Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଏବେଠୁ ଅସହ୍ୟ ତାତି, ସ୍କୁଲ ସମୟ ସକାଳୁଆ କରାଯାଉ: ଓଷ୍ଟା
ଆଜିର ଖବର

ରାଜ୍ୟରେ ଏବେଠୁ ଅସହ୍ୟ ତାତି, ସ୍କୁଲ ସମୟ ସକାଳୁଆ କରାଯାଉ: ଓଷ୍ଟା

March 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସାରା ରାଜ୍ୟରେ ମାର୍ଚ୍ଚ ମାସ ଆରମ୍ଭରୁ ଅସହ୍ୟ ତାତି ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଉଥିବାରୁ ସ୍କୁଲକୁ ସକାଳୁଆ କରାଯିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି।
ସୂଚନା ଥାଉକି, ସାରା ରାଜ୍ୟରେ ମାର୍ଚ୍ଚ ମାସ ଆରମ୍ଭରୁ ଅସହ୍ୟ ତାତି ଅନୁଭୂତ ହେଲାଣି। ଦିନକୁ ଦିନ ରୌଦ୍ରତାପ ବୃଦ୍ଧିପାଇବାରେ ଲାଗିଛି। ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସହରରେ ତାପମାତ୍ରାରେ ହଠାତ୍ ପରିବର୍ତ୍ତନ ଘଟିଛି। ସକାଳ ୧୧ଟା ପରେ ଘରୁ ବାହାରିବା କଷ୍ଟକର ହେଉଛି। ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ଲାଗିରହିବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛନ୍ତି।

ଏବେ ଓଡ଼ିଶାର ଉପକୂଳ ଠାରୁ ଆରମ୍ଭ କରି ପଶ୍ଚିମାଞ୍ଚଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏପରିକି ପ୍ରାର୍ଥନା କ୍ଲାସ୍‌ରେ ମଧ୍ୟ ପିଲାମାନଙ୍କର ମୁଣ୍ଡ ବୁଲାଇ ପଡ଼ିଯିବା ଦୃଷ୍ଟିଗୋଚର ହୋଇଛି। ଓଡ଼ିଶାର ଅଧିକାଂଶ ସ୍କୁଲ ଘର ଆଜବେଷ୍ଟସ୍ କିମ୍ବା ଏକ ମହଲା ଛାତ ବିଶିଷ୍ଟ। ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହରେ ବିଦ୍ୟୁତ୍ ସଂଯୋଗ ସହ ପଙ୍ଖାର ସୁବିଧା ନାହିଁ। ଯେଉଁଠି ଅଛି ଅଧା ଅଚଳ ଅବସ୍ଥାରେ ରହିଛି।

ସରକାରୀ ବିଦ୍ୟାଳୟଗୁଡ଼ିକରେ ବିଦ୍ୟୁତ୍ ବିଲ୍ ପୈଠ ବାବଦକୁ ସରକାରୀ ଅନୁଦାନ ମିଳୁଛି କିନ୍ତୁ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ବିଦ୍ୟୁତ୍ ବିଲ୍ ବାବଦରେ ଅର୍ଥରାଶି ମିଳୁ ନଥିବାରୁ ବିଲ୍ ପୈଠ ହୋଇପାରୁ ନାହିଁ। ଫଳରେ ବିଦ୍ୟୁତ୍ ବିଚ୍ଛନ୍ନ ହେବାରୁ ପଙ୍ଖାଗୁଡ଼ିକ ଅଚଳ ଅବସ୍ଥାରେ ରହିଛି। ତେଣୁ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ବିଦ୍ୟାଳୟ ଗୁଡ଼ିକୁ ୧୦ଟାରୁ ୪ଟା ପରିବର୍ତ୍ତେ ସକାଳୁଆ କରିବା ପାଇଁ ଓଷ୍ଟା ପକ୍ଷରୁ କୁହାଯାଇଛି।

ଏଣୁ ଏହି ଅସ୍ୱାଭାବିକ ତାପମାତ୍ରା ବୃଦ୍ଧି ଓ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସ୍କୁଲ ସମୟକୁ ସକାଳୁଆ କରାଯିବା ପାଇଁ ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଏବଂ ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ନିବେଦନ କରିଛନ୍ତି।

'ସକାଳୁଆ ସ୍କୁଲ ଓଷ୍ଟା ପ୍ରେସ୍ ବିବୃତ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.