ଭୁବନେଶ୍ୱର: ସାରା ରାଜ୍ୟରେ ମାର୍ଚ୍ଚ ମାସ ଆରମ୍ଭରୁ ଅସହ୍ୟ ତାତି ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଉଥିବାରୁ ସ୍କୁଲକୁ ସକାଳୁଆ କରାଯିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି। ସୂଚନା ଥାଉକି, ସାରା ରାଜ୍ୟରେ ମାର୍ଚ୍ଚ ମାସ ଆରମ୍ଭରୁ ଅସହ୍ୟ ତାତି ଅନୁଭୂତ ହେଲାଣି। ଦିନକୁ ଦିନ ରୌଦ୍ରତାପ ବୃଦ୍ଧିପାଇବାରେ ଲାଗିଛି। ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସହରରେ ତାପମାତ୍ରାରେ ହଠାତ୍ ପରିବର୍ତ୍ତନ ଘଟିଛି। ସକାଳ ୧୧ଟା ପରେ ଘରୁ ବାହାରିବା କଷ୍ଟକର ହେଉଛି। ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ଲାଗିରହିବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛନ୍ତି। ଏବେ ଓଡ଼ିଶାର ଉପକୂଳ ଠାରୁ ଆରମ୍ଭ କରି ପଶ୍ଚିମାଞ୍ଚଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏପରିକି ପ୍ରାର୍ଥନା କ୍ଲାସ୍ରେ ମଧ୍ୟ ପିଲାମାନଙ୍କର ମୁଣ୍ଡ ବୁଲାଇ ପଡ଼ିଯିବା…
Author: SM Network
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କେନ୍ଦ୍ରଶାସିତ ଅଞ୍ଚଳ ଦାଦରା ଓ ନଗର ହାଭେଲି ଏବଂ ଦମନ ଓ ଦିଉର ସିଲଭାସାରେ ୨୫୮୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ପୂର୍ବରୁ ସେ ସିଲଭାସାରେ ଥିବା ନମୋ ହସ୍ପିଟାଲକୁ ଉଦଘାଟନ କରିଥିଲେ। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କେନ୍ଦ୍ର ଶାସିତ ଅଞ୍ଚଳ ଦାଦରା ଏବଂ ନଗର ହାଭେଲି, ଦମନ ଏବଂ ଦିଉର ଉତ୍ସର୍ଗୀକୃତ କର୍ମୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଯେ, ସେ ଏହି ଅଞ୍ଚଳ ସହିତ ଯୋଗାଯୋଗ ଏବଂ ଜଡ଼ିତ ହେବାର ସୁଯୋଗ ଦେଇଛନ୍ତି। ଲୋକମାନଙ୍କ ସହ ତାଙ୍କର ଦୀର୍ଘଦିନର ସମ୍ପର୍କକୁ ସେ ସ୍ୱୀକାର କରି କହିଛନ୍ତି ଯେ ଏହି ଅଞ୍ଚଳ ସହିତ ତାଙ୍କର ସମ୍ପର୍କ ଦଶନ୍ଧି ପୁରୁଣା। ୨୦୧୪ରେ ତାଙ୍କ ସରକାର କ୍ଷମତାକୁ ଆସିବା ପରଠାରୁ ଏହି ଅଞ୍ଚଳର ପ୍ରଗତି କଥା ଉଲ୍ଲେଖ କରି ଦାଦ୍ରା ଓ ନଗର ହାଭେଲି, ଦମନ ଓ…
ନୂଆଦିଲ୍ଲୀ: କିଶୋରୀ ବାଳିକା, ଗର୍ଭବତୀ ମହିଳା, ସ୍ତନ୍ୟପାନକରାଉଥିବା ମାଆ ଏବଂ ୦-୬ ବର୍ଷ ବୟସର ପିଲାମାନଙ୍କ ପୁଷ୍ଟି ଓ ନିରାମୟକୁ ଗୁରୁତ୍ୱାରୋପ କରି ୨୦୧୮ ମସିହାର ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆରମ୍ଭ କରାଯାଇଥିଲା ପୋଷଣ ଅଭିଯାନ। ଏହି ଅଭିଯାନକୁ ୭ ବର୍ଷ ପୂରିଛି। ଏହି ସମୟ ଭିତରେ ନିରନ୍ତର ପ୍ରୟାସ ଓ ସରକାରୀ ପ୍ରୋତ୍ସାହନରେ ଆଜି ଗାଁରୁ ସହର ସବୁ କ୍ଷେତ୍ରରେ ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ରକ୍ଷା କରି ଏକ ସୁସ୍ଥ ଭାରତ ଗଠନରେ ସହାୟକ ହେଉଛି ଏହି ଅଭିଯାନ। ରାଜସ୍ଥାନର ଝୁନଝୁନୁ ଜିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାର ଆରମ୍ଭ ହୋଇଥିବା ଏହି ପୋଷଣ ଅଭିଯାନ ଆଜି ଦେଶର ପ୍ରତି କୋଣରେ ମହିଳା, ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ସହାୟକ ହୋଇଛି। କମ୍ ଓଜନର ଶିଶୁ ଜନ୍ମ, ପୁଷ୍ଟି ଅଭାବ, ରକ୍ତହୀନତା ଏବଂ ବୟସ ଅନୁସାରେ ଶିଶୁଶଙ୍କ ଓଜନ ହ୍ରାସ ଆଦି ସମସ୍ୟାକୁ ଏହି ଅଭିଯାନ ମାତ୍ ଦେବାରେ ସକ୍ଷମ…
ଭୁବନେଶ୍ୱର: ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ର ରାଜ୍ୟ ସ୍ତରୀୟ ଚିନ୍ତନ ଶିବିରର ଗୋଟିଏ ଦିନ ପରେ ଶୁକ୍ରବାର ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରାଯାଇଛି। ସଂଗଠନର ସର୍ବଭାରତୀୟ ସଭାପତି ହର୍ଷବର୍ଦ୍ଧନ ସପକଲ୍ ଙ୍କ ଅନୁମୋଦନ ଓ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ କୁନାଲ ବାନାର୍ଜୀଙ୍କ ସୁପାରିଶ କ୍ରମେ ୩୦ ଜଣିଆ କାର୍ଯ୍ୟକାରିଣୀ ଗଠିତ ହୋଇଛି। ପୂର୍ବପରି ସୁଦର୍ଶନ ଦାସଙ୍କୁ ଏହାର ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଦିଆ ଯାଇଥିବା ବେଳେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଓ ନିମାଇଁ ସରକାର ତଥା ମୟୂରଭଞ୍ଜର ୬ ଥର ପଞ୍ଚାୟତ ପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିବା ଆଦିବାସୀ ନାରୀ ନେତ୍ରୀ ଜବା ଟୁଡୁଙ୍କୁ ଉପାଧ୍ୟକ୍ଷ ଭାବରେ ରଖା ଯାଇଛି। କମିଟିରେ ୧୦ ଜଣ ସାଧାରଣ ସମ୍ପାଦକ ରହିଛନ୍ତି। ବିଜୟ ପ୍ରଧାନ, ମନୋଜ ସାହୁ, ଗଣେଶ ସାହୁ, ରୂପକ ତୂରୁକ୍, ପ୍ରତାପ ପ୍ରଧାନ, ସରୋଜ ବାଗ, ନିରୁପମା ପାତ୍ର, ପ୍ରଦ୍ୟୁମ୍ନ ଦାସ, ସନ୍ତୋଷ…
ମେଷ: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହ୍ରାସ ପାଇବ, ଚାକିରୀର ସ୍ବରୂପ ବଦଳାଇବା ସମ୍ଭାବନା। ପାରିବାରିକ ଏବଂ ସାମାଜିକ ଜୀବନ ସୁଖଦ ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କମ୍ ହେବ । ବୃଷ: ସ୍ୱାସ୍ଥ୍ୟ ଏକ ଖରାପ ପରିସ୍ଥିତି ସୃଷ୍ଟି କରିପାରେ। ଚାକିରି ଏବଂ ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି । ପରିବାର ସଦସ୍ୟଙ୍କ ସହିତ ଏକ ଧାର୍ମିକ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ମିଥୁନ: କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯାତ୍ରା କରିବାକୁ ପଡ଼ିବ, ଉତ୍ତମ ସ୍ୱାସ୍ଥ୍ୟ ଯୋଗୁଁ ମନ ମଧ୍ୟ ଖୁସି ହେବ । ଚାକିରୀ କରୁଥିବା ଲୋକମାନେ ଟିକେ ଦୈଡ଼ିବେ । ବ୍ୟବସାୟୀମାନଙ୍କୁ ଯାତ୍ରା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପ୍ରସାରଣ କରିବାକୁ ପଡ଼ିବ । କର୍କଟ: ପାରିବାରିକ ବିବାଦର ସମାଧାନ ହେବ, ବ୍ୟବସାୟୀମାନେ ବ୍ୟବସାୟରେ ଉପକୃତ ହେବେ। ସମାଜରେ ପ୍ରତିଷ୍ଠା ମିଳିବ। ସ୍ୱାସ୍ଥ୍ୟର ଅସ୍ଥିରତା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ। ସିଂହ: ଆତ୍ମ ନିୟନ୍ତ୍ରଣରେ ବୃଦ୍ଧି ହେବାର ଲାଭ ପାଇବେ ।…
ଭୁବନେଶ୍ୱର: ପୋଲିସ ଚାକିରିରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡିଥାଏ। ସାଧାରଣତ ଗରିବ, ମହିଳା ଏବଂ ପିଲାମାନଙ୍କର ସୁରକ୍ଷା ପୋଲିସ ଉପରେ ନିର୍ଭର କରେ। ୟୁନିଫର୍ମ ସର୍ଭିସ୍ କୁ ଗର୍ବ ଏବଂ ଜନସାଧାରଣଙ୍କ ସେବାର ଏକ ମାଧ୍ୟମ ଭାବେ ଗ୍ରହଣ କରିବାକୁ ଆପଣମାନଙ୍କୁ ସଦା ସର୍ବଦା ପ୍ରସ୍ତୁତ ହେବାକୁ ପଡିବ ଓ ସାଧାରଣ ଲୋକମାନଙ୍କର ବିଶ୍ଵାସ ଭାଜନ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀରେ ଅନୁଷ୍ଠିତ ୮ମ ଉପ-ଆରକ୍ଷୀ ଅଧିକ୍ଷକ ଓ ୧୨ତମ ଆରକ୍ଷୀ ଉପ-ନିରୀକ୍ଷକ ଶିକ୍ଷାନବୀଶ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଛନ୍ତି। ଅନୁଷ୍ଠିତ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସ ଏକାଡେ଼ମୀ ପଡିଆରେ ସମ୍ମିଳିତ ପାସିଙ୍ଗ ଆଉଟ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହିତ ମୌଳିକ ତାଲିମ ସମ୍ପୂର୍ଣ୍ଣ କରିଥିବା ୪ ଜଣ ଉପ-ଆରକ୍ଷୀ ଅଧିକ୍ଷକ ଓ…
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କମିସନରେଟ ପୋଲିସ ଅନ୍ତର୍ଗତ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଠାରେ ଆଭାସୀ ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ଟି ନବନିର୍ମିତ ଥାନା ଗୃହ ଉଦଘାଟନ କରିଛନ୍ତି। ସୂଚନା ଯୋଗ୍ୟଯେ, ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ସହିତ ଅନୁଗୁଳ ଜିଲ୍ଲାର ସମଲ ଓ ସଦର ଥାନା, ବରଗଡ଼ ଜିଲ୍ଲାର ଭେଡେନ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ ଥାନା, କୋରାପୁଟ ଜିଲ୍ଲାର ସୁଙ୍କି ଓ କୋରାପୁଟ ଟାଉନ ଥାନା, ମାଲକାନଗିରି ଜିଲ୍ଲାର କୋରକୁଣ୍ଡା, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, କମିଶନରେଟ ପୋଲିସ ଅନ୍ତର୍ଗତ କଟକର ସି.ଆର.ଆର.ଆଇ ଏବଂ ମଙ୍ଗଳାବାଗ ଥାନା, ଜଗତସିଂହପୁର ଜିଲ୍ଲାର ପାରାଦୀପ ଲକ୍ ଥାନା, ଯାଜପୁର ଜିଲ୍ଲାର ଧର୍ମଶାଳା ଓ କୋରେଇ ଥାନାର ନବନିର୍ମିତ ଥାନା ଗୃହ ଉଦଘାଟନ କରିଛନ୍ତି। ଏହି ଅବସରରେ ନବନିର୍ମିତ ନୟାପଲ୍ଲୀ ଥାନାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସମୁଦାୟ ୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି…
ବାଣପୁର: ନନ୍ଦପୁର ପଞ୍ଚାୟତ ପାରିନୁଆଗାଁ ଓ ଭେଷରୀ କେନାଲ ରାସ୍ତା ନରଣଡିହ ଛକରେ ଦୀର୍ଘଦିନ ଧରି ରାସ୍ତା କଡରେ ଏକ କ୍ୟାବିନରେ ମଦ ବିକ୍ରୀ ହେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି। ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ ଅସାମାଜିକ ଲୋକ ଏଠାକୁ ଆସି ମଦ ପିଅନ୍ତି। ଆଖପାଖ ଗ୍ରାମର ଯୁବକ ମାନେ ସର୍ବଦା ମଦ ପିଇ ଗ୍ରାମରେ ଅଶାନ୍ତି ସୃଷ୍ଟି କରୁଥିବାରୁ ମଦ ବିକ୍ରି କରୁଥିବା ଯୁବକ ବସନ୍ତ ମହାରଣାଙ୍କୁ ବିକ୍ରି ବନ୍ଦ କରିବାକୁ ବାରମ୍ବାର ତାଗିଦ କରିବା ସତ୍ତ୍ୱେ ସେ ନିର୍ଭୟରେ ମଦ ବିକ୍ରି କରି ଚାଲୁଥିଲେ। ବସନ୍ତ ଏବଂ ତାଙ୍କର ବାପା ସୁରେନ୍ଦ୍ର ମହାରଣାଙ୍କୁ ବାଣପୁର ପୋଲିସ ଏବଂ ଅବକାରୀ ବିଭାଗ ମଦ ଜବତ କରି ବିଭିନ୍ନ ସମୟରେ ଜେଲ ପଠାଇ ଥିବାବେଳେ ଜାମିନରେ ଆସି ମଦ ବିକ୍ରି କରିବା ଜାରି ରଖିଛନ୍ତି। ପଞ୍ଚାୟତର ବିଭିନ୍ନ ଗ୍ରାମବାସୀ ଏହାକୁ ବିରୋଧ କରି ଆଜି ସକାଳୁ ଉକ୍ତ ଜାଗାରେ ଥିବା…
ବାଣପୁର: ଆଜି ନୂତନ ଅପରାଧିକ ଆଇନ ଉପରେ ବାଣପୁର ପୋଲିସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସଂସଦରେ ପାରିତ ଭାରତୀୟ ଦଣ୍ଡ ସଂହିତା, ନାଗରିକ ସଂହିତା, ଓ ସାକ୍ଷ୍ୟ ବିଧି ଆଇନ ଲାଗୁ ହେବା ପରିପ୍ରେକ୍ଷୀରେ ବାଣପୁର ଥାନା ପୋଲିସ ପକ୍ଷରୁ ଏକ ସଚେତନତା ଶିବିର ସ୍ଥାନୀୟ ପଲଟନ ପଡିଆସ୍ଥିତ ସହିଦ କୃତିବାସ ଭବନ ଠାରେ ବରିଷ୍ଠ ନାଗରିକ, ସଚେତନ ନାଗରିକ, ପଞ୍ଚାୟତ ସଦସ୍ୟ,ମହିଳା ଓ ବୁଦ୍ଧିଜୀବିମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସରକାରୀ ଓକିଲ ଜଳଧର ପ୍ରଧାନ,ତାଲୁକ ସେବା ପ୍ରାଧିକରଣ ସଭ୍ୟ ବିପ୍ଳବ ମୁଦୁଲି,ବାଣପୁର ଆଇଆଇସି ରମେଶ କୁମାର ଦେବତା ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ନାଗରିକ ମାନେ ଭାରତୀୟ ନ୍ୟାୟ ସଂହିତାର ମୂଳତତ୍ତ୍ୱକୁ ଉପଲବ୍ଧି କରିବା ଉକ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ ବୋଲି ଏସଡିପିଓ ଶ୍ରୀ ପଟ୍ଟନାୟକ ମତ ରଖିବା…
ବାଣପୁର: ଆଜି ବାଣପୁର ପୋଲିସ ନୀଳାଦ୍ରି ଗ୍ରାମ ପଞ୍ଚାୟତର କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ପ୍ରକାଶ ଥାଉକି ଉକ୍ତ ପଞ୍ଚାୟତର ପୁଞ୍ଜିଆମା ଗ୍ରାମର ଭୂପେନ୍ଦ୍ର ପ୍ରଧାନ (୨୨) ଦୋଳଗୋବିନ୍ଦ ପୁର ଗ୍ରାମ କାଜୁ ଜଙ୍ଗଲର ଏକ ଗଛରେ ବେକରେ ଓଢଣୀ ସାହାଯ୍ୟରେ ଝୁଲି ପଡ଼ିଛି। ମୃତକଙ୍କ ଭାଇ ମହେନ୍ଦ୍ର ପ୍ରଧାନ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ଅଭିଯୋଗ ମୁତାବକ ମୃତକ ଜଣକ ଦୋଳଗୋବିନ୍ଦପୂର ଗ୍ରାମ କାଜୁ ଫ୍ୟାକ୍ଟ୍ରିରେ ଦିନ ମଜୁରିଆ ଭାବରେ କାମ କରୁଥିବା ବେଳେ ସେହି ଗ୍ରାମର ଜନୈକ ଝିଅକୁ ଭଲ ପାଇ ବସିଥିଲେ। କୌଣସି କାରଣବଶତଃ ଆଜି ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିବା ବେଳେ ସାଧାରଣ ଲୋକ ଏହାକୁ ହତ୍ୟା ହୋଇଥିବା ପୋଲିସ ଆଗରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ପହଂଚିବା ପୂର୍ବରୁ ମୃତଦେହକୁ ଗଛରୁ ତଳକୁ ଓହ୍ଲାଇ ଦିଆଯାଇଥିବା…
ବାଣପୁର: ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବାଣପୁର ବ୍ଲକ ସଭାଗୃହରେ ଶୁକ୍ରବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଇପ୍ସିତା ପ୍ରିୟା ଏକ୍କା, ଫ୍ରଣ୍ଟ ଅଫିସ ରିଟେନର, ଆଇନ ସେବା ସମିତି ସଦସ୍ୟ, ସିଡିପିଓ ଓ ଅଙ୍ଗନବାଡି କର୍ମୀ ମାନେ ଯୋଗଦେଇଥିଲେ। ଉଭୟ ବିଚାରପତି ଉପସ୍ଥିତ ମହିଳା ମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଅଭିନନ୍ଦନ ଜଣାଇବା ସହ ମହିଳା ମାନଙ୍କ ପାଇଁ ଉଦିଷ୍ଟ ବିଭିନ୍ନ ଆଇନ ବିଷୟରେ ସଚେତନ କରାଇଥିଲେ। ସମ୍ପ୍ରତି ସମାଜରେ ମହିଳା ମାନଙ୍କୁ ସମସ୍ତ କ୍ଷେତ୍ରରେ ପ୍ରାଥମିକତା ଦିଆଯାଉଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଏକାଧିକ ଆଇନ ପ୍ରଣୟନ ହୋଇଛି। ଉକ୍ତ ଆଇନ ସମସ୍ତ ମହିଳା ମାନେ ଜାଣିବା ଦରକାର ଏବଂ ଅଙ୍ଗନବାଡି କର୍ମୀମାନେ ଉକ୍ତ…
ବାଲୁଗାଁ: ଆଜି ଅପରାହ୍ନରେ ଆଇଏନଏସ ଚିଲିକା ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ଆନୁଷ୍ଠାନିକ ଭାବେ ପଞ୍ଚମ ବ୍ୟାଚ୍ ଅଗ୍ନିବୀର ପାସିଂ ଆଉଟ୍ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟାଚରେ ସମୁଦାୟ ୨୯୬୬ ଅଗ୍ନିବୀରଙ୍କ ମଧ୍ୟରେ ୪୦୨ ଜଣ ମହିଳା ଅଗ୍ନିବୀର,୨୮୮ ଜଣ ଏସଏସଆର ଏବଂ ୨୨୭ ଜଣ ତଟରକ୍ଷି ନାବିକ ସଫଳତାର ସହ ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ନେଇଥିଲେ। ସଫଳତାର ସହ ସୁଦକ୍ଷ ଭାବେ ଦେଶ ସେବା ପାଇଁ ଭାରତୀୟ ନୌସେନାରେ ନୂତନ ଯାତ୍ରା ଆରମ୍ଭ କରିଥିବାରୁ ଏହି ଭବ୍ୟ ସମାରୋହରେ ସେମାନଙ୍କ ଅବଦାନକୁ ସ୍ୱୀକାର କରି ଅଗ୍ନିବୀରଙ୍କ ପିତାମାତା,ଅଭିଭାବକଙ୍କୁ ନୌସେନା ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି। ଆଇଏନଏସ ଚିଲିକା ନୌସେନା କମୋଡୋର ବି ଦୀପକ ଅନୀଲଙ୍କ ତତ୍ୱବାଧାନରେ କମାଣ୍ଡିଙ୍ଗ-ଇନ-ମୁଖ୍ୟ ଦକ୍ଷିଣ ନୌସେନା କମାଣ୍ଡର ଭାଇସ ଆଡ଼ମିରାଲ ଭି.ଶ୍ରୀନିବାସ,ପିଭିଏସଏମ ଏଭିଏସଏମ,ଏନଏମ,ଫ୍ଲାଗ ଅଫିସର ଉକ୍ତ ପ୍ୟାରେଡକୁ ନିରିକ୍ଷଣ କରିବାସହ ପରିଚାଳନା କରିଥିଲେ।ଉକ୍ତ ପ୍ୟାରେଡ ସମାରୋହରେ ଉଚ୍ଚ ପଦସ୍ଥ ନୌସେନା ଅଧିକାରୀ, ପୂର୍ବ କମାଣ ପତାକା…
କଟକ: ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ କଟକର ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ଏବଂ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମିଳିତ ଆନୁକୂଲ୍ୟରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ‘‘ଲିଙ୍ଗଗତ ରୁଢ଼ିବାଦର ମୁକାବିଲା’’ ଶୀର୍ଷକ ଏହି ଆଲୋଚନାଚକ୍ରରେ ବହୁ ଶିକ୍ଷାବିତ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କେତୋଟି ଭାରତୀୟ ପୌରାଣିକ ଆଖ୍ୟାନର ଉଦାହରଣ ଦେଇ ସମାଜରେ ନାରୀମାନଙ୍କର ଅମୂଲ୍ୟ ଯୋଗଦାନର ଅବତାରଣା କରିଥିଲେ। ସେ କହିଥିଲେ, ପୁରୁଷକୁ ଶ୍ରେଷ୍ଠ କରିବା ଲାଗି ନାରୀମାନେ ସବୁବେଳେ ମୂଲ୍ୟବାନ ଯୋଗଦାନ ଦେଇ ଆସିଛନ୍ତି। ଭାରତୀୟ ପୁରାଣରେ ନାରୀମାନଙ୍କ ବିଷୟରେ କେବେ ବି ଅନ୍ୟାୟପୂର୍ଣ୍ଣ…
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମାର୍ଚ୍ଚ ୯ ତାରିଖ, ରବିବାର ଦିନ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟାଇଟଲ ମୁକାବିଲା ହେବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଉତ୍କୃଷ୍ଟ ଦେଖାଯାଉଥିବାବେଳେ ବୁମରାଙ୍କ ଅନୁପସ୍ଥିତିରେ ମହମ୍ମଦ ଶାମି ବୋଲିଂକୁ ଆଗେଇ ନେଉଛନ୍ତି। ଏହି ସମୟରେ ଶାମିଙ୍କୁ ନେଇ ଏକ ଅନାବଶ୍ୟକ ବିବାଦ ଆରମ୍ଭ ହୋଇଛି। ବାସ୍ତବରେ ଶାମି ଅଷ୍ଟ୍ରେଲିଆ ବିପକ୍ଷରେ ଏନର୍ଜି ଡ୍ରିଙ୍କ୍ ପିଉଥିବାର ଦେଖାଯାଇଥିଲେ, ଯାହା ସ୍ପଷ୍ଟ କରିଥିଲା ଯେ ମାର୍ଚ୍ଚ ୧ ତାରିଖରୁ ରମଜାନ ମାସ ଆରମ୍ଭ ହୋଇଥିଲେ ମଧ୍ୟ ସେ ଉପବାସ କରୁନାହାଁନ୍ତି। ବର୍ତ୍ତମାନ ଶୋଏବ ଅଖତର ମଧ୍ୟ ଏହି ବିବାଦକୁ ଡେଇଁଛନ୍ତି! ମହମ୍ମଦ ଶାମି ମୁସଲମାନ ସମ୍ପ୍ରଦାୟରୁ ଆସିଛନ୍ତି। ରମଜାନ ମାସରେ ମୁସଲମାନମାନେ ଉପବାସ ରଖନ୍ତି। ରମଜାନ ମାସରେ ଉପବାସ ସହରୀରୁ ଆରମ୍ଭ ହୋଇ ଇଫତାରରେ ଶେଷ ହୁଏ। ଏହି ସମୟରେ, ରୋଜା ସମୟରେ କୌଣସି ପ୍ରକାରର ଖାଦ୍ୟ କିମ୍ବା…
ଭୁବନେଶ୍ଵର: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ତାମିଲନାଡୁର ଥାକ୍କୋଲାମଠାରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସ୍ଏଫ୍) ର ୫୬ତମ ପ୍ରତିଷ୍ଠା ଦିବସ ପରେଡ୍ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗାନ ଏବଂ ସିଆଇଏସ୍ଏଫ୍ ମହାନିର୍ଦ୍ଦେଶକ ଶ୍ରୀ ରାଜବିନ୍ଦର ସିଂ ଭଟ୍ଟି ମଧ୍ୟ ଉପସ୍ଥିତ ଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଗତ ୫୬ବର୍ଷ ମଧ୍ୟରେ ସିଆଇଏସ୍ଏଫ୍ କେବଳ ଦେଶର ବିକାଶ, ପ୍ରଗତି ଏବଂ ଗତିଶୀଳତାକୁ ସୁନିଶ୍ଚିତ କରିନାହିଁ, ବରଂ ଏହାର ସୁଗମ କାର୍ଯ୍ୟକାରିତାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ କହିଥିଲେ ଯେ ବନ୍ଦର, ବିମାନବନ୍ଦର, ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ, ପର୍ଯ୍ୟଟନ ଏବଂ ଗବେଷଣା ପ୍ରତିଷ୍ଠାନ ସମେତ ଦେଶର ଶିଳ୍ପ ବିକାଶ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷାକୁ ସିଆଇଏସ୍ଏଫ୍ ବିନା କଳ୍ପନା କରାଯାଇ ପାରିବ ନାହିଁ।…
ଭୁବନେଶ୍ୱର: ଭୁବନେଶ୍ୱର ନୂଆ ଷ୍ଟେସନରୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ସେମାନଙ୍କର ଯାତ୍ରା ପ୍ରାରମ୍ଭ ଏବଂ ଏଠାରେ ଯାତ୍ରା ସମାପ୍ତ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯୋଜନା କରାଯାଇଅଛି ଯାହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ। ଏହି ଟ୍ରେନ୍ ଗୁଡ଼ିକ ମଧ୍ୟରେ _ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍, ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍ ଏବଂ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ଅନ୍ତର୍ଭୁକ୍ତ। ଏହି ପରିବର୍ତ୍ତନଗୁଡ଼ିକ ପାଇଁ କାର୍ଯ୍ୟାନ୍ୱୟନ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ। ଭୁବନେଶ୍ୱର ନୂଆ ଷ୍ଟେସନରୁ ଯାତ୍ରା ପ୍ରାରମ୍ଭ କରିବାକୁ ଥିବା ଏହି ଟ୍ରେନ୍ ଗୁଡ଼ିକ ଭୁବନେଶ୍ୱର ଉତ୍ତର ଅଂଚଳ ଏବଂ ସଂଲଗ୍ନ ଅଞ୍ଚଳର ଯାତ୍ରୀମାନଙ୍କୁ ବିପୁଳ ଲାଭ ପ୍ରଦାନ କରିବ। ଏହି ଟ୍ରେନଗୁଡ଼ିକ ମଧ୍ୟ ମଞ୍ଚେଶ୍ୱର ରେଳ ଷ୍ଟେସନରେ ପ୍ରତ୍ୟେକ ଦୁଇ ମିନିଟ୍ ପାଇଁ ରହଣି ପ୍ରଦାନ କରିବେ। ● ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ସୁଗମତା: ଉତ୍ତର ଭୁବନେଶ୍ୱର ଅଞ୍ଚଳରେ ଅବସ୍ଥିତ ଅନେକ ଇଞ୍ଜିନିୟରିଂ, ମେଡିକାଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ…
ଭୁବନେଶ୍ୱର: ଛାତ୍ର ଓ ଯୁବ ସମାଜ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନେ ଅଧିକ ସଂଖ୍ୟାରେ ରେଡକ୍ରସ୍ରେ ସାମିଲ ହୋଇ ସମାଜ ସେବାରେ ବ୍ରତୀ ହୁଅନ୍ତୁ। ସ୍ୱେଚ୍ଛାକୃତ ସେବା ମାଧ୍ୟମରେ ଉନ୍ନତ ଓ ସମାବେଶୀ ସମାଜ ଗଠନରେ ଅବଦାନ ରଖନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପତି କହିଛନ୍ତି। ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ୨୦୧୯-୨୦ ରୁ ୨୦୨୩-୨୦୨୪ ବର୍ଷ ପର୍ଯ୍ୟନ୍ତ ୟୁଥ ରେଡକ୍ରସ ଓ ଜୁନିଅର ରେଡକ୍ରସ୍ ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ୟୁଥ୍ ରେଡକ୍ରସ୍ ଓ ଜୁନିୟର ରେଡକ୍ରସ୍ ହେଉଛି ଭାରତୀୟ ରେଡକ୍ରସ୍ ସୋସାଇଟିର ଅବିଚ୍ଛେଦ୍ୟ ଓ ଜୀବନ୍ତ ଶାଖା। ସେମାନେ ଯୁବମାନସରେ କରୁଣା, ସେବା, ସ୍ୱେଚ୍ଛାସେବୀ ଏବଂ ନେତୃତ୍ୱ ଭାବନାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଉଭୟ ଛାତ୍ରଛାତ୍ରୀ ଏବଂ ଯୁବଗୋଷ୍ଠୀଙ୍କୁ ସାମାଜିକ…
ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସହରାଞ୍ଚଳ ମାନଙ୍କରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି. ସମୀକ୍ଷା ସମୟରେ ମନ୍ତ୍ରୀ ଡଃ ମହାପାତ୍ର ପାନୀୟ ଜଳର ଯେପରି ଅଭାବ ଦେଖା ନଦିଏ, ଅଚଳାବସ୍ଥାରେ ଥିବା ନଳକୂପ ଗୁଡିକୁ ସଚଳ କରିବା ଓ ୨୪x୭ ନିୟନ୍ତ୍ରଣକକ୍ଷ କାର୍ଯ୍ୟକାରୀ କରିବା ସହ ଲୋକଙ୍କ ଅଭିଯୋଗ ତୁରନ୍ତ ସମାଧାନ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହକୁ ମୁକାବିଲା ପାଇଁ ବିଭାଗ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ କଡାକଡି ଭାବେ କାର୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବିଭାଗ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଅସାଧାରଣ ବର୍ଷା ଏବଂ ଅନିୟମିତ ଜଳବାୟୁ ଯୋଗୁଁ ଗ୍ରୀଷ୍ମ ଋତୁରେ ତାପମାତ୍ରା ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇବା ଆରମ୍ଭ କରିଛି। ଏହା ବ୍ୟତୀତ, ବଡ ବଡ କୋଠା ,ପ୍ରଶସ୍ତ ରାସ୍ତା ଏବଂ…
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଏକ୍ସଆଇଏମ) ବିଶ୍ୱବିଦ୍ୟାଳୟରେ ଏକ ନୂତନ ଛାତ୍ରାବାସ ଉଦଘାଟନ କରିଛନ୍ତି। ଏହି ଅବସରରେ ଓଡ଼ିଶା ଓ ଭାରତ ପାଇଁ ଅଧିକ ଗୌରବ ଆଣିବା ପାଇଁ ସାମାଜିକ ଗବେଷଣାରେ ନିୟୋଜିତ ହେବାକୁ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟକୁ ଆହ୍ୱାନ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱର ସବୁଠାରୁ ସ୍ୱତନ୍ତ୍ର ସ୍ଥାନ। କଳା, ସଂସ୍କୃତି ଏବଂ ମନ୍ଦିରମାଳିନୀର ସହର। ଏହି ସ୍ଥାନରେ ଆଇଆଇଟି, ଆଇଏଲଏସ, ଏମ୍ସ, ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୧୦ରୁ ଅଧିକ ପ୍ରତିଷ୍ଠିତ ଅନୁଷ୍ଠାନ ଗଢିଉଠିଛି। ଏହି ଅନୁଷ୍ଠାନ ସମୂହ ଆଗାମୀ ଦିନରେ ଭୁବନେଶ୍ୱରକୁ ଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଣତ କରିବ। ଭୁବନେଶ୍ୱରରେ ଅନେକ ପ୍ରତିଭାବାନ ବ୍ୟକ୍ତିବିଶେଷ ଅଛନ୍ତି । ଯଥାର୍ଥରେ ଭୁବନେଶ୍ୱର ହେଉଛି ଜ୍ଞାନର ଏକ ସ୍ଥାୟୀ ‘କୁମ୍ଭ’। ସେହି ପରିପ୍ରେକ୍ଷୀରେ ଏଠାରେ ପ୍ରତିଷ୍ଠିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ ସମାଜିକ ଗବେଷଣାରେ ଜଡ଼ିତ ହୋଇ କଲ୍ୟାଣକାରୀ ଯୋଜନା…
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି. ଖୁରାନିଆଙ୍କ ସମେତ ରାଜ୍ୟ ପ୍ରଶାସନ ଏବଂ ପୁଲିସ୍ ପ୍ରଶାସନର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ରେଞ୍ଜର ଆଇଜି ଏବଂ ଡିଆଇଜିମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଗତ ଡିସେମ୍ବର ୨୦୨୪ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ମୁଖ୍ୟ ଶାସନ ସଚିବମାନଙ୍କ ୪ ର୍ଥ ଜାତୀୟ ସମ୍ମିଳନୀ, ଗତ ନଭେମ୍ବର-ଡିସେମ୍ବରରେ ଭୁବନେଶ୍ୱରରେ ଅନୁଷ୍ଠିତ ତିନିଦିନିଆ ୫୯ ତମ ଡିଜିପି-ଆଇଜିପି ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିର…
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିର ଅନ୍ତିମ ମ୍ୟାଚ୍ ମାର୍ଚ୍ଚ ୯ ତାରିଖ ରବିବାର ଦିନ ଖେଳାଯିବ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏହି ଫାଇନାଲ୍ ରୋମାଞ୍ଚକର ହେବ, କୋଟି କୋଟି ଭାରତୀୟ ଭାରତର ବିଜୟ ପାଇଁ ପ୍ରାର୍ଥନା କରିବେ। ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ଫାଇନାଲ ମ୍ୟାଚ୍ ସମୟରେ ଦୁବାଇର ପାଗ କିପରି ହେବ? ଆସନ୍ତୁ ଜାଣିବା। କାରଣ ପିଚର ଆଚରଣ ମଧ୍ୟ କିଛି ପରିମାଣରେ ପାଣିପାଗ ଉପରେ ନିର୍ଭର କରେ। ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ନିଜର ସମସ୍ତ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ଖେଳିଛି। ଟାଇଟଲ୍ ମୁକାବିଲା ପୂର୍ବରୁ ମଧ୍ୟ ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଏଠାରେ (ମାର୍ଚ୍ଚ ୨ ତାରିଖ) ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭାରତ ଏକ ସହଜ ବିଜୟ ପଞ୍ଜିକରଣ କରିଥିଲା। ଏଠାରେ ଥିବା ପିଚ୍ ମନ୍ଥର ବୋଲି ପ୍ରମାଣିତ ହୋଇଛି। ମାର୍ଚ୍ଚ ୯ ତାରିଖ ରବିବାର ଦିନ ଦୁବାଇରେ ପାଗ କ’ଣ ହେବ?…

