Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ରେଡକ୍ରସ ପକ୍ଷରୁ ଜିଲ୍ଲାସ୍ତରୀୟ ଶିକ୍ଷା ତାଲିମ ଶିବିର
ଆଞ୍ଚଳିକ

ବାଲୁଗାଁ: ରେଡକ୍ରସ ପକ୍ଷରୁ ଜିଲ୍ଲାସ୍ତରୀୟ ଶିକ୍ଷା ତାଲିମ ଶିବିର

November 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ: ରେଡକ୍ରସ ପକ୍ଷରୁ ଜିଲ୍ଲାସ୍ତରୀୟ ଶିକ୍ଷା ତାଲିମ ଶିବିର
ବାଲୁଗାଁ: ରେଡକ୍ରସ ପକ୍ଷରୁ ଜିଲ୍ଲାସ୍ତରୀୟ ଶିକ୍ଷା ତାଲିମ ଶିବିର

ବାଲୁଗାଁ: ଭାରତୀୟ ରେଡକ୍ରସ ସୋସାଇଟି, ରାଜ୍ୟଶାଖା ଓ ଯୁବ ରେଡକ୍ରସ, ଖୋର୍ଦ୍ଧଜିଲ୍ଲା ପକ୍ଷରୁ ବାଲୁଗାଁ ମହାବିଦ୍ୟାଳୟରେ ଏକ ତିନି ଦିନିଆ ଜିଲ୍ଲାସ୍ତରୀୟ ଶିକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଜିଲ୍ଲାସ୍ତରୀୟ ତାଲିମ ଶିବିରର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ରେଡକ୍ରସ ଅଧିକାରୀ ତଥା ସରକାରଙ୍କ ଉପ ଶାସନ ସଚିବ ଡ଼କ୍ଟର ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାକୁ ଉଦଘାଟନ କରି କହିଥିଲେ ଯେ ବ୍ୟକ୍ତିତ୍ୱ ଓ ନେତୃତ୍ୱ ବିକାଶ କରିବା ପାଇଁ ରେଡକ୍ରସର ସ୍ବେଛାସେବୀ ହେବା ହେଉଛି ଏକ ସୁଯୋଗ।  ଏହି ସୁଯୋଗକୁ ଯିଏ ବେଶୀ ଉପଯୋଗ କରେ ,ତାର ଅନ୍ତର୍ନିହିତ ପ୍ରତିଭା ଓ ଦକ୍ଷତା ସେତେ ବେଶୀ ପ୍ରସ୍ପୁଟିତ ହୁଏ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ସ୍ୱାଗତ ଅଭିଭାଷଣ ପ୍ରଦାନ କରି କହିଲେ ଯେ, ରେଡକ୍ରସ ହେଉଛି ଏକ ବିଶ୍ୱସ୍ତରୀୟ ସେବା ସଂସ୍ଥା ଯାହା ବିଶ୍ୱରେ ସ୍ୱାସ୍ଥ୍ୟ,ସେବା ଓ ବନ୍ଧୁତା ଜରିଆରେ ଜନସାଧାରଣଙ୍କ ବ୍ୟକ୍ତିଗତ ଓ ସାମାଜିକ ଜୀବନର ଉତ୍ତରଣରେ ସହାୟକ ହୋଇଥାଏ।

ସମ୍ମାନିତ ଅତିଥି ଭାବେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ଓ ରେଡକ୍ରସର ରାଜ୍ୟ ପୁରସ୍କାରପ୍ରାପ୍ତ ପରାମର୍ଶଦାତା ପ୍ରଧ୍ୟାପକ ଲଷ୍ମୀ ପ୍ରସାଦ ମିଶ୍ର ଯୋଗଦେଇ ରାଜ୍ୟରେ ରେଡକ୍ରସର ପ୍ରତିଷ୍ଠା ପରଠାରୁ ଏଯାବତ ବିଭିନ୍ନ ଅଭିନଵ କାର୍ଯ୍ୟକ୍ରମ ଓ ସ୍ବେଛାସେବୀମାନଙ୍କର ନେତୃତ୍ୱର ବିକାଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିବିରର ସଂଯୋଜିକା ଅଧ୍ୟାପିକା ମନସ୍ୱିନୀ ପଟ୍ଟନାୟକ ମହାବିଦ୍ୟାଳୟରେ ଅନୁଷ୍ଠିତ ରେଡକ୍ରସ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିବା ବେଳେ ଜିଲ୍ଲା ସଂଯୋଜକ ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ରେଡକ୍ରସର ବିବରଣୀ ପ୍ରଦାନ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ଆବାହକ ଓ ସମ୍ପାଦକ ଅଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁ ସାମ୍ପ୍ରତିକ ପରିସ୍ଥିତିରେ ରେଡକ୍ରସର ଆଭିମୁଖ୍ୟ ଓ ବ୍ୟକ୍ତିତ୍ୱ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷ ତଥା କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡ଼କ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ମଂଚାସୀନ ଅତିଥି ମାନଙ୍କୁ ଉତ୍ତରୀୟ ଓ ପ୍ରୀତି ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ ତାଲିମ ଶିବିରରେ ଖୋର୍ଦ୍ଧା ଜିଲ୍ଲାର ୨୨ ଟି ମହାବିଦ୍ୟାଳୟରୁ ୧୨୫ ସ୍ବେଛାସେବୀ ଓ ଓ ପରାମର୍ଶଦାତା ଯୋଗଦେଇଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ରେଡକ୍ରସ ପରାମର୍ଶଦାତା ଧୋବି ଚରଣ ପରିଡା। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଅଧ୍ୟାପକ ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣା।

ଦ୍ୱିତୀୟ ଅଧିବେଶନରେ ଅଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ରେଡକ୍ରସର ଇତିହାସ ଓ ବିକାଶ ଓ ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର ସ୍ବେଛକୃତ ରକ୍ତଦାନ ସଚେତନତା ଉପରେ ଆଲୋକପାତ କରିବା ପରେ ସଡ଼କ ସୁରକ୍ଷା ସମ୍ପର୍କିତ ବକ୍ତୃତା,କଣ୍ଠ ସଂଗୀତ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଜିଲ୍ଲାସ୍ତରୀୟ ଶିକ୍ଷା ତାଲିମ ବାଲୁଗାଁ ରେଡକ୍ରସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରେ ପ୍ରଥମ ଥର ହେବ ‘ଚିଲିକା ପୁସ୍ତକ ମେଳା’, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

April 16, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026
Latest News

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇ ଆଲର୍ଟ

April 16, 2026

୧୭-୧୮ ଏପ୍ରିଲରେ ଦେଶବ୍ୟାପୀ ‘ନାରୀ ଶକ୍ତି ବନ୍ଦନ ଦୌଡ଼’ ଆୟୋଜନ

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.