Categories
ଆଞ୍ଚଳିକ

ବେଗୁନିଆ ବ୍ଲକରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଖୋର୍ଦ୍ଧା: ବେଗୁନିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୧୨୦ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୧୨ ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୦୫ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୨ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା ଜଣଙ୍କୁ ୨୦୦୦୦/-ଟଙ୍କା ‌ରେଡକ୍ରସ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଦଲ କୁମାର ମହାନ୍ତି, ଉପ-ଜିଲ୍ଲାପାଳ ଖୋର୍ଦ୍ଧା ଦୀପ୍ତି ରଞ୍ଜନ ସେଠୀ, ଭାରପ୍ରାପ୍ତ ସି ଡ଼ି ଏମ୍ ଓ  ଡଃ ରଘୁନାଥ ନାୟକ, ବିଡିଓ ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ‌ ତରାଇ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ମାରୱାଡିମୁଣ୍ଡା ଗ୍ରାମରେ ରେଡକ୍ରସ ପକ୍ଷରୁ ହାଇଜିନ କିଟ ପ୍ରଦାନ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଡକ୍ରସ ପକ୍ଷରୁ ନାକଟିଦେଉଳ ଓ ରେଢାଖୋଲରେ ଗରିବ ଅସହାୟ ମାନଙ୍କୁ ହାଇଜିନ କିଟ ପ୍ରଦାନ କରାଯାଇଅଛି। ନାକଟିଦେଉଳ ବ୍ଲକ ଅନ୍ତର୍ଗତ ମାରୱାଡିମୁଣ୍ଡା ଗ୍ରାମରେ ୫୦ ଜଣଙ୍କୁ କିଟ ପ୍ରଦାନ କରାଇଯାଇଥିବା ବେଳେ ରେଢାଖୋଲରେ ୪୮ ଜଣଙ୍କୁ କିଟ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମାରୱାଡିମୁଣ୍ଡା ଗ୍ରାମରେ ସମାଜସେବୀ ନିଳାମ୍ବର ସାହୁ, ଶ୍ରୀପତି ସାହୁ, ଅଜିତ ସାହୁ ଓ ସାଗର ମାହାର ସହଯୋଗ କରିଥିବା ବେଳେ ରେଢାଖୋଲରେ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ ସହଯୋଗ କରିଥିଲେ।

ଅନ୍ୟପକ୍ଷରେ ରେଢାଖୋଲ ଭୀମଭୋଇ କଲେଜ ପରିସରରେ ରେଡକ୍ରସ ଦ୍ୱାରା ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ନାକଟିଦେଉଳ ଡିଗ୍ରୀ ମହାବିଦ୍ୟାଳୟ ଭୀମଭୋଇ ମହାବିଦ୍ୟାଳୟ, ରେଢାଖୋଲ ମହିଳା ବିଦ୍ୟାଳୟ, ଫୁଲଝରଣ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ। ରେଡକ୍ରସର ପ୍ରମିଳା ବେହେରା ଓ ସଂଜୀବ ଦେହୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।