Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛାତ୍ର ଓ ଯୁବ ସମାଜ ଅଧିକ ସଂଖ୍ୟାରେ ରେଡକ୍ରସରେ ସାମିଲ୍ ହୋଇ ସମାଜ ସେବାରେ ବ୍ରତୀ ହୁଅନ୍ତୁ: ରାଜ୍ୟପାଳ 
ଆଜିର ଖବର

ଛାତ୍ର ଓ ଯୁବ ସମାଜ ଅଧିକ ସଂଖ୍ୟାରେ ରେଡକ୍ରସରେ ସାମିଲ୍ ହୋଇ ସମାଜ ସେବାରେ ବ୍ରତୀ ହୁଅନ୍ତୁ: ରାଜ୍ୟପାଳ 

March 7, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଛାତ୍ର ଓ ଯୁବ ସମାଜ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନେ ଅଧିକ ସଂଖ୍ୟାରେ ରେଡକ୍ରସ୍‌ରେ ସାମିଲ ହୋଇ ସମାଜ ସେବାରେ ବ୍ରତୀ ହୁଅନ୍ତୁ। ସ୍ୱେଚ୍ଛାକୃତ ସେବା ମାଧ୍ୟମରେ ଉନ୍ନତ ଓ ସମାବେଶୀ ସମାଜ ଗଠନରେ ଅବଦାନ ରଖନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତି କହିଛନ୍ତି। ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ୨୦୧୯-୨୦ ରୁ ୨୦୨୩-୨୦୨୪ ବର୍ଷ ପର୍ଯ୍ୟନ୍ତ ୟୁଥ ରେଡକ୍ରସ ଓ ଜୁନିଅର ରେଡକ୍ରସ୍ ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି।

ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ୟୁଥ୍ ରେଡକ୍ରସ୍ ଓ ଜୁନିୟର ରେଡକ୍ରସ୍ ହେଉଛି ଭାରତୀୟ ରେଡକ୍ରସ୍ ସୋସାଇଟିର ଅବିଚ୍ଛେଦ୍ୟ ଓ ଜୀବନ୍ତ ଶାଖା। ସେମାନେ ଯୁବମାନସରେ କରୁଣା, ସେବା, ସ୍ୱେଚ୍ଛାସେବୀ ଏବଂ ନେତୃତ୍ୱ ଭାବନାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଉଭୟ ଛାତ୍ରଛାତ୍ରୀ ଏବଂ ଯୁବଗୋଷ୍ଠୀଙ୍କୁ ସାମାଜିକ କଲ୍ୟାଣ, ସ୍ୱାସ୍ଥ୍ୟ ସଚେତନତା, ବିପର୍ଯ୍ୟୟ ମୁକାବିଲା ତଥା ସ୍ୱେଚ୍ଛାକୃତ ସେବାକୁ ପ୍ରୋତ୍ସାହିତ କରିବାରେ ରେଡକ୍ରସ ଏକ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିଥାଏ। ମାନବବାଦ, ନିରପେକ୍ଷତା, ଏକତା ଏବଂ ନିଃସ୍ୱାର୍ଥପର ସେବାର ମୂଲ୍ୟବୋଧକୁ ରେଡକ୍ରସ୍ ଉଜ୍ଜୀବିତ କରିଥାଏ ଯାହା ଏକ ସମ୍ବେଦନଶୀଳ ଓ ସମସ୍ତ ପ୍ରକାର ଆହ୍ୱାନକୁ ମୁକାବିଲା କରିବା ପାଇଁ ସମର୍ଥ ସମାଜ ଗଠନ ପାଇଁ ଏକାନ୍ତ ଆବଶ୍ୟକ। ବର୍ତ୍ତମାନ ବିଶ୍ୱ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ପ୍ରାକୃତିକ ବିପର୍ଯ୍ୟୟ, ଜନ ସ୍ୱାସ୍ଥ୍ୟ ସମସ୍ୟା, ସ୍ୱଚ୍ଛତା, ପରିମଳ, ସାମାଜିକ ଅସମାନତା ଆଦି ଆହ୍ୱାନକୁ ମୁକାବିଲା କରିବା ଦିଗରେ ୟୁଥ ରେଡକ୍ରସ ଓ ଜୁନିୟର ରେଡକ୍ରସ୍ ଆଶାର ଆଲୋକ ଭାବରେ ଉଭା ହୋଇଥାନ୍ତି ଏବଂ ଏକ ଉନ୍ନତ ସମାଜ ଗଠନ ଦିଗରେ ସକ୍ରିୟ ଯୋଗଦାନ ଦେଇଥାନ୍ତି ବୋଲି ରାଜ୍ୟପାଳ କହିଥିଲେ।

ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଉକ୍ତି ଉଦ୍ଧାର କରି ପରିବର୍ତନକୁ ଅପେକ୍ଷା ନକରି ନିଜେ ପରିବର୍ତନ ହେବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ। ରେଡକ୍ରସ୍ ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେଉ ଏବଂ ସମାଜରେ ସେବା ଆବଶ୍ୟକ କରୁଥିବା ଅସହାୟ ବ୍ୟକ୍ତିକୁ ସେବା ଯୋଗାଇ ଦେବାକୁ ରାଜ୍ୟପାଳ କହିଥିଲେ।

ରାଜ୍ୟରେ ବିଦ୍ୟାଳୟମାନଙ୍କରେ ଜୁନିୟର ରେଡକ୍ରସ୍ ୟୁନିଟ୍‌ରେ ୧୦ ଲକ୍ଷରୁ ଅଧିକ ସ୍ୱେଚ୍ଛାସେବୀ ଏବଂ ମହାବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ଏକ ଲକ୍ଷ ସ୍ୱେଚ୍ଛାସେବୀ ସକ୍ରିୟଭାବେ କାର୍ଯ୍ୟ କରୁଥିବାରୁ ରାଜ୍ୟପାଳ ଖୁସି ପ୍ରକଟ କରିଥିଲେ ଏବଂ ସେମାନେ ହିଁ ରେଡକ୍ରସ୍‌ର ବଡ ଶକ୍ତି ବୋଲି କହିଥିଲେ। ରାଜ୍ୟପାଳ ପୁଣି କହିଥିଲେ ଯେ ସେମାନଙ୍କ ସକ୍ରିୟ ଅଂଶ ଗ୍ରହଣ ପାଇଁ ଭାରତୀୟ ରେଡକ୍ରସ ସୋସାଇଟିର ଓଡିଶା ରାଜ୍ୟ ଶାଖା ସର୍ବାଧିକ ରକ୍ତ ସଂଗ୍ରହ ଏବଂ ସର୍ବାଧିକ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ଜାତୀୟସ୍ତରରେ ପୁରସ୍କୃତ ହୋଇଆସୁଛି।

ଆଜିର ସମ୍ମାନ ପ୍ରଦାନ ଉତ୍ସବ ୟୁଥ୍ ରେଡକ୍ରସ, ଜୁନିୟର ରେଡ୍‌କ୍ରସ, ପରାମର୍ଶଦାତା ଏବଂ ୟୁନିଟ ଦ୍ୱାରା କରାଯାଇଥିବା ନିଃସ୍ୱାର୍ଥପର ସେବା ଓ କାର୍ଯ୍ୟ ପାଇଁ ଉପଯୁକ୍ତ ସ୍ୱୀକୃତିର ଅବସର ବୋଲି ରାଜ୍ୟପାଳ କହିବା ସହିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ରେଡକ୍ରସ୍ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ କରି ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱ ବୋଧର ସଂସ୍କୃତି ବୃଦ୍ଧି କରିବାରେ ରାଜ୍ୟ ଶାଖାର ଉଦ୍ୟମକୁ ପ୍ରଶଂସା କରିଥିଲେ। ଏଭଳି ମହାନ କାର୍ଯ୍ୟ ଜାରିରଖିବା ସହିତ ଅନ୍ୟମାନେ ଅନୁସରଣ କରିବା ନିମନ୍ତେ ପ୍ରେରଣା ଦେବାକୁ ରାଜ୍ୟପାଳ ଉତ୍ସାହିତ କରିଥିଲେ।

ଏହି ଅବସରରେ ୨୦୧୯-୨୦ରୁ ୨୦୨୩-୨୪ ବର୍ଷ ପର୍ପ୍ୟନ୍ତ ୟୁଥ୍ ରେଡକ୍ରସ ବର୍ଗରେ ୭୯ଜଣଙ୍କୁ ଏବଂ ଜୁନିୟର ରେଡକ୍ରସ୍ ବର୍ଗରେ ୨୪ ଜଣଙ୍କୁ ରାଜ୍ୟପାଳ ପୁରସ୍କୃତ / ସମ୍ବର୍ଦ୍ଧିତ କରିଥିଲେ।

ଏହି ସମାରୋହରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ ବକ୍ତବ୍ୟ ପ୍ରଦାନ କରି ରେଡକ୍ରସ୍‌ର ସ୍ୱେଚ୍ଛାସେବୀମାନଙ୍କର ମହନୀୟ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ରେଡକ୍ରସ୍ ଆନ୍ଦୋଳନକୁ ଅଧିକ ସୁଦୂରପ୍ରସାରୀ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପ୍ରାରମ୍ଭରେ ଭାରତୀୟ ରେଡକ୍ରସ ସୋସାଇଟ୍‌ର ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ରାଜ୍ୟ ଶାଖାର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ୟୁଥ ରେଡକ୍ରସ୍ ଅଫିସର ଡ. ରମେଶ ଚନ୍ଦ୍ର ବେହେରା ଏବଂ ଜୁନିୟର ରେଡକ୍ରସ୍ ଅଫିସର ଲକ୍ଷ୍ମଣ ସ୍ୱାଇଁ ସମ୍ମାନ ପ୍ରଦାନ ଉତ୍ସବ ସଂପର୍କରେ ସୂଚନା ଦେଇଥିଲେ।

ଡ. ହରି ବାବୁ କମ୍ଭମ୍‌ପତି ରେଡକ୍ରସ
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.