ବାଣପୁର: ବାଣପୁର ବ୍ଳକ୍ ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଲିଡିହି ରେ ସୁରକ୍ଷା ଓ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଦର୍ଶନ ସେଠୀଙ୍କ ଅଧ୍ୟକ୍ଷତାରେ ବାଣପୁର ଦମକଳ କେନ୍ଦ୍ର ଅଧିକାରୀ ନିରଞ୍ଜନ ବେହେରା ଓ ତାଙ୍କ ସାଥିଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ସୁରକ୍ଷା ଓ ସଚେତନତା ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରକାର ର ନିଆଁ, ସାପ କାମୁଡା, ବଜ୍ରପାତ, ଅଂଶୁଘାତ,ସଡ଼କ ଦୁର୍ଘଟଣା, ପାଣିରେ ବୁଡିଯିବା, ଗ୍ୟାସ ସିଲିଣ୍ଡର ନିଆଁ ରୁ ନିଜକୁ ତଥା ଅନ୍ୟ ର ଜୀବନକୁ କିପରି ବଞ୍ଚାଇପାରିଵା ପ୍ରଶିକ୍ଷଣ ମାଧ୍ୟମରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ତଥା କମିଟିର ସଭ୍ୟ ସଭ୍ୟା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସଚେତନତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପରିଚାଳନା କମିଟି ଅଧ୍ୟକ୍ଷ ପ୍ରହଲ୍ଲାଦ ଲେଙ୍କା, ସନ୍ତୋଷ କୁମାର…
Author: SM Network
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଔରଙ୍ଗଜେବ ପ୍ରସଙ୍ଗରେ ସମାଜବାଦୀ ପାର୍ଟି ବିଧାୟକ ଆବୁ ଆଜମୀ ଦେଇଥିବା ବିବୃତ୍ତି ଉପରେ ଉତ୍ତରପ୍ରଦେଶରେ ମଧ୍ୟ ରାଜନୀତି ଗରମ ହୋଇଛି। ୟୁପି ବିଧାନସଭାର ବଜେଟ୍ ଅଧିବେଶନର ଶେଷ ଦିନରେ ବିଧାନ ପରିଷଦରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମାଜବାଦି ପାର୍ଟି ଔରଙ୍ଗଜେବଙ୍କୁ ଏକ ଆଦର୍ଶ ବୋଲି ବିଚାର କରୁଛି। ଔରଙ୍ଗଜେବଙ୍କ ପିତା ଶାହାଜାହାନ ତାଙ୍କ ଜୀବନୀରେ ଲେଖିଛନ୍ତି ଯେ, ଏଭଳି କୁଳାଙ୍ଗାରକୁ ଆଲ୍ଲାହ କେବେ ଜନ୍ମ ଦିଅନ୍ତୁ ନାହିଁ। ସେ ତାଙ୍କ ପିତାଙ୍କୁ ଆଗ୍ରା ଦୁର୍ଗରେ ବନ୍ଦୀ କରି ରଖିଥିଲେ। ଆବୁ ଆଜମୀଙ୍କୁ ପାର୍ଟିରୁ ବାହାର କରିଦିଅନ୍ତୁ। ତାଙ୍କୁ ଥରେ ୟୁପି ପଠାନ୍ତୁ, ଆମେ ତାଙ୍କ ଉଚିତ ସେବା କରିବୁ। ତାଙ୍କର ଭାରତରେ ରହିବାର ଅଧିକାର ରହିବା ଉଚିତ କି? ସମାଜବାଦୀ ପାର୍ଟି ଏହାର ଉତ୍ତର ଦେବା ଉଚିତ, କାହିଁକି ଅବୁ ଆଜମୀଙ୍କୁ ଦଳରୁ ବହିଷ୍କାର କରାଯାଉ ନାହିଁ? ମୁଖ୍ୟମନ୍ତ୍ରୀ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ଅର୍ନ୍ତଗତ ହରିପୁର ଗ୍ରାମରେ ରବି ଦାସ ନାମକ ଜଣେ ଯୁବକଙ୍କୁ ନିଜ ଘର ଦାଣ୍ଡରେ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ହତ୍ୟା ପରେ ତାଙ୍କର ଦୁଇ ପୁତୁରା ଓ ଅନ୍ୟ କିଛି ଯୁବକ ବୋମାମାଡ଼ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ମୃତ ରବି ଦାସ ପୁର୍ବରୁ ଏକ ହତ୍ୟା ମାମଲାରେ ଜେଲ୍ ଯାଇ ଏହି କିଛି ମାସ ହେଲା ଜାମିନରେ ଆସିଥିଲେ। ମଦ ବ୍ୟବସାୟ ଓ ପୁର୍ବ ଶତୃତାକୁ ନେଇ ହତ୍ୟାକାଣ୍ଡ ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକ ଓ ପୋଲିସ ଠାରୁ ସୁଚନା ମିଳୁଛି। ହତ୍ୟା ଘଟଣାର ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ମୁମ୍ବାଇ: ଔରଙ୍ଗଜେବଙ୍କୁ ପ୍ରଶଂସା କରିବା ମହାରାଷ୍ଟ୍ର ସମାଜବାଦୀ ପାର୍ଟି ସଭାପତି ଆବୁ ଆଜମିଙ୍କ ପାଇଁ ମହଙ୍ଗା ପଡିଛି। ତାଙ୍କୁ ବିଧାନସଭାରୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଙ୍ଗଳବାର ଦିନ କହିଛନ୍ତି ଯେ, ଆବୁ ଆଜମୀଙ୍କ ଏହି ବିବୃତ୍ତି ମହାରାଷ୍ଟ୍ରର ଧାର୍ମିକ ଭାବନାକୁ ଆଘାତ ଦେଇଛି ଏବଂ ଏଥିପାଇଁ ତାଙ୍କୁ କଠୋର ଦଣ୍ଡ ଦିଆଯିବ। ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ତାଙ୍କୁ ନିଲମ୍ବନ କରାଯିବ।
ମୁମ୍ବାଇ: ଶିବସେନା (ଉଦ୍ଧବ ଦଳ) ସାଂସଦ ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଅବସର ସମୟ ଆସିଛି। ତେଣୁ ସେ ଜଙ୍ଗଲରେ ମଜା କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜଙ୍ଗଲ ସଫାରି ପରେ ରାଉତଙ୍କ ଏହି କଟାକ୍ଷ ଆସିଛି। ସଞ୍ଜୟ ରାଉତଙ୍କ ଏହି ବିବୃତ୍ତି ପରେ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଭାରତୀୟ ଜନତା ପାର୍ଟି ନେତାମାନେ ଏହି ବିବୃତ୍ତିକୁ ଦୃଢ ନିନ୍ଦା କରିଛନ୍ତି ଏବଂ ଏହାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଅପମାନ ବୋଲି କହିଛନ୍ତି। ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ଗୁଜରାଟର ଜୁନାଗଡ ଜିଲ୍ଲାରେ ଅବସ୍ଥିତ ଗିର ବନ୍ୟଜନ୍ତୁ ଅଭୟାରଣ୍ୟକୁ ପିଏମ ମୋଦୀ ପରିଦର୍ଶନ କରିଥିଲେ। ସୋମବାର ଦିନ ସକାଳେ ସେ ଜଙ୍ଗଲ ସଫାରି ଉପଭୋଗ କରିଥିଲେ ଏବଂ ସିଂହମାନଙ୍କୁ ଅତି ନିକଟରୁ ଦେଖିଥିଲେ। ଗିର ଜଙ୍ଗଲରେ ବୁଲୁଥିବାବେଳେ ସେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ଜୈବ ବିବିଧତାର ମହତ୍ତ୍ୱ ମଧ୍ୟ ବୁଝିଥିଲେ।…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଖେଳାଳି ଷ୍ଟିଭ ସ୍ମିଥ ODI କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସ୍ମିଥଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଦଳ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଖେଳିଥିଲା। ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭାରତ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ପରାଜୟ ସହିତ ଦଳ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଏହି ମ୍ୟାଚ୍ ପରେ ସ୍ମିଥ୍ ODI ରୁ ଅବସର ନେଇଛନ୍ତି। ସେ ନିଜ କ୍ୟାରିୟରର ଶେଷ ODI ମ୍ୟାଚ୍ ଟିମ୍ ଇଣ୍ଡିଆ ବିପକ୍ଷରେ ଖେଳିଥିଲେ। ଷ୍ଟିଭ୍ ସ୍ମିଥ୍ ଏକ ସୁନ୍ଦର ODI କ୍ୟାରିଅର୍ କରିଛନ୍ତି। ସେ ଅଷ୍ଟ୍ରେଲିଆ ପାଇଁ ୧୭୦ ଟି ମ୍ୟାଚରେ ୫୮୦୦ ରନ୍ ସଂଗ୍ରହ କରିଛନ୍ତି। ସ୍ମିଥ୍ ଏହି ଫର୍ମାଟରେ ୧୨ ଶତକ ଏବଂ ୩୫ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ସର୍ବାଧିକ ODI ସ୍କୋର ୧୬୪ ରନ୍।
ନୂଆଦିଲ୍ଲୀ: ୨୦୨୫ ଚମ୍ପିଆନ୍ସ ଟ୍ରଫିର ସେମିଫାଇନାଲରେ ଭାରତ ଏକ ଶକ୍ତିଶାଳୀ ପ୍ରଦର୍ଶନ କରିଛି ଏବଂ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଦୁବାଇରେ ଖେଳାଯାଇଥିବା ମ୍ୟାଚକୁ ଟିମ ଇଣ୍ଡିଆ ୪ ୱିକେଟରେ ଜିତିଛି। ଏହା ସହିତ ଭାରତ ଫାଇନାଲରେ ପହଞ୍ଚିଛି। ଦଳର ବିଜୟ ସହିତ ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ପଞ୍ଜିକୃତ ହୋଇଛି। ସେ ଇତିହାସ ସୃଷ୍ଟି କରିଛନ୍ତି। ଚାରିଟି ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ରୋହିତ ପ୍ରଥମ ଅଧିନାୟକ ହୋଇଛନ୍ତି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ସେମିଫାଇନାଲରେ ୨୬୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ୪୮.୧ ଓଭରରେ ୬ ଟି ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ଏଥିରେ ବିରାଟ କୋହଲି ଚମତ୍କାର ବ୍ୟାଟିଂ କରିଥିଲେ। ୯୮ ବଲର ସମ୍ମୁଖୀନ ହୋଇ କୋହଲି ୫ ଚୌକା ସହାୟତାରେ ୮୪ ରନ୍ ସଂଗ୍ରହ କରିଥିଲେ। ଶ୍ରେୟସ୍ ଆୟର ୪୫ ରନର ଇନିଂସ ଖେଳିଥିଲେ। କେଏଲ ରାହୁଲ…
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକ୍ ରେ ୨୬ ଜଣ ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନଙ୍କ ଆନ୍ଦୋଳନ। ଦୁଇ ଗୋଟି ଦାବୀ ଯଥା ଜନ ସ୍ଵାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରୀ ସ୍ଥାୟୀ କରଣ ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କଳାହାଣ୍ଡି ଜିଲ୍ଲାର ୨୬ଜଣ ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି। ସରକାର ଦାବୀ ପୂରଣ ନ କରିବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘର କର୍ମକର୍ତ୍ତା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଭାବନି ଶଙ୍କର ସିଂ, ସଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ଭୋଇ ପ୍ରିୟ ରଞ୍ଜନ ପଣ୍ଡା, ଅମୂଲ୍ୟ ନାୟକ ପ୍ରମୁଖ କର୍ମକର୍ତ୍ତାଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଳକର କର୍ମଚାରୀ ମାନେ ଯୋଗ ଦେଇଥିଲେ।
ଭୁବନେଶ୍ଵର: ରାୟଗଡା ଜିଲ୍ଲା ମୁନିଗୁଡା ସହର ଉପକଣ୍ଠ ଇଣ୍ଡିଆନ ଗ୍ୟାସ ଗୋଦାମ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଆହତଙ୍କୁ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି। ଦ୍ରୁତ ଗତିରେ ମୁନିଗୁଡା ପଟୁ ଗୋଟିଏ ଓ ସାମନା ପଟୁ ଅନ୍ୟଏକ ବାଇକ ଇଣ୍ଡିଆନ ଗ୍ୟାସ ଗୋଦାମ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇଟି ବାଇକରେ ଥିବା ୫ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଥିଲେ। ଆହତ ମାନୁ୍ଙ୍କୁ ପ୍ରଥମେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ୨ ଜଣଙ୍କୁ ବିଷମକଟକ ଖ୍ରୀଷ୍ଟୀଆନ୍ ହସ୍ପିଟାଲକୁ ପଠା ଯାଇଥିବା ବେଳେ ଅନ୍ୟଜଣକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଜଣଙ୍କ ମୃତ୍ୟୁ ଘଟି ମୃତ୍ୟୁସଂଖ୍ୟା ତିନିରେ ପହଂଚିଛି। ଖବରପାଇ ଘଟଣାସ୍ଥଳରେ ମୁନିଗୁଡା ପୋଲିସ…
ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଭାରତ ସରକାରଙ୍କ ଏକ ଜନ କଲ୍ୟାଣ ଜାରୀ ଯୋଜନା। ଏହି ଯୋଜନାରେ ଘର ଉପରେ ସୌର ପ୍ୟାନେଲ୍ ସ୍ଥାପନ କରି ମାଗଣା ବିଦ୍ୟୁତ୍ ସେବା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ନବରଙ୍ଗପୁର ଜିଲ୍ଲାରେ ପିଏମ ସୂର୍ଯ୍ୟ ଘର ଯୋଜନା କାର୍ଯ୍ୟକ୍ଷମ ହୋଇଛି। ପ୍ରଥମ ପଦକ୍ଷେପ ସ୍ୱରୂପ ଜିଲ୍ଲା ର 4 ଟି ଘରେ ଏହି ଯୋଜନାକୁ କାର୍ଯ୍ୟକ୍ଷମ କରାଯାଇଛି। ନବରଙ୍ଗପୁର ସହରରେ ଥିବା ଶଵାନା ବେଗମ ଙ୍କ ଘରେ ପିଏମ ସୂର୍ଯ୍ୟ ଘର ଯୋଜନା ରେ ସୋଲାର ପାନେଲ ଲଗାଯାଇଛି। 3 କିଲୋ ୱାଟ ବିଶିଷ୍ଟ ଏହି ପ୍ୟାନେଲ ଘରର ଛାତ ଉପରେ ବସା ଯାଇଛି। ଏହି ପ୍ୟାନେଲ ଜରିଆରେ ଉତ୍ପାଦିତ ବିଜୁଳି ଶବାନାଙ୍କ ଘର କୁ ଆଲୋକିତ କରୁଛି। ଟିଭି, ଫ୍ରିଜ ଏସି ସବୁ କିଛି ଚାଲିପାରୁଛି। ଏଥିପାଇଁ ମୋଟ 2 ଲକ୍ଷ 20 ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେକେ ଶବାନା ଏକ…
ନୂଆଦିଲ୍ଲୀ: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ଭାଗବତପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକଙ୍କୁ ଉଲ୍ଲେଖନୀୟ ନେତୃତ୍ୱ ଲାଗି ଭାରତ ସରକାରଙ୍କ ପକ୍ଷରୁ ସମ୍ମାନୀତ କରାଯାଇଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ‘ସଶକ୍ତ ପଞ୍ଚାୟତ- ନେତ୍ରୀ ଅଭିଯାନ’ର ଶୁଭାରମ୍ଭ ଅବସରରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ଏସ୍.ପି ସିଂହ ବାଘେଲ ,ବଂ କେନ୍ଦ୍ର କ୍ରୀଡ଼ା ରାଜ୍ୟ ମନ୍ତ୍ରୀ ରକ୍ଷା ନିଖିଲ ଖଡସେଙ୍କ ଉପସ୍ଥିତିରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଉତ୍ସବରେ ଦେଶର ବିଭିନ୍ନ କୋଣରୁ ଆସିଥିବା ପ୍ରାୟ ୧୨୦୦ ତୃଣମୂଳସ୍ତରୀୟ ନେତ୍ରୀ ଯୋଗ ଦେଇଥିଲେ। ଦୂରଦୃଷ୍ଟିସମ୍ପନ୍ନ ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ଭାଗବତପୁର ଗ୍ରାମ ପଞ୍ଚାୟତର ୫୬୧୪ ବାସିନ୍ଦାଙ୍କୁ ସେବା ଯୋଗାଇ, ପ୍ରଗତିଶୀଳ ଶାସନର ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ନେତୃତ୍ୱରେ, ପଞ୍ଚାୟତର ମହିଳାଙ୍କ ନେତୃତ୍ୱକୁ ଗୁରୁତ୍ୱ ଦିଆଯିବା ସହ ଲିଙ୍ଗ-ସମ୍ବେଦନଶୀଳ ପଦକ୍ଷେପ ଏବଂ ସକ୍ରିୟ…
ନୂଆଦିଲ୍ଲୀ: ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ (ଆଇଆଇଏମସି)ର 56ତମ ସମାବର୍ତ୍ତନ ସମାରୋହ ମଙ୍ଗଳବାର ଆୟୋଜିତ ହୋଇଯାଇଛି। ମହାତ୍ମା ଗାନ୍ଧୀ ମଞ୍ଚ, ଆଇଆଇଏମସି, ନୂଆଦିଲ୍ଲୀଠାରେ ଏହା ଆୟୋଜନ କରାଯାଇଥିଲା। ଆଇଆଇଏମସିର କୁଳପତି ତଥା କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମାରୋହରେ 2023-24 ଶିକ୍ଷାବର୍ଷ ପାଇଁ ଆଇଆଇଏମସି ନୂଆଦିଲ୍ଲୀ ଏବଂ ଏହାର ପାଞ୍ଚଟି ଆଞ୍ଚଳିକ କ୍ୟାମ୍ପସ-ଢେଙ୍କାନାଳ, ଆଇଜଲ, ଅମରାବତୀ, କୋଟ୍ଟାୟମ ଏବଂ ଜାମ୍ମୁର 478 ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ଡିପ୍ଲୋମା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ, 36 ଜଣ ଉତ୍କୃଷ୍ଟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶିକ୍ଷାଗତ ଉତ୍କର୍ଷତା ପାଇଁ ପଦକ ଏବଂ ନଗଦ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହା ସେମାନଙ୍କ ଶିକ୍ଷାଗତ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅବସରକୁ ଚିହ୍ନିତ କରିଥିଲା। ବିଶ୍ୱସ୍ତରୀୟ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟ ହେବ ଆଇଆଇଏମସି ନୂଆଦିଲ୍ଲୀର ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ…
ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ୨୦୨୫ ଉପଲକ୍ଷେ, ଭୁବନେଶ୍ୱରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଏଜୁକେସନ ଆଣ୍ଡ କେୟାର (ଆଇ.ଆଇ.ଇ.ସି) ତରଫରୁ ରାଜଧାନୀର ୧୫ଟି ବସ୍ତିରେ ବସବାସ କରୁଥିବା ମହିଳା, ଯୁବତୀ ଏବଂ ବାଳିକାମାନଙ୍କ ମଧ୍ୟରେ ଏକ ଦୁଇ-ଦିନିଆ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମାର୍ଚ୍ଚ ୩ ଏବଂ ୪ ତାରିଖରେ ଭୁବନେଶ୍ୱରର ୧୫ଟି ବସ୍ତିରେ ରହୁଥିବା ଏହି ପ୍ରତିଯୋଗୀମାନଙ୍କୁ ୨ଟି କ୍ଲଷ୍ଟରରେ ବିଭକ୍ତ କରାଯାଇ ସେମାନଙ୍କ ମଧ୍ୟରେ ଝୋଟି, ବକ୍ତୃତା, ନୃତ୍ୟ, ସଙ୍ଗୀତ ଏବଂ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା। ଏହି ପ୍ରତିଯୋଗିତାଗୁଡିକରେ ଉଭୟ କ୍ଲଷ୍ଟରରେ ପ୍ରଥମ ୩ଟି ସ୍ଥାନ ଅଧିକାର କରିଥିବା ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ମାର୍ଚ୍ଚ ୭ ତାରିଖରେ ଆୟୋଜିତ ହେବାକୁଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ। ଏହାବ୍ୟତୀତ, ‘ସତତ ସହର’ ପ୍ରକଳ୍ପ ଆନୂକୁଲ୍ୟରେ ଆଇ.ଆଇ.ଇ.ସି. ,ପକ୍ଷରୁ ଆୟୋଜିତ ଏହିସବୁ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯିବ ବୋଲି,…
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ୩ୟ ରାଜ୍ୟସ୍ତରୀୟ ସମବାୟ ଉନ୍ନୟନ (ଏସସିଡିସି) କମିଟି ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆନ୍ତଜାତିକ ସମବାୟ ବର୍ଷ ୨୦୨୫ ପାଳନ ପ୍ରସ୍ତୁତି ସଂପର୍କିତ ଆଲୋଚନା କରାଯାଇଥିଲା। ସୂଚନା ଯୋଗ୍ୟ ଯେ, ମିଳିତ ଜାତିସଂଘ ସାଧାରଣ ସଭାରେ ୨୦୨୫କୁ ଆନ୍ତର୍ଜାତିକ ସମବାୟ ବର୍ଷ (ଆଇଓ୍ୱାଇସି) ଭାବେ ଘୋଷଣା କରାଯାଇଛି। “ଉତ୍ତମ ବିଶ୍ୱ ଗଠନରେ ସମବାୟ” ଶୀର୍ଷକ ଆଧାରରେ ଏହି ବର୍ଷ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କାର୍ଯ୍ୟକାରିତାରେ ବୈଶ୍ୱିକ ଆହ୍ୱାନର ସମାଧାନରେ ସମବାୟ ମଡେଲର ଗୁରୁତ୍ୱ ରହିଛି। ମାନ୍ୟବର ଭାରତର ପ୍ରଧାନମନ୍ତ୍ରୀ ଦେଶରେ ଆଇୱାଇସି – ୨୦୨୫ ର ଶୁଭାରମ୍ଭ କରିସାରିଛନ୍ତି। ଭାରତ ସରକାରଙ୍କ ସମବାୟ ମନ୍ତ୍ରାଳୟ ବର୍ଷ ସାରା ବିଭିନ୍ନ ରାଜ୍ୟରେ ଏହା କିପରି ପାଳନ କରାଯିବ, ସେଥିପାଇଁ ରାଜ୍ୟମାନଙ୍କୁ ମାର୍ଗଦର୍ଶିକା ଜାରି…
ଭୁବନେଶ୍ୱର: ନନ୍ଦନକାନନରେ ଜୈବ ବିବିଧତାକୁ ସମୃଦ୍ଧ କରିବା ପାଇଁ ଦେଶ ବିଦେଶର ବିଭିନ୍ନ ଚିଡ଼ିଆଖାନାରୁ ନୂତନ ପ୍ରାଣୀ ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଉଛି। ଏଥିସହିତ ପୋଷ୍ୟ ପ୍ରାଣୀ କାର୍ଯ୍ୟକ୍ରମ ଜରିଆରେ ନନ୍ଦନକାନନ ପ୍ରାଣୀମାନଙ୍କର ଯତ୍ନ, ପାଳନପୋଷଣ ଏବଂ ଅନ୍ୟ ଚିଡ଼ିଆଖାନା ମାନଙ୍କରୁ ପ୍ରାଣୀ ସଂଗ୍ରହ ପାଇଁ ବିଭିନ୍ନ ଘରୋଇ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସାମିଲ କରାଯାଉଛି। ଏହି କ୍ରମରେ ସୁନ୍ଦରଗଡ଼ର ମେସର୍ସ ଗୀତାରାଣୀ ମହାନ୍ତି ରାଇକେଲା ଆଇରନ ଓର ମାଇନ୍ସ ପକ୍ଷରୁ ମ୍ୟାନେଜିଂ ପାର୍ଟନର ଶ୍ରୀନିବାସ ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ସାକ୍ଷାତ କରି ପ୍ରାଣୀ ସଂଗ୍ରହ ଓ ପାଳନପୋଷଣ ପାଇଁ ୧ କୋଟି ୬୭ ଲକ୍ଷ ୧୭ ହଜାର ୪୦୦ ଟଙ୍କାର ଆର୍ଥିକ ସହାୟତା ଚେକ୍ ଆକାରରେ ପ୍ରଦାନ କରିଛନ୍ତି। ଏହି ସହାୟତା ରାଶି ନନ୍ଦନକାନନ ଚିଡିଆଖାନା ପ୍ରକଳ୍ପର Animal Adoption ଆକାଉଣ୍ଟକୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଚେକ୍ ଗ୍ରହଣ କରି…
ମେଷ: – ଆଜି ଲାଭ ସହିତ ବ୍ୟବସାୟ ପ୍ରତିଦ୍ୱନ୍ଦ୍ୱୀମାନେ ଶାନ୍ତ ରହିବେ। ମନ ଖୁସି ହେବ । ପିଲାମାନଙ୍କର ବିବାହ ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ। ତୁମର ଦାୟିତ୍ବ ବଢିବ। ଘରର ସୁଖ ପାଇବ। ଏଥି ସହିତ, ଅଳସୁଆ ଯୋଗୁଁ କାର୍ଯ୍ୟ ଅଧିକ ବିଳମ୍ବ କରିବ। ବୃଷ: – ଆପଣଙ୍କ କଥାବାର୍ତ୍ତା ଦ୍ୱାରା ଲୋକଙ୍କ ହୃଦୟ ଜିତିବ। ପିଲାମାନଙ୍କ ପାଇଁ ସମୟ ଅନୁକୂଳ ଅଟେ। ଲାଭ ସୁଯୋଗ ଆସିବ। ସାମାଜିକ କାର୍ଯ୍ୟ ସଫଳ ହେବେ। ଆପଣ ପରିବାର ସହିତ ଏକ ପାର୍ଟୀ-ପିକନିକ୍ ଉପଭୋଗ କରିବେ। ମିଥୁନ: – ଆଜି ପ୍ରେମ ସମ୍ବନ୍ଧରେ ଏକ ଅନୁକୂଳ ଦିନ ହେବ। ଆଜିର ଯାତ୍ରା ବିନିଯୋଗ ସଫଳ ହେବ। ଟଙ୍କା ପାଇବା ସହଜ ହେବ, ରିସ୍କ ନିଅ ନାହିଁ। ବ୍ୟବସାୟକୁ ବିସ୍ତାର କରିବା ପାଇଁ ପାଣ୍ଠି ସଂଗ୍ରହ କରିବ। କର୍କଟ : – ଆପଣ ଚାହିଁଲେ ବି ଅପଚୟ ବ୍ୟୟ ବୃଦ୍ଧି ପାଇବ। ସାମାନ୍ୟ…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ 4 ୱିକେଟରେ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ପ୍ରବେଶ କରିଛି। ଦୁବାଇରେ ଖେଳାଯାଇଥିବା ଏହି ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି 264 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ 11 ଟି ବଲ ପୂର୍ବରୁ 4 ଟି ୱିକେଟ୍ ରେ ଏହି ଲକ୍ଷ୍ୟ ହାସଲ କରିଛି। ଭାରତର ବିଜୟରେ ସବୁଠାରୁ ବଡ ଅବଦାନ ବିରାଟ କୋହଲିଙ୍କଠାରୁ ଆସିଥିଲା, ଯିଏ ଚାପଗ୍ରସ୍ତ ମଧ୍ୟମ ଓଭରରେ ମଜବୁତ ସହିତ ଠିଆ ହୋଇଥିଲେ ଏବଂ 84 ରନ ସଂଗ୍ରହ କରିଥିଲେ। ଦୁବାଇରେ ଭାରତ ଇତିହାସ ରଚିଲା: ଦୁବାଇରେ ଭାରତୀୟ ଦଳ ବିଜୟର ଚୌକା ଲଗାଇଛି। ଅଷ୍ଟ୍ରେଲିଆ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଏହି ନିଷ୍ପତ୍ତି କିଛି ମାତ୍ରାରେ ଭଲ ଥିଲା। ଦୁବାଇ ଗ୍ରାଉଣ୍ଡରେ 250 ରନ୍ ସଂଖ୍ୟା ଛୁଇଁଥିବା ଅଷ୍ଟ୍ରେଲିଆ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦଳ ହୋଇଥିଲା। ଏହା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଥିଲେ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରର ଅଭିବୃଦ୍ଧି, ଉତ୍ପାଦନ, ରପ୍ତାନି ଏବଂ ଆଣବିକ ଶକ୍ତି ମିଶନ, ନିୟନ୍ତ୍ରଣ, ନିବେଶ ଏବଂ ବ୍ୟବସାୟ କରିବାରେ ସହଜତା ଆଦି ବିଷୟ ଉପରେ ଏହି ୱେବିନାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ପାଦନ ଏବଂ ରପ୍ତାନି ଉପରେ ଆୟୋଜିତ ଏହି ବଜେଟ୍ ପରବର୍ତ୍ତୀ ୱେବିନାର୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବଜେଟକୁ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ବୋଲି ଉଲ୍ଲେଖ କରି ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ବଜେଟର ସବୁଠାରୁ ଉଲ୍ଲେଖନୀୟ ଦିଗ ହେଉଛି ଏହାର ଆଶାନୁରୂପ ଫଳାଫଳ । ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞଙ୍କ ଆଶାଠାରୁ ଅଧିକ ପଦକ୍ଷେପ ସରକାର ନେଇଛନ୍ତି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ଚଳିତ…
ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତର ଶିକ୍ଷାକୁ ଆକାର ଦେବାର ଦାୟିତ୍ୱ ଆମ କାନ୍ଧ ଉପରେ ନ୍ୟସ୍ତ ରହିଛି। ତେଣୁ ଜାତୀୟ ଶିକ୍ଷା ନୀତି – ୨୦୨୦କୁ ଦ୍ରୁତ ଗତିରେ କାର୍ଯ୍ୟକାରୀ କରିବା ଆମର ରାଷ୍ଟ୍ରୀୟ ମିଶନ ହେବା ହେବା ଦରକାର ବୋଲି ମଙ୍ଗଳବାର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ‘ଭିଜଟର୍ସ କନଫରେନ୍ସ- ୨୦୨୪-୨୫ର ଉଦଯାପନୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଅଧିବେଶନରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭିଜିଟର୍ସ କନଫରେନ୍ସରେ ସକ୍ରିୟ ଯୋଗଦାନ ଏବଂ ଫଳପ୍ରଦ ଆଲୋଚନା ପାଇଁ ଆମର ଶିକ୍ଷାବିତ୍ ନେତୃତ୍ୱମାନଙ୍କୁ ଧନ୍ୟବାଦ। ସେମାନଙ୍କର ବିବିଧ ଦୃଷ୍ଟିକୋଣ ଏବଂ ଭବିଷ୍ୟତବାଦୀ ଚିନ୍ତାଧାରା ଏହି ସଂଗମକୁ ସମୃଦ୍ଧ କରିଛି ଏବଂ ଆମ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି। ଏହି ଦୁଇ ଦିବସୀୟ ଅଧିବେଶନରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନ ଓ ପ୍ରେରଣା ପାଇଁ…
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପୂର୍ବତନ ଏମ୍.ଏଲ.ସି. ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ବାରାଣାସୀ ପୋଲିସ ଦ୍ୱାରା ଗିରଫ କରାଯାଇଛି। ପ୍ରୟାଗରାଜ ସହରର ଜର୍ଜ ଟାଉନ୍ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଚଢାଉ କରିବା ପରେ ପୂର୍ବତନ ଏମଏଲସିଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ଅଖିଳେଶ ଯାଦବଙ୍କ ଘନିଷ୍ଠ ବାସୁଦେବ ଯାଦବଙ୍କ ବିରୋଧରେ ମାମଲା ଦାୟର କରିଥିଲା। ଏହି ମାମଲାରେ ବାରାଣାସୀ କୋର୍ଟ ପୂର୍ବତନ ଏମଏଲସି ବାସୁଦେବ ଯାଦବଙ୍କୁ ସମନ କରିଥିଲେ। ଅନେକ ଥର ସମନ ଜାରି କରାଯିବା ସତ୍ତ୍ୱେ ସେ କୋର୍ଟରେ ହାଜର ହୋଇନଥିବା ବେଳେ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା। ଏହି ଜାମିନ ବିହୀନ ୱାରେଣ୍ଟ ଆଧାରରେ ବାରାଣାସୀ ପୋଲିସ ମଙ୍ଗଳବାର ଦିନ ପ୍ରୟାଗରାଜରେ ଚଢାଉ କରିଥିଲା। ବାସ୍ତବରେ ବାସୁଦେବ ଯାଦବ ଶିକ୍ଷା ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଥିବାବେଳେ ଆୟ ବହିର୍ଭୂତ ସମ୍ପତ୍ତି ଜମା କରିଥିବା ଅଭିଯୋଗ ହୋଇଥିଲା। ସେ ୟୁପି ବୋର୍ଡର ସଚିବ ଏବଂ…
ନୂଆଦିଲ୍ଲୀ: ଗତ ମାସରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦଳାଚକଟା ମାମଲାରେ କେନ୍ଦ୍ର ସରକାର ଆଜି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ରେଳ ମନ୍ତ୍ରଣାଳୟ ଦିଲ୍ଲୀର ଡିଭିଜନାଲ ରେଳ ମ୍ୟାନେଜର (ଡିଆରଏମ) ସୁଖବିନ୍ଦର ସିଂଙ୍କୁ ସ୍ଥାନାନ୍ତର କରିଛି। ଜୁଲାଇ ୨୦୨୩ ରେ ସୁଖବିନ୍ଦର ସିଂଙ୍କୁ ଦିଲ୍ଲୀ ଡିଭିଜନର DRM ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ତାଙ୍କର କାର୍ଯ୍ୟକାଳ ୨୦୨୫ ପର୍ଯ୍ୟନ୍ତ ଥିଲା, କିନ୍ତୁ ବର୍ତ୍ତମାନ ତାଙ୍କୁ ସମୟ ପୂର୍ବରୁ ହଟାଇ ଦିଆଯାଇଛି। ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ଉତ୍ତର କେନ୍ଦ୍ରୀୟ ରେଳ ଅଧିକାରୀ ପୁଷ୍ପ ଆର ତ୍ରିପାଠୀ ତାଙ୍କ ସ୍ଥାନରେ ନୂତନ ଡିଆରଏମ ହେବେ। ବର୍ତ୍ତମାନ ସୁଖବିନ୍ଦର ସିଂଙ୍କ ନୂତନ ପୋଷ୍ଟିଂ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

