ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡିଆଳ ଜୁଡ଼ିସିଆଲ ବାର ଏସୋସିଏସନ ପକ୍ଷରୁ ନୂତନ କର୍ମକର୍ତ୍ତା ନିର୍ବାଚନ ନେଇ ନାମାଙ୍କନ ପତ୍ର ଦାଖଲ ହୋଇଅଛି। ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ସଭାପତି ପାଇଁ ଦୁଇ ଗୋଟି ନାମାଙ୍କନ ପତ୍ର ଦାଖଲ କରାଯାଇଛି। ପ୍ରତାପ କିଶୋର ଜଗତ ଏବଂ ସନ୍ତୋଷ କୁମାର ମିଶ୍ର ନାମାଙ୍କନ ପାତ୍ର ଦାଖଲ କରିଛନ୍ତି। ସେହିପରି ଅନ୍ୟ ପଦବୀ ପାଇଁ ଗୋଟିଏ ଲେଖାଏଁ ନାମାଙ୍କନ ପାତ୍ର ଦାଖଲ ହୋଇଅଛି। ସମ୍ପାଦକ ପାଇଁ ଗୋଟିଏ ନାମାଙ୍କନ ପାତ୍ର ଶଙ୍କର୍ଷଣ ପଣ୍ଡା ଦାଖଲ କରିଛନ୍ତି। ଯୁଗ୍ମ ସମ୍ପାଦକ ପାଇଁ ବାଞ୍ଛାନିଧି ବେହେରା ଏବଂ କୋଷାଧ୍ୟକ୍ଷ ପାଇଁ ଟିକେଶ୍ୱର୍ ବେହେରା ନାମାଙ୍କନ ପାତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜିବୀ ଶାରଦା ପ୍ରସାଦ ପଣ୍ଡା ପ୍ରକାଶ କରିଛନ୍ତି। ଆସନ୍ତାକାଲି (୧୦ ତାରିଖ) ପ୍ରାର୍ଥୀ ପତ୍ର ଯାଞ୍ଚ, ୧୨ ତାରିଖ ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାର ରହିଥିବା ବେଳେ ଆସନ୍ତା ୨୯ ତାରିଖ ଦିନ…
Author: SM Network
ନୂଆଦିଲ୍ଲୀ: ଅଗ୍ନିବୀର୍ ନିଯୁକ୍ତିକୁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ପାଇଁ ଚଳିତ ବର୍ଷର ସର୍ବୋତ୍ତମ ଖବର ଆସିଛି। 2025 ବର୍ଷ ପାଇଁ ଭାରତୀୟ ସେନାରେ ଅଗ୍ନିବୀର୍ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି। ଭାରତୀୟ ସେନାରେ ଯୋଗଦେବାକୁ ଚାହୁଁଥିବା ଯେକୌଣସି ପ୍ରାର୍ଥୀ ଭାରତୀୟ ସେନା ୱେବସାଇଟ୍ www.joinindianarmy.nic.in ପରିଦର୍ଶନ କରି ଆବେଦନ କରିପାରିବେ। ଅଗ୍ନିବୀର୍ ନିଯୁକ୍ତି ପାଇଁ କେଉଁ ଡକ୍ୟୁମେଣ୍ଟ୍ ଆବଶ୍ୟକ କରିବ? ଯଦି ଆପଣ ଏହି ଡକ୍ୟୁମେଣ୍ଟଗୁଡିକର ଏକ ତାଲିକା ପ୍ରସ୍ତୁତ କରନ୍ତି ତେବେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଅଗ୍ନିବୀର୍ ନିଯୁକ୍ତି ପାଇଁ ଆପଣଙ୍କୁ ଆଧାର କାର୍ଡ, ଦଶମ ଶ୍ରେଣୀ ସାର୍ଟିଫିକେଟ୍, ଦସ୍ତଖତର ସ୍କାନ୍ ହୋଇଥିବା କପି, ଆପଣଙ୍କର ତାଜା ଫଟୋ ଦରକାର। ଏହା ବ୍ୟତୀତ ଆପଣଙ୍କୁ ଦଶମ, ଦ୍ୱାଦଶ ଏବଂ ଅନ୍ୟାନ୍ୟ ଶିକ୍ଷାଗତ ପ୍ରମାଣପତ୍ର, ମାର୍କସିଟ୍, ଜାତି ପ୍ରମାଣପତ୍ର ଆବଶ୍ୟକ ହେବ। ଏହା ବ୍ୟତୀତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଇମେଲ୍ ଏବଂ ଫୋନ୍ ନମ୍ବର ଅପଡେଟ୍ ରଖିବାକୁ…
ମୁମ୍ବାଇ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ନୀତା ଅମ୍ବାନୀ ମହିଳାମାନଙ୍କୁ ଫିଟ୍ ରହିବାକୁ ଆହ୍ବାନ କରି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସେ ମହିଳାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି – “ତୁମେ ନିଜ ପାଇଁ ଶେଷ ଥର କେବେ କିଛି କରିଥିଲ?” ସେ କହିଛନ୍ତି ଯେ ଆମେ ମହିଳାମାନେ ସବୁବେଳେ ଅନ୍ୟମାନଙ୍କର ଯତ୍ନ ନେଉ – କେତେବେଳେ ଜଣେ ମା ଭାବରେ, କେତେବେଳେ ଜଣେ ସ୍ତ୍ରୀ ଭାବରେ, କେତେବେଳେ ଜଣେ ବୋହୂ ଭାବରେ ଏବଂ କେତେବେଳେ ଜଣେ ଝିଅ ଭାବରେ। ଆମର ଆବଶ୍ୟକତା ସବୁବେଳେ ଅନ୍ୟ କାହା ପାଇଁ ଥାଏ ଏବଂ ଏହି ବ୍ୟସ୍ତତାରେ ଆମେ ନିଜକୁ ଭୁଲିଯାଉ।” ସେ ଆମକୁ ମନେ ପକାଇ ଦେଇଛନ୍ତି ଯେ ଜୀବନର ଏହି ବ୍ୟସ୍ତବହୁଳତାରେ, ଆମର ଶରୀର ଧୀରେ ଧୀରେ ଆମକୁ ସଙ୍କେତ ଦେବାକୁ ଆରମ୍ଭ କରେ ଯେ ସବୁକିଛି ଆଉ ସମାନ ନାହିଁ, କିନ୍ତୁ ଆମେ ତାହା ଶୁଣିବା ପାଇଁ…
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ଆଜି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଦୁବାଇରେ ହେବାକୁ ଥିବା ଏହି ମ୍ୟାଚ୍ ଦେଖିବା ପାଇଁ ପ୍ରତ୍ୟେକ କ୍ରିକେଟ୍ ପ୍ରେମୀ ଉତ୍ସାହିତ ଅଛନ୍ତି। ଭାରତୀୟ ଦଳର ପ୍ରତ୍ୟେକ ପ୍ରଶଂସକ ଏହି ମ୍ୟାଚ ଜିତିବାକୁ ଆଶା କରୁଛନ୍ତି। କିନ୍ତୁ ସେପଟେ ରୋହିତ ଶର୍ମା କ୍ରମାଗତ ୧୫ ଥର ପାଇଁ ଟସ ହାରିଛନ୍ତି। ତେବେ ନ୍ୟୁଜିଲ୍ୟାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ କାର୍ଯ୍ୟରତ ମହିଳାମାନଙ୍କ ପକ୍ଷରୁ ଶୁକ୍ରବାର ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସୋଆର ଉପସଭାପତି ଶାଶ୍ୱତି ଦାସ ସୋଆର ମହିଳା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହି ଅବସରରେ ଶ୍ରୀମତି ଦାସ ନିଜର ଅଭିଭାଷଣରେ କହିଛନ୍ତି ଯେ ନାରୀ ସମ୍ମାନର ଅଧିକାରିଣୀ। ଆଜି ପୁରୁଷ ସହ ସମସ୍କନ୍ଧ ହୋଇ ଉତୁଙ୍ଗ ଶିଖର ଛୁଇଁବା ସହ ଯୁଦ୍ଧ ବିମାନର ସଫଳ ଚାଳିକା ହୋଇପାରିଛି ନାରୀ। ଉଦ୍ୟୋଗ ଜଗତରେ ସଫଳତା ହାସଲ କରିବା ସହ କଳା, ଭାସ୍କର୍ଯ୍ୟ ଓ ଗବେଷଣା କ୍ଷେତ୍ରରେ ସେ ବେଶ ନିପୁଣା। ଘର ସମ୍ଭାଳିବାରେ ମଧ୍ୟ ନାରୀ ବେଶ ପାରଙ୍ଗମ ବୋଲି କହିଛନ୍ତି ଶ୍ରୀମତି ଦାସ। ମହିଳା ସଶକ୍ତ ହେଲେ ହିଁ ସମାଜ ଆଗକୁ ବଢ଼ିବ। ନାରୀ ସଶକ୍ତୀକରଣ କ୍ଷେତ୍ରରେ ଶିକ୍ଷା…
ଭୁବନେଶ୍ଵର: ମହାପ୍ରଭୁଙ୍କ ରଥଯାତ୍ରାକୁ ୟୁନେସ୍କୋ (UNESCO) ଦ୍ବାରା ବିଶ୍ବ ସାଂସ୍କୃତିକ ଐତିହ୍ୟ (Intangible Cultural Heritage) ମାନ୍ୟତା ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ନାମାଙ୍କନ ପତ୍ର (Nomination Dossier) ପ୍ରସ୍ତୁତି ପ୍ରକ୍ରିୟା ଚାଲିଥିବା ବେଳେ ଖୁବଶୀଘ୍ର ଏହା ଦାଖଲ କରାଯିବ। ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏନେଇ ଆଲୋଚନା କରିଥିଲେ। ରଥଯାତ୍ରା ଭଳି ମହାର୍ଘ ବୈଶ୍ବିକ ଯାତ୍ରାର ମହାନତା ଉପଲବ୍’ଧି କରି କର୍ତ୍ତୃପକ୍ଷ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରଶାସନ ଆଶା ରଖିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଅଛି।
ନୂଆଦିଲ୍ଲୀ: IIFA ପୁରସ୍କାରର ଉତ୍ସବ ଶନିବାର ଅର୍ଥାତ୍ 8 ମାର୍ଚ୍ଚରୁ ଗୋଲାପୀ ସହର ଜୟପୁରରେ ଆରମ୍ଭ ହୋଇଛି। ଏହି ସମ୍ମାନଜନକ ପୁରସ୍କାର ବିତରଣ ସମାରୋହର ପ୍ରଥମ ଦିନ ଡିଜିଟାଲ୍ ନାମରେ ହୋଇଥିଲା। IIFA ପୁରସ୍କାର ଉତ୍ସବର ପ୍ରଥମ ଦିନରେ, OTT ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଏବଂ ଧାରାବାହିକକୁ ସମ୍ମାନିତ କରାଯାଇଥିଲା। ଗତ ବର୍ଷ ମୁକ୍ତିଲାଭ କରିଥିବା ଦିଲଜିତ ଦୋସାଞ୍ଜ ଏବଂ ପରିନୀତି ଚୋପ୍ରାଙ୍କ ଚଳଚ୍ଚିତ୍ର ଅମର ସିଂ ଚମକିଲା OTT ରେ ମୁକ୍ତିଲାଭ କରିଥିବା ସର୍ବୋତ୍ତମ ଚଳଚ୍ଚିତ୍ର ଥିଲା। ଆସନ୍ତୁ ଜାଣିବା ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା…. ଚଳଚ୍ଚିତ୍ର ବର୍ଗ ଶ୍ରେଷ୍ଠ ଚଳଚ୍ଚିତ୍ର: ଅମର ସିଂ ଚମକିଲା ଲିଡ୍ ରୋଲରେ ଶ୍ରେଷ୍ଠ ଅଭିନେତା ମହିଳା- କ୍ରିତି ସାନନ୍ (ଦୋ ପତ୍ତି) ଲିଡ୍ ରୋଲରେ ଶ୍ରେଷ୍ଠ ଅଭିନେତା ପୁରୁଷ- ବିକ୍ରାନ୍ତ ମେସୀ (ସେକ୍ଟର 36) ଚଳଚ୍ଚିତ୍ର ପାଇଁ ସର୍ବୋତ୍ତମ ନିର୍ଦ୍ଦେଶନା- ଇମତିଆଜ୍ ଅଲି (ଅମର ସିଂ ଚମକିଲା) ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା…
ଭୁବନେଶ୍ଵର: ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଦେଶରେ ପୁଣିଥରେ ରାଜନୀତି ତୀବ୍ର ହୋଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ପ୍ରସଙ୍ଗରେ ମାର୍ଚ୍ଚ ୫ ରେ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ସେ କହିଛନ୍ତି ଯେ ସୀମା ନିର୍ଦ୍ଧାରଣ ପରେ ତାମିଲନାଡୁରେ ସଂସଦୀୟ ଆସନ ସଂଖ୍ୟା ହ୍ରାସ ପାଇପାରେ। ଏପରିକି ସେ ନବବିବାହିତଙ୍କୁ ଯଥାଶୀଘ୍ର ସନ୍ତାନ ଜନ୍ମ ପାଇଁ ପରାମର୍ଶ ଦେଇଛନ୍ତି। ଷ୍ଟାଲିନଙ୍କ ଏହି ବକ୍ତବ୍ୟକୁ ଦକ୍ଷିଣ ରାଜ୍ୟଗୁଡ଼ିକର ଅନ୍ୟ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସମର୍ଥନ କରିଛନ୍ତି। ଯଦି ରିପୋର୍ଟଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ୨୦୨୫-୨୬ରେ ଜନଗଣନା ପରେ ସୀମା ନିର୍ଦ୍ଧାରଣ ହୋଇପାରେ, ଏହି ପ୍ରକ୍ରିୟା ୨୦୨୮ ସୁଦ୍ଧା ସମାପ୍ତ ହେବାର ସମ୍ଭାବନା ଅଛି। ଏବେ ପ୍ରଶ୍ନ ହେଉଛି ସୀମା ନିର୍ଦ୍ଧାରଣ କ’ଣ? ଏଥିରେ ଲୋକସଭା ଆସନ ସଂଖ୍ୟା କିପରି ବୃଦ୍ଧି ଏବଂ ହ୍ରାସ ପାଏ? ଦେଶରେ ଶେଷଥର ପାଇଁ ସୀମା ନିର୍ଦ୍ଧାରଣ କେବେ ଏବଂ କିପରି କରାଯାଇଥିଲା? ଆସନ୍ତୁ ଏହି ସବୁ ପ୍ରଶ୍ନର…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଶନିବାର ଗୁଜରାଟର ଗିର୍ ସୋମନାଥ ଏବଂ ଭାଲସାଡରେ ତିନୋଟି ଚିନି କାରଖାନାର ପୁନରୁଦ୍ଧାର ଏବଂ ଆଧୁନିକୀକରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତି ଆଜି ପୂରଣ ହେଉଛି ଏବଂ ଏହି ଚିନି କାରଖାନାର ପୁନରୁଦ୍ଧାର ଏହି ସମଗ୍ର ଅଞ୍ଚଳ ତଥା ଭଲସାଡର ୧୦ ହଜାରରୁ ଅଧିକ କୃଷକଙ୍କ ପାଇଁ ସମୃଦ୍ଧିର ଦ୍ୱାର ଖୋଲିଦେବ। ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସମବାୟ ମନ୍ତ୍ରଣାଳୟ ଅନେକ ପଦକ୍ଷେପ ଗ୍ରହଣ କରିଛି, ଯାହା କୃଷି ଉପରେ ନିର୍ଭରଶୀଳ ଦେଶର ଲକ୍ଷ ଲକ୍ଷ କୃଷକଙ୍କ ବିକାଶ ପାଇଁ ପଥ ଉନ୍ମୁକ୍ତ କରିଛି। ସେ ଉଲ୍ଲେଖ କରିଥିଲେ ଯେ ଏଭଳି ଏକ ପଦକ୍ଷେପର ଅଂଶବିଶେଷ ସ୍ୱରୂପ, ଇଣ୍ଡିଆନ ପଟାଶ ଲିମିଟେଡ ଜରିଆରେ ଏହି ତିନୋଟି…
ଭୁବନେଶ୍ଵର: ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ୨୯ ମାର୍ଚ୍ଚ ୨୦୨୫ ଶନିବାର ଦିନ ଘଟିବାକୁ ଯାଉଛି। ଭାରତୀୟ ସମୟ ଅନୁଯାୟୀ ଏହି ସୂର୍ଯ୍ୟଗ୍ରହଣ ଅପରାହ୍ନ ୨.୨୦ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୧୬ରେ ଶେଷ ହେବ। ଗ୍ରହଣର ସମୁଦାୟ ଅବଧି ୨.୫୩ ମିନିଟ୍ ହେବ। ସୂର୍ଯ୍ୟ ଗ୍ରହଣକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସୂର୍ଯ୍ୟ ଗ୍ରହଣ ବିଷୟରେ ଅନେକ ମାନ୍ୟତା ରହିଛି, କିନ୍ତୁ ୨୦୨୫ରେ ହେବାକୁଥିବା ପ୍ରଥମ ସୂର୍ଯ୍ୟ ଗ୍ରହଣ ଭାରତରେ ଦେଖାଯିବ ନାହିଁ, କିନ୍ତୁ ତଥାପି ଆମକୁ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ।
ଭୁବନେଶ୍ଵର: ଝାରସୁଗୁଡ଼ା ଜିଲ୍ଲା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଥିବା ରେଳ ପଥରେ ଚାଲିଥିବା ବିଭିନ୍ନ ଉନ୍ନୟନ ଓ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୁଜାରୀ। ସୂଚନା ଯୋଗ୍ୟ ଯେ, ଝାରସୁଗୁଡ଼ା ରେ ତିନିଟି ରେଳ ମଣ୍ଡଳ ସଂଯୋଗ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ରେଳ ଜଙ୍କସନ୍ ର ବିକାଶ କାର୍ଯ୍ୟ ଚାଲିଛି। ବିକାଶ କର୍ଯ୍ୟକୁ ତ୍ୱରାନ୍ୱିତ କରିବା ସକାଶେ ଆଜି ଝାରସୁଗୁଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଭା ଗୃହରେ ଏହି ସମୀକ୍ଷା ବୈଠକ ଅୟୋଜନ କରା ଯାଇଥିଲା। ଅନୁଷ୍ଠିତ ବୈଠକରେ ଚକ୍ରଧରପୁର ରେଳ ମଣ୍ଡଳ , ସମ୍ବଲପୁର ରେଳ ମଣ୍ଡଳ ଓ ବିଲାସପୁର ରେଳ ମଣ୍ଡଳ ର ବରିଷ୍ଠ ନିର୍ମାଣ ଯନ୍ତ୍ରୀ ଓ ଅଧିକାରୀ ଯୋଗ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାପାଳ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ। ଜମି ଅଧି ଗ୍ରହଣ ସମସ୍ୟାକୁ ତୁରନ୍ତ ସମାଧାନ କରିବା ସହିତ ଆବଶ୍ୟକ ସ୍ଥଳେ…
ନୂଆଦିଲ୍ଲୀ: RCB କୁ ୟୁପି ୱାରିୟର୍ସ 12 ରନ୍ ରେ ପରାସ୍ତ କରିଛି। ୟୁପି ଫାଇନାଲ ଦୌଡ଼ରୁ ବାଦ ପଡିଥିଲା, କିନ୍ତୁ ବର୍ତ୍ତମାନ ଆରସିବି କୁ ମଧ୍ୟ ଏହି ଦୌଡରୁ ବାହାର କରିଦେଇଛି। ପ୍ଲେ ଅଫ୍ ଦୌଡ଼ରେ ରହିବାକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଏହି ମ୍ୟାଚ୍ ଜିତିବା ଅତ୍ୟନ୍ତ ଆବଶ୍ୟକ ଥିଲା। ଏପରିକି 69 ରନ୍ର ରିଚା ଘୋଷଙ୍କ ବିସ୍ଫୋରକ ଇନିଂସ ବେଙ୍ଗାଲୁରୁକୁ ବଞ୍ଚାଇପାରିନଥିଲା। ୟୁପି ପାଇଁ ଜର୍ଜିଆ ଭୋଲ 99 ରନ ଇନିଂସରେ ଖେଳିଥିଲେ। ଏହି ମ୍ୟାଚରେ ୟୁପି ପ୍ରଥମେ ବ୍ୟାଟିଂ କରି 225 ରନ୍ ସ୍କୋର କରିଥିଲା, ଯାହା ମହିଳା ପ୍ରିମିୟର ଲିଗ୍ ଇତିହାସରେ ମଧ୍ୟ ସବୁଠାରୁ ବଡ ସ୍କୋର ଅଟେ। 2023 ମସିହାରେ ଆରସିବି ବିପକ୍ଷରେ 223 ରନ୍ ସ୍କୋର କରିଥିବା ଦିଲ୍ଲୀ କ୍ୟାପିଟାଲ୍ସର ରେକର୍ଡକୁ ୟୁପି ଭାଙ୍ଗିଦେଇଛି। ଏଭଳି ପରିସ୍ଥିତିରେ ବେଙ୍ଗାଲୁରୁ ଦଳ କେବଳ ନିଜର ପ୍ରତିଷ୍ଠା ବଞ୍ଚାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ…
ଭୁବନେଶ୍ୱର: ନାରୀ ହେଉଛନ୍ତି ଆମ ସମାଜର ଶକ୍ତି। ତେଣୁ ସେମାନଙ୍କୁ ଉଚିତ ସୁଯୋଗ ଓ ସମ୍ମାନ ଦେବା ସହ ସେମାନଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସମାନତା ସୃଷ୍ଟି କରିବା ଗୁରୁତ୍ୱପୂର୍ଣ୍ଣ। ଏ ଦିଗରେ ଆଜି ସମାଜରେ ଯେଉଁସବୁ ଆହ୍ୱାନ ଓ ପ୍ରତିବନ୍ଧକ ରହିଛି ତାକୁ ଆମେ ସମସ୍ତେ ମିଳିମିଶି ଦୂର କରିବା ଆବଶ୍ୟକ ବୋଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ଯୁବ ସମ୍ମିଳନୀରେ ମତ ପ୍ରକାଶ ପାଇଛି। ମାର୍ଚ୍ଚ ୮, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏନଏଚଆରଡି ନେଟୱର୍କ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ନେଟୱର୍କ ସହ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ବିଶେଷ କାର୍ଯ୍ୟକ୍ରମ ହୋଇଥିଲା। ବିଶ୍ୱବିଦ୍ୟାଳୟର ଆଇକ୍ୟୁଏସି ଏବଂ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସହଭାଗିତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍) ଇକୋସିଷ୍ଟମ ପାର୍ଟନର୍ ଭାବେ ଯୋଡ଼ି ହୋଇଥିଲା। ଏହି ମେଗା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଗୁଜରାଟର ନବସାରୀ ଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସେ ବହୁ ସଂଖ୍ୟାରେ ଯୋଗ ଦେଇଥିବା ମା’, ଭଉଣୀ ଓ ଝିଅଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ଏହି ସ୍ୱତନ୍ତ୍ର ଦିବସରେ ଦେଶର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାକୁମ୍ଭରେ ତାଙ୍କୁ ମା’ ଗଙ୍ଗା ଆଶୀର୍ବାଦ ଦେଇଥିବା ବେଳେ ଆଜି ମାତୃଶକ୍ତିର ମହାକୁମ୍ଭରେ ତାଙ୍କୁ ଆଶୀର୍ବାଦ ମିଳିଛି। ପ୍ରଧାନମନ୍ତ୍ରୀ ଆଜି ଗୁଜରାଟରେ ଦୁଇଟି ଯୋଜନା, ଜି – ସଫଲ (ଗୁଜରାଟ ସ୍କିମ୍ ଫର୍ ଅନ୍ତୋଦୟ ଫାମିଲିଜ୍ ଫର୍ ଅଗମେଣ୍ଟିଂ ଲାଇଭଲିହୁଡ୍) ଏବଂ ଜି – ମୈତ୍ରୀ (ଗୁଜରାଟ ମେଣ୍ଟରସିପ୍ ଆଣ୍ଡ୍ ଆକ୍ସିଲରେସନ୍ ଅଫ୍ ଇଣ୍ଡିଭିଜୁଆଲ୍ ଫର ଟ୍ରାନ୍ସଫର୍ମିଂ ରୁରାଲ ଇନକମ୍) ଶୁଭାରମ୍ଭ ଉପରେ ଆଲୋକପାତ କରିଥିଲେ ।…
ମେଷ: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହ୍ରାସ ପାଇବ, ଚାକିରୀର ସ୍ବରୂପ ବଦଳାଇବା ସମ୍ଭାବନା। ପାରିବାରିକ ଏବଂ ସାମାଜିକ ଜୀବନ ସୁଖଦ ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କମ୍ ହେବ । ବୃଷ: ସ୍ୱାସ୍ଥ୍ୟ ଏକ ଖରାପ ପରିସ୍ଥିତି ସୃଷ୍ଟି କରିପାରେ। ଚାକିରି ଏବଂ ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି । ପରିବାର ସଦସ୍ୟଙ୍କ ସହିତ ଏକ ଧାର୍ମିକ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ମିଥୁନ: କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯାତ୍ରା କରିବାକୁ ପଡ଼ିବ, ଉତ୍ତମ ସ୍ୱାସ୍ଥ୍ୟ ଯୋଗୁଁ ମନ ମଧ୍ୟ ଖୁସି ହେବ । ଚାକିରୀ କରୁଥିବା ଲୋକମାନେ ଟିକେ ଦୈଡ଼ିବେ । ବ୍ୟବସାୟୀମାନଙ୍କୁ ଯାତ୍ରା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପ୍ରସାରଣ କରିବାକୁ ପଡ଼ିବ । କର୍କଟ: ପାରିବାରିକ ବିବାଦର ସମାଧାନ ହେବ, ବ୍ୟବସାୟୀମାନେ ବ୍ୟବସାୟରେ ଉପକୃତ ହେବେ। ସମାଜରେ ପ୍ରତିଷ୍ଠା ମିଳିବ। ସ୍ୱାସ୍ଥ୍ୟର ଅସ୍ଥିରତା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ। ସିଂହ: ଆତ୍ମ ନିୟନ୍ତ୍ରଣରେ ବୃଦ୍ଧି ହେବାର ଲାଭ ପାଇବେ ।…
ଚ଼ିଲିକା: ଆଜି ଚ଼ିଲିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ନାଚୁଣୀ ସ୍ଥିତ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଓ ଦେଓଗାଁ ଗ୍ରା:ପ ଅନ୍ତର୍ଗତ ଘାସଡ଼ିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ। ଆଜିର ଛାତ୍ରଛାତ୍ରୀ ମାନେ ଆଗାମୀ ଦିନର ଭବିଷ୍ୟତ। ଛାତ୍ରଛାତ୍ରୀ ମାନେ ଶୃଙ୍ଖଳାଗତ ଭାବେ ଶିକ୍ଷା ଅଧ୍ୟୟନ କରି ପ୍ରତିଭାର ବିକାଶ ସହ “ବିକଶିତ ଓଡ଼ିଶା” ଗଠନରେ ସହଭାଗିତା ହୁଅନ୍ତୁ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ। ନାଚୁଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସମାରୋହରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ନାଚୁଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନଶିକ୍ଷକ…
କଟକ: ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଛି। ଏହି ଅବସରରେ ଯୋଗଦେଇ ସଂସ୍ଥାନର ଅଭିଯାନ୍ତ୍ରିକ ନିର୍ଦ୍ଦେଶକ ଭି.ଏମ୍. ରତ୍ନପ୍ରସାଦ କହିଛନ୍ତି, ମହିଳାମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ସକ୍ଷମ ଓ ସମୃଦ୍ଧ ହେଉଛନ୍ତି। ନାରୀ ସଶକ୍ତୀକରଣ ଅପେକ୍ଷା ଆତ୍ମ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି। ଏଥିପାଇଁ ନାରୀମାନେ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ ବୋଲି ଶ୍ରୀ ରତ୍ନପ୍ରସାଦ କହିଛନ୍ତି। କାର୍ଯ୍ୟକ୍ରମ ପ୍ରମୁଖ ମାନସ ରଞ୍ଜନ ନାୟକ ମଧ୍ୟ ସଶକ୍ତ ସମାଜ ଗଠନରେ ନାରୀମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ନିଷ୍ପାଦକ ସୁମିତ୍ରା ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଚଳିତବର୍ଷର ଶୀର୍ଷକ ‘ମହିଳା ଓ ବାଳିକାମାନଙ୍କ ପାଇଁ ଅଧିକାର ସମାନତା ଓ ସଶକ୍ତୀକରଣ’ ସମ୍ପର୍କରେ ଉଦ୍ଘୋଷିକା ସଦ୍ୟସ୍ମିତା ବେହେରା ଆଲୋକପାତ କରିଥିଲେ। ଉଦ୍ଘୋଷିକା କର୍ପୂରୀ ମୁର୍ମୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଆଂଚଳିକ ସମ୍ବାଦ ବିଭାଗର ସମାଚାର ସମ୍ପାଦିକା ଇତିଶ୍ରୀ ସିଂହ ରାଠୋର ଧନ୍ୟବାଦ ଅର୍ପଣ କରିଥିଲେ।
ଖୋର୍ଦ୍ଧା: ଆଜି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟରେ ପ୍ରାକ୍ ବିବାହ ଯୋଗାଯୋଗ କେନ୍ଦ୍ର ଉଦଘାଟନ ହେଇ ଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି କେନ୍ଦ୍ରକୁ ଉଦଘାଟନ କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପ୍ରାକ୍ ବିବାହ ଯୋଗାଯୋଗ କେନ୍ଦ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କହିବା ସହିତ ଏହା ଜାତୀୟ ମହିଳା କମିଶନଙ୍କ ସହାୟତାରେ ପରିଚାଳିତ ହେବ ବୋଲି କହିଥିଲେ। ଏଠାରେ ବିବାହ ପୁର୍ବରୁ ଦମ୍ପତ୍ତି ଆସି ସେମାନଙ୍କ ଭବିଷ୍ୟତ ସମ୍ପର୍କ କିପରି ଭଲରେ ଅତି ବାହିତ କରି ପାରିବେ, ସେ ବିଷୟରେ ସମ୍ପୁର୍ଣ୍ଣ ଭାବରେ ପରାମର୍ଶ ନେଇ ପାରିବେ। ଏହା ସହିତ ଉଭୟ ଦମ୍ପତ୍ତିଙ୍କ ନିଜ ନିଜର ଦାୟିତ୍ଵ ସମ୍ବନ୍ଧରେ ସୂଚନା ଦେବା ସହିତ ବିବାହ ଖାଲି ଏକ ସମ୍ପର୍କ ନୁହେଁ ଏହା ଏକ କର୍ତ୍ତବ୍ୟ ବୋଲି କହିଥିଲେ। ସମାଜରେ ଦମ୍ପତ୍ତି ମାନଙ୍କ ମଧ୍ୟରେ ବଢ଼ୁଥିବା ସମସ୍ୟାକୁ କମ୍ କରିବାରେ ଏହି…
ଭୁବନେଶ୍ୱର: ବିଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ବ୍ୟାନରରେ ଆଗାମୀ ମାର୍ଚ୍ଚ ୧୦ ତାରିଖରେ ରାଜଧାନୀର ରାଜରାସ୍ତାରେ ଏକ ବିଶାଳ ଶିକ୍ଷକ ସମାବେଶ ସଂଗଠିତ କରିବାକୁ ଯାଉଛନ୍ତି ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରେସ୍ମିଟ୍ ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତି। ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା ଏବଂ ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ପେନସନ୍, ଅବସରକାଳୀନ ସୁବିଧା, ଚାକିରି ସର୍ତ୍ତାବଳୀ ପ୍ରଦାନ କ୍ଷେତ୍ରରେ ସରକାର ଅହେତୁକ ବିଳମ୍ବ କରୁଥିବା ପ୍ରତିବାଦରେ ଏ ସମାବେଶ ଅନୁଷ୍ଠିତ ହେଉଛି ବୋଲି ସମନ୍ୱୟ ସମିତି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଥାଉକି, ୨୦୦୪ ରୁ ୨୦୨୪ ମସିହା ମଧ୍ୟରେ ପାଞ୍ଚ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଶୂନ୍ୟ ହସ୍ତରେ ଅବସର ନେଉଛନ୍ତି ଓ ମୃତ୍ୟୁବରଣ କରୁଛନ୍ତି।…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ( ମାର୍ଚ୍ଚ ୮, ୨୦୨୫) ‘ନାରୀଶକ୍ତି ମାଧ୍ୟମରେ ବିକଶିତ ଭାରତ’ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ ଆୟୋଜନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଥିଲେ ଯେ ମହିଳାଙ୍କ ସଫଳତାକୁ ସମ୍ମାନ ଦେବା, ସେମାନଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ନିଜକୁ ଉତ୍ସର୍ଗ କରିବାର ଏହା ଏକ ସୁଯୋଗ। ରାଷ୍ଟ୍ରପତି କହିଥିଲେ ଯେ ଆଜି ଆମେ ଅନ୍ତର୍ଜାତୀୟ ମହିଳା ଦିବସର ୫୦ ତମ ବାର୍ଷିକୀ ପାଳନ କରୁଛୁ। ନିଶ୍ଚିତ ଭାବରେ ଏହି ସମୟ ମଧ୍ୟରେ ମହିଳାମାନେ ଅଭୂତପୂର୍ବ ଅଗ୍ରଗତି କରିଛନ୍ତି। ସେ କହିଛନ୍ତି ଯେ ସେ ତାଙ୍କ ଜୀବନ ଯାତ୍ରାକୁ ଏହି ପ୍ରଗତିର ଏକ ଅଂଶ ଭାବରେ ବିବେଚନା କରନ୍ତି। ଓଡ଼ିଶାର…
କଟକ: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କଟକ ସତ୍ୟବ୍ରତ ଷ୍ଟାଡିୟମଠାରେ ‘‘ଫିଟ୍ ଇଣ୍ଡିଆ: କଳିଙ୍ଗ କନ୍ୟା ଐତିହ୍ୟ ଏବଂ ଶକ୍ତି’’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ମହିଳାଙ୍କ ସଶକ୍ତିକରଣ ଏବଂ ଫିଟନେସକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କଟକ ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମିରଞ୍ଜନ ସାମନ୍ତରାୟ, ଖୋର୍ଦ୍ଧା ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଜୟ କୁମାର ବେହେରା, ଅନ୍ତର୍ଜାତୀୟ ଖେଳାଳୀ ସୁଷମା ବେହେରା, ବାସ୍କେଟ ବଲ୍ ପ୍ରଶିକ୍ଷକ ସିଦ୍ଧାର୍ଥ ସେନଗୁପ୍ତ, ଶ୍ରୀକାନ୍ତ କୁମାର ନାୟକ, ଫୁଟବଲ ପ୍ରଶିକ୍ଷକ ସୁର୍ଜିତ କୁମାର ଘୋଷ, ସାଇ ଅଧିକାରୀ ତ୍ରୈଲୋକ୍ୟନାଥ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିରେ ପାଇକ ଆଖଡ଼ା, ମଲଖମ୍ବ, ଯୋଗ ଭଳି ସ୍ବଦେଶୀ କ୍ରୀଡ଼ା ପ୍ରଦର୍ଶିତ ହୋଇଥିଲା। ଦୈନନ୍ଦିନ ଜୀବନରେ କ୍ରୀଡ଼ା ଏବଂ ଫିଟନେସକୁ ପ୍ରୋତ୍ସାହିତ କରାଯାଇଥିଲା।

