ସେହିପରି ଚିଫ ଏକ୍ସାମିନର, ଡ଼େପୁଟି ଚିଫ ଏକ୍ସାମିନର, ଆସିଷ୍ଟାଣ୍ଟ ଏକ୍ସାମିନର ଓ ସ୍ଫୁଟିନାଇଜର ଭାବେ ପ୍ରତି କେନ୍ଦ୍ରରେ ପ୍ରାୟ ୧୪୦ ଜଣ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ଅଛନ୍ତି। ଚଳିତବର୍ଷ ୧୨…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଭରୱାଡ ସମାଜ ସହ ଜଡ଼ିତ ବାଭଲିୟାଲି ଧାମ କାର୍ଯ୍ୟକ୍ରମକୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ମହନ୍ତ ଶ୍ରୀ ରାମ ବାପୁ ଜୀ, ସମ୍ପ୍ରଦାୟର ମୁଖ୍ୟମାନଙ୍କୁ ଏବଂ ଉପସ୍ଥିତ ହଜାର ହଜାର ଭକ୍ତଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇଥିଲେ। ସେ ଭରୱାଡ ସମ୍ପ୍ରଦାୟର ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଶ୍ରଦ୍ଧେୟ ସନ୍ଥ ଏବଂ ମହନ୍ତମାନଙ୍କୁ ସମ୍ମାନପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବକ୍ତବ୍ୟ ଆରମ୍ଭ କରିଥିଲେ। ଐତିହାସିକ ମହାକୁମ୍ଭ ସହିତ ଜଡ଼ିତ ଅପାର ଆନନ୍ଦ ଏବଂ ଗର୍ବ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଏହି ପବିତ୍ର କାର୍ଯ୍ୟକ୍ରମ ସମୟରେ ମହନ୍ତ ଶ୍ରୀ ରାମ ବାପୁ ଜୀଙ୍କୁ ମହାମଣ୍ଡଳେଶ୍ୱର ଉପାଧି ପ୍ରଦାନ କରାଯିବାର ଗୁରୁତ୍ୱପୂର୍ଣ୍ଣ ଅବସରରେ ମନ୍ତବ୍ୟ ଦେଇ ଏହାକୁ ଏକ ସ୍ମାରକୀ ସଫଳତା ଏବଂ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ସମୟ…
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟର ଠାରେ ଦୁଇ ଦିନିଆ କୌଶଳ ମନ୍ଥନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ‘‘ଆର୍ଥିକ ଅନ୍ତର୍ଭୂକ୍ତୀକରଣ, ବଜାର ସୁବିଧା ଏବଂ ଡିଜିଟାଲ ଦକ୍ଷତା ବୃଦ୍ଧି ଜରିଆରେ ଉଦ୍ୟମିତାକୁ ପ୍ରୋତ୍ସାହନ’’ ବିଷୟବସ୍ତୁକୁ ନେଇ କର୍ମଶାଳା ଆୟୋଜନ କରାଯାଇଥିଲା। ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନ ଜାତୀୟ ଉଦ୍ୟମିତା ଓ କ୍ଷୁଦ୍ର ବ୍ୟବସାୟ ବିକାଶ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ଜୟନ୍ତ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ୟୋଗୀମାନଙ୍କୁ ଅନୁପ୍ରାଣିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଶ୍ରୀ ଅତୁଲ କୁମାର ତିୱାରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ପ୍ରମୁଖ…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ନକ୍ସଲଙ୍କ ବିରୋଧରେ କଠୋର ଆଭିମୁଖ୍ୟ ନେଇ ଆଗକୁ ବଢ଼ୁଛନ୍ତି। ସୁରକ୍ଷା ବାହିନୀ ଦୁଇଟି ପୃଥକ ଅପରେସନରେ ୨୨ ଜଣ ନକ୍ସଲଙ୍କୁ ନିପାତ କରିବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଆମର ଯବାନମାନେ ‘ନକ୍ସଲ ମୁକ୍ତ ଭାରତ ଅଭିଯାନ” ରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ କହିଥିଲେ ଯେ, ଛତିଶଗଡ଼ର ବିଜାପୁର ଏବଂ କଙ୍କେରରେ ଆମ ସୁରକ୍ଷା ବାହିନୀ ଦ୍ୱାରା ଦୁଇଟି ଭିନ୍ନ ଭିନ୍ନ ଅପରେସନରେ ୨୨ ଜଣ ନକ୍ସଲ ନିହତ ହୋଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ମୋଦୀ ସରକାର ନକ୍ସଲମାନଙ୍କ ବିରୋଧରେ ଏକ କେଠାର ଆଭିମୁଖ୍ୟ ନେଇ ଆଗକୁ ବଢ଼ୁଛନ୍ତି ଏବଂ ଆତ୍ମସମର୍ପଣ ଠାରୁ ଆରମ୍ଭ କରି ଅନ୍ତର୍ଭୂକ୍ତୀକରଣ ପର୍ଯ୍ୟନ୍ତ ସମସ୍ତ ସୁବିଧା ପ୍ରଦାନ କରାଯିବା…
ମେଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ବୃଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ମିଥୁନ- ଆପଣ ଏକାସାଙ୍ଗରେ ଅନେକ…
ରଣପୁର: ନୟାଗଡ ଜିଲ୍ଲାର ରଣପୁର ଅଞ୍ଚଳରେ ଆୟୋଜିତ ହେଉଥିବା ପଞ୍ଚୁ୍ଦୋଳ ଯାତ୍ରା ଦେଶର ଏକ ପ୍ରସିଦ୍ଧ ଧାର୍ମିକ ଉତ୍ସବ ଅଟେ। ଏହି ଉତ୍ସବର ବିଶେଷତା ହେଉଛି, ଏଠି ୧୧୧ ଦୋଳରେ ଶୈବ ଓ ବିଷ୍ଣୁ ଠାକୁରଙ୍କ ଆଗମନ। ଏହି ଅବସରରେ ଶହ ଶହ ଭକ୍ତ ରଣପୁରରେ ଆସି ଠାକୁରଙ୍କ ଦର୍ଶନ କରନ୍ତି ଏବଂ ଆଶୀର୍ବାଦ ଗ୍ରହଣ କର। ପଞ୍ଚୁ୍ଦୋଳ ଯାତ୍ରା ଦିନରେ ରଣପୁର ଅଞ୍ଚଳର ଜନମେଢ଼ ଓ ଭକ୍ତମାନେ ଅନେକ ପ୍ରସ୍ତୁତି କରନ୍ତି। ଦୋଳଗୁଡ଼ିକୁ ମାଳା ଏବଂ ଫୁଲରେ ସଜାଇ ଠାକୁରଙ୍କ ବିଗ୍ରହକୁ ବିଶେଷ ରୂପରେ ଶୃଙ୍ଗାର କରାଯାଏ। ଏହି ଯାତ୍ରା ଉପଲକ୍ଷେ ରଣପୁରର ବିଭିନ୍ନ ମଠ ଏବଂ ମନ୍ଦିରରୁ ଶୈବ ଓ ବିଷ୍ଣୁ ଠାକୁରଙ୍କ ଦୋଳ ନିର୍ଗମନ କରି ମୁଖ୍ୟ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥାଏ। ଏହି ଉତ୍ସବ ଦେଖିବାକୁ ରଣପୁର ଓ ଚାରିପାଖର ଅଞ୍ଚଳରୁ ଲୋକମାନେ ଆସନ୍ତି। ଦିନ ଓ ରାତିରେ ଅନେକ ଭକ୍ତମାନେ ଆସି ମାନସିକ ଏବଂ ଧାର୍ମିକ…
ବାଣପୁର: ବାଣପୁର ମାଟିର ବରପୁତ୍ର, ଓଡ଼ିଶା ପ୍ରଦେଶର ପ୍ରଥମ ଶିକ୍ଷାମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ର ଭୀମପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ଆଜି ସେହି ବିଦ୍ୟାଳୟକୁ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଗସ୍ତ କରି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସ୍ମୃତିକୁ ସମଗ୍ର ଅଞ୍ଚଳରେ ଉଜ୍ଜିବିତ କରି ରଖିବା ପାଇଁ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରି ସେଥିରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଅମୂଲ୍ୟ କୃତିକୁ ସ୍ଥାନିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଆ ଜାତି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପାଇଁ ସବୁବେଳେ ତାଙ୍କ ନିକଟରେ ଋଣୀ।ବାଣପୁରର ସମେତ ସମଗ୍ର ଓଡ଼ିଶାର ଶିକ୍ଷା, ସାହିତ୍ୟ ସଂସ୍କୃତି, ରାଜନୀତି, ସେବା ଓ ମାନବିକତାର ସେ ନୂଆ କୀର୍ତ୍ତି ସ୍ଥାପନ କରିଯାଇଛନ୍ତି। ଏହି ଅବସରରେ ପୁରୀ ଲୋକସଭା କ୍ଷେତ୍ରର ସାଂସଦ ଡ଼ାଃ ସମ୍ବିତ ପାତ୍ର, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରଣା, ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ…
ବାଣପୁର: ବିଦ୍ୟାଳୟରେ ପିଲାମାନଙ୍କ ନାମ ଲେଖାକୁ ସ୍ମରଣୀୟ କରିବା ପାଇଁ ଓ ୫ ବର୍ଷ ବୟସରୁ ଅଧିକ ବୟସର ପିଲାଙ୍କୁ ଏକ ଉତ୍ତମ, ସଂଗଠିତ ଓ ଅନୁଭୂତି ମୂଳକ ଶିକ୍ଷଣ ପରିବେଶ ପ୍ରଦାନର ଲକ୍ଷ୍ୟ ନେଇ ଆସନ୍ତା ଏପ୍ରିଲ ମାସର ୨ ତାରିଖରେ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହେବାକୁ ଯାଉଥିବା “ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ” କାର୍ଯ୍ୟକ୍ରମରେ ଯୋଗଦାନ କରି ଯୋଗ୍ୟ ପିଲାମାନଙ୍କର ଶିଶୁ ବାଟିକା ଶ୍ରେଣୀରେ ନାମ ଲେଖାଇବା ପାଇଁ ଆଜି ପବିତ୍ର ପଞ୍ଚୁଦୋଳର ମେଳଣ ଉତ୍ସବ ଅବସରରେ ବାଣପୁର ବ୍ଳକର ଭୀମପୁର ଗ୍ରାମରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପୁରୀ ସାଂସଦ ସମ୍ବିତ ପାତ୍ର, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଅଭିଭାବକମାନଙ୍କୁ କୁନି କୁନି ପିଲା ମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ନିମନ୍ତ୍ରଣ ପତ୍ର ବଣ୍ଟନ କରି ଏହି ନୂତନ ଶିକ୍ଷା ଯାତ୍ରାକୁ ଭବ୍ୟ ଓ ଅବିସ୍ମରଣୀୟ କରିବାକୁ ଅନୁରୋଧ କରିଥିଲେ। ବାଣପୁର ପଂଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର…
ବାଣପୁର: ବୁଧବାର ଓ ଗୁରୁବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଐତିହାସିକ ପଲଟଣ ପଡିଆ ଠାରେ ଦୁଇଦିନ ଧରି ପଞ୍ଚୁଦୋଳ ଓ ମେଳଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲୋକମାନେ ଖୁବ ଧୂମଧାମରେ ପାଳନ କରିଛନ୍ତି ମେଳଣ ପର୍ବ। କାହିଁ କେଉଁ ଅନାଦି କାଳରୁ ବାଣପୁରରେ ଏହି ପର୍ବ ପାଳନ କରାଯାଉଛି। ଚୈତ୍ର କୃଷ୍ଣପକ୍ଷ ପ୍ରତିପଦା ଠାରୁ ପାଞ୍ଚଦିନ ପରେ ବୁଧବାର ମାହେନ୍ଦ୍ର ବେଳା ରାତ୍ର ୧୧ ଘଟିକା ୩୫ ମିନିଟ ପରେ ସ୍ଥାନାଧିପତି ଚରଣ ଚକାଦେବ ଓ ମା ଭଗବତୀଙ୍କ ନିମନ୍ତ୍ରଣ କ୍ରମେ ଠାକୁର ମାନେ ମେଳଣ ପଡିଆକୁ ଆସିଥିଲେ। ପ୍ରଥମେ ମା’ ଭଗବତୀ ଓ ଚକାଦେବ ମେଳଣ ପଡିଆରେ ପଦାର୍ପଣ କରି ଆସନ ଗ୍ରହଣ କଲା ପରେ ବାଣପୁର ଅଞ୍ଚଳର ଗାଁ ସହର ଓ ପୁରପଲ୍ଲୀର ଦେବଦେବୀ ମାନେ ସୁସଜ୍ଜିତ ଦୋଳ ବିମାନରେ ବିଭିନ୍ନ ଥାଟ ପାଟ ଓ ପଟୁଆରରେ ଆସି ମେଳଣ ପଡିଆରେ ନିଜ ନିଜର…
ଭୁବନେଶ୍ୱର: ୧୯୯୭ ବ୍ୟାଚର ବରିଷ୍ଠ ଭାରତୀୟ ଡାକ ସେବା ଅଧିକାରୀ ନିର୍ମଳଜିତ ସିଂ ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଶ୍ରୀ ସିଂଙ୍କର ଭାରତୀୟ ଡାକ ସେବା କ୍ଷେତ୍ରରେ ଜାଜ୍ଜୁଲ୍ୟମାନ କ୍ୟାରିଅର ରହିଛି। ସେ ଓଡ଼ିଶା ଡାକ ପରିମଣ୍ଡଳରେ ଅଭିନବ ନେତୃତ୍ୱ ଓ ପରିଚାଳନାଗତ ଉତ୍କର୍ଷତା ଆଣିପାରିବେ ବୋଲି ଆଶା କରାଯାଉଛି । ନୂତନ ଭୂମିକାରେ ଶ୍ରୀ ସିଂହ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ଡାକ ସେବା ପ୍ରଦାନ କରୁଥିବା ଓଡ଼ିଶା ଡାକ ପରିମଣ୍ଡଳର ପ୍ରଶାସନ ଓ ପରିଚାଳନା କାର୍ଯ୍ୟ ଅନୁଧ୍ୟାନ କରିବେ। ଏହି ଦାୟିତ୍ୱକୁ ନେଇ ଶ୍ରୀ ସିଂ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ତାଙ୍କ ପାଇଁ ସମ୍ମାନର ବିଷୟ। ଡାକ ବିଭାଗ ସବୁବେଳେ ଜନ ସେବାର ଆଧାର ହୋଇ ରହିଆସିଛି। ଓଡ଼ିଶାରେ ଏହାର ଅଭିବୃଦ୍ଧି ଓ ଆଧୁନିକୀକରଣ ପ୍ରତି ସେ ଧ୍ୟାନ ଦେବେ…
ବାଣପୁର: ରାଜ୍ୟ ସରକାରଙ୍କ ତରଫରୁ ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରତି ଗ୍ରାମ ପଞ୍ଚାୟତରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି। ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ସମୁଦାୟ ୬,୭୯୪ଟି ବିଦ୍ୟାଳୟ ନିର୍ମାଣ ହେବାର ଯୋଜନା ରହିଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ଠାରେ “ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ” ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ କରାଯିବ। ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ର ଆଜି ଉକ୍ତ ବିଦ୍ୟାଳୟର କ୍ଷେତ୍ର ପରିଦର୍ଶନ କରି ବିଭିନ୍ନ ବ୍ୟବସ୍ଥା ପାଇଁ ସ୍ଥାନ ନିରୂପଣ କରିବା ସହ ଉପସ୍ଥିତ…
ରଣପୁର: ନୟାଗଡ ଜିଲ୍ଲା ରଣପୁର ନିକଟସ୍ଥ କୋଟଗଡ଼ ଗୁମ୍ଫା ପଡିଆ ଠାରେ କେ.ପି.ଏଲ.-୨ ପ୍ରିମିୟର ଲିଗ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ ମା ରାମଚଣ୍ଡୀ କ୍ରିକେଟ କ୍ଲବ କୋଟଗଡ଼ ଦ୍ୱାରା ଆୟୋଜିତ କରାଯାଇଥିଲା। ବିଶିଷ୍ଟ ଶିଳ୍ପପତି ସର୍ବେଶ୍ୱର ସାହୁ ଏହି ମ୍ୟାଚକୁ ଉଦଘାଟନ କରିଥିଲେ। ଏହି ମ୍ୟାଚ କ୍ରିଷ୍ଣା ରାଇଜିଂ ଷ୍ଟାର ଓ ଷ୍ଟ୍ରାଇଗର ଇଲେଭନ ମଧ୍ୟରେ ଖେଳାଯାଇଥିଲା। ତପନ ସାହୁ ଓ ସାହିଦ ଆଫ୍ରିଦ ଏମ୍ପେୟାରିଙ୍ଗ କରିଥିଲେ। ୨ ଉଇକେଟରେ ଷ୍ଟ୍ରାଇଗର ଇଲେଭନ ଦଳ କ୍ରିଷ୍ଣା ରାଇଜିଂ ଷ୍ଟାରକୁ ପରାଜିତ ବିଜୟ ଲାଭ କରିଛନ୍ତି। ସୁମନ୍ତ, ମଣ୍ଟୁ, ପିଣ୍ଟୁ, କାହ୍ନା, ବାବୁ, କୃଷ୍ଣ, ରାକେଶ, ସୁବାଷ, ଚିକୁ ପ୍ରମୁଖ ଏହି ମ୍ୟାଚକୁ ଆୟୋଜନ କରିଥିଲେ।
ରଣପୁର: ଗତକାଲି ରଣପୁର ଉପର ମଣିନାଗରେ ଏକ ଅଭାବନୀୟ ଘଟଣା ଘଟିଥିଲା। ପ୍ରେମୀ ଯୁଗଳ କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ ଉପର ମଣିନାଗ ପୀଠ ଯାଇଥିବା ଏକ କାର ଯାତ୍ରୀମାନେ ସେମାନଂକୁ ଘଟଣା ସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ପ୍ରେମିକାର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପ୍ରେମିକର ମୃତ୍ୟୁ ହୋଇଥିବା ଜଣାପଡିଛି। ତଥ୍ୟ ସଂଗ୍ରହ ଅନୁଯାୟୀ ରଣପୁର ଥାନା ମହତପଲ୍ଲା ଗ୍ରାମ ପଞ୍ଚାୟତ ମାନପୁର ଗ୍ରାମର ଭୀମସେନ ଦାସଙ୍କ ପୁଅ ତପନ ଦାସ ଟାଙ୍ଗୀ ଥାନା ଝରିଆ ଗ୍ରାମ ପଞ୍ଚାୟତ ରାମଚନ୍ଦ୍ରପୁରର ଟିକିନାଙ୍କୁ ୫ ବର୍ଷ ତଳେ ଭଲ ପାଇଥିଲେ। ଏସବୁ ଜାଣି ଉଭୟ ପରିବାର ବିବାହ ପାଇଁ ରାଜି ହୋଇ ନ ଥିଲେ। ପରେ ଟିକିନା…
ଭୁବନେଶ୍ୱର: ଖେଳକୁଦ ଦ୍ଵାରା କେବଳ ଶାରୀରିକ ବିକାଶ ନୁହେଁ ବୌଦ୍ଧିକ ବିକାଶ ବି ସମ୍ଭବପର ହୋଇଥାଏ। ଖେଳାଳି ନିଜେ ଦେଖିଥିବା ସ୍ଵପ୍ନକୁ ସାକାର କରିବାପାଇଁ ତା’ର ସାମର୍ଥ୍ୟ ଉପଯୋଗ କରି ସଫଳତା ହାସଲ କରିଥାଏ ବୋଲି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ମତବ୍ୟକ୍ତ କରିଛନ୍ତି। ଆଜି ପ୍ରତିଷ୍ଠାନର ଖେଳ ପଡିଆରେ ଦୁଇଦିନିଆ ୬୦ତମ କ୍ରୀଡା ଉତ୍ସବକୁ ଉଦଘାଟନ କରି ସେ କହିଲେ ଯେ, କ୍ରୀଡା ଓ କ୍ରୀଡାବିତ ସର୍ବଦା ସମାଜକୁ ଶୃଙ୍ଖଳିତ କରିଥାନ୍ତି। କ୍ରୀଡା ଉତ୍ସବର ପ୍ରାରମ୍ଭରେ ଛାତ୍ର ପରିଷଦର ଉପଦେଷ୍ଟା ପ୍ରଫେସର ଲକ୍ଷ୍ମୀଧର ବେହେରା ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ। କ୍ରୀଡା ଉତ୍ସବର ସଂଯୋଜକ ପ୍ରଫେସର ରାମାକାନ୍ତ ମାହାଳିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଫେସର ରୀତାଞ୍ଜଳି ଦାଶ, ଡ଼ ସୌରଭ କାପୁର, ଡ଼ କଳିଙ୍ଗ କେତକୀ, ଡ଼ ବେଦପ୍ରକାଶ ବର୍ମା ଓ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାଗଣ ଉପସ୍ଥିତ ରହି ପ୍ରତିଭାଗୀଙ୍କୁ ଉତ୍ସାହିତ…
ଭୁବନେଶ୍ବର: ପଖାଳ ଦିବସ ଅବସରରେ ଓଟିଡିସି ପକ୍ଷରୁ ଭୁବନେଶ୍ବର ପାନ୍ଥନିବାସଠାରେ ପଖାଳ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ପଖାଳର ଉପାଦେୟତା ଓ ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ବାସି ପଖାଳ ଓ ତୋରାଣି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ ବୋଲି ସେ କହିଛନ୍ତି। ପଖାଳ କେବଳ ଗାଁରେ ଥିବା ଝୁମ୍ପୁଡି ଘରର ହାଣ୍ଡିଶାଳରେ ଆଜି ସୀମିତ ହୋଇନାହିଁ। ଧନୀ ଗରିବ ନିର୍ବିଶେଷରେ ଏହା ସବୁ ଓଡିଆଙ୍କ ପ୍ରିୟ ଖାଦ୍ୟ ବୋଲି ସେ କହିଛନ୍ତି।
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡିଆଳ ଲାଲ ସାହେବ ପଡ଼ା ସ୍ଥିତ ମାଣିକ୍ୟ ଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଣୀ ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଅଛି। ଏହି ଶିବିର ତିନିଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ବେଳେ ବାଳିକା ମାନେ ଆତ୍ମ ସୁରକ୍ଷା କରିବା, ନିର୍ଭୟା ଭଳି ଘଟଣାର ଉପଯୁକ୍ତ ମୁକାବିଲା କରିବା ସାଙ୍ଗକୁ ପ୍ରତିକୂଳ ପରିସ୍ଥିତିରେ ସମ୍ମୁଖୀନ କରି ନିଜକୁ ରକ୍ଷା କରିବା ପାଇଁ ଏହି ତାଲିମ୍ ନିତାନ୍ତ୍ ଆବଶ୍ୟକ ଅଟେ ବୋଲି ଅତିଥି ମାନେ ମତପୋଷଣ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତିମଣି ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ପୁଷ୍ପା ଟେଣ୍ଡକାରି ମଞ୍ଚ ପରିଚାଳନା କରିଥିଲେ। ପ୍ରଭାସିନୀ ଲେଙ୍କା, ବନ୍ଦନା ପଣ୍ଡା, ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ପ୍ରଶିକ୍ଷକ ରୂପେ ସ୍ମୃତି ବରାଳ, ନୂତନ ଦଣ୍ଡସେନା ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ତାଲିମ ଶିବିର ତିନି ଦିନ…
ଏମ୍. ଜାମସେଦ ଭାରତର ଅଭିବୃଦ୍ଧି କାହାଣୀର ଜୀବନରେଖା, ଭାରତୀୟ ରେଳବାଇ ହେଉଛି ବିଶ୍ୱର ସବୁଠାରୁ ଉଲ୍ଲେଖନୀୟ କିନ୍ତୁ କମ୍ ପ୍ରଶଂସିତ କାହାଣୀ ମଧ୍ୟରୁ ଗୋଟିଏ, କିପରି ଭିତ୍ତିଭୂମି ଏବଂ ପରିବହନ-ସଂଯୋଗ-ସଚେତନ ସାର୍ବଜନୀନ ନୀତିରେ ରଣନୈତିକ ନିବେଶ ଜାତୀୟ ଅଭିବୃଦ୍ଧିରେ ଗୁଣାତ୍ମକ ଲାଭାଂଶ ପ୍ରଦାନ କରିପାରିବ। ଗତ ଦଶନ୍ଧି (୨୦୧୪-୨୦୨୪) ମଧ୍ୟରେ ଭାରତୀୟ ରେଳବାଇ ଦ୍ୱାରା କରାଯାଇଥିବା ପ୍ରଗତିକୁ ଏହାର ଅଭିବୃଦ୍ଧି ଏବଂ ପ୍ରଗତିର ସୁବର୍ଣ୍ଣ ସମୟ ଭାବରେ ବିବେଚନା କରାଯାଇପାରେ ଏବଂ ଏହି ବ୍ୟବସ୍ଥା ଆଜି ବିଶ୍ୱସ୍ତରରେ ଦ୍ରୁତତମ ଅଭିବୃଦ୍ଧିଶୀଳ ରେଳ ନେଟୱାର୍କ ମଧ୍ୟରୁ ଗୋଟିଏ। ତେବେ, ଭାରତର କାହାଣୀକୁ କ’ଣ ଭିନ୍ନ କରେ ଏବଂ ସମାନ ବିକାଶ ମହତ୍ତ୍ୱାକାଂକ୍ଷା ଥିବା ଦେଶ ଏବଂ ଅଞ୍ଚଳ ପାଇଁ ଏହାକୁ ଏକ ଶିକ୍ଷା ଦିଏ? ମୁଖ୍ୟ କଥା ହେଉଛି ଏକ ସାର୍ବଜନୀନ ନୀତି ଆଭିମୁଖ୍ୟ, ଯାହାକୁ ସର୍ବୋତ୍ତମ ଭାବରେ ସଂକ୍ଷେପ କରାଯାଇପାରେ ଯେ ରେଳବାଇ ପାଇଁ ଯୋଜନା ଭାରତ ସହିତ ଏବଂ ଭାରତ…

