ବାଲୁଗାଁ: ଆଜି ପୂର୍ବାହ୍ନରେ ଚ଼ିଲିକା ବ୍ଲକ ସଭାଗୃହରେ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରାଙ୍କ ଅଧ୍ୟକ୍ଷତାରେ ଚ଼ିଲିକା ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଧିବେଶନରେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଓ ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ର ଯୋଗଦେଇ ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ, ଜଳ ଯୋଗାଣ ଓ ପରିମଳ ବିଭାଗ, ମହିଳା ଓ ଶିଶୁ ବିକାଶ କଲ୍ୟାଣ ବିଭାଗ, ମନରେଗା, ବିକଶିତ ଗାଁ ଓ ବିକଶିତ ଓଡ଼ିଶାର ସଫଳ ରୂପାୟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ ଓ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଗ୍ରାମୀଣ ଓଡ଼ିଶାର ଜୀବନଧାରଣ ଓ ମାନବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗ୍ରାମୀଣ ଭିତ୍ତିଭୂମିର ବିକାଶ ନିହାତି ଆବଶ୍ୟକ ବୋଲି ସାଂସଦ ଡ଼ାଃ ପାତ୍ର କହିଥିଲେ। ବ୍ଲକ ଉନ୍ନୟନ ଅଧିକାରିଣୀ ପୁନମ ମହାପାତ୍ର କାର୍ଯ୍ୟକ୍ରମ…
Author: SM Network
ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ ଆଜି ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଓଡ଼ିଶାର ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି, ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ମୁଖ୍ୟ ବକ୍ତା, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷl ସୁକାନ୍ତି ପାଇକରାୟ ସମ୍ମାନିତ ଅତିଥି ଓ ବିଶିଷ୍ଟ ଶିକ୍ଷାବିତ୍ ତଥା ମଞ୍ଚ ଉଦଘୋଷକ ଡକ୍ଟର ମୃତ୍ୟୁଞ୍ଜୟ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ୪୪ତମ ବାର୍ଷିକ ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଛାତ୍ରୀମାନଙ୍କର ଉଦବୋଧନୀ ସଂଗୀତ ପରେ ଅଧ୍ୟକ୍ଷ ମଂଚାସୀନ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା…
ନୟାଗଡ଼: ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୫ମ ରାଜ୍ୟସ୍ତରୀୟ ନାଟ୍ୟ ମେଳାର ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲା ସମ୍ବଲପୁରୀ ଭାଷାର ସଂପୂର୍ଣ୍ଣ ପାରିବାରିକ ନାଟକ ‘ଭାବନୁ ଅଭାବ’। ନୟାଗଡ଼ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ଅତିଶ କୁମାର ଶତପଥୀ ରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ। ଅଦୃଶ୍ୟ ନାଟ୍ୟାଶ୍ରମ, ସମ୍ବଲପୁର ପକ୍ଷରୁ ପରିବେଷିତ ଏହି ନାଟକର ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ନରେନ୍ଦ୍ର ବେହେରା, ଅତିଶ କୁମାର ଶତପଥୀ, ରାହୁଲ ମହାନନ୍ଦ, ସୁମିତ୍ରା ମହାକୁଡ଼ ଏବଂ ପଙ୍କଜିନୀ ମେହେରଙ୍କ ଅଭିନୟ ଯାଦୁ ସମସ୍ତ ଦର୍ଶକଙ୍କୁ ଭାବର ଡୋରିରେ ବାନ୍ଧି ରଖିଥିଲା। ଏହି ନାଟକରେ ସଙ୍ଗୀତ ଦେଇଥିଲେ ଗିରିଜା ଶଙ୍କର ମିଶ୍ର ଏବଂ ଘନଶ୍ୟାମ ମେହେର।ପ୍ରଚ୍ଛଦପଟ୍ଟ ସଙ୍ଗୀତ ଗାଇଥିଲେ ସଂକେତ କୁମାର ପୁରୋହିତ। ସେହିପରି ଲାଇଟରେ ପ୍ଲାବନ ମିଶ୍ର ଏବଂ ମଞ୍ଚସଜ୍ଜାରେ ରହିଥିଲେ…
ନୂଆଦିଲ୍ଲୀ: ଦୁବାଇରେ ଭାରତ ସମସ୍ତ ମ୍ୟାଚ୍ ଖେଳିଥିଲା ଏବଂ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଭାରତ ପାକିସ୍ତାନ ଯାତ୍ରା କରିବ ନାହିଁ ଏବଂ ଯଦି ଭାରତ ଫାଇନାଲକୁ ଉନ୍ନୀତ ହୁଏ, ତେବେ ତାହା ଦୁବାଇରେ ଖେଳାଯିବ। ଏନେଇ ଏକ ସହମତ ପ୍ରକାଶ ପାଇଥିଲା। ମଙ୍ଗଳବାର ଦିନ ଦୁବାଇରେ ଖେଳାଯାଇଥିବା ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭାରତ ଚାରି ୱିକେଟ୍ ରେ ପରାସ୍ତ କରିଥିଲା। ଯାହାପରେ ଏହି ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ପାକିସ୍ତାନ ଆୟୋଜନ କରିପାରିବ ନାହିଁ। ପାକିସ୍ତାନ ଏବଂ ଆଇସିସି ର ଚୁକ୍ତି ଅନୁସାରେ, ବର୍ତ୍ତମାନ ପାକିସ୍ତାନର ଲାହୋରର ଗଦ୍ଦାଫି ଷ୍ଟାଡିୟମ ପରିବର୍ତ୍ତେ ଦୁବାଇରେ ଫାଇନାଲ ଖେଳାଯିବ। ଏହାଦ୍ୱାରା ଭାରତୀୟ ପ୍ରଶଂସକମାନେ ସୋସିଆଲ ମିଡିଆରେ ପାକିସ୍ତାନକୁ ଟ୍ରୋଲ କରି ଆୟୋଜକକୁ ପରିହାସ କରିଛନ୍ତି। ଜଣେ କ୍ରିକେଟ ପ୍ରଶଂସକ ‘ଏକ୍ସ’ ରେ ଲେକଷିଛନ୍ତି ଯେ, ”୩୦ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ସୁଯୋଗ ମିଳିଥିଲା। କିନ୍ତୁ ଏହାର ଫାଇନାଲ…
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ରବିବାର ଦିନ ଭାରତ ସହ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବ। ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। କିନ୍ତୁ ଫାଇନାଲ ପୂର୍ବରୁ ଦଳକୁ ବଡ଼ ଝଟକା ଲାଗିଛି। ସୂଚନା ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡର ଘାତକ ଖେଳାଳି ମ୍ୟାଟ ହେନେରୀ ଆହତ ହୋଇଛନ୍ତି। ଭାରତ ବିପକ୍ଷ ଫାଇନାଲରେ ଖେଳିବା ନେଇ ଏବେ ମଧ୍ୟ ସନ୍ଦେହ ରହିଛି। ବୁଧବାର ଲାହୋରରେ ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେମିଫାଇନାଲ ଖେଳାଯାଇଥିଲା। ଏହି ମ୍ୟାଚର ୨୯ ତମ ଓଭରରେ ହେନେରୀ ଆହତ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ଖେଳାଳି ହେନ୍ରିକ କ୍ଲାସେନ୍ ଙ୍କ କ୍ୟାଚ ଧରିବା ପାଇଁ ସେ ଲଙ୍ଗ ଅନ ପର୍ଯ୍ୟନ୍ତ ଦୌଡିଥିଲେ। ହେନେରୀ କ୍ୟାଚ୍ ନେଇଥିଲେ, କିନ୍ତୁ ସେ ଆହତ ହୋଇଥିଲେ। ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି। ଏହି କାରଣରୁ ହେନେରୀ ମଧ୍ୟ ପଡ଼ିଆରୁ ବାହାରିଯାଇଥିଲେ। ମ୍ୟାଟ ହେନେରୀ ଟିମ୍ ଇଣ୍ଡିଆ ବିପକ୍ଷରେ…
ଭୁବନେଶ୍ୱର: ମାଆ ଭଉଣୀମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ‘ସୁଭଦ୍ରା ଯୋଜନା’ରେ ହିତାଧିକାରୀଙ୍କ ସଂଖ୍ୟା ୧ କୋଟିରୁ ଅଧିକ ହେବା ଅବସରରେ ଖୁସି ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ‘ଏକ୍ସ’ରେ ସୁଭଦ୍ରା ଯୋଜନା ସମ୍ପର୍କୀତ ଏକ ଭିଡ଼ିଓ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାରେ କ୍ରିୟାନ୍ୱୟନ ହୋଇଥିବା ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୧ କୋଟିରୁ ଉର୍ଦ୍ଧ୍ୱ ହୋଇଛି। ଆମର ମାଆ ଭଉଣୀମାନଙ୍କୁ ସଶକ୍ତ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ଦିଗରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଧନ୍ୟବାଦ। ଓଡ଼ିଶାର ନାରୀଶକ୍ତିର ଅଭ୍ୟୁତ୍ଥାନ ବଳରେ ହିଁ ଓଡ଼ିଆ ଅସ୍ମିତାର ଶ୍ରୀବୃଦ୍ଧି ସମ୍ଭବ। ସୁଭଦ୍ରା ଯୋଜନା ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକାରୀ ଯୋଜନାର ଏକ ପରିକଳ୍ପନା। ଆଜି…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ଶିକିରି ଗ୍ରାମ ଛକରେ ତାରାତାରିଣୀ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରକ ର ମୁହାଁମୁହିଁ ଧକ୍କା ଫଳରେ ଛତ୍ରପୁର ଅଞ୍ଚଳରୁ ପରିବା ବୋଝେଇ ଅଟୋ ରାସ୍ତା କଡ଼କୁ ଓଲଟି ପଡିଥିଲା। ଯ’ଦ୍ଵାରା ଅଟୋରେ ବସିଥିବା ଦୁଇ ଭାଇ କ୍ଷୀରୋଦ ସାହୁ ଓ ପ୍ରସାନ୍ତ ସାହୁ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳିଛି ଯେ ଭୋର୍ ସକାଳେ ଘନ କୁହୁଡି ଯୋଗୁଁ ଏହି ଭଳି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ସମ୍ମୁଖୀନ ଦୁଇ ଭାଇଙ୍କୁ ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପ୍ରଧମେ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଅଟୋ ଓ ଟ୍ରକ କୁ ଜବତ କରି ଘଟଣାର ତଦନ୍ତ…
ନୂଆଦିଲ୍ଲୀ: ଯଦି ଆପଣ କମ୍ ମୂଲ୍ୟରେ ପୂର୍ଣ୍ଣ ଲାଭ ସହିତ ରିଚାର୍ଜ ଯୋଜନା ଚାହୁଁଛନ୍ତି, ତେବେ BSNL ସହିତ କୌଣସି ପ୍ରତିଯୋଗିତା ନାହିଁ। ସରକାରୀ ଟେଲିକମ୍ କମ୍ପାନୀ ଗ୍ରାହକଙ୍କୁ କମ୍ ମୂଲ୍ୟରେ ଆଶ୍ଚର୍ଯ୍ୟଜନକ ସୁବିଧା ସହିତ ରିଚାର୍ଜ ଯୋଜନା ପ୍ରଦାନ କରେ। ଆଜି ଆମେ କମ୍ପାନୀର ସେହି ତିନୋଟି ରିଚାର୍ଜ ଯୋଜନା ବିଷୟରେ ଜାଣିବା, ଯାହାର ମୂଲ୍ୟ 500 ରୁ କମ୍, କିନ୍ତୁ ସେମାନେ ଦୀର୍ଘ ବୈଧତା ଏବଂ ଅସୀମିତ ଡାଟା ପରି ଲାଭ ପ୍ରଦାନ କରନ୍ତି। BSNL ର 197 ଟଙ୍କା ଯୋଜନା: ଏହି ଯୋଜନାର 70 ଦିନର ବୈଧତା ଅଛି। ଏହାର ଅର୍ଥ ହେଉଛି, 200 ରୁ କମ୍ ମୂଲ୍ୟରେ କମ୍ପାନୀ ଦୁଇ ମାସରୁ ଅଧିକ ବୈଧତା ପ୍ରଦାନ କରୁଛି। ଏହି ଯୋଜନାର ଅନ୍ୟାନ୍ୟ ଲାଭ ବିଷୟରେ କହିବାକୁ ଗଲେ, ବ୍ୟବହାରକାରୀଙ୍କୁ ପ୍ରଥମ 18 ଦିନ ପାଇଁ ଅସୀମିତ କଲିଂ ଦିଆଯାଉଛି। ବ୍ୟବହାରକାରୀମାନେ ଦେଶର ଯେକୌଣସି ନମ୍ବରକୁ ଅସୀମିତ…
ନୂଆଦିଲ୍ଲୀ: ଫେବୃଆରୀ ୨୭ ତାରିଖରେ ଅନୁଷ୍ଠିତ ବିଧାନ ପରିଷଦ (ଏମଏଲସି) ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ସମର୍ଥିତ ପ୍ରାର୍ଥୀମାନେ ତିନୋଟି ଆସନ ମଧ୍ୟରୁ ଦୁଇଟି ଆସନରେ ଜିତିଛନ୍ତି। ରାଜ୍ୟ ବିଧାନ ପରିଷଦର ମେଡକ-ନିଜାମାବାଦ-ଆଦିଲାବାଦ-କରିମନଗର ସ୍ନାତକ ନିର୍ବାଚନମଣ୍ଡଳୀରେ ବିଜେପି ସମର୍ଥିତ ଚୌଧୁରୀ ଅଞ୍ଜୀ ରେଡ୍ଡୀ କଂଗ୍ରେସର ନରେନ୍ଦ୍ର ରେଡ୍ଡୀଙ୍କୁ ୫୦୦୦ ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଏହି ଆସନର ଫଳାଫଳ ଆଜି ସକାଳେ ଘୋଷଣା କରାଯାଇଛି। ମେଡକ-ନିଜାମାବାଦ-ଆଦିଲାବାଦ-କରିମନଗର ସ୍ନାତକ, ଶିକ୍ଷକ ନିର୍ବାଚନମଣ୍ଡଳୀ ଏବଂ ୱାରଙ୍ଗାଲ-ଖମମ-ନାଲଗୋଣ୍ଡା ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଅଗ୍ରାଧିକାର ଭିତ୍ତିରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବାଲାଟ ପେପର ମାଧ୍ୟମରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗତ ସୋମବାର ଭୋଟ ଗଣତି ଆରମ୍ଭ ହୋଇଥିଲା। ବିଜେପି ସମର୍ଥିତ ମଲକା କୋମାରେୟା ମେଡକ-ନିଜାମାବାଦ-ଆଦିଲାବାଦ-କରିମନଗର ଶିକ୍ଷକ ନିର୍ବାଚନମଣ୍ଡଳୀରୁ ଜିତିଛନ୍ତି ଏବଂ ସ୍ଵାଧୀନ ପ୍ରାର୍ଥୀ ଶ୍ରୀପାଲ ରେଡ୍ଡୀ ପିଙ୍ଗିଲି (ଶିକ୍ଷକ ସଂଘ ଦ୍ୱାରା ସମର୍ଥିତ) ୱାରଙ୍ଗଲ-ଖମମ-ନାଲଗୋଣ୍ଡା ଶିକ୍ଷକ ନିର୍ବାଚନମଣ୍ଡଳୀରୁ ଜିତିଛନ୍ତି। ରାଜ୍ୟରେ ବିଜେପି ର ଅଗ୍ରଣୀ:…
ନୂଆଦିଲ୍ଲୀ: ଆଜି ତାମିଲନାଡୁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଦଳ ଡିଏମକେ ନେତା ତଥା ତାମିଲନାଡୁର ଅବକାରୀ ମନ୍ତ୍ରୀ ସେନ୍ଥିଲ ବାଲାଜୀ ଏବଂ ତାଙ୍କ ସହଯୋଗୀଙ୍କ ଘରେ ଚଢାଉ କରିଛି। ଏଥିରେ ତାଙ୍କର ସମ୍ପର୍କୀୟ ଏବଂ ସାଙ୍ଗମାନେ ଅନ୍ତର୍ଭୁକ୍ତ। ସମୁଦାୟ ୧୦ ଟି ସ୍ଥାନରେ ଚଢାଉ କରାଯାଇଛି। ଅର୍ଥ ହେରଫେର ମାମଲାରେ ଏହି ଚଢାଉ କରାଯାଇଛି। ତାମିଲନାଡୁର ବିଭିନ୍ନ ସହରରେ ଏହି କାର୍ଯ୍ୟାନୁଷ୍ଠାନ ଚାଲିଛି। ଇଡି ଅଧିକାରୀମାନେ କରୁରର ତିନୋଟି ସ୍ଥାନରେ ଚଢାଉ କରିଛନ୍ତି। କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କ ସହ ଅଧିକାରୀମାନେ ଏଠାରେ ପହଞ୍ଚିଥିଲେ। ଅଧିକାରୀମାନେ କେରଳ ଏବଂ ତେଲେଙ୍ଗାନା ରାଜ୍ୟର ପଞ୍ଜୀକୃତ ଗାଡି ସହିତ ସହରରେ ପ୍ରବେଶ କରିଥିଲେ। କରୁରର କୋଡାଇ ନଗର ଶକ୍ତି ମେସର ମାଲିକ କାର୍ତ୍ତିକଙ୍କ ଘର, ୮୦ ଫୁଟ ରାସ୍ତା ଅଞ୍ଚଳରେ ଅବସ୍ଥିତ ଏମସିଏସ ଶଙ୍କର ଏବଂ ରାୟନୁର ଅଞ୍ଚଳରେ ଅବସ୍ଥିତ କୋଙ୍ଗୁ ମେସର ମାଲିକ ମଣିଙ୍କ ଉପରେ ଚଢାଉ କରାଯାଇଛି।…
ନୂଆଦିଲ୍ଲୀ: ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ନ୍ୟୁଜିଲ୍ୟାଣ୍ଡ 2025 ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ମାର୍ଚ୍ଚ 9 ତାରିଖରେ ଦୁବାଇରେ ଭାରତ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ 50 ରନରେ ପରାସ୍ତ କରିଛି। ନ୍ୟୁଜିଲ୍ୟାଣ୍ଡର ଏହି ବିଜୟ ପରେ ତୁରନ୍ତ ପାକିସ୍ତାନର ପୂର୍ବତନ ଅଧିନାୟକ ମିସବାହ-ଉଲ-ହକ ଚାମ୍ପିଅନ୍ସ ଟ୍ରଫି ବିଜେତା ବିଷୟରେ ପୂର୍ବାନୁମାନ କରିଛନ୍ତି। ମାର୍ଚ୍ଚ 9 ତାରିଖରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ଖେଳାଯିବ। ଏଭଳି ପରିସ୍ଥିତିରେ, ପାକିସ୍ତାନର ପୂର୍ବତନ ଅଧିନାୟକ ଚାମ୍ପିଅନ୍ସ ଟ୍ରଫିର ବିଜେତା ଦଳ ବିଷୟରେ ନିଜର ଭବିଷ୍ୟବାଣୀ କରିଛନ୍ତି। ପାକିସ୍ତାନର ପୂର୍ବତନ ଅଧିନାୟକ କହିଛନ୍ତି ଯେ, “ଦୁଇଟି ଶ୍ରେଷ୍ଠ ଦଳ ଫାଇନାଲରେ ଖେଳୁଛନ୍ତି। ଉଭୟ ସନ୍ତୁଳିତ ଦଳ, ଉଭୟ ଭଲ କ୍ରିକେଟ୍ ଖେଳିଛନ୍ତି। ପରିସ୍ଥିତି ଅନୁଯାୟୀ ଉଭୟ ଦଳର ସନ୍ତୁଳନ ବହୁତ ଭଲ। ନିଶ୍ଚିତ ଭାବରେ ଭାରତର ପଲ୍ଲା ଭାରି…
ଛତ୍ରପୁର: ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ଆସନ୍ତା ୮ ତାରିଖ ଦିନ ଛତ୍ରପୁର କୋର୍ଟ ପରିସରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏହାର ବ୍ୟାପକ ପ୍ରଚାର ଏବଂ ଲୋକଙ୍କୁ ସଚେତନତା କରିବା ନିମନ୍ତେ ବୁଧବାର କୋର୍ଟ ପରିସରରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଏହି ରଥ ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଲୋକଙ୍କୁ ଅଦାଲତ ଦ୍ୱାରା ବିଭିନ୍ନ ପ୍ରକାର ସୁବିଧା ବିଷୟର ଅବଗତ କରାଇବ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ତାଲୁକ ଆଇନ୍ ସେବା କମିଟି ଅଧ୍ୟକ୍ଷ ମନୋରଞ୍ଜନ ଦାସ, ଏସଡିଜେଏମ ପ୍ରୀତିଶ କୁମାର ରଥ, ସିନିୟର୍ ସିଭିଲ ଜଜ ପୂଜା ଦେ, ଜେଏମଏଫସି ସ୍ଵାଗତିକା ସ୍ୱାଇଁ, ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀଙ୍କ ସମେତ ବହୁ ଆଇନଜୀବୀ ଏବଂ କୋର୍ଟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ସ୍ଥିତ ବିର୍ସା ମୁଣ୍ଡା ମଇଦାନ (ପି.ଏଚ୍.ଇ.ଡି ପଡିଆ) ରେ “ସୁଭଦ୍ରା ଶକ୍ତି ମେଳା” ର ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ମାର୍ଚ୍ଚ ମାସ ୫ ତାରିଖ ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ଏହି ମେଳାରେ ମହିଳା ସୟଂ ସହାୟକ ଗୋଷ୍ଠୀଗୁଡ଼ିକ ନିଜର ଉତ୍ପାଦନ ବିକ୍ରୟ କରିବା ପାଇଁ ଏକ ମଞ୍ଚ ପାଇବେ, ଯେଉଁଠି ସେ ନିଜର କୌଶଳ, ଉଦ୍ୟମିତା ପଦର୍ଶନ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ଏଥିସହିତ ଦର୍ଶକ ମାନଙ୍କର ମନୋରଞ୍ଜନ ପାଇଁ ପ୍ରତିଦିନ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପାରମ୍ପରିକ ନୃତ୍ୟକଳା ଆୟୋଜନ ମଧ୍ୟ ହୋଇଛ ସୁଭଦ୍ରା ଯୋଜନା ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାର ପ୍ରାୟ ୨,୬୦,୦୦୦ ଜଣ…
ଭୁବନେଶ୍ୱର: ବିଜୁବାବୁ ଥିଲେ ଓଡିଶାର ପଥ ପ୍ରଦର୍ଶକ। ବିଜୁ ବାବୁଙ୍କ ପ୍ରତ୍ୟେକଟି ପଦକ୍ଷେପ ଆମକୁ ପ୍ରେରଣା ଦେଉଛି। ଓଡିଶା ପାଇଁ ସେ ଅନେକ ସ୍ୱପ୍ନ ଦେଖିଥିଲେ ଏବଂ ତାକୁ ପୂରଣ କରିବା ପାଇଁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ଓଡିଶାର ଶିଳ୍ପାୟନ, ମହିଳାମାନଙ୍କ ସଶକ୍ତିକରଣ ଥିଲା ତାଙ୍କର ସ୍ୱପ୍ନ। ବିଜୁବାବୁଙ୍କ ସ୍ୱପ୍ନ ଓ ଆମ ସରକାରଙ୍କ କାର୍ଯ୍ୟକ୍ରମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ବିଜୁ ବାବୁ ସମୃଦ୍ଧ ଓଡିଶା ଗଠନ ପାଇଁ ଚିନ୍ତା କରିଥିଲେ। ଆଜି ଆମ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଛି। ବିଜୁ ବାବୁ ଓଡିଶା ପାଇଁ ଯେଉଁସବୁ ସ୍ବପ୍ନ ଦେଖିଥିଲେ, ତାକୁ ଆମ ସରକାର ପୂରଣ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସ୍ଥାନୀୟ ଜୟଦେବ ଭବନ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ…
ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ଆଦର୍ଶ ଗ୍ରାମ ପଞ୍ଚାୟତ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ୨୦୨୫ ମାର୍ଚ୍ଚ ୫ ତାରିଖରେ ନୂଆଦିଲ୍ଲୀ ଠାରେ ଆଦର୍ଶ ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତ ଉପରେ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ପାଳନର ଏକ ଅଂଶ ଭାବରେ ଆୟୋଜିତ ଏହି ଜାତୀୟ ସମ୍ମିଳନୀରେ ଦେଶର ବଛାବଛା ଗ୍ରାମ ପଞ୍ଚାୟତର ୧୫୦୦ରୁ ଅଧିକ ନିର୍ବାଚିତ ପ୍ରତିନିଧି ଓ କର୍ମକର୍ତ୍ତା ଶାରୀରିକ ଓ ଆଭାଷୀ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପଟେଲ ଏବଂ କେନ୍ଦ୍ର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ ପି ସିଂହ ବାଘେଲ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସଚିବ ବିବେକ ଭରଦ୍ୱାଜ ଏବଂ ଅତିରିକ୍ତ ସଚିବ ସୁଶୀଲ କୁମାର ଲୋହାନୀଙ୍କ ସମେତ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ…
ବାଣପୁର: ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ପ୍ରବାଦ ପୁରୁଷ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ବାଣପୁର ଜୋନ ନମ୍ବର ୧୫ କାର୍ଯ୍ଯଳୟ ଠାରେ ପାଳିତ ହୋଇଯାଇଛି। ବିଜେଡି ବ୍ଲକ ଉପ ସଭାପତି ଯଦୁ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ଯୋଗଦେଇ ଗ୍ରାମାଞ୍ଚଳର ବିକାଶ ହେଲେ ଦେଶର ବିକାଶ ସମ୍ଭବ, ଯାହା ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ବପ୍ନ ଥିଲା। ତାଙ୍କ ସମୟରେ ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଆରମ୍ଭ ହୋଇଥିବା ବେଳେ ମହିଳାଙ୍କୁ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ବର୍ତ୍ତମାନର ରାଜ୍ୟ ସରକାର ତାଙ୍କ ଜନ୍ମ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ ନ କରିବା ଦୁଃଖଦାୟକ ବୋଲି କହିଥିଲେ। ପ୍ରାରମ୍ଭରେ କର୍ମକର୍ତ୍ତାମାନେ ମେଡିକାଲ ଛକ ସ୍ଥିତ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ ପ୍ରଦାନ କରି ଓଡିଶାର ବିକାଶ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ୱେବିନାରର ବିଷୟବସ୍ତୁ “ଜନତା, ଅର୍ଥନୀତି ଏବଂ ନବସୃଜନରେ ନିବେଶ” ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ, ଯାହା ବିକାଶିତ ଭାରତ ପାଇଁ ରୋଡମ୍ୟାପକୁ ବ୍ୟାଖ୍ୟା କରେ। ସେ କହିଥିଲେ ଯେ ଚଳିତ ବର୍ଷର ବଜେଟ୍ ଏହି ବିଷୟବସ୍ତୁକୁ ବ୍ୟାପକ ସ୍ତରରେ ପ୍ରତିଫଳିତ କରୁଛି ଏବଂ ଭାରତର ଭବିଷ୍ୟତ ପାଇଁ ଏକ ବ୍ଲୁପ୍ରିଣ୍ଟ ଭାବେ କାର୍ଯ୍ୟ କରୁଛି। ଭିତ୍ତିଭୂମି, ଶିଳ୍ପ, ଲୋକ, ଅର୍ଥନୀତି ଏବଂ ନବସୃଜନ କ୍ଷେତ୍ରରେ ନିବେଶକୁ ସମାନ ପ୍ରାଥମିକତା ଦିଆଯାଇଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଦେଶର ପ୍ରଗତି ପାଇଁ ସାମର୍ଥ୍ୟ ନିର୍ମାଣ ଏବଂ ପ୍ରତିଭାର ବିକାଶ ମୂଳଦୁଆ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ସମସ୍ତ ଅଂଶୀଦାରମାନଙ୍କୁ ଆଗକୁ ବଢ଼ିବା ଏବଂ ବିକାଶର ପରବର୍ତ୍ତୀ ପର୍ଯ୍ୟାୟର ଆବଶ୍ୟକତା ଅନୁଯାୟୀ…
ନୂଆଦିଲ୍ଲୀ: ଜାପାନ-ଭାରତ ବ୍ୟବସାୟ ସହଯୋଗ ସମିତି (ଜେଆଇବିସିସି)ର ଅଧ୍ୟକ୍ଷ ତାତ୍ସୁଓ ୟାସୁନାଗାଙ୍କ ନେତୃତ୍ୱରେ ୧୭ ଜଣିଆ ଏକ ପ୍ରତିନିଧି ଦଳ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ପ୍ରତିନିଧି ଦଳରେ ଜାପାନର ଅଗ୍ରଣୀ କର୍ପୋରେଟ୍ ହାଉସ୍ ଯଥା ଉତ୍ପାଦନ, ବ୍ୟାଙ୍କିଙ୍ଗ୍, ଏୟାରଲାଇନ୍ସ, ଫାର୍ମା ସେକ୍ଟର, ପ୍ଲାଣ୍ଟ ଇଞ୍ଜିନିୟରିଂ ଏବଂ ଲଜିଷ୍ଟିକ୍ସ ର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ। ଜାପାନ-ଭାରତ ବ୍ୟବସାୟ ସହଯୋଗ କମିଟିର ଆଗାମୀ ୪୮ତମ ମିଳିତ ବୈଠକ ଏବଂ ଏହାର ଭାରତୀୟ ପ୍ରତିପକ୍ଷ ଭାରତ-ଜାପାନ ବ୍ୟବସାୟ ସହଯୋଗ କମିଟିର ଆଗାମୀ ୪୮ତମ ମିଳିତ ବୈଠକ ବିଷୟରେ ଶ୍ରୀ ୟାସୁନାଗା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଭାରତରେ ଉଚ୍ଚମାନର, ସ୍ୱଳ୍ପ ମୂଲ୍ୟର ଉତ୍ପାଦନ, ଆଫ୍ରିକା ଉପରେ ବିଶେଷ ଧ୍ୟାନ ଦେଇ ବିଶ୍ୱ ବଜାର ପାଇଁ ଉତ୍ପାଦନର ସମ୍ପ୍ରସାରଣ ଏବଂ ମାନବ ସମ୍ବଳ ବିକାଶ ଏବଂ ବିନିମୟ ବୃଦ୍ଧି ସମେତ ପ୍ରମୁଖ କ୍ଷେତ୍ର ଉପରେ ଆଲୋଚନା ହୋଇଥିଲା। ଭାରତରେ ଜାପାନର ବ୍ୟବସାୟର…
ଭୁବନେଶ୍ଵର: ବୁଧବାର ରେଳ ବୋର୍ଡ ଦ୍ୱାରା ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ବିଭାଗୀୟ ପଦୋନ୍ନତି ପରୀକ୍ଷା ରେଳବାଇ ଭର୍ତ୍ତି ବୋର୍ଡ ବା ଆରଆରବି ଦ୍ୱାରା / କେନ୍ଦ୍ରୀୟ କମ୍ପୁଟରୀକୃତ ପରୀକ୍ଷା CBT ମାଧ୍ୟମରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଜୋନାଲ ରେଳବାଇ ପରୀକ୍ଷା ପାଇଁ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିବେ। ସମସ୍ତ ପରୀକ୍ଷା କେବଳ ଏକ କ୍ୟାଲେଣ୍ଡର ଆଧାରରେ ପରିଚାଳିତ ହେବ। ସାମ୍ପ୍ରତିକ ବର୍ଷଗୁଡ଼ିକରେ RRB ଦ୍ୱାରା ପରିଚାଳିତ ସ୍ୱଚ୍ଛ, ନିରପେକ୍ଷ ଏବଂ ଅତ୍ୟନ୍ତ ପ୍ରଶଂସନୀୟ ପରୀକ୍ଷାର ଦୀର୍ଘ ଅଭିଜ୍ଞତା ପରେ ଏହା ନିଷ୍ପତ୍ତି ନିଆଯାଇଛି। RRB ଯେପରି କୌଣସି ଅଭିଯୋଗ ବିନା, ସମସ୍ତ ସ୍ୱଚ୍ଛତା ସହିତ ପରୀକ୍ଷା ପରିଚାଳନା କରୁଥିଲା ସେହିଭଳି ଏହି ପରୀକ୍ଷା ଆୟୋଜନ କରାଯିବ। 2015 ରୁ ଆଜି ପର୍ଯ୍ୟନ୍ତ 7 କୋଟିରୁ ଅଧିକ ପ୍ରାର୍ଥୀଙ୍କୁ କୌଣସି କାଗଜପତ୍ର ଲିକ୍, ପ୍ରତିରୂପଣ, ଦୂରବର୍ତ୍ତୀ ଲଗ୍-ଇନ୍ ଏବଂ ଗୁପ୍ତଚର ଡିଭାଇସ୍ ବ୍ୟବହାର ବିନା କମ୍ପ୍ୟୁଟର…
ଭୁବନେଶ୍ୱର: ଭୁବନେଶ୍ୱରର ଏକ ଅଗ୍ରଣୀ ଓଡ଼ିଶୀ ସଙ୍ଗୀତ ଅନୁଷ୍ଠାନ ଶ୍ରୁତି ଦ୍ୱାରା ଆୟୋଜିତ ୨୦ତମ ଓଡ଼ିଶୀ ସଙ୍ଗୀତ ଓ ଲଘୁ ସଙ୍ଗୀତ ସମାରୋହ ୨୦୨୫ ରବିନ୍ଦ୍ର ମଣ୍ଡପରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ମଧ୍ୟରେ ଉଦ୍ଯାପିତ ହୋଇଯାଇଅଛିି। ଏହି ଉଦ୍ଯାପନୀ ଉତ୍ସବରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା ଲଘୁସଙ୍ଗୀତ ଗାୟନ କାର୍ଯ୍ୟକ୍ରମ। ଏହି ଦୁଇ ଦିନିଆ ସଙ୍ଗୀତ ଉତ୍ସବରେ ବହୁ ମାନଗଣ୍ୟ ଗୁରୁ, ସଙ୍ଗୀତଜ୍ଞ, ଶିଳ୍ପୀ ଅଂଶଗ୍ରହଣ କରି ସେମାନଙ୍କର ଓଡ଼ିଶୀ ସଙ୍ଗୀତ ଓ ଲଘୁସଙ୍ଗୀତ ଉପରେ ନିପୁଣତା ଦେଖାଇଥିଲେ। ଓଡ଼ିଶାର ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ଥରରେ ପହଞ୍ଚାଇବା ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ଥିଲା। ଶେଷ ସଂଧ୍ୟାରେ ଲଘୁ ସଙ୍ଗୀତ ଗାୟନ କରିଥିଲେ ଗୁରୁ ଡ଼ ବିଜୟ କୁମାର ଜେନାଙ୍କ ଦ୍ୱାରା ମା ନାମ ମଧୁର ଅତୀ, ରବି ନାରାୟଣ ଦାସଙ୍କ ଦ୍ୱାରା ଅଜଣା ଏଇ ନଇ, ହରପିୟା ସ୍ୱାଇଁଙ୍କ ଦ୍ୱାରା…
ନୂଆଦିଲ୍ଲୀ: ସ୍ପେନର ବାର୍ସେଲୋନାରେ ଅନୁଷ୍ଠିତ ବିଶ୍ୱ ମୋବାଇଲ କଂଗ୍ରେସ (ଏମଡବ୍ଲୁସି) ପରିଦର୍ଶନ କରିଛନ୍ତି କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ବିଶ୍ୱର ସର୍ବବୃହତମ ମୋବାଇଲ ଓ ଟେଲି ଯୋଗାଯୋଗ କ୍ଷେତ୍ରର ସମ୍ମିଳନୀରେ ଉଚ୍ଚସ୍ତରୀୟ ସିଇଓମାନଙ୍କ ସହ କଥା ହେବା ସହ ଗୁରୁତ୍ୱପୂର୍ଣ୍ଣ ଅଧିବେସନରେ ସେ ଯୋଗ ଦେଇଥିଲେ। ଏହି ବିଶ୍ୱ ମୋବାଇଲ କଂଗ୍ରେସରେ ୫ଜି କ୍ଷେତ୍ରରେ ଭାରତର ଦ୍ରୁତ ଅଭିବୃଦ୍ଧି, ବିଶ୍ୱର ସବୁଠାରୁ ଶସ୍ତା ଡାଟା ମୂଲ୍ୟ, ସ୍ୱଦେଶୀ ୪ଜି/୫ଜି ସାଇବର ସୁରକ୍ଷା ପଦକ୍ଷେପ ପରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଭାରତର ଟେଲିକମ କ୍ଷେତ୍ରରେ ବିପ୍ଲବ ଓ ଟେକ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ପ୍ରତିବଦ୍ଧତା ନେଇ ଏହି ବିଶ୍ୱ ମୋବାଇଲ କଂଗ୍ରେସ (ଏମଡବ୍ଲୁସି) ୨୦୨୫ରେ ଆଲୋଚନା କରାଯାଇଥିଲା। ‘ଗ୍ଲୋବାଲ ଟେକ ଗଭର୍ଣ୍ଣାନ୍ସ : ରାଇଜିଂ ଟୁ ଦି ଚ୍ୟାଲେଞ୍ଜ’ ଏବଂ ‘ଆଣ୍ଡ ବାଲାନ୍ସିଂ ଇନୋଭେସନ ଆଣ୍ଡ ରେଗୁଲେସନ : ଗ୍ଲୋବାଲ ପରସ୍ପେକଟିଭସ ଅନ ଟେଲିକମ ପଲିସି’ ଉପରେ ଆହୂତ ସ୍ୱତନ୍ତ୍ର ଅଧିବେସନରେ…

