ବାଣପୁର: ଗତ ୨୭ତାରିଖରେ ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମ ପଞ୍ଚାୟତର ମାଣିତ୍ରି ଗ୍ରାମରେ ଘଟିଥିଲା ଭୟାବହ ଅଗ୍ନିକାଣ୍ଡ। ଯେଉଁଥିରେ ସାତଟି ଗରିବ ପରିବାର ସର୍ବସ୍ୱନ୍ତ ହୋଇଯାଇଥିଲେ। ସରପଞ୍ଚଙ୍କ ସହ ମାନ୍ୟବର ମନ୍ତ୍ରୀ ଗ୍ରାମକୁ ଗସ୍ତ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ। ଖୋର୍ଦ୍ଧା ରେଡ଼କ୍ରସ ତରଫରୁ ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆଙ୍କ ସହଯୋଗରେ ପୀଡିତ ପରିବାର ପାଖରେ ପହଂଚି ସାହାଯ୍ୟର ହାତ ବଢ଼ାଇଛନ୍ତି। ସାମୟିକ ଭାବେ ବଂଚିବା ପାଇଁ ଜରିପାଲ, ଲୁଗା ପଟା,ବାସନ କୁସନ ସହ ବେଡ଼ସିଟ ପ୍ରଦାନ କରାଯାଇଛି।
ଉକ୍ତ ବଣ୍ଟନ କାର୍ଯ୍ୟରେ ରେଡ଼କ୍ରସର ସଂଯୋଜକ ରଞ୍ଜନ ମହାପାତ୍ରଙ୍କ ସହ ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ସମ୍ବାଦ ପ୍ରତିନିଧି ଅରୁଣ କୁମାର ପଣ୍ଡା, ସମାଜ ସେବୀ ଭିକାରି ବିଶୋଇ, ଚିତ୍ରସେନ ମହାରଣା, ମିଟୁ ବିଶୋଇ, ରାଜୁ ସାହୁଙ୍କ ସହ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ।


