Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ସମବାୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସମୀକ୍ଷା
ଆଜିର ଖବର

ଓଡ଼ିଶାରେ ସମବାୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସମୀକ୍ଷା

February 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Meeting Between CS and the Union Cooperatives Secretary
Meeting Between CS and the Union Cooperatives Secretary

ଭୁବନେଶ୍ଵର: ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ସଚିବ ଆଶିଷ କୁମାର ଭୂଟାନୀ, ଯୁଗ୍ମ ସଚିବ ସିଦ୍ଧାର୍ଥ ଜୈନ ଏବଂ ନିର୍ଦ୍ଦେଶକ ମୁକେଶ କୁମାରଙ୍କ ସହ ଓଡ଼ିଶା ଗସ୍ତ କରି ଓଡ଼ିଶାରେ ସମବାୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ରାଜ୍ୟ ସମବାୟ ବିକାଶ କମିଟି (ଏସସିଡିସି) ର ଚତୁର୍ଥ ବୈଠକରେ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାରଙ୍କ “ସହକାର ସେ ସମୃଦ୍ଧି” ଦୃଷ୍ଟିକୋଣ ଅନୁଯାୟୀ ଗ୍ରାମୀଣ ଅର୍ଥନୀତିକୁ ‘ସମବାୟ ମାଧ୍ଯମରେ ସମୃଦ୍ଧି କରିବା ଲକ୍ଷ୍ୟ ନେଇ ସମବାୟ ବ୍ୟବସ୍ଥାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସମବାୟ ବିକାଶ କମିଟି ସମୀକ୍ଷା ଓ ମାର୍ଗଦର୍ଶନ କରିଆସୁଛନ୍ତି। ବୈଠକରେ ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଏବଂ ସମବାୟ ସମିତି ନିବନ୍ଧକ( ଆରସିଏସ) କାର୍ଯ୍ୟାଳୟର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଥିବା ସଂପର୍କରେ ଉପସ୍ଥାପିତ ହୋଇଥିଲା। ରାଜ୍ୟବ୍ୟାପୀ ନୂତନ ପାକ୍ସ, ବହୁମୁଖୀ ସେବା ସମବାୟ ସମିତି(ଲାମ୍ପୁ)ଗୁଡିକର ଶୀଘ୍ର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ରାଜ୍ୟରେ ବିଶ୍ବର ବୃହତ୍ତମ ଶସ୍ୟ ସଂରକ୍ଷଣ ଯୋଜନା ଅଧୀନରେ ପାକ୍ସରେ ଗୋଦାମ ଗୃହ ନିର୍ମାଣ ବ୍ୟବସ୍ଥାର କାର୍ଯ୍ୟାନ୍ଵୟନ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ପାକ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ-ଔଷଧ୍ କେନ୍ଦ୍ର ଏବଂ ସାଧାରଣ ସେବା କେନ୍ଦ୍ର (କମନ ସର୍ଭିସ୍ ସେଣ୍ଟର) ର ପ୍ରତିଷ୍ଠା, ପାକ୍ସ, ଲାମ୍ପଗୁଡ଼ିକୁ ବହୁମୁଖୀ ଓ ଏକକ ସେବା କେନ୍ଦ୍ରରେ ପରିଣତ କରିବା ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। କେନ୍ଦ୍ର ସଚିବ ରାଜ୍ୟର ପ୍ରଦର୍ଶନରେ ସନ୍ତୋଷ ବ୍ୟକ୍ତ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ଯୋଜନାର ସକ୍ରିୟ କାର୍ଯ୍ୟକାରିତାକୁ ପ୍ରଶଂସା କରିଥିଲେ।

ରାଜ୍ୟସ୍ତରରେ ସମବାୟ ବିଭା ବିଭାଗ ପକ୍ଷରୁ ନିଅ ନିଆଯାଇଥିବା ପ୍ରମୁଖ ରୂପାନ୍ତରଣ ପଦକ୍ଷେପ ସଂପର୍କରେ ଉପସ୍ଥାପନ କରାଯାଇଥିଲା। ଭିଭିଭୂମି ବିକାଶ ପାଇଁ ପାକ୍ସ, ଲାମ୍ପସ୍ ଗୁଡ଼ିକୁ ଅତିକମରେ ଏକ ଏକର ସରକାରୀ ଜମି ପ୍ରଦାନ, ପାକ୍ସ ଓ ଲାମ୍ବ ଦ୍ବାରା କରାଯାଉଥିବା ଧାନ ସଂଗ୍ରହ କେନ୍ଦ୍ର ( ପିପିସି) ର ଭିଭିଭୂମି ସୁଦୃଢ଼ୀକରଣ, ନୂତନ ଓ ପୁରାତନ ସମବାୟ ସମିତିଗୁଡ଼ିକୁ ସହାୟତା ପାଣ୍ଠି ଓ ଅଂଶଧନ ପ୍ରଦାନ, ସାର ବଣ୍ଟନରେ ସମବାୟ ସମିତିଗୁଡ଼ିକ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ, ଚଳିତ ବର୍ଷ ଠାରୁ ରାଜ୍ୟରେ ଆବଶ୍ୟକ ହେଉଥିବା ୬୦% ସାର ସମବାୟ ସମିତି ମାଧ୍ଯମରେ ପ୍ରଦାନ ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି।

ପାକ୍ସ ମାଧ୍ୟମରେ ‘ନାଫେଡ୍’ ବଜାର ଏବଂ ଓମଫେଟ୍ କିମ୍ବା ‘ଅମୁଲ’ ପାର୍ଲର ପ୍ରତିଷ୍ଠା। ପାକ୍ସ, ଲାମ୍ପସ ଜରିଆରେ ଦୁଗ୍ଧ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ, ସେସବୁରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ପାଇଁ କ୍ୟାଡର ନିୟମ ଓ କେନ୍ଦ୍ରୀୟ ନିଯୁକ୍ତି ପ୍ରକ୍ରିୟା। ସମବାୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ସୁଦୃଢ଼ୀକରଣ, ରାଜ୍ୟର ଅଚଳ ଥିବା କଟକ ଜିଲ୍ଲାର ‘ବଡମ୍ବା ଚିନି କଳ’ ଏବଂ ବଲାଙ୍ଗିର ଜିଲ୍ଲାର ‘ବିଜୟାନନ୍ଦ ସମବାୟ ଚିନି କଳ’ର ପୁନଃ କାର୍ଯ୍ୟକାରିତା ପାଇଁ ପଦକ୍ଷେପ ନିଆଯାଇଛି।

ଭାରତ ସରକାରଙ୍କ ପ୍ରତିନିଧୂମାନେ ଏହି ଅଭିନବ ପଦକ୍ଷେପକୁ ପ୍ରଶଂସା କରିବା ସହ ରାଜ୍ୟକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏସଜିସିସି ବୈଠକ ପରେ କେନ୍ଦ୍ର ସଚିବ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ଜିଲ୍ଲାପାଳମାନଙ୍କ ସହ ଅନୁଷ୍ଠିତ ଆଭାସୀ ବୈଠକରେ ଆଲୋଚନା କରି ରାଜ୍ୟରେ ବିଶ୍ବର ବୃହତ୍ତମ ଶସ୍ୟ ସଂରକ୍ଷଣ ପ୍ରକଳ୍ପ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଏବଂ ନିୟମିତ ଭାବେ ଜିଲ୍ଲା ସମବାୟ ବିକାଶ କମିଟି (ଡିସିଡିସି) ବୈଠକ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆଶିଷ କୁମାର ଭୂଟାନୀ ମୁକେଶ କୁମାର ସମବାୟ ମନ୍ତ୍ରଣାଳୟ ସିଦ୍ଧାର୍ଥ ଜୈନ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ଜିତିବା ପରେ କୀର୍ତ୍ତି ଆଜାଦଙ୍କ ଟିମ୍ ଇଣ୍ଡିଆକୁ କଟାକ୍ଷ: ଜୟ ଶାହଙ୍କୁ କଲେ ଟାର୍ଗେଟ

March 10, 2026

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026
Latest News

ଟି-୨୦ ବିଶ୍ୱକପ୍ ଜିତିବା ପରେ କୀର୍ତ୍ତି ଆଜାଦଙ୍କ ଟିମ୍ ଇଣ୍ଡିଆକୁ କଟାକ୍ଷ: ଜୟ ଶାହଙ୍କୁ କଲେ ଟାର୍ଗେଟ

March 10, 2026

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026

ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥା: ଆନ୍ତର୍ଜାତୀୟ ରାଜନୀତିର ନୂଆ ପରିଦୃଶ୍ୟ

March 10, 2026

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

“ଏଲପିଜି ଉତ୍ପାଦନ ବୃଦ୍ଧି କର”: କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଲେ  ସରକାର

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.