Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଭେନ୍ସା ବିଶ୍ୱବିଦ୍ୟାଳୟ ଠାରେ ‘ଲିଙ୍ଗଗତ ରୁଢ଼ିବାଦର ମୁକାବିଲା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ
ଆଜିର ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟ ଠାରେ ‘ଲିଙ୍ଗଗତ ରୁଢ଼ିବାଦର ମୁକାବିଲା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

March 7, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

କଟକ: ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ କଟକର ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ଏବଂ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମିଳିତ ଆନୁକୂଲ୍ୟରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ‘‘ଲିଙ୍ଗଗତ ରୁଢ଼ିବାଦର ମୁକାବିଲା’’ ଶୀର୍ଷକ ଏହି ଆଲୋଚନାଚକ୍ରରେ ବହୁ ଶିକ୍ଷାବିତ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କେତୋଟି ଭାରତୀୟ ପୌରାଣିକ ଆଖ୍ୟାନର ଉଦାହରଣ ଦେଇ ସମାଜରେ ନାରୀମାନଙ୍କର ଅମୂଲ୍ୟ ଯୋଗଦାନର ଅବତାରଣା କରିଥିଲେ। ସେ କହିଥିଲେ, ପୁରୁଷକୁ ଶ୍ରେଷ୍ଠ କରିବା ଲାଗି ନାରୀମାନେ ସବୁବେଳେ ମୂଲ୍ୟବାନ ଯୋଗଦାନ ଦେଇ ଆସିଛନ୍ତି। ଭାରତୀୟ ପୁରାଣରେ ନାରୀମାନଙ୍କ ବିଷୟରେ କେବେ ବି ଅନ୍ୟାୟପୂର୍ଣ୍ଣ ବର୍ଣ୍ଣନା କରାଯାଇନାହିଁ ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ସେ ରାମାୟଣରୁ ଶ୍ରୀରାମ-ସୀତା ଓ ମହର୍ଷି ଗୌତମ ଓ ଅହଲ୍ୟା ଏବଂ ମହାଭାରତରୁ ଅର୍ଜ୍ଜୁନ ଓ ଦ୍ରୌପଦୀଙ୍କ ଉଦାହରଣ ଦେଇଥିଲେ। ସମାଜରେ ଏବଂ ପରିବାରରେ ପୁରୁଷ ଓ ସ୍ତ୍ରୀମାନଙ୍କ ମଧ୍ୟରେ ସମ୍ପର୍କ କିଭଳି ରହିବା ଉଚିତ୍‌ ସେ ବିଷୟରେ ମତ ରଖି ଶ୍ରୀ ମିଶ୍ର କହିଥିଲେ, ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ପରସ୍ପର ସହ ବାର୍ତ୍ତାଳାପ ଏବଂ ଭିନ୍ନ ମତକୁ ଗ୍ରହଣ କରିବାର ପ୍ରବୃତ୍ତି ପାରିବାରିକ ଜୀବନରେ ଶାନ୍ତି ଆଣିଥାଏ। ବର୍ତ୍ତମାନର ଯୁବପିଢ଼ି ଏହାକୁ ହୃଦୟଙ୍ଗମ କରିବାକୁ ସେ ପରାମର୍ଶ ଦେଇଥିଲେ। ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଥିଲେ, ଯୁବପିଢ଼ି ଜୀବନରେ ଆଗକୁ ବଢ଼ିବା ପାଇଁ ସବୁବେଳେ ସ୍ୱପ୍ନ ଦେଖିବା ଉଚିତ୍‌। ସଶକ୍ତିକରଣକୁ ଆଗେଇ ନେବାରେ ବାର୍ତ୍ତାଳାପ ଏବଂ ଯୋଗାଯୋଗର ପରିବର୍ତ୍ତନଶୀଳ ଶକ୍ତି ଉପରେ ଶ୍ରୀ ମିଶ୍ର ଆଲୋକପାତ କରିଥିଲେ। ରୁଢ଼ିବାଦର ମୁକାବିଲା କରିବା ପାଇଁ ମହିଳାମାନଙ୍କୁ ଉତ୍ସାହିତ କରି ସେ ସାମାଜିକ ନିୟମ ଉପରେ ପ୍ରଶ୍ନ କରିବାର ଗୁରୁତ୍ୱ ଉପରେ ଜୋର୍‌ ଦେଇଥିଲେ। ସେ ମହିଳାମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ଦୃଢ ସଂକଳ୍ପ ମାଧ୍ୟମରେ ସେମାନଙ୍କ ଆକାଂକ୍ଷାକୁ ବାସ୍ତବତାରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ।

ରେଭେନ୍ସା ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତୋର ପରିଷଦ ଅଧ୍ୟକ୍ଷା ଡକ୍ଟର ଲୁନା ସାମନ୍ତ ଆଲୋଚନାଚକ୍ରକୁ ସମ୍ବୋଧିତ କରି ପ୍ରକୃତି ଦ୍ୱାରା ନାରୀ ଓ ପୁରୁଷଙ୍କ ଉତ୍ପତ୍ତି ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ, ନିରନ୍ତର ବିକାଶ ପାଇଁ ଉଭୟ ପୁରୁଷ ଏବଂ ମହିଳା ସମାନ ଭାବେ ଦାୟୀ। ବିବିଧତା ଆଣିବା ଲାଗି ପ୍ରକୃତି ନାରୀ ଏବଂ ପୁରୁଷଙ୍କୁ ଭିନ୍ନ ଭାବେ ଗଢ଼ିଛି। ନିରନ୍ତର ବିକାଶ ପାଇଁ ବିବିଧତା ଜରୁରୀ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ସିବିସିର ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ କହିଥିଲେ, ନାରୀମାନେ ହେଉଛନ୍ତି ମାନବ ଅସ୍ଥିତ୍ୱର କାରଣ। ସେଥିପାଇଁ ଯଥାର୍ଥରେ କୁହାଯାଇଛି, ଭଗବାନ ସବୁ ସ୍ଥାନରେ ରହିପାରିବେ ନାହିଁ ସେଥିପାଇଁ ସେ ନାରୀମାନଙ୍କୁ ଗଢ଼ିଛନ୍ତି। ଏ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି ଡକ୍ଟର ଦାଶ କହିଥିଲେ, ବିଶ୍ୱ ସାହିତ୍ୟର ୭୦ ଭାଗ ମହିଳାଙ୍କ ସମ୍ପର୍କରେ କିମ୍ବା ମହିଳାଙ୍କୁ ଆଧାର କରି ଲେଖାଯାଇଛି। ଏହିକ୍ରମରେ ସେ ରାମାୟଣ ଏବଂ ମହାଭାରତର ଉଦାହରଣ ଦେଇଥିଲେ। ଯୁଗ ବଦଳିବା ସହିତ ନାରୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ସେ ଉଦବେଗ ପ୍ରକାଶ କରିଥିଲେ ଏବଂ ନାରୀମାନଙ୍କ ସୁରକ୍ଷା ପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡକ୍ଟର ମୌସୁମୀ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ, ସମାଜରେ ଆଜି ବି ନାରୀମାନଙ୍କୁ ନେଇ କେତେକ ରୁଢ଼ିବାଦୀ ଧାରଣା ଏବଂ ଅପବାଦ ରହିଛି। ନିର୍ଦ୍ଦିଷ୍ଟ ବୃତ୍ତି ଠାରୁ ଆରମ୍ଭ କରି ଭାଷା ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖିବାର ମାନସିକତା ବଦଳିଲେ ନାରୀମାନଙ୍କୁ ସମାଜରେ ସେମାନଙ୍କର ଅଧିକାର ମିଳିପାରିବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଡକ୍ଟର ନେତାଜୀ ଅଭିନନ୍ଦନ ସ୍ୱାଗତ ଭାଷଣ ଦେଇ କହିଥିଲେ, ନାରୀମାନଙ୍କୁ ନେଇ ରହିଥିବା ରୁଢ଼ିବାଦୀ ଧାରଣା ବଦଳିବା ଆବଶ୍ୟକ। ଲୋକପ୍ରଶାସନ ଠାରୁ ଆରମ୍ଭ କରି ସେନାବାହିନୀ ପର୍ଯ୍ୟନ୍ତ, ଆଜି ମହିଳାମାନେ ସବୁକ୍ଷେତ୍ରରେ ଆଗେଇଛନ୍ତି। ତେଣୁ ମହିଳାମାନଙ୍କ ପ୍ରତି ସମାଜରେ ରହିଥିବା ହୀନମନ୍ୟତା ଦୂର ହେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ ଏବଂ ଏଥିରେ ଯୋଗ ଦେଇଥିବା ମାନ୍ୟଗଣ୍ୟ ଅତିଥିମାନଙ୍କୁ ସେ ସ୍ୱାଗତ ଜଣାଇଥିଲେ। କାର୍ଯ୍ୟକ୍ରମକୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ସାର୍ଥକ ଅଭ୍ୟୁଦୟ ଏବଂ ସିବିସିର ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା ପରିଚାଳନା କରିଥିଲେ।

ରେଭେନ୍ସା ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

AIADMKକୁ ବଡ଼ ଝଟକା: ଦଳ ଛାଡିଲେ କେ. ପଲାନିସ୍ୱାମୀଙ୍କ ଭାଇ କେ.ବି.ଏସ.

July 7, 2026

ଫିଟନେସ ନ ଥିବାରୁ ବସ ଜବତ

July 7, 2026

ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ: ଭିଡ଼ ହିଂସାରେ ପିଟିପିଟି ହତ୍ୟା ଅଭିଯୋଗ

July 7, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

July 7, 2026
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ

July 7, 2026

AIADMKକୁ ବଡ଼ ଝଟକା: ଦଳ ଛାଡିଲେ କେ. ପଲାନିସ୍ୱାମୀଙ୍କ ଭାଇ କେ.ବି.ଏସ.

July 7, 2026

ଫିଟନେସ ନ ଥିବାରୁ ବସ ଜବତ

July 7, 2026

ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ: ଭିଡ଼ ହିଂସାରେ ପିଟିପିଟି ହତ୍ୟା ଅଭିଯୋଗ

July 7, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.